Military Exercise - The Sakala

ସମରାଭ୍ୟାସ ପାଇଁ ୧୧୦ ଦେଶକୁ ନିମନ୍ତ୍ରଣ କରିଥିଲା ପାକିସ୍ତାନ, ସାମିଲ ହେଲେ ମାତ୍ର ୭ ଦେଶ
ଇସଲାମାବାଦ(ଏଜେନ୍ସି): ଦେବାଳିଆ ହେବାକୁ ବସିଥିବା ପାକିସ୍ତାନ ଅନ୍ତର୍ଜାତୀୟ ସାମୁଦ୍ରିକ ଯୁଦ୍ଧାଭ୍ୟାସ ଆୟୋଜନ କରିଛି। କରାଚି ସ୍ଥିତ ନୌସେନା ଡକ୍‌ୟାର୍ଡରେ ଶନିବାରଠାରୁ ଯୁଦ୍ଧାଭ୍ୟାସ ‘ଅମନ-୨୦୨୩’ ଆରମ୍ଭ ହୋଇଛି। ଏଥିପାଇଁ ପାକିସ୍ତାନ ନିଜର ସମ୍ମାନ ହରାଇଛି। ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହୋଇଛି ପାକିସ୍ତାନ । ଏହି ସମରାଭ୍ୟାସରେ କେବଳ ୭ ଦେଶ ନିଜ ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜ ସହ ସାମିଲ ହୋଇଛନ୍ତି। ୪୩ ଦେଶ ନିଜ ପ୍ରତିନିଧିଙ୍କୁ ପଠାଇଛନ୍ତି। ତେବେ ଏଥିରେ ଯୋଗଦେବାକୁ ପାକିସ୍ତାନ ୧୧୦ ଦେଶକୁ ନିମନ୍ତ୍ରଣ କରିଥିଲା। ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ସ୍ଥିତି କେମିତି ରହିଛି ତାହା ଏହି ଯୁଦ୍ଧାଭ୍ୟାସ ପ୍ରମାଣ କରିଦେଇଛି।

ନୌସେନା ଅଭ୍ୟାସକୁ ଜାହାଜ ପଠାଇଥିବା ଦେଶ ମଧ୍ୟରେ ଆମେରିକା, ଚୀନ୍‌, ଶ୍ରୀଲଙ୍କା, ଇଣ୍ଡୋନେସିଆ, ମାଲେସିଆ, ଇଟାଲୀ ଏବଂ ଜାପାନ ସାମିଲ ରହିଛି। କେବଳ ନାମ କରିବା ପାଇଁ ଆମେରିକା ନିଜ ମରିନ ବ୍ରିଗେଡ୍‌ର ଏକ ଛୋଟ ଦଳକୁ ପଠାଇଛି। ଏହି ଦେଶ ଭାରତର ମାଲାବାର ଯୁଦ୍ଧାଭ୍ୟାସକୁ ପରମାଣୁ ଶକ୍ତି ସମ୍ପନ୍ନ ଏୟାରକ୍ରାଫ୍ଟ କ୍ୟାରିୟରର ସମ୍ପୂର୍ଣ୍ଣ ବ୍ୟାଲେଟଫୋର୍ସ ପଠାଇ ଥିଲା। ଏଥିରେ ବିଧ୍ବଂସକ ଜାହାଜ, ମାଇନ ସ୍ବିପର ଜାହାଜ, ଟ୍ୟାଙ୍କର ଏବଂ ବୁଡାଜାହାଜ ସାମିଲ ଥାଏ। ଚୀନ୍‌ର ସବୁଠାରୁ ବଡ଼ ଦଳ ଏଥିରେ ସାମିଲ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଚୀନ୍‌ ନୌସେନାର କେଉଁ ଯୁଦ୍ଧ ଜାହାଜ ନୌସମରାଭ୍ୟାସରେ ସାମିଲ ହେବ ତାହା ଜଣାପଡିନାହିଁ। ତୁର୍କୀ ନୌସେନା ମଧ୍ୟ ଏଥିରେ ସାମିଲ ହୋଇନାହିଁ। ଏହା ପାକିସ୍ତାନର ସହଭାଗିତା ହ୍ରାସକୁ ସୂଚାଉଛି। ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ମଧ୍ୟ ସେନା ଉପରେ ଏହାର ପ୍ରଭାବ ପଡ଼ିପାରି ନ ଥିବା କୁହାଯାଉଛି।