Earthquake in Turkey - The Sakala

ପୁଣି ବଡ଼ ଧରଣର ଭୂକମ୍ପ ଝଟ୍‌କାରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୬.୪ ତୀବ୍ରତା ରେକର୍ଡ
ଆଙ୍କାରା: ତୁର୍କୀ ଏବଂ ସିରିୟାରେ ସୋମବାର ରାତି ପ୍ରାୟ ୮ଟା ୩୦େର ପୁଣି ଭୂକମ୍ପ ହୋଇଛି। ୧୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଏହି ଝଟ୍‌କା ଲେବନାନ ଏବଂ ଇସ୍ରାଏଲ ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ଲତାକିୟାରେ ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର ଦୁଇଟି ଝଟକା ଅନୁଭୁତ କରାଯାଇଛି । ସେଣ୍ଟ୍ରାଲ ଅନ୍ତାକ୍ୟାରେ ଭୂମିକମ୍ପ ପରେ ଆଉ କିଛି କୋଠା ଭୁଶୁଡ଼ି ପଡ଼ିଛି ।ଏହି ଭୂକମ୍ପ ଯୋଗୁଁ ଅତିକମରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ ଲୋକ ଆହତ ହୋଇଥିବାର ଖବର ମିଳିଛି ।

ସୂଚନାଯୋଗ୍ୟ, ଦୁଇ ସପ୍ତାହ ପୂର୍ବେ ତୁର୍କୀ ଓ ସିରିଆରେ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଥିଲା , ଯେଉଁଥିରେ ୪୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ଥିଲା । ଏବେ ପୁଣି ଥରେ ପୃଥିବୀ କମ୍ପିଛି। ୬.୪ ତୀବ୍ରତାର ବଡ଼ ଝଟକା ସମସ୍ତଙ୍କୁ ଭୟଭୀତ କରାଇ ଦେଇଛି। ଏବେବି ଗତ ଭୂକମ୍ପରୁ ଲୋକେ ବାହାରି ନଥିଲା ବେଳେ ପୁଣି ଥରେ ଧ୍ୱଂସର ଆଶଙ୍କା ଠିଆ ହୋଇଛି ।

ତୁର୍କୀ-ସିରିୟା ସୀମାରେ ଶବର ପାହାଡ଼; ୨୪ ହଜାର ଟପିଲା ଭୂକମ୍ପ ମୃତ୍ୟୁସଂଖ୍ୟା
ଆଙ୍କାରା(ଏଜେନ୍ସି): ତୁର୍କୀ ଓ ସିରିୟା ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୪ ହଜାର ଟପିଥିଲା ବେଳେ କେବଳ ତୁର୍କୀରେ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ରାଷ୍ଟ୍ରପତି ଏର୍ଦୋଗାନ୍‌ କହିଛନ୍ତି। ଭୂକମ୍ପର ୪ ଦିନ ପରେ ମଧ୍ୟ ଭଗ୍ନାଂଶ ତଳୁ ଲୋକଙ୍କୁ ଉଦ୍ଧାର କରାଯାଉଥିବାରୁ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି କୁହାଯାଉଛି।

ତେବେ ଉଦ୍ଧାରକାର୍ଯ୍ୟ ବେଳେ ଯେଉଁସବୁ ଦୃଶ୍ୟ ସାମ୍ନାକୁ ଆସୁଛି ତାହାକୁ ଅନୁଭବ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଭୂକମ୍ପ ପରେ ଏବଂ ଦୀର୍ଘ ୪ ଦିନ ମାଟି ତଳେ ଦବି ରହିବା ପରେ ଅନେକ ଛୋଟ ଛୋଟ ଶିଶୁ ଏବଂ ମହିଳାଙ୍କୁ ଉଦ୍ଧାର କରାଯିବା ଘଟଣା ଉଦ୍ଧାରକାରୀ ଦଳଙ୍କ ଛାତିକୁ ପାଣି କରିଦେଇଛି। ବିଶେଷକରି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ତୁର୍କିୀର କାରାମାନାରାସ୍‌ ସହରର ସ୍ଥିତି ଅତ୍ୟନ୍ତ ହୃଦୟ ବିଦାରକ ହୋଇପଡ଼ିଛି ବୋଲି କୁହାଯାଉଛି। ଏହି ଅଞ୍ଚଳରେ ପ୍ରାୟ ସର୍ବାଧିକ ଘର ଏବଂ ଅଟ୍ଟାଳିକା ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବାରୁ ଏଠାରେ ବହୁସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରକୃତିର ଏଭଳି ଧ୍ବଂସଲୀଳା ଅକଳ୍ପନୀୟ ବୋଲି କୁହାଯାଉଛି।

ଶୁକ୍ରବାର ପ୍ରତ୍ୟୁଷରେ ଉଦ୍ଧାରକାରୀ ଦଳ ଜଣେ ମାଆ ସମେତ ତାଙ୍କର ୧୦ ଦିନର ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଦ୍ବାରା ଆହତ ପ୍ରାୟ ୮୦ ହଜାରରୁ ଅଧିକ ଲୋକଙ୍କୁ ଚିକିତ୍ସା କରାଯାଉଛି। ଆହତ ଓ ଧ୍ବଂସସ୍ତୂପ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ସାରା ବିଶ୍ବ ଆଗେଇ ଆସିଛି।ଏହି କ୍ରମରେ ଭାରତର ବହୁ ଉଦ୍ଧାରକାରୀ ଦଳ ତୁର୍କୀ ଏବଂ ସିରିୟାରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ଭୂକମ୍ପ ପ୍ରପୀଡ଼ିତ ଲୋକଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି।

ଭୟଙ୍କର ଭୂକମ୍ପରେ ପୁଣି ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୬ ରେକର୍ଡ
ନୂଆଦିଲ୍ଲୀ: ତୁହାକୁ ତୁହା ଭୂମିକମ୍ପରେ ଥରୁଛି ତୁର୍କୀ । ଗତ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂମିକମ୍ପର ଝଟ୍‌କା ଅନୁଭୂତ ହେଲାଣି। ତୁର୍କୀର ଗୋଲାବାସୀ ସହରରେ ଆଜି ପୁଣି ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରେକର୍ଡ କରାଯାଇଛି। ବାରମ୍ବାର ଭୂକମ୍ପ ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

ସୋମବାର ତୁର୍କୀ ଓ ସିରିୟାରେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପ ପ୍ରଳୟ ରଚିଛି। ପ୍ରଥମେ ଭୋର ୪ଟାରେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାପରେ ୭.୫ ଓ ପରେ ୬ ତୀବ୍ରତାର ଭୂମିକମ୍ପରେ ଦୋହଲିଥିଲା ତୁର୍କୀ। ଫଳରେ ତୁର୍କୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୦୦ ଲୋକ ପ୍ରାଣ ହରାଇ ସାରିଲେଣି। ତୁର୍କୀ ଓ ସିରିୟାରେ ବର୍ତ୍ତମାନ ସୁଦ୍ଧା ୪୩୬୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ହଜାର ହଜାର ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ତୁହା କୁ ତୁହା ଆସୁଥିବା ଭୂମିକମ୍ପ ଯୋଗୁ ମୃତ୍ୟୁ ସଂଖ୍ୟା ୮ ଗୁଣା ବଢ଼ିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।