UIDAI - The Sakala

ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ବଡ଼ ଖବର: ମାଗଣାରେ ଆଧାର ଅପଡେଟ୍ କରିବାର ସମୟସୀମା ୧୪ ଜୁନ୍ ୨୦୨୬କୁ ବୃଦ୍ଧି
ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ବା ୟୁଆଇଡିଏଆଇ (UIDAI) ପକ୍ଷରୁ ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାଗଣାରେ ଆଧାର କାର୍ଡ ଅପଡେଟ୍ କରିବାର ସମୟସୀମାକୁ ପୁଣି ଥରେ ବୃଦ୍ଧି କରାଯାଇଛି। ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ବର୍ତ୍ତମାନ ଦେଶର ନାଗରିକମାନେ ୧୪ ଜୁନ୍ ୨୦୨୬ ପର୍ଯ୍ୟନ୍ତ ନିଜର ଆଧାର କାର୍ଡକୁ ସମ୍ପୂର୍ଣ୍ଣ ମାଗଣାରେ ଅପଡେଟ୍ କରିପାରିବେ।

କାହିଁକି ଜରୁରୀ ଆଧାର ଅପଡେଟ୍?

ୟୁଆଇଡିଏଆଇ ଅନୁଯାୟୀ, ଯେଉଁମାନେ ନିଜର ଆଧାର କାର୍ଡ ୧୦ ବର୍ଷ ପୂର୍ବେ ତିଆରି କରିଥିଲେ ଏବଂ ଏହି ସମୟ ମଧ୍ୟରେ କୌଣସି ଥର ଅପଡେଟ୍ କରିନାହାଁନ୍ତି, ସେମାନଙ୍କ ପାଇଁ ନିଜର ପରିଚୟ ପ୍ରମାଣ (Proof of Identity) ଏବଂ ଠିକଣା ପ୍ରମାଣ (Proof of Address) ଅପଡେଟ୍ କରିବା ବାଧ୍ୟତାମୂଳକ ଅଟେ। ଏହା ଦ୍ୱାରା ଠକେଇ ରୋକାଯିବା ସହ ଆଧାର ସମ୍ବନ୍ଧୀୟ ତଥ୍ୟକୁ ସଠିକ୍ ରଖିବାରେ ସାହାଯ୍ୟ ମିଳିବ।

କେବଳ ଅନଲାଇନ୍ ସେବା ମାଗଣା

ମାଗଣା ଆଧାର ଅପଡେଟ୍ ସେବା କେବଳ myAadhaar ପୋର୍ଟାଲ୍ (myAadhaar portal) ରେ ଅନଲାଇନ୍ ମାଧ୍ୟମରେ ଉପଲବ୍ଧ ଅଟେ। ଯଦି କୌଣସି ବ୍ୟକ୍ତି ସିଧାସଳଖ ଆଧାର ସେବା କେନ୍ଦ୍ରକୁ ଯାଇ ଏହି ଅପଡେଟ୍ କରନ୍ତି, ତେବେ ତାଙ୍କୁ ୫୦ ଟଙ୍କା ଫିସ୍ ବାବଦକୁ ଦେବାକୁ ପଡିବ। ଏହା ସହିତ ନିଜର ମୋବାଇଲ୍ ନମ୍ବର, ଇମେଲ୍ ଆଇଡି, ଫଟୋ କିମ୍ବା ବାୟୋମେଟ୍ରିକ୍ସ (ଆଖି ଏବଂ ଫିଙ୍ଗରପ୍ରିଣ୍ଟ) ଅପଡେଟ୍ କରିବା ପାଇଁ ଆଧାର ସେବା କେନ୍ଦ୍ରକୁ ଯିବା ଜରୁରୀ ଅଟେ, ଯେଉଁଥିପାଇଁ ନିର୍ଦ୍ଧାରିତ ଶୁଳ୍କ ଲାଗୁ ହେବ।

କିପରି କରିବେ ଅନଲାଇନ୍ ଅପଡେଟ୍?

ପ୍ରଥମେ ୟୁଆଇଡିଏଆଇର ଅଫିସିଆଲ୍ ୱେବସାଇଟ୍ myaadhaar.uidai.gov.in କୁ ଯାଆନ୍ତୁ। ନିଜର ଆଧାର ନମ୍ବର ଏବଂ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରକୁ ଆସିଥିବା ଓଟିପି (OTP) ଦେଇ ଲଗଇନ୍ କରନ୍ତୁ। ଏହାପରେ 'ଡକ୍ୟୁମେଣ୍ଟ ଅପଡେଟ୍' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ନିଜର ତଥ୍ୟ ଯାଞ୍ଚ କରିବା ପରେ ପରିଚୟ ପ୍ରମାଣ ଏବଂ ଠିକଣା ପ୍ରମାଣର ସ୍କାନ୍ କପି (୨ MB ରୁ କମ୍ ସାଇଜ୍) ଅପଲୋଡ୍ କରନ୍ତୁ। ସବମିଟ୍ କରିବା ପରେ ଏକ ସର୍ଭିସ୍ ରିକ୍ୱେଷ୍ଟ ନମ୍ବର ବା ୟୁଆରଏନ (URN) ନମ୍ବର ମିଳିବ, ଯାହା ଦ୍ୱାରା ଆପଣ ନିଜ ଅପଡେଟର ଷ୍ଟାଟସ୍ ଚେକ୍ କରିପାରିବେ।

ବର୍ତ୍ତମାନ ସମୟରେ ବ୍ୟାଙ୍କିଙ୍ଗ୍, ଶିକ୍ଷା ଏବଂ ସରକାରୀ ଯୋଜନା ଭଳି ପ୍ରତ୍ୟେକ କ୍ଷେତ୍ରରେ ଆଧାର କାର୍ଡ ଏକ ଅତ୍ୟାବଶ୍ୟକ ନଥିପତ୍ର ପାଲଟିଛି। ତେଣୁ ସରକାରଙ୍କ ଏହି ମାଗଣା ସୁବିଧାର ଲାଭ ଉଠାଇ ନିଜର ନଥିପତ୍ର ଯଥାଶୀଘ୍ର ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି।

ୟୁଆଇଡିଏଆଇର ରାଜ୍ୟଗୁଡିକୁ ପରାମର୍ଶ: ଯେକୌଣସି ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଆଧାର ନୁହେଁ
ନୂଆଦିଲ୍ଲୀ: ଜଣେ ବ୍ୟକ୍ତିର ପରିଚୟକୁ ଶାରୀରିକ ଭାବେ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ପ୍ରମାଣିତ କରିବା ପାଇଁ ଆଧାର ସ୍ୱୀକାର କରିବା ପୂର୍ବରୁ, ସଂସ୍ଥାଗୁଡ଼ିକୁ ସେମାନଙ୍କ ଆଧାର ଯାଞ୍ଚ କରିବା ଉଚିତ୍। ଏ ନେଇ ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ରାଜ୍ୟଗୁଡିକୁ ଗୁରୁବାର ପରାମର୍ଶ ଦିଆଯାଇଛି।

ୟୁଆଇଡିଏଆ କହିଛି ଯେ, ଆଧାରଧାରକଙ୍କ ସହମତି ପରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉପସ୍ଥାପିତ ଆଧାର ନମ୍ବରର ଯାଞ୍ଚ, ଆଧାରର ଯେକୌଣସି ପ୍ରକାରର ରୂପ (ଆଧାର ପତ୍ର, ଇ-ଆଧାର, ଆଧାର ପିଭିସି କାର୍ଡ ଏବଂ ଏମ୍-ଆଧାର)ର ଯାଞ୍ଚ ସତ୍ୟତା ପ୍ରମାଣିତ କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ। ଏହା ଅସାଧୁ ଏବଂ ସମାଜ ବିରୋଧୀ ତତ୍ତ୍ୱମାନଙ୍କ ଦ୍ବାରା ଆଧାରର ଯେକୌଣସି ସମ୍ଭାବ୍ୟ ଅପବ୍ୟବହାର ରୋକିବାରେ ସହାୟକ ହେବ। ଏହାର ବ୍ୟବହାର ସ୍ୱଚ୍ଛତାକୁ ମଧ୍ୟ ପ୍ରୋତ୍ସାହିତ କରିବ। ୟୁଆଇଡିଏଆଇର ପକ୍ଷରୁ ଗୁରୁତ୍ବାରୋପ କରି କୁହାଯାଇଛି ଯେ କୌଣସି ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଆଧାର ନୁହେଁ । ଆଧାର ତଥ୍ୟ ଗୁଡିକର ଅଫଲାଇନ୍ ଯାଞ୍ଚ ଦ୍ୱାରା ଟ୍ୟାମ୍ପରିଂକୁ ଚିହ୍ନଟ କରାଯାଇପାରିବ। ଟ୍ୟାମ୍ପରିଂ ଏକ ଦଣ୍ଡନୀୟ ଅପରାଧ ଏବଂ ଆଧାର ଅଧିନିୟମର ଧାରା ୩୫ ଅନୁଯାୟୀ ଏଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ବ୍ୟବହାର ପୂର୍ବରୁ ଆଧାର ଯାଞ୍ଚର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଉପରେ ୟୁଆଇଡିଏଆଇ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରିଛନ୍ତି ଏବଂ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ରାଜ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି।

ଯେତେବେଳେ ବି ଆଧାର ପରିଚୟପତ୍ର ପ୍ରମାଣ ଭାବରେ ଦାଖଲ ହେବ, ଲୋକମାନଙ୍କର ପ୍ରାମାଣୀକରଣ/ଯାଞ୍ଚ ସମ୍ପୃକ୍ତ ସଂସ୍ଥା ଦ୍ୱାରା କରାଯିବା ପରେ ଏକକ ପରିଚୟ ତଥ୍ୟ ଭାବରେ ଆଧାରକୁ ବ୍ୟବହାର କରାଯିବ। ପ୍ରାମାଣୀକରଣ/ଯାଞ୍ଚ ନିମନ୍ତେ ସ୍ୱୀକୃତିପ୍ରାପ୍ତ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡିକ ଗୁରୁତ୍ୱ ଦେବା ଏବଂ ଏ ଦିଗରେ ଅନୁସରଣ କରାଯିବାକୁ ଥିବା ପ୍ରୋଟୋକଲ୍ ପାଳନ କରିବା ପାଇଁ ୟୁଆଇଏଡିଆଇ ପକ୍ଷରୁ ସର୍କୁଲାର୍ ଜାରି କରାଯାଇଛି। ଯେ କୌଣସି ଆଧାରକୁ ଏମ୍-ଆଧାର ଆପ୍, କିମ୍ବା ଆଧାର କ୍ୟୁଆର୍ କୋଡ୍ ସ୍କାନର୍ ବ୍ୟବହାର କରି ଆଧରର ସମସ୍ତ ପ୍ରକାର (ଆଧାର ପତ୍ର, ଇ-ଆଧାର, ଆଧାର ପିଭିସି କାର୍ଡ, ଏବଂ ଏମ୍ – ଆଧାର)ରେ ଉପଲବ୍ଧ କ୍ୟୁଆର୍ କୋର୍ଡକୁ ବ୍ୟବହାର କରି ଯାଞ୍ଚ କରାଯାଇପାରିବ। ଉଭୟ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ଆଧାରିତ ମୋବାଇଲ୍ ଫୋନ୍ ତଥା ୱିଣ୍ଡୋ ଆଧାରିତ ଆପ୍ ଗୁଡ଼ିକ ପାଇଁ କ୍ୟୁଆର୍ କୋଡ୍ ସ୍କାନର୍ ସ୍ୱତନ୍ତ୍ର ଭାବରେ ଉପଲବ୍ଧ।

ଲୋକମାନେ କାଗଜ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ନିଜର ପରିଚୟପତ୍ର ଉପସ୍ଥାପନ କରି ନିଜର ପରିଚୟ ପ୍ରମାଣ କରିବା ପାଇଁ ସ୍ୱେଚ୍ଛାକୃତ ଭାବରେ ଆଧାର ନମ୍ବର ବ୍ୟବହାର କରିପାରିବେ। ପୂର୍ବରୁ ଲୋକମାନଙ୍କ ପାଇଁ କ’ଣ କରିବା ଉଚିତ ଓ ଅନୁଚିତ, ସେ ସମ୍ପର୍କରେ ୟୁଆଇଡିଏଆଇ ପକ୍ଷରୁ ତଥ୍ୟ ଜାରି କରାଯାଇସାରିଛି। ଲୋକମାନେ ସେମାନଙ୍କର ଆଧାରକୁ ଆତ୍ମବିଶ୍ୱାସର ସହିତ ବ୍ୟବହାର କରିପାରିବେ ।

ଆଧାର ସଂଯୋଗ ନହେଲେ ଏପ୍ରିଲ ୧ରୁ ଅଚଳ ହୋଇଯିବ ପାନ୍‌
ନୂଆଦିଲ୍ଲୀ: ପାନ ନମ୍ବର ସହିତ ଆଧାର କାର୍ଡ ସଂଯୋଗ ଅବଧି ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି। ପୂର୍ବରୁ ଏହି ଅବଧିକୁ କେନ୍ଦ୍ର ସରକାର ବହୁବାର ବୃଦ୍ଧି କରିଥିଲା ବେଳେ ପାନ ସହ ଆଧାର ସଂଯୋଗ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଛି। ଏହାପରେ ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର-ପାନ ସଂଯୋଗ ଅବଧି ବୃଦ୍ଧି କରାନଯାଏ ତେବେ ଏପ୍ରିଲ ୧ ରୁ ଆଧାର ଅଣ ସଂଯୋଜିତ ପାନ ନମ୍ବର ଅଚଳ ହୋଇଯିବ ବୋଲି ଜଣାପଡ଼ିଛି। ଏହାଦ୍ବାରା ଜଣେ ବ୍ୟକ୍ତି କୌଣସି ଆର୍ଥିକ କାରବାର କରିବା କ୍ଷେତ୍ରରେ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଥିଲା ବେଳେ ଆବଶ୍ୟକ ସ୍ଥଳେ ପାନ ନମ୍ବର ଦେଇନପାରିଲେ ଆୟକର ଆଇନ ଧାରା ୨୭୨ ବି ଅନୁଯାୟୀ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ବ୍ୟାଙ୍କ ଜମାଖାତା ଖୋଲିବା, ବ୍ୟାଙ୍କରେ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପରିମାଣର ଅର୍ଥ କାରବାର କରିବା କିମ୍ବା ମ୍ୟୁଚୁଆଲ ଫଣ୍ଡ ଓ ଶେୟାର କିଣିବା କ୍ଷେତ୍ରରେ ପାନ୍‌ନମ୍ବର ଦେବା ବାଧ୍ୟତାମୂଳକ ହୋଇଛି।