PAN Card - The Sakala
ଏପ୍ରିଲ୍ ୧ରୁ ବଦଳିବ ୫ଟି ବଡ଼ ନିୟମ: ଏଲପିଜି, ଏଟିଏମ୍‌ରୁ ଆୟକର ଓ ପ୍ୟାନ୍ କାର୍ଡ ପର୍ଯ୍ୟନ୍ତ, ଜାଣନ୍ତୁ କେମିତି ପଡ଼ିବ ପ୍ରଭାବ
ମାର୍ଚ୍ଚ ମାସ ଶେଷ ହେବାକୁ ଯାଉଛି ଏବଂ ଏପ୍ରିଲ୍ ୧, ୨୦୨୬ ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବ। ପ୍ରତ୍ୟେକ ମାସ ଭଳି ଏଥର ମଧ୍ୟ ଏପ୍ରିଲ୍ ପହିଲାରୁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ହେବାକୁ ଯାଉଛି। ଏଲପିଜି (LPG) ଦରଠାରୁ ଆରମ୍ଭ କରି ଆୟକର ନିୟମ, ପ୍ୟାନ୍ କାର୍ଡ, ଏବଂ ଏଟିଏମ୍ (ATM) ଟ୍ରାଞ୍ଜାକ୍ସନ୍ ନିୟମରେ ବଡ଼ ଧରଣର ପରିବର୍ତ୍ତନ ହେବ, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିବ। ଆସନ୍ତୁ ଜାଣିବା ସେହି ୫ଟି ବଡ଼ ପରିବର୍ତ୍ତନ ବିଷୟରେ।
୧. ଏଲପିଜି ଏବଂ ସିଏନଜି-ପିଏନଜି ଦରରେ ପରିବର୍ତ୍ତନ
ପ୍ରତ୍ୟେକ ମାସର ପହିଲା ଭଳି ଏପ୍ରିଲ୍ ୧, ୨୦୨୬ ରୁ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିବ। ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଏବଂ ତୈଳ ସଙ୍କଟ ଯୋଗୁଁ ତୈଳ କମ୍ପାନୀଗୁଡ଼ିକ ପୂର୍ବରୁ ହିଁ ଦର ବୃଦ୍ଧି କରିସାରିଛନ୍ତି। ଏହା ସହିତ ଏଟିଏଫ୍ (ATF), ସିଏନଜି (CNG) ଏବଂ ପିଏନଜି (PNG) ଗ୍ୟାସ୍‌ର ନୂତନ ଦର ମଧ୍ୟ ଘୋଷଣା କରାଯାଇପାରେ।
୨. ନୂଆ ଆୟକର ନିୟମ
ଏପ୍ରିଲ୍ ୧ରୁ ଦେଶରେ ସବୁଠାରୁ ବଡ଼ ପରିବର୍ତ୍ତନ ଆୟକର କ୍ଷେତ୍ରରେ ହେବାକୁ ଯାଉଛି। ୧୯୬୧ ମସିହାର ଆୟକର ଆଇନ ବଦଳରେ ନୂତନ ଆୟକର ଆଇନ, ୨୦୨୫ ଲାଗୁ ହେବ। ଏହି ନୂତନ ଆଇନ ଅନୁଯାୟୀ କରଦାତାଙ୍କ ପାଇଁ ଅନେକ ନିୟମ ସହଜ କରାଯାଇଛି। ଆଇଟିଆର୍ (ITR) ଦାଖଲ ପାଇଁ ବ୍ୟବହୃତ ହେଉଥିବା ଫର୍ମ-୧୬ (Form 16) ବଦଳରେ ଏବେ ଏକ ନୂତନ ଫର୍ମ ପ୍ରଦାନ କରାଯିବ। ସେହିପରି ନନ୍-ସାଲାରୀ (ଅଣ-ଦରମା) ଆୟ ପାଇଁ ଉଦ୍ଦିଷ୍ଟ ଫର୍ମ-୧୬ଏ (Form 16A) ର ନାମ ପରିବର୍ତ୍ତନ କରାଯାଇ ଫର୍ମ-୧୩୧ (Form 131) ରଖାଯିବ। ଟିଡିଏସ୍ (TDS) ବିବରଣୀ ପ୍ରଦାନ କରିବାର ୧୫ ଦିନ ମଧ୍ୟରେ ଏହାକୁ ଜାରି କରିବା ବାଧ୍ୟତାମୂଳକ ହେବ।
୩. ଏଚଡିଏଫସି, ପିଏନବି ଏବଂ ବନ୍ଧନ ବ୍ୟାଙ୍କର ନିୟମ
ଯଦି ଆପଣଙ୍କର ଆକାଉଣ୍ଟ୍ ଏଚଡିଏଫସି (HDFC), ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) କିମ୍ବା ବନ୍ଧନ ବ୍ୟାଙ୍କ (Bandhan Bank) ରେ ଅଛି, ତେବେ ବ୍ୟାଙ୍କିଙ୍ଗ୍ ସେବାରେ କିଛି ପରିବର୍ତ୍ତନ ହେବ। ଏହି ବ୍ୟାଙ୍କଗୁଡ଼ିକରେ ଏଟିଏମ୍ (ATM) ରୁ ଟଙ୍କା ଉଠାଣ, ସର୍ବନିମ୍ନ ବାଲାନ୍ସ (Minimum Balance) ରଖିବାର ନିୟମ ଏବଂ ଅନ୍ୟାନ୍ୟ ସର୍ଭିସ୍ ଚାର୍ଜରେ ନୂଆ ପରିବର୍ତ୍ତନ ଘଟିବାକୁ ଯାଉଛି।
୪. ପ୍ୟାନ୍ କାର୍ଡ ନିୟମ
ପ୍ୟାନ୍ କାର୍ଡ (PAN Card) ସହିତ ଜଡ଼ିତ ନିୟମରେ ମଧ୍ୟ ଏପ୍ରିଲ୍ ୧ରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ। ଆଧାର ସହିତ ପ୍ୟାନ୍ କାର୍ଡ ଲିଙ୍କ୍ ହୋଇନଥିଲେ କିମ୍ବା ପ୍ୟାନ୍ କାର୍ଡ ନିଷ୍କ୍ରିୟ ଥିଲେ, ବ୍ୟାଙ୍କିଙ୍ଗ୍ କାରବାର ବେଳେ ଗ୍ରାହକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଏହା ଉପରେ କିଛି ନୂଆ ଫାଇନ୍ କିମ୍ବା ଜରିମାନା ସମ୍ବନ୍ଧୀୟ ନିୟମ କଡ଼ାକଡ଼ି ହୋଇପାରେ।
୫. ରେଳ ଟିକେଟ୍ ନିୟମ
ଭାରତୀୟ ରେଳବାଇ (Indian Railways) ପକ୍ଷରୁ ଟିକେଟ୍ ବୁକିଂ ଏବଂ ବାତିଲ୍ ନିୟମରେ ମଧ୍ୟ କିଛି ଅପଡେଟ୍ ଲାଗୁ କରାଯାଇପାରେ। ଯାତ୍ରୀଙ୍କ ସୁବିଧା ଏବଂ ଟିକେଟ୍ କଳାବଜାରୀ ରୋକିବା ପାଇଁ ତତ୍କାଳ ଟିକେଟ୍ (Tatkal Ticket) ଏବଂ ରିଫଣ୍ଡ୍ ପଲିସିରେ କେତେକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।
ଏପ୍ରିଲ ପହିଲାରୁ ବଡ଼ ପରିବର୍ତ୍ତନ: ପାନ୍‌ କାର୍ଡଠାରୁ ସେୟାର ବଜାର ନିୟମାବଳୀ ଯାଏଁ ସବୁ ବଦଳିବ
ନୂଆଦିଲ୍ଲୀ:ନୂତନ ଆର୍ଥିକ ବର୍ଷ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଅନେକ ପ୍ରମୁଖ ଆୟକର ଏବଂ ଆର୍ଥିକ ନିୟମାବଳୀ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛନ୍ତି। ୨୦୨୬ ବଜେଟରେ ପାନ୍‌ କାର୍ଡ ବ୍ୟବହାର, ନଗଦ କାରବାର, ପିଲାମାନଙ୍କ ଶିକ୍ଷା ପାଇଁ ଟିକସ ଛାଡ଼, ନିବେଶ-ସଂଯୁକ୍ତ ଟିକସ ଏବଂ ସେୟାର ବଜାର ନିୟମାବଳୀ ସମେତ ଅନେକ ପରିବର୍ତ୍ତନ ଘୋଷଣା କରାଯାଇଛି। ଏହି ପରିବର୍ତ୍ତନଗୁଡ଼ିକର ଲକ୍ଷ୍ୟ ହେଉଛି ଛୋଟ କାରବାରରେ ଜନସାଧାରଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଏବଂ ବଡ଼ କାରବାର ଉପରେ ସରକାରୀ ତଦାରଖକୁ ସୁଦୃଢ଼ ​​କରିବା।
ପାନ କାର୍ଡ ଝାମେଲା କମିବ
ଏଣିକି ଛୋଟ ଛୋଟ ଆର୍ଥିକ କାରବାର ପାଇଁ ପାନ କାର୍ଡ ଆବଶ୍ୟକ କରିବାର ଝାମେଲା ହ୍ରାସ ପାଇବ। ବର୍ଷସାରା ବ୍ୟାଙ୍କ କିମ୍ବା ଡାକ ଘରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଜମା କିମ୍ବା ଉଠାଣ ପାଇଁ ପାନ ପ୍ରଦାନ କରିବା ଆଉ ବାଧ୍ୟତାମୂଳକ ହେବ ନାହିଁ। ହୋଟେଲ, ରେସ୍ତୋରାଁ କିମ୍ବା କାର୍ଯ୍ୟକ୍ରମରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ୍ ପାଇଁ ପାନ୍‌ ବିବରଣୀ ପ୍ରଦାନ କରିବା ଆଉ ଆବଶ୍ୟକ ହେବ ନାହିଁ। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ନୂତନ କାର କିମ୍ବା ମୋଟରସାଇକେଲ କ୍ରୟ ପାଇଁ ଆଉ ପାନ୍‌ ଦରକାର ହେବ ନାହିଁ। ସେହିପରି, ଘର କିମ୍ବା ଫ୍ଲାଟ କିଣିବା ସମୟରେ, ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ ଆଉ ପାଡ଼୍‌ କାର୍ଡ ଆବଶ୍ୟକ ହେବ ନାହିଁ। ଏନ୍‌ଆର୍‌ଆଇଙ୍କଠାରୁ ସମ୍ପତ୍ତି କିଣିବାରେ ମଧ୍ୟ ପ୍ରକ୍ରିୟା ସରଳ କରିବାକୁ ଯାଇ ଟାନ୍‌ ବଦଳରେ ପାନ୍‌ ବ୍ୟବହାର କରାଯିବ।
ବୀମା ଏବଂ କ୍ଷତିପୂରଣ ନିୟମ
ବୀମା କ୍ଷେତ୍ରରେ ପ୍ରତ୍ୟେକ ପଲିସି କ୍ରୟ ପାଇଁ ଏବେ ପାନ୍‌ ପ୍ରଦାନ କରିବା ବାଧ୍ୟତାମୂଳକ ହେବ। ଆହୁରିମଧ୍ୟ ମୋଟର ଦୁର୍ଘଟଣା କ୍ଲେମ୍‌ ଉପରେ ସୁଧ ଏବେ କରମୁକ୍ତ ହେବ ଏବଂ ସେଥ଄ରୁ ଟିଡିଏସ୍‌ କଟାଯିବନାହିଁ। ଏହା ଦୁର୍ଘଟଣା ପୀଡିତଙ୍କ ପାଇଁ ସମ୍ପୂର୍ଣ୍ଣ କ୍ଷତିପୂରଣ ସୁନିଶ୍ଚିତ କରିବ ଏବଂ ପ୍ରଶାସନିକ କାର୍ଯ୍ୟକୁ ସରଳ କରିବ।
ଶିଶୁ ଶିକ୍ଷା ଉପରେ ବର୍ଦ୍ଧିତ ଟିକସ କାଟ
ପୂର୍ବରୁ, ପିଲାମାନଙ୍କ ଶିକ୍ଷା ଭତ୍ତା ଉପରେ ଟିକସ ଛାଡ ପ୍ରତି ମାସରେ କେବଳ ୧୦୦ ଟଙ୍କା ଥିଲା, କିନ୍ତୁ ଏବେ ପ୍ରତି ପିଲା ପାଇଁ ଏହାକୁ ପ୍ରତି ମାସରେ  ୩୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ୩୦୦ ଟଙ୍କା ଥିବା ହଷ୍ଟେଲ ଭତ୍ତା ଛାଡକୁ ଏବେ ପ୍ରତି ପିଲା ପାଇଁ ପ୍ରତି ମାସରେ  ୯୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି। ଏହା ସାଧାରଣ ପରିବାରକୁ ପିଲାମାନଙ୍କ ଶିକ୍ଷା ଏବଂ ହଷ୍ଟେଲ ଖର୍ଚ୍ଚ ଉପରେ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରିବ।
ସେୟାର ବଜାର ନିୟମରେ ପରିବର୍ତ୍ତନ
ସେୟାର ବାଇବ୍ୟାକ୍‌ରୁ ପ୍ରାପ୍ତ ଆୟକୁ ଏବେ ପୁଞ୍ଜି ଲାଭ ଭାବରେ କର ଦିଆଯିବ। ଫ୍ୟୁଚର୍ସ ଟ୍ରେଡିଂ ଉପରେ ଏସ୍‌ଟିଟି ୦.୦୫% ଏବଂ ଅପ୍ସନ ପ୍ରିମିୟମ ଉପରେ ୦.୧୫% କୁ ବୃଦ୍ଧି କରାଯାଇଛି, ଯାହା ଦ୍ବାରା ଟ୍ରେଡିଂ ଖର୍ଚ୍ଚ ବୃଦ୍ଧି ପାଇଛି। ଅଡିଟ୍ ହୋଇନଥିବା ବ୍ୟବସାୟ ଏବଂ ବୃତ୍ତିଗତଙ୍କ ପାଇଁ ଆଇଟିଆର୍‌ ଫାଇଲ କରିବାର ଶେଷ ତାରିଖ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତଥାପି, ସାଧାରଣ ବେତନଭୋଗୀ ବ୍ୟକ୍ତି ଏବଂ ଆଇଟିଆର୍‌-୧/୨  ଫାଇଲ କରୁଥିବା ବ୍ୟକ୍ତିମାନଙ୍କୁ ଜୁଲାଇ ୩୧ ସୁଦ୍ଧା ଟିକସ ରିଟର୍ଣ୍ଣ ଫାଇଲ କରିବାକୁ ପଡିବ।
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯିବାକୁ ଥିବା ‘ପାନ୍‌-୨.୦’ ଯୋଜନାକୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲଗିଛି। ନିକଟରେ ଏହି ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଥିଲା। ନୂଆ ପାନ୍ କାର୍ଡରେ କ୍ୟୁଆର କୋଡ୍ ରହିବ। ଆର୍ଥିକ ଠକେଇ ଘଟଣାକୁ ନଜରରେ ରଖି ଏହି ନୂଆ ପାନ୍‌ କାର୍ଡରେ ଅନେକ ନୂଆ ଫିଚର୍ସ ମଧ୍ୟ ରଖାଯିବ। ଏହି କାର୍ଡରେ ସ୍କାନିଂର ଫିଚର ରହିବ ଯାହାଦ୍ବାରା କ୍ୟୁଆର କୋର୍ଡରେ ପାନ୍‌ ଭେରିଫିକେସନ ସହଜ ହେବ। ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ କରାଯିବ। ପାନ ୨.୦ ପାଇଁ କୌଣସି ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
ଲୋକଙ୍କ ପାଖରେ ନୂଆ ପାନ୍ କାର୍ଡ ଆପେ ପହଞ୍ଚିଯିବ। ଯେ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ନୂଆ ପାନ୍ କାର୍ଡ ନ ପହଞ୍ଚିଛି, ସେ ପର୍ଯ୍ୟନ୍ତ ପୁରୁଣା ପାନ୍ କାର୍ଡ ବୈଧ ରହିବ। ଯଦି ଆପଣଙ୍କ ପାଖରେ ଏକାଧିକ ପାନ୍ କାର୍ଡ ରହିଛି, ତେବେ ଅନ୍ୟ ପାନ୍ କାର୍ଡକୁ ନକଲି ବୋଲି ଧରାଯିବ। ଜଣେ ଯଦି ନକଲି ପାନ କାର୍ଡକୁ ସମର୍ପଣ ନ କରନ୍ତି ତେବେ ଆୟକର ଆଇନର ଧାରା ୨୭୨ବି ଅନୁସାରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ ହୋଇପାରେ। ଏପରି ସ୍ଥିତିରେ ଯେଉଁମାନଙ୍କ ପାଖରେ ନକଲି ପାନ୍‌ କାର୍ଡ ରହିଛି, ସେମାନେ ଏନ୍‌ଏସ୍‌ଡିଏଲ୍‌ ବା ୟୁଟିଆଇଆଇଟିଏସ୍‌ଏଲ୍‌ ନିକଟରେ ତାହାକୁ ସମର୍ପଣ କରିଦେବା ଉଚିତ୍।
ଆଧାର ସଂଯୋଗ ନହେଲେ ଏପ୍ରିଲ ୧ରୁ ଅଚଳ ହୋଇଯିବ ପାନ୍‌
ନୂଆଦିଲ୍ଲୀ: ପାନ ନମ୍ବର ସହିତ ଆଧାର କାର୍ଡ ସଂଯୋଗ ଅବଧି ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି। ପୂର୍ବରୁ ଏହି ଅବଧିକୁ କେନ୍ଦ୍ର ସରକାର ବହୁବାର ବୃଦ୍ଧି କରିଥିଲା ବେଳେ ପାନ ସହ ଆଧାର ସଂଯୋଗ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଛି। ଏହାପରେ ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର-ପାନ ସଂଯୋଗ ଅବଧି ବୃଦ୍ଧି କରାନଯାଏ ତେବେ ଏପ୍ରିଲ ୧ ରୁ ଆଧାର ଅଣ ସଂଯୋଜିତ ପାନ ନମ୍ବର ଅଚଳ ହୋଇଯିବ ବୋଲି ଜଣାପଡ଼ିଛି। ଏହାଦ୍ବାରା ଜଣେ ବ୍ୟକ୍ତି କୌଣସି ଆର୍ଥିକ କାରବାର କରିବା କ୍ଷେତ୍ରରେ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଥିଲା ବେଳେ ଆବଶ୍ୟକ ସ୍ଥଳେ ପାନ ନମ୍ବର ଦେଇନପାରିଲେ ଆୟକର ଆଇନ ଧାରା ୨୭୨ ବି ଅନୁଯାୟୀ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ବ୍ୟାଙ୍କ ଜମାଖାତା ଖୋଲିବା, ବ୍ୟାଙ୍କରେ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପରିମାଣର ଅର୍ଥ କାରବାର କରିବା କିମ୍ବା ମ୍ୟୁଚୁଆଲ ଫଣ୍ଡ ଓ ଶେୟାର କିଣିବା କ୍ଷେତ୍ରରେ ପାନ୍‌ନମ୍ବର ଦେବା ବାଧ୍ୟତାମୂଳକ ହୋଇଛି।