Gangadhar Meher irrigation - The Sakala

ସାକାର ହେବ ବରଗଡ଼ ଜିଲ୍ଲାବାସୀଙ୍କ ସ୍ୱପ୍ନ : ଜୁଲାଇରୁ କାର୍ଯ୍ୟକ୍ଷମ ହେବ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ
ଭୁବନେଶ୍ୱର : ଖୁବଶୀଘ୍ର ବରଗଡ଼ ଜିଲ୍ଲାବାସୀଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଆସନ୍ତା ଜୁଲାଇ ମାସରେ ଗଙ୍ଗାଧର ମେହେର ଭୂତଳ ପାଇପ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ପ୍ରକଳ୍ପର କାର୍ଯ୍ୟନ୍ୱୟନ ଫଳରେ ପ୍ରାୟ ୨୫୬୦୦ ହେକ୍ଟର ଅର୍ଥାତ୍‌‌ ୬୪ହଜାର ଏକର ଜମିକୁ ପାଣି ମିଳିପାରିବ। ଏହାଫଳରେ ବିଜେପୁର, ପଦମପୁର, ସୋହେଲା, ବରପାଲି ଅଞ୍ଚଳର ଜଳକଷ୍ଟ ସମସ୍ୟା ଦୂର ହେବା ସହ ଜଳସେଚନ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳରେ ସମୃଦ୍ଧ ହେବ। ଯାହା ସ୍ଥାନୀୟ ଅଞ୍ଚଳରେ ସାମାଜିକ- ଅର୍ଥନୈତିକ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିପାରିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆଉ କେଇଟା ଦିନ ପରେ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗତ ୨୦୧୭ରେ ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାଏବେ ବାସ୍ତବ ରୂପ ନେବାକୁ ଯାଉଛି। ଆସନ୍ତା ଜୁନ୍‌‌ ମାସ ସୁଦ୍ଧା କାମ ସମ୍ପୂର୍ଣ୍ଣ ହେବାକୁ ଥିବାବେଳେ ଜୁଲାଇରେ ଏହାର ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ଜଣାପଡ଼ିଛି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ବିଜେପୁର ବ୍ଲକର୍‌‌ ୭୭ଟି ଗାଁର ୧୫୨୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ। ସେହିପରି ସୋହେଲା ବ୍ଲକର ୬୪୦୦ ହେକ୍ଟର, ବରପାଲି ବ୍ଲକର ୧୯ଟି ଗାଁର ୩୮୪୦ ହେକ୍ଟର ଓ ବାକି ବରଗଡ଼ ବ୍ଲକରେ ଜଳସେଚନ ସୁବିଧା ମିଳିବ। ଏହି ପ୍ରକଳ୍ପ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରେ ବି ଆଂଶିକ ଜଳସେଚନ ସୁବିଧା ଯୋଗାଇବାରେ ସହାୟକ ହେବ।

ଏହି ପ୍ରକଳ୍ପକୁ ଦୁଇ ଭାଗରେ ବିଭାଜିତ କରାଯାଇଛି। ପ୍ରଥମେ ହୀରାକୁଦ ଡ୍ୟାମ୍‌‌ରୁ ବରଗଡ଼ ମୁଖ୍ୟ କେନାଲ ଯୋଗେ ପାଣି ନେଇ ବରିହାପାଲିରେ ନିର୍ମିତ ଜଳଭଣ୍ଡାରରେ ରଖାଯିବ। ସେଠାରୁ ଜଳକୁ ଆଉ ଗୋଟିଏ ଭଣ୍ଡାରକୁ ଅଣାଯାଇ ଭୂତଳ ପାଇପ ଯୋଗେ ଆୟାକଟ୍‌‌ ଅଞ୍ଚଳକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ପାଣି ନଷ୍ଟ ନ ହେବା ପାଇଁ କମାଣ୍ଡ ଏରିଆର ୩୦ ପ୍ରତିଶତ ଅଞ୍ଚଳରେ ସ୍ୱୟଂକ୍ରିୟ ମାଇକ୍ରୋ ଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

ଏନେଇ ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ଯେ ଏହି ପ୍ରକଳ୍ପକୁ ସରକାର ପ୍ରାଥମିକତା ଦେଇ ଆସିଥିବା ବେଳେ ଜୁନ୍‌‌ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରି ଜୁଲାଇରେ ଚାଷଜମିକୁ ପାଣି ଛାଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପରେ ଜଳ ଛାଡ଼ିବାର ପୂରା ପ୍ରକ୍ରିୟାକୁ ଅଣ୍ଡର ଗ୍ରାଉଣ୍ଡ ପାଇପଲାଇନ୍‌‌ ମାଧ୍ୟମରେ ସମ୍ପାଦିତ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୦୨୦ ମସିହାରେ ପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‌‌ ଅନୁମୋଦନ କରିଥିଲା। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବରଗଡ଼ ଜିଲ୍ଲାର ୪ଟି ବ୍ଲକର ଚାଷ ପାଇଁ ଜଳସେଚନ ସୁବିଧା ଓ ପାନୀୟ ଜଳସଂକଟ ଦୂର ହେବ।