ICC Mens Cricket World Cup 2023 - The Sakala

ଆଇସିସି ବିଶ୍ୱକପ୍‌ ୨୦୨୩: ଅଷ୍ଟ୍ରେଲିଆକୁ ୧୩୪ ରନରେ ହରାଇଲା ଦକ୍ଷିଣ ଆଫ୍ରିକା
ଲକ୍ଷ୍ନୌ: ବିଶ୍ୱକପ୍‌ ଲିଗ୍ ପର୍ଯ୍ୟାୟରେ ଗୁରୁବାର ଖେଳାଯାଇଛି ଦଶମ ମ୍ୟାଚ୍ । ଏକନ୍ନା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାମୁହିଁ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି  ୭ ୱିକେଟ ହରାଇ ୩୧୧ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୧୨ ରନର ଆବଶ୍ୟକତା ରହିଥିଲା । ହେଲେ ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୪୦.୦୫ ଓଭରରେ୧୭୭  ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ୧୩୪ ରନରେ ମ୍ୟାଚକୁ ଜିତି ନେଇଛି।

ଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍‌ ୱାର୍ଣ୍ଣର୍‌ ୨୭ ବଲରେ ୧୩ ରନ କରି ଆଉଟ ହୋଇଥିବା ବେଳେ ମିସେଲ୍‌ ମାର୍ସ ୧୫ ବଲରେ ୭ ରନ କରି ଆଉଟ ହୋଇଥିଲେ। ଷ୍ଟିଭେନ୍‌ ସ୍ମିଥ୍‌ ୧୬ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଜସ୍‌ ଇଙ୍ଗ୍‌ଲିସ୍‌ ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍‌ ମାକ୍ସୱେଲ୍‌ ୧୭ ବଲରେ ୩ ରନ କରି ଆଉଟ ହୋଇଥିଲେ। ମାର୍କସ୍‌ ଷ୍ଟଇନିସ୍‌ ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ପାରିକୁ ମିସେଲ୍‌ ଷ୍ଟାର୍କ  ଓ ମାର୍ଣ୍ଣସ୍‌ ଲାବୁସେନ୍‌ ସମ୍ଭାଳିଥିଲେ। ମିସେଲ୍‌ ଷ୍ଟାର୍କ ୫୧ ବଲରେ ୨୭ ରନ କରି ଆଉଟ ହୋଇଥିବା ବେଳେ ମାର୍ଣ୍ଣସ୍‌ ଲାବୁସେନ୍‌ ୭୪ ବଲରେ ୪୬ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ପ୍ୟାଟ୍‌ କୁମିନ୍‌ସ୍‌  ଓ ଆଦାମ୍‌ ଜାମ୍ପା ସମ୍ଭାଳିଥିଲେ। ପ୍ୟାଟ୍‌ କୁମିନ୍‌ସ୍‌  ୨୧ ବଲରେ ୨୨ ରନ କରି  ଆଉଟ ହୋଇଥିଲେ। ପରେ ଜସ୍‌ ହେଜେଲ୍‌ଉଡ୍‌ ୨ ବଲରେ ୨ ରନ କରି ଆଉଟ ହୋଇଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କଗିସୋ ରବାଡ଼ା ୩ଟି ୱିକେଟ ନେଇଥିଲେ। ମାକ୍ରୋ ‌ଜାନ୍‌ସେନ୍‌, ତବ୍‌ରେଜ୍‌ ଶମ୍‌ସୀ ଓ କେଶବ ମହାରାଜ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଲୁଙ୍ଗୀ ଏଙ୍ଗୀଡ଼ୀ ଗୋଟିଏ  ୱିକେଟ ନେଇଥିଲେ।

ଭାରତରେ ହେବାକୁ ଥିବା ବିଶ୍ୱକପକୁ ବୟକଟ୍ କରିବାକୁ ଧମକ ଦେଲେ ପାକିସ୍ତାନ କ୍ରୀଡାମନ୍ତ୍ରୀ, କହିଲେ ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନଆସିଲେ ଆମେ ବି ଯିବୁନି..
ନୂଆଦିଲ୍ଲୀ: ବିଶ୍ୱକପ୍ ଖେଳିବାକୁ ପାକିସ୍ତାନ କ୍ରିକେଟ୍ ଟିମ୍ ଭାରତ ଆସିବା ଉପରେ ଏବେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅକ୍ଟୋବର ୫ ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ । ଏହାରି ଭିତରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ବିଶ୍ୱକପରୁ ପାକିସ୍ତାନର ଓହରିବା ପାଇଁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ନ୍ୟୁଟାଲ ଭେନ୍ୟୁରେ ଏସିଆ କପ୍ ଖେଳିବା କଥା ଛାଡୁ, ନଚେତ୍ ପାକିସ୍ତାନ ମଧ୍ୟ ବିଶ୍ୱକପରେ ସେହି ଦାବି କରିବ । ଆଇସିସି ଜୁନ ୨୭ ତାରିଖରେ ବିଶ୍ୱକପ୍ ପାଇଁ ସିଡ୍ୟୁଲ ଜାରି କରିସାରିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଖେଳାଯିବ ବୋଲି ସିଡ୍ୟୁଲ ହୋଇଛି ।

ପାକିସ୍ତାନ ଖେଳମନ୍ତ୍ରୀ ଏହସାନ୍ ମଜାରୀ ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜରଦାରୀଙ୍କ ଅଧ୍ୟକ୍ଷତାରେ ୧୪ ସଦସୀୟ କମିଟିର ଗଠନ କରିଛନ୍ତି । ସେଥିରେ ମୋ ସହ ମୋଟ ୧୧ମନ୍ତ୍ରୀ ରହିଛନ୍ତି । ଆମେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବୁ ଯେ ପାକିସ୍ତାନକୁ ଭାରତ ଯାଇ କ୍ରିକେଟ ଖେଳିବା ଉଚିତ କି ନାହିଁ । ଆମେ ଆମର ସୁପାରିଶ ପ୍ରଧାନମନ୍ତ୍ରୀଙ୍କୁ ପଠାଇବୁ ।

ସେହି ଆଧାରରେ ପ୍ରଧାନମନ୍ତ୍ରୀ ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଟିମ୍ କୁ ପଠାଇବର ଶେଷ ନିଷ୍ପତ୍ତି ନେବେ । ପିସିବି ମୋ ଭାଗରେ ଆସୁଛି । ତେଣୁ ମୋ ବିଚାରରେ ଭାରତ ମଧ୍ୟ ଏସିଆ କପ୍ ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବାର ଜିଦକୁ ଛାଡିଦେଉ ନଚେତ ଆମେ ମଧ୍ୟ ବିଶ୍ୱକପରେ ପାକିସ୍ତାନର ମ୍ୟାଚ୍ ଭାରତ ବଦଳରେ ନ୍ୟୁଟ୍ରାଲ ଭେନ୍ୟୁରେ କରାଇବା ନେଇ ଦାବି କରିବୁ । ଏସିଆନ କ୍ରିକେଟ କାଉନ୍ସିଲ ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ଶ୍ରୀଲଙ୍କା ଏବଂ ପାକିସ୍ତାନରେ କରାଇବା ନେଇ ନିଷ୍ପତ୍ତି କରିଛି । ଏହି ଅନୁଯାୟୀ, ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟର କେବଳ ୪ ମ୍ୟାଚ୍ ଖେଳାଯିବ ।

ବାକି ୯ ମୁକାବିଲା ଶ୍ରୀଲଙ୍କାରେ ହେବ । ଗ୍ରୁପ ଷ୍ଟେଜର ଚାରି ମ୍ୟାଚ୍ ପାକିସ୍ତାନରେ ହେବ । ଏଥିରେ ଗୋଟିଏ ଗ୍ରୁପରୁ ପାକିସ୍ତାନ ବନାମ ନେପାଳ ମ୍ୟାଚ୍ ଏବଂ ଦ୍ୱିତୀୟ ଗ୍ରୁପରୁ ଆଫଗାନୀସ୍ତାନ ବନାମ ବାଂଲାଦେଶ, ଆଫଗାନୀସ୍ତାନ ବନାମ ଶ୍ରୀଲଙ୍କା ଏବଂ ବାଂଲାଦେଶ ବନାମ ଶ୍ରୀଲଙ୍କା ମ୍ୟାଚ୍ ସାମିଲ ରହିଛି । ଅର୍ଥାତ ପାକିସ୍ତାନରେ ଭାରତର ଗୋଟିଏ ମ୍ୟାଚ୍ ବି ହେବନାହିଁ । ଯଦି ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚେ ତେବେ ଏହି ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କାରେ ହେବ । ୩୧ ଅଗଷ୍ଟରୁ ୧୭ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ସୂଚୀ ବର୍ତ୍ତମାନ ସୁଦ୍ଧା ଜାରି କରାଯାଇନାହିଁ ।

ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌‌-୨୦୨୩ରେ ବାରବାଟୀରେ ନାହିଁ ମ୍ୟାଚ୍‌‌ର ସୁଯୋଗ!
କଟକ : ଆସନ୍ତା ଅକ୍ଟୋବର ୧୦ରୁ ଆରମ୍ଭ ହେବ ପୁରୁଷ କ୍ରିକେଟ ବିଶ୍ୱକପ୍‌‌। ଭାରତ ହେଉଛି ଏହାର ଆୟୋଜକ। ଦେଶର ବିଭିନ୍ନ ଭେନ୍ୟୁରେ ବିଶ୍ୱକପ୍‌‌ ମ୍ୟାଚ୍‌‌ ଖେଳାଯିବ। ହେଲେ ବାରବାଟୀରେ ମ୍ୟାଚ୍‌‌ ସୁଯୋଗ ନାହିଁ। ଗୁରୁଡ଼ିଝାଟିଆର କପୁରସିଂହଠାରେ ଏମଜିଏମ ସ୍କୁଲ ଅଫ ସ୍ପୋର୍ଟସ ଆଣ୍ଡ ସେଣ୍ଟର ଅଫ ଏକ୍ସିଲେନ୍ସ ଫର କ୍ରିକେଟର ଉଦ୍‌‌ଘାଟନୀ ଉତ୍ସବରେ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରା ନିଜ ଅଭିଭାଷଣ ମଧ୍ୟରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ବାରବାଟୀ ଷ୍ଟାଡିୟମକୁ ବିଶ୍ୱକପ୍‌‌ ମ୍ୟାଚ୍‌‌ ଦେବା ନିମନ୍ତେ ଓସିଏ ପକ୍ଷରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟରେ ପ୍ରସ୍ତାବ ଦିଆଯାଇଥିଲା। ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା। ହେଲେ ବିଭିନ୍ନ କାରଣ ଦର୍ଶାଇ ବାରବାଟୀରେ ମ୍ୟାଚ୍‌‌ ହୋଇ ପାରିବ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଅନ୍ତର୍ଜାତୀୟ ବିମାନ ସେବା ନଥିବାରୁ ଏଠାରେ ମ୍ୟାଚ୍‌‌ ହୋଇ ପାରିବ ନାହିଁ ବୋଲି ବିସିସିଆଇର ଅଧିକାରୀ କହୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ନିକଟରେ ୨ୟଥର ଲାଗି ସଫଳତାର ସହ ପୁରୁଷ ହକି ବିଶ୍ୱକପ୍‌‌ ଆୟୋଜନ କରି ସାରା ବିଶ୍ୱରୁ ପ୍ରଶଂସା ସାଉଁଟିଛି। ୧୬ଟି ଦେଶର ହକି ଖେଳାଳି ଭୁବନେଶ୍ୱର ସମେତ ରାଉରକେଲାରେ ଯାଇ ମ୍ୟାଚ୍‌‌ ଖେଳିଲେ। ଅଥଚ ବିସିସିଆଇର ଏଭଳି ନୀତି ରାଜ୍ୟର କ୍ରିକେଟପ୍ରେମୀଙ୍କୁ ନିରାଶ କରିବ। ବାରବାଟୀର ବିଶ୍ୱକପ୍‌‌ ଇତିହାସ ବିଶ୍ୱକପ୍‌‌ ମ୍ୟାଚ୍‌‌ ଆୟୋଜନ କରିବା କ୍ଷେତ୍ରରେ ବାରବାଟୀର ପୁରୁଣା ରେକର୍ଡ ରହିଛି। ୧୯୮୭ ମସିହାରେ ଏଠାରେ ପ୍ରଥମଥର ନିମନ୍ତେ ବିଶ୍ୱକପ୍‌‌ ମ୍ୟାଚ୍‌‌ ଖେଳାଯାଇଥିଲା। ଯେଉଁଥିରେ ଅଷ୍ଟ୍ରେଲିଆ ୭୦ ରନରେ ଜିମ୍ବାୱେକୁ ପରାସ୍ତ କରିଥିଲା। ୧୯୯୬ ମସିହା ବିଶ୍ୱକପ୍‌‌ରେ ମଧ୍ୟ ବାରବାଟୀକୁ ଏକ ମ୍ୟାଚ୍‌‌ ଆୟୋଜନର ସୁଯୋଗ ମିଳିଥିଲା।

ଉକ୍ତ ମ୍ୟାଚ୍‌‌ରେ ଭାରତ ୭ ୱିକେଟରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା କେନିୟା ଦଳକୁ ହରାଇଥିଲା। ୨୦୧୩ ମସିହାରେ ଭାରତରେ ଆୟୋଜନ ହୋଇଥିଲା ମହିଳା କ୍ରିକେଟ ବିଶ୍ୱକପ୍‌‌। ଏହି ସମୟରେ ପାକିସ୍ତାନ ଦଳର ଅଂଶଗ୍ରହଣକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖା ଦେଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପାକିସ୍ତାନ ଦଳକୁ ବାରବାଟୀ ଷ୍ଟାଡିୟମ ପରିସରରେ ସୁରକ୍ଷାବଳୟ ଭିତରେ ରଖାଯାଇଥିଲା। ଏଠାରେ ପାକିସ୍ତାନ ଗ୍ରୁପ ଷ୍ଟେଜର ସମସ୍ତ ମ୍ୟାଚ୍‌‌ ମଧ୍ୟ ଖେଳିଥିଲା। ରାଜ୍ୟର ଏହି ଐତିହାସିକ କ୍ରିକେଟ ଭେନ୍ୟୁରେ ୨୦୨୩ ବିଶ୍ୱକପ୍‌‌ର ଏକ ମ୍ୟାଚ୍‌‌ ଖେଳାଯିବ ବୋଲି ଆଶା ରହିଥିଲା। ଏ ସଂକ୍ରାନ୍ତରେ ପୂର୍ବରୁ ମଧ୍ୟ ଓସିଏ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ବିସିସିଆଇ ପକ୍ଷରୁ ଏଭଳି ଆଳ ଦେଖାଇ ମ୍ୟାଚ୍‌‌ ନଦେବା ପ୍ରସଙ୍ଗକୁ କ୍ରିକେଟପ୍ରେମୀ ଦୃଢ଼ ନିନ୍ଦା କରିଛନ୍ତି।