Rudraksha - The Sakala
ଭଗବାନ ଶିବଙ୍କ ସ୍ୱରୂପ ହେଉଛି ରୁଦ୍ରାକ୍ଷ। ଏହାକୁ ଧାରଣ କଲେ ମହାଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ରୁଦ୍ରାକ୍ଷ ଏକ, ତିନି, ପାଞ୍ଚ, ସାତମୁଖୀ ଭଳି ଅନେକ ପ୍ରକାରର ମିଳେ। ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଧନ, ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ପତ୍ତି, ରୋଗ ଏବଂ ପାପରୁ ମୁକ୍ତି ମିଳେ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶି ଅନୁସାରେ ରୁଦ୍ରାକ୍ଷ ଧାରଣ କଲେ ଶୁଭଫଳ ମିଳିଥାଏ।
ମେଷ: ଏହି ରାଶିର ବ୍ୟକ୍ତିବିଶେଷ ତିନିମୁଖୀ କିମ୍ବା ପାଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ତିନି ମୁଖୀ ରୁଦ୍ରାକ୍ଷକୁ ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କ ସ୍ବରୂପ ବୋଲି ବିବେଚନା କରାଯାଏ। ତେଣୁ ଏହି ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତିବିଶେଷ ସାହସୀ, ଶକ୍ତିଶାଳୀ ଏବଂ ଆତ୍ମବିଶ୍ବାସୀ ହୋଇଥା’ନ୍ତି।
ବୃଷ: ଏହି ରାଶିର ବ୍ୟକ୍ତିମାନେ ଛଅମୁଖୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ। ଏହି ରୁଦ୍ରାକ୍ଷର ସୂଚକ ହେଉଛନ୍ତି ଭଗବାନ ଗଣେଶ ଓ କାର୍ତ୍ତିକ। ଏହାକୁ ଧାରଣ କରିବା ଦ୍ୱାରା ନକାରାତ୍ମକ ଭାବନା ନାଶ ହୋଇଥାଏ।
ମିଥୁନ: ଚତୁର୍ମୁଖୀ ରୁଦ୍ରାକ୍ଷରେ ଭଗବାନ ବ୍ରହ୍ମା ଓ ସରସ୍ବତୀ ବାସ କରନ୍ତି। ତେଣୁ ମିଥୁନ ରାଶିର ଲୋକମାନେ ଏହି ରୁଦ୍ରାକ୍ଷ ଧାରଣ କରିବା ସର୍ବୋତ୍ତମ କୁହାଯାଏ। ଏହାକୁ ଧାରଣ କରିଥିବା ବ୍ୟକ୍ତବିଶେଷ ତେଜସ୍ୱୀ ଏବଂ ବୁଦ୍ଧିମାନ ହୋଇଥାନ୍ତି।
କର୍କଟ: ଏହି ରାଶିର ବ୍ୟକ୍ତିମାନେ ଦୁଇମୁଖୀ ରୁଦ୍ରାକ୍ଷ ଧାରଣ କଲେ ଶୁଭ ଫଳ ମିଳିଥାଏ। ଏହି ରୁଦ୍ରାକ୍ଷରେ ଶିବ ଏବଂ ଶକ୍ତି ବାସ କରନ୍ତି ବୋଲି ବିଶ୍ବାସ ରହିଛି। ଉତ୍ତମ ପାରିବାରିକ ଜୀବନ, ସମସ୍ତଙ୍କ ସହ ସୁସମ୍ପର୍କ ଏବଂ ବିବାହ ସିଦ୍ଧି ପାଇଁ ଏହି ରୁଦ୍ରାକ୍ଷ ଧାରଣ କରାଯାଇଥାଏ।
ସିଂହ: ବାରମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ବାରା ସିଂହ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜ୍ବଳ ହୋଇଥାଏ। ଏହି ରୁଦ୍ରାକ୍ଷକୁ ଭଗବାନ ସୂର୍ଯ୍ୟଙ୍କ ପ୍ରତୀକ କୁହାଯାଏ। ଏହାକୁ ଧାରଣ କରିବା ଦ୍ୱାରା ସମସ୍ତ ପ୍ରକାର ଭୟରୁ ମୁକ୍ତି ମିଳିଥାଏ।
କନ୍ୟା: ଏକମୁଖୀ ରୁଦ୍ରାକ୍ଷ ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ। ଏହି ରୁଦ୍ରାକ୍ଷକୁ ମହାଦେବଙ୍କ ପ୍ରତୀକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିକୁ ଏକାଗ୍ରତା, ଶାନ୍ତି ପ୍ରଦାନ କରିଥାଏ।
ତୁଳା: ଆଠମୁଖୀ ରୁଦ୍ରାକ୍ଷ ତୁଳା ରାଶିର ବ୍ୟକ୍ତିମାନେ ଧାରଣ କରିବା ଉଚିତ। ଏହି ରୁଦ୍ରାକ୍ଷଭଗବାନ ଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି। ଏହାକୁ ପିନ୍ଧିବା ଦ୍ୱାରା ବ୍ୟକ୍ତି ଯଶ, କଳାରେ ନିପୁଣତା ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାନ୍ତି।
ବିଛା: ଏହି ରାଶିର ବ୍ୟକ୍ତିମାନେ ପାଞ୍ଚମୁଖୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ। ଏହାକୁ ଧାରଣ କରିବା ଦାରା ଧନ, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ ଓ ଅକାଳ ମୃତ୍ୟୁରୁ ରକ୍ଷା ମିଳେ।
ଧନୁ: ନଅମୁଖୀ ରୁଦ୍ରାକ୍ଷ ଧନୁ ରାଶିର ବ୍ୟକ୍ତିମାନେ ପିନ୍ଧିବା ଉଚିତ। ଏହି ରୁଦ୍ରାକ୍ଷରେ ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ରାହୁ ଓ କେତୁ ଦୋଷ ଥାଏ, ସେମାନେ ଏହାକୁ ପିନ୍ଧିଲେ ଶୁଭ ଫଳ ମିଳିଥାଏ।
ମକର: ଏହି ରାଶିର ବ୍ୟକ୍ତିମାନେ ଦଶମୁଖୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ। ଏହି ରୁଦ୍ରାକ୍ଷକୁ ଭଗବାନ ବିଷ୍ଣୁଙ୍କ ବରଦାନ ପ୍ରାପ୍ତ ହୋଇଛି। ଏହାକୁ ଧାରଣ କଲେ ମନରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।
କୁମ୍ଭ: ସାତମୁଖୀ ରୁଦ୍ରାକ୍ଷ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଫଳପ୍ରଦ ହୋଇଥାଏ। ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ବାରା ଧନ ଓ ସମ୍ପଦ ବୃଦ୍ଧି ହେବାସହ ସମାଜରେ ପ୍ରତିଷ୍ଠା ମିଳିଥାଏ।
ମୀନ: ଏହି ରାଶିର ବ୍ୟକ୍ତିମାନେ ଏଗାରମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଏହି ରୁଦ୍ରାକ୍ଷରେ ବଜରଙ୍ଗବଲୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଏହାସହ ବୁଦ୍ଧି, ଆତ୍ମବିଶ୍ୱାସ, ଶାରୀରିକ ବଳ ଆଦି ପ୍ରାପ୍ତ ହୋଇଥାଏ।