Twitter Paid Subscription - The Sakala

ଟୁଇଟର ପେଡ୍ ସବସ୍କ୍ରିପସନ: ବ୍ଲୁ-ଟିକ୍ ସର୍ଭିସ ପାଇଁ ୟୁର୍ଜସଙ୍କୁ ଦେବାକୁ ପଡ଼ିବ ୬୫୦ ଟଙ୍କା
ନୂଆଦିଲ୍ଲୀ : ଭାରତରେ ଆରମ୍ଭ ହେଲା ଟୁଇଟର ପେଡ୍ ସବସ୍କ୍ରିପସନ ସେବା । ଟୁଇଟର ବ୍ଲୁ-ଟିକ୍ ସର୍ଭିସ ପାଇଁ ୟୁର୍ଜସଙ୍କୁ ଦେବାକୁ ପଡ଼ିବ ୬୫୦ ଟଙ୍କା । ବ୍ଲୁ-ଟିକ ପାଇଁ ଓ୍ବେବ ୟୁଜର୍ସ ମାସକୁ ୬୫୦ ଟଙ୍କା ଓ ମୋବାଇଲ ୟୁଜର୍ସ ୯ଶହ ଟଙ୍କା ଦେବେ । ବାର୍ଷିକ ସବସ୍କ୍ରିପସନ ପାଇଁ ୟୁଜର୍ସଙ୍କୁ ୬ହଜାର ୮ଶହ ଟଙ୍କା ଦେବାକୁ ପଡ଼ିବ । ବ୍ଲୁ-ଟିକ ସବସ୍କ୍ରାଇବରଙ୍କୁ ଟୁଇଟ ଏଡିଟ ଅପସନ, ୧୦୮୦ ପିକ୍ସେଲର ଭିଡିଓ ଅପଲୋଡ ଓ ରିଡର ମୋଡ ଆକ୍ସେସ ମିଳିବ । ଏହାସହ ୟୁଜର୍ସଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ । ଏହାଛଡ଼ା ୪ହଜାର ଓ୍ବାର୍ଡ ପର୍ଯ୍ୟନ୍ତ ଟୁଇଟ ପୋଷ୍ଟ କରିବାର ସୁବିଧା ମଧ୍ୟ ମିଳିବ ।

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ ଏଲନ ମସ୍କ କିଣିବା ପରେ ସେବାରେ ଅନେକ ପରିବର୍ତ୍ତନ କରାଯାଇଛି । ଫଳରେ ଟୁଇଟରର କିଛି ଅତିରିକ୍ତ ସେବା ପାଇଁ ବ୍ୟବହାରକାରୀଙ୍କୁ ଚାର୍ଜେସ ଦେବାକୁ ହେବ । କିଛିଦିନ ପୂର୍ବରୁ ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଜାପାନରେ ବ୍ଲୁଟିକ ସେବା ଆରମ୍ଭ କରିଥିଲା ଟୁଇଟର । ସେପଟେ ଆଜି ସକାଳୁ ବିଭିନ୍ନ ରାଷ୍ଟ୍ରରେ ଟୁଇଟର, ଇନଷ୍ଟା, ଫେସବୁକ ସର୍ଭିସ ଡାଉନ ହୋଇଛି । ଆମେରିକାରେ ବ୍ୟବହାରକାରୀ ଅଧିକ ପ୍ରଭାବିତ ହୋଇଥିବା ବେଳେ ନୂଆ ପୋଷ୍ଟ କରିବା ପାଇଁ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି । ତେବେ ଏହାର ସମାଧାନ ପାଇଁ ଚେଷ୍ଟା ଚାଲିଛି ବୋଲି କହିଛି ଟୁଇଟର ସପୋର୍ଟ ଟିମ୍ ।