SAFA App - The Sakala
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏମସି ନୂଆ ବିଲ୍ଡିଂ ଉଦ୍‌‌ଘାଟନ କରିଛନ୍ତି। ଏଥିସହ ସଫା  ଆପକୁ ମଧ୍ୟ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ବିଏମ୍‌‌ସି କାର୍ଯ୍ଯାଳୟର ଠିକଣା ବଦଳିଛି। କଳ୍ପନା ଛକରୁ ସତ୍ୟନଗର ସ୍ଥିତ ଏହି ୧୨ମହଲା ବିଶିଷ୍ଟ  ଆଇସିଏମଓସି କୋଠାକୁ ବିଏମ୍‌‌ସି କାର୍ଯ୍ଯାଳୟ ସ୍ଥାନାନ୍ତର ହୋଇଛି। ପୂର୍ବରୁ ଏହି କୋଠାରେ ଡେଲଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ କାର୍ଯ୍ଯାଳୟ ଖୋଲିସାରିଥିବା ବେଳେ ସ୍ମାର୍ଟସିଟି କାର୍ଯ୍ଯଳୟ ମଧ୍ୟ ସ୍ଥାନାନ୍ତରିତ ହୋଇସାରିଛି। କେବଳ ବିଏମସି ଏହି ବିଲ୍ଡଂକୁ ଆସିବା ବାକି ଥିବା ବେଳେ ଆଜି ଏହା ପୂରଣ ହେଉଛି।
ଏହି ବିଲ୍ଡିଂରେ ରାଜ୍ୟର କଳା ସଂସ୍କୃତିର ଝଲକ ରହିଛି। ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ପାଞ୍ଚମହଲାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଏହି ୫ ମହଲାରେ ବିଭିନ୍ନ ସଂସ୍ଥା ସେମାନଙ୍କର ଅଫିସ ଆଦି କରିବା ସହ ଏ ବବାଦକୁ ଅର୍ଥ ପ୍ରଦାନ କରିବେ। ସେହିପରି ବିଏମସିକୁ ଏଠାରେ ୩ଟି ଫ୍ଲୋର୍‌‌ ମିଳିଥିବା ବେଳେ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଗୋଟିଏ ମହଲାରେ ରହିବ। ଏହା ବ୍ୟତୀତ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌‌ର କାର୍ଯ୍ଯାଳୟ ଗୋଟିଏ ମହଲାରେ ରହିବା ସହିତ ପାର୍କିଂ ପାଇଁ ଗୋଟିଏ ମହଲା ବ୍ୟବହୃତ ହେବ। ବିଏମସି ପାଇଁ ଏଠାରେ ଏକ ସ୍ୱତନ୍ତ୍ର ସମ୍ମିଳନୀ କକ୍ଷ କରାଯାଇଛି। ଏଠାରେ ବିଏମସି କର୍ପୋରେସନ ବୈଠକ ବବିଲ୍ଡିଂରେ ପର୍ଯ୍ଯପ୍ତ ପାର୍କିଂ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧା ମଧ୍ୟ ରହିଛି।
ସେହିଭଳି କଳ୍ପନା ଛକରୁ ବିଏମ୍‌‌ସି ମୁଖ୍ୟ କାର୍ଯ୍ଯାଳୟ ସ୍ଥାନାନ୍ତର ପରେ ସାମନ୍ତରାପୁର ଠାରେ ଭଡ଼ାରେ ଚାଲିଥିବା ବିଏମସିର ଦକ୍ଷିଣ-ପୂର୍ବ ଜୋନାଲ କାର୍ଯ୍ଯାଳୟ କଳ୍ପନା ଛକସ୍ଥିତ ପୁରୁଣା ବିଏମସି କୋଠାକୁ ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛି।