Chinese spy balloon - The Sakala

ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାରି ଖସାଇଲା ଆମେରିକା; କେରୋଲିନା ସମୁଦ୍ର ଉପକୂଳରେ ଖସିଲା ଗୁଇନ୍ଦା ବେଲୁନ୍
ଓ୍ବାସିଂଟନ: ଆମେରିକା ଆକାଶରେ ଉଡୁଥିବା ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଛି ଆମେରିକା । ଗତ କିଛି ଦିନ ହେବ ବେଲୁନର ଗତିବିଧି ଉପରେ ନଜର ରଖିଥିବା ଆମେରିକୀୟ ସେନା ଆଟଲାଣ୍ଟିକ୍ ମହାସାଗରରେ ପହଞ୍ଚିବା ପରେ ଏହାକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଖସାଇ ଦେଇଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ମିଳିଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ବେଲୁନଟିକୁ ଧ୍ବଂସ କରିଛି ଆମେରିକା ସେନା ।

ଚୀନର ଏହି ସନ୍ଦିଗ୍ଧ ବେଲୁନ୍‌ଟି ସମଗ୍ର ଉତ୍ତର ଆମେରିକାରେ ଥିବା ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥଳୀଗୁଡ଼ିକୁ ପର୍ୟ୍ୟବେକ୍ଷଣ କରୁଥିଲା ବୋଲି ଆମେରିକା ଅଭିଯୋଗ କରିଛି । ବାଇଡେନ୍‌ କହିଛନ୍ତି, ବେଲୁନ୍‌ଟିକୁ ବିସ୍ଫୋରକ ମାରି ଖସାଇ ଦେବାଲାଗି ବୁଧବାର ଦିନ ସେ ଆଦେଶ ଜାରି କରିଥିଲେ। ହେଲେ ବେଲୁନଟି ସମୁଦ୍ର ଉପରକୁ ଆସିବାକୁ ଅପେକ୍ଷା କରାଯାଇଥିଲା । କାରଣ ଏହି ବିରାଟକାୟ ସ୍ପାଏ ବେଲୁନ୍‌ଟି ସ୍ଥଳଭାଗ ଉପରେ ଥିବାରୁ ବିସ୍ଫୋରଣ ପରେ ତାହାର ଭଗ୍ନାଂଶଗୁଡ଼ିକ ଜନବସତି ଅଞ୍ଚଳରେ ପଡ଼ି ଅନିଷ୍ଟ କରିବାର ଆଶଙ୍କା ଥିଲା । ତେଣୁ ବେଲୁନଟି ସମୁଦ୍ର ଉପରକୁ ଆସିଯିବା ପରେ ଆମେରିକା ବିମାନ ଏହାକୁ ଧ୍ବଂସ କରି ଦେଇଛି ।

ନ୍ୟୁଜ ଏଜେନ୍ସି ଏପି ଅନୁସାରେ, ଏହି ଗୁପ୍ତଚରୀ ବେଲୁନକୁ ଖସାଇବା ପୂର୍ବରୁ ୩ଟି ଏୟାରପୋର୍ଟକୁ ବନ୍ଦ କରି ଦିଆଯାଇଥିଲା । ଏହାସହ ଏୟାରସ୍ପେସକୁ ମଧ୍ୟ ବନ୍ଦ ରଖାଯାଇଥିଲା । ଏହାପରେ ଆମେରିକା ସେନାର ଜେଟ୍ ଆଣ୍ଟଲାଟିକ ମହାସାଗର ଉପରେ ବେଲୁନଟିକୁ ମାରି ଖସାଇ ଦେଇଥିଲେ ।

ସୂଚନାଯୋଗ୍ୟ, ବେଲୁନଟି ଯେଉଁ ମୋଣ୍ଟାନା କ୍ଷେତ୍ରରେ ଉଡୁଥିଲା, ସେଠାରେ ଆମେରିକାର ନ୍ୟୁକ୍ଲିୟର ମିଜାଇଲ କ୍ଷେତ୍ର ରହିଛି । ଆମେରିକା ସେନାକୁ ସନ୍ଦେହ ଥିଲା କି ଗୁପ୍ତଚରୀ ବେଲୁନଟି ଏହି ସମ୍ବେଦନଶୀଳ ଅଞ୍ଚଳ ଦେଇ ପାର ହେବା ବେଳେ ଗୁପ୍ତ ତଥ୍ୟ ସଂଗ୍ରହ କରି ଚୀନକୁ ପଠାଇବ । ବେଲୁନଟିର ଆକାର ବଡ଼ ଥିବାରୁ ଏହାକୁ ଖସାଇଲେ ଏହାର ଧ୍ବଂସାବଶେଷ ଜନବସତି ଉପରେ ପଡ଼ିବାର ଆଶଙ୍କା ଥିଲା । ହେଲେ ରବିବାର ଏହାକୁ ଖସାଇବାକୁ ବାଇଡେନ ଅନୁମତି ଦେବା ପରେ ପ୍ଲାନିଂ ଅନୁସାରେ ଏହାକୁ ସମୁଦ୍ର ଉପରେ ଖସାଇ ଦିଆଗଲା

ଆମେରିକା ଆକାଶରେ ଚୀନର ଗୁପ୍ତଚର ବେଲୁନ୍
ୱାଶିଂଟନ: ପୁଣୀ ଚୀନର ଗୁପ୍ତଚର ବେଲୁନ। ଆମେରିକାର ମୋଣ୍ଟାନା ସହରରେ ଏହି ସନ୍ଦିଗ୍ଧ ବେଲୁନ ଦେଖିବାକୁ ମିଳିଛି । ମୋଣ୍ଟାନାର ଏହି ଅଞ୍ଚଳରେ ବାୟୁସେନାର ସ୍ୱତନ୍ତ୍ର ଘାଟି ରହିଛି। ଯେଉଁଠାରୁ ଅନ୍ତର୍ଦେଶୀୟ ମିସାଇଲ ପରିଚାଳନା ହୋଇଥାଏ । ଆମେରିକାରେ ଏଭଳି ତିନୋଟି ଗୁରୁତ୍ବପୂର୍ଣ୍ଣ ବିମାନ ଘାଟି ରହିଛି । ଏହି ଅଞ୍ଚଳରେ ଚୀନର ବେଲୁନ୍ ମିଳିଥିବାରୁ ଏହାକୁ ଗୁରୁତର ସହ ନେଇଛନ୍ତି ଆମେରିକା ସରକାର ।

ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ମୁତାବକ, ଚୀନର ଗୁଇନ୍ଦା ବେଲୁନ ଉତ୍ତର ପଶ୍ଚିମ ସହର ମୋଣ୍ଟାନାରେ ଦେଖାଯାଇଛି ।ଏହା ହେଉଛି ଅନ୍ୟ ଏକ ଚାଇନାର ଗୁପ୍ତଚର ବେଲୁନ୍ ।  ଆମେରିକା ଉପରରେ ନଜର ରଖିବାକୁ ଚୀନ୍ ଷଡ଼ଯନ୍ତ୍ର କରି ଏଭଳି ବେଲୁନ ଛାଡ଼ିଥିବା ପେଣ୍ଟାଗନ ଦାବି କରିଛି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଚୀନ୍ ଗସ୍ତ କାର୍ଯ୍ଯକ୍ରମ ରହିଥିଲା । ଏହାରି ମଧ୍ଯରେ ଚାଇନାର ଗୁପ୍ତଚର ବେଲୁନ୍ ଆମେରିକାର ଆକାଶରେ ଦେଖାଦେଇଛି। ଚୀନର ଏପରି କାର୍ଯ୍ଯକଳାପ ପାଇଁ  ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ଚୀନ୍ ଗସ୍ତକୁ ବାତିଲ କରିଦେଇଛନ୍ତି। ଆହୁରି ମଧ୍ୟ, ଚାଇନାର ଏହି ବେଲୁନକୁ ଦୃଷ୍ଟିରେ ରଖି ଆମେରିକା ସମସ୍ତ ସମ୍ବେଦନଶୀଳ ତଥ୍ୟକୁ ସୁରକ୍ଷିତ କରିଛି।