maa basuli - The Sakala

ବିଶ୍ୱାସ ଓ ଇଶ୍ୱରୀୟ ଅନୁଭବର ପାରମ୍ପରିକ ମହୋତ୍ସବ,ଦେବୀ-ମାନବ ବିବାହ!
ରାଜକନିକା : କନିକା ଇଲାକା ପରିଚିିତ ହେବା ଦିନଠୁ ଇଶ୍ୱରୀୟ ବିଶ୍ୱାସ ଅଧାରରେ ଜଣେ ଦେବୀଙ୍କ ସହ ମାନବର ବିବାହ ଭଳି ଆଲୋକିତ ପାରମ୍ପରିକ ମହୋତ୍ସବ ପାଳନ ହେବା ସହ ସମ୍ପୃକ୍ତ ଅଞ୍ଚଳରେ ମାଙ୍ଗଳିକ ମୁହୁର୍ତ୍ତର ଶୁଭାରମ୍ଭ ହେବା ଭଳି ନିଷ୍ଠାପର ଧାର୍ମିକ ମାନସିକତା ଯୋଗୁ ଏହି ବିବାହ ଏଠାରେ ଏକ ଗଣପର୍ବର ମାନ୍ୟତା ପାଇଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବା ଏଭଳି ଏକ ପାରମ୍ପରିକ ବିବାହୋତ୍ସବ ଅଧୁନା ରାଜକନିକାର ଅନ୍ୟତମ ଶକ୍ତିପୀଠ ଜୟନଗର ପଞ୍ଚାୟତର ବଜରପୁରର ଅଧିଷ୍ଠାତ୍ରୀ ଦେବୀ ମା ବାସୁଳୀଙ୍କର ବିବାହକୁ ନେଇ ଖୁବ ଉତ୍ସାହ ଭରିଦେଇଛି ।

ବୈଦିକ ରୀତିନୀତିର ପାରମ୍ପରିକ ବିବାହ ଉତ୍ସବର ସମସ୍ତ ଖସଡା ରୀତିନୀତିରେ ଆଜି ରାତିରେ ଏହି ପୀଠର ଦେବୀଙ୍କ ସହ ରିଘାଗଡର କୁମ୍ଭାର ରାଜା ପୁତ୍ରଙ୍କ ବିବାହ କରାଇବାକୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ପ୍ରତିବର୍ଷ ମାଘ ମାସର ପୁନେଇ ରାତିରେ ଅନୁଷ୍ଠିତ ହୋଇ ଆସୁିଥିବା ମାଙ୍କ ବିବାହୋତ୍ସବ ଏହି ଅଂଚଳର ଜନମାନସରେ ଏକ ସାଂସ୍କୃତିକ ଭାବଧାରାର ପରିଚୟ ଦେଇ ଆସୁଥିବା ବେଳେ ଏହି ବିବାହ ନ ସରିବା ଯାଏ ସଂପୃକ୍ତ ୨୨ ଖଣ୍ଡ ମୌଜାର ଅଧିବାସୀ ମାନେ କୌଣସି ମାଙ୍ଗଳିକ କାର୍ଯ୍ୟ(ଯଥା ବିବାହ,ବ୍ରତ,ଗୃହପ୍ରବେଶ,ବିବାହ ଲଗ୍ନ ସ୍ଥିର,କୌଣସି ପୂଜାପାଠ)ନ କରିବା ମା ଙ୍କ ପ୍ରତି ସମର୍ପଣର ମାନସିକତାକୁ ସୂଚାଇ ଦେଇଛି । ତେବେ କିମ୍ବଦନ୍ତୀ ଅନୁ୍‌ଯାୟୀ ଏକଦା ଭଞ୍ଜବଂଶର ଶାସନରେ ରହିଥିବା ତତ୍‌କାଳୀନ କନିକା ଇଷ୍ଟେଟର ରାଜଧାନୀ ଥିବା ବଜରଗଡ(ଅଧୁନା ବଜରପୁର) ରାଜବଂଶର ଈଷ୍ଟଦେବୀ ଭାବେ ମା ବାସୁଳୀ ପୂଜିତା ହୋଇ ଆସୁଥିଲେ ।

ସେ ସମୟରେ ନଦୀ ମଧ୍ୟରେ ଯାତାୟତର ଏକମାତ୍ର ସାଧନ ଥିବାରୁ ବ୍ରାହ୍ମଣୀ-ବୈତରଣୀ ନଦୀର ସଂଯୋଗସ୍ଥଳ ବଜରଗଡକୁ ରାଜଧାନୀ ଭାବେ କରି ଜଳପଥକୁ ଯୋଗାଯୋଗର ମାଧ୍ୟମ ଭାବେ ବ୍ୟବହାର କରାଯାଉଥିଲା । ନଦୀ ପରିବେଷ୍ଟିତ ଥିବା ଏହି ଭୂଖଣ୍ଡରେ ଘଞ୍ଚ ଜଙ୍ଗଲ ଥିବାରୁ ମା ନିଜେ ଅପରୂପା ଯୁବତୀ ବେଶରେ ସାଂଧ୍ୟ ଭ୍ରମଣରେ ବିହାର କରୁଥିବା ବେଳେ ନଦୀ ଆରପାରିର ରାଜୁତି କରୁଥିବା ରିଘାଗଡର କୁମ୍ଭାର ରାଜବଂଶର ରାଜା ବଳି ଓ ତାଙ୍କ ଭାଇ କନିକା ପଟକୁ ପାରିଧିରେ ଆସି ମାଙ୍କ ରୂପରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ କରିବାକୁ ମନ ବଳାଇଥିଲେ ।

ତେବେ ମା ନିଜ ପରିଚୟ ଦେଇ ନିଜେ ଦେବୀ ହୋଇଥିବାରୁ ଏଭଳି ବିବାହକୁ ବାରଣ କରିଥିଲେ । ମାତ୍ର ରାଜା ଅବୁଝା ନ୍ୟାୟରେ ରାଜା ବଳି ନିଜ ଜିଦରେ ବିବାହ କରିବାକୁ ଅଟଳ ରହିବାରୁ ମା ବିବାହ ପାଇଁ ସମ୍ମତି ଜଣାଇ ଏକ ଅଭିିନବ ସର୍ତ ରଖିଥିଲେ । ସର୍ତ ଅନୁସାରେ ବିବାହ ସଂପନ୍ନ ହୋଇଥିଲେ ମଧ୍ୟ ବାସର ରାତିରେ ବଳି ମାଙ୍କୁ ସ୍ପର୍ଶ କରିବା ମାତ୍ରକେ ଭଷ୍ମ ହୋଇ ଯାଇଥିଲେ । ହେଲେ ଏଭଳି ଏକ କଥିତ ମାଙ୍ଗଳିକ ଭାବଧାରାରେ ବନ୍ଧା ହୋଇ ଆସିଥିବା ସେହି ଇଲାକାର ୨୨ ଖଣ୍ଡ ମୌଜାର ଅଧିବାସୀ ଆଜି ଯାଏ ପରମ୍ପରା କ୍ରମରେ ପ୍ରତିବର୍ଷ ମାଘ ପୂର୍ଣ୍ଣମୀରେ ରିଘାଗଡର କୁମ୍ଭାର ରାଜବଂଶର ପ୍ରତୀକ ରାଜପୁତ୍ରକୁ ବରବେଶରେ ବାଣ ରୋଷଣି ସହ ବରଯାତ୍ରୀଙ୍କ ମେଳରେ ଆଣି ମା ଙ୍କ ପୀଠରେ ସଂପୂର୍ଣ୍ଣ ବୈଦିକ ରୀତିରେ ବିବାହ ସଂପନ୍ନ କରାଇ ଏ ସାଂସ୍କୃତିକ ଚେତନାକୁ ଋଦ୍ଧିମନ୍ତ କରି ଆସିଛନ୍ତି ।

ବର ପିତା ଭାବରେ କୁମ୍ଭାର ରାଜବଂଶର ଜନୈିକ ପ୍ରତିନିଧି ଦୁଇ ରାଜପୁତ୍ରଙ୍କ ମାଟିର ପ୍ରତିକୃତିକୁ ଆଣି ବିବାହ ବେଦୀରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇ ଥିବା ବେଳେ କନ୍ୟାପିତା ଭାବରେ ମାଙ୍କ ପୂଜକ କନ୍ୟାଦାନ କରିଥାନ୍ତି । ପଶ୍ଚିମ ଓଡିଶାର ଗଣପର୍ବ ଶୀତଳଷଷ୍ଠୀର ଶିବ ପାର୍ବତୀ ବିବାହ ସହ ସାମଂଜସ୍ୟ ରଖିଥିବା କନିକାର ବଳି-ବାସୁଳୀ ବିବାହ ମଧ୍ୟ ଏହି ଇଲାକା ପାଇଁ ଆକର୍ଷଣ ପାଲଟିଥିବାରୁ ମାଙ୍କ ପୀଠ ଚଳଚଂଚଳ ରହିଛି । ଆଜି ସଂଧ୍ୟାରେ ରିଘାଗଡ ଘାଟ ପାର ହୋଇ କୁମ୍ଭାର ରାଜବଂଶର ପ୍ରତୀକ ବରକୁ ବିବାହ ବେଦୀକୁ ପ୍ରୋସେସନରେ ଅଣାଯିବା ପରେ ମାଙ୍କ ପୀଠରେ ବିବାହ ସଂପନ୍ନ କରାଯିବାର କାର୍ଯ୍ୟକ୍ରମ ଥିବାରୁ ଜନଗହଳି ବଢି ଯାଇଛି । କନିକା ରାଜ ପରିବାର ପକ୍ଷରୁ ବଳି-ବାସୁଳୀ ବିବାହୋତ୍ସବ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇ ଥିବା ବେଳେ ଅଂଚଳବାସୀଙ୍କ ସକ୍ରିୟ ଅଂଶଗ୍ରହଣ ପୀଠକୁ ପ୍ରାଣବନ୍ତ କରି ରଖିଛି । ତେବେ ବିବାହର ୩ ଦିନ ପରେ ଏହି ପୀଠକୁ ସମସ୍ତଙ୍କୁ ଯିବାକୁ ବାରଣ ଥିବାରୁ ଆଜିର ବିବାହ ବେଶ ଉତ୍ସାହ ଭରିଦେଇଛି ।