NABARANGPUR - The Sakala

ଶିକ୍ଷା ବଞ୍ଚାଅ ଆନ୍ଦୋଳନ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବରଙ୍ଗପୁରରେ ବିଜେଡିର ବିଶାଳ ରାଲି ‌
ନବରଙ୍ଗପୁର: ଶୁକ୍ରବାର ଦିନ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନର ଅୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଚାମୁରିଆଗୁଡ଼ା ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ନେତୃ ମଣ୍ଡଳ ଯୋଗ ଦେଇଥିଲେ। ୫ ହଜରରୁ ଅଧିକ ଜନସାଧାରଣ ଓ କର୍ମୀ ସ୍ୱତଃ ପ୍ରବୃତ୍ତ ଭାବେ ରାଲିରେ ସାମିଲ ହୋଇଥିଲେ। ରାଲିରେ  ଯୁବବର୍ଗଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଥିଲା।

ରାଲି ସହର ମଧ୍ୟ ଦେଇ ଅତିକ୍ରମ କରିଥିବା ବେଳେ ଜନସାଧାରଣ ମାନେ ହାତରେ ବିଭିନ୍ନ ଦାବି ଲେଖା ଥିବା ପ୍ଲାଗ କାର୍ଡ ଧରି ସରକାର ଏବଂ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୁଦ୍ଧରେ ନାରା ବାଜି କରି ଥିଲେ। ରାଲି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।  ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଥିଲା ଯୁବ ଛାତ୍ର ବିଜୁ ଜନତା ଦଳ। ନଚେତ ଆଗାମୀ ଦିନରେ ବିଧାନସଭା ଭିତରେ ବିଧାୟକ ମାନେ ପ୍ରତିବାଦ କରିବେ ଏବଂ ବାହାରେ ବିଜେଡି କର୍ମୀ, ଯୁବ ଛାତ୍ର ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଜିଲ୍ଲା ବିଜେଡି।

ବିଜେଡ଼ି ଜିଲ୍ଲା ସଭାପତି ତଥା ଡାବୁଗାଁ ବିଧାୟକ ମନହୋର ରନ୍ଧାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ସୁବାଷ ଗଣ୍ଡ ଏବଂ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ରାଜ୍ୟ ବିଜେଡ଼ି ଯୁବ ସଭାପତି ଚିନ୍ମୟ କୁମାର ସାହୁ, ରାଜ୍ୟ ବିଜେଡ଼ି ଛାତ୍ର ସଭାପତି ଇପସିତା ସାହୁ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଅରୁଣ କୁମାର ମିଶ୍ର , ଜିଲ୍ଲା ଯୁବ ବିଜେଡ଼ିି ସଭାପତି  ଗୁପ୍ତ ପ୍ରସାଦ ଝାଙ୍କର, ଜିଲ୍ଲା ଛାତ୍ର ବିଜେଡି ସଭାପତି ବାବୁଲ। ନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ।

ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ।  ବିଜେଡ଼ି ରାଲିରେ ଯୋଗ ଦେବା ପାଇଁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଗାଡ଼ିରେ ଆସୁଥିବା ଜନସାଧାରଣ ମାନଙ୍କୁ ଆର୍‌ଟିଓ ଏବଂ ପ୍ରଶାସନକୁ ଲଗାଇ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା ବୋଲି ସେ ବକ୍ତବ୍ୟ ରଖିବା ସହ ବିଜେଡି ପ୍ରତି ସରକାରଙ୍କ ଏଭଳି ଡର ରହିବା ଦରକାର ବୋଲି କହିଥିଲେ। ନବରଙ୍ଗପୁର ଜିଲ୍ଲା ଶହୀଦ ମାଟି ଏଭଳି ଅଞ୍ଚଳର ପ୍ରତିନିଧିତ୍ୱ କରି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶିକ୍ଷା ବ୍ୟବସ୍ଥାକୁ କଳୁଷିତ କରିବା ସହ ନବରଙ୍ଗପୁର ଜିଲ୍ଲାର ସୁନାମ ସମଗ୍ର ରାଜ୍ୟରେ ବଦନାମ କରିଛନ୍ତି। ୩୮୦ କୋଟି ଟଙ୍କାର ଦୁର୍ନୀତିରେ ୫୬ କୋଟି ଟଙ୍କା ଭାଗ ନେଇ ସେ ଶିକ୍ଷା ବ୍ୟବସ୍ଥାକୁ ବିପଥଗାମି କରି ବଦନାମ ହୋଇ ସାରିଛନ୍ତି। ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ୍‌ ନବରଙ୍ଗପୁର ଠାରୁ ଆରମ୍ଭ କରାଯାଇଥିବା ଏହି ଆନ୍ଦୋଳନକୁ ବିଧାନସଭା ପର୍ଯ୍ୟନ୍ତ ନେଇ ଇସ୍ତଫା ଦେବାକୁ ବାଧ୍ୟ କରାଯିବ ବୋଲି ଚେତାବନୀ ଦେଇଥିଲେ।

ଇପସିତା ସାହୁ ନିଜ ବକ୍ତବ୍ୟରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପାଇଁ ଓଡ଼ିଶା ଜାତୀୟ ସ୍ତରରେ ନିନ୍ଦିତ ହୋଇଛି। ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକରେ ତୃଟିପୂର୍ଣ୍ଣ ତଥ୍ୟ ମୁଦ୍ରଣ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଇଛି। ଭୁବନେଶ୍ୱର ଠାରେ ମନ୍ତ୍ରୀଙ୍କ ଆବାସିକ ଗୃହକୁ ଘେରାଉ କରାଯିବା ପରେ ସେ ତାଙ୍କ ଠିକଣା ବଦଳେଇ ଲୁଚି ବୁଲୁଛନ୍ତି। ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ତାଙ୍କର ଇସ୍ତଫା ନେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ ସ୍ୱଷ୍ଟ କରିଥିଲେ। ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସମାଲୋଚନା କରିବା ଅବସରରେ ମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ଉମରକୋଟ ଠାରେ ଅନ୍ୱେଷା ହଷ୍ଟେଲ ବନ୍ଦ କରି ମଦ ଦୋକାନ ଖୋଲିବା ପାଇଁ ପ୍ରୋତ୍ସାହିତ କରିଥିବା କହିଥିଲେ।

ପ୍ରଦୀପ ମାଝୀ ଉଦ୍‌ବୋଧନ ଦେଇ କହିଥିଲେ ଯେ, ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଜୋରଦାର୍‌ କରାଯିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସେକ୍ରେଟିଏଟ ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲାରେ ଛାତ୍ର ଛାତ୍ରୀମାନେ ଆହେତ୍ୟା କରି ଜୀବନ ହାରୁଛନ୍ତି। ଏହା ସତ୍ତେ୍ୱ ମନ୍ତ୍ରୀ ଚୁପ୍‌ ରହିଛନ୍ତି।  ବିଧାୟକ ମନହୋର ରନ୍ଧାରୀ ସରକାରଙ୍କ ଶାସନ ବ୍ୟବସ୍ଥାକୁ ନେଇ ଆଦିବାସୀ ଭାଷାରେ କଟାକ୍ଷ କରିଥିଲେ। ସଭା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶ ପୁତ୍ତଳିକାକୁ ଦାହ କରଯାଇଥିଲା। ଶେଷରେ ନେତୃମଣ୍ଡଳୀ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଜିଲ୍ଳାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ନୈତିକତା ଦୃଷ୍ଟିରୁ ଶ୍ରୀ ଗଣ୍ଡଙ୍କୁ ତୁରନ୍ତ ଇସ୍ତଫା ଦେବା ପାଇଁ ଦାବି ଉଲ୍ଳେଖ ରହିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧିାୟକ ସୁବାସ ଗଣ୍ଡ, ଜିଲ୍ଲା ଛାତ୍ର ବିଜେଡି ସଭାପତି ବାବୁଲା ନୟକ, ପାପଡ଼ା ବ୍ଲକ୍‌ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, କାଉନସିଲର ନଗେନ୍ଦ୍ର ପଟ୍ଟନାୟକ, ନଗର ବିଜେଡ଼ି ସଭାପତି ପ୍ରମୋଦ କୁମାର ରଥ, ତାପସ ତ୍ରିପାଠୀ, ଭିମ ହରିଜନ, କୁନା ପାଢି, ସୁମିତ ପାଳ, ନିଳ ମାଧବ ପାତ୍ର, ଉତ୍ତମ ତ୍ରିପାଠୀ, ଧର୍ମେନ୍ଦ୍ର ଅଧିକାରୀ, ବଦ୍ରି ନାରାୟଣ ସିଂ, ନରସିଂହ ବେହେରାଙ୍କ ସମେତ ୫ ହଜାରରୁ ଅଧିକ ବିଜେଡି ନେତା ନେତ୍ରୀ ଏବଂ କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

ଓଡ଼ିଶାର ଅର୍ଜୁନ ଜାନିଙ୍କୁ ସୁପ୍ରିମକୋର୍ଟଙ୍କ ନ୍ୟାୟ: ୨୨ ବର୍ଷର ଜେଲ୍ ଦଣ୍ଡ ଭୋଗିବା ପରେ ନିର୍ଦ୍ଦୋଷ
ନବରଙ୍ଗପୁର: ନବରଙ୍ଗପୁରର ଏକ ବହୁଚର୍ଚ୍ଚିତ ତ୍ରିପଲ୍ ମର୍ଡର ମାମଲାରେ ଦୀର୍ଘ ୨୨ ବର୍ଷ ଧରି ଜେଲ୍ ଦଣ୍ଡ ଭୋଗିବା ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ଅର୍ଜୁନ ଜାନି। ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ତାଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରାଯାଇଛି।

ବିଚାରପତି ଏସ.କେ. ସିଂ, ବିଚାରପତି ଜେ.ବି. ପାର୍ଦିୱାଲା ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ତଳ କୋର୍ଟଙ୍କ ରାୟକୁ ଖାରଜ କରି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି ଯେ, ଦୁର୍ବଳ ଓ ଅବିଶ୍ୱସନୀୟ ପ୍ରମାଣ ଆଧାରରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ପ୍ରସିକ୍ୟୁସନ୍ ମାମଲାଟି ସମ୍ପୂର୍ଣ୍ଣ ରୂପେ ଜଣେମାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଉପରେ ନିର୍ଭର କରୁଥିଲା, ଯାହାକି ଅସ୍ପଷ୍ଟ ଥିଲା ଏବଂ ନିର୍ବିବାଦୀୟ ପ୍ରମାଣ ଦେବାରେ ବିଫଳ ହୋଇଥିଲା।

ଏହି ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସାକ୍ଷୀଙ୍କ ବୟାନରେ ତାଳମେଳ ନରହିବା, ସନ୍ଦେହଜନକ ଭାବେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ ହେବା ଏବଂ ପୋଲିସ ମାଡ଼ ମାରି ବଳପୂର୍ବକ ଦୋଷ ସ୍ୱୀକାର କରାଇଥିବା ଭଳି ସାଂଘାତିକ ଅଭିଯୋଗକୁ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱର ସହ ନେଇଥିଲେ। ବିଚାର ପ୍ରକ୍ରିୟାକୁ 'ଅନ୍ୟାୟ ଏବଂ ନିରପେକ୍ଷତାର ବିରୋଧୀ' ବୋଲି ବର୍ଣ୍ଣନା କରି ଖଣ୍ଡପୀଠ କହିଥିଲେ ଯେ, କେବଳ ସନ୍ଦେହ ଆଧାରରେ କୌଣସି ବ୍ୟକ୍ତି ନିଜ ଜୀବନର ଦୁଇ ଦଶନ୍ଧି ହରାଇବା ଅନୁଚିତ୍।

ଦୀର୍ଘ ୨୨ ବର୍ଷ ପରେ ଜେଲରୁ ବାହାରିଥିବା ଅର୍ଜୁନଙ୍କ ପାଇଁ ଏବେ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି। ବର୍ତ୍ତମାନ ତାଙ୍କର ନା ଅଛି ଘର, ନା ଅଛନ୍ତି ପରିବାର, ନା ଅଛି ରୋଜଗାରର କୌଣସି ପନ୍ଥା। ତେଣୁ ତାଙ୍କର ଥଇଥାନ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ସାହାଯ୍ୟ କରିବାକୁ ସୁପ୍ରିମକୋର୍ଟ କୋରାପୁଟ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ, ଅର୍ଜୁନଙ୍କୁ ଆଶ୍ରୟ ଏବଂ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଗାଁକୁ ପହଞ୍ଚି ପାରିଲାନି ଆମ୍ୱୁଲାନ୍ସ, ଟ୍ରାକ୍ଟରରେ ହସ୍ପିଟାଲ ଯିବା ବେଳେ ସନ୍ତାନ ପ୍ରସବ କଲେ ମହିଳା
ପାପଡାହାଣ୍ଡ: ଗାଁକୁ ପହଞ୍ଚି ପାରିଲାନି ଆମ୍ୱୁଲାନ୍ସ। ଟ୍ରାକ୍ଟରରେ ବୁହାହେଲେ ଗର୍ଭବତୀ। ଆଣୁଥିବା ଟ୍ରାକ୍ଟରରେ ଶିଶୁ କନ୍ୟା ଜନ୍ମ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର-କଳାହାଣ୍ଡି ଜିଲ୍ଲା ସୀମାନ୍ତ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅମଲାଭଟ୍ଟା ପଞ୍ଚାୟତ ଦାବିରିଘାଟି ଗାଁରେ।

ସୂଚନା ଅନୁସାରେ, ଗାଁର ଡୋମୁ ମାଝୀଙ୍କ ସ୍ତ୍ରୀ ଉମିଳା ମାଝୀ ଗର୍ଭ ଯନ୍ତ୍ରଣା ହେବାରୁ ରାତି ୧୧ଟା ୩୦ ସମୟରେ ଆମ୍ୱୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ଗାଁକୁ ଭଲ ରାସ୍ତା ନ ଥିବାରୁ ଗାଁକୁ ଆମ୍ୱୁଲାନ୍ସ ଯାଇ ପାରିନଥିଲା। ଆମ୍ୱୁଲାନ୍ସଟି ଚଚରାଗୁଡା ଗାଁରେ ଅଟକି ଯାଇଥିଲା। ଗର୍ଭ ଯନ୍ତ୍ରଣା ଅଧିକ ହେବାରୁ ଟ୍ରାକ୍ଟର ସାହାଯ୍ୟରେ ୧୦ କି.ମି ଦୂର ଚଚରାଗୁଡା ଗ୍ରାମକୁ ଆଣିଥିଲେ। ହେଲେ ରାସ୍ତା ମଝିରେ ପ୍ରସବ ବେଦନା ଅସହ୍ୟ ହୋଇପଡ଼ିବାରୁ ଟ୍ରାକ୍ଟର ଉପରେ ହିଁ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ଚଚରାଗୁଡାରୁ ଆମ୍ବୁଲାନ୍ସ ଯୋଗେ ମା' ଓ ନବଜାତକୁ ମୈଦଲପୁର ମେଡିକାଲକୁ ନିଆଯାଇଥିଲା। ପ୍ରସୂତୀଙ୍କ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ମା' ଓ ଶିଶୁକନ୍ୟା ଉଭୟ ସୁସ୍ଥ ଥିବା ସୂଚନା ମିଳିଛି।

ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ବାଇକରେ ବୁହାହେଲା ନାବାଳିକାର ମୃତଦେହ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟ ବିଦାରକ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଉମରକୋଟ ବ୍ଲକରେ ଶବ ସତ୍କାର ପାଇଁ ସ୍ଥାନ ନମିଳିବାରୁ ଏବଂ ଅର୍ଥ ଅଭାବରୁ ଗୋଟିଏ ପରିବାର ନିଜ ନାବାଳିକା ଝିଅର ମୃତଦେହକୁ ଏକ ବାଇକରେ ବୋହି ନେବାକୁ ବାଧ୍ୟ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆମାଗୁଡ଼ା ଗାଁର ନାବାଳିକା ଇନ୍ଦ୍ରାଣୀ କୁମାର ଚିକିତ୍ସା ପାଇଁ ସାନଭରଣ୍ଡି ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଯେତେବେଳେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବାକୁ ଚାହିଁଥିଲେ, ସେତେବେଳେ ଗାଁ ଲୋକେ ଏଥିପାଇଁ ବାରଣ କରିବା ସହ ୭,୦୦୦ ଟଙ୍କା ଦାବି କରିଥିଲେ। ଟଙ୍କା ଦେବାରେ ଅସମର୍ଥ ହେବାରୁ ଗରିବ ପରିବାର ଶେଷରେ ମୃତଦେହକୁ ନିଜ ଗାଁକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ।

ଅର୍ଥ ଅଭାବରୁ ଶବବାହକ ଗାଡ଼ି ଭଡ଼ାରେ ଆଣିବା ସମ୍ଭବ ନହେବାରୁ, ପରିବାରର ସଦସ୍ୟମାନେ ନାବାଳିକାର ମୃତଦେହକୁ ଏକ ମୋଟରସାଇକେଲରେ ବସାଇ ଆମାଗୁଡ଼ା ଗାଁକୁ ନେଇଥିଲେ। ଏହି ହୃଦୟବିଦାରକ ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଏହି ଅମାନବୀୟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ତ୍ରୁଟି ପ୍ରତିବାଦରେ ନବରଙ୍ଗପୁରରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ପାଳନ
ନବରଙ୍ଗପୁର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ପ୍ରତିବାଦରେ ଆଜି  ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଯାନବାହାନ ଚଳାଚଳ ଏବଂ ବ୍ୟବସାୟିକ ଗତିବିଧି ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ  କଂଗ୍ରେସ କର୍ମୀମାନେ ମାଝିଗୁଡ଼ା ଏବଂ ଚାଉଁରିଆଗୁଡ଼ା ଛକରେ ରାସ୍ତା ଅବରୋଧ କରିଛନ୍ତି । ପାଠ୍ୟପୁସ୍ତକରେ ହୋଇଥିବା ବିଭ୍ରାଟ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ। ତେବେ ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ବିଦ୍ୟୁତ ବିଭାଗ ଗାଡ଼ିଗୁଡ଼ିକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି ।

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସଭାପତି ଲିପିକା ମାଝି ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଅବହେଳା ଯୋଗୁଁ ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି। ସେ କହିଛନ୍ତି ଯେ ମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଛନ୍ତି। ଲୋକେ ଉନ୍ନତ ଶିକ୍ଷାର ଆଶା ରଖିଥିବା ବେଳେ ବହିରେ ତ୍ରୁଟି ସମସ୍ତଙ୍କୁ ନିରାଶ କରିଛି, ତେଣୁ ଦଳ ତାଙ୍କର ଇସ୍ତଫା ଦାବି କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁସ୍ତକରେ ଥିବା କିଛି ବିଷୟବସ୍ତୁ ଶିକ୍ଷାଗତ ମାନଦଣ୍ଡ ପୂରଣ କରୁନାହିଁ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏହି ପ୍ରତିବାଦ କରାଯାଇଥିବା କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ନବରଙ୍ଗପୁର ଚଚରାଗୁଡା ଗ୍ରାମରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା ଅଭିଯୋଗ
ନବରଙ୍ଗପୁର: ପହିଲି ରଜ ରାତିରେ ପୌଶାଚିକ କାଣ୍ଡ । ଯୁବତୀଙ୍କୁ ବଳାତ୍କାର ପରେ ତଣ୍ଟି ଚିପି ହତ୍ୟା ଅଭିଯୋଗ । ହତ୍ୟା ପରେ ଘର ବାରି ପଟେ ମୃତ ଯୁବତୀର ଶବ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ପରିବାରଲୋକେ । ନବରଙ୍ଗପୁର ଜିଲ୍ଲା କୋଡୀଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମର ଘଟଣା । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରୁଛି । ଦୋଷୀକୁ ଧରିଲା ପରେ ହିଁ ଶବ ନେବାକୁ ଅଡିବସିଛି ପରିବାର ।

ସୂଚନା ଅନୁସାରେ, ରବିବାର ରାତିରେ ପହିଲି ରଜ ଖେଳିବାକୁ ସାଙ୍ଗସାଥି ଙ୍କ ସହ ଯୁବତୀ ଜଣକ ଯାଇଥିଲେ। ସୋମବାର ସକାଳୁ ଘର ବାରିପଟେ ଯୁବତୀଙ୍କ ମୃତଦେହ ପଡ଼ିଥିବା ପ୍ରଥମେ ତାଙ୍କ ଭାଇ ଦେଖିଥିଲେ। ଯୁବତୀଙ୍କ ପାଟିରୁ ରକ୍ତ ବାହାରିଥିବା ଏବଂ ବେକ ଫୁଲିଯାଇଥିବା ଦେଖି ସେ ଗାଁ ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଏହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖବର ପାଇ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରୁଛି। ନବରଙ୍ଗପୁର ଏସପି ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ କୋଡ଼ିଙ୍ଗା ପୋଲିସ ଜଣକୁ ଥାନାରେ ଅଟକ ରଖିଛି l

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଅଭିଯୋଗ, ହାଜତ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ।  ଥାନା ଭିତରୁ ଅଭିଯୁକ୍ତର ଝୁଲନ୍ତା ମୃତଦେହ ଉଦ୍ଧାର । ଗତ ସୋମବାର ଦିନ ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ଡାବୁଗାଁ ଥାନା ପୋଲିସ ଅଞ୍ଚଳା ଗାଁର ପୂର୍ଣ୍ଣ କଲାରଙ୍କୁ ଅଟକ ରଖିଥିଲା । ଆଜି ସକାଳୁ ଥାନା ଭିତରେ ଥିବା ପାଇଖାନା ଭିତରେ ପୂର୍ଣ୍ଣ କଲାରଙ୍କର ଝୁଲନ୍ତା ଶବ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।

ସୂଚନା ଅନୁସାରେ, ଗତ ସୋମବାର ଅଞ୍ଚଳା ଗାଁ ଯୁବକଙ୍କୁ ଅଟକ ରଖିଥିଲା ଡାବୁଗାଁ ଥାନା ପୋଲିସ ।  ଆଜି କୋର୍ଟ ଚାଲାଣ ହୋଇଥାନ୍ତା ଅଭିଯୁକ୍ତ, କିନ୍ତୁ କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତ ଜଣକ ଜୀବନ ହାରିଛନ୍ତି । ଥାନା ଭିତରେ ଅଭିଯୁକ୍ତର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।  ତେବେ ଆଜି ସକାଳୁ ଥାନା ଭିତରେ ଥିବା ପାଇଖାନା ଭିତରେ ପୂର୍ଣ୍ଣଙ୍କର ଝୁଲନ୍ତା ଶବ ଉଦ୍ଧାର ହେଇଛି । ଆଜି ଉତ୍ତରାଞ୍ଚଳ ଆରଡିସି ତଦନ୍ତ କରିବେ।

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲ ପ୍ରଧାନଶିକ୍ଷକ ଗିରଫ
ନବରଙ୍ଗପୁର: ଶିକ୍ଷକ ନାଁରେ କଳଙ୍କ । ଶିକ୍ଷାର ମନ୍ଦିରରେ ଅସଦାଚରଣ । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀ ଗିରଫ ।  ପୋଷ୍କ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଜେଲ ଗଲେ ପ୍ରଧାନଶିକ୍ଷକ । ପୀଡିତା ଛାତ୍ରୀ ପରିବାର  ସହିତ ନବରଙ୍ଗପୁର ଥାନାକୁ ଯାଇ ଅସଦାଚରଣ ନେଇ ଏତଲା ଦେଇଥିଲେ । ଅସଦାଚରଣ abhijogare ପ୍ରଶାସନ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ବେଳେ ବର୍ତ୍ତମାନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରି ଜେଲ ପଠାଇଛି।

ସୂଚନା ଅନୁସାରେ, ଏପ୍ରିଲ ୧୫ ତାରିଖ ରାତିରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡଙ୍ଗୀଙ୍କ ଦ୍ଵାରା ଅସାଦାଚରଣର ଅଭିଯୋଗ ଆଣି ପୀଡିତା ଛାତ୍ରୀ ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ପିଡ଼ିତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀଙ୍କୁ ତେନ୍ତୁଳିଖୁଣ୍ଟି ଥାନା କେଶ ନମ୍ବର 81/26 ରେ ମାମଲା ରେ ପୋକ୍ସ,  ଏଟ୍ରୋସିଟି, ଜେଜେ ଆକ୍ଟ,  ଆଧାର ରେ ଗିରଫ କରାଯାଇଛି ।

ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳୁନି ଶ୍ମଶାନ, ୩୬ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ
ନବରଙ୍ଗପୁର: ଶବ ସତ୍କାର ପାଇଁ କଣ୍ଟା ସାଜିଛି ଧର୍ମ । ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳୁନି ଶ୍ମଶାନ । ୩୬ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋପେନା ପଂଚାୟତରେ ଅଣ୍ଡ୍ରି ଗାଁରେ। ଗାଁର ମାଣିକ ସାନ୍ତାଙ୍କର ସୋମବାର ସନ୍ଧ୍ୟାରୁ ମୃତ୍ୟୁ ହୋଇଥିଲେ ମଧ୍ୟ ହୋଇପାରୁନି ଶବ ସତ୍କାର। ସୂଚନା ଅନୁସାରେ, ମାଣିକ ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଟଙ୍କା ମୃତଦେହକୁ ସତ୍କାର ପାଇଁ ନିଜ ଗାଁରେ ଜାଗା ଦେଉନାହାନ୍ତି ଗାଁ ଲୋକେ । ଯଦି ହିନ୍ଦୁ ରୀତି ନୀତି ଅନୁଯାୟୀ ଶବକୁ ସତ୍କାର କରିବେ ତା ହେଲେ ସ୍ମଶାନରେ ଜାଗା ଦେବୁ ବୋଲି ଗ୍ରାମବାସୀ କହିଛନ୍ତି। ଘଟଣା ସ୍ଥଳରେ ଉମରକୋଟ ପୋଲିସ, ତହସିଲଦାର ଓ ବ୍ଲକ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝା ସୁଝା କରୁଥିବା ସୂଚନା ମିଳିଛି ।

ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ, ପର୍ଦ୍ଦାଫାସ୍ କଲା ୪ ବର୍ଷର ପୁଅ
ନବରଙ୍ଗପୁର: ନବରଙ୍ଗପୁର ରାଇଘର ଥାନା ବରଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ନୃଶଂସ ସ୍ୱାମୀ। ଚରିତ୍ରକୁ ସନ୍ଦେହ କରି ପତ୍ନୀକୁ ପିଟି ପିଟି ମାରି ଦେବାପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ୱାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ପୋତି ଦେଇଥିଲା । ବାପାର ଏଭଳି ଜଘନ୍ୟ କାଣ୍ଡର ପର୍ଦ୍ଦାଫାସ୍ କରିଛି ୪ ବର୍ଷର ପୁଅ। ହତ୍ୟାକାରୀ ସ୍ୱାମୀ ସୁବାସ ଗଣ୍ଡକୁ ଥାନାରେ ଅଟକ ରଖିଛି ରାଇଘର ପୋଲିସ୍ । ମୃତକ ହେଲେ ମନେଇ ଗଣ୍ଡ ।

ସୂଚନା ଅନୁସାରେ, ଗତ ରବିବାର ରାତିରେ ସ୍ବାମୀ ସୁବାଷ ଗଣ୍ଡ ଓ ସ୍ତ୍ରୀ ମନେଇ ଗଣ୍ଡ ପରିବାର ସଦସ୍ୟଙ୍କ ସହ ମିଶି ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଘରକୁ ଫେରିବା ପରେ ପତ୍ନୀର ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡା ଏତେ ତୀବ୍ର ରୂପ ନେଇଥିଲା ଯେ ପିଲାଙ୍କ ଆଗରେ ସ୍ତ୍ରୀ ମନେଇଙ୍କୁ ହତ୍ୟା କରିଥିଲା ସୁବାଷ । ପ୍ରଣାମ ଲୁଚାଇବାକୁ ଯାଇ ସେହିଦିନ ରାତିରେ ନିଜ ପାଇଖାନା ଟାଙ୍କିରେ ମନେଇର ମର ଶରୀର ପୋତି ଦେଇଥିଲେ । ପରେ ସ୍ତ୍ରୀ କେଉଁଆଡ଼େ ଚାଲିଗଲା ବୋଲି ଗ୍ରାମବାସୀଙ୍କ ଆଗରେ ଅଭିନୟ କରିଥିଲା ସୁବାଷ । ଗ୍ରାମବାସୀ ବହୁ ପଚାରଉଚରା କରିବାରୁ ୪ ବର୍ଷର ପୁଅ ସବୁ ସତକଥା କହିଥିଲା । ଖବର ପାଇ ରାଇଘର ଥାନା ପୋଲିସ ପହଞ୍ଚି ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରିବା ସହ ହତ୍ୟାକାରୀ ସ୍ବାମୀକୁ ଗିରଫ କରିଛି । ଅଧିକ ତଦନ୍ତ ପାଇଁ ନବରଙ୍ଗପୁରରୁ ଏକ ସାଇଣ୍ଟି ଫିକ ଟିମ୍ କୁ ଡକାଯାଇଥିବା ସୂଚନା ମିଳିଛି ।

ଗାଧୋଇବାବେଳେ ପୋଖରୀରେ ବୁଡ଼ି ୩ ନାବାଳିକା ମୃତ
ନବରଙ୍ଗପୁର: ପୋଖରୀରେ ଗାଧୋଇବା ହେଲା କାଳ । ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀ ସମେତ ୩ ନାବାଳିକାଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ଗାଁରୁ ଆସିଛି ଏପରି ହୃଦୟ ବିଦାରକ ଖବର । ଘଟଣା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ତିନି ନାବାଳିକାଙ୍କ ମଧ୍ୟରେ ଅଛନ୍ତି ଗାଁର ରାଜମନ ଗଣ୍ଡଙ୍କ ଦୁଇ ଝିଅ ସନ୍ଧ୍ୟା ଓ ସନ୍ଧିତା ଏବଂ ବାଲସାଇ ଗଣ୍ଡଙ୍କ ଝିଅ ଭୂମିକା। ମୃତକମାନଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୬ ବର୍ଷ ହୋଇଥିବା ବେଳେ ଜଣଙ୍କୁ ୫ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ସାଙ୍ଗ ହୋଇ ତିନି ନାବାଳିକା ଝିଅ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗାଧୋଉଥିବା ବେଳେ ହଠାତ ତିନି ଜଣ ନାବାଳିକା ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ତିନି ନାବାଳିକାଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି ।

ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ବାପାର ମୃତଦେହକୁ ମିଳିଲାନି ଚାରି କାନ୍ଧ
ନବରଙ୍ଗପୁର: ଏବେ ବ ବଂଚି ରହିଛି କୁସ୍ଚିତ ଜାତିପ୍ରଥା । ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ବାପାର ମୃତଦେହକୁ ମିଳିଲାନି ଚାରିକାନ୍ଧ। ସାହି ପଡିସା ତ ଦୂରର କଥା, ନିଜ ବଡ଼ ପୁଅ ବି ବାପାର ଶବକୁ କାନ୍ଧ ଦେଲାନି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଂଗ୍ରା ଗାଁରୁ। ଶେଷରେ ମୃତକଙ୍କ ଭଉଣୀ, ଭାଣିଜୀ, ଅନ୍ୟ ଜାତିରେ ବିବାହ କରିଥିବା ସାନ ଝିଅ ଓ ସାନ ପୁଅ କାନ୍ଧରେ ନେଇ କଲେ ଅନ୍ତିମ ସତ୍କାର ।

ସୂଚନାନୁଯାୟୀ, ଗାଁର ଦୁର୍ଯ୍ୟୋଧନ ମାଝୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ । କିନ୍ତୁ ଦୁଇ ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ କାନ୍ଧ ଦେବାକୁ ଆସିଲେନି ଗାଁ ଲୋକ ତଥା ସାହି ପଡିଶା । ଫଳରେ ଅନ୍ୟ କିଛି ଉପାୟ ନପାଇ ଦୁର୍ଯ୍ୟୋଧନଙ୍କ ପୁଅ-ଝିଅ ଓ ଭଉଣୀ-ଭାଣିଜୀ ମିଶି ମୃତଦେହକୁ କାନ୍ଧେଇ ଶ୍ମଶାନକୁ ନେଇ ଅନ୍ତିମ ସତ୍କାର କଲେ । ପୁଣିଥରେ ଜାତିରେ ମିଶିଲେ ହିଁ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି ଗ୍ରାମବାସୀ ।