internet - The Sakala
ମାଲକାନାଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ
ଭୁବନେଶ୍ବର: ମାଲକାନାଗିରିରେ ତେଜୁଛି ଉତ୍ତେଜନା। ବନ୍ଦ କରାଗଲା ଇଣ୍ଟରନେଟ୍ ସେବା। ମାଲକାନାଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ। ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଏମଭି-୨୬ ଓ ରାଖେଲଗୁଡା ଗାଁରେ ଗଣ୍ଡୋଗଳ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି।
ଯୁକ୍ତ ଦୁଇ ଛାତ୍ରଙ୍କ କମାଲ୍‌: ଲାଇ-ଫାଇ ଟେକ୍ନୋଲୋଜି, ଲାଇଟ୍‌‌ରେ ଚାଲିବ ଇଣ୍ଟରନେଟ୍‌‌
ଯାଜପୁର: ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ପ୍ରତିଦିନ ନୂଆ ନୂଆ ଜିନିଷ ଉଦ୍ଭାବନ ହେଉଛି। ଏହି ନୂତନ ଜ୍ଞାନ କୌଶଳକୁ ବ୍ୟବହାର ମଣିଷ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି। ଏଭଳି ଏକ ନୂତନ ଟେକ୍ନୋଲୋଜି ବାହାର କରିବାରେ ସକ୍ଷମ ହୋଇଛନ୍ତି +୨ରେ ପାଠ ପଢ଼ୁଥିବା ଛାତ୍ର ଜ୍ଞାନରଞ୍ଜନ ମିଶ୍ର। ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ୱାଇଫାଇର ବହୁଳ ବ୍ୟବହାର ଦେଖି ଏହାର ଏକ ବିକଳ୍ପ ବାହାର କରିଛନ୍ତି ଜ୍ଞାନରଞ୍ଜନ। ଗତ କୋଭିଡ ସମୟରେ ଏଭଳି କିଛି ଗବେଷଣା କରି ଲାଇଟ୍‌‌ରୁ କିଭଳି ମଣିଷ ଇଣ୍ଟରନେଟ ତିଆରି କରିପାରିବ, ତାକୁ ଉଦ୍ଭାବନ କରିବାରେ ସଫଳ ହୋଇଛନ୍ତି। ୱାଇଫାଇ ବ୍ୟବହାର କଲେ ବିକିରଣ (ରେଡିଏସନ)ର ବିପଦ ରହିଥିବାବେଳେ ଏହି ଲାଇଫାଇ ବ୍ୟବହାର କଲେ ମଣିଷ ପ୍ରତି କୌଣସି ବିପଦ ନାହିଁ ବୋଲି ଜ୍ଞାନରଞ୍ଜନ ଦାବି କରିଛନ୍ତି।
ଜ୍ଞାନରଞ୍ଜନଙ୍କ ଘର ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ କବିତ୍ରାଶାସନ ଗ୍ରାମରେ। ବାପା କୃଷ୍ଣପ୍ରସାଦ ମିଶ୍ର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଓ ମାଆ ଗୃହିଣୀ। ଜ୍ଞାନରଞ୍ଜନ ଏବେ ପାଣିକୋଇଲି ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢ଼଼ୁଛନ୍ତି। ତାଙ୍କର ଏହି ଉଦ୍ଭାବନକୁ ନିକଟରେ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ମିଳିଛି। ଗୋଆରେ ଚଳିତ ମାସ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନୋଭେସନ ଏଣ୍ଡ ଇନଭେନସନ ଏକ୍ସପୋ (ଆଇନେକ୍ସ)ରେ ଜ୍ଞାନରଞ୍ଜନ ଭାରତର ପ୍ରତିନିଧିତ୍ୱ କରି ୫ଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଆଇନେକ୍ସରେ ବିଶ୍ୱ ସ୍ତରରେ ବିଭିନ୍ନ ଦେଶର ଛାତ୍ରସମୂହଙ୍କ ଦ୍ୱାରା ଭିନ୍ନ ଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ ପ୍ରତିଯୋଗିତା ଓ ଗବେଷଣା ପାଇଁ ଭାରତର ପ୍ରତିନିଧିତ୍ୱ କରି ଜ୍ଞାନରଞ୍ଜନଙ୍କୁ ଏକାକୀ ମିଳିଛି ୫ଟି ସ୍ୱର୍ଣ୍ଣପଦକ।
ଜ୍ଞାନରଞ୍ଜନଙ୍କ ଏଭଳି ସଫଳତାକୁ ନେଇ ସବୁ ଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେ ପିଲାଟି ବେଳୁ କିଛି ନୂଆ କରିବାର ଉଦ୍ୟମ ଜାରି ରଖିଥିଲେ। ଆଗକୁ ମଧ୍ୟ ଅନେକ ପ୍ରକଳ୍ପରେ କାମ କରୁଛନ୍ତି। ଏହି ଲାଇ-ଫାଇ ଟେକ୍ନୋଲୋଜିକୁ ଅଧିକ ବିକଶିତ କରି ସେ ସୌରଶକ୍ତିରୁ ଇଣ୍ଟରନେଟ ବ୍ୟବହାର ନେଇ ଗବେଷଣା କରୁଥିବା କହିଛନ୍ତି। ଜ୍ଞାନରଞ୍ଜନଙ୍କ ଏଭଳି ପ୍ରତିଭା ଦେଖି ନବୋଦୟ ବିଦ୍ୟାଳୟ ଓ ପରିବାର ପକ୍ଷରୁ ସମସ୍ତ ସହଯୋଗ କରାଯାଉଛି। ଯେଉଁଥିପାଇଁ ସେ ସ୍କୁଲ ସ୍ତରରୁ ଇନ୍ସପାୟାର ମାନକ ଆୱାର୍ଡ ପାଇବା ସହିତ ନ୍ୟାସନାଲ ସାଇନ୍ସ କଂଗ୍ରେସ ପାଇଁ ମନୋନୀତ ହୋଇଥିଲେ। ୨୦୨୨ରେ କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ପ୍ରଥମ ସ୍ଥାନ, ଭୋପାଳରେ ଆଞ୍ଚଳିକ ସ୍ତରରେ ଆୟୋଜିତ ପ୍ରଦର୍ଶନୀ ମେଳାରେ ପ୍ରଥମ ସ୍ଥାନ, ୨୦୨୨ରେ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ମନୋନୀତ ହୋଇଥିଲେ। ଚଳିତ ବର୍ଷ ମଧ୍ୟପ୍ରଦେଶର ଜ୍ଞାନ ଗଙ୍ଗା ବିଶ୍ୱବିଦ୍ୟାଳୟରେ ଆୟୋଜିତ ନ୍ୟାସନାଲ ଟେକ୍ନୋଲୋଜି ଉତ୍ସବରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ସରକାରଙ୍କ ପକ୍ଷରୁ ସାହାଯ୍ୟ ଓ ସହଯୋଗ କରାଗଲେ ଅଧିକ ଗବେଷଣା କରିପାରିବେ ବୋଲି ସେ କହିଛନ୍ତି।
ରାଜ୍ୟର ସମସ୍ତ ରୂପାନ୍ତରିତ ସ୍କୁଲକୁ ମିଳିବ ଇଣ୍ଟରନେଟ୍‍, ଲାଗିବ ସିସିଟିଭି
ଭୁବନେଶ୍ୱର: ରାଜ୍ୟର ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ୍‍ ବ୍ୟବସ୍ଥା ଲାଗୁ କରାଯିବ। ୩ଶହଟି ହାଇସ୍କୁଲରେ ଖୁବଶୀଘ୍ର ଆକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ‘ମୋ ସ୍କୁଲ୍‍ ଅଭିଯାନ’ ଓଡ଼ିଶା ବିଜ୍ଞାନ ଏକାଡେମୀ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସହ ମିଳିତ ଭାବରେ ମୋବାଇଲ୍‍ ସାଇନ୍ସ ଏକ୍‍ଜିବିସନ୍‍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ପିଲାମାନଙ୍କ ମଧ୍ୟରେ ଗଣିତର ଜ୍ଞାନ ବୃଦ୍ଧି ପାଇଁ ଭୁବନେଶ୍ୱରସ୍ଥିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମ୍ୟାଥେମେଟିକ୍ସ ଆଣ୍ଡ୍‍ ଆପ୍ଲିକେସନ୍ସ ସହ ମୋ ସ୍କୁଲ ହାତ ମିଳାଇଛି। ଉଭୟ ଅନୁଷ୍ଠାନର ସହଯୋଗରେ ଉଚ୍ଚ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମ୍ୟାଥ୍‍ମେଟିକ୍ସ ମେଳା’ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ‘ମୋ ସ୍କୁଲ୍‍ ଅଭିଯାନ’ର ୩୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସୋମବାର ଭର୍ଚୁଆଲ୍‍ ମୋଡ୍‍ରେ ଅନୁଷ୍ଠିତ ବୈଠକରେ ସମସ୍ତ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଗତ ଏକ ମାସ ମଧ୍ୟରେ ‘ମୋ ସ୍କୁଲ୍‍’ ନିକଟରେ ରେକର୍ଡ ସଂଖ୍ୟକ ୟୁସି ଦାଖଲ ହୋଇଥିବାବେଳେ କାର୍ଯ୍ୟନିର୍ବାହୀ ପରିଷଦ ଏନେଇ ସନ୍ତୋଷବ୍ୟକ୍ତ କରିଥିଲେ। ତେବେ ପରିଷଦ ବୈଠକରେ ଓଡ଼ିଶାର ୨୬ଟି ଜିଲ୍ଲାର ମୋଟ ୧୩୧ କୋଟି ୭୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ୧ ମାସ ମଧ୍ୟରେ ୧୦,୬୭୨ ପୁରାତନ ଛାତ୍ରଛାତ୍ରୀ ଅଭିଯାନ ସହ ଯୋଡ଼ି ହୋଇଛନ୍ତି। ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବିଭିନ୍ନ ସିଏସ୍‍ଆର୍‍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ‘ମୋ ସ୍କୁଲ୍‍ ଅଭିଯାନ’କୁ ୩୮ କୋଟି ୮୫ ଲକ୍ଷ ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‍ଆର୍‍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୩୧ କୋଟି ୭୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି। ଯାହାକି ୧୫୫୭ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରେ ବଳକା ଥିବା ୪୩୧୦ଟି ଉଚ୍ଚ ବିଦ୍ୟାଳୟରୁ ୩ୟ ପର୍ଯ୍ୟାୟରେ ୨୧୫୯ଟି ହାଇସ୍କୁଲ୍‍ର ରୂପାନ୍ତରଣ କରିବାକୁ ପ୍ରସ୍ତାବ ଦିଆଯାଇଛି।
ରୂପାନ୍ତରିତ ହୋଇଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କୁ କୋଡିଂ ଶିକ୍ଷାଦାନ ଉଦ୍ଦେଶ୍ୟରେ ୧୦୭୬ ହାଇସ୍କୁଲ୍‍ରେ କୋଡ୍‍ କ୍ଲବ୍‍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଇତିମଧ୍ୟରେ ୩୦ଟି ଜିଲ୍ଲାର ୪୧୩ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଡିଂ ଏବଂ ପ୍ରୋଗ୍ରାମିଂରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଋୂପାନ୍ତରିତ ବିଦ୍ୟାଳୟଗୁଡ଼ିକର ଉପକରଣ ଏବଂ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସ୍କୁଲ୍‍ଗୁଡ଼ିକ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ନିୟୋଜନ କରିବାକୁ କୁହାଯାଇଛି। ଏହା ସହ ପ୍ରତ୍ୟେକ ରୂପାନ୍ତରିତ ବିଦ୍ୟାଳୟରେ ସିସିଟିଭି କ୍ୟାମେରା, ବଜ୍ରପାତରୁ ସୁରକ୍ଷା ପାଇଁ ଲାଇଟେନିଂ ଆରେଷ୍ଟର୍‍ ଏବଂ ଅଗ୍ନିନିର୍ବାପକ ଯନ୍ତ୍ର ଲଗାଯିବ। ହାଇସ୍କୁଲ୍‍ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ସମସ୍ତ ସ୍କୁଲ୍‍ରେ ଇଣ୍ଟରନେଟ୍‍ ସଂଯୋଗ କରାଯିବା ନେଇ ନିଷ୍ପତ୍ତି ହୋଇଛି। ‘ମୋ ସ୍କୁଲ୍‍’ ସହଯୋଗରେ ୩୦୦ ରୂପାନ୍ତରିତ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦକ୍ଷତା ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ ପ୍ରାଥମିକତା ଦେଇ ବିଭିନ୍ନ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଇଣ୍ଟରନେଟ୍‌ ଗ୍ରାହକଙ୍କୁ ବଡ଼ ଝଟ୍‌କା; ଟେଲିକମ୍ ପରେ ମହଙ୍ଗା ହେବ ବ୍ରଡ୍‌ବ୍ୟାଣ୍ଡ ସେବା
ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର। ନିକଟରେ କଲ୍‌ ଦରରେ ବୃଦ୍ଧି ଯୋଗୁ ସମସ୍ୟାରେ ଥିବା ଦେଶର ଇଣ୍ଟରନେଟ୍‌ ଗ୍ରାହକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିପାରେ। କାରଣ ଖୁବ୍‌ ଶୀଘ୍ର ମହଙ୍ଗା ହେବାକୁ ଯାଉଛି ବ୍ରଡ୍‌ବ୍ୟାଣ୍ଡ୍‌ ଦର। ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ ନିକଟ ଭବିଷ୍ୟତରେ ସେମାନଙ୍କର ଶୁଳ୍କ ହାର ବୃଦ୍ଧି କରିପାରନ୍ତି। ଇଣ୍ଟରନେଟ୍ ସେବା କମ୍ପାନୀ ମେଘବେଲା ବ୍ରଡବ୍ୟାଣ୍ଡ୍ ର ଜଣେ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି ଯେ, ଶସ୍ତା ଟେଲିକମ୍ ସେବାର ଯୁଗ ଶେଷ ହୋଇଛି। ବର୍ତ୍ତମାନ ବ୍ରଡବ୍ୟାଣ୍ଡ ଦର ବୃଦ୍ଧି ହେବ। ସମସ୍ତ ପ୍ରମୁଖ ଟେଲିକମ୍‌ କମ୍ପାନୀ ସେମାନଙ୍କ ବ୍ୟବସାୟର ସ୍ଥିରତାକୁ ଦର୍ଶାଇ ଟାରିଫ୍‌ରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମେଘବେଲା ବ୍ରଡବ୍ୟାଣ୍ଡ୍ ର ସହ-ପ୍ରତିଷ୍ଠାତା ତପବ୍ରତ ମୁଖାର୍ଜୀ କହିଛନ୍ତି ଯେ, ଟେଲିଯୋଗାଯୋଗ ଇଣ୍ଟରନେଟ୍ ସେବା ପରି ବ୍ରଡବ୍ୟାଣ୍ଡ ମଧ୍ୟ ଗ୍ରାହକଙ୍କ ପାଇଁ ହାରାହାରି ରୋଜଗାର ବୃଦ୍ଧି କରିବା ଆବଶ୍ୟକ କରୁଛି। ବର୍ତ୍ତମାନ ବଜାର ଧାରାକୁ ବଜାୟ ରଖିବା ପାଇଁ, ଟପ୍ (ଓଟିଟି) ଷ୍ଟ୍ରିମିଂ ସେବାକୁ ମାଗଣାରେ ଯୋଗାଇ ଦିଆଯିବ, ଯାହା ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କ ଉପରେ ଏକ ଚାପ। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏୟାରଟେଲ ଏବଂ ଜିଓ ପରି ଜାତୀୟ ଟେଲିକମ୍‌ କମ୍ପାନୀଗୁଡିକ ସେମାନଙ୍କ ଶୁଳ୍କ ସଂଶୋଧନ କରିବାରେ ଆଗ୍ରସର ହେବାକୁ ପଡିବ।
ରାଜ୍ୟର ୬୦୯୯ ଗାଁରେ ନାହିଁ ଇଣ୍ଟରନେଟ୍ ସେବା, ଟେଲି ସାନ୍ଧ୍ରତାରେ ଓଡ଼ିଶା ଦେଶରେ ତଳ ଆଡୁ ୫ମ
ଭୁବନେଶ୍ୱର: ଦେଶରେ ଟେଲିକମ୍ ବିପ୍ଳବ ଆରମ୍ଭ ହୋଇଛି। ୨ଜି, ୩ଜି,୪ଜି ପରେ ଏବେ ୫ଜି ଆଡକୁ ଅଗ୍ରସର ସମସ୍ତେ। ଏଭଳି ସମୟରେ ଦେଶରେ ଏମିତି ପଚିଶ ହଜାରରୁ ଅଧିକ ଗାଁ ରହିଛି ଯେଉଁଠାରେ ଇଣ୍ଟରନେଟ୍ ସେବା ନାହିଁ। ସବୁଠାରୁ ନିନ୍ଦନୀୟ ବିଷୟ ହେଉଛି ଯେ, ଦେଶରେ ଇଣ୍ଟରନେଟ୍ ସେବା ନ ଥିବା ଗ୍ରାମ ମଧ୍ୟରେ କେବଳ ପାଖାପାଖି ୨୫ ପ୍ରତିଶତ ଗାଁ ଓଡ଼ିଶାର। ରାଜ୍ୟର ୬୦୯୯ ଗାଁକୁ ଇଣ୍ଟରନେଟ୍ ସେବା ନାହିଁ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ଜୁନ୍ ମାସର ରିପୋର୍ଟରେ ଏହା କୁହାଯାଇଛି। ଏବେ ବି ଟେଲି ସାନ୍ଧ୍ରତାରେ ଓଡ଼ିଶା ଦେଶରେ ରାଜ୍ୟ ମାନଙ୍କ ମଧ୍ୟରେ ତଳ ଆଡୁ ୫ମ ସ୍ଥାନରେ ରହିଛି। ଦେଶରେ ଟେଲିକମ୍ ଭିତ୍ତିଭୂମି ନ ଥିବା ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳରେ ଟେଲିକମ୍ ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସରକାର କରିଥିବା ୟୁନିଭର୍ସାଲ୍ ସର୍ଭିସ୍ ଓବ୍ଲିଗେସନ୍ ଫଣ୍ଡ୍ (ୟୁଏସ୍ଓଏଫ୍) ବ୍ୟବସ୍ଥା ଏବେ ଭେଳିକି ପାଲଟିଥିବା ସ୍ପଷ୍ଟ ହୋଇଛି।
ବର୍ତ୍ତମାନ ସମୟରେ ଦେଶର ୨୫,୦୬୭ ଗାଁ କୁ ଇଣ୍ଟରନେଟ୍ ସେବା ନାହିଁ। ଏଥିମଧ୍ୟରେ ଓଡ଼ିଶାର ସର୍ବାଧିକ ୬୦୦୦ରୁ ଅଧିକ ଗ୍ରାମ ରହିଛି। ଏହାପଛକୁ ମଧ୍ୟପ୍ରଦେଶର ୨୬୧୨,ମହାରାଷ୍ଟ୍ରର ୨୩୨୮, ଅରୁଣାଚଳ ପ୍ରଦେଶର ୨,୨୨୩, ଛତିଶଗଡ଼ର ୧୮୪୭ ଏବଂ ଆନ୍ଧ୍ରପ୍ରଦେଶର ୧୭୮୭ ଗାଁ ରହିଛି। କେବଳ ଇଣ୍ଟରନେଟ୍ ସେବାରେ କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରିଛନ୍ତି ତା’ନୁହେଁ ଟେଲି ସାନ୍ଧ୍ରତା ବା ଟେଲିକମ୍ ସେବା କ୍ଷେତ୍ରରେ ମଧ୍ୟ ରାଜ୍ୟ ଜାତୀୟ ହାରଠାରୁ ବହୁ ପଛରେ ପଡ଼ିଛି। ଟ୍ରାଇର ଜୁନ୍ ମାସର ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ଟେଲି ସାନ୍ଧ୍ରତା ହାର ୮୮.୦୭ ପ୍ରତିଶତ ରହିଛି। ଅର୍ଥାତ୍ ଏହାର ଅର୍ଥ ହେଉଛି ପ୍ରତି ଶହେରୁ ୮୮.୦୭ ପ୍ରତିଶତ ଲୋକଙ୍କ ନିକଟରେ ଟେଲିକମ୍ ସେବା ଉପଲବ୍ଧ ରହିଛି। ତେବେ ଓଡ଼ିଶାରେ ଟେଲି ସାନ୍ଧ୍ରତା ହାର ୭୯.୪୯ ପ୍ରତିଶତ ରହିଛି। ଓଡ଼ିଶାର ଟେଲି ସାନ୍ଧ୍ରତା ହାର ଜାତୀୟ ହାରଠାରୁ ଢ଼େର ପଛରେ ରହିଛି। ଏ କ୍ଷେତ୍ରରେ ରାଜ୍ୟ ଦେଶରେ ତଳ ଆଡ଼ୁ ୫ମ ସ୍ଥାନରେ ରହିଛି। ଏହି ତଥ୍ୟ ସ୍ପଷ୍ଟ ଭାବେ ପ୍ରମାଣ କରୁଛି ଯେ, କେନ୍ଦ୍ର ସରକାର ଟେଲିକମ୍ ସେବା କ୍ଷେତ୍ରରେ ଓଡିିଶାକୁ କିଭଳି ଭାବେ ଅବେହେଳା କରୁଛନ୍ତି। ଟେଲିକମ୍ ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ଉର୍ଦ୍ଧିଷ୍ଟ ୟୁନିଭର୍ସାଲ୍ ସର୍ଭିସ୍ ଓବ୍ଲିଗେସନ୍ ଫଣ୍ଡ୍ର ଉପଯୋଗ ସଠିକ୍ ଭାବେ କରା ନ ଯିବା ରାଜ୍ୟରେ ଟେଲିକମ୍ ସେବାର ବ୍ୟାପକତା ଆଗରେ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି।
୨୦୦୨ ଠାରୁ ୟୁଏସ୍ଓଏଫ୍ ପ୍ରତିଷ୍ଠା କରାଯାଇଥିଲେ ସୁଦ୍ଧା ସେହି ପାଣ୍ଠି ଅର୍ଥ ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଫଳସ୍ୱରୂପ ରାଜ୍ୟର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ଟେଲିକମ୍ ସେବାରୁ ବଞ୍ଚିତ ହେଉଛନ୍ତି। ଯେଉଁ କିଛି ସ୍ଥାନରେ ଟେଲିକମ୍ ସେବା ରହିଛି ସେଠାରେ ନେଟୱର୍କ ଏବଂ ଇଣ୍ଟରନେଟ୍ ସଂଯୋଗ କଥା ନ କହିବା ଭଲ। କରୋନା ସମୟରେ ବର୍ତ୍ତମାନ ସବୁଆଡେ ଅନଲାଇନ ଜରିଆରେ ପାଠପଢ଼ା ଚାଲିଛି। ଟେଲିକମ୍ ସେବା ନ ଥିବା ଯୋଗୁ ଏବଂ ଠିକ୍ ଭାବେ ଇଣ୍ଟରନେଟ୍ ଆସୁ ନ ଥିବାରୁ ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କମାନେ ଏବେ ଅନଲାଇନ କ୍ଲାସ୍ରୁ ବଞ୍ଚିତ ହେଉଛନ୍ତି। ଦେଶରେ ଟେଲି ସାନ୍ଧ୍ରତା ହାର ସହରାଞ୍ଚଳରେ ୧୪୦.୮୬ ପ୍ରତିଶତ ରହିଥିବାବେଳେ ଗ୍ରାମାଞ୍ଚଳରେ ଏହା ୬୦.୧୦ ପ୍ରତିଶତ ରହିଛି।
ଟ୍ରାଇ ରିପୋର୍ଟ ଅନୁଯାୟୀ, ଜୁନ୍ ମାସରେ ଗ୍ରାମାଞ୍ଚଳରେ ମେ’ ମାସ ତୁଳନାରେ ନୂଆ ମୋବାଇଲ ଉପଭୋକ୍ତାଙ୍କ ସାମିଲ ହେବା ନକରାତ୍ମକ ରହିଛି। ସେହିଭଳି ମେ’ ମାସ ତୁଳନାରେ ଜୁନ୍ ରେ ମୋବାଇଲ କ୍ଷେତ୍ରରେ ଅଭିବୃଦ୍ଧି ହାର ବିଯୁକ୍ତ ୦.୧୫ ପ୍ରତିଶତ ରହିଛି। ଜୁନ୍‌ ମାସରେ ରିଲାଏନ୍ସ ଜିଓ ସର୍ବାଧିକ ୨,୫୨,୮୭୮ ନୂଆ ଉପଭୋକ୍ତା ଯୋଡି ଅପରେଟରମାନଙ୍କ ମଧ୍ୟରେ ଆଗରେ ରହିଥିବାବେଳେ ଏହା ପଛକୁ ଏୟାରଟେଲ୍‌ ୧,୧୩,୨୪୨ ଏବଂ ବିଏସ୍‌ଏନ୍‌ଏଲ୍‌ର ୧୨,୦୯୦ ଉପଭୋକ୍ତା ନେଟୱର୍କ ସହ ସଂଯୁକ୍ତ ହୋଇଛନ୍ତି।
ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀଗୁଡିକ ଆସନ୍ତା ମାସରେ ଟାରିଫ ପ୍ଲାନରେ ବୃଦ୍ଧି କରିପାରନ୍ତି । ଯେଉଁ କାରଣରୁ ଗ୍ରାହକ ମାନଙ୍କ ପାଇଁ ମୋବାଇଲରେ କଥା ହେବା ଓ ଇଣ୍ଟରନେଟ୍ ବ୍ୟବହାର ମହଙ୍ଗା ହେବାକୁ ଯାଉଛି । ଟେଲିକମ୍ କମ୍ପାନୀଗୁଡିକ ୧ ଏପ୍ରିଲରୁ ଦର ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । ନିବେଶ ସୂଚନା ଓ କ୍ରେଡିଟ୍ ରେଟିଂ ଏଜେନ୍ସି (ICRA) ରିପୋର୍ଟ ଅନୁଯାୟୀ କମ୍ପାନୀଗୁଡିକ ଏପ୍ରିଲ୍ ୧ ରୁ ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷରେ ସେମାନଙ୍କ ରାଜସ୍ୱ ବୃଦ୍ଧି କରିବାକୁ ଟାରିଫ ବୃଦ୍ଧି କରିପାରନ୍ତି । ତେବେ ସେମାନେ ଦାମ୍ କେତେ ବୃଦ୍ଧି କରିବେ ସେନେଇ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ ।
ICRA କହିଛି ଯେ ଟାରିଫ ବୃଦ୍ଧି ଓ ଗ୍ରାହକଙ୍କ ୨ଜି ରୁ ୪ଜି ପର୍ଯ୍ୟନ୍ତ ନବୀକରଣ ପ୍ରତ୍ୟେକ ଉପଭୋକ୍ତା (ARPU) ଅର୍ଥାତ ଗ୍ରାହକଙ୍କ ପାଇଁ ହାରାହାରି ରାଜସ୍ୱ ଉନ୍ନତି କରିପାରିବ । ବର୍ଷର ମଧ୍ୟଭାଗରେ ଏହା ପ୍ରାୟ ୨୨୦ ଟଙ୍କା ହୋଇପାରେ । ଏହା ଆଗାମୀ ୨ ବର୍ଷରେ ଶିଳ୍ପର ରାଜସ୍ୱକୁ ୧୧% ରୁ ୧୩% କୁ ବୃଦ୍ଧି କରିବ ଓ ୠଣ-୨୦୨୨ ରେ ଅପରେଟିଂ ମାର୍ଜିନ ପ୍ରାୟ ୩୮% ବୃଦ୍ଧି କରିବ ।
କରୋନା ମହାମାରୀ ଟେଲିକମ୍ ଶିଳ୍ପ ଉପରେ ପ୍ରଭାବ ପକାଇ ନଥିଲା
କରୋନା ମହାମାରୀ ଟେଲିକମ୍ ଶିଳ୍ପ ଉପରେ ଅଧିକ ପ୍ରଭାବ ପକାଇ ନଥିଲା । ଡାଟା ବ୍ୟବହାର ଓ ଲକଡାଉନରେ ଟାରିଫ ବୃଦ୍ଧି ଯୋଗୁଁ ପରିସ୍ଥିତିରେ ସୁଧାର ଆସିଥିଲା । ଘରୁ କାମ, ଅନଲାଇନ୍ କ୍ଲାସ୍ ହେତୁ ଡାଟା ବ୍ୟବହାର ବୃଦ୍ଧି ପାଇଥିଲା।
ଟେଲିକମ୍ କମ୍ପାନୀଗୁଡିକ ଉପରେ ୧.୬ ଲକ୍ଷ କୋଟି ଟଙ୍କା ବକେୟା
ଟେଲିକମ୍ କମ୍ପାନୀଗୁଡିକରେ ବକେୟା ଥିବା ମୋଟ ଆଡଜଷ୍ଟଡ୍ ମୋଟ ରାଜସ୍ୱ (AGR) ହେଉଛି ୧.୬୯ ଲକ୍ଷ କୋଟି ଟଙ୍କା । ଏଥି ସହିତ କେବଳ ୧୫ ଟି ଟେଲିକମ୍ କମ୍ପାନୀ କେବଳ ୩୦,୨୫୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏୟାରଟେଲର ପ୍ରାୟ ୨୫,୯୭୬ କୋଟି ଟଙ୍କା, ଭୋଡାଫୋନ୍ ଆଇଡିଆର ୫୦୩୯୯ କୋଟି ଓ ଟାଟା ଟେଲି ସର୍ଭିସେସ୍ ପ୍ରାୟ ୧୬,୭୯୮ କୋଟି ଟଙ୍କାର ବକେୟା ରହିଛି । କମ୍ପାନୀଗୁଡିକୁ ଚଳିତ ଆର୍ଥିକ ବର୍ଷରେ ୧୦ ପ୍ରତିଶତ ଓ ପରବର୍ତ୍ତୀ ବର୍ଷରେ ଅବଶିଷ୍ଟ ପରିମାଣ ଦେବାକୁ ପଡିବ ।
୨୦୧୯ ରେ ଟାରିଫ ହାର ବୃଦ୍ଧି କରାଯାଇଥିଲା
୨୦୧୯ ରେ ପ୍ରଥମ ଥର ପାଇଁ କମ୍ପାନୀଗୁଡିକ ଟାରିଫ ବୃଦ୍ଧି କରିଥିଲେ । ଟେଲିକମ୍ କମ୍ପାନୀଗୁଡିକ ଡିସେମ୍ବର ୨୦୧୯ ରେ ଟାରିଫ ହାର ବୃଦ୍ଧି କରିଥିଲେ ।