Holding Tax - The Sakala
ଭୁବନେଶ୍ୱର: ବିଏମ୍‌‌ସିର ହୋଲ୍‌ଡିଂ ଟିକସ ବକେୟା ରଖିଥିବା ବଡ଼ବଡ଼ିଆ ଟିକସଦାତାଙ୍କ ତାଲିକା ଜାରି ହେବା ପରେ ଏବେ ସେମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜଣକ ପରେ ଜଣେ ଟିକସ ଦେଇ ଚାଲିଛନ୍ତି। ସେପଟେ ଟିକସ ଆଦାୟ ପାଇଁ ବିଏମ୍‌‌ସି ବଡ଼ବଡ଼ିଆ ଟିକସଦାତାଙ୍କ ବିରୋଧରେ ଚାପ ପକାଇ ଚାଲିଛି। ଆଗମୀ ଦିନରେ ଏମାନଙ୍କ ନାମ ବିଏମ୍‌‌ସି ୱେବ୍‌‌ସାଇଟ୍‌‌ରେ ପ୍ରକାଶ ପାଇବ। ଏହାସହିତ ଯେତେବଡ଼ ସଂସ୍ଥା ହେଉ ନା କାହିଁକି ଏହାକୁ ସିଲ୍‌‌ କରି ଦିଆଯିବ। ଏହି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ବୋଲି ବିଏମ୍‌‌ସି ପକ୍ଷରୁ ସୂଚନା ଦିଆଯାଇଛି।
ପାହାଳ ସ୍ଥିତ ଏକ ବିଶାଳ ମଲ୍‌‌ ହୋଲ୍‌ଡିଂ ଟିକସ ଦେଇ ନ ଥିଲା। ଏହାର ମାଲିକଙ୍କୁ ବିଏମ୍‌‌ସି ଅଧିକାରୀମାନେ ଟିକସ ଭରିବାକୁ ଅନୁରୋଧ କଲେ ମଧ୍ୟ କିଛି ଶୁଣୁ ନ ଥିଲେ। ମଙ୍ଗଳବାର ବିଏମ୍‌‌ସିର ଏକ ଟିମ୍‌‌ ଉକ୍ତ ମଲ୍‌‌କୁ ସିଲ୍‌‌ କରିବାକୁ ଯାଇଥିଲେ। ଟିମ୍‌‌ ପ୍ରକ୍ରିୟା ଆରମ୍ଭ କରିବା ବେଳକୁ ଘଟଣାସ୍ଥଳରେ ମଲ୍‌‌ର ବଡ଼ ଅଧିକାରୀ ପହଞ୍ଚିଗଲେ। ଟିକସ ଦେଇଦେବେ ବୋଲି ପ୍ରତିଶ୍ରୁତି ଦେଲେ। ଦୀର୍ଘଦିନ ଧରି ଟିକସ ଦେଉ ନ ଥିଲେ ହେଁ ଅଚାନକ ୩୦ ଲକ୍ଷ ଟଙ୍କା ଧରି ବିଏମ୍‌‌ସିରେ ଦାଖଲ କରିଦେଲେ। ୫୦ଲକ୍ଷରୁ ୧କୋଟି ଟଙ୍କା ବକେୟା ରଖିଛନ୍ତି ୧୫ ଜଣ। ୧ କୋଟିରୁ ଊର୍ଦ୍ଧ୍ବରେ ୧୬ ଜଣ ବ୍ୟକ୍ତି ବା ଅନୁଷ୍ଠାନ ଟିକସ ବକେୟା ରଖିଛନ୍ତି। ୫୦ ଲକ୍ଷରୁ ୧ କୋଟି ବକେୟା ବର୍ଗରେ ଦକ୍ଷିଣ-ପୂର୍ବ ଜୋନ୍‌‌ର ୩ ଜଣ, ଦକ୍ଷିଣ-ପଶ୍ଚିମ ଜୋନ୍‌‌ର ୫ ଜଣ ଏବଂ ଉତ୍ତର ଜୋନ୍‌‌ର ୭ ଜଣ ରହିଛନ୍ତି। ସେହିପରି ୧ କୋଟିରୁ ଊର୍ଦ୍ଧ୍ବ ବକେୟା ରାଶିରେ ଦକ୍ଷିଣ-ପୂର୍ବ ଜୋନ୍‌‌ର ୫ ଜଣ, ଦକ୍ଷିଣ-ପଶ୍ଚିମ ଜୋନ୍‌‌ର ୫ ଜଣ ଏବଂ ଉତ୍ତର ଜୋନ୍‌‌ର ୬ ଜଣ ରହିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ, ନିଜର ହୋଲ୍‌ଡିଂ ଟିକସ ଦେବାରେ ଖିଲାପି ନ ହେବା ପାଇଁ ଚେତାଇ ଦିଆଯାଉଛି। ଅନ୍ୟପକ୍ଷରେ ବିଏମ୍‌‌ସି ୧ଲକ୍ଷରୁ ଅଧିକ ଟିକସ ଦେଇ ନ ଥିବା ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରସ୍ତୁତ କରିଛି। ଏମାନଙ୍କ ମଧ୍ୟରେ ବହୁ ବଡ଼ବଡ଼ିଆ ରହିଛନ୍ତି। ମାଗି ମାଗି ଥକି ଗଲେ ମଧ୍ୟ ହୋଲ୍‌ଡିଂ ଟିକସ ଦେବାକୁ ନାଁ ଧରି ନାହାନ୍ତି। ବିଏମ୍‌‌ସି ମେଞ୍ଚାଏ ଲୋକଙ୍କ ତାଲିକା ପ୍ରସ୍ତୁତ କରିଥିଲେ ମଧ୍ୟ ମାତ୍ର କେଞ୍ଚାଏ ଲୋକଙ୍କ ନାମକୁ ସର୍ବସାଧାରଣରେ ଜାରି କରିଛି। ଏମାନେ ଯଦି ସମୟ ମଧ୍ୟରେ ଟିକସ ନ ଦିଅନ୍ତି ତେବେ ଆଗାମୀ ଦିନରେ ସେମାନଙ୍କ ନାମ ବିଏମ୍‌‌ସି ୱେବ୍‌‌ସାଇଟ୍‌‌ରେ ଜାରି କରିବାକୁ ଯାଉଛି।
ରାଜଧାନୀ ବାସୀଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି: ରଦ୍ଦ ହେଲା ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତି
କଟକ : ରାଜଧାନୀରେ ଘର ମାଲିକଙ୍କୁ ଆଶ୍ୱସ୍ତି । ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ । ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିବା ଭୁବନେଶ୍ୱର ମହାନଗର ନିଗମକୁ ଏହାପରେ ହାଇକୋର୍ଟରୁ ଶକ୍ତ ଧକ୍କା ଲାଗିଛି । ବର୍ଦ୍ଧିତ ଦରରେ ବିଏମସି ହୋଲଡିଂ ଟିକସ ଆଦାୟ କରି ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ।
ହୋଲଡିଂ ଟିକସ ପ୍ରସଙ୍ଗରେ ୨୦୨୧ ଏପ୍ରିଲ ୨୨ତାରିଖରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଏମସି ସୁପ୍ରିମକୋର୍ଟରେ ଦାୟର କରିଥିବା ଏସଏଲପି ଗତ ନଭେମ୍ବର ମାସରେ ଖାରଜ ହୋଇଯାଇଥିଲା । ପୁର୍ବରୁ ବିଏମସି ଅନେକ ଲୋକଙ୍କ ଠାରୁ ବର୍ଦ୍ଧିତ ଦରରେ ହୋଲଡିଂ ଟିକସ ଆଦାୟ କରିଥିଲା । ହାଇକୋର୍ଟଙ୍କ ନିର୍ଦେଶ ପରେ ଭୁବନେଶ୍ବର ବାସିନ୍ଦା ହୋଲଡିଂ ଟିକସର ଅତିରିକ୍ତ ବୋଝରୁ ଆଶ୍ବସ୍ତ ହୋଇଛନ୍ତି ।