BMC House - The Sakala

ବିଏମ୍‌ସି ଗୃହ ପ୍ରବେଶ କରାଇବେ ମୁଖ୍ୟମନ୍ତ୍ରୀ, ଆଜି କାର୍ଯ୍ୟାଳୟର ହେବ ଉଦ୍‌‌ଘାଟନ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏମସି ନୂଆ ବିଲ୍ଡିଂ ଉଦ୍‌‌ଘାଟନ କରିବେ। ସନ୍ଧ୍ୟା ୫ଟା ବେଳେ ମୁଖ୍ୟମନ୍ତ୍ରୀ ଏହି ଆଇସିଓଏମସି ବିଲ୍ଡିଂର ବିଏମସି କାର୍ଯ୍ୟାଳୟ ଉଦ୍‌‌ଘାଟନ କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହା ପରେ ବିଏମ୍‌‌ସି କାର୍ଯ୍ୟାଳୟର ଠିକଣା ବଦଳିବ। କଳ୍ପନା ଛକରୁ ସତ୍ୟନଗର ସ୍ଥିତ ଏହି ୧୨ମହଲା ବିଶିଷ୍ଟ କୋଠାକୁ ବିଏମ୍‌‌ସି କାର୍ଯ୍ୟାଳୟ ସ୍ଥାନାନ୍ତର ହେବ। ପୂର୍ବରୁ ଏହି କୋଠାରେ ଡେଲଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ କାର୍ଯ୍ୟାଳୟ ଖୋଲିସାରିଥିବା ବେଳେ ସ୍ମାର୍ଟସିଟି କାର୍ଯ୍ୟାଳୟ ମଧ୍ୟ ସ୍ଥାନାନ୍ତରିତ ହୋଇସାରିଛି। କେବଳ ବିଏମସି ଏହି ବିଲ୍ଡଂକୁ ଆସିବା ବାକି ଥିବା ବେଳେ ଗୁରୁବାର ଏହା ପୂରଣ ହେଉଛି। ଆଇସିଏମଓସି କୋଠା ସମ୍ପର୍କିତ ଏଠାରେ ଏକ ଭିଡିଓ ସ୍କ୍ରିନିଂ ପରେ ବିଏମସି ପକ୍ଷରୁ ପ୍ରସ୍ତୁତ ‘ସଫା’ ଆପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ ବୋଲି ଜଣାପଡ଼ିଛି।

ପରେ ସେଠାରେ ଇଣ୍ଟିଗ୍ରାଲ କମାଣ୍ଡ ଅାଣ୍ଡ କଣ୍ଟ୍ରୋଲ ସେଣ୍ଟର ବା ଆଇସିଓଏମସି ହଲ ପରିଦର୍ଶନ ଓ ମେୟର ଓ କର୍ପୋରେଟରମାନଙ୍କ ସହ ଗ୍ରୁପ ଫଟୋ ଉଠାଇବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ବିଏମ୍‌ସିର ନୂତନ କୋଠା ଉଦ୍‌‌ଘାଟନ ପରେ ଆସନ୍ତା ୨୦ତାରିଖରେ ପ୍ରସ୍ତାବିତ କର୍ପୋରେସନ ବୈଠକ ନୂତନ ସମ୍ମିଳନୀ କକ୍ଷରେ ହେବାକୁ ଥିବା ସୂଚନା ମିଳିଛି। ସେହିଭଳି କଳ୍ପନା ଛକରୁ ବିଏମ୍‌‌ସି ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ପରେ ସାମନ୍ତରାପୁର ଠାରେ ଭଡ଼ାରେ ଚାଲିଥିବା ବିଏମସିର ଦକ୍ଷିଣ-ପୂର୍ବ ଜୋନାଲ କାର୍ଯ୍ୟାଳୟ କଳ୍ପନା ଛକସ୍ଥିତ ପୁରୁଣା ବିଏମସି କୋଠାକୁ ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛି।

ଏହି ବିଲ୍ଡିଂରେ ରାଜ୍ୟର କଳା ସଂସ୍କୃତିର ଝଲକ ରହିଛି। ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ପାଞ୍ଚମହଲାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଏହି ୫ ମହଲାରେ ବିଭିନ୍ନ ସଂସ୍ଥା ସେମାନଙ୍କର ଅଫିସ ଆଦି କରିବା ସହ ଏ ବବାଦକୁ ଅର୍ଥ ପ୍ରଦାନ କରିବେ। ସେହିପରି ବିଏମସିକୁ ଏଠାରେ ୩ଟି ଫ୍ଲୋର୍‌‌ ମିଳିଥିବା ବେଳେ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଗୋଟିଏ ମହଲାରେ ରହିବ। ଏହା ବ୍ୟତୀତ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌‌ର କାର୍ଯ୍ୟାଳୟ ଗୋଟିଏ ମହଲାରେ ରହିବା ସହିତ ପାର୍କିଂ ପାଇଁ ଗୋଟିଏ ମହଲା ବ୍ୟବହୃତ ହେବ। ବିଏମସି ପାଇଁ ଏଠାରେ ଏକ ସ୍ୱତନ୍ତ୍ର ସମ୍ମିଳନୀ କକ୍ଷ କରାଯାଇଛି। ଏଠାରେ ବିଏମସି କର୍ପୋରେସନ ବୈଠକ aବିଲ୍ଡିଂରେ ପର୍ଯ୍ୟାପ୍ତ ପାର୍କିଂ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧା ମଧ୍ୟ ରହିବ।