Sakala Editorial - The Sakala

ସଂକଟ ଟଳିନି
ମଧ୍ୟପ୍ରାଚ୍ୟରେ ଯେ ଶାନ୍ତି ଫେରିଆସୁଛି, ଏକଥା କୌଣସି ଗୋଟିଏ ପକ୍ଷ ଜୋରଦେଇ କହିପାରିବେନି। ‘ଅପରେସନ ସିନ୍ଦୂର’ରେ ହଠାତ୍‌‌ ବିରତି ବା ବିରାମ ଘୋଷଣା କଲା ଭଳି ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଇଲ-ଇରାନ ଅଘୋଷିତ ଯୁଦ୍ଧ ସ୍ଥଗିତ ରହିଲା କହି ଉତ୍ତେଜନା ପ୍ରଶମିତ କରିଛନ୍ତି। ଏହାର ପୃଷ୍ଠଭାଗରେ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ହାସଲ ଲକ୍ଷ୍ୟ ଥାଉ କିମ୍ୱା କାତାର ଉପରେ ଇରାନର ପ୍ରତୀକାତ୍ମକ ଆକ୍ରମଣର ସମ୍ଭାବ୍ୟ ଭୟଙ୍କର ପରିଣତି ହେଉ, ଏଭଳି କିଛି ବିଚାର ତାଙ୍କୁ ଏ ଦିଗରେ ନିଶ୍ଚିତ ଅନୁପ୍ରେରିତ କରିଛି। ତେବେ ଘଟଣାକ୍ରମ ଯାହା, ସେଥିରେ ତେହେରାନର ମନୋବଳ ବଢ଼ିଛି। ଦୁଇଦିନ ଧରି ସହରର ରାଜରାସ୍ତାରେ ପାଳିତ ହୋଇଥିବା ବିଜୟୋଲ୍ଲାସ ଏବଂ ଜୁନ ୧୩ରେ ଇସ୍ରାଏଲ ଆକ୍ରମଣରେ ନିହତ ସାମରିକ ମୁଖ୍ୟ ଜେନେରାଲ ମହମ୍ମଦ ବାଘେରି, ପରମାଣୁ ବୈଜ୍ଞାନିକଙ୍କ ସମେତ ୬୦ଜଣଙ୍କୁ କବର ଦେବା ସକାଶେ ଯେଉଁ ଲକ୍ଷ ଲକ୍ଷ ଜନତାଙ୍କ ଶୋଭାଯାତ୍ରା ବାହାରିଥିଲା ତାହା ଇରାନ ଶାସକ ମୁଖ୍ୟ ଖେମିନିଙ୍କ ନେତୃତ୍ୱକୁ ସୁହୃଢ଼ କରିଛି।

ଅନ୍ୟପକ୍ଷରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ସକାଶେ ହ୍ୱାଇଟ ହାଉସରେ ସ୍ୱତନ୍ତ୍ର ଦୂତ ଷ୍ଟିଭ ୱଟକଫ, ମଧ୍ୟପ୍ରାଚ୍ୟ ସହଯୋଗୀଙ୍କ ପ୍ରତିନିଧି ସହ ଟ୍ରମ୍ପ କରିଥିବା ଗୋପନ ଆଲୋଚନା ଏବଂ ନାଟୋ ସହଯୋଗୀଙ୍କ ବୈଠକରେ ଦେଇଥିବା ସୂଚନା କେତେଦୂର ଇରାନ ପାଇଁ ଗ୍ରହଣୀୟ ତାହା ମଧ୍ୟ ସନ୍ଦେହଜନକ। ଇରାନର ତିନିଟି ଆଣବିକ କେନ୍ଦ୍ର ଉପରେ ଆମେରିକା ବି-୨ ବମ୍ବର ମାଧ୍ୟମରେ ନିର୍ଣ୍ଣାୟକ ଆକ୍ରମଣର ପରାକ୍ରମ ଓ ପରିଣତି ନେଇ ଏବେ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଆମେରିକାର ପକ୍ଷରୁ ଯେତେ ଦାବି କରାଯାଉନା କାହିଁକି ତଥାକଥିତ ବିପର୍ଯ୍ୟୟ ଓ ବିଧ୍ୱସ୍ତ ଘଟିବା ନେଇ ଉପଗ୍ରହ ଚିତ୍ରରୁ ପେଣ୍ଟାଗନ ସଂଗ୍ରହ କରିଥିବା ଖବର ଶେଷରେ ପ୍ରଘଟ ହୋଇଯାଇଛି। ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଣବିକ କେନ୍ଦ୍ର ଫୋର୍ଡୋ ର ଭୂତଳ କଂକ୍ରିଟ ଢାଞ୍ଚାକୁ ଭେଦ କରିପାରିନାହିଁ ବି-୨ ବମ୍ୱର। ଅବଶ୍ୟ ଯଥେଷ୍ଟ ପୂର୍ବରୁ ସମ୍ପର୍ଦ୍ଧିତ ୟୁରାନିୟମକୁ ଇରାନ ସ୍ଥାନାନ୍ତର କରିବାକୁ ମଧ୍ୟ ସମର୍ଥ ହୋଇଥିଲା। ସେହି ଫୋର୍ଡୋ କେନ୍ଦ୍ରର ମରାମତି ଆରମ୍ଭ କରି ଆଣବିକ କାର୍ଯ୍ୟକ୍ରମ ପ୍ରତି ଇରାନ ନିଜର ଅଙ୍ଗୀକାରବଦ୍ଧତା ଜାହିର କରିଛି। ଆନ୍ତର୍ଜାତିକ ଆଣବିକ ସଂଗଠନରୁ ସଂପର୍କ ଛିନ୍ନ କରିବାର ନିଷ୍ପତ୍ତି ମଧ୍ୟ ନେଇଛି। ତେହେରାନ ପକ୍ଷରୁ କୁହାଯାଇଛି ଯେ ସଂଗଠନର ଡିଜି ରାଫଲ୍‌‌ ମାରିଆନା ଗ୍ରସି ଇରାନ୍‌ ଆଣବିକ କେନ୍ଦ୍ର ଅନୁଧ୍ୟାନ ଓ ତଦାରଖ ନାମରେ ସମସ୍ତ ଗୋପନ ତଥ୍ୟ ପ୍ରତିପକ୍ଷ ଇସ୍ରାଏଲକୁ ଯୋଗାଉଛି। ଜୁନ ୧୩ ତାରିଖରେ ଇସ୍ରାଏଲ ଆକ୍ରମଣରୁ ଏହା ସ୍ପଷ୍ଟ ହୋଇଛି। ଏକଥା ଏଠାରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି, ଟ୍ରମ୍ପ ଯେଉଁ ସମାଧାନର ସୂତ୍ର ଉପସ୍ଥାପନ କରିଛିନ୍ତି ତାହା ଇରାନ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ୍‌‌ ଆରାଗ୍‌ଛି ମଧ୍ୟ ତାଙ୍କ ବିବୃତିରେ ସ୍ପଷ୍ଟ କରିଛନ୍ତି।

ଇରାନର ଆଣବିକ କାର୍ଯ୍ୟକ୍ରମକୁ ଗତି ଦେବା ପାଇଁ ଟ୍ରମ୍ପ ୨୦ ରୁ ୩୦ ବିଲିୟନ ଡଲାର ସହାୟତା ଦେବା ସକାଶେ ପ୍ରସ୍ତୁତ ଅଛନ୍ତି। ତେବେ ସର୍ତ୍ତ ହେଲା ଇରାନ ୟୁରାନିୟମ୍‌‌ ସମ୍ବର୍ଦ୍ଧନ କରିପାରିବନି। ଆଣବିକ ଶକ୍ତିର ବେସାମରିକ ଉପଯୋଗ ସକାଶେ ସେ ସମ୍ବର୍ଦ୍ଧିତ ୟୁରାନିୟମ ବିଦେଶରୁ ଆମଦାନୀ କରିପାରିବ। ଏହି ବିପୁଳ ଅର୍ଥରାଶି ମଧ୍ୟ ପ୍ରାଚ୍ୟର ତାଙ୍କ ସହଯୋଗୀ ଇରାନକୁ ଦେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ପ୍ରତିବନ୍ଧକ ପ୍ରତ୍ୟାହାରର ପ୍ରଥମ ପଦକ୍ଷେପ ସ୍ୱରୂପ ଜବତ କରାଯାଇଥିବା ବିଦେଶୀ ବ୍ୟାଙ୍କର ୬ ବିଲିୟନ ଡଲାର ମଧ୍ୟ ଇରାନ ଉଠାଇବାରେ ଆଉ କଟକଣା ରହିବ ନାହିଁ। ଏହି ପ୍ରାରମ୍ଭିକ ସର୍ତ୍ତ ମାଧ୍ୟମରେ ଇରାନ ସହ ଆପୋସ ଆଲୋଚନା ସାତଦିନ ମଧ୍ୟରେ ଆରମ୍ଭ ହେବ ବୋଲି ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି। ଇରାନ ସକାଶେ ଏହା ଯେ ଗ୍ରହଣୀୟ ନୁହେଁ ତାହା ଖେମିନିଙ୍କ ଜାତି ଉଦ୍ଦେଶ୍ୟରେ କରିଥିବା ଘୋଷଣାରୁ ଜଣାପଡ଼ିଛି।

ଏହି ତଥ୍ୟରୁ ଏବେ ମଧ୍ୟ ଅସ୍ପଷ୍ଟ ଯେ ଆପୋସ ଆଲୋଚନାରେ ଇସ୍ରାଏଲର ଭୂମିକା କ’ଣ ହେବ। ଆମେରିକା ପକ୍ଷରୁ ଉପସ୍ଥାପିତ ସର୍ତ୍ତରେ ଇସ୍ରାଏଲର ନାମ ଗନ୍ଧ ନଥିବାର ଲକ୍ଷ୍ୟ କରାଯାଇଛି। ଜୁନ ୧୩ ତାରିଖରେ ଇରାନ ଉପରେ ଇସ୍ରାଏଲର ଅତର୍କିତ ଆକ୍ରମଣ ଏବଂ ସେଥିରେ ଯେଉଁ ବିପୁଳ କ୍ଷୟକ୍ଷତି ଘଟିଲା ସେଥିସକାଶେ କାହାକୁ ଦାୟୀ କରାଯାଇନାହିଁ। ଇରାନ ପ୍ରତିଆକ୍ରମଣ ଜାରି ରଖିଥିବା ବେଳେ ଆମେରିକା ସର୍ବଶକ୍ତିମାନ ବି-୨ ବମ୍ୱର ମାଧ୍ୟମରେ ତିନିଟି ପରମାଣୁ କେନ୍ଦ୍ର ଉପରେ କରିଥିବା ଘାତକ ଆକ୍ରମଣ ରାଷ୍ଟ୍ରର ସାର୍ବଭୌମତାକୁ କ୍ଷୁଣ୍ଣ କରିଛି। ଏହି ପାତାଳ ଭେଦୀ ବୋମା ଯଦି ଆଣବିକ ତେଜସ୍କ୍ରିୟର ବିକିରଣ ଘଟିଥା’ନ୍ତା ତାହାର ଭୟଙ୍କର ପରିଣତି ନେଇ ଆମେରିକା ସଚେତନ ହେବାର ଥିଲା। ଏହି ନୈତିକ ଅପରାଧ ସକାଶେ କିଏ କାହାକୁ ଦୋଷୀ କରିବ?

ସର୍ବଶକ୍ତିମାନ ଗୋଇନ୍ଦା ସଂସ୍ଥା ମୋସାଡ୍‌‌ ମାଧ୍ୟମରେ ଇସ୍ରାଏଲ ଆବଶ୍ୟକତାଠାରୁ ଅଧିକ ବଳୀୟାନ ନୁହେଁ ତ? କେବେଳ ଆମେରିକା ନୁହେଁ ବିଶ୍ୱର ବହୁ ପ୍ରମୁଖ ରାଷ୍ଟ୍ରରେ ମୋସାଡ୍‌‌ ସକ୍ରିୟ। ସେଠାକାର ନେତୃତ୍ୱ ବିରୋଧରେ ଗୋପନ ତଥ୍ୟ ସଂଗ୍ରହ ଏବଂ ଆବଶ୍ୟକ ସ୍ଥଳେ ତାହାର ଦୁରୁପଯୋଗ କରିବାରେ ସେମାନେ ସିଦ୍ଧହସ୍ତ। ବିଶ୍ୱ କୂଟନୈତିକ ସଂପର୍କକୁ ପ୍ରଭାବିତ କରି ପ୍ରାଧାନ୍ୟ ଓ ପତିଆରା ଜାହିର କରିଆସିଛି ଇସ୍ରାଏଲ। ଅତ୍ୟାଧୁନିକ ଇଲେକ୍ଟ୍ରୋନିସ୍‌‌ ଜ୍ଞାନକୌଶଳର ଉପଯୋଗ ହେଉଛି ମୋସାଡ୍‌‌ର ଗୋପନ ଅସ୍ତ୍ର। ସମସ୍ତଙ୍କ ଅଜ୍ଞାତରେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱକୁ କବ୍‌‌ଜା କରିବାରେ ସେମାନେ ସିଦ୍ଧହସ୍ତ। ଆମଦେଶରେ ପେଗାସସ୍‌‌କୁ ନେଇ ଯେଉଁ ହଟଚମଟ ଘଟିଲା, ତାହାଠାରୁ ଆହୁରି ସଂଗିନ ସରଂଜାମର ଅଧିକାରୀ ସେମାନେ। ଏସବୁ ଉଲ୍ଲେଖ କଲାବେଳେ ଆମେ ଆମ ନିଜକୁ ମଧ୍ୟ ପ୍ରଶ୍ନ କରୁଛୁ। ଜୁନ ୧୩ ର ଆକ୍ରମଣ କ’ଣ ଆମେରିକାର ଅଜ୍ଞାତରେ ହୋଇଥିଲା? ପ୍ରତିଆକ୍ରମଣରେ ଇସ୍ରାଏଲର ବିପୁଳ କ୍ଷତି ତାହାର ପ୍ରତିରୋଧ କ୍ଷମତାକୁ ଦୁର୍ବଳ କରିଥିବା ବେଳେ ହଠାତ୍‌‌ ଇରାନ ଉପରେ ଆମେରିକା ଆକ୍ରମଣ କରିବା ସହ ଚଟାପଟ ଯୁଦ୍ଧ ବିରାମ ଘୋଷଣା କରିବାର ଉଦ୍ଦେଶ୍ୟ କ’ଣ? ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌‌ ନେତାନ୍ୟାହୁଙ୍କ ନେତୃତ୍ୱ ପ୍ରତି ସମ୍ଭାବ୍ୟ ବିପଦର ମୁକାବିଲା ସକାଶେ ଟ୍ରମ୍ପ ଏତେ ତତ୍ପର କାହିଁକି? ଏସବୁର ଉତ୍ତର ଆମେ ଏହି ଅଗ୍ରଲୋଖାରେ ଏକପ୍ରକାର ଦେଇସାରିଛୁ। କିନ୍ତୁ ଏଥିନେଇ କାହାକୁ ସିଧାସଳଖ ଆକ୍ଷେପ କରାଯାଇନପାରେ।

କୋଟିପତିଙ୍କ ସ୍ୱର୍ଗ
ବିଶ୍ୱରେ ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତ। ଏଥିମଧ୍ୟରେ ଲୋକସଂଖ୍ୟା ୧୪୪ କୋଟି ଅତିକ୍ରମ କଲାଣି। ଆମ ଅର୍ଥନୀତି ମଧ୍ୟ ୪ଟ୍ରିଲିୟନ୍‌‌ ଡଲାର ଅତିକ୍ରମ କରି ଚତୁର୍ଥ ବୃହତ୍‌‌ ଅର୍ଥନୀତିର ମର୍ଯ୍ୟାଦା ହାସଲ କରିଛି। ତେବେ ଦେଶର ଏକଶହ ବିତ୍ତଶାଳୀ ବ୍ୟକ୍ତିଙ୍କ ହାତରେ ୧ ଟ୍ରିଲିୟନ୍‌‌ ଡଲାର ସମ୍ପତ୍ତି ଠୁଳ ହୋଇ ରହିଛି। ତେଲିଆ ମୁଣ୍ଡରେ ତେଲ ଭଳି କିଛି ସୀମିତ ଲୋକଙ୍କ ଉପାର୍ଜନ ବଢ଼ୁଛି। ସେମାନେ ଜାତୀୟ ସମ୍ୱଳକୁ ନିଜ କରାୟତ୍ତରେ ରଖିବାକୁ ସମର୍ଥ ହୋଇଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ସୁବିଧା ସୁଯୋଗ ସେହି ବର୍ଗ ହିଁ ଉପଭୋଗ କରୁଛନ୍ତି। ଏତେ ବିପୁଳ ଜନସଂଖ୍ୟା ମଧ୍ୟରୁ ବାର୍ଷିକ କୋଟିଏ ଟଙ୍କା ଉପାର୍ଜନ କ୍ଷମତା ହାସଲ କରିଥିବା ଲୋକଙ୍କ ସଂଖ୍ୟା ୪.୬୮ ଲକ୍ଷରେ ସୀମିତ ଅଛି। ଏହି କୋଟିପତିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ବିସିଜିର ପରିସଂଖ୍ୟାନ ଆକଳନ କରିଛି ଯେ ୨୦୨୯ ସୁଦ୍ଧା ଏହି କୋଟିପତିଙ୍କ ସଂଖ୍ୟା ୫୫ ପ୍ରତିଶତ ବୃଦ୍ଧି ପାଇବ। ଏହା ବିଶ୍ୱହାରଠାରୁ ୨୧ ପ୍ରତିଶତ ଅଧିକ। ଏକଥା ସତ ଯେ ଆମ ଅର୍ଥନୈତିକ ବ୍ୟବସ୍ଥା ଏଥିସକାଶେ ସୁବିଧା ସୁଯୋଗ ସୃଷ୍ଟି କରୁଛି। ତେବେ ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏମାନଙ୍କ ଆନୁପାତିକ ହାର ଅତି ନଗଣ୍ୟ। ଅସ୍ୱଚ୍ଛଳ ବର୍ଗଙ୍କ ସ୍ଥିତିରେ ଉନ୍ନତି ପାଇଁ ଉପାର୍ଜନ କ୍ଷମତା ବୃଦ୍ଧି ପ୍ରତି ଯଥୋଚିତ ଧ୍ୟାନ ଦିଆଯାଇ ପାରୁନଥିବାର ପରିଲକ୍ଷିତ ହେଉଛି। ନହେଲେ ଦେଶର ୮୧ କୋଟି ଲୋକଙ୍କୁ ମାଗଣା ରାସନ୍‌‌ ଦେବାର ବାଧ୍ୟବାଧକତା ସୃଷ୍ଟି ହୋଇ ନ ଥା’ନ୍ତା।

କର୍ପୋରେଟ ସଂସ୍କୃତିକୁ ସବୁସ୍ତରରୁ ମିଳୁଥିବା ସରକାରୀ ସହାୟତା ସେମାନଙ୍କୁ ଅଧିକରୁ ଅଧିକ ବିତ୍ତଶାଳୀ କରିଛି। ଦ୍ରୁତ ଅର୍ଥନୀତିର ସେମାନେ ହିଁ ହୋଇଛନ୍ତି ବାହକ। ଠିକା ନିଯୁକ୍ତି ମାଧ୍ୟମରେ ଶ୍ରମ ଆଇନର ଖୋଲା ଉଲ୍ଲଙ୍ଘନ କରି ନିର୍ବାଧାରେ ସେମାନେ ଶୋଷଣ ଜାରି ରଖିଛନ୍ତି। ସେମାନଙ୍କ ବିପୁଳ ଆୟ ସତ୍ତ୍ବେ ଏହି ନିମ୍ନ ଆୟକାରୀ ଠିକା ଶ୍ରମିକ ଓ କର୍ମଚାରୀଙ୍କ ଉପାର୍ଜନ ସମୟର ଆବଶ୍ୟକତା ଅନୁରୂପ ହେଉନଥିବାରୁ ଭୟଙ୍କର ଆର୍ଥିକ ଦୁର୍ଗତି ମଧ୍ୟରେ ସେମାନେ କାଳାତିପାତ କରୁଛନ୍ତି। ଦେଶର ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଉପାର୍ଜନକ୍ଷମତା ସୃଷ୍ଟି କରିବାକୁ ଅସମର୍ଥ। ତେଣୁ ବର୍ଦ୍ଧିତ ବେକାରୀ ଦେଶରେ ଉପୁଜୁଥିବା ନାନା ସମସ୍ୟାର କାରଣ ପାଲଟିଛି। ଅଭାବରୁ ଅପରାଧ ପ୍ରବଣତା ବଢ଼ୁଛି, କ୍ରମେ ତାହା ନିୟନ୍ତ୍ରଣ ସୀମା ଅତିକ୍ରମ କରୁଛି। ପରିଲକ୍ଷିତ ଆର୍ଥିକ ଅସମାନତା ସାମାଜିକ ଜୀବନଧାରାରେ ଆକାଂକ୍ଷିତ ପରିବର୍ତ୍ତନର ବାଧକ ସାଜିଛି। ଆମ ଦେଶରେ ବୃଦ୍ଧି ପାଉଥିବା ଅରବପତି ଓ କୋଟିପତିଙ୍କୁ ନେଇ ସାମଗ୍ରିକ ବିକାଶର ସ୍ୱପ୍ନ ଦେଖିବାର କୌଣସି ଯଥାର୍ଥତା ନାହିଁ। ଆମେରିକା, ଚୀନ, ଜର୍ମାନୀ ପଛକୁ ଆମେ ବିଶ୍ୱର ଚତୁର୍ଥ ଅର୍ଥନୀତି ରୂପେ ଗର୍ବ କରୁଥିବା ବେଳେ ଆମ ଦେଶରେ ଜୀବନ ଧାରଣର ମାନ ଓ ମୁଣ୍ଡ ପିଛା ଆୟ ତୁଳତ୍ମକ ଭାବେ ବହୁତ ପଛରେ ପଡ଼ିଛି।

ଉଚ୍ଚ ଆୟକାରୀ ବର୍ଗଙ୍କୁ ଦେଶର ଅର୍ଥନେତିକ ପ୍ରଗତିର ସୂଚକ ରୂପେ ଗ୍ରହଣ କରାଯାଉଥିବା ବେଳେ ଜୀବନ ଯୁଦ୍ଧରେ ହାରିଯାଉଥିବା ଲୋକସଂଖ୍ୟାର ଦୁଇ-ତୃତୀୟାଂଶ ସରକାରୀ ରାଜସ୍ୱ ବା ଟ୍ରେଜେରୀଙ୍କ ଟିକସ ମାଧ୍ୟମରେ ସମୃଦ୍ଧ କରିଚାଲିଛନ୍ତି। ଅଥଚ ଯୋଜନାର ରୂପରେଖ ସେମାନଙ୍କ ଭବିଷ୍ୟତ ବା ସମ୍ମୁଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେଉନି। ସରକାରଙ୍କ ବିଚାରଧାରାରେ ଏହି ବ୍ୟବଧାନ ସଙ୍କୁଚିତ ନ ହେଲେ ତଥାକଥିତ ବିକଶିତ ଭାରତ ଗଠନ ସ୍ୱପ୍ନ ଅଧୁରା ରହିଯିବ। ଏହା ସତ୍ୟ ଯେ ପ୍ରତିଯୋଗିତାପୂର୍ଣ୍ଣ ବଜାର ଅର୍ଥନୀତିରେ ନିବେଶକାରୀର ପ୍ରାଧାନ୍ୟ ରହିବ। ଆର୍ଥିକସ୍ତରରେ ଅସମାନତାକୁ ଦୂର କରିବା ସମ୍ଭବ ନୁହେଁ। କିନ୍ତୁ ଜୀବନଧାରଣ ମାନରେ ଉନ୍ନତି ଓ ସହନୀୟ ମୁଣ୍ଡପିଛା ଆୟ ବୃଦ୍ଧି ନ ଘଟିଲେ ପ୍ରତିଯୋଗିତାପୂର୍ଣ୍ଣ ପରିବେଶ ସୃଷ୍ଟି ହେବ ନାହିଁ। ଫଳରେ ଏକଚାଟିଆ କାରବାର ଓ ଶୋଷଣକୁ ପ୍ରୋତ୍ସାହିତ କରିବ। ଏହା ସାମାଜିକ ଓ ଜାତୀୟ ଜୀବନରେ ଶୃଙ୍ଖଳା ଓ ସଂପ୍ରୀତି ପରିବେଶ ସୃଷ୍ଟିରେ ଗୁରୁତର ପ୍ରତିବନ୍ଧକ ହେବ।

ଦେଶର ବିତ୍ତଶାଳୀ ବ୍ୟକ୍ତିଙ୍କ ସଂପର୍କରେ ଉଲ୍ଲେଖ କଲାବେଳେ ମୁକେଶ ଆମ୍ୱାନି ଓ ଗୌତମ ଆଦାନୀଙ୍କୁ ବାଦ ଦେଇ ପାରିବାନି। ଆମ୍ୱାନି ୯୧.୮ ବିଲିୟନ ଡଲାର ସମ୍ପତ୍ତିର ମାଲିକ। ସେ ଏସିଆର ସବୁଠାରୁ ଧନଶାଳୀ ବ୍ୟକ୍ତି। ତାଙ୍କ ପଛକୁ ଅଛନ୍ତି ଗୌତମ ଆଦାନୀ। ସେ ୫୩.୫ ବିଲିୟନ ଡଲାର ସମ୍ପତ୍ତିର ମାଲିକ। ଅର୍ଥ ବା ସମ୍ପତ୍ତି ଆହରଣ ପାଇଁ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ନିଶ୍ଚୟ ରହିବ। ଗତ ଆର୍ଥିକବର୍ଷରେ ଆମ୍ୱାନିଙ୍କ ୧ଲକ୍ଷ କୋଟି ଟଙ୍କାର ଆୟ ହ୍ରାସ ପାଇଥିବା ବେଳେ ଆଦାନୀଙ୍କ ଆୟ ୧୩ ପ୍ରତିଶତ ବଢ଼଼ିଛି। ଆମ ଦେଶରେ ବାର୍ଷିକ ୧୦ କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବାର ପରିଲକ୍ଷିତ ହୋଇଛି। ସେମାନଙ୍କ ସଂଖ୍ୟା ୪୩ ହଜାରରେ ପହଞ୍ଚିଛି। ସେହିଭଳି ବାର୍ଷିକ ୧ କୋଟିରୁ ୫ କୋଟି ଉପାର୍ଜନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୩.୮୯ ଲକ୍ଷ ଓ ୫ କୋଟିରୁ ୧୦ କୋଟି ଟଙ୍କା ଆୟକାରୀଙ୍କ ସଂଖ୍ୟା ୩୬ ହଜାରରେ ପହଞ୍ଚିଛି। ଅବଶ୍ୟ ଏହି ତଥ୍ୟ ଆୟକର ବିଭାଗ ରିପୋର୍ଟରୁ ଜଣାପଡ଼ିଛି। ଏହାଛଡ଼ା ଦେଶରେ ୨୮୪ ଅରବପତି ଅଛନ୍ତି, ଯେଉଁମାନଙ୍କର ଆୟ ସାଉଦୀ ଆରବର ଜିଡିପିଠାରୁ ଅଧିକ।

ଦେଶର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏହି ସୀମିତ ଲୋକଙ୍କ ଉପାର୍ଜନ କ୍ଷମତା ହିଁ ଆମ ଅର୍ଥନୀତିକୁ ନୂଆ ଶିଖରରେ ପହଞ୍ଚାଇଛି। ଅଭିବୃଦ୍ଧି ବା ଜିଡିପି ହାର ବୃଦ୍ଧି ସେମାନଙ୍କ କର୍ମକୁଶଳତା ଉପରେ ନିର୍ଭର କରେ। ଅବଶ୍ୟ ଗତ ତୈମାସିକ ଆର୍ଥିକ ରିପୋର୍ଟରେ ଜିଡିପିକୁ କୃଷିର ଅବଦାନ ୪.୨ ପ୍ରତିଶତ ଏକ ଉଲ୍ଲେଖନୀୟ ଘଟଣା। ହେଲେ କୃଷି ଉତ୍ପାଦର ବେପାର ବଣିଜରେ ଏହି ବର୍ଗର ହିଁ ପ୍ରମୁଖ ଭୂମିକା ରହିଛି। ତେଣୁ ଦେଶର ଅର୍ଥନୀତିକୁ ଗତି ଦେଇ ଚତୁର୍ଥସ୍ଥାନରେ ପହଞ୍ଚାଇବାର ସମସ୍ତ ଶ୍ରେୟ ଏମାନଙ୍କୁ ହିଁ ଦିଆଯାଉଛି। ତେଣୁ ସରକାର ବିପୁଳ ବ୍ୟାଙ୍କଋଣ ଛାଡ଼ କରିବା ସହ କର୍ପୋରେଟ ଟିକସ ମଧ୍ୟ ହ୍ରାସ କରିଛନ୍ତି। କିନ୍ତୁ ଆୟକର ବିଭାଗ ପରିସଂଖ୍ୟାନ କହେ ଏମାନଙ୍କ ଅପେକ୍ଷା ସାଧାରଣ ବର୍ଗ ହିଁ ଅଧିକ ଟିକସ ଦେଇଛନ୍ତି। ଏସବୁ ସତ୍ତ୍ବେ ସେମାନଙ୍କ ପ୍ରତି ସରକାରଙ୍କ ସ୍ୱତନ୍ତ୍ର ଆଶୀର୍ବାଦ ରହିଛି।

ବିଶ୍ୱାସ ଓ ଶାନ୍ତି
ଚୀନ୍‌‌ରେ ସଦ୍ୟ ଅନୁଷ୍ଠିତ ‘ସାଂଘାଇ କୋଅପରେସନ୍‌‌ ଅର୍ଗାନାଇଜେସନ୍‌‌ (ଏସ୍‌‌ସିଓ)’ର ଚିଠା ପ୍ରସ୍ତାବରେ ଭାରତ ସ୍ୱାକ୍ଷର କରିବାକୁ ରୋକ୍‌‌ଠୋକ୍‌‌ ମନା କରିଦେଇଛି। ଆତଙ୍କବାଦୀ ନିରୋଧ ଏବଂ ଆଞ୍ଚଳିକ ଶାନ୍ତି ସହାବସ୍ଥାନ ଓ ସୁରକ୍ଷା ଏହି ସଂଗଠନର ପ୍ରମୁଖ ଆଭିମୁଖ୍ୟ ହୋଇଥିଲେ ହେଁ ଗତ ଏପ୍ରିଲ୍‌‌ ୨୨ ତାରିଖରେ କାଶ୍ମୀରର ପହଲ୍‌‌ଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଉକ୍ତ ଚିଠା ପ୍ରସ୍ତାବରେ ସ୍ଥାନ ପାଇନାହିଁ। ଅଥଚ ପାକିସ୍ତାନର ବାଲୋଚିସ୍ତାନରେ ଗତ ମାର୍ଚ୍ଚ ମାସର ଟ୍ରେନ୍‌‌ ଅପହରଣ ଘଟଣା ସ୍ଥାନ ପାଇଛି। ଅର୍ଥାତ୍‌‌ ଆଞ୍ଚଳିକ ଶାନ୍ତି ଓ ସହାବସ୍ଥାନ ଦିଗରେ ବାଧାସୃଷ୍ଟିକାରୀ କାରକ ଓ ଘଟଣାମାନଙ୍କ ବିଷୟରେ ଆଲୋଚନା କରି ସ୍ଥାୟୀ ସମାଧାନର ସୂତ୍ର ବାହାର କରିବା ପାଇଁ ଉଦ୍ଦିଷ୍ଟ ଆଜେଣ୍ଡାରେ ବାଲୋଚିସ୍ତାନ ଘଟଣାକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ପହଲ୍‌‌ଗାମ୍‌‌ ଘଟଣାକୁ ଆଦୌ ଗୁରୁତ୍ୱ ଦିଆଯାଇନାହିଁ। ଏଥିରୁ ପାକିସ୍ତାନ ପ୍ରତି ଚୀନ୍‌‌ର ଦୁର୍ବଳତା ଓ ସହୋଦର ଭାବ ଏବଂ ଭାରତ ପ୍ରତି ଥିବା ବୈରୀ ମନୋଭାବ ପୁଣି ଥରେ ସାମ୍ନାକୁ ଆସିଛି। ଅପରପକ୍ଷରେ ଏସୀୟ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅସ୍ଥିରତା ଓ ଅଶାନ୍ତିର ବାତାବରଣ ସୃଷ୍ଟି କରିବାରେ ଚୀନ୍‌‌ ଓ ପାକିସ୍ତାନର ପ୍ରଚ୍ଛନ୍ନ ଭୂମିକା ଥିବାରୁ ଭାରତ ତା’ର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଓ କଠୋର ଆଭିମୁଖ୍ୟ ଜରିଆରେ ଦୁଇ ଦୁଷ୍ଟ ପଡ଼ୋଶୀଙ୍କୁ କଡ଼ା ବାର୍ତ୍ତା ଦେଇଛି ଯେ ଆତଙ୍କବାଦକୁ ପ୍ରୋତ୍ସାହନ ଓ ବିସ୍ତାରବାଦୀ ଆଭିମୁଖ୍ୟ ଦ୍ୱାରା ସ୍ଥାୟୀ ଶାନ୍ତି ଓ ପ୍ରଗତି ହାସଲ କରିହେବ ନାହିଁ।

୧୦ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ବିଶ୍ୱର ଏହି ସର୍ବବୃହତ୍‌‌ ଆଞ୍ଚଳିକ ସଂଗଠନରେ ଭାରତ ସମେତ ଚୀନ୍‌‌, ପାକିସ୍ତାନ, ରୁଷ୍‌‌, ଇରାନ୍‌‌, କାଜାକ୍‌‌ସ୍ତାନ, କିରଗିଜ୍‌‌ସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଓ ବେଲାରୁଷ୍‌‌ ସଦସ୍ୟ ଅଛନ୍ତି। ୨୦୨୩ରେ ଭାରତ ଏହାର ଅଧ୍ୟକ୍ଷତା କରୁଥିବା ବେଳେ ଗତ ବର୍ଷ ପାକିସ୍ତାନ ଓ ଚଳିତ ବର୍ଷ ଚୀନ୍‌‌ ଅଧ୍ୟକ୍ଷତା କରୁଛି। ଉଲ୍ଳେଖଯୋଗ୍ୟ ଯେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠ୍‌‌ରେ ଚୀନ୍‌‌ ଓ ପାକିସ୍ତାନର ପ୍ରତିନିଧି ପ୍ରତ୍ୟକ୍ଷ ଉପସ୍ଥିତ ନଥିଲେ। କିନ୍ତୁ ସଦାସର୍ବଦା ସହଯୋଗ ଓ ଶାନ୍ତିର ବାର୍ତ୍ତା ଦେଉଥିବା ଭାରତ ବନ୍ଧୁତ୍ୱର ହାତ ବଢ଼଼ାଇଚାଲିଛି ଏବଂ ବନ୍ଧୁତ୍ୱର ପରିଭାଷା ହିଁ ସବୁ ସମସ୍ୟା, ଦ୍ୱନ୍ଦ୍ୱର ସମାଧାନ ବୋଲି ମନ୍ତ୍ର ଦେଇଛି। ଗତବର୍ଷ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ଚଳିତ ବର୍ଷ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତରୁ ପ୍ରତିନିଧିତ୍ୱ କରୁଛନ୍ତି। ଅଥଚ ଚୀନ୍‌‌ କିମ୍ବା ପାକିସ୍ତାନ ଶାନ୍ତିର ଭାଷା ବୁଝିପାରୁନାହାନ୍ତି।

ଆତଙ୍କବାଦର ପ୍ରାୟୋଜକ ରାଷ୍ଟ୍ର ଭାବେ ପାକିସ୍ତାନର କୁଖ୍ୟାତି ସାରା ବିଶ୍ୱରେ ବ୍ୟାପୁଥିବା ବେଳେ ଭାରତ ଏହାଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ। ଚୀନ୍‌‌ର ବିସ୍ତାରବାଦୀ ଆଭିମୁଖ୍ୟ ଯୋଗୁଁଁ ଭାରତ ସମେତ ଚୀନ୍‌‌-ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ସୀମା, ଅଖଣ୍ଡତା ଓ ସାର୍ବଭୌମତ୍ୱ ବିପଦରେ। ଚୀନ୍‌‌ର ବହୁ ଆକାଂକ୍ଷିତ ‘ବେଲ୍‌‌ଟ ଆଣ୍ଡ ରୋଡ୍‌‌ ପ୍ରକଳ୍ପ(ବିଆରଆଇ)’ର ପାକିସ୍ତାନ ଦୃଢ଼ ଓ ଅନ୍ଧ ସମର୍ଥକ ହୋଇଥିବା ବେଳେ ଏହାଦ୍ୱାରା ଅଂଶୀଦାର ଦେଶମାନଙ୍କର, ବିଶେଷକରି ଭାରତର, ସାର୍ବଭୌମତ୍ୱ ପ୍ରତି ବିପଦ ଆଶଙ୍କା ଥିବାରୁ ଭାରତ ଏହି ପ୍ରକଳ୍ପର ବିରୋଧ କରୁଛି। ତେଣୁ ଚୀନ୍‌‌ ପାକିସ୍ତାନ ଜରିଆରେ ଭାରତ ଉପରେ ଦାଉ ସାଧିବାର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ‘ଅପରେସନ୍‌‌ ସିନ୍ଦୂର’ରେ ପାକିସ୍ତାନକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଇ ଦେଇ ଚୀନ୍‌‌ ଏହା ପୁଣି ପରୋକ୍ଷରେ ପ୍ରମାଣିତ କରିଥିବା ବେଳେ ଭାରତ ବିରୋଧୀ ଖେଳରେ ବାଂଲାଦେଶକୁ ମୋହରା କରିଛି। ଏହି ପୃଷ୍ଠଭୂମିରେ ‘ଏସ୍‌‌ସିଓ’ରେ ପହଲ୍‌‌ଗାମ୍‌‌ ଘଟଣା ସ୍ଥାନ ନ ପାଇବା ସେତେ ଆଶ୍ଚର୍ଯ୍ୟଜନକ ନୁହେଁ।

ସାମ୍ପ୍ରତିକ ଯୁଦ୍ଧମୁହାଁ ବିଶ୍ୱରେ ଅନେକ ରାଷ୍ଟ୍ରର ସାର୍ବଭୌମ ସଙ୍କଟାପନ୍ନ। ଦ୍ୱିପାକ୍ଷିକ ସମ୍ପର୍କରେ ବିଶ୍ୱାସର ଅଭାବ ହିଁ ଏଥିପାଇଁ ଦାୟୀ। ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଅବିଶ୍ୱାସର ବାତାବରଣକୁ ଆହୁରି ଉତ୍କଟ କରୁଛି ଆତଙ୍କବାଦ। ସହଯୋଗ, ସମନ୍ୱୟ, ନିଃସ୍ୱାର୍ଥପର ବନ୍ଧୁତ୍ୱ ଓ ବିଶ୍ୱାସ ବିନା ଏହି ସମସ୍ୟାର ସମାଧାନ ଅସମ୍ଭବ। ‘ଏସ୍‌‌ସିଓ’ର ଚିଠାପ୍ରସ୍ତାବରେ ଭାରତ ସ୍ୱାକ୍ଷର କରିବାକୁ ମନା କରିଦେଇ ସଦସ୍ୟ ରାଷ୍ଟ୍ର ସମେତ ବିଶ୍ୱକୁ ଏହି ମନ୍ତ୍ର ଦେଇଛି। ବିଶ୍ୱ ସମୁଦାୟକୁ ‘ଏସ୍‌‌ସିଓ’ ସଦସ୍ୟ ରାଷ୍ଟ୍ର ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳର ଯୋଗଦାନ ଉଲ୍ଳେଖନୀୟ ଥିବାରୁ ଜାତିସଂଘରେ ପଶ୍ଚିମ ରାଷ୍ଟ୍ରର ବିକଳ୍ପ ହେବା ପାଇଁ ଉଦ୍ୟମ ହେବା ସହିତ ସୁରକ୍ଷା ପରିଷଦ ଅଧିକ ସ୍ୱଚ୍ଛ, ଦକ୍ଷ, ଗଣତାନ୍ତ୍ରିକ, ପ୍ରଭାବଶଶାଳୀ, ଉତ୍ତରଦାୟୀ ହେବା ଆବଶ୍ୟକ। କିନ୍ତୁ ଏ ଦିଗରେ ଚୀନ୍‌‌ ଓ ପାକିସ୍ତାନର ଆଭିମୁଖ୍ୟ ପରିବର୍ତ୍ତନ ନ ହେବା ଯାଏଁ ଆଞ୍ଚଳିକ ଶାନ୍ତି ସହାବସ୍ଥାନ ସମ୍ଭବ ହୋଇପାରିବ ନାହିଁ।

ଏହି ଅବସରରେ ରାଜନାଥ ସିଂହ ଚୀନ୍‌‌ ପ୍ରତିପକ୍ଷ ଆଡ୍‌‌ମିରାଲ୍‌‌ ଡୋଙ୍ଗ ଜୁନ୍‌‌ଙ୍କୁ ସ୍ୱତନ୍ତ୍ର ଭାବେ ଆଲୋଚନା କରି ପହଲ୍‌‌ଗାମ୍‌‌ ଘଟଣା ଓ ‘ଅପରେସନ୍‌‌ ସିନ୍ଦୂର’ ବିଷୟରେ ସବିଶେଷ ତଥ୍ୟ ରଖି ପୁଣି ଥରେ ଅବଗତ କରାଇଥିବା ବେଳେ ଅନ୍ୟ ସଦସ୍ୟ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହିତ ବ୍ୟକ୍ତିଗତ ଆଲୋଚନା ସମୟରେ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ବିଶ୍ୱାସ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ବିଶେଷକରି ଭାରତ-ଚୀନ୍‌‌ ସୀମା ଉତ୍ତେଜନା ଯେଭଁଭଳି ଭାବେ ଦ୍ୱିପାକ୍ଷିକ ବିଶ୍ୱାସ ଆଧାରିତ ଆଲୋଚନା ଜରିଆରେ ସଫଳ ହେଲା ତାହାର ଉଦାହରଣ ଦେଇ ଭବିଷ୍ୟତରେ ମଧ୍ୟ ଦୁଇରାଷ୍ଟ୍ର ମଧ୍ୟରେ ବିଶ୍ୱାସ ଓ ସହଯୋଗ ଆଧାରିତ ସମ୍ପର୍କକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀସିଂହ ପରାମର୍ଶ ଦେଇଛନ୍ତି। ଏହିକ୍ରମରେ ଚୀନ୍‌‌ ପ୍ରତିପକ୍ଷଙ୍କ ସହିତ ରାଜନାଥ ସିଂହ ଗତ ପାଞ୍ଚ ବର୍ଷ ମଧ୍ୟରେ ଚାରିଥର ଭେଟି ସମାନ କଥା ଦୋହରାଇଛନ୍ତି। ଆଡ୍‌‌ମିରାଲ୍‌‌ ଜୁନ୍‌‌ ମଧ୍ୟ ଆପୋସ ଆଲୋଚନା ଓ ବିଶ୍ୱାସ ବଳରେ ପ୍ରତିବେଶୀ ସମ୍ପର୍କ ସୁଦୃଢ଼ ହୋଇପାରିବ ଏବଂ ଏହାଦ୍ୱାରା ଆଞ୍ଚଳିକ ଓ ବିଶ୍ୱଶାନ୍ତି ସମ୍ଭବ ହୋଇପାରିବ ବୋଲି ସହମତ ହୋଇଛନ୍ତି। କିନ୍ତୁ ଏହି ଦୁଷ୍ଟ ରାଷ୍ଟ୍ର ତା’ର ପ୍ରତିଶ୍ରୁତି କେବେ ପାଳନ କରିବାର ଉଦାହରଣ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଅବସରରେ ରାଜନାଥ ସିଂହ ରୁଷ ପ୍ରତିପକ୍ଷଙ୍କୁ ଭେଟି ‘ଅପରେସନ୍‌‌ ସିନ୍ଦୂର’ରେ ରୁଷ୍‌‌ ନିର୍ମିତ ଏସ୍‌‌୪୦୦ ଏବଂ ସୁଖୋଇ ଲଢ଼ୁଆ ବିମାନର ପାରଦର୍ଶିତା ପାଇଁ କୃତଜ୍ଞତା ଜଣାଇଛନ୍ତି ଏବଂ ଆଗକୁ ମଧ୍ୟ ଏଭଳି ପ୍ରତିରକ୍ଷା ସହଯୋଗ ପାଇଁ ଆଶା ରଖିଛନ୍ତି। ଆମେରିକା ଏବେ ଯେଉଁଭଳି ଭାବେ ପାକିସ୍ତାନ ପଟକୁ ଢଳୁଛି ସେହି ଦୃଷ୍ଟିରୁ ପୁରୁଣା ମିତ୍ର ରାଷ୍ଟ୍ର ରୁଷ୍‌‌ର ସହଯୋଗ ଭାରତ ପାଇଁ ଏକାନ୍ତ ଆବଶ୍ୟକ।

‘ଅପରେସନ୍‌‌ ସିନ୍ଦୂର’ ପରବର୍ତ୍ତୀ ସମୟରେ ଭାରତ ତା’ର ବହୁଦଳୀୟ ରାଷ୍ଟ୍ରଦୂତମାନଙ୍କ ଜରିଆରେ ଯେଉଁ ବାର୍ତ୍ତା ବିଶ୍ୱ ସମୁଦାୟକୁ ଦେଇଥିଲା ସଦ୍ୟସମାପ୍ତ ଏସ୍‌‌ସିଓରେ ତାହାକୁ ପରୋକ୍ଷରେ ଦୋହରାଇଛି। ଏଥିସହିତ ପଡ଼ୋଶୀ ରାଷ୍ଟ୍ରଙ୍କୁ ଚେତାବନୀ ଦେଇଛି ଯେ ଆତଙ୍କବାଦ ନିରୋଧ କାର୍ଯ୍ୟକ୍ରମରେ ପ୍ରିୟାପ୍ରୀତିତୋଷଣ କିମ୍ବା ବଶମ୍ବଦତା ଆଦୌ ଗ୍ରହଣୀୟ ନୁହେଁ। ଆତଙ୍କର ମୂଳୋତ୍ପାଟନ ଏବଂ ଶାନ୍ତି ସହାବସ୍ଥାନ ପାଇଁ ଭାରତ ସହଯୋଗ କରିବାକୁ ସଦା ଆଗ୍ରହୀ। କିନ୍ତୁ ଏଥିରେ ପକ୍ଷପାତିତାକୁ ଭାରତ ଆଦୌ ବରଦାସ୍ତ କରିବ ନାହିଁ।

ମୂଲ୍ୟବୋଧର ସୁରକ୍ଷା
ଗତ ସାତଦିନ ମଧ୍ୟରେ ଦେଶରେ ଏଭଳି ତିନିଟି ଅଘଟଣ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସିଛି, ଯାହା ଆଜିର ସଭ୍ୟ ସମାଜ ଓ ଏକବିଂଶ ଶତାବ୍ଦୀର ମାନବ ସଭ୍ୟତା ପ୍ରତି ଏକ କଳଙ୍କ କହିବାର ଯଥାର୍ଥତା ରହିଛି। ଗଣମାଧ୍ୟମର ଦୃଷ୍ଟି ଆଢ଼ୁଆଳରେ ଦେଶରେ ପ୍ରତିକୋଣରେ ପ୍ରତିକ୍ଷଣରେ ଏଭଳି ଅନେକ ସ୍ପର୍ଶକାତର ଘଟଣା ଘଟୁଥିଲେ ମଧ୍ୟ ନିର୍ଯାତିତ ଓ ପୀଡ଼ିତମାନେ ଭାଗ୍ୟକୁ ଆଦରି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। କେଉଁଠାରେ ଦଳିତମାନଙ୍କର ଘର ପୋଡ଼ି ଦିଆଯାଉଛି ତ କେଉଁଠାରେ ନିଅାଁପାଣି ବାସନ୍ଦ କରାଯାଉଛି। ଏପରିକି ପିଇବା ପାଇଁ ପାଣିରୁ ମଧ୍ୟ ବଞ୍ଚିତ କରାଯାଉଛି। ସେଥିମଧ୍ୟରୁ କାଁ ଭାଁ କେତୋଟି ଘଟଣା ଗଣମାଧ୍ୟମ ଜରିଆରେ ପ୍ରତିଫଳିତ ହେଉଛି।

ନିକଟରେ ଘଟିଥିବା ସେଭଳି ସମ୍ବେଦନଶୀଳ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ଉତ୍ତରପ୍ରଦେଶରେ ଇଟାହ୍ୱା ଜିଲ୍ଳାର ଦାଦରପୁର ଗାଁରେ ଜଣେ ଦଳିତ ବ୍ୟକ୍ତି ପ୍ରବଚନ ଦେଉଥିବା ବେଳେ ସେଥିପାଇଁ ତାଙ୍କର ଅଧିକାର ଉପରେ ପ୍ରଶ୍ନ ଉଠାଇ କିଛି ଲୋକ ତାଙ୍କୁ ଅଧାମୁଣ୍ଡନ କରିବା ଓ ପରିସ୍ରା ପିଇବାକୁ ବାଧ୍ୟ କରିବା ସହିତ ମାଡ଼ ମାରିଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଦ୍ୱିତୀୟ ଘଟଣା ଘଟିଛି ଓଡ଼ିଶାରେ। ଅଭିଯୋଗ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସିଙ୍ଗିରି ଗ୍ରାମରେ ଦଳିତ ସମ୍ପ୍ରଦାୟର ଦୁଇଜଣ ବ୍ୟକ୍ତି ସେମାନଙ୍କ ଝିଅର ଶାଶୂଘରକୁ ଯୌତୁକ ଦେବା ପାଇଁ ତିନିଟି ଗାଈ ନେଇ ଯାଉଥିବା ବେଳେ କିଛି ଲୋକ ସେମାନଙ୍କୁ ଅଟକାଇ ଚାନ୍ଦା ଦାବି କରିଥିଲେ। ଚାନ୍ଦା ଦେବାକୁ ମନା କରିବାରୁ ସେମାନଙ୍କୁ ଗୋଚାଲାଣକାରୀ ଭାବେ ଅଭିଯୁକ୍ତ କରି ଅଧା ମୁଣ୍ଡନ କରାଇବା ସହିତ ନର୍ଦ୍ଦମା ପାଣି ପିଆଇବା ଏବଂ ପ୍ରାୟ ଦୁଇକିମି ପର୍ଯ୍ୟନ୍ତ ଆଣ୍ଠେଇ ଚାଲିବାକୁ ବାଧ୍ୟ କରିଥିଲେ। ଦୁଇଟିଯାକ ଘଟଣାରେ ପୁଲିସ୍‌‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ଓଡ଼ିଶା ଘଟଣାରେ ଦଳିତ ମହାସଭା ଆପତ୍ତି ଉଠାଇଥିବା ବେଳେ ଲୋକସଭା ବିରୋଧୀ ଦଳ ନେତା ରାହୁଲ୍‌‌ ଗାନ୍ଧୀ ଘଟଣାକୁ ନିନ୍ଦା କରିଛନ୍ତି।

ଉତ୍ତରପ୍ରଦେଶ ଘଟଣାରେ ମାନବାଧିକାର ଆୟୋଗ ରିପୋର୍ଟ ତଲବ କରିଛନ୍ତି। ତୃତୀୟ ଘଟଣା ଘଟିଛି ଏକ ଘରୋଇ ବିମାନ ଚଳାଚଳ ସଂସ୍ଥାରେ। ବିମାନରେ ତାଲିମ ନେଉଥିବା ଜଣେ ଅଧସ୍ତନଙ୍କୁ ଉପରିସ୍ଥ ଅଧିକାରୀ ଜାତିଆଣ ଆକ୍ଷେପ କରି ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି। ବିମାନ ସଂସ୍ଥା ପକ୍ଷରୁ ଜାତିଆଣ ଅଭିଯୋଗକୁ ଖଣ୍ଡନ କରାଯାଇଥିଲେ ମଧ୍ୟ ପୁଲିସ୍‌‌ ଏଫ୍‌‌ଆଇଆର ବଳରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜାତିଆଣର ଧୂଅାଁ ଯେ ଶିଳ୍ପ ଓ ସମ୍ଭ୍ରାନ୍ତ ଜଗତକୁ ମଧ୍ୟ ବ୍ୟାପୀଚାଲିଛି ତାହା ଉପରୋକ୍ତ ଘଟଣାରୁ ପ୍ରମାଣିତ ହୋଇଛି।

ବିଡ଼ମ୍ବନା ହେଉଛି ବିଶ୍ୱର ସର୍ବବୃହତ୍‌‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ତା’ର ସମ୍ବିଧାନର ୭୫ତମ ବର୍ଷ ପାଳନ କରୁଛି। ଦେଶ ସ୍ୱାଧୀନତାର ଅମୃତକାଳରେ ଯାତ୍ରା କରୁଛି। ରୂଢ଼ିବାଦୀ ପରମ୍ପରା ଅନ୍ଧବିଶ୍ୱାସ ଆଦିକୁ ପଛରେ ଛାଡ଼ି ବିଶ୍ୱଗୁରୁ ହେବା ପାଇଁ ଭାରତ ସ୍ୱପ୍ନ ଦେଖୁଛି। ଅଥଚ ଆଜି ମଧ୍ୟ ଆମ ସମାଜ ମଧ୍ୟଯୁଗୀୟ ରକ୍ଷଣଶୀଳତା ଓ ବର୍ବରତାରୁ ମୁକ୍ତି ପାଇନାହିଁ। ଆମ ସମ୍ବିଧାନର ଅନେକ ବିଶେଷତ୍ୱ ମଧ୍ୟରୁ ସ୍ୱତନ୍ତ୍ର ହେଲା ସମାଜର ନିମ୍ନସ୍ତରରେ ଥିବା ବର୍ଗଙ୍କ ବିକାଶ ଓ କଲ୍ୟାଣ। ଏହି ପୃଷ୍ଠଭୂମିରେ ସ୍ୱତଃ ପ୍ରଶ୍ନ ଉଠେ ଆମେ ୭୫ ବର୍ଷ ଭିତରେ ସମ୍ବିଧାନର ଏହି ମୌଳିକ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇଛୁ କି? ଇଟ୍‌‌ହ୍ୱା ଓ ଧରାକୋଟ ପରି ଘଟଣା ଭିଆଇ ଆମେ ଆମ ଦେଶଶାସନ ଓ ଗଣତନ୍ତ୍ରର ପବିତ୍ର ଗ୍ରନ୍ଥ ସମ୍ବିଧାନର ସ୍ୱତଃ ଅପମାନ କରୁନାହୁଁ କି? ସଂଯୋଗବଶତଃ ଏହି ଦୁଇଟି ଯାକ ରାଜ୍ୟ ନିକଟରେ ଦେଶରେ ଜରୁରୀ ପରିସ୍ଥିତି ଜାରି ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରିଛନ୍ତି। ତେଣୁ ଉକ୍ତ ଦିବସ ପାଳନର ଶବ୍ଦାର୍ଥ ଓ ତାତ୍ତ୍ୱିକ ଅନୁଶୀଳନ ଏବଂ ଦଳିତ ବିରୋଧୀ ଅଘଟଣକୁ ମିଶାଇ ତର୍ଜମା କଲେ ସାଧାରଣ ଭାବେ ଯେଉଁ ନିଷ୍କର୍ଷ ଆସୁଛି ତାହାର ସରଳ ଓ ସ୍ପଷ୍ଟ ବ୍ୟାଖ୍ୟା ଜରୁରୀ ମନେ ହୁଏ।

ପ୍ରାଚୀନ କାଳରୁ ବର୍ଣ୍ଣାଶ୍ରମ ଆଧାରରେ ଗଢ଼ି ଉଠିଥିବା ଭାରତୀୟ ସାମାଜିକ ବ୍ୟବସ୍ଥା ଓ ସାଂସ୍କୃତିକ ପ୍ରଥାରୁ ଯେ ଜାତିବାଦ ବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ସମ୍ପୂର୍ଣ୍ଣ ଲୋପ କରିଦିଆଯାଇପାରିବ ସେ କ୍ଷମତା ବା ସୁଯୋଗ ଆପାତତଃ କୌଣସି ଶାସନ ଓ ପ୍ରଶାସନର ଥିବା ପରି ମନେ ହେଉନାହିଁ। ତେଣୁ କୌଣସି ସରକାରଙ୍କୁ ଏଥିପାଇଁ ଆକ୍ଷେପ ବା ସମାଲୋଚନା କରିବା ବୃଥା। ଅନ୍ତତଃ ସ୍ୱାଧୀନତାର ଅମୃତକାଳ ମଧ୍ୟରେ ଜାତିବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡ଼ିବା ସମ୍ଭାବନା ଯେ ଆଦୌ ନାହିଁ, ତାହା ଆଗାମୀ ଜାତିଭିତ୍ତିକ ଜନଗଣନା ଘୋଷଣାରୁ ଜୋର ଦେଇ କହିହେଉଛି। ଆଇନ କାନୁ୍‌‌ନ ଓ ବିଧିବ୍ୟବସ୍ଥା ଯେତେ ସ୍ୱଚ୍ଛ, ସରଳ, ଉଦାର କିମ୍ବା କଠୋର ହେଲେ ମଧ୍ୟ ଆମ ଗଣତନ୍ତ୍ରର ନିର୍ବାଚନୀ-ସଂସ୍କୃତି ଜାତିବାଦକୁ ସମାପ୍ତ ହେବାକୁ ଦେବ ନାହିଁ – ଏହା ଅବଧାର୍ଯ୍ୟ। କେବଳ ଆରୋପ-ପ୍ରତ୍ୟାରୋପ, ଆଲୋଚନା-ସମାଲୋଚନା, ଆଲୋଡ଼ନ-ସମବେଦନାର କିଞ୍ଚିତ ଜଳଛିଞ୍ଚନ ଦ୍ୱାରା ଜାତିଆଣ ହିଂସା ଓ ଉତ୍ତେଜନା ସାମୟିକ ପ୍ରଶମିତ ହୋଇଯିବ ସିନା ପାଉଁଶ ତଳେ ଥିବା ନିଅାଁ କେବେ ଲିଭିବ ନାହିଁ। ସମୟ ସମୟରେ ଉସୁକାଣର ପବନରେ ତାହା ପୁଣି ଅଗ୍ନିସ୍ଫୁଲିଙ୍ଗ ପାଲଟୁଥିବ ଏବଂ ଇତିହାସରେ ଗୋଟିଏ ଲେଖାଏଁ କଳଙ୍କିତ ଅଧ୍ୟାୟ ଲେଖି ଚାଲିଥିବ।

ସାମାଜିକ ବ୍ୟବସ୍ଥାରୁ ଜାତିଆଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଲୋପ ନ ହେବା ପଛରେ ଅନେକ କାରଣ ରହିଛି। କିନ୍ତୁ ଏହା ଯଦି ଉଚ୍ଚଶିକ୍ଷିତ ଓ ସଭ୍ୟ ସମାଜର ପରିଚାୟକ କର୍ପୋରେଟ୍‌‌ କ୍ଷେତ୍ରକୁ ବ୍ୟାପିଥାଏ ତେବେ ତାହାର ପ୍ରତିକାର ଏକ ଉଦ୍‌‌ବେଗଜନକ ଓ ଜଟିଳ ପ୍ରସଙ୍ଗ। କର୍ପୋରେଟ୍‌‌ ଅର୍ଥନୀତିରେ ଜାତିବାଦକୁ ଅନୁଶୀଳନ କରି ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକର କହିଥିଲେ ଯେ ଅର୍ଥନୀତିରେ ଜାତିବାଦ ଶ୍ରମ ବିଭକ୍ତିକରଣ(ଡିଭିଜନ୍‌‌ ଅଫ ଲେବର) ନୁହେଁ, ବରଂ ଶ୍ରମିକଙ୍କ ବିଭକ୍ତିକରଣ(ଡିଭିଜନ୍‌‌ ଅଫ ଲେବରର)। ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ଭାରତୀୟ ସାମାଜିକ ବ୍ୟବସ୍ଥାରେ ଏଭଳି ତୀବ୍ର ବର୍ଣ୍ଣବୈଷମ୍ୟ ଓ ଜାତିଆଣ ମନୋଭାବରୁ ହିଁ ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥାଟି ଜନ୍ମ ନେଇଥିଲା, ଯାହା ହଟିବାର କୌଣସି ସମ୍ଭାବନା ଭବିଷ୍ୟତରେ ଦେଖାଯାଉନାହିଁ।

ଆମ ଧର୍ମଧାରଣା ବସୁଧୈବ କୁଟୁମ୍ବକମ୍‌‌ ଉପରେ ଆଧାରିତ। ସର୍ବଧର୍ମ ସମନ୍ୱୟ ଓ ଜାତି-ଧର୍ମ-ବର୍ଣ୍ଣ-ସମ୍ପ୍ରଦାୟ ଭାବନାର ଊର୍ଦ୍ଧ୍ବରେ ମାନବତାର ଉଦ୍‌‌ଘୋଷଣା କରୁଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ପତିତପାବନ ଜଗତରନାଥ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ବଡ଼ଦାଣ୍ଡକୁ ଆସିଛନ୍ତି। ଏହି ପତିତପାବନ ଯାତ୍ରାର ପବିତ୍ର ସନ୍ଦେଶ ଆମ ଜୀବନାଦର୍ଶ ହେଉ। ସବର୍ଣ୍ଣ-ଅସବର୍ଣ୍ଣ ବିଭେଦରୁ ଊର୍ଦ୍ଧ୍ବରେ ଆମ ଦୃଷ୍ଟିକୋଣ ଓ ମାନସିକତା ମାନବବାଦୀ ହେଉ। ମାନବତାର ସୁରକ୍ଷା ହୋଇପାରିଲେ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ସ୍ୱତଃ ହୋଇଯିବ।

ଅସୁରକ୍ଷିତ ମହିଳା
ଭାରତ ଆସୁଥିବା ଆମେରିକାର ପର୍ଯ୍ୟଟକଙ୍କୁ ତାଙ୍କ ଦେଶର ବୈଦେଶିକ ମନ୍ତ୍ରଣାଳୟ ଯଥାସମ୍ଭବ ସତର୍କ ରହିବାକୁ ଚେତାବନୀ ଦେଇଛି। ଭାରତକୁ ହଠାତ କାହିଁକି ଅସୁରକ୍ଷିତ ରାଷ୍ଟ୍ର ରୂପେ ପରିଗଣିତ କରାଗଲା ତାହା ଯେକୌଣସି ଭାରତୀୟଙ୍କ ସକାଶେ ଚିନ୍ତା ଓ ଉଦ୍‌‌ବେଗର ବିଷୟ। ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟ ପ୍ରତି ବିଶେଷ ସତର୍କ ରହିବାକୁ ସେହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ଆମ ଦେଶରେ ଓଡ଼ିଶା ଅପେକ୍ଷାକୃତ ଅଧିକ ଶାନ୍ତିପ୍ରିୟ ରାଜ୍ୟ ଓ ଭାଇଚାରା ସମ୍ପର୍କରେ ବିଶ୍ୱାସୀ। ସେଥିରେ ଆମେରିକା ହଠାତ୍‌‌ କଳଙ୍କ ଲେପିଲା କାହିଁକି? ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବା ସକାଶେ ରାଜ୍ୟବାସୀ ୨୪ ବର୍ଷର ଲୋକପ୍ରିୟ ସରକାରରେ ପରିବର୍ତ୍ତନ ଘଟାଇଥିଲେ ବୋଲି ବ୍ୟାଖ୍ୟାନ ସୃଷ୍ଟି କରାଯାଉଛି। ଯେଉଁ ସତର୍କତା ଚେତାବନୀ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ତାହା କ’ଣ ଆମ ଅସ୍ମିତାର ପରିପନ୍ଥୀ ନୁହେଁ?

ଏତେ ସବୁ କାହିଁକି ମଧ୍ୟରେ ଏବେ ଆସିବା ଅସଲ କଥାକୁ। ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଅଛି ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ। ରାଜ୍ୟବାସୀଙ୍କ ସୁରକ୍ଷା ଓ ନିରାପତ୍ତା ଦାୟିତ୍ୱ ସେ ନିଜେ ସମ୍ଭାଳୁଛନ୍ତି। ତେଣୁ ବିଦେଶୀ ପର୍ଯ୍ୟଟକଙ୍କ ଯାତାୟତ ଓ ରହଣିରେ ସ୍ୱାଭାବିକ ଭାବେ କିଛି ଅସୁବିଧା ବା ପ୍ରତିବନ୍ଧକ ରହିବା କଥା ନୁହେଁ। ଆମେରିକା ସରକାରଙ୍କ ଦ୍ବାରା ସେମାନଙ୍କ ନାଗରିକଙ୍କ ସକାଶେ ଜାରି ପର୍ଯ୍ୟଟନ ଚେତାବନୀରେ ଦର୍ଶାଯାଇଛି ଯେ ଭାରତରେ ସବୁଠାରୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅପରାଧ ମଧ୍ୟରେ ଦୁଷ୍କର୍ମ ସ୍ଥାନ ସର୍ବାଗ୍ରେ। ପର୍ଯ୍ୟଟନ ସ୍ଥଳୀ ଓ ତାହାର ଆଖପାଖ ଅଞ୍ଚଳରେ ଯୌନ ନିର୍ଯାତନା ଓ ଅନ୍ୟାନ୍ୟ ଅପରାଧ ବଢ଼଼ୁଛି। ଏଭଳି ଅସୁରକ୍ଷିତ ପରିବେଶରେ ଯଥେଷ୍ଟ ସାବଧାନତା ଅବଲମ୍ବନ ନ କଲେ ପ୍ରତିକୂଳ ପରିସ୍ଥିତିର ଶିକାର ହେବା ଆଶଙ୍କା ଅଧିକ। ଅନ୍ୟ ଏକ ବିପଦର କାରଣ ହେଲା ଆତଙ୍କବାଦୀ ବିନା ଚେତାବନୀରେ କେବଳ ବିଦେଶୀ ପର୍ଯ୍ୟଟକ ନୁହନ୍ତି ସ୍ଥାନୀୟ ଅଧିବାସୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥା’ନ୍ତି। ସେମାନଙ୍କ ଟାର୍ଗେଟ୍‌‌ରେ ଅଛି – ପର୍ଯ୍ୟଟନସ୍ଥଳ, ପରିବହନ କେନ୍ଦ୍ର ଓ ସପିଙ୍ଗ ମଲ୍‌‌। ବିଦେଶାଗତଙ୍କୁ ଏ ସବୁ ସ୍ଥାନକୁ ତ ଯିବା ସକାଶେ ବାରଣ କରାଯାଇପାରିବନି। ଯଦି ବା ବାରଣ କରାଯାଏ ତେବେ ସେମାନେ ଭାରତ ଆସିବେ କହିଁକି? ସବୁଠାରୁ ଉଲ୍ଲେଖନୀୟ ଦିଗ ହେଲା ମହିଳାଙ୍କ ଏକୁଟିଆ ଯାତ୍ରା ନ କରିବାକୁ ବାରଣ କରାଯାଇଛି। ଏଥିରୁ ସ୍ପଷ୍ଟ ଯେ ନାରୀଜନିତ ଅପରାଧ ଭାରତରେ ସବୁଠାରୁ ଦ୍ରୁତିଗତିରେ ବୃଦ୍ଧି ପାଇଛି। ଦୁଷ୍କର୍ମ ଓ ଯୌନ ନିର୍ଯାତନା ସୀମା ଅତିକ୍ରମ କରିଛି।

ଏ ସବୁ ଯେ କେବଳ ସହରାଞ୍ଚଳରେ ସୀମିତ ଅଛି ଏକଥା ନୁହେଁ। ଗ୍ରାମାଞ୍ଚଳ ମଧ୍ୟ ଅପରାଧୀଙ୍କ ଚରାଭୂଇଁ ପାଲଟୁଥିବାର ନିର୍ଦ୍ଦେଶାବଳୀର ନିର୍ଯାସରୁ ସ୍ପଷ୍ଟ ହେଉଛି। ବିଶେଷ ଭାବେ ଗ୍ରାମାଞ୍ଚଳ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। କାରଣ ସେହି ଅଞ୍ଚଳରେ ଜରୁରୀକାଳୀନ ସେବା ଯୋଗାଇ ଦେବାରେ ଆମେରିକାର ସୀମିତ କ୍ଷମତା ରହିଛି। ପୂର୍ବ ମହାରାଷ୍ଟ୍ର ଓ ଉତ୍ତର ତେଲଙ୍ଗାନାଠାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏହି ବିପଦପୂର୍ଣ୍ଣ ଅଞ୍ଚଳ ପରିବ୍ୟାପ୍ତ। ଭାରତରେ କାର୍ଯ୍ୟରତ ଆମେରିକୀୟ କର୍ମଚାରୀ ବିନା ସ୍ୱତନ୍ତ୍ର ଅନୁମତିରେ ସହାୟତା ଯୋଗାଇବାକୁ ସେଠାରେ ପହଞ୍ଚି ପାରିବେ ନାହିଁ। ଜାମ୍ମୁ-କାଶ୍ମୀର ଓ ଭାରତ-ପାକିସ୍ତାନ ସୀମାର ସମ୍ବେଦନଶୀଳ ଅଞ୍ଚଳ ସବୁଠାରୁ ଅଧିକ ବିପଦପୂର୍ଣ୍ଣ ହୋଇଥିବା ବେଳେ ବିନା ଅନୁମତିରେ ଯାତ୍ରା କରିବାକୁ ବାରଣ କରାଯାଇଛି। ଏହି ଅନୁମତି ସାପେକ୍ଷ ରାଜ୍ୟ ମଧ୍ୟରେ ଅଛି ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼଼, ପଶ୍ଚିମବଙ୍ଗ ଓ ମେଘାଳୟ। ସତର୍କ ଓ ଚେତବାନୀର ଯେଉଁ କାରଣ ଆମେ ଆଗରୁ ଦର୍ଶାଇଛୁ ତାହା ଏହି ରାଜ୍ୟଗୁଡ଼ିକ କ୍ଷେତ୍ରରେ ପ୍ରଯୁଜ୍ୟ।

ଆମ ରାଜ୍ୟରେ ଦୁର୍ଷ୍କମ ଓ ଯୌନ ନିର୍ଯାତନା କ୍ରମାଗତ ବଢ଼଼ି ଚାଲିଥିବା ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟରୁ ସ୍ପଷ୍ଟ। ତେବେ ସରକାରୀ ରିପୋର୍ଟରେ ଏହା ହ୍ରାସ ଘଟିଥିବା ଦର୍ଶାଯାଇଛି। ଗତ ବିଧାନସଭା ଅଧିବେଶନରେ ବିରୋଧୀ ଦଳ ପକ୍ଷରୁ ଏହି ପ୍ରସଙ୍ଗ ଉପସ୍ଥାପନା କରି ଗୃହ କମିଟି ମାଧ୍ୟମରେ ବ୍ୟବସ୍ଥା ଓ କାର୍ଯ୍ୟଧାରାରେ ସଂଶୋଧନ ଆଣିବାକୁ ପରାମର୍ଶ ଦିଆଯାଇଥିଲା। ଗତ ମାର୍ଚ୍ଚ ୭ ତାରିଖରେ କଂଗ୍ରେସ ଦର୍ଶାଇଥିଲା ଯେ ୮ ମାସ ମଧ୍ୟରେ ୫୪ଟି ଗଣଦୁଷ୍କର୍ମ ମାମଲା ରାଜ୍ୟରେ ହୋଇଥିଲେ ହେଁ ଡବଲ୍‌‌ ଇଞ୍ଜିନ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। କିନ୍ତୁ ବିଧାନସଭାରେ ବିରୋଧୀ ଦଳର ଆକ୍ଷେପ ଓ କଟୁକ୍ତିର ଉତ୍ତର ଦେଇ ସରକାର ଦର୍ଶାଇଥିଲେ ଯେ ୨୦୨୪ ଜୁନ୍‌‌ ୧୨ରେ ବିଜେପି ସରକାର ରାଜ୍ୟରେ କ୍ଷମାସୀନ ହୋଇଥିଲେ। ଗତ ଜୁନ୍‌‌ରୁ ଚଳିତ ବର୍ଷ ଫେବୃଆରୀ ମାସ ମଧ୍ୟରେ ନାରୀଜନିତ ଅପରାଧ ସଂଖ୍ୟା ୨୨, ୯୪୧ ହୋଇଥିବା ବେଳେ ପୂର୍ବବର୍ଷ ଏହି ସମୟରେ ଅନୁରୂପ ଅପରାଧ ସଂଖ୍ୟା ଥିଲା ୨୩, ୯୪୪। ତେଣୁ ଅପରାଧ ସଂଖ୍ୟା ୪.୧ ପ୍ରତିଶତ ହ୍ରାସ ପାଇଛି। ତେବେ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଥିଲେ ଯେ ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡିତ କରାଯିବା କ୍ଷେତ୍ରରେ ପରିଲକ୍ଷିତ ଶୀଥିଳତା ଚିନ୍ତାଜନକ। ପରିସଂଖ୍ୟାନର କୁହୁକ ଯାହା ହେଉନା କାହିଁକି ସାମାଜିକ ଓ ପାରିବାରିକ ଜୀବନରେ ଶୃଙ୍ଖଳା ଫେରିବା ଜରୁରୀ। ଉପୁଜିଥିବା ପରିସ୍ଥିତିର ପ୍ରତିବାଦରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା ଆୟୋଜନ କରାଯାଇଥିବାର ପରିଲକ୍ଷିତ ହୋଇଛି।

ଆମେରିକୀୟ ପ୍ରଶାସନ ଏହି ତେଚାବନୀ ସମ୍ପର୍କରେ ଉଲ୍ଲେଖ କଲା ବେଳେ ଟ୍ରମ୍ପଙ୍କ ଦୋମୁହାଁ ନୀତି ଓ ଭାରତ ବିରୋଧ କୂଟନୈତିକ ଗୋଟିଚାଳନା ସ୍ୱତନ୍ତ୍ର ଆଲେଚନା ଦାବି କରେ। ପହଲ୍‌‌ଗାମରେ ପାକ୍‌‌ ପ୍ରାୟୋଜିତ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିବା ଘଟଣାରେ ବିଶ୍ୱ ସମୁଦାୟର ଦୁଃଖ ଓ କ୍ଷୋଭ ପ୍ରକାଶ ଆମେରିକାକୁ ବିଚଳିତ କରିପାରିଲାନି। ପାକ୍‌‌ ଆତଙ୍କବାଦୀ ବିରୋଧରେ ଭାରତର ‘ଅପରେସନ୍‌‌ ସିନ୍ଦୂର’ ଏକ ନିର୍ଣ୍ଣାକୟ ସ୍ଥିତିରେ ଥିବା ବେଳେ ପାକିସ୍ତାନକୁ ଆନ୍ତର୍ଜାତିକ ସ୍ତରରେ ସହାୟତା ଓ ସମର୍ଥନ ଦେଇଛି ଟ୍ରମ୍ପ ପ୍ରଶାସନ। ସେହି ପ୍ରଶାସନ ପକ୍ଷରୁ ଘୋଷିତ ନିର୍ଦ୍ଦେଶାବଳୀରେ ଭାରତରେ ଆତଙ୍କବାଦୀ ପ୍ରତି ସତର୍କ ରହିବାକୁ ଆମେରିକାର ପର୍ଯ୍ୟଟକଙ୍କୁ ତେବାବଦୀ ନିଆଯାଇଛି। ଆମକୁ ଏଠରେ ପ୍ରଶ୍ନ କରିବାକୁ ପଡ଼ୁଛି ଯେ ଆତଙ୍କବାଦୀ କିଏ ଓ କାହା ପ୍ରରୋଚନରେ ଭାରତରେ ସେ କାର୍ଯ୍ୟକଳାପ ଜାରି ରଖିଛନ୍ତି? ଏ ପ୍ରକାର ଦୋ ମୁହାଁ ନୀତି ବିରୋଧରେ ଭାରତ ମଧ୍ୟ ଆନ୍ତର୍ଜାତିକ ଫୋରମ୍‌ରେ ଆମେରିକାର ମୁଖା ଖୋଲିବା ଉଚିତ।

ଏହା ସତ୍ତ୍ବେ ମହିଳାଙ୍କୁ ମର୍ଯ୍ୟାଦାଜନକ ଜୀବନ ଜିଇଁବାକୁ ଦିଆଯିବା ଉଚିତ। ସେମାନଙ୍କ ଉପରେ ହେଉଥିବା ନିର୍ଯାତନା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହାକୁ କେନ୍ଦ୍ର କରି ରାଜନୀତି କରିବା ଅପେକ୍ଷା ମାନବୀୟ ମୂଲ୍ୟାବୋଧକୁ ସୁରକ୍ଷା ଦେବା ଦିଗରେ ଦଳମତ ନିର୍ବିଶେଷର କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ମଧ୍ୟ ଜରୁରୀ। ମାତୃଜାତିର ସୁରକ୍ଷା ଓ ସମ୍ମାନ ପାଇଁ କେବଳ ସୁଭଦ୍ରା ଯୋଜନା ନୁହେଁ, ଅନୁରୂପ ଭାବେ ସାମାଜିକ ନିରାପତ୍ତା ବଳୟ ସୃଷ୍ଟି କରିବା ଉଚିତ।

ଶକ୍ତି ଓ ଶାନ୍ତି
ଅଣୁଅସ୍ତ୍ର ପ୍ରସାରଣ ନିରୋଧ ଚୁକ୍ତିରେ ସ୍ୱାକ୍ଷର କରିଥିବା ଇରାନ୍‌ର ଆଣବିକ କାର୍ଯ୍ୟକ୍ରମ ନେଇ କ୍ରମାଗତ ଭାବେ ଆପତ୍ତି ଦର୍ଶାଇ ଆସିଛନ୍ତି ଆମେରିକା, ଇସ୍ରାଏଲ୍‌‌ ଓ ସେମାନଙ୍କ ସହଯୋଗୀ ୟୁରୋପୀୟ ରାଷ୍ଟ୍ର ସମୂହ। ଅପରପକ୍ଷରେ ସେମାନଙ୍କ ଅଭିଯୋଗ ସପକ୍ଷରେ କୌଣସି ପ୍ରମାଣ ନଥÒବା ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ)ସ୍ପଷ୍ଟ କରିଛି। ଏହାସତ୍ତ୍ବେ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍‌‌ର ପ୍ରାଧାନ୍ୟ ଓ ପତିଆରା ସୁନିଶ୍ଚିତ କରିବା ଏବଂ ଇରାନ୍‌‌ର ତୈଳଭଣ୍ଡାର ଓ ପ୍ରାକୃତିକ ବାଷ୍ପ ଉପରେ ଏକଚାଟିଆ ଅଧିକାର ଜାହିର କରିବା ସକାଶେ ଆମେରିକାର କ୍ରମାଗତ ଉଦ୍ୟମର ପ୍ରତିଫଳନ ଘଟିଛି ସାମ୍ପ୍ରତିକ ଘଟଣାକ୍ରମରେ। ଇରାନ୍‌‌ରେ ନେତୃତ୍ବ ପରିବର୍ତ୍ତନ ମାଧ୍ୟମରେ ତାହାର ପ୍ରାକୃତିକ ସମ୍ପଦକୁ ନିୟନ୍ତ୍ରଣାଧୀନ କରିବାର ଅଭିପ୍ରାୟ ଏହି ବିବାଦର ମୂଳ ମଞ୍ଜି। ଜୁନ୍‌‌ ୧୩ ତାରିଖରେ ଇସ୍ରାଏଲ୍‌‌ର ଅତର୍କିତ ଆକ୍ରମଣରେ ଇରାନ୍‌‌ ସେନାବାହିନୀର କେତେଜଣ ପ୍ରମୁଖ ଅଧିକାରୀ ଓ ଆଣବିକ ବୈଜ୍ଞାନିକ ନିହତ ହେବା ସହ ଇରାନ୍‌ର ଆଣବିକ କେନ୍ଦ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପରବର୍ତ୍ତୀ ପ୍ରତିଶୋଧାତ୍ମକ ଆକ୍ରମଣରେ ଇରାନ୍‌‌ର ବାଲାଷ୍ଟିକ୍‌‌ ସୁପରସୋନିକ୍‌‌ କ୍ଷେପଣାସ୍ତ୍ର ଇସ୍ରାଏଲ୍‌ରେ ଯେଉଁ ବିପର୍ଯ୍ୟୟ ଘଟାଇଛି ତାହା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌‌ ନେତାନ୍ୟାହୁଙ୍କ ନିଦ ହଜାଇ ଦେଇଛି। ଇସ୍ରାଏଲ୍‌ବାସୀ ବଙ୍କରରେ ଆଶ୍ରୟ ନେବାର ବାଧ୍ୟବାଧକତା ସୃଷ୍ଟି ହୋଇଛି। ଏହି ଅସହାୟ ପରିସ୍ଥିତିରେ ସାହାଯ୍ୟ କରିବା ସକାଶେ ଆମେରିକା ରବିବାର ଇରାନ୍‌‌ର ଆଣବିକ କେନ୍ଦ୍ର ଉପରେ ଯେଉଁ ପାତାଳଭେଦୀ ବୋମା ମାଡ଼ କରିଛି ତାହାର ପରିଣାମର ଭୟାବହତା ସମ୍ପର୍କରେ ଚିନ୍ତା କଲେ ମନେ ହେଉଛି ମଧ୍ୟପ୍ରାଚ୍ୟ ହିଁ ତୃତୀୟ ବିଶ୍ୱଯୁଦ୍ଧର କେନ୍ଦ୍ରସ୍ଥଳ ପାଲଟିବ।

ଇସ୍ରାଏଲ୍‌‌ ଓ ଇରାନ୍‌‌ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଜେନେଭାରେ ଇଂଲଣ୍ଡ, ଫ୍ରାନ୍ସ ଓ ଜର୍ମାନୀ ସହ ଇରାନ୍‌ ବୈଦେଶିକ ମନ୍ତ୍ରୀ ଅାବାସ୍‌ ଆରାଗ୍‌ଛି ଆଲୋଚନା କରିଥିବା ବେଳେ ଆମେରିକା ଏହି ଅତର୍କିତ ଆକ୍ରମଣ କରିଛି। ଅପ୍ୟପକ୍ଷରେ ଜି୭ ବୈଠକରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦର୍ଶାଇ ଆମେରିକା ଫେରି ଆସିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁରକ୍ଷା ଅଧିକାରୀଙ୍କ ସହ ଇରାନ୍‌‌ ପ୍ରସଙ୍ଗରେ ଆଲୋଚନା ପରେ ଆପୋସ ସମାଧାନ ସକାଶେ ଦୁଇସପ୍ତାହ ସମୟ ନେଇ ପୁଣି ତାହାର ଖିଲାପ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ଏହି ଯୁଦ୍ଧ ବା ସାମରିକ କାର୍ଯ୍ୟକଳାପର ଅବସାନ ପାଇଁ ଯେଉଁ ସୁଯୋଗ ଥିଲା ତାହାର ପରିସମାପ୍ତି ଘଟିଛି। ଇରାନ୍‌ର ଆଣବିକ କେନ୍ଦ୍ର ଉପରେ ଆମେରିକା ପାତାଳଭେଦୀ ବୋମା ଜି ବିୟୁ-୫୭ ବୋମା ମାଡ଼ କରିବା ପରେ ଇରାନ୍‌‌ର ବୈଦେଶିକ ମନ୍ତ୍ରୀ ଆବାସ୍‌ କହିଛନ୍ତି ଯେ ଆଣବିକ ନିରସ୍ତ୍ରୀକରଣ ଚୁକ୍ତିରୁ ତାଙ୍କ ଦେଶ ଓହରି ଆସିବ। ଦେଶର ସାର୍ବଭୌମତା ଏବଂ ନାଗରିକଙ୍କ ନିରାପତ୍ତା ରକ୍ଷା ପାଇଁ ଇରାନ୍‌‌ ସାମରିକ ମୁକାବିଲା କରିବାକୁ ବାଧ୍ୟ ହେବ। ଅପରପକ୍ଷରେ ଆମେରିକାର ସର୍ବଶକ୍ତିମାନ ପାତାଳଭେଦୀ ବେମା ଇରାନ୍‌‌ ଆଣବିକ କାର୍ଯ୍ୟକ୍ରମରେ କୌଣସି କ୍ଷତି ଘଟାଇପାରିନାହିଁ। ଏହି ଆକ୍ରମଣର ୪୮ ଘଣ୍ଟା ପୂର୍ବରୁ ୟୁରାନିୟମ ଓ ଗବେଷଣା ଯନ୍ତ୍ରପାତିକୁ ଇରାନ୍‌ ସ୍ଥାନାନ୍ତର କରିଦେଇଥÒବା କୁହାଯାଉଛି। ତଥାକଥିତ ଶକ୍ତିଶାଳୀ ବୋମାମାଡ଼ରେ ୟୁରାନିୟମ ତେଜଷ୍କ୍ରିୟ ରଶ୍ମି ବିକିରଣ ହୋଇନାହିଁ। ତେଣୁ ଆଣବିକ କେନ୍ଦ୍ର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ବସବାସ କରୁଥିବା ଲୋକଙ୍କୁ ଇରାନ୍‌ ସରକାର ନିର୍ଭୟ ରହିବାକୁ ପରାମର୍ଶ ଦେଇଛନ୍ତି।

ଆମେରିକାର ଏହି ପ୍ରତ୍ୟକ୍ଷ ଆକ୍ରମଣ ପୂର୍ବରୁ ଇରାନ ସମ୍ଭାବ୍ୟ ବିପଦକୁ ଟାଳିବା ସକାଶେ ଯେଉଁ ପଦକ୍ଷେପ ଗ୍ରହଣ କଲା, ତାହାର ପୃଷ୍ଠଭାଗରେ ଆଉ କିଛି ମସୁଧା ନାହିଁ। ଏହାକୁ ନେଇ ନାନା କଥା ଓ ନାନା ବିଚାର ଚାଲିଛି। ଇସ୍ରାଏଲ୍‌‌ର ହାଇଫା ବନ୍ଦର, ରାଜଧାନୀ ତେଳ୍‌‌ ଆଭିଭ୍‌‌, ସାମରିକ ଓ ଷ୍ଟ୍ରକ୍‌‌ ମାର୍କେଟ୍‌‌ କାର୍ଯ୍ୟାଳୟ ଏବଂ ମୋସାଦ୍‌‌ ମୁଖ୍ୟାଳୟ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରି ଇରାନ୍‌‌ ଯେଉଁ ବିପର୍ଯ୍ୟୟ ଘଟାଇଛି ତାହା ପାଶ୍ଚାତ୍ୟ ସମ୍ବାଦ ସରବରାହ ସଂସ୍ଥାରେ ସ୍ଥାନ ନ ପାଇଲେ ମଧ୍ୟ ଟ୍ରମ୍ପ୍‌‌ ନିକଟରେ ନିଶ୍ଚୟ ସଠିକ୍‌‌ ଖବର ଥିବ। ଇସ୍ରାଏଲ୍‌‌ର ଅଭେଦ୍ୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆଇରନ୍‌‌ ଡୋମ୍‌‌ ଇରାନ୍‌‌ର କ୍ଷେପଣାସ୍ତ୍ରକୁ ଅଟକାଇ ନ ପାରିବା ସମସ୍ତଙ୍କୁ ବିସ୍ମିତ କରିଛି। ଆମେରିକାର ଆକ୍ରମଣ ପରେ ଇରାନ୍‌‌ ପୁଣି ଜୋରଦାର ଅଧିକ କ୍ଷମତାସମ୍ପନ୍ନ କ୍ଷେପଣାସ୍ତ୍ର ମାଡ଼ କରି ଇସ୍ରାଏଲ୍‌‌ର ବିପୁଳ କ୍ଷୟକ୍ଷତି ଘଟାଇଛି। ନେତାନ୍ୟାହୁ ଭାବିଥିଲେ ପରିସ୍ଥିତିର ଗୁରୁତ୍ୱ ଅନୁଭବ କରି ଇରାନ୍‌‌ ଚପିଯିବ। କିନ୍ତୁ ତାହା ଇସ୍ରାଏଲ୍‌‌ ସକାଶେ ଅଧିକ ବିନାଶକାରୀ ସାବ୍ୟସ୍ତ ହୋଇଛି। ମଧ୍ୟପ୍ରାଚ୍ୟର କାତାର, ଓମାନ୍‌‌, ସାଉଦୀ ଆରବ ଓ ଆରବ ଏମିରେଟ୍‌‌ସରେ ଥିବା ୪୦ ହଜାର ଆମରେିକୀୟ ସେନା ଓ ଯୁଦ୍ଧ ବିମାନ ସମେତ ଅନ୍ୟାନ୍ୟ ସାମରିକ ସରଞ୍ଜାମ ପ୍ରତି ମଧ୍ୟ ବିପଦର ଆଶଙ୍କା ଅଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ପାଣ୍ଠି ଯେଗାଣ ଓ ସମର୍ଥନ ବିନିମୟରେ ଇସ୍ରାଏଲ୍‌କୁ ‌ ସମର୍ଥନ ଦେବା ସହିତ ଆମେରିକା ଯୁନ୍ଧକୁ ଓହ୍ଲାଇଛି। ନେତାନ୍ୟାହୁଙ୍କୁ ଖୁସି କରିବା ପାଇଁ ଟ୍ରମ୍ପଙ୍କ ଇଏ ଏକରକମ କାରସାଦିପୂର୍ଣ୍ଣ କାର୍ଯ୍ୟକଳାପ ନଥÒଲା ତ? ଏହି ପ୍ରଶ୍ନଠାରୁ ଅଧିକ କ’ଣ ଚିନ୍ତା କରାଯାଇପାରେ? ଯଦି ଆମେରିକା ପୂର୍ଣ୍ଣ ଯୁଦ୍ଧ ପାଇଁ ରଣକ୍ଷେତ୍ରକୁ ଓହ୍ଲାଇ ପଡ଼ିବ, ତେବେ ଇରାନ୍‌‌ ସମର୍ଥନରେ ରୁଷିଆ, ଚୀନ୍‌‌ ଓ ଉତ୍ତରକୋରିଆ ସମ୍ମୁଖ ଯୁଦ୍ଧକୁ ଓହ୍ଲାଇ ଆସିବା କିଛି ବିଚିତ୍ର ନୁହେଁ। ଯେତେଦୂର ମନେ ହୁଏ ଇରାନ୍‌‌ର ପାଲଟା ଜବାନ୍‌‌ରେ ଇସ୍ରାଏଲ୍‌‌ର ଆଗକୁ ସ୍ଥିତି କ’ଣ ହେଉଛି ତାହାକୁ ଟ୍ରମ୍ପ ପୁଣି କିଛିଦିନ ସମୟ ଦେଇ ତାହା ଉପରେ ନିଘା ରଖିବେ। ସମ୍ପର୍କ ଦାୟରେ ସମଗ୍ର ବିଶ୍ୱକୁ ଯୁଦ୍ଧ ଘନଘଟାରେ ସାମିଳ୍‌‌ କରିବା ଔଚିତ୍ୟ ନେଇ ସେ ନିଶ୍ଚୟ ଚିନ୍ତା କରିବେ।

ଇରାନ୍‌‌ରେ ସଦ୍ଦାମ ହୁସେନ୍‌‌ଙ୍କ ନେତୃତ୍ୱ ପରିବର୍ତ୍ତନ ପାଇଁ ମିଥ୍ୟା ଆରୋପକୁ ଆଳ କରି ଆମେରିକା ଯେଉଁ ଯୁଦ୍ଧ କରିଥିଲା ତାହାକୁ ଇରାନ୍‌‌ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରିବ। ତେେବ ସଫଳତା ହାସଲ କରିବା ଏତେ ସହଜ ହେବନି। ତିନିବର୍ଷ ଧରି ରୁଷ ୟୁକ୍ରେନ୍‌‌ ଯୁଦ୍ଧ ଚାଲିଛି। ନାଟୋ ସହଯୋଗୀମାନେ ସମସ୍ତ ପ୍ରକାର ସାମରିକ ସହଯୋଗ ଯୋଗାଉଥିଲେ ମଧ୍ୟ ୟୁକ୍ରେନ୍‌‌ର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଭିଏତ୍‌ନାମଠାରୁ ଆରମ୍ଭ କରି ଆଫଗାନିସ୍ତାନ ପର୍ଯ୍ୟନ୍ତ କେଉଁଠାରେ ଜିତାପଟ ହାସଲ କରିନାହିଁ ଆମେରିକା। ବିନିମୟରେ ବିପୁଳ ଅର୍ଥ ଓ ସାମରିକ ଶକ୍ତି ଅପଚୟ କରିଛି। ଧର୍ମୀୟ ଶାସନ ବ୍ୟବସ୍ଥା ସତ୍ତ୍ବେ ଇରାନ୍‌‌ବାସୀ ବେଶ୍‌‌ ପ୍ରଗତିଶୀଳ ବୈଷୟିକ ଜ୍ଞାନକୌଶଳରେ ଧୁରୀଣ। ସେମାନେ ଏବେ ରାଷ୍ଟ୍ରବାଦରେ ଉଦ୍‌‌ବୁଦ୍ଧ ହୋଇ ଦେଶ ପାଇଁ ଲଢ଼ିବାକୁ ବଦ୍ଧପରିକର। ସମୟ କହିବ ଏ ଯୁଦ୍ଧର ଗତି କେଉଁ ଆଡ଼କୁ ଯିବ। ଶକ୍ତି ପ୍ରୟୋଗ କରି ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠାର ଯେଉଁ ସ୍ପନ୍ନ ନେତାନ୍ୟାହୁ ଦେଖୁଛନ୍ତି ତାହା ସାକର ହେବା ଏତେ ସହଜ ନୁହେଁ।

ଦୂଷିତ ଓ ବିଷାକ୍ତ
ଦେଶ ଦୁନିଆ ବହୁତ ଆଗେଇଲାଣି। ଲୋକଙ୍କ ରୁଚି ଓ ଚଳଣି ମଧ୍ୟ ବଦଳି ଗଲାଣି। ଘରୁ ଗୋଡ଼କାଢ଼ିଲେ ବଜାରଘାଟରୁ ୧୦ ଟଙ୍କା ଓ ୨୦ ଟଙ୍କାରେ ପାଣି କିଣି ପିଉଛୁ। ବଜାରରୁ ଆପଣା ରୁଚି ଅନୁଯାୟୀ ଜଳଖିଆ କିଣି ଖାଉଛୁ। ଏହା କେବଳ ସହରାଞ୍ଚଳରେ ସୀମିତ ନାହିଁ। ସହରତଳି ଗ୍ରାମୀଣ ପରିବେଶରେ ସେହି ଏକାପ୍ରକାରର ଜୀବନଯାତ୍ରା। ମାତ୍ର ଆମେ କେବେ ବିଚାର କରିଛେ ଯେଉଁ ବଟଲର ପ୍ଲାଣ୍ଟରୁ ପାଣି ଆସି ବଜାରରେ ବିକ୍ରି ହେଉଛି ତାହାର ମାନ କ’ଣ? ପାଟି ସୁଆଦ ପାଇଁ ରାସ୍ତାକଡ଼ରେ ବିକ୍ରି ହେଉଥିବା ଚଟ୍‌ପଟି ଖାଦ୍ୟ ନିର୍ବିଚାରରେ ଖାଇଚାଲିଛୁ। କ୍ରେତା ଓ ବିକ୍ରେତା କେହି ସ୍ୱାସ୍ଥ୍ୟ ପ୍ରତି ସଚେତନ ନୁହନ୍ତି। ନ ହେଲେ ରାଜ୍ୟର ଆଗୁଆ ଜିଲ୍ଲା ଯାଜପୁରଠାରୁ ଆରମ୍ଭ ହୋଇଥିବା ଡାଏରରିଆ ୧୦ଟି ଜିଲ୍ଲାକୁ ସଂକ୍ରମିତ ହୋଇ ନଥା’ନ୍ତା। ହଜାର ହଜାର ରୋଗୀ ଶଯ୍ୟା ସୁବିଧା ଥାଇ କି ନ ଥାଉ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ପଡ଼ି ନଥା’ନ୍ତେ। କେନ୍ଦ୍ରୀୟ ପ୍ରତିନିଧି ଦଳ ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି। ସଂକ୍ରମଣ କାରଣ ହେଉଛି ଦୂଷିତ ପାୀନୟ ଜଳ ଓ ବିଷାକ୍ତ ଖାଦ୍ୟ। ସମଗ୍ର ବିଶ୍ୱରୁ କଲେରା ବା ହଇଜା ବିଲୁପ୍ତ ହେବାକୁ ବସିଥିବା ବେଳେ ଓଡ଼ିଶାେର ୧୬ ଜଣ ରୋଗୀଙ୍କଠାରେ ଏହି ଜୀବାଣୁ ଥିବାର ପରିଲକ୍ଷିତ ହୋଇଛି। ଏ କଥା ସତ ଯେ ବର୍ଷାଋତୁ ଆସିବା ପରେ କିଛି ଅଞ୍ଚଳରେ ଝାଡ଼ାବାନ୍ତି ରୋଗ ପରିଲକ୍ଷିତ ହୁଏ। କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟକୁ ମୌସୁମୀର ବିଧÒବଦ୍ଧ ଆଗମନ ହୋଇନି। କିନ୍ତୁ ଡାଏରିଆ ମାଡ଼ି ଚାଲିଛି ଗୋଟିକ ପରେ ଗୋଟିଏ ଜିଲ୍ଲାକୁ।

ସରକାର ମାନନ୍ତୁ କି ନ ମାନନ୍ତୁ ରାଜ୍ୟରେ ୨୩ରୁ ଊର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି ଓ ହଇଜାରେ ମଲେଣି। ଅଥଚ ବିକଶିତ ରାଜ୍ୟର ସ୍ୱପ୍ନ ଦେଖାଇ ଲୋକଙ୍କୁ ଭୁଅାଁ ବୁଲାଇବାରେ ଟିକିଏ ବି ହେଳା କରୁନାହାନ୍ତି ସରକାର। ଗ୍ରାମାଞ୍ଚଳ କଥା ଛାଡ଼ନ୍ତୁ, ସମସ୍ତ ସହରାଞ୍ଚଳକୁ ମଧ୍ୟ ଏ ଯାଏଁ ପାଇପ ଯୋଗେ ପାନୀୟ ଜଳଯୋଗାଣ ଆରମ୍ଭ ହୋଇନି। ଏ ଦିଗରେ ଆରମ୍ଭ ହୋଇଥିବା କାର୍ଯ୍ୟକୁ ସରକାର ବଦଳିବା ପରେ ବନ୍ଦ ରଖାଯାଇଛି। ପଞ୍ଚାୟତ ସ୍ତରରେ ମୁଣ୍ଡ ଟେକିଥିବା ପାଣି ଟାଙ୍କି ସେମିତି ଶୁଖିଲା ପଡ଼ିଛି। ନଳକୂପ ଖନନ କାର୍ଯ୍ୟ ପ୍ରତି ନିଘା ନାହିଁ। ବର୍ଷ ପୂର୍ତ୍ତି ଉତ୍ସବରେ ସରକାର ମାତିଛନ୍ତି, ସଭାସମିତିରେ ଡବଲ୍‌‌ ଇଞ୍ଜିନ ସରକାରର ଗୁଣଗାନ କରିଚାଲିଛନ୍ତି। ଅଥଚ ରାଜ୍ୟରେ ଡାଏରିଆ ମହାମାରୀର ରୂପ ନେଉଛି। କେନ୍ଦ୍ରୀୟ କମିଟି ରିପୋର୍ଟରେ ଦିଆଯାଇଥିବା ପରାମର୍ଶକୁ ପଢ଼଼ିଲେ ବା ଶୁଣିଲେ ସରମରେ ମୁଣ୍ଡ ନୋଇଁଯାଉଛି। ନିଜ ସ୍ଥାନକୁ ଠିକଣା ରୂପେ ନିରୂପଣ କରିପାରୁ ନଥିବା ସରକାର ବିକାଶ ଯୋଜନାରେ ମିଛ ବାହୁସ୍ଫୋଟ ମାରିଚାଲିଛନ୍ତି। ଏହାକୁ କେବଳ ସମୟର ବିଡ଼ମ୍ବନା କହିବା ନି ତ ଆଉ କ’ଣ କହିବା?

ରାଜନୈତିକ ବାଛବିଚାରର ସମ୍ମୁଖୀନ ହୋଇଛି ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି। ପୂର୍ବ ସରକାରଙ୍କ ଉନ୍ନୟନ କାର୍ଯ୍ୟ ସେମିତି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। କାରଣ ଆଞ୍ଚଳିକ ସ୍ତରରେ ଏବେ ମଧ୍ୟ ବିରୋଧୀ ଦଳର ପ୍ରାଧାନ୍ୟ ରହିଛି। ଏହି ଉନ୍ନୟନ କାର୍ଯ୍ୟରେ ସର୍ବାଧିକ ଗୁରୁତ୍ୱ ପାନୀୟ ଜଳ ଯୋଗାଣକୁ ଦିଆଯାଉ ନ ଥିବାରୁ ତାହା ଏବେ ସବୁଠାରୁ ଅଧିକ ଅବହେଳିତ ଅବସ୍ଥାରେ ପହଞ୍ଚିଛି। ସରକାର ଅପେକ୍ଷା କରିଛନ୍ତି ପରବର୍ତ୍ତୀ ନିର୍ବାଚନକୁ। ତାଙ୍କ ଦଳ ପଞ୍ଚାୟତ ସ୍ତରରେ କ୍ଷମତାକୁ ଆସିଲେ ହିଁ ଅର୍ଥ ମଞ୍ଜୁର କରାଯିିବ। ଆମକୁ ଏଠାରେ ମନେ ରଖିବାକୁ ହେବ ଯେ ଶାସନ ବ୍ୟବସ୍ଥା ଏକ ନିରଙ୍କୁଶ ପ୍ରବାହ। ଦଳୀୟ କ୍ଷମତା ନିର୍ବିଶେଷରେ ଏହି ପ୍ରବାହକୁ ଜାରି ରଖିବାକୁ ପଡ଼ିବ। ଏବେ ଯେତେବେଳେ କୁହାଯାଉଛି ଜଳ ଉତ୍ସକୁ ଯାଞ୍ଚ କରି ବିଶୋଧନ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ, ତାହାକୁ କିଏ କିପରି କରିବ? ଅବଶ୍ୟ ପଞ୍ଚାୟତି ରାଜ୍ୟ ବିଭାଗ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରି ବ୍ୟବସ୍ଥାକୁ ସୁଧାରିବା ବ୍ୟତୀତ ଅନ୍ୟ ଗତି ନାହିଁ। ତୃଣମୂଳସ୍ତରରେ ତାହାର ସକ୍ରିୟତା ଓ ବ୍ୟୟବହୁଳତାକୁ ନେଇ କିଛି ମତାମତ ନ ଦେବା ଭଲ। କର୍ତ୍ତୃପକ୍ଷ ଯେଉଁ ଜଳ ଉତ୍ସ କଥା ଉଲ୍ଲେଖ କରିଛନ୍ତି ସେଥିରେ ସହରାଞ୍ଚଳ ମଧ୍ୟ ଆସୁଛି। ନଦୀକୂଳରେ ମୁଣ୍ଡ ଟେକିଥିବା ଅଧିକାଂଶ ସହରର ପାନୀୟ ଜଳ ଆବଶ୍ୟକତା ପୂରଣ କରିଥାଏ ସେହି ନଦୀଜଳ। ଆମ ରାଜ୍ୟରେ ଏମିତି କୌଣସି ନଦୀ ନାହିଁ, ଯାହାର ଜଳ ପ୍ରଦୂଷିତ ଓ ବିଷାକ୍ତ ନୁହେଁ। ତାହାକୁ ପାନୀୟ ଜଳ ରୂପେ ବ୍ୟବହାର କରାଯାଉଥିବା ବେଳେ ଉପଯୁକ୍ତ ବିଶୋଧକ ପ୍ରତି କର୍ତ୍ତୃପକ୍ଷ ଉଚିତ ଧ୍ୟାନ ଦେଉଛନ୍ତି ତ? ସରକାର ନିର୍ବିଶେଷରେ ଏମିତି କିଛି କଥା ଅଛି, ଯାହାର ସାର୍ବଜନିନ ଆଭିମୁଖ୍ୟର ଗୁରୁତ୍ୱ ସବୁକାଳେ ରହିଛି। ଏ କ୍ଷେତ୍ରରେ ରାଜନୈତିକ ପକ୍ଷପାତିତା ରହିବା ଉଚିତ ନୁହେଁ।

ଆମ ସହରୀଜୀବନରେ ପରିଲକ୍ଷିତ ପରିବର୍ତ୍ତନ ଦୃଷ୍ଟି କଟୁ ଲାଗିଲେ ମଧ୍ୟ ତାହାକୁ ସମସ୍ତେ ଏକପ୍ରକାର ବରଦାସ୍ତ କରିବାକୁ ବାଧ୍ୟ ହେଉଛନ୍ତି। ଏମିତି ଦେଖିବାକୁ ଗଲେ ଏବେକାର ପରିବାର ଓ ସଂସାର ଛୋଟିଆ। ଜଞ୍ଜାଳ ମଧ୍ୟ ଅପେକ୍ଷାକୃତ କମ୍‌‌। ଏ ସବୁ ସତ୍ତ୍ବେ ରୋଷେଇ ପ୍ରତି ଅନାଗ୍ରହ ପ୍ରାୟ ଅଧିକାଂଶ ପରିବାରରେ ଅନୁଭୂତ ହେଉଛି। ଜଳଖିଆଠାରୁ ରାତ୍ରିଭୋଜନ ପର୍ଯ୍ୟନ୍ତ ସବୁ ସେହି ରାସ୍ତାକଡ଼ର ଦୋକାନ ଉପରେ ନିର୍ଭରଶୀଳ। ତାହାର ଖାଦ୍ୟୋପଯୋଗିତା ପ୍ରତି କାହାର ନଜର ନାହିଁ। ’ପାଟି ସୁଆଦ ଓ ରୋଗ ବରାଦ’ ନୀତିରେ ସମସ୍ତେ ଅଗ୍ରସର। ମୁହଁରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ପରସ୍ପରଙ୍କୁ ପରାମର୍ଶ ଦେଉଥିଲେ ମଧ୍ୟ କର୍ମରଙ୍କୁଣା ମାନସିକତା ମଣିଷକୁ ଏତେ ନିକମା କରିଦେଇଛି ଯେ ଅର୍ଥ ବିନିମୟର ରୋଗ କିଣୁଛି। ଏବେ ଯେଉଁ ଝାଡ଼ାବାନ୍ତି ଓ ହଇଜା ସଂକ୍ରମଣ ବୃଦ୍ଧି ପାଇଛି, ତାହା ପଛରେ ଏହା ଅନ୍ୟତମ କାରଣ। ସରକାରୀ କଳର ଯାଞ୍ଚ ଓ ବିଶୋଧନ ପ୍ରକ୍ରିୟା ପରିସ୍ଥିତିକୁ କେତେ ଶୀଘ୍ର ସୁଧାରି ପାରିବ ସେ ନେଇ ସନ୍ଦେହ ରହିଛି। ବଡ଼ କଥା ହେଉଛି ସ୍ୱାସ୍ଥ୍ୟ ସତେଚତନତା ପ୍ରଥମେ ଘରୁ ଆରମ୍ଭ ହେବା ଉଚିତ। ତା’ ପରେ ଯାଇ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା।

ଦୂଷିତ ଜଳ ଓ ବିଷାକ୍ତ ଖାଦ୍ୟ ସମ୍ପର୍କରେ ଉଲ୍ଳେଖ କଲା ବେଳେ ଆମେ ନିଜକୁ ସୁଧାରିବାର ଯେଉଁ ସୁଯୋଗ ଅଛି ସେଥିପ୍ରତି ଯଥେଷ୍ଟ ସଚେତନ ହେବା ଜରୁରୀ। ସହରୀ ଜୀବନରେ ଘରେ ଘରେ ପାନୀୟ ଜଳ ବିଶୋଧନ ବ୍ୟବସ୍ଥା ଥିଲେ ମଧ୍ୟ ବାହାରୁ ଥଣ୍ଡାପାନୀୟ ପିଇବାର ଅଭ୍ୟାସକୁ ଆମେ ଛାଡ଼ିପାରୁନାହାନ୍ତି। ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ଉଭୟ ଥଣ୍ଡାପାନୀୟ ଓ ରାସ୍ତାକଡ଼ର ପାଟିସୁଆଦ ଖାଦ୍ୟ ଲାଳସା ତ୍ୟାଗ କରିବା ଆବଶ୍ୟକ। ଏହିଦୃଷ୍ଟିରୁ ଗ୍ରାାମଞ୍ଚଳର ସ୍ଥିତି ବର୍ଷା ଦିନରେ ଆହୁରି ସାଂଘାତିକ। ତେଣୁ ପିଇବା ପାଣି ଫୁଟାଇବା ସହ ହାଲୋଜେନ୍‌‌ ବଟିକା ବ୍ୟବହାର କରାଯାଇପାରେ। ଏ ସବୁକୁ ବାଦ୍‌‌ ଦେଲେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଳା ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁଠାରେ ପର୍ଯ୍ୟାପ୍ତ ଔଷଧ ବ୍ୟବସ୍ଥା ସହ ଚିକିତ୍ସା ଓ ସେବା ପାଇଁ ସରକାର ଡାକ୍ତର ଓ ପାରାମେଡିକାଲା ଷ୍ଟାଫ୍‌‌ ନିଯୁକ୍ତିକୁ ଅଗ୍ରାଧିକାର ଦେବା ଉଚିତ। ଏ କ୍ଷେତ୍ରରେ ସରକାର କେତେଦୂର ସକ୍ଷମ ହେବେ ସେ ନେଇ ଏବେ ମଧ୍ୟ ସନ୍ଦେହ ରହିଛି।

ପ୍ରତୀକ୍ଷିତ ସୁମାରି
କରୋନା ମହାମାରୀର ପ୍ରତିକୂଳ ପରିବେଶରେ ୨୦୨୧ରେ ହେବାକୁ ଥିବା ଜନଗଣନା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ତେଣୁ ଦଶବର୍ଷର ବ୍ୟବଧାନରେ ହେବାକୁ ଥିବା ଜନଗଣନା ୧୬ ବର୍ଷ ପରେ ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଯାଉଛି। ଭୌଗୋଳିକ ଦୃଷ୍ଟିରୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥÒବା ବରଫାବୃତ୍ତ ଲଦାଖ, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଜନସୁମାରି ୨୦୨୬ ଅକ୍ଟୋବର ୧ରୁ ଆରମ୍ଭ ହେବ। ଗତ ସୋମବାର ଏଥିସକାଶେ କେନ୍ଦ୍ର ସରକାର ଗେଜେଟ୍‌‌ ବିଜ୍ଞପ୍ତି ଜାରି କରିଛନ୍ତି। ୧୯୪୮ ଜନଗଣନା ଆଇନ ଧାରା ୩ ଓ ୧୯୯୦ ନିୟମାବଳୀ ଭିତ୍ତିରେ ଏହି ଜନସୁମାରି କରାଯିବ। ଏହି ବିଜ୍ଞପ୍ତି ଜାରି ପରବର୍ତ୍ତୀ ସମୟଠାରୁ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ କୌଣସି ଥାନା, ଜିଲ୍ଲା, ତହସିଲ ପରିସର ବୃଦ୍ଧି କରାଯାଇପାରିବ ନାହିଁ।

ଆଗାମୀ ଜନଗଣନା ଏହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଯେ ଜନସୁମାରି ସହିତ ଏକାସଙ୍ଗରେ ଜାତି ଗଣନା ହେବ। ପୁଣି ଏହି ଜନଗଣନା ଆଧାରରେ ସଂସଦ ଓ ବିଧାନସଭା ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ହେବାର ସମ୍ଭାବନା ରହିବ ଏବଂ ବିଧାନପାଳିକାରେ ମହିଳାଙ୍କ ସକାଶେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବାଟ ଫିଟିବ। ଲୋକସଭା ଓ ବିଧାନସଭା ନିର୍ବାଚନମାନଙ୍କରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ସୁବିଧା ପ୍ରଦାନ ସକାଶେ ସରକାରଙ୍କ ପକ୍ଷରୁ ଆଗତ ପ୍ରସ୍ତାବ ସଂସଦରେ ଗୃହୀତ ହୋଇଥିବା ବେଳେ ତାହାର କାର୍ଯ୍ୟକାରିତା ନେଇ ବିଭିନ୍ନ ମହଲରେ ସନ୍ଦେହ ଉଙ୍ଗି ମାରିଥିଲା। ସେତେବେଳେ ଯେଉଁମାନେ ଏହାକୁ ବିରୋଧ କରୁଥିଲେ ସେମାନେ ଆଇନର ଦାୟରେ ପଡ଼ି ମହିଳା ପ୍ରାର୍ଥୀ ଦେବାକୁ ବାଧ୍ୟ ହେବେ।

ସେହିଭଳି ଗତ ସାଧାରଣ ନିର୍ବାଚନରେ ବିରୋଧୀ ଦଳ ପକ୍ଷରୁ ଜାତିଭିତ୍ତିକ ଜନଗଣନାକୁ ଏକ ପ୍ରମୁଖ ପ୍ରସଙ୍ଗ କରାଯାଇଥିଲା। ଏପରିକି କେତେକ ବିରୋଧୀ ଦଳ ଶାସିତ ରାଜ୍ୟରେ ଜାତିଭିତ୍ତିକ ଜନସୁମାରି ମଧ୍ୟ କରାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତିଆଣ ରାଜନୀତିକୁ ବଳ ଦେବା ପାଇଁ ଏ ଦିଗରେ ଉଦ୍ୟମ କରି ଯେଉଁ ଜନମତ ସୃଷ୍ଟି କରିଥିଲେ ତାହାର ପ୍ରଭାବ ମଧ୍ୟ ଗତ ଲୋକସଭା ନିର୍ବାଚନରେ ଅନୁଭୂତ ହୋଇଥିଲା। ଜାତି ଆଧାରରେ ଜନଗଣନା ଦାବିକୁ ଭିତ୍ତି କରି ଜାତୀୟ ରାଜନୀତିରେ ସୃଷ୍ଟି ହୋଇଥିବା ବିବଦମାନ ପରିସ୍ଥିତିର ଅବସାନ ପାଇଁ ଏହା ସପକ୍ଷରେ ସରକାରଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିଥିଲା। ତେଣୁ ଜନଗଣନା ବିଜ୍ଞପ୍ତିର ଯଥେଷ୍ଟ ପୂର୍ବରୁ(ଏପ୍ରିଲ୍‌‌ ୩୦)ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟପାର କମିଟି ବୈଠକରେ ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା। ତେବେ ଏହାର ଆଧାରଶିଳାକୁ ନେଇ ବିଭିନ୍ନ ମହଲରେ ମତଭେଦ ଜାରି ରହିଛି। ଜାତି ଆଧାରରେ ଜନଗଣନା ଓ ତାହା ଭିତ୍ତିରେ ସଂରକ୍ଷଣ ସୁବିଧା ପ୍ରଦାନକୁ ନେଇ ପୁଣି ଯେ ବିବାଦ ମୁଣ୍ଡ ନ ଟେକିବ ଏ କଥା ନୁହେଁ। ମଣ୍ଡଳ ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ଏେବ ବି ମନରୁ ଲିଭିନାହିଁ।

ଅନ୍ୟ ଏକ ଦିଗ ହେଲା, ଜନଗଣନା ରିପୋର୍ଟ ଭିତ୍ତିଭୂମିରେ ଲୋକସଭା ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କରାଯିବାର ଯେଉଁ ସୁଯୋଗ ରହିଛି ତାହାକୁ ଭିତ୍ତି କରି ପୁଣି ଏକ ବିଭାଜନର ସୀମାରେଖା ଟାଣିଲା ଭଳି ପରିସ୍ଥିତି ଉପୁଜିବ। ଏଥିମଧ୍ୟରେ ଏହାର ପ୍ରାକ୍‌‌ ସୂଚନା ମିଳିସାରିଲାଣି। ଗୋଟିଏ ପକ୍ଷରେ ଦେଶର ଜନବିସ୍ଫୋରଣକୁ ରୋକିବା ପାଇଁ ସରକାରୀ କାର୍ଯ୍ୟକ୍ରମକୁ ସଫଳ କରିଥିବା ରାଜ୍ୟ ସମୂହ ଏବଂ ଅନ୍ୟପକ୍ଷରେ ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ଘଟାଇଥିବା ଅନଗ୍ରସର ରାଜ୍ୟ। ସଂସଦରେ ପ୍ରତିନିଧିତ୍ୱ ବୃଦ୍ଧି ଓ ହ୍ରାସ ଭଳି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗ ମୁଣ୍ଡ ଟେକିବା ଏକପ୍ରକାର ଥୟ। ଏନ୍‌‌ଡିଏ ସରକାର ପ୍ରମୁଖ ସହଯୋଗୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିକଟରେ ଏହି ସମ୍ଭାବନା ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କାରଣ ତାଙ୍କ ରାଜ୍ୟ ମଧ୍ୟ ଏହି ଫର୍ମୁଲାରେ କ୍ଷତିଗ୍ରସ୍ତ ହେବ। ଅଥଚ କ୍ଷମତା ରାଜନୀତିର ସମ୍ଭାବନା ଦୃଷ୍ଟିରୁ ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ସରକାର ସାଲିସ୍‌‌ କରିବା ପ୍ରଶ୍ନ ଉଠୁନାହିଁ।

ଏ କଥା ଅସ୍ବୀକାର କରିବାର ନାହିଁ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସଂଖ୍ୟା ଅନୁପାତରେ ପ୍ରତିନିଧିତ୍ୱ ଅଧÒକାରକୁ ଏଡ଼ାଇ ଯିବା ସମ୍ଭବ ନୁହେଁ। କିନ୍ତୁ ସମୟର ଆବ୍ୟଶ୍ୟକତା ଦୃଷ୍ଟିରୁ ସମୃଦ୍ଧିର ଦିଗ ନିର୍ଣ୍ଣୟ କରିବାରେ ଅସଫଳ ରାଜ୍ୟକୁ ଅଧିକ ପ୍ରତିନିଧିତ୍ୱ ସୁଯୋଗ ଦେବା କେତେଦୂର ସମୀଚୀନ ତାହା ମଧ୍ୟ ବିଚାର୍ଯ୍ୟ। ଯଦି ଆଶଙ୍କା ଅନୁରୂପ ସୀମା ପୁନଃନିର୍ଦ୍ଧାରଣ ବେଳେ ଜନସଂଖ୍ୟାର ଘନତ୍ବ ଗୁରୁତ୍ବ ଲାଭ କରିବ ତେବେ ସରକାର ଗଠନରେ ସଂଖ୍ୟା ରାଜନୀତି ପୁଣି ପ୍ରଭାବ ବିସ୍ତାର କରିବ। ଏହି ବିବଦମାନ ପ୍ରସଙ୍ଗକୁ ଯଥାସମ୍ଭବ ଦୂରେଇ ରଖÒବା ପାଇଁ ୧୯୭୧ ମସିହାରୁ ଲୋକସଭା ଅାସନ ସଂଖ୍ୟା ଅପରିବର୍ତ୍ତିତ ରଖିବାକୁ ଅତୀତର ସରକାରମାନେ ବାଧ୍ୟ ହୋଇଛନ୍ତି। ଆଗାମୀ ଜନଗଣନା ପରେ କେନ୍ଦ୍ର ସରକାରଙ୍କ ଆଗରେ ଏହିସବୁ ଆହ୍ବାନ ସୃଷ୍ଟି ହେବ।

ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥÒବା ଅାଗାମୀ ଜନଗଣନା ପାଇଁ କେନ୍ଦ୍ରୀୟ ବଜେଟ୍‌ରେ ୩, ୭୬୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବାସଗୃହ ଗଣତି ଓ ଦ୍ୱିତୀୟ ପର୍ଯ୍ୟାୟରେ ଲୋସଂଖ୍ୟା ଗଣତି କରାଯିବ। ଏଥିରେ ପରିବାର ଓ ବ୍ୟକ୍ତିଗତ ‌‌ସମ୍ପତ୍ତି, ଆୟ, ଆୟର ଉତ୍ସ, ଜାତି, ଉପଜାତି ଏବଂ ସାମାଜିକ ଓ ସାଂସ୍କୃତିକ ଦିଗ ସମ୍ପର୍କରେ ତଥ୍ୟ ରହିବ। ଜନଗଣନା ପରିଚାଳନା ସକାଶେ ୩୪ ଲକ୍ଷ ତଥ୍ୟ ସଂଗ୍ରାହକ ଓ ତଦାରଖକାରୀଙ୍କୁ ନିଯୁକ୍ତି ଦିଆଯିବ ଏବଂ ୧.୩ ଲକ୍ଷ ଜନଗଣନା ଅଧିକାରୀ ସମ୍ପୃକ୍ତ ରହିବେ। ଆମ ଦେଶରେ ସ୍ୱାଧୀନତା ପୂର୍ବରୁ ୧୮୮୧ ରୁ ଜନଗଣନା କରାଯାଉଛି। ସେହି ଆଧାରରେ ସମ୍ପ୍ରତି ଜନଗଣନା ବିଜ୍ଞପ୍ତି ଷୋଡ଼ଶ ହୋଇଥିଲେ ମଧ୍ୟ ସ୍ୱାଧୀନତା ପରେ ଆମ ସରକାରଙ୍କ ଦ୍ୱାରା ପରିଚାଳିତ ଏହା ଅଷ୍ଟମ ସଂସ୍କରଣ।

ମୁଦ୍ରାସ୍ପୀତି ଓ ଯୁଦ୍ଧସ୍ଥିତି
ଖାଉଟି ମୁଦ୍ରାସ୍ପୀତି ହାର ଗତ ୭୫ ମାସ ମଧ୍ୟରେ ସବୁଠାରୁ ନିମ୍ନସ୍ତରରେ ରହିଥିବା ଯେଭଳି ଆଶା ଓ ଆଶ୍ୱାସନାର ବିଷୟ ସେହିଭଳି ମଧ୍ୟପ୍ରାଚ୍ୟର ଉତ୍ତେଜନା ଏବେ ଯେଉଁସ୍ତରରେ ପହଞ୍ଚିଛି ସେଥିରେ ଆଗକୁ ଘୋର ଅନିଶ୍ଚିତତାର ସମ୍ମୁଖୀନ ହେବା ଆଶଙ୍କା ଘୋର ଚିନ୍ତା ଓ ଉଦ୍‌‌ବେଗର ଆଉ ଏକ ବିଷୟ। ଏପ୍ରିଲ୍‌‌ ମାସରେ ଖାଉଟି ମୁଦ୍ରାସ୍ଫୀତି ହାର ୩.୨ ପ୍ରତିଶତ ଥିବା ବେଳେ ତାହା ମେ’ ମାସରେ ୨.୮ ପ୍ରତିଶତକୁ ହ୍ରାସ ପାଇଛି। କ୍ରମାଗତ ଗତ ୪ ମାସ ଧରି ଖାଉଟି ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ କମ୍‌‌ ରହିଛି। ସରକାରୀ ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି ଯେ ଗତ ୪୩ ମାସ ମଧ୍ୟରେ ଖାଦ୍ୟଶସ୍ୟର ମୂଲ୍ୟ ସବୁଠାରୁ ନିମ୍ନସ୍ତରରେ ରହିଛି। ତେବେ ଅନ୍ୟସବୁ ପ୍ରମୁଖ ସାମଗ୍ରୀର ମୁଦ୍ରାସ୍ଫୀତି ଗତ ୧୯ ମାସ ମଧ୍ୟରେ ସବୁଠାରୁ ଉଚ୍ଚରେ ଅଛି। ତେଣୁ ସାମଗ୍ରିକ ଭାବେ ବିଚାର କଲେ ମୁଦ୍ରାସ୍ପୀତି ହାର ଏବେ ୩ ପ୍ରତିଶତ ହୋଇଛି ବୋଲି ଧରି ନେବାକୁ ହେବ। ରବି ଫସଲ ଅମଳ ଆଶାନୁରୂପ ହୋଇଥିବା ବେଳେ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବାର ସମ୍ଭାବନା ଦୃଷ୍ଟିରୁ ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ନିୟନ୍ତ୍ରିତ ସ୍ତରରେ ରହିବା ନେଇ ବିଶେଷଜ୍ଞମାନେ ଆଶାବାଦୀ ହୋଇପଡ଼ିଛନ୍ତି। ଆମକୁ ଏଠାରେ କହିବାକୁ ପଡ଼ୁଛି ଯେ ଏହା ଶେଷ କଥା ନୁହେଁ। ଇସ୍ରାଏଲ୍‌‌ ଓ ଇରାନ୍‌‌ ମଧ୍ୟରେ ଯେଉଁ ଯୁଦ୍ଧ ଘନଘଟା ମୁଣ୍ଡ ଟେକିଛି ତାହା ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ଊଣା। ତେଣୁ ବିଶ୍ୱ ବଜାରରେ ସମ୍ଭାବ୍ୟ ତୈଳ ସଙ୍କଟ ଅର୍ଥନୀତିକୁ ନିଶ୍ଚୟ ପ୍ରଭାବିତ କରିବ। ଅନ୍ୟପକ୍ଷରେ ଆମେରିକା ବାଣିଜ୍ୟ ନୀତି ମଧ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ ସମ୍ଭାବନାର ଯେଉଁ ଅଙ୍କକଷା ଯାଉଛି ତାହା କେତେଦିନ ସ୍ଥିର ରହିବ ସେ ନେଇ ଘୋର ସନ୍ଦେହ ମୁଣ୍ଡ ଟେକିଛି।

ମଧ୍ୟପ୍ରାଚ୍ୟରେ ଉପୁଜିଥିବା ଉତ୍ତେଜନା ଏବେ ଯୁଦ୍ଧ ଘନଘଟା ଆଡ଼କୁ ମୁହାଁଇଛି। ପରିସ୍ଥିତି ଯାହା ସେଥିରେ ହଠାତ୍‌‌ ଶାନ୍ତି ଫେରିବାର ସମ୍ଭାବନା ଊଣା। ରବିବାର ଓମାନରେ ଇରାନ୍‌‌ର ପମାଣୁ କାର୍ଯ୍ୟକ୍ରମ ନେଇ ଏକ ବୁଝାମଣାରେ ଉପନୀତ ହେବା ସକାଶେ ଆପୋସ ଆଲୋଚନା ସ୍ଥିରୀକୃତ ହୋଇଥିବା ବେଳେ ତାହାର ଦୁଇଦିନ ପୂର୍ବରୁ ଇସ୍ରାଏଲ୍‌‌ର ଦୁଇଶହ ଯୁଦ୍ଧ ବିମାନ ଯେଭଳି ଅତର୍କିତ ଭାବେ ଇରାନ୍‌‌ ଉପରେ ଆକ୍ରମଣ କଲା, ତାହା ଅାସ୍ଥା ଓ ବିଶ୍ୱାସକୁ ତୁଟାଇ ଦେଇଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ତୁରନ୍ତ ପ୍ରତିକ୍ରିୟା ଥÒଲା ‘ଏକ୍ସଲେଣ୍ଢ(ଚମତ୍କାର)। ମୁଁ ଆକ୍ରମଣ ସମ୍ପର୍କରେ ଆଗୁଆ ତଥ୍ୟ ପାଇଥିଲି।’ ତେଣୁ ଆମେରିକାର ଇଙ୍ଗିତରେ ଆପୋସ ଆଲୋଚନା ପୂର୍ବରୁ ଇରାନ୍‌‌ର ଆଣବିକ କାର୍ଯ୍ୟକ୍ରମକୁ ଧ୍ୱଂସ କରିଦେବା ସକାଶେ ଯୋଜନା ପ୍ରସ୍ତୁତ ହୋଇଥିଲା। ଏ କଥା ସତ ଯେ ଇରାନ୍‌‌ର ସାମରିକ ମୁଖ୍ୟଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ଓ ଆଣବିକ ବିଶେଷଜ୍ଞ ବା ବୈଜ୍ଞାନିକ ପ୍ରାଣ ହରାଇଛନ୍ତି। ଏଠାରେ ଉଲ୍ଳେଖ କରାଯାଇପାରେ କି ଇରାନ୍‌‌ରେ ନେତୃତ୍ୱ ପରିବର୍ତ୍ତନ ପାଇଁ ମୁଣ୍ଡ ଟେକିଥିବା ଆନ୍ଦୋଳନ ଏହି ଘଟଣା ପରେ ନିରବ ହୋଇଯାଇଛି। ସମଗ୍ର ଦେଶବାସୀ ଖେମିନିଙ୍କ ନେତୃତ୍ୱରେ ଲଢ଼ିବା ସକାଶେ ଐକ୍ୟବଦ୍ଧ ହୋଇଛନ୍ତି। ନିଜର ସବୁକିଛି ବିନିମୟରେ ଲଢ଼ିବାକୁ ଶପଥ ନେଇଥିବା ଇରାନବାସୀ ଏପ୍ରକାର ପ୍ରତାରଣା  ଉଚିତ ଜବାବ ଦେବା ସକାଶେ ପ୍ରସ୍ତୁତ ଥିବା ସ୍ପଷ୍ଟ ହୋଇଛି। ଉଭୟ ପକ୍ଷଙ୍କ ପାଲଟା ଆକ୍ରମଣ ପରିସ୍ଥିତିକୁ ଆହୁରି ସଙ୍ଗିନ କରିଛି। ତେଣୁ ଯୁଦ୍ଧ ଥମିବାର ସମ୍ଭାବନା ନାହିଁ। ଏହାଫଳରେ ମଧ୍ୟପ୍ରାଚ୍ୟରେ ତୈଳ ଉତ୍ପାଦନ ହ୍ରାସ ପାଇବା ସ୍ୱାଭାବିକ। ତାହାର ପ୍ରତିକୂଳ ପ୍ରଭାବ ଭାରତ ସମେତ ସମଗ୍ର ବିଶ୍ୱରେ ଅନୁଭୂତ ହେବ। ସେ ଦୃଷ୍ଟିରୁ ଆମେ ମୁଦ୍ରାସ୍ଫୀତିର ଯେଉଁ ଅଙ୍କ କଷୁଷେ ତାହା କେତେଦିନ ବଳବତ୍ତର ରହିବ ସେ ନେଇ ସନ୍ଦେହ ଉଙ୍କିମାରିବା ସ୍ୱାଭାବିକ।

ଏହି ଯୁଦ୍ଧ ଘନଘଟା ମଧ୍ୟରେ ଗତ ଶୁକ୍ରବାର ସେନ୍‌‌ସେକ୍ସ ୧୩୦୦ ପଏଣ୍ଟ ହ୍ରାସ ପାଇ ଚାଲିଛି। ଇରାନ୍‌‌ ପାଲଟା ଆକ୍ରମଣରେ ଇସ୍ରାଏଲରେ ଥିବା ହାଇଫା ତୈଳ ରିଫାଇନାରୀ କ୍ଷତିଗ୍ରସ୍ତ ହୋଇଛି। ତେଣୁ ସେୟାର ବଜାରରେ ତାହାର ପ୍ରତିକୂଳ ପ୍ରଭାବ ଆଗକୁ ଅନୁଭୂତ ହେବ। ସମଗ୍ର ବିଶ୍ୱର ୯ ପ୍ରତିଶତ ତୈଳ ଇରାନ୍‌‌ରେ ମହଜୁଦ୍‌‌ ଅଛି। ତେଣୁ ଏହି ପ୍ରତିକୂଳ ପରିସ୍ଥିତିରେ ତୈଳ ଉତ୍ପାଦନ କରୁଥିବା ପଶ୍ଚିମ ଏସୀୟ ରାଷ୍ଟ୍ରଗୁଡ଼ିକ ଛନ୍ଦି ହୋଇପଡ଼ିବା ସ୍ୱାଭାବିକ। ଏଥିମଧ୍ୟରେ ବ୍ୟାରେଲ୍‌‌ ପିଛା ତୈଳ ଦର ୧୩ ପ୍ରତିଶତ ବୃଦ୍ଧି ପାଇ ୭୮.୫୦ ଡଲାରରେ ପହଞ୍ଚିଛି। ଜାନୁଆରୀ ମାସରୁ ଏହି ବର୍ଦ୍ଧ଄ତ ଦର ସର୍ବାଧିକ। ଯଦି ଏହି ଉତ୍ତେଜନା ଆସନ୍ତା ୩ ରୁ ୬ ମାସ ବଳବତ୍ତର ରହେ, ତେବେ ବ୍ୟାରେଲ୍‌‌ ପିଛା ତୈଳ ଦର ୧୨୦ ଡଲାରରେ ପହଞ୍ଚିବ ବୋଲି ଜେପି ମୋର୍ଗାନ୍‌‌ ବିଶେଷଜ୍ଞଙ୍କ ପକ୍ଷରୁ ଦର୍ଶାଯାଇଛି। ଏ କଥା ସତ ଯେ କେବଳ ତୈଳ ଦର ବୃଦ୍ଧି ନୁହେଁ ଯଦି ତୈଳ ଯୋଗାଣ ବାଧାପ୍ରାପ୍ତ ହୁଏ ତେବେ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ସୃଷ୍ଟି ହେବ ଏବଂ ଚାହିଦା ଅନୁଯାୟୀ ଯୋଗାଣ ସମ୍ଭବପର ହେବ ନାହିଁ। ଏହା ମୁଦ୍ରାସ୍ଫୀତି ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଭାରତ ତୈଳ ଚାହିଦାର ୮୦ ପ୍ରତିଶତ ଆମଦାନୀ ଉପରେ ନିର୍ଭର କରେ। ବର୍ଦ୍ଧ଄ତ ତୈଳ ଦର ବାବଦରେ ଆଗାମୀ ଦିନରେ ସରକାରଙ୍କୁ ଅଧିକରୁ ଅଧିକ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିବ। ଏହା କେବଳ ଭାରତୀୟ ମୁଦ୍ରାର ବିନିମୟ କ୍ଷମତାକୁ ହ୍ରାସ କରିବନି, ଚଳନ୍ତି ଜମାଖାତାରେ ନିଅଣ୍ଟିଆ ଅବସ୍ଥା ମଧ୍ୟ ଦେଖାଦେବ। ଅନ୍ୟପକ୍ଷରେ ଭାରତରେ ସୁନାର ଚାହିଦା ସର୍ବାଧିକ। ଗତ ଶୁକ୍ରବାର ୧୦ ଗ୍ରାମ ସୁନାର ଦାମ ୧ ଲକ୍ଷ ଟଙ୍କା ଟପିଛି। ଏ ସବୁ ଉଲ୍ଲେଖ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଅର୍ଥନୀତିକୁ ନେଇ ଯେଉଁ ଉଚ୍ଚାଟ ଓ ଉତ୍ସାହ ପରିଲକ୍ଷିତ ହେଉଛି ତାହା କେତେ ଅନିଶ୍ଚିତତା ଦେଇ ଆଗକୁ ଗତି କରିବାକୁ ଯାଉଛି ସେ ନେଇ ସଚେତନତା ସୃଷ୍ଟି କରିବା।

ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତିର ସ୍ଥିତିକୁ ଭିତ୍ତି କରି କ୍ରମାଗତ ତିନିଥର ସୁଧ ହାର ହ୍ରାସ କରିଛନ୍ତି। ଜାତୀୟକରଣ ଓ ଘରୋଇ ବ୍ୟାଙ୍କର କାରବାରରେ ଏହା ପ୍ରତିଫଳିତ ହୋଇଛି। ସୁଧ ହାର ହ୍ରାସ, ଋଣ ଗ୍ରହଣ ଓ ପରିବେଶର ସୁଯୋଗ ବଜାର ବ୍ୟବସ୍ଥା ଉପରେ ଅନୁକୂଳ ପ୍ରଭାବ ପକାଇଛି। କହିବାକୁ ଗଲେ ମୁଦ୍ରା ପ୍ରଚଳନ ବୃଦ୍ଧି ପାଇଁ ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହା ଖାଉଟିଙ୍କ କ୍ରୟଶକ୍ତି ବଢ଼଼଼ାଇବାରେ ସହାୟକ ହେବ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ହଠାତ୍‌‌ ଯେଉଁ କଟକଣା ପ୍ରୟୋଗ କରାଯିବ, ତାହାକୁ ସମ୍‌‌ୁଖୀନ ହେବା ପାଇଁ ସବୁ ପକ୍ଷ ଏବେଠାରୁ ପ୍ରସ୍ତୁତ ହେବା ଆବଶ୍ୟକ।

ବନ୍ଧା ପଡ଼ିଛି ଓଡ଼ିଆ ଅସ୍ମିତା
ରାଜ୍ୟରେ ସରକାର ଗଠନର ଏ ବର୍ଷ ପୂର୍ତ୍ତି ପାଳନ କରୁଛି ବିଜେପି ସରକାର। ଏହି ଅବସରରେ ନିଜର ସଫଳତା ବଖାଣିବା ପାଇଁ ଅନେକ ବଡ଼ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରୁଛି। ଏହି ଗୋଟିଏ ବର୍ଷ ଭିତରେ ସରକାର ଅନେକ ଉେଲ୍ଲଖନୀୟ କାମ କରିଛନ୍ତି ବୋଲି ବିଜେପି ଦାବି କରିବା ସ୍ୱାଭାବିକ। କିନ୍ତୁ ଯେଉଁ ପ୍ରତିଶ୍ରୁତି ଦେଇ ଦଳ କ୍ଷମତାକୁ ଆସିଥିଲା ତାହାକୁ ପାଳନ କରିବାରେ କେତେ ସଫଳ, ତାହାର ଆକଳନ କରିବା ଲାଗି ଏହା ହେଉଛି ଉପଯୁକ୍ତ ସମୟ। କ୍ଷମତାକୁ ଆସିବା ଲାଗି ବିଜେପି ଯାହାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା, ତାହା ଥିଲା ଓଡ଼ିଆ ଅସ୍ମିତା। ଏହି ଅସ୍ମିତାକୁ ବିଜେପି ସରକାର ରକ୍ଷା କରିପାରିଛନ୍ତି କି ନାହିଁ, ତାହା ଉପରେ ସମୀକ୍ଷା କରିବାର ସମୟ ଆସିଛି।

ପୋଲାଭରମ ବିବାଦଠାରୁ ଆରମ୍ଭ କରି ଛତିଶଗଡ଼଼ ସହ ମହାନଦୀ ବିବାଦ, ଓଡ଼ିଆ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅର ମାଡ଼, ଶ୍ରୀମନ୍ଦିର ରତ୍ନଭଣ୍ଡାର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପର୍ଯ୍ୟନ୍ତ ଏଭଳି ଅନେକ ପ୍ରସଙ୍ଗ ରହିଛି, ଯାହା ସହିତ ଓଡ଼ିଆ ଅସ୍ମିତା ଯୋଡ଼ି ହୋଇରହିଛି। କିନ୍ତୁ ବିଜେପି ସରକାର ଏହାର ସୁରକ୍ଷା ପାଇଁ କ’ଣ କ’ଣ କରିଛନ୍ତି, ତାହା ଜଳ ଜଳ ହୋଇ ଦେଖାଯାଉଛି। ପୋଲାଭରମ ପ୍ରକଳ୍ପ ଯୋଗୁଁଁ ମାଲକାନଗିରି ଜିଲ୍ଲାରେ ଶତାଧିକ ଗାଁ ବୁଡ଼ିଯିବ ଏବଂ ଏଥିରେ ଓଡ଼ିଶାର ବ୍ୟାପକ କ୍ଷତି ହେବ। ଏହାସତ୍ତ୍ବେ କେନ୍ଦ୍ର ସରକାର ଏହାକୁ ଅଗ୍ରାଧିକାର ଭିତ୍ତିରେ ସାରିବା ଲାଗି ଆନ୍ଧ୍ର ଉପରେ ଅଜସ୍ର ପାଣ୍ଠିର ବର୍ଷା କରିଛନ୍ତି। ଏହାକୁ ବିରୋଧ କରିବା ତ ଦୂରର କଥା, ଏ ସମ୍ପର୍କରେ ମୁହଁ ବି ଫିଟାଉ ନାହାନ୍ତି ରାଜ୍ୟ ବିଜେପି ସରକାର। ସେହିଭଳି ଅନ୍ୟତମ ପଡ଼ୋଶୀ ରାଜ୍ୟ ଛତିଶଗଡ଼଼ ମହାନଦୀ ଉପରମୁଣ୍ଡରେ ବନ୍ଧ ନିର୍ମାଣ କରି ଜଳ ପ୍ରବାହକୁ ନିୟନ୍ତ୍ରଣ କରୁଛି। ବନ୍ୟା ବେଳେ ପାଣି ଛାଡ଼ୁୁଛି ଏବଂ ଅଣବର୍ଷା ଋତୁରେ ଜଳ ପ୍ରବାହକୁ ହ୍ରାସ କରୁଛି। ଏହାଯୋଗୁଁଁ ଓଡ଼ିଶାର କ୍ଷତି ହିଁ କ୍ଷତି ହେଉଛି। ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି। କିନ୍ତୁ ସମାଧାନ ଆଡ଼କୁ କଥା ଆଗଉନି। ସବୁଠାରୁ ଉଲ୍ଳଖନୀୟ କଥା ହେଲା ଯେ ଛତିଶଗଡ଼଼ରେ ବିଜେପି ସରକାର ରହିଛି ଏବଂ କେନ୍ଦ୍ରରେ ବି ବିଜେପି ସରକାର। ଟ୍ରିପଲ ଇଞ୍ଜିନ ସରକାର ଥିଲେ ମଧ୍ୟ ଓଡ଼ିଶାରେ ବିଜେପି ସରକାର ନିରବ ରହି ଓଡ଼ିଶାବାସୀଙ୍କୁ ସେମାନଙ୍କ ଭାଗ୍ୟ ସହିତ ଛାଡ଼ିଦେଇଛନ୍ତି।

ଗତ ନିର୍ବାଚନ ପ୍ରଚାର ସମୟରେ ରାଜ୍ୟ ପ୍ରଶାସନରେ ଅଣଓଡ଼ିଆ ଅଧିକାରୀଙ୍କ ଭୂମିକାକୁ ନେଇ ଅବାସ୍ତବ ପ୍ରସଙ୍ଗ କରିଥିଲା ବିଜେପି। ଭାରତର ସାମ୍ୱିଧାନିକ ଓ ସଂଘୀୟ ବ୍ୟବସ୍ଥାରେ ସର୍ବଭାରତୀୟ ସେବାରେ ଗୋଟିଏ ରାଜ୍ୟର ବ୍ୟକ୍ତି ଅନ୍ୟ ରାଜ୍ୟରେ ଅଧିକାରୀ ହୋଇପାରିବେ। ଏହା ହେଉଛି ମଧ୍ୟ। ଓଡ଼ିଶାର କେତେକ ଆଇଏଏସ୍‌‌ ଓ ଆଇପିଏସ୍‌‌ ଅଧିକାରୀ ଅନ୍ୟ ରାଜ୍ୟରେ ମୁଖ୍ୟ ସଚିବ ଓ ପୁଲିସ ଡିଜି ହେବାର ମଧ୍ୟ ଉଦାହରଣ ରହିଛି। ସେହିଭଳି ଅନ୍ୟ ରାଜ୍ୟର ଅଧିକାରୀ ଓଡ଼ିଶାରେ ଦାୟିତ୍ୱ ଗ୍ରହଣ କଲେ ଅସୁବିଧା କେଉଁଠି ରହିଲା? ବର୍ତ୍ତମାନ ପ୍ରଶ୍ନ ଉଠୁଛି କ୍ଷମତାକୁ ଆସିଲା ପରେ ସେହି ବ୍ୟବସ୍ଥାରୁ ଓଡ଼ିଶା ପ୍ରଶାସନକୁ ମୁକ୍ତ କରିପାରିଛି କି ବିଜେପି? ଏହା ସମ୍ଭବ ନୁହେଁ। ତା’ହେଲେ ନିର୍ବାଚନ ପ୍ରଚାର ବେଳେ ଅସ୍ମିତା ନାମରେ ଏଭଳି ବିଭ୍ରାନ୍ତି କାହିଁକି ପ୍ରଚାର କରୁଥିଲା ବିଜେପି?

ଗତବର୍ଷ ରଥଯାତ୍ରା ବେଳେ ଓଡ଼ିଶାରେ ଜଣେ ଓଡ଼ିଆ ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଲେ ତତ୍କାଳୀନ ରାଜ୍ୟପାଳ ତଥା ଝାଡ଼ଖଣ୍ଡ ବିଜେପି ନେତା ରଘୁବର ଦାସଙ୍କ ପୁଅ ଲଳିତ ଦାସ। ନ୍ୟାୟ ପାଇଁ ଅଧିକାରୀ ଓ ତାଙ୍କ ପରିବାର ଦୌଡ଼ି ଦୌଡ଼ି ଥକିଗଲେଣି। ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ପୁଲିସ ଏଫ୍‌‌ଆଇଆରକୁ ନେଇ ମଧ୍ୟ ଖେଳୁଛି। ରାଜ୍ୟ ସୀମାରେ ଏବଂ ରାଜ୍ୟ ଭିତରେ ଅଣଓଡ଼ିଆଙ୍କ ଉତ୍ପାତ ବଢ଼଼ି ଚାଲିଥିବା ବେଳେ ସରକାର ନିରବ ରହିବା କେଉଁପ୍ରକାର ଅସ୍ମିତା? କେବଳ ନାଁ ଓ ରଙ୍ଗ ବଦଳାଇବାରେ ବ୍ୟସ୍ତ ରାଜ୍ୟ ବିଜେପି ସରକାର ରାଜ୍ୟର ଅସ୍ମିତାକୁ ଡବଲ ଇଞ୍ଜିନ ଆଗରେ ବନ୍ଧା ପକାଇଦେଇଛନ୍ତି।

ରାଜ୍ୟରେ ଗରିବ ଲୋକମାନଙ୍କର ସାହା ଭରସା ପାଲଟିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ବନ୍ଦ କରି ଦେଇ ନବଗଠିତ ସରକାର ରାଜ୍ୟବାସୀଙ୍କୁ ତଳିତଳାନ୍ତ କରିଛନ୍ତି। ବିଏସ୍‌କେୱାଇ ସହିତ କେନ୍ଦ୍ର ପ୍ରାୟୋଜିତ ଆୟୁଷ୍ମାନ ଯୋଜନାକୁ ଯୋଡ଼ାଯାଇଛି ବୋଲି କୁହାଯାଉଥିବା ବେଳେ ବାସ୍ତବରେ ଯୋଜନାର ମିଶ୍ରଣ ପରେ ଲୋକମାନଙ୍କୁ ଆଗଭଳି ଚିକିତ୍ସା ସୁବିଧା ଆଉ ମିଳୁନାହିଁ। ଏହାକୁ ନେଇ ରୋଗୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ସେହିଭଳି ନିର୍ବାଚନ ପ୍ରଚାର ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଦୁନିଆ ତମ୍ୱିତୋଫାନ କଲେ। ସବୁ ସଭାମଞ୍ଚରେ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେପି ନେତା। ବିିଭିନ୍ନ ପ୍ରକାର ବିଭ୍ରାନ୍ତିକର ତଥ୍ୟ ଦେଇ ଭୋଟରମାନଙ୍କୁ ପ୍ରଭାବିତ କଲେ। ନିର୍ବାଚନରେ ବିଜୟୀ ହେଲେ ଚାବି ଖୋଜି ଆଣି ରତ୍ନଭଣ୍ଡାର ଖୋଲିବେ ବୋଲି କହିଲେ। କିନ୍ତୁ କ୍ଷମତାକୁ ଆସିବା ପରେ ବଦଳିଗଲା ସରକାରଙ୍କ ସ୍ୱର। ଚାବି ଖୋଜିବା ପାଇଁ ଗଠିତ କମିସନ ଯେଉଁ ରିପୋର୍ଟ ଦେଇଛନ୍ତି, ତାହାକୁ ସାର୍ବଜନୀନ କରିବାକୁ ମନା କରିଦେଲେ ସରକାର। ହାଇକୋର୍ଟରେ ଏ ସମ୍ପର୍କରେ ଆଗତ ପିଟିସନକୁ ମଧ୍ୟ ସରକାର ବିରୋଧ କଲେ। ଶେଷରେ ରତ୍ନଭଣ୍ଡାର ଖୋଲା ହେଲା। କିନ୍ତୁ କେତେ ଅଳଙ୍କାର ରହିଛି ତାହାର ଏପର୍ଯ୍ୟନ୍ତ ଗଣତି ମଣତି ହୋଇପାରିଲା ନାହିଁ। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମୀତାର ପ୍ରତୀକ। ତାଙ୍କୁ ନେଇ ଏଭଳି ରାଜନୀତି କାହିଁକି? ଏ ସମ୍ପର୍କରେ ସରକାରଙ୍କୁ ଜବାବ ଦେବାକୁ ପଡ଼ିବ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧଧ୍ୱନି
ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ହମାସ୍‌‌କୁ ମୂଳପୋଛ କରିବା ଲକ୍ଷ୍ୟରେ ଇସ୍ରାଏଲ୍‌‌ ଆରମ୍ଭ କରିଥିବା ନିର୍ଣ୍ଣାୟକ ଯୁଦ୍ଧର ମୀମାଂସା ଏ ପର୍ଯ୍ୟନ୍ତ ହୋଇ ନ ଥିବା ବେଳେ ଇରାନ୍‌‌ ଉପରେ ଆକ୍ରମଣ କରିଛି ଏବଂ ଇରାନ୍‌‌ ପାଲଟା ଜବାବ୍‌‌ ଦେଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଇରାନ୍‌‌ର ଆଣବିକ କେନ୍ଦ୍ର ଓ ସେନା ଶିବିରମାନଙ୍କ ଉପରେ ବାଛିବାଛି ଇସ୍ରାଏଲ୍‌‌ ଆକ୍ରମଣ କରିଛି ଏବଂ ଇରାନ୍‌‌କୁ ସମ୍ପୂର୍ଣ୍ଣ ଆଣବିକଶକ୍ତି ବିହୀନ କରିବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଚାଲିବ ବୋଲି ଇସ୍ରାଏଲ୍‌‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଘୋଷଣା କରିଛନ୍ତି। ଆଗାମୀ ଦିନରେ ଇସ୍ରାଏଲ୍‌‌ର ଆକ୍ରମଣ ଆହୁରି ଭୟଙ୍କର ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଆହୁରି ଭୟଙ୍କର ହୋଇପାରେ। ଏବେ କେବଳ ସାମରିକ କେନ୍ଦ୍ର ଉପରେ କେନ୍ଦ୍ରିତ ଥିବା ଆକ୍ରମଣ-ପ୍ରତିଆକ୍ରମଣ ପରବର୍ତ୍ତି ସମୟରେ ବେସାମରିକ କ୍ଷେତ୍ରକୁ ବ୍ୟାପୀ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଇରାନ୍‌‌ ଉପରେ ଇସ୍ରାଏଲ୍‌‌ର ଏହି ଆକ୍ରମଣ ଅପ୍ରତ୍ୟାଶିତ ହୋଇଥିଲେ ହେଁ ଅସ୍ୱାଭାବିକ ନୁହେଁ। ଏକଦା ବନ୍ଧୁ ଥିବା ଏହି ଦୁଇରାଷ୍ଟ୍ର ମଧ୍ୟରେ ଗତ ପ୍ରାୟ ଦୁଇବର୍ଷ ଧରି ଉତ୍ତେଜନା ଏବଂ ଆକ୍ରମଣ-ପ୍ରତିଆକ୍ରମଣ ଲାଗି ରହିଛି। ତେବେ ତାହା ସାମୟିକ ପ୍ରଶମିତ ହୋଇସାରିଥିବା ବେଳେ ଇସ୍ରାଏଲ୍‌‌ର ହଠାତ୍‌‌ ‘ଅପରେସନ୍‌‌ ରାଇଜିଂ ଲାୟନ(ଇରାନ୍‌‌ ଆକ୍ରମଣ)’ ପଛରେ ରହିଛି ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ପରିଚାଳନା ମଣ୍ଡଳିର ସଦ୍ୟ ଅନୁଷ୍ଠିତ ବୈଠକ। ଇରାନ୍‌‌ ବିପଜ୍ଜନକ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ଅଭିଯୋଗ ଉପରେ ଆଲୋଚନା ପାଇଁ ଏହି ବୈଠକ ଆହୂତ ହୋଇଥିଲା। ୩୫ ସଦସ୍ୟ ବିଶିଷ୍ଟ ଏହି ସଂସ୍ଥାର ପରିଚାଳନା ମଣ୍ଡଳି ବୈଠକରେ ୧୯ ଜଣ ସଦସ୍ୟ ଇରାନ୍‌‌ ଉପରେ କଟକଣା ଜାରି କରିବା ପାଇଁ ଆଗତ ସଂକଳ୍ପ ସପକ୍ଷରେ ମତ ଦେଇଥିବା ବେଳେ ୩ ଜଣ ବିରୋଧ କରିଥିଲେ। ବିଗତ ଦୁଇଦଶନ୍ଧି ମଧ୍ୟରେ ଇରାନ୍‌‌ ବିରୋଧରେ ଏଭଳି ସଂକଳ୍ପ ପ୍ରଥମ ବୋଲି କୁହାଯାଉଛି। ଉଲ୍ଳେଖନୀୟ, କେବଳ ରୁଷିଆ, ଚୀନ୍‌‌ ଓ ବୁର୍କିନା ଫାସୋ ଏହି ସଂକଳ୍ପକୁ ବିରୋଧ କରିଥିବା ବେଳେ ଆଲଜେରିଆ, ବାଂଲାଦେଶ, ଇଣ୍ଡୋନେସିଆ, କାତ୍ତାର, ସାଉଦି ଆରବ, ତୁର୍କି ଆଦି ଇସ୍‌‌ଲାମିକ୍‌‌ ଦେଶଗୁଡ଼ିକ ସଂକଳ୍ପକୁ ବିରୋଧ କରି ନଥିଲେ। ଇସ୍‌‌ଲାମିକ୍‌‌ ବହୁଳ ଅଞ୍ଚଳରେ ଇରାନ୍‌‌କୁ ସମର୍ଥନ ନ ମିଳିବା ମଧ୍ୟପ୍ରାଚ୍ୟରେ ଏକ ନୂଆ ଭୂରାଜନୈତିକ ସମୀକରଣର ସଂକେତ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଏଠାରେ ଆଉ ଏକ ପ୍ରସଙ୍ଗ ଆଲୋଚନା ପରିସରକୁ ସ୍ୱାଭାବିକ ଭାବେ ଆସୁଛି। ଯଦି ଇସ୍ରାଏଲ୍‌‌ର ‘ଅପରେସନ୍‌‌ ରାଇଜିଂ ଲାୟନ୍‌‌’ ପଛରେ ଇରାନ୍‌‌ ବିରୋଧରେ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥାର କଟକଣା ସଂକଳ୍ପ ହିଁ ଏକମାତ୍ର କାରଣ ହୁଏ ତେବେ ପ୍ରଶ୍ନ ଉଠୁଛି ଇସ୍ରାଏଲ୍‌‌କୁ ସେ ଅଧିକାର କିଏ ଦେଲା? ଏବଂ କାହାର ଇଙ୍ଗିତ ଓ ବଳରେ ଆନ୍ତର୍ଜାତିକ ଶକ୍ତିସଂସ୍ଥାର ପ୍ରତିନିଧିତ୍ୱ କରିବାକୁ ଇସ୍ରାଏଲ୍‌‌ ଆଗଭର ହୋଇଗଲା? ଉଭୟ ଇସ୍ରାଏଲ୍‌‌ ଓ ଇରାନ୍‌‌ ଗୁପ୍ତରେ ଆଣବିକ ଶକ୍ତିର ଅଧିକାରୀ ହୋଇଥିବା ବିଷୟ ଆନ୍ତର୍ଜାତିକ ଆଣବିକ ସଂସ୍ଥାର ଅଗୋଚର ନୁହେଁ। କିନ୍ତୁ ହଠାତ୍‌‌ ଆନ୍ତର୍ଜାତିକ ଶକ୍ତିସଂସ୍ଥାର ପରିଚାଳନା ମଣ୍ଡଳି ବୈଠକ ବସିବା, ଇରାନ୍‌‌ ବିରୋଧରେ ଐତିହାସିକ ସଂକଳ୍ପ ପାରିତ ହେବା ଏବଂ ଇସ୍ରାଏଲ୍‌‌ ବଡ଼ଭାଇ ପଣିଆ ଦେଖାଇ ଇରାନ୍‌‌ର ଆଣବିକ ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରିବା ଆଦୌ କାକତାଳିକ ନୁହେଁ। ତେଣୁ ଏହି ସମଗ୍ର ଘଟଣା ପଛରେ ଆମେରିକାର ଭୂମିକା ସନ୍ଦେହରୁ ଊର୍ଦ୍ଧ୍ବକୁ ଯାଇପାରୁନାହିଁ।

ମଧ୍ୟପ୍ରାଚ୍ୟରେ ବହୁଦଶନ୍ଧି ଧରି କୁହୁଳି ଆସୁଥିବା ଧୂଅାଁ ମଝିରେ ମଝିରେ ବାହ୍ୟଶକ୍ତିର ପ୍ରଭାବରେ ଅଗ୍ନିସ୍ପୁଲିଙ୍ଗର ରୂପ ନିଏ। ଏବେ ତାହାର ପୁନରାବୃତ୍ତି ଘଟିଛି। କେତେବେଳେ ଇରାନ୍‌‌ ସମର୍ଥିତ ଓ ସହାୟତା ପ୍ରାପ୍ତ ପାଲେଷ୍ଟାଇନ୍‌‌ର ଆତଙ୍କବାଦୀ ଗୋଷ୍ଠୀ ହମାସ୍‌‌ ଇସ୍ରାଏଲ୍‌‌ ଉପରେ ଆକ୍ରମଣ କରିଛି; ପୁଣି କେତେବେଳେ ସିରିଆରେ ଗୃହଯୁ୍‌‌ଦ୍ଧ ପଛରେ ଇସ୍ରାଏଲ୍‌‌ର ବନ୍ଧୁ ଆମେରିକାର ହାତ ରହିଥିବା ଅଭିଯୋଗ ହୋଇଛି। ଏବେ ଇରାନ୍‌‌ ଉପରେ ଇସ୍ରାଏଲ୍‌‌ ଆକ୍ରମଣ ପଛର ଯଥାର୍ଥତା କେତେ ତାହା ଏକ ଭିନ୍ନ ପ୍ରଶ୍ନ। କିନ୍ତୁ ଏହା ଅନସ୍ୱୀକାର୍ଯ୍ୟ ଯେ ପରିବର୍ତ୍ତିତ ପରିସ୍ଥିତିରେ ଆମେରିକାର ଦୃଷ୍ଟିକଟୁ ତାଲିକାରେ ଇରାକ୍‌‌ର ସ୍ଥାନରେ ଏବେ ଇରାନ୍‌‌କୁ ଅବସ୍ଥାପିତ କରାଯାଇଛି ଏବଂ ଏଥିପାଇଁ ଇସ୍ରାଏଲ୍‌‌କୁ ବ୍ୟବହାର କରାଯାଇଛି। ଏବେ ଇରାନ୍‌‌ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଏକଦା ଇରାକ୍‌‌ ବିରୋଧରେ ମଧ୍ୟ ଆମେରିକା ଆଣିଥିଲା। ଇରାକ୍‌‌କୁ ଧ୍ୱସ୍ତବିଧ୍ୱସ୍ତ କରି ସଦ୍ଦାମ ହୁସେନ୍‌‌ଙ୍କ କବଳରୁ ମୁକ୍ତି ଦେବାରେ ଆମେରିକା ସଫଳ ହେଲା ସତ, କିନ୍ତୁ ସଦ୍ଦାମ୍‌‌ ଗୋପନୀୟ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ପ୍ରମାଣ କରିପାରିଲା ନାହିଁ। ଆମେରିକାର ଏହି ଉଦ୍ଦେଶ୍ୟ ପଛରେ ଯେ ମଧ୍ୟପ୍ରାଚ୍ୟର ବିଶାଳ ତୈଳ ଖଣି ଉପରେ କବ୍‌‌ଜା ଲକ୍ଷ୍ୟ ଥିଲା, ତାହାର ପ୍ରମାଣ କିନ୍ତୁ ବିଶ୍ୱବାସୀ ପାଇଗଲେ। ଏବେ ଆମେରିକାର ଆଖି ପୁଣି ଇରାନ୍‌‌ର ତୈଳ ଭଣ୍ଡର ଉପରେ ପଡ଼ିନାହିଁ ଏବଂ ଇରାକ୍‌‌ର ଦଶା ଇରାନ୍‌‌ ଭୋଗିବ ନାହିଁ ବୋଲି ନିଶ୍ଚିତ କରିହେଉନାହିଁ।

ଯୁଦ୍ଧ ଘନଘଟା ସତ୍ତ୍ବେ ମଧ୍ୟପ୍ରାଚ୍ୟ ପାଇଁ ଏକ ଆଶ୍ୱସ୍ତିର ବିଷୟ ଯେ ଇରାନ୍‌‌ର ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ହୋଇଥିଲେ ମଧ୍ୟ ତେଜସ୍କ୍ରିୟ ବିକିରଣ ଆଶଙ୍କା କମ୍‌‌ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କିନ୍ତୁ ଯୁଦ୍ଧର ଘନଘଟା ଲାଗି ରହିଲେ ସମଗ୍ର ପଶ୍ଚିମଏସିଆ ସମେତ ଭାରତ ମଧ୍ୟ ପ୍ରଭାବିତ ହେବ। କୂଟନୈତିକ ଓ ବାଣିଜ୍ୟିକ ଦୃଷ୍ଟିକୋଣରୁ ଇରାନ୍‌‌ ସହିତ ଭାରତର ସମ୍ପର୍କ ଭଲ। ଚବାହାର ବନ୍ଦର ପ୍ରତିଷ୍ଠା କରି ଭାରତ ଇରାନ୍‌‌ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ଦୃଢ଼ କରିଛି। ଆମେରିକାର ଇରାନ୍‌‌ ବିରୋଧୀ କଟକଣା ପୂର୍ବରୁ ଭାରତର ସର୍ବବୃହତ୍‌‌ ଅଶୋଧିତ ତୈଳ ରପ୍ତାନୀକାରୀ ଥିଲା ଇରାନ୍‌‌। ଅପରପକ୍ଷରେ ଆତଙ୍କବାଦ ବିରୋଧରେ ଇସ୍ରାଏଲ୍‌‌ କାର୍ଯ୍ୟାନୁଷ୍ଠାନକୁ ଭାରତ ସମର୍ଥନ ଦେଇ ଆସୁଛି ଏବଂ ପ୍ରତିରକ୍ଷା ଉପକରଣ, ସାମରିକ-ବୈଷୟିକ ଜ୍ଞାନକୌଶଳ ହାସଲ କରିବା ପାଇଁ ଦୁଇ ରାଷ୍ଟ୍ର ଚୁକ୍ତିବଦ୍ଧ। ତେଣୁ ଏଭଳି ପରିସ୍ଥିତିରେ ଭାରତ ନିର୍ଦ୍ଦିଷ୍ଟ ଭାବେ କୌଣସି ପକ୍ଷ ନେଇପାରିବ ନାହିଁ।

ସାମ୍ପ୍ରତିକ ସ୍ଥିତିରେ ଭାରତ ପାଇଁ ସବୁଠାରୁ ଉଦ୍‌‌ବେଗ ହେଉଛି ମଧ୍ୟପ୍ରାଚ୍ୟରେ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା। ସେହି ଅଞ୍ଚଳରେ ପ୍ରାୟ ୯୦ ଲକ୍ଷ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି। ଏବେ ମଧ୍ୟ ଭାରତର ମୋଟ ତୈଳ ଆମଦାନୀର ୮୦% ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ। ଉଭୟ ଦେଶ କେହି କାହାର ଇନ୍ଧନ ଭିତ୍ତିଭୂମି ଉପରେ ଆକ୍ରମଣ କରିବେ ନାହିଁ ବୋଲି ଘୋଷଣା କରିଥିଲେ ମଧ୍ୟ ବିଶ୍ୱ ତୈଳ ଓ ଏଲ୍‌‌ଏନ୍‌‌ଜି ରପ୍ତାନୀ ପାଇଁ ବ୍ୟବହୃତ ପ୍ରମୁଖ ପଥ ‘ଷ୍ଟ୍ରେଟ୍‌‌ ଅଫ୍‌‌ ହର୍ମୁଜ୍‌‌ ଲାଇନ୍‌‌’କୁ ଯଦି ଇରାନ୍‌‌ ବନ୍ଦ କରିଦିଏ, ତେବେ ଭାରତର ତୈଳ ଆମଦାନୀ ପ୍ରଭାବିତ ହେବ ଏବଂ ଅର୍ଥନୈତିକ ସଙ୍କଟ ବଢ଼଼ିବ। ପଣ୍ୟବାହୀ ଜାହାଜଗୁଡ଼ିକ ମଧ୍ୟ ଲୋହିତ ସାଗର ପରିବର୍ତ୍ତେ ‘କେପ୍‌‌ ଅଫ୍‌‌ ଗୁଡ୍‌‌ ହୋପ୍‌‌ ରୁଟ୍‌‌’ ଦେଇ ଯିବାକୁ ପଡ଼ିବ, ଯାହା ବାଣିଜ୍ୟ ଖର୍ଚ୍ଚ ଓ ଅବଧିକୁ ବହୁଗୁଣା ବୃଦ୍ଧି କରିବ। ତେଣୁ ଯେତେଶୀଘ୍ର ମଧ୍ୟପ୍ରାଚ୍ୟରେ ଶାନ୍ତି ବାହାଲ ହେବ ତାହା ଭାରତ, ମଧ୍ୟପ୍ରାଚ୍ୟ ସମେତ ପଶ୍ଚିମ ଏସିଆ ପାଇଁ ମଙ୍ଗଳକର ହେବ।

ଦୁଃଖଦ ଉଡ଼ାଣ
ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ୧୭୧ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୨୩୦ ଯାତ୍ରୀ ଓ ୧୨ ବିମାନ କର୍ମଚାରୀ ପ୍ରାଣ ହରାଇଥିବାର ଅନୁମାନ କରାଯାଉଛି। ତେବେ ଏହି ଦୁଃଖଦ ଘଟଣାକ୍ରମରେ ଚକିତ କଲା ଭଳି ଗୋଟିଏ ଖବର ହସ୍ତଗତ ହୋଇଛି। ସିଟ୍‌ ନମ୍ବର ୧୧ ଏ ଯାତ୍ରୀ ରମେଶ ବିଶ୍ବାସକୁମାର ଏକମାତ୍ର ବ୍ୟକ୍ତି ଯେ କି ଜୀବିତାବସ୍ଥାରେ ଦୁର୍ଘଟଣାଗ୍ରସ୍ତ ବିମାନରୁ ବାହାରି ଆସି ନିଜର ପରିଚୟ ଦେଇଥିଲେ। ଗୁରୁତର ଭାବେ ଆହତ ହୋଇଥିଲେ ମଧ୍ୟ ସେ କଥା କହିବାକୁ ସକ୍ଷମ ଥିବାରୁ ତାଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି। ୨୩୦ ଯାତ୍ରୀଙ୍କ ମଧ୍ୟରେ ଥିଲେ ୬୯ ଜଣ ଭାରତୀୟ, ୫୩ ବ୍ରିଟିଶ , ଜଣେ କାନାଡ଼ା ଓ ୭ ଜଣ ପର୍ତ୍ତୁଗୀଜ୍‌ ନାଗରିକ। ଯାତ୍ରୀବାହୀ ବିମାନଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନ ବନ୍ଦର ସଂଲଗ୍ନ ବିଜେ ମେଡିକାଲ କଲେଜ୍‌ର ଛାତ୍ରାବାସ ନିକଟରେ ଜ୍ବଳନ୍ତ ଅବସ୍ଥାରେ ପଡ଼ିଯିବାରୁ ବହୁସଂଖ୍ୟାରେ ମେଡିକାଲ ଛାତ୍ର ମଧ୍ୟ ମୃତାହତ ହୋଇଛନ୍ତି।

ବୋଇଂ ୮୭୮ ଡ୍ରିମଲାଇନର ବିମାନର ଟ୍ରାକରେକର୍ଡକୁ ଅନୁଧ୍ୟାନ କଲେ ତାହାର ନିରାପଦତା ନେଇ କୌଣସି ଆପତ୍ତି କିମ୍ବା ଅଭିଯୋଗ ନାହିଁ। କମ୍ପାନୀ ପକ୍ଷରୁ ୧୨ ଶହ ଯାତ୍ରୀବାହୀ ବିମାନ ମଧ୍ୟରୁ ଏହା ପ୍ରଥମ ବିମାନ ଯାହାକି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଗୁରୁବାର ମଧ୍ୟାହ୍ନ ୧-୩୮ ମିନିଟ୍‌ରେ ବିମାନ ୨୩ ନମ୍ବର ରନୱେରୁ ଯାତ୍ରା ଆରମ୍ଭ କରିଥିଲା। ସେ ସମୟରେ ମଧ୍ୟ କୌଣସି ଅସ୍ବାଭାବିକତା ପରିଲକ୍ଷିତ ହୋଇ ନଥିଲା। ତେବେ ୬୨୫ ଫୁଟ ଉଚ୍ଚରେ ବିମାନ ଥିବା ବେଳେ ତାହାର ଗତିଶୀଳତା ହଠାତ୍‌ ବାଧାପ୍ରାପ୍ତ ହୋଇଥିଲା। ସମ୍ଭାବ୍ୟ ବିପଦ ଆଶଙ୍କାରେ ବିମାନ ଚାଳକ ତୁରନ୍ତ ସାହାଯ୍ୟ ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ଫୋନ କରିଥିଲେ, ଯାହାକୁ ‘ମେଡେକଲ’ କୁହାଯାଏ। କିନ୍ତୁ ବିମାନ ମିନିଟ ପିଛା ୧୭୫ ଫୁଟ ଗତିରେ ପତନାଭିମୁଖୀ ଥିବାରୁ ଏଟିସିର ପାଲଟା କଲ୍‌ ଶୁଣିବାକୁ ସମୟ ନଥିଲା। ସେତେବେଳେ ବିମାନଟି ମେଡିକାଲ କଲେଜ ପରିସରରେ ପଡ଼ି ଗୋଟିଏ ଅଗ୍ନିପିଣ୍ଡୁଳା ଭଳି ଜଳୁଥିଲା। ଏହି ବିମାନର ଚାଳକ ଥିଲେ କ୍ୟାପଟେନ ସୁମିତ ସବରୱାଲ ଓ ସହଯୋଗୀ କ୍ଲାଇଭ୍‌ କୁନ୍ଦର। ସବରୱାଲ ଜଣେ ସୁଦକ୍ଷ ଓ ଅଭିଜ୍ଞ ବିମାନ ଚାଳକ। ୮୨୦୦ ଘଣ୍ଟା ବିମାନ ଚାଳନା କରିଥିବାର ଅଭିଜ୍ଞତା ତାଙ୍କର ଅଛି। ସେହିଭଳି ସହଚାଳକ କୁନ୍ଦର ମଧ୍ୟ ୧୧ ଶହ ଘଣ୍ଟା ବିମାନ ଚାଳନା କରିଛନ୍ତି। ତେଣୁ ଏହି ଦୁର୍ଘଟଣା ପଛରେ କିଛି ବୈଷୟିକ ତ୍ରୁଟି ଥିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ବିମାନ ଉର୍ଦ୍ଧ୍ବକୁ ଯିବା ପରିବର୍ତ୍ତେ କ୍ରମେ ତଳମୁହାଁ ହୋଇ ଖସୁଥିବାର ଲକ୍ଷ୍ୟ କରି ଚାଳକ ସହାୟତା ପାଇଁ ‘ମେଡେକଲ’ କରିଥିଲେ। ବିମାନରେ ଥିବା ଦୁଇଟି ଯାକ ଇଞ୍ଜିନ କୌଣସି କାରଣରୁ ଉଡ଼ାଣର ବେଗ ବୃଦ୍ଧି କରିବାକୁ ସକ୍ଷମ ହୋଇନଥିଲେ। ଦୁର୍ଘଟଣାର ପରିଦୃଶ୍ୟ ଯାହା, ସେଥିରୁ ସ୍ପଷ୍ଟ ହୋଇଛି ଯେ ବିମାନର ବ୍ଲାକବକ୍ସ ସୁରକ୍ଷିତ ଅଛି। ସେଥିରେ ରେକର୍ଡିଂ ହୋଇଥିବା ତଥ୍ୟ ହିଁ ଦୁର୍ଘଟଣାର ଅସଲ କାରଣ ଉନ୍ମୋଚନ କରିବ। ଦୁର୍ଘଟଣା ସ୍ଥଳରେ ଡିଜିସିଏ ଓ ଏନ୍‌ଆଇଏ ପରିସ୍ଥିତି ଯାଞ୍ଚ ଓ ତଦନ୍ତ ଆରମ୍ଭ କରିଛନ୍ତି।

ଆମ ଦେଶରେ ଏହା ଅନ୍ୟତମ ବଡ଼ ବିମାନ ଦୁର୍ଘଟଣା। ସେଥିରେ ପୁଣି ସମସ୍ତଙ୍କ ଆଖିଆଗରେ ଦୁର୍ଘଟଣାଗ୍ରସ୍ତ ବିମାନଟି ନିକଟସ୍ଥ ମେଡିକାଲ କଲେଜ ପରିସରରେ ଖସିପଡ଼ିବା ଘଟଣାକୁ ଅନେକ ବରଦାସ୍ତ କରିପାରି ନାହାନ୍ତି। ତେଣୁ ସାମ୍ଭାବ୍ୟ କାରଣକୁ ନେଇ ବିଭିନ୍ନ ମହଲରେ ତର୍ଜମା ଆରମ୍ଭ ହୋଇଯାଇଛି। ବିମାନରେ କ’ଣ ଆବଶ୍ୟକତାଠାରୁ ଅଧିକ ଇନ୍ଧନ ଥିଲା, ଯାହା ଫଳରେ ଇଞ୍ଜିନ ଭାର ବହନ ସକାଶେ ଅକ୍ଷମ ଥିଲା? ଏମିତିରେ ଅହମ୍ମଦାବାଦ ବିମାନ ବନ୍ଦରରେ ପକ୍ଷୀଙ୍କ ଯୋଗୁଁ ଉଡ଼ାଣ ବାଧାପ୍ରାପ୍ତ ହେବା ଘଟଣା ଅପେକ୍ଷାକୃତ ଅଧିକ। ତେବେ ବିମାନରେ ଥିବା ଦୁଇଟିଯାକ ଇଞ୍ଜିନ୍‌ରେ କ’ଣ ପକ୍ଷୀ ଆଘାତ ଦେଇଥିଲେ? କାରଣ ଗୋଟିଏ ଇଞ୍ଜିନରେ ଆଘାତ ଲାଗିଲେ ମଧ୍ୟ ଦ୍ବିତୀୟଟି ବିମାନକୁ ପୁଣି ରନୱେକୁ ଫେରାଇ ଆଣିବା ପାଇଁ କୌଣସି ଅସୁବିଧା ହେବ ନାହିଁ। ସ୍ବାଭାବିକ ପାଣିପାଗ, ପୁଣି ମଧ୍ୟାହ୍ନ ସମୟ।, ତେଣୁ ପ୍ରତିକୂଳ ପରିସ୍ଥିତିର ସମ୍ଭାବନା ଊଣା। ବିମାନ ଚାଳକ ଅସାବଧାନ ଥିଲେ ଏତେ ନିକଟରୁ ସେ ’ମେଡେକଲ’ କରିନଥା’ନ୍ତେ। କିନ୍ତୁ ଭିଡିଓ ଫୁଟେଜ୍‌ରୁ ମିଳିଥିବା ଚିତ୍ରରୁ ଉଡ଼ାଣ ବେଳେ କେତେକ ବୈଷୟିକ ତ୍ରୁଟି ପ୍ରତି ବୈମାନିକମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ଯାନ୍ତ୍ରିକ ତ୍ରୁଟି ନା ପାଇଲଟ୍‌ଙ୍କ ଅସାବଧାନତା ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ଯେତେ ତର୍ଜମା ହେଉଥିଲେ ମଧ୍ୟ ରକ୍ଷଣାବେକ୍ଷଣା ଭଳି ଗୁରୁତର ଦିଗ ପ୍ରତି ଏପର୍ଯ୍ୟନ୍ତ ସେହି ଅଙ୍ଗୁଳି ନିର୍ଦ୍ଦେଶ କରିନାହାନ୍ତି। ଏହି ବିମାନରେ ନୂଆଦିଲ୍ଲୀରୁ ଅହମ୍ମଦାବାଦ ଆସିଥିବା ଯାତ୍ରୀ ଆକାଶ ବକ୍ସ କିନ୍ତୁ ଗୁରୁତର ଅଭିଯୋଗ କରିଛନ୍ତି। ବିମାନର ଟିଭି ଓ ଏସି ଚାଲୁନି। ବୈଷୟିକ ତ୍ରୁଟି ଯୋଗୁଁ ଏହି ବିମାନର ଲଣ୍ଡନଯାତ୍ରା ମେ ୧ ତାରିଖରେ ବାତିଲ ହେବା ପରେ ମେ ୨ ରେ ଯାତ୍ରା କରିଥିଲା। ୧୦/୧୨ ବର୍ଷର ପୁରୁଣା ବିମାନ ଅତିରିକ୍ତ ରକ୍ଷଣାବେକ୍ଷଣା ଦାବି କରୁଥିବା ବେଳେ ସେଥିପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଇ ପାରିନଥିବା ସେ ଦର୍ଶାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ରିଟିଶ ପ୍ରଧାନମନ୍ତ୍ରୀ କେ ଷ୍ଟାର୍ମର, ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍‌ଙ୍କ ସମେତ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଓ ଶାସନମୁଖ୍ୟଙ୍କ ପକ୍ଷରୁ ଭାରତର ବିମାନ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିମାନ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହି ଏକମାତ୍ର ଜୀବିତ ଯାତ୍ରୀଙ୍କୁ ସାକ୍ଷାତ କରିବା ସହ ପୋଡ଼ି ଯାଇଥିବା ଯାତ୍ରୀଙ୍କ ତ୍ବରିତ ଚିହ୍ନଟ ପ୍ରକ୍ରିୟା ଓ ଡିଏନଏ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାର ପିଛା ଟାଟା କମ୍ପାନୀ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ମେଡିକାଲ୍‌ କଲେଜର ପୁନରୁଦ୍ଧାର କାର୍ଯ୍ୟ ହତକୁ ନେବା ପ୍ରତିଶ୍ରୁତି ଦେଇଛି। ଟାଟା ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପରେ ଏହା ବୋଧହୁଏ ପ୍ରଥମ ଦୁର୍ଘଟଣା। ତେଣୁ ଆଗାମୀ ଦିନରେ ଏହାର ଯେପରି ପୁନରାବୃତ୍ତି ଘଟେ ସେଥିପ୍ରତି ସଚେତନ ହେବା ଜରୁରୀ।

ଇତିମଧ୍ୟରେ ବିମାନର ଦୁଇଟିଯାକ୍ତ ବ୍ଲାକ୍‌ବକ୍ସକୁ ଉଦ୍ଧାର କରାଯାଇଛି। ସେଥିରୁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। ତେବେ ଏହା ଭିତରେ ଯେଉଁ ଭାବାବେଗ ଓ ଆତ୍ମୀୟତାର ଅନ୍ତ ଘଟିଲା ତାହା ବ୍ଲାକ୍‌ବକ୍ସ ଅନୁସନ୍ଧାନ ପୂରଣ କରିପାରିବ ନାହିଁ। ସମ୍ପୂର୍ଣ୍ଣ ଘଟଣାରେ କିନ୍ତୁ ଭାରତୀୟ ଧର୍ମବିଶ୍ବାସର ଗୋଟିଏ ଆପ୍ତ ବାକ୍ୟ ପୁଣି ଥରେ ସତ ସାବ୍ୟସ୍ତ ହୋଇଛି – ’ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଆକାଣରେ ବିମାନ ଦୁର୍ଘଟଣା ଘଟିଲେ କୀଟପତଙ୍ଗ ମଦ୍ୟ ବଞ୍ଚିବାର ସମ୍ଭାବନା ଆଦୌ ନାହିଁ। ଅଥଚ ଜଣେ ବିମାନଯାତ୍ରୀ ବଞ୍ଚିଯିବା ଅଲୌକିକତା ନିଶ୍ଚୟ। ସେହିପରି ଟ୍ରାଫିକ୍‌ ଜାମ ଯୋଗୁଁ ଯେଉଁ ଯାତ୍ରୀଜଣକ ଠିକ୍‌ ସମୟରେ ବିମାନଯାତ୍ରାରୁ ବଞ୍ଚିତ ହୋଇଥିଲେ ତାହା ମଧ୍ୟ ଭାଗ୍ୟର ସଂଯୋଗ ବୋଲି କହିବାକୁ ପଡ଼ିବ।