minister Naba Das murder case - The Sakala
ଭୁବନେଶ୍ୱର: ନବକିଶୋର ଦାସ ହତ୍ୟା ଘଟଣାକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା। ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରାଯାଇଛି। ଗୁଜରାଟର ଫରେନସିକ୍ ଲାବରେଟୋରୀରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ସେହିପରି ଦିଲ୍ଲୀର ସିଏଫଏସଲ ଟିମ୍ ଦ୍ବାରା ଗୋପାଳର ମାନସିକ ପରୀକ୍ଷା ଓ ଏଲଭିଏ ଟେଷ୍ଟ କରାଯାଇଛି ବୋଲି କହିଛନ୍ତି ସସ୍ମିତ ପାତ୍ର। ତଦନ୍ତରେ ସ୍ବଚ୍ଛତା ଆଣିବା ପାଇଁ ଆମେରିକାର ଏଫବିଆଇର ସହାୟତା ନିଆଯାଇଛି । ଅଭିଯୁକ୍ତ ଗୋପାଳର ବିହେବରାଲ ଯାଞ୍ଚ କରିବାକୁ ସହାୟତା ଲୋଡାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ଅନ୍ୟପଟେ ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି । ହେଲେ ରାଜ୍ୟ ବିଜେପି ଏନେଇ ହୀନ ରାଜନୀତି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।
ନବ ଦାସଙ୍କ ହତ୍ୟା ଘଟଣାର ଖୋଳତାଡ କରିବ ଆମେରିକାର ତଦନ୍ତକାରୀ ସଂସ୍ଥା FBI, ତଦନ୍ତର କୌଣସି ଦିଗକୁ ବି ଛଡ଼ା ଯିବନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାକୁ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରାଉଛନ୍ତି। ମାନ୍ୟବର ହାଇକୋର୍ଟ ଏହି ମାମଲାର ତଦନ୍ତ ଉପରେ ନଜର ରଖିବା ପାଇଁ ଅବସରପ୍ରାପ୍ତ ହାଇକୋର୍ଟର ଜଣେ ଜଜ୍ ନିଯୁକ୍ତ କରିବା ପରେ ପୁରା ପୁଲିସର ତଦନ୍ତ ନ୍ୟାୟିକ ତଦାରଖ କରାଯାଉଛି। ତେବେ ରାଜ୍ୟର ବିରୋଧୀ ଦଳ ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ନେଇ ଗତ କିଛି ଦିନ ହେବ ରାଜନୀତିର ରୁଟି ସେକୁଥିବା ବେଳେ, ଆଜି, ଏନେଇ ବିଧାନସଭାରେ ନିଜ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ବିବୃତିରେ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଘଟଣାଟି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ଅର୍ପଣ କରାଯାଇଥିଲା । ତଦନ୍ତରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ମୋ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଜଣେ କାର୍ଯ୍ୟରତ/ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‌ଙ୍କୁ ମନୋନୀତ କରି ଏହି କେସ୍‌ର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ହାଇକୋର୍ଟ ଏହି ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କୁ ମନୋନୀତ କରିଛନ୍ତି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଥା ବୈ‌ଜ୍ଞାନିକ ଅନୁସଂଧାନ କରି ସତ୍ୟକୁ ସାବ୍ୟସ୍ତ କରିବା ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏଥିନିମନ୍ତେ ଦେଶର ଶ୍ରେଷ୍ଠ ଫୋରେନସିକ ବିଶେଷଜ୍ଞ ମାନଙ୍କର ସହାୟତା ନେଇଛନ୍ତି । ରାଜ୍ୟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ, ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଫୋରେନସିକ ଲାବୋରେଟୋରୀ ଏବଂ ଗାନ୍ଧୀନଗରସ୍ଥିତ ଗୁଜୁରାଟ ରାଜ୍ୟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ ଏ ଦିଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚକୁ ସହାୟତା କରୁଛନ୍ତି ।
ସାକ୍ଷୀ ମାନଙ୍କର ବକ୍ତବ୍ୟ ତଥା ଅଭିଯୁକ୍ତର ଜେରାକୁ ଭିତ୍ତିକରି ଗୋପାଳ ଦାସର ମାନସିକ ଅବସ୍ଥାର ଅନୁଶୀଳନ ଏକ ୪ ଜଣିଆ ମାନସିକରୋଗ ବିଶେଷଜ୍ଞ ବୋର୍ଡଙ୍କ ଦ୍ବାରା କରାଯାଇଅଛି। ଏତଦ୍‌ବ୍ୟତୀତ ଅଭିଯୁକ୍ତ ସତ କହୁଛି କି ପ୍ରତାରଣା କରୁଛି, ତାକୁ ପରୀକ୍ଷା କରିବା ପାଇଁ ତାର Forensic Psychological Assessment ଏବଂ Layered voice Analysis Test ନୂଆଦିଲ୍ଲୀ କେନ୍ଦ୍ରୀୟ Forensic Science Laboratoryର ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଇଅଛି । ଅଭିଯୁକ୍ତ ଠାରୁ ସତ୍ୟ କାଢିବା ତଥା ଅଧିକ ତଥ୍ୟ ବାହାର କରିବାପାଇଁ ଗୁଜୁରାଟ ଗାନ୍ଧିନଗରରେ ରାଜ୍ୟ ଫରେନସିକ୍‌ ଲ୍ୟାବରେ ବିଶେଷଜ୍ଞଙ୍କ ଦ୍ବାରା  ଗାନ୍ଧିନଗର କରାଯାଇଅଛି । ହତ୍ୟା କାଣ୍ଡର ପକୃତ ସତ୍ୟାସତ୍ୟ ଜାଣିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବା ସହିତ ଶ୍ରେଷ୍ଠ ବିଶେଷଜ୍ଞ ମାନଙ୍କ ପରାମର୍ଶ ମଧ୍ୟ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ତଦନ୍ତରେ ଏଫବିଆଇର ସହାୟତା ନେବ କ୍ରାଇମବ୍ରାଞ୍ଚ
ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଲାଗି ଆମେରିକୀୟ ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ( ଏଫବିଆଇ)ର ସହାୟତା ନିଆଯିବ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ମାନସିକ ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ଲାଗି ଏଫବିଆଇର ବୈଷୟିକ ସହାୟତା ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହରେ ସୂଚନା ଦେଇଛନ୍ତି।
ଏଭଳି କେସ୍‌ରେ ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅନୁଷ୍ଠାନ ଏଫବିଆଇର ସହାୟତା ନେବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ଉଦ୍ୟମ କରୁଛି। କାରଣ ଏଭଳି ସମ୍ବେଦନଶୀଳ ଅପରାଧର ତଦନ୍ତ ଲାଗି ଅପରାଧୀର ବ୍ୟାବହାରିକ ବିଶ୍ଲେଷଣ ନିମନ୍ତେ ଯେଉଁ ପାରଦର୍ଶିତା ଲୋଡା ତାହା ଏଫବି୍ଆଇ ପାଖରେ ଉପଲବ୍ଧ। ଏଣୁ ମୁଖ୍ୟ ଅଭିଯୁକ୍ତର ମାନସିକ ସ୍ଥିତିର ପ୍ରକୃଷ୍ଟ ବିଶ୍ଲେଷଣ ଲାଗି ଏଫବିଆଇର ବିହେଭି୍ଅରାଲ୍ ସପୋର୍ଟ ଟିମ୍ର ସହାୟତା ଆମକୁ ଯୋଗାଇଦେବା ଲାଗି ଆମେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିଛୁ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏ ପ୍ରସଙ୍ଗରେ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ନବ ଦାସ ହତ୍ୟା ଘଟଣାର ତଦନ୍ତ ପାଇଁ ଯାହା ବି କିଛି ଆବଶ୍ୟକ ତାହା ନିଶ୍ଚିତ କରାଯିବ। ମୁଖ୍ୟମନ୍ତ୍ରୀ ଗୃହକୁ ପୁନଃ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଦେଶ ତଥା ଦେଶ ବାହାରର ପ୍ରତିଷ୍ଠିତ ବିଶେଷଜ୍ଞ ମାନଙ୍କ ସହାୟତା ନେଇ ଏହି କେସ୍‌ର ସଂପୂର୍ଣ୍ଣ ନିରପେକ୍ଷ ଓ ମୁକ୍ତ ତଦନ୍ତକୁ ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ପଦକ୍ଷେପ ନେବୁ। ମୋ ସରକାରର ଏକମାତ୍ର ଲକ୍ଷ୍ୟ ହେଉଛି ଏହିଭଳି ଅପରାଧ କରୁଥିବା ଅପରାଧୀମାନଙ୍କୁ ଆଇନର କାଠଗଡାକୁ ଆଣିବା ଏବଂ ସେମାନଙ୍କୁ କଠୋର ଦଣ୍ଡ ଦେବା। ଓଡିଶାବାସୀ ବାରମ୍ବାର ମୋ ଉପରେ ବିଶ୍ବାସ ରଖିଛନ୍ତି ଓ ଦାୟିତ୍ବ ଅର୍ପଣ କରିଛନ୍ତି ଏବଂ ମୁଁ ବିନା ଭୟ ବା ପକ୍ଷପାତରେ ସେମାନଙ୍କର ଏହି ଭରସାକୁ ବଜାୟ ରଖିବା ପାଇଁ କାମ କରିଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନବ ଦାସଙ୍କ ହତ୍ୟା ମାମଲା : ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ, ଯିଏ କେହିବି ସମ୍ପୃକ୍ତି ଥିଲେ ଛଡା ଯିବନି
ଭୁବନେଶ୍ବର : ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ତେବେ ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ଜୋରଦାର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରୁନାହିଁ। ପ୍ରଶ୍ନକାଳ ଆରମ୍ଭରୁ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ନଵ ଦାସ ହତ୍ୟା ଘଟଣାକୁ ମେଇ ହଟ୍ଟଗୋଳ କରିଥିବା ବେଳେ ଶାସକ ଦଳର ବିଧାୟକମାନେ ଚାଷୀ ପ୍ରସଙ୍ଗ ଓ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗୃହରେ ପ୍ରତିବାଦ କରିଛନ୍ତି । ଫଳରେ ଗୃହକାର୍ଯ୍ୟ ଚାଲିବା ସମ୍ଭବ ପର ନଥିଲା। ପ୍ରଥମେ ଗୃହକାର୍ଯ୍ୟ ଆରମ୍ଭରୁ ଗୃହକୁ ଦିନ ୧୧.୩୦ ଯାଏଁ ମୁଲତବୀ କରାଯାଇଥିଲା। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ପହଞ୍ଚି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଗୃହରେ ନିଜର ବିବୃତ୍ତି ରଖିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ନିଜ ବିବୃତିରେ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଥିଲେ। ଏଥିସହ ଏହି ସ୍ପର୍ଶକାତର ଘଟଣାର ରାଜନୀତୀକରଣ କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ବିଜେପି ଉପରେ ବର୍ଷିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ‘ଆମେ ଆମର ଜଣେ ସହଯୋଗୀଙ୍କୁ ହରାଇଲୁ । ଓଡ଼ିଶା ଜଣେ ବିଚକ୍ଷଣ ନେତାଙ୍କୁ ହରାଇଛି ।’ ନବ ଦାସଙ୍କ ହତ୍ୟା ମାମଲା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ରାଜ୍ୟ ସରକାର ଘଟଣାର ଗମ୍ଭୀରତା ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ସରକାର ଅନୁରୋଧ କରିଥିଲେ। ହାଇକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତି ମଧ୍ୟ ନିଯୁକ୍ତ କରିଛନ୍ତି। ତାଙ୍କ ତତ୍ବାବଧାନରେ ତଦନ୍ତ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଆଇନ ଅନୁଯାୟୀ କରାଯାଉଛି। ଏହି ଘଟଣାରେ ଯାହାର ବି ସମ୍ପୃକ୍ତି ରହିଥିବ,ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ କୌଣସି ପକ୍ଷପାତିତା କରାଯାଇ ନାହିଁ। କି କରା ଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଯାଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଭୟଙ୍କର ଘଟଣା ପରେ, ଏହି ସମ୍ବେଦନଶୀଳ ମାମଲାକୁ କିପରି ରାଜନୀତିକରଣ କରାଯାଉଛି ତାହା ମୋତେ ଓଡ଼ିଶାର ଲୋକଙ୍କୁ ମଧ୍ୟ ଚକିତ କରିଛି। ଭିତ୍ତିହୀନ ଏବଂ କପୋଳକଳ୍ପିତ ଅଭିଯୋଗ କରିବା ଭୁଲ ଅଟେ। ଆମ ଗଣତନ୍ତ୍ରରେ ଏକ ଶକ୍ତିଶାଳୀ ସ୍ତମ୍ଭ ହେଉଛି ସ୍ୱାଧୀନ ନ୍ୟାୟପାଳିକା। ମାନ୍ୟବର ହାଇକୋର୍ଟ ଏହି ମାମଲାର ତଦନ୍ତ ଉପରେ ନଜର ରଖିବା ପାଇଁ ଅବସରପ୍ରାପ୍ତ ହାଇକୋର୍ଟର ଜଣେ ଜଜ୍ ନିଯୁକ୍ତ କରିବା ପରେ ପୁରା ପୁଲିସର ତଦନ୍ତ ନ୍ୟାୟିକ ତଦାରଖ କରାଯାଉଛି। ତେବେ, ଏହି ମାମଲାରେ ରାଜନୀତି କରିବା ଭିତ୍ତିହୀନ ଏବଂ ମନ୍ଦ ଅଭିଯୋଗ କରିବାର ଆବଶ୍ୟକତା କ’ଣ? ଆମେ ସମସ୍ତେ ଆମର ସ୍ୱାଧୀନ ନ୍ୟାୟପାଳିକା ଉପରେ ସମ୍ମାନ ଓ ବିଶ୍ୱାସ କରିବା ଉଚିତ୍।
ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ଯେ ଏହା ଅତ୍ୟନ୍ତଦୁଃଖଦାୟକ କି ପୂର୍ବତନ ମନ୍ତ୍ରୀଙ୍କ ହତ୍ୟାକାରୀ ଜଣେ ପୁଲିସ ଅଧିକାରୀ। ତେବେ ଏହି କାରଣରୁ ବିଜେପି ପକ୍ଷରୁ ‌ସମଗ୍ର ପୁଲିସ ବାହିନୀକୁ ଯେଭଳି ଆକ୍ଷେପ କରାଯାଇ ମନ୍ତବ୍ୟ ଦିଆଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ହେତୁ ପୂରା ପୁଲିସ ବାହିନୀର ମନୋବଳ ଉପରେ ନକାରାତ୍କମ ପ୍ରଭାବ ପଡ଼ୁଛି। ବିଜେପି ରାଜ୍ୟର ପୁଲିସ ବାହିନୀକୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାକୁ ଉଦ୍ୟମ କରୁଛି। ସେହିପରି ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଜଣେ କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ବି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଓଡ଼ିଶା ଏଭଳି ଲଜ୍ଜାଜନକ କାଣ୍ଡକୁ କଦାପି କ୍ଷମାଦେବ ନାହିଁ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ମୁଁ ଗଭୀର ଭାବେ ଆଶ୍ଚର୍ଯ୍ୟ ହୋଇଗଲି ଯେ ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ ଜଣେ ପୁଲିସ୍। ଅଭିଯୁକ୍ତ ଅଧିକାରୀଙ୍କୁ ତୁରନ୍ତ ସେବାରୁ ବରଖାସ୍ତ କରାଯାଇଛି ଏବଂ ମନ୍ତ୍ରୀ ନବ ଦାସଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସମସ୍ତ ଉଦ୍ୟମ କରାଯିବ। ତେବେ ବିରୋଧୀ ଦଳର କିଛି ନେତା ବିଶେଷ କରି ରାଜ୍ୟ ବିଜେପିର ପୁରା ପୁଲିସ ଫୋର୍ସ ଉପରେ ଦେଇଥିବା ବିବୃତ୍ତିରେ ମୁଁ ବିବ୍ରତ। ମୁଁ ଦୁଃଖିତ ବିରୋଧୀ, ବିଶେଷକରି ରାଜ୍ୟ ବିଜେପି ଜଘନ୍ୟ ଅପରାଧକୁ ରାଜନୀତିକରଣ କରିବା ଏବଂ ଆମର ପୁଲିସ୍ ଫୋର୍ସ ଉପରେ ବିଭିନ୍ନ ଆରୋପ ଲାଗାଇବା ଏଜେଣ୍ଡାରେ କାମ କରୁଛି। ପୂର୍ବରୁ ମଧ୍ୟ ପୁଲିସ,ସେନା କିମ୍ବା କେନ୍ଦ୍ରୀୟ ସାମରିକ ବାହିନୀର କିଛି ବ୍ୟକ୍ତି ବିଭିନ୍ନ ଅପରାଧରେ ଜଡିତ ହୋଇ ଚାକିରିରୁ ବାହାର ହେବା ସହ ଗିରଫ ହୋଇଛନ୍ତି।କିନ୍ତୁ ଏହା କଦାପି ସମଗ୍ର ପୁଲିସ କି ସେନାର ମାନହାନି ଘଟାଇ ନାହିଁ। ଦୁର୍ଭାଗ୍ୟବଶତ ରାଜ୍ୟ ବିଜେପି ଓଡିଶାର ପୁରା ପୁଲିସ ଫୋର୍ସକୁ ବଦନାମ କରିବାକୁ ଚେଷ୍ଟା କରିଛି। ରାଜ୍ୟ ବିଜେପି ଓଡିଶାର ଯୁବକଙ୍କୁ ଅପମାନିତ କରିଛି ଏବଂ ଏଥିପାଇଁ ଲୋକମାନେ ସେମାନଙ୍କୁ କ୍ଷମା କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତ୍ତିର ଶେଷରେ କହିଥିଲେ ଯେ ଓଡିଶା ସର୍ବଦା ନିଜ ମହିଳାମାନଙ୍କୁ ସମ୍ମାନ ଦେଇଆସୁଛି। କିନ୍ତୁ ବିରୋଧୀ ଦଳ ନେତା ଯେଉଁ ଲଜ୍ଜାଜନକ ଆଚରଣ ଦେଖାଇଛନ୍ତି, ତାହା କେବେବି କ୍ଷମଣୀୟ ନୁହେଁ। ଏଭଳି ଆଚରଣକୁ ସଡ଼ିଶାବାସୀ କେବେ କ୍ଷମା କରିବ ନାହିଁ। ଆମର ବିଭିନ୍ନ ପ୍ରସଙ୍ଗ ଓ ମାମଲାକୁ ନେଇ ଭିନ୍ନ ଭିନ୍ନ ମତ ଥାଇପାରେ। ତାହାକୁ ନେଇ ଆମେ ତର୍କ କରିପାରିବା କିମ୍ବା ଆଲୋଚନା କରିପାରିବା। କିନ୍ତୁ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଭଳି  ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ। ମୋ ସରକାରର ଏକମାତ୍ର ଲକ୍ଷ୍ୟ ଏହି ସଙ୍ଗୀନ ଅପରାଧରେ ସଂପୃକ୍ତ ସମସ୍ତଙ୍କୁ ଧରି କଠୋର ଦଣ୍ଡରେ ଦଣ୍ଡିତ କରିବା।
ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ବାପାଙ୍କ ମୃତ୍ଯୁ ନେଇ ରାଜନୀତି ନହେଉ- ଝିଅ ଦୀପାଳି
ଭୁବନେଶ୍ବର: ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହି ପ୍ରସଙ୍ଗରେ ଝିଅ ଦୀପାଳି ଦାସ ଆଜି ପ୍ରତିକ୍ରିୟା ଦେଇଛନ୍ତି। ବାପାଙ୍କ ମୃତ୍ଯୁ ଏକ ସମ୍ବେଦନଶୀଳ ଘଟଣା ବୋଲି ଦୀପାଳି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି। ଆମ ପରିବାରକୁ ନ୍ୟାୟ ମିଳିବ ବୋଲି ଦୀପାଳି କହିଛନ୍ତି। ତାଙ୍କ ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ ନକରିବାକୁ ସେ କହିଛନ୍ତି। ଜଣେ ଭଲ ଜଜଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀ ଆମ ପିତା ଭଳି ଆଶୀର୍ବାଦ ରଖିଛନ୍ତି। ଧୈର୍ଯ୍ଯ ଦେଇଥିବାରୁ ସାରା ଜୀବନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ରହିବି ବୋଲି ଝିଅ ଦୀପାଳି କହିଛନ୍ତି।
ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: କୋର୍ଟରେ ହାଜର ପରେ ଜେଲ ଗଲା ଅଭିଯୁକ୍ତ ଗୋପାଳ
ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା । ଅଭିଯୁକ୍ତ ଗୋପାଳ ଝାରସୁଗୁଡ଼ା JMFC କୋର୍ଟରେ ହାଜର ପରେ ଜେଲ ଯାଇଛି। ଝାରସୁଗୁଡା ଉପକାରାଗାରକୁ ଗୋପାଳକୁ ନେଲା କ୍ରାଇମବ୍ରାଞ୍ଚ ।  ଗତକାଲି ରାତିରେ ନାର୍କୋ ଟେଷ୍ଟ ପରେ ଗୁଜରାଟରୁ ଝାରସୁଗୁଡ଼ା ଅଣାଯାଇଥିଲା ।
ସୂଚନା ଅନୁଯାୟୀ, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ସମସ୍ତ ପରୀକ୍ଷା ଶେଷ ହୋଇଛି। ମନ୍ତ୍ରୀଙ୍କୁ କାହିଁକି ଗୁଳିକରି ହତ୍ୟା କଲା ନାର୍କୋ ଟେଷ୍ଟ ବେଳେ ଗୋପାଳ ସତ ଓଗାଳିଥିବା ଚର୍ଚ୍ଚା ହେଉଛି। ନାର୍କୋ ଟେଷ୍ଟ ସମୟରେ ଗୋପାଳର ବୟାନକୁ ଭିଡ଼ିଓ ରେକର୍ଡ଼ିଂ କରାଯାଇଛି। ଏହି ଭିଡ଼ିଓରେ ଗୋପାଳ ମନ୍ତ୍ରୀଙ୍କୁ କାହିଁକି ହତ୍ୟା କଲା ତାହାର କାରଣ କହିଥିବା କୁହାଯାଉଛି।
ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଗୋପାଳ ଦାସ ନାର୍କୋ ଟେଷ୍ଟ ବେଳେ ଦେଇଥିବା ବୟାନ ସମସ୍ତଙ୍କୁ ଚକିତ କରିଛି। ୭ ଘଣ୍ଟା ଧରି ନାର୍କୋ ଓ ପଲିଗ୍ରାଫ୍‌‌ ଟେଷ୍ଟ ସମୟରେ ତାକୁ ପ୍ରାୟ ୫୦ଟି ପ୍ରଶ୍ନ ପଚରାଯାଇଥିଲା। ଏହି ଅବସରରେ ମନ୍ତ୍ରୀଙ୍କ ଉପରେ ରାଗ ସୁଝାଇବା ପାଇଁ ସେ ସୁଯୋଗକୁ ଅପେକ୍ଷା କରି ରହିଥିଲେ ବୋଲି ଗୋପାଳ କହିଥିବା ସୂଚନା ମିଳିଛି। ଗୋପାଳ ବାଇପୋଲାର ଡିଜଅର୍ଡରରେ ଆକ୍ରାନ୍ତ ଥିଲା ଏବଂ ଏଥିପାଇଁ ଔଷଧ ଖାଉଥିଲା ବୋଲି ପରିବାର ଲୋକ କହିଥିଲେ। ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଏତିକି ଦର୍ଶାଉଛି ଯେ କୌଣସି କାରଣ ପାଇଁ ନବ ଦାସଙ୍କ ଉପରେ ତା’ର ବ୍ୟକ୍ତିଗତ ରାଗ ଥିଲା। କିନ୍ତୁ ଏହାର କାରଣ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ। ନାର୍କୋ ଟେଷ୍ଟରେ ଗୋପାଳ କଣ କହିଲା ଏ ନେଇ କ୍ରାଇମ୍‌‌ବ୍ରାଞ୍ଚ ପକ୍ଷରୁ କିଛି କୁହାଯାଇନାହିଁ। ସେ ଯାହା କହିଛି ତାହାକୁ ଯାହାକୁ ତର୍ଜମା କରୁଛି କ୍ରାଇମ୍‌‌ବ୍ରାଞ୍ଚ। କ୍ରାଇମ୍‌‌ବ୍ରାଞ୍ଚର ପଚରାଉଚରା ସମୟରେ ଅଭିଯୁକ୍ତ ଗୋପାଳ ବାରମ୍ୱାର ବୟାନ ବଦଳାଉଥିବାରୁ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରି ସତ-ମିଛ ପରୀକ୍ଷା କରାଯାଇଛି। ଗୁଜରାଟ ଗାନ୍ଧୀନଗର ସ୍ଥିତ ଡିଏଫ୍‌‌ଏସରେ ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ କରାଯାଇଥିଲା। ନାର୍କୋ ଟେଷ୍ଟ କରିଥିବା ଟିମ୍‌‌ କ୍ରାଇମ୍‌‌ବ୍ରାଞ୍ଚ ଠାରୁ ଏକ ପ୍ରଶ୍ନ ତାଲିକା ନେଇଥିଲେ। ଏହି ତାଲିକା ସହ ଆଉ କିଛି ପ୍ରଶ୍ନ ମିଶାଇ ଗୋପାଳକୁ ପଚରାଯାଇଥିଲା। ଟେଷ୍ଟ ସମୟରେ ଡାକ୍ତରୀ ଟିମ୍‌‌ ସହିତ କ୍ରାଇମ୍‌‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଉପସ୍ଥିତ ରହିଥିଲେ।
ଅନ୍ୟପଟରେ ହତ୍ୟାକାଣ୍ଡ ଘଟିଥିବା ଘଟଣା ସ୍ଥଳରୁ ପୁଲିସ ୩ଟି ଗୁଳି ଜବତ କରିଥିଲା। ଏହି ଗୁଳିର ବଲାଷ୍ଟିକ୍‌‌ ପରୀକ୍ଷା ପାଇଁ ପଠାଯାଇଥିଲା। ଆଉ ଶେଷରେ ଏହି ଗୁଳିର ବାଲାଷ୍ଟିକ୍‌‌ ରିପୋର୍ଟ ଆସିଥିବା କୁହାଯାଉଛି। ମନ୍ତ୍ରୀଙ୍କ ଛାତିରେ ବାଜିଥିବା ଗୁଳି ଗୋପାଳର ଧରିଥିବା ବନ୍ଧୁକରୁ ଫୁଟିଛି। ଏପରିକି ଗୋପାଳ ହାତ ଚିହ୍ନ ଓ ବନ୍ଧୁକରେ ଥିବା ଫିଙ୍ଗର ପ୍ରିଣ୍ଟ ମଧ୍ୟ ସମାନ ରହିଛି।
ନବ ଦାସଙ୍କ ହତ୍ୟା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ, ଦୀର୍ଘ ଦିନ ହେଲା ଚଳାଇଥିଲେ ପ୍ରସ୍ତୁତି
ଭୁବନେଶ୍ୱର: ନବଙ୍କ ହତ୍ୟା ପଛରେ ରହିଛି ବିଜେପି ନେତାଙ୍କ ଷଡ଼ଯନ୍ତ୍ର। ତାଙ୍କୁ ରାସ୍ତାରୁ ନ ହଟାଇବା ପର୍ଯ୍ୟନ୍ତ ବିଜେପି କେବେ ବି ପଶ୍ଚିମ ଓଡ଼ିଶାରେ ଆଗକୁ ଯାଇ ପାରିବ ନାହିଁ, ତେଣୁ ତାଙ୍କୁ ଆରପାରିକୁ ପଠାଇବା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ ରହିଛି। ଏନେଇ ଗତକାଲି ବଲାଙ୍ଗୀର ବିଜେଡିର ବରିଷ୍ଠ ନେତା ଅଜୟ ଦାସ ଅଭିଯୋଗ ଆଣିଥିବା ବେଳେ ଆଜି ପଶ୍ଚିମ ଓଡ଼ିଶାର ବିଜେଡି ନେତା ତଥା ମୁଖପାତ୍ର ସଞ୍ଜୟ ବାବୁ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ନବଙ୍କ ହତ୍ୟା ସାଧାରଣ ଘଟଣା ନୁହେଁ, ଦୀର୍ଘଦିନର ଯୋଜନା ପ୍ରସ୍ତୁତ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡି ନେତାଙ୍କ ଏହି ମନ୍ତବ୍ୟ ସାରା ଓଡ଼ିଶାର ରାଜନୀତିକୁ ହଲଚଲ୍‌‌ କରିଛି। ରାଜନୈତିକ ଫାଇଦା ହାସଲ ପାଇଁ ବିଜେପି ନେତାମାନେ କେଉଁସ୍ତରକୁ ଯାଇ ପାରନ୍ତି ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ବିଜେଡି ନେତା ତଥା ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି ସ୍ୱର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପଶ୍ଚିମ ଓଡ଼ିଶାର ଜଣେ ଅଦ୍ୱିତୀୟ ନେତା ଥିଲେ । ବିଜୁ ଜନତା ଦଳ ପାଇଁ ସ୍ୱର୍ଗତ ଦାସ ମୂଲ୍ୟବାନ ସମ୍ପଦ ଥିଲେ । ଏହା ହିଁ ବିଜେପି ନେତାଙ୍କ ମଧ୍ୟରେ ଅସହିଷ୍ଣୁତା ବଢ଼ିଥିଲା ଆଉ ରାଜ୍ୟ ବିଜେପିର ଦୁଇ ଜଣ ଶୀର୍ଷ ନେତୃତ୍ୱ ଘୃଣ୍ୟ ଷଡ଼ଯନ୍ତ୍ର ପୂର୍ବକ ଶ୍ରୀ ଦାସଙ୍କୁ ହତ୍ୟା କରାଇଛନ୍ତି । ରାଜ୍ୟ ସରକାର ଏହି ଘଟଣାର ସତ୍ୟତା ଉନ୍ମୋଚନ ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । କିନ୍ତୁ ରାଜ୍ୟ ବିଜେପି ନେତାଙ୍କୁ ଏହା ବେଶ୍‌ ବାଧୁଛି । ତଦନ୍ତକୁ ବାଟବଣା କରିବା ପାଇଁ ମନଗଢ଼ା କାହାଣି କହୁଛନ୍ତି । ତେବେ ବାସ୍ତବତା ହେଉଛି ମନ୍ତ୍ରୀ ଶ୍ରୀ ଦାସଙ୍କ ହତ୍ୟା ପଛରେ ରାଜ୍ୟ ବିଜେପିର ଦୁଇ ପ୍ରମୁଖ ନେତାଙ୍କ ହାତ ରହିଛି ।
ସ୍ୱର୍ଗତ ଦାସ ବିଜେଡିରେ ଜଣେ ଟାଣୁଆ ନେତା ଭାବେ ଆମ ଦଳର ସଂଗଠନକୁ ବେଶ୍‌ ସୁଦୃଢ଼ କରିପାରିଥିଲେ । ନିକଟରେ ଶେଷ ହୋଇଥିବା ପଦ୍ମପୁର ଉପ ନିର୍ବାଚନରେ ଶ୍ରୀ ଦାସ ପୁଣି ଥରେ ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ । ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି । ଏହି ସଫଳତା ପଛରେ ଶ୍ରୀ ଦାସଙ୍କ ପ୍ରଚ୍ଛନ୍ନ ଭୂମିକା ରହିଥିଲା । ମହିଳା, ଯୁବ ଗୋଷ୍ଠୀଙ୍କ ପାଇଁ ସେ ଆଦର୍ଶ ପାଲଟିଥିଲେ । ପଶ୍ଚିମ ଓଡ଼ିଶାର ବିକାଶ ପୁରୁଷ ଭାବେ ନିଜର ଛବି ସୃଷ୍ଟି କରିଥିଲେ । ଜଣେ ମନ୍ତ୍ରୀ ଭାବେ ମଧ୍ୟ ଶ୍ରୀ ଦାସ ବେଶ୍‌ ଦକ୍ଷତାର ସହ ଦାୟିତ୍ୱ ସମ୍ପାଦନ କରି ଆସୁଥିଲେ । ନିକଟ ଅତୀତିରେ କିଛି ବିଜେପି ନେତା ଶ୍ରୀ ଦାସଙ୍କୁ ପରୋକ୍ଷରେ ଧମକ ଚମକ ଦେଇଥିଲେ । ତାଙ୍କ ପ୍ରତି ଅକ୍ଷେପ କରିବା ସହିତ ଅପମାନଜନକ ମନ୍ତବ୍ୟ ପ୍ରଦାନ କରିଥିଲେ । ବିଜେପି ନେତା ଭଲଭାବେ ଜାଣିଥିଲେ ଯେ ଶ୍ରୀ ଦାସ ଥିବା ଯାଏ ପଶ୍ଚିମ ଓଡ଼ିଶାରେ ବିଜେପି କଦାପି ଉଧେଇ ପାରିବ ନାହିଁ । ତେଣୁ ଶ୍ରୀ ଦାସଙ୍କୁ ରାସ୍ତାରୁ ହଟାଇବା ସେମାନଙ୍କ ପାଇଁ ବେଶ୍‌ ଜରୁରୀ ହୋଇ ପଡିଥିଲା । ଭବିଷ୍ୟତରେ ସେମାନଙ୍କ ରାଜନୈତିକ କ୍ୟାରିୟର୍‌ ଶେଷ ହୋଇଯିବ । ସେମାନଙ୍କ ମଧ୍ୟରେ ଅସହିଷ୍ଣୁତା ବଢ଼ି ଚାଲିଥିଲା । ସେମାନେ ସୁଯୋଗ ଖୋଜୁଥିଲେ ବଡ଼ ଅଘଟଣ ପାଇଁ । ଏହି କାରଣ ପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ପଶ୍ଚିମ ଓଡ଼ିଶାର ଜଣେ ବିଜେପି ନେତା ଯାହାଙ୍କ ନାମରେ ଅନେକ ମାମଲା ରହିଛି, ବିଭିନ୍ନ ଅପରାଧ ସେ ଜଡ଼ିତ, ସେ ହିଁ ମନ୍ତ୍ରୀ ଶ୍ରୀ ଦାସଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି । ଆଉ ଏଥିରେ ରାଜ୍ୟ ବିଜେପିର ଜଣେ ଶୀର୍ଷ ନେତୃତ୍ୱଙ୍କ ସମର୍ଥନ ରହିଛି । ଆଗାମୀ ନିର୍ବାଚନରେ ସେ ବରଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଦୁଇ ନେତା ହିଁ ଷଡ଼ଯନ୍ତ୍ର କରି ଜଣେ ମନ୍ତ୍ରୀ ଓ ଲୋକଙ୍କ ନେତାଙ୍କୁ ହତ୍ୟା କରାଇଛନ୍ତି ବୋଲି ଶ୍ରୀ ବାବୁ କହିଛନ୍ତି ।
ସଞ୍ଜୟ ବାବୁ ଆହୁରି କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟାକାଣ୍ଡକୁ ରାଜ୍ୟ ସରକାର ବେଶ୍‌ ଗୁରୁତ୍ୱର ସହ ନେଇ ଏହାର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ କରାଉଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଏହି ତଦନ୍ତ ତଦାରଖ ଦାୟିତ୍ୱ ଦିଆଯାଇଛି । ଖୁବ୍‌ ଶୀଘ୍ର ଏହି ଘଟଣାର ରହସ୍ୟ ଉପରୁ ପରଦା ହଟିବ ଆଉ ଅଭିଯୁକ୍ତ ଜେଲ୍‌ ଯିବେ । କ୍ରାଇମ୍‌ ବ୍ରାଞ୍ଚ ଏବଂ ଜଷ୍ଟିସ୍‌ ଦାସଙ୍କ ଉପରେ ଆମ ସମସ୍ତଙ୍କର ବିଶ୍ୱାସ ଅଛି ବୋଲି ଶ୍ରୀ ବାବୁ କହିଛନ୍ତି ।
ଏହା ପୂର୍ବରୁ ଗତକାଲି ବଲାଙ୍ଗିରର ବିଜେଡିର ବରିଷ୍ଠ ନେତା ଅଜୟ ଦାସ ଖୋଲାଖୋଲି ଭାବେ ବିଜେପି ନେତାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଶ୍ରୀ ଦାସ କହିଥିଲେ ଯେ ସ୍ୱର୍ଗତ ନବ କିଶୋର ଦାସଙ୍କ ସଫଳତାରେ ଅସହିଷ୍ଣୁ ହୋଇ ରାଜ୍ୟ ବିଜେପି ନେତା ତାଙ୍କୁ ହତ୍ୟା କରାଇଛନ୍ତି । ପଶ୍ଚିମ ଓଡ଼ିଶାର ଜଣେ ବିଜେପି ନେତା ନବ ହତ୍ୟା ଷଡ଼ଯନ୍ତ୍ରର ମୁଖ୍ୟ ନାୟକ। ସମ୍ପୃକ୍ତ ବିଜେପି ନେତାଙ୍କ ନାମରେ ହତ୍ୟା ପରି ବହୁ ସଙ୍ଗୀନ ଅପରାଧିକ ମାମଲା ରହିଛି। ଏପରିକି ସେ ହତ୍ୟା ଅଭିଯୋଗରେ ଗିରଫ ମଧ୍ୟ ହୋଇଛନ୍ତି। ଏପରି ଏକ ହାଇପ୍ରୋଫାଇଲ୍‌‌ ହତ୍ୟାକାଣ୍ଡ ପାଇଁ ସେ ଦୀର୍ଘଦିନରୁ ଯୋଜନା ପ୍ରସ୍ତୁତ କରିଛନ୍ତି ଓ ଶେଷରେ ତାହାକୁ ବାସ୍ତବ ରୂପ ଦେବାକୁ ସକ୍ଷମ ହୋଇଛନ୍ତି। ପଶ୍ଚିମ ଓଡ଼ିଶାରେ ବିଜେପି ପାଇଁ ନବ ଥିଲେ ସବୁଠାରୁ ବଡ଼ ପ୍ରତିବନ୍ଧକ। ତାଙ୍କୁ ରାସ୍ତାରୁ ନ ହଟାଇବା ପର୍ଯ୍ୟନ୍ତ ବିଜେପିର ଅଗ୍ରଗତି ସମ୍ଭବ ନୁହେଁ ବୋଲି ଦଳୀୟ ନେତାଙ୍କ ସହ ସମ୍ପୃକ୍ତ ଅପରାଧପ୍ରବଣ ନେତା ମନେ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଶେଷରେ ସେ ନକ୍ସା ପ୍ରସ୍ତୁତ କରିଛନ୍ତି ଓ ତାହାକୁ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି ବୋଲି ଅଜୟ ଅଭିଯୋଗ କରିଥିଲେ।
ନବ କିଶୋର ଦାସ କେବଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ସମଗ୍ର ଓଡ଼ିଶାରେ ଜଣେ ଜଣାଶୁଣା ଟାଣୁଆ ନେତା ଓ ବିଜୁ ଜନତା ଦଳର ଜଣେ ଦୃଢ଼ ସଂଗଠକ ଥିଲେ। ତାଙ୍କର ଲୋକପ୍ରିୟତା ଏବଂ ବଢ଼଼଼଼଼ୁଥିବା ସଂଗଠନ ବିଜେପି ନେତାଙ୍କ ପାଇଁ ବଡ଼ ଆହ୍ୱାନ ସାଜିଥିଲା। ପଶ୍ଚିମ ଓଡ଼ିଶାରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଥିଲା। ଯୁବଗୋଷ୍ଠୀ ପାଇଁ ସେ ଆଦରଣୀୟ ଥିଲେ। ଲୋକଙ୍କ ଭଲମନ୍ଦ, ଅଞ୍ଚଳର ବିକାଶ ଓ ସାଙ୍ଗଠନିକସ୍ତରରେ ଅଧିକ ସକ୍ରିୟ ରହିବା ବିଜେପି ବିପଦ ମଣୁଥିଲା। ତାଙ୍କ ନେତୃତ୍ୱରେ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ସଂଗଠନ ବେଶ୍‌‌ ମଜବୁତ ହୋଇପାରିଥିଲା। ବିଶେଷକରି ଯୁଗଗୋଷ୍ଠୀଙ୍କୁ ବେଶ୍‌‌ ସେ ବେଶ୍‌‌ ଅନୁପ୍ରାଣିତ କରିଥିଲେ। ବ୍ରଜରାଜନଗର, ପଦମ୍‌‌ପୁର ଓ ବିଜେପୁର ଉପ ନିର୍ବାଚନ ସମୟରେ ତାଙ୍କ ଦକ୍ଷତା ପ୍ରମାଣିତ ହୋଇଥିଲା। ଆଗାମୀ ଦିନରେ ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ସଂଗଠନ ଆହୁରି ସୁଦୃଢ଼ ହେବାକୁ ଯାଉଥିଲା। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ବିଜେପିର ଏହି ନେତାମାନେ ଯୋଜନା କରିଥିଲେ।  ତେଣୁ କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ତାଙ୍କର ଲାଇ ଡ଼ିଟେକ୍‌‌ସନ ପରୀକ୍ଷା କରାଯାଉ ବୋଲି ଅଜୟ ଦାବି କରିଥିଲେ।