Naba Das Murder Case - The Sakala

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ପାଇଁ ଏଫ୍‌ବିଆଇକୁ ସହାୟତା ମଗାଯାଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ଦିବଂଗତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ପାଇଁ ଏଫ୍‌ବିଆଇକୁ ସହାୟତା ମଗାଯାଇଥିଲା । ଏ ନେଇ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଞ୍ଚ । ସିଧାସଳଖ ଭାବେ ଏଫବିଆଇ ସହ ଯୋଗାଯୋଗ ସମ୍ଭବ ନୁହେଁ । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି ଲୋଡାଯାଇଛି । ନବ ଦାସ ହତ୍ୟା ମାମଲାରେ ଏଫବିଆଇ ସହାୟତା ମଗାଯାଇନଥିଲା ବୋଲି କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏଭଳି ଖବର ଭିତ୍ତିହୀନ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇଛି। ଏନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କ୍ରାଇମବ୍ରାଞ୍ଚ ଶନିବାର ସ୍ପଷ୍ଟ କରିଛି।

ଫେବ୍ରୁଆରୀ ୨୨ରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା ଗୃହ ବିଭାଗ । ୧୮୭/ସି/୨୨.୦୨.୨୦୨୩ ନମ୍ବର ଚିଠିରେ କେନ୍ଦ୍ରକୁ ଅନୁରୋଧ କରିଥିବା ଜଣାପଡ଼ିଛି । ଏ ନେଇ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଞ୍ଚ । କିଛି ଗଣମାଧ୍ୟମରେ ପ୍ରସାରିତ ଖବରକୁ ମିଛ କହିବା ସହ ଅସମର୍ଥିତ ଖବର ପ୍ରସାରଣ ନକରିବାକୁ କ୍ରାଇମବ୍ରାଞ୍ଚ ଅନୁରୋଧ କରିଛି ।

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ଝାରସୁଗୁଡ଼ା କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ
ଝାରସୁଗୁଡା : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମ୍ ବ୍ରାଞ୍ଚ। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାକୁ କ୍ରାଇମ୍ ବ୍ରାଞ୍ଚ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚାର୍ଜସିଟ ପ୍ରସ୍ତୁତ କରିସାରିଥିଲା। ଆଜି ଘଟଣାର ତଦନ୍ତକାରୀ ଅଫିସର କ୍ରାଇମବ୍ରାଞ୍ଚ DSP ରମେଶ ଦୋରା ଝାରସୁଗୁଡ଼ା JMFC କୋର୍ଟରେ ଉପସ୍ଥିତ ରହି ଚାର୍ଜସିଟ ଦାଖଲ କରିଛନ୍ତି।

ନବ ଦାଶ ହତ୍ୟାକାଣ୍ଡ ଘଟଣାରେ ଦୀର୍ଘ ୧୧୮ ଦିନ ପରେ ୫୪୩ ପୃଷ୍ଠାର ପ୍ରେଲିମିନେରୀ ଚାର୍ଜ ସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ତଦନ୍ତକାରୀ ଅଧିକାରୀ ସମେତ ୮୯ ଜଣ ସାକ୍ଷୀ ଆଧାରରେ ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଆଇପିସିର ଦଫା ୩୦୨, ୩୦୭ ଆର୍ମସ ଏକ୍ଟ ୨୭(୦୧) ଅନୁଯାୟୀ ପ୍ରେଲିମିନେରୀ ଚାର୍ଜସିଟ ଦାଖଲ କରିଥିବା ସୂଚନା ମିଳିଛି ।

ତେବେ ଚାର୍ଜସିଟରେ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣାପଡିଛି। ତେବେ କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ୍ ଦାଖଲ କରିଛି, ତାହ କେତେ ପୃଷ୍ଠା ସମ୍ବଳିତ ଏବଂ ସେଥିରେ କଣ ସବୁ ଉଲ୍ଲେଖ ରହିଛି, ତାହା ଜଣାପଡିନାହିଁ। ଏଥି ସହିତ ନବ ଦାସ ହତ୍ୟାଘଟଣାରେ ଆଉ କେଉଁ ସବୁ ଦିଗ ରହିଛି, ସେନେଇ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ସୂଚନାଯୋଗ୍ୟ  ଗତ ଜାନୁଆରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମର ଉଦଘାଟନ ପାଇଁ ଯାଇଥିବା ବେଳେ ପୁଲିସ ଏଏସଆଇ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା। ଦିଲ୍ଲୀ ଫରେନସିକ୍ ଲ୍ୟାବର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା। ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ।

ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରିପାରେ କ୍ରାଇମ୍ ବ୍ରାଞ୍ଚ
ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା JMFC କୋର୍ଟ ରେ ଚାର୍ଜସିଟ ଦାଖଲ କରିପାରେ କ୍ରାଇମ୍ ବ୍ରାଞ୍ଚ। ୧୨୦ ଦିନ ପୂର୍ବରୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚାର୍ଜସିଟ ପ୍ରସ୍ତୁତ କରାଯାଇଛି। ଘଟଣାର ଅଭିଯୁକ୍ତ ଗୋପାଳ ଦାସକୁ ଦୋଷୀ ସାବ୍ୟସ୍ତ କରିବାକୁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରତ୍ୟକ୍ଷଦର୍ଶିଙ୍କ ବୟାନକୁ ଆଧାର କରି ଅଭିଯୋଗ ଫର୍ଦ୍ଦ କରିଛି।

ଗତ ଜାନୁୟାରୀ ୨୯ ତାରିଖ ଦିନ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମର ଉଦଘାଟନ ପାଇଁ ଯାଇଥିବା ବେଳେ ପୋଲିସ ଗୁଳିରେ ଟଳିପଡ଼ିଥିଲେ ପୂର୍ବତନ ମନ୍ତ୍ରୀ ନବ ଦାସ। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା। ଦିଲ୍ଲୀ ଫରେନସିକ୍ ଲ୍ୟାବର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା। ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ।

ନବ ଦାସଙ୍କ ହତ୍ୟା ମାମଲା : ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ, ଯିଏ କେହିବି ସମ୍ପୃକ୍ତି ଥିଲେ ଛଡା ଯିବନି
ଭୁବନେଶ୍ବର : ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ତେବେ ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ଜୋରଦାର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରୁନାହିଁ। ପ୍ରଶ୍ନକାଳ ଆରମ୍ଭରୁ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ନଵ ଦାସ ହତ୍ୟା ଘଟଣାକୁ ମେଇ ହଟ୍ଟଗୋଳ କରିଥିବା ବେଳେ ଶାସକ ଦଳର ବିଧାୟକମାନେ ଚାଷୀ ପ୍ରସଙ୍ଗ ଓ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗୃହରେ ପ୍ରତିବାଦ କରିଛନ୍ତି । ଫଳରେ ଗୃହକାର୍ଯ୍ୟ ଚାଲିବା ସମ୍ଭବ ପର ନଥିଲା। ପ୍ରଥମେ ଗୃହକାର୍ଯ୍ୟ ଆରମ୍ଭରୁ ଗୃହକୁ ଦିନ ୧୧.୩୦ ଯାଏଁ ମୁଲତବୀ କରାଯାଇଥିଲା। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ପହଞ୍ଚି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଗୃହରେ ନିଜର ବିବୃତ୍ତି ରଖିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ନିଜ ବିବୃତିରେ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଥିଲେ। ଏଥିସହ ଏହି ସ୍ପର୍ଶକାତର ଘଟଣାର ରାଜନୀତୀକରଣ କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ବିଜେପି ଉପରେ ବର୍ଷିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ‘ଆମେ ଆମର ଜଣେ ସହଯୋଗୀଙ୍କୁ ହରାଇଲୁ । ଓଡ଼ିଶା ଜଣେ ବିଚକ୍ଷଣ ନେତାଙ୍କୁ ହରାଇଛି ।’ ନବ ଦାସଙ୍କ ହତ୍ୟା ମାମଲା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ରାଜ୍ୟ ସରକାର ଘଟଣାର ଗମ୍ଭୀରତା ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ସରକାର ଅନୁରୋଧ କରିଥିଲେ। ହାଇକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତି ମଧ୍ୟ ନିଯୁକ୍ତ କରିଛନ୍ତି। ତାଙ୍କ ତତ୍ବାବଧାନରେ ତଦନ୍ତ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଆଇନ ଅନୁଯାୟୀ କରାଯାଉଛି। ଏହି ଘଟଣାରେ ଯାହାର ବି ସମ୍ପୃକ୍ତି ରହିଥିବ,ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ କୌଣସି ପକ୍ଷପାତିତା କରାଯାଇ ନାହିଁ। କି କରା ଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଯାଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଭୟଙ୍କର ଘଟଣା ପରେ, ଏହି ସମ୍ବେଦନଶୀଳ ମାମଲାକୁ କିପରି ରାଜନୀତିକରଣ କରାଯାଉଛି ତାହା ମୋତେ ଓଡ଼ିଶାର ଲୋକଙ୍କୁ ମଧ୍ୟ ଚକିତ କରିଛି। ଭିତ୍ତିହୀନ ଏବଂ କପୋଳକଳ୍ପିତ ଅଭିଯୋଗ କରିବା ଭୁଲ ଅଟେ। ଆମ ଗଣତନ୍ତ୍ରରେ ଏକ ଶକ୍ତିଶାଳୀ ସ୍ତମ୍ଭ ହେଉଛି ସ୍ୱାଧୀନ ନ୍ୟାୟପାଳିକା। ମାନ୍ୟବର ହାଇକୋର୍ଟ ଏହି ମାମଲାର ତଦନ୍ତ ଉପରେ ନଜର ରଖିବା ପାଇଁ ଅବସରପ୍ରାପ୍ତ ହାଇକୋର୍ଟର ଜଣେ ଜଜ୍ ନିଯୁକ୍ତ କରିବା ପରେ ପୁରା ପୁଲିସର ତଦନ୍ତ ନ୍ୟାୟିକ ତଦାରଖ କରାଯାଉଛି। ତେବେ, ଏହି ମାମଲାରେ ରାଜନୀତି କରିବା ଭିତ୍ତିହୀନ ଏବଂ ମନ୍ଦ ଅଭିଯୋଗ କରିବାର ଆବଶ୍ୟକତା କ’ଣ? ଆମେ ସମସ୍ତେ ଆମର ସ୍ୱାଧୀନ ନ୍ୟାୟପାଳିକା ଉପରେ ସମ୍ମାନ ଓ ବିଶ୍ୱାସ କରିବା ଉଚିତ୍।

ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ଯେ ଏହା ଅତ୍ୟନ୍ତଦୁଃଖଦାୟକ କି ପୂର୍ବତନ ମନ୍ତ୍ରୀଙ୍କ ହତ୍ୟାକାରୀ ଜଣେ ପୁଲିସ ଅଧିକାରୀ। ତେବେ ଏହି କାରଣରୁ ବିଜେପି ପକ୍ଷରୁ ‌ସମଗ୍ର ପୁଲିସ ବାହିନୀକୁ ଯେଭଳି ଆକ୍ଷେପ କରାଯାଇ ମନ୍ତବ୍ୟ ଦିଆଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ହେତୁ ପୂରା ପୁଲିସ ବାହିନୀର ମନୋବଳ ଉପରେ ନକାରାତ୍କମ ପ୍ରଭାବ ପଡ଼ୁଛି। ବିଜେପି ରାଜ୍ୟର ପୁଲିସ ବାହିନୀକୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାକୁ ଉଦ୍ୟମ କରୁଛି। ସେହିପରି ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଜଣେ କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ବି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଓଡ଼ିଶା ଏଭଳି ଲଜ୍ଜାଜନକ କାଣ୍ଡକୁ କଦାପି କ୍ଷମାଦେବ ନାହିଁ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ମୁଁ ଗଭୀର ଭାବେ ଆଶ୍ଚର୍ଯ୍ୟ ହୋଇଗଲି ଯେ ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ ଜଣେ ପୁଲିସ୍। ଅଭିଯୁକ୍ତ ଅଧିକାରୀଙ୍କୁ ତୁରନ୍ତ ସେବାରୁ ବରଖାସ୍ତ କରାଯାଇଛି ଏବଂ ମନ୍ତ୍ରୀ ନବ ଦାସଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସମସ୍ତ ଉଦ୍ୟମ କରାଯିବ। ତେବେ ବିରୋଧୀ ଦଳର କିଛି ନେତା ବିଶେଷ କରି ରାଜ୍ୟ ବିଜେପିର ପୁରା ପୁଲିସ ଫୋର୍ସ ଉପରେ ଦେଇଥିବା ବିବୃତ୍ତିରେ ମୁଁ ବିବ୍ରତ। ମୁଁ ଦୁଃଖିତ ବିରୋଧୀ, ବିଶେଷକରି ରାଜ୍ୟ ବିଜେପି ଜଘନ୍ୟ ଅପରାଧକୁ ରାଜନୀତିକରଣ କରିବା ଏବଂ ଆମର ପୁଲିସ୍ ଫୋର୍ସ ଉପରେ ବିଭିନ୍ନ ଆରୋପ ଲାଗାଇବା ଏଜେଣ୍ଡାରେ କାମ କରୁଛି। ପୂର୍ବରୁ ମଧ୍ୟ ପୁଲିସ,ସେନା କିମ୍ବା କେନ୍ଦ୍ରୀୟ ସାମରିକ ବାହିନୀର କିଛି ବ୍ୟକ୍ତି ବିଭିନ୍ନ ଅପରାଧରେ ଜଡିତ ହୋଇ ଚାକିରିରୁ ବାହାର ହେବା ସହ ଗିରଫ ହୋଇଛନ୍ତି।କିନ୍ତୁ ଏହା କଦାପି ସମଗ୍ର ପୁଲିସ କି ସେନାର ମାନହାନି ଘଟାଇ ନାହିଁ। ଦୁର୍ଭାଗ୍ୟବଶତ ରାଜ୍ୟ ବିଜେପି ଓଡିଶାର ପୁରା ପୁଲିସ ଫୋର୍ସକୁ ବଦନାମ କରିବାକୁ ଚେଷ୍ଟା କରିଛି। ରାଜ୍ୟ ବିଜେପି ଓଡିଶାର ଯୁବକଙ୍କୁ ଅପମାନିତ କରିଛି ଏବଂ ଏଥିପାଇଁ ଲୋକମାନେ ସେମାନଙ୍କୁ କ୍ଷମା କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତ୍ତିର ଶେଷରେ କହିଥିଲେ ଯେ ଓଡିଶା ସର୍ବଦା ନିଜ ମହିଳାମାନଙ୍କୁ ସମ୍ମାନ ଦେଇଆସୁଛି। କିନ୍ତୁ ବିରୋଧୀ ଦଳ ନେତା ଯେଉଁ ଲଜ୍ଜାଜନକ ଆଚରଣ ଦେଖାଇଛନ୍ତି, ତାହା କେବେବି କ୍ଷମଣୀୟ ନୁହେଁ। ଏଭଳି ଆଚରଣକୁ ସଡ଼ିଶାବାସୀ କେବେ କ୍ଷମା କରିବ ନାହିଁ। ଆମର ବିଭିନ୍ନ ପ୍ରସଙ୍ଗ ଓ ମାମଲାକୁ ନେଇ ଭିନ୍ନ ଭିନ୍ନ ମତ ଥାଇପାରେ। ତାହାକୁ ନେଇ ଆମେ ତର୍କ କରିପାରିବା କିମ୍ବା ଆଲୋଚନା କରିପାରିବା। କିନ୍ତୁ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଭଳି  ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ। ମୋ ସରକାରର ଏକମାତ୍ର ଲକ୍ଷ୍ୟ ଏହି ସଙ୍ଗୀନ ଅପରାଧରେ ସଂପୃକ୍ତ ସମସ୍ତଙ୍କୁ ଧରି କଠୋର ଦଣ୍ଡରେ ଦଣ୍ଡିତ କରିବା।

ଗାନ୍ଧିନଗରରେ ଫିଟିବ ଗାନ୍ଧିଛକ ହତ୍ୟାକାଣ୍ଡର ଗୁମର : ସରିଛି ପଲିଗ୍ରାଫି, ଆଜି ହେବ ନାର୍କୋ ଟେଷ୍ଟ
ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଠାରୁ ହତ୍ୟାର କାରଣ ଜାଣିବା ପାଇଁ ତଦନ୍ତକୁ ଜୋରଦାର କରିଛି କ୍ରାଇମ୍‌‌ବ୍ରାଞ୍ଚ। ରିମାଣ୍ଡ ସମୟରେ କ୍ରାଇମ୍‌‌ବ୍ରାଞ୍ଚ ଯେତେ ପଚରାଉଚରା କରିଥିଲେ ମଧ୍ୟ ଅଭିଯୁକ୍ତ ଗୋପାଳ କାରଣ କହିନାହିଁ। ଅଭିଯୁକ୍ତ ଗୋପାଳ ଦାସ ଠାରୁ ସତ ବାହାର କରିବା ପାଇଁ ନାର୍କୋ ଟେଷ୍ଟକୁ ଭରସା କରିଛି କ୍ରାଇମ୍‌‌ବ୍ରାଞ୍ଚ। ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ ପାଇଁ ବ୍ରଜରାଜନଗର ଜେଏମ୍‌‌ଏଫ୍‌‌ସି-୧ କୋର୍ଟରୁ ଅନୁମତି ଆଣିଥିଲେ। କୋର୍ଟ ଅନୁମତି ଦେବା ପରେ ଅଭିଯୁକ୍ତ ଗୋପାଳକୁ କଡାସୁରକ୍ଷାରେ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରେ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌‌ ଗୋପାଳକୁ ଧରି ଗାନ୍ଧିନଗରରସ୍ଥିତ ଡିରେକ୍ଟୋରେଟ୍‌‌ ଅଫ୍‌‌ ଫୋରେନିସିକ୍‌‌ ସାଇନ୍ସକୁ ନିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ଗୁରୁବାର ଗୋପାଳର ପଲିଗ୍ରାଫ୍‌‌ ପରୀକ୍ଷା କରାଯାଇଥିବାବେଳେ ଆଜି ନାର୍କୋ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। ମାମଲାର ତଦନ୍ତ ଅଧିକାରୀ ଡିଏସ୍‌‌ପି ରମେଶଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ଗଠନ ହୋଇଥିବା ୮ଜଣିଆ ଟିମ୍‌‌ ନାର୍କୋ ଟେଷ୍ଟ ସମୟରେ ଉପସ୍ଥିତ ରହିବେ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ବାର ଦିନ ବିତିଗଲାଣି। ତିନି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ଅଭିଯୁକ୍ତ ଗୋପାଳ ଦାସଙ୍କୁ ତୁହାକୁ ତୁହା ଜେରା କରିଛି କ୍ରାଇମବ୍ରାଞ୍ଚ। କିନ୍ତୁ ଏବେ ବି ରହସ୍ୟ ଉପରୁ ପରଦା ଉଠୁନାହିଁ। କୌଣସି ନିର୍ଯ୍ୟାସରେ ପହଁଚି ପାରିନାହାନ୍ତି ତଦନ୍ତକାରୀ ଟିମ୍‌‌। ଶେଷରେ ପଲିଗ୍ରାଫ୍‌‌ ଓ ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ଗୁଜରାଟ ନିଆଯାଇଛି। ଅନ୍ୟପଟରେ ଗୋପାଳର ଫୋରେନ୍‌‌ସିକ୍‌‌ ସାଇକୋଲୋଜି ଆକଳନ ଏବଂ ଏଲ୍‌‌ଭିଏ ପରୀକ୍ଷା ରିପୋର୍ଟ ଖୁବ୍‌‌ ଶୀଘ୍ର ଆସିବ। ଏଲ୍‌‌ଭିଏ୍‌‌ ପରୀକ୍ଷା ଦିଲ୍ଲୀରୁ ଆସିଥିବା ଏକ ଟିମ୍‌‌ କରିଥିଲା। ମନସ୍ତତ୍ତ୍ୱବିତ ଡାକ୍ତରମାନଙ୍କୁ ନେଇ ଗଠିତ ହୋଇଥିବା ମେଡିକାଲ ବୋର୍ଡ ଝାଡୁସୁଗୁଡାରେ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିଛନ୍ତି। ଏହାର ରିପୋର୍ଟ ମଧ୍ୟ ଖୁବ୍‌‌ ଶୀଘ୍ର ଦୁଇ ବିଭାଗ ଦେବ। ତଦନ୍ତ ପାଇଁ ଗଠନ କରାଯାଇଥିବା ବିଭିନ୍ନ ଟିମ୍‌‌ ଦ୍ୱାରା ସଂଗୃହୀତ ଦଲିଲ ଓ ପ୍ରମାଣଗୁଡିକୁ ଯାଞ୍ଚ କରାଯାଉଛି।

ମନ୍ତ୍ରୀ ନବ ଦାସଙ୍କୁ କେମିତି ଗୁଳି କରିଥିଲା ଗୋପାଳ? କ୍ରାଇମସ୍ପଟରେ ଡେମୋ ଦେଖାଇଲା ଅଭିଯୁକ୍ତ
ଝାରସୁଗୁଡା : ମନ୍ତ୍ରୀ ନବ କିଶୋର ଦାସଙ୍କୁ କେମିତି ଗୁଳି କରିଥିଲା ଅଭିଯୁକ୍ତ ଗୋପାଳ ଦାସ? କେମିତି ଲୋକମାନଙ୍କ ଗହଳି ଭିତରେ ସିଏ ମନ୍ତ୍ରୀଙ୍କ ଛାତିକୁ ଗୁଳିମାରି ପାରିଲା? ଗୁଳି କରିବା ସୟମରେ କଣ ଘଟିଥିଲା? ସେହିତ ସେହି କ୍ରାଇମସ୍ପଟରେ ଆଉ କଣ କଣ ସବୁ ଘଟିଥିଲ? ଏସବୁ ବିଷୟରେ ସବୁ ଘଟଣା ଜାଣିବା ପାଇଁ ନବ ଦାସ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ଘଟଣାର ସିନ୍‌ ରିକ୍ରିଏସନ୍‌ କରିଛି।

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ମୁଖ୍ୟଅଭିଯୁକ୍ତ ପୁଲିସ ଏସଆଇ ଗୋପାଳ ଦାସକୁ ଆଜି ଅପରାହ୍ନ ସମୟରେ ବ୍ରଜରାଜନଗରର ଗାନ୍ଧୀ ଛକକୁରେ ଥିବା କ୍ରାଇମସ୍ପଟକୁ ନେଇ କ୍ରାଇମବ୍ରାଞ୍ଚ ସିନ ରିକ୍ରିଏସନ କରିଛି। ଘଟଣା ଦିନ ମନ୍ତ୍ରୀ ନବ ଦାସଙ୍କ ଯେଉଁ ଦୁଇଟି ଗାଡିଥିଲା। ଆଜି ମଧ୍ୟ ସେହି ଗାଡି ନିଆଯାଇ ତଦନ୍ତ କରାଯିବା ସହ ନବ ଦାସଙ୍କୁ କେମିତି ହତ୍ୟା କରିଥିଲା ଗୋପାଳ ଦେଖାଇଛି।

ଗାଡିରେ ନବ ଦାସ ବସିଥିବା ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ବସାଯାଇଥିଲା । ଏହାପରେ ଗୋପାଳକୁ ଅଣାଯାଇଥିଲା । ଗୋପାଳ କିଭଳି ବନ୍ଧୁକ ଧରିଥିଲା ଓ ଗୁଳି ମାରିଥିଲା ତାହା ଖେଳନା ବନ୍ଧୁକ ମାଧ୍ୟମରେ ଦେଖାଇଛି । ଆଉ ଏହି ପୁରା ଘଟଣାକୁ ଡ୍ରୋନ୍ କ୍ୟାମେରା, ଅନ୍ୟ କ୍ୟାମେରା ଓ ଫଟୋ ମାଧ୍ୟମରେ  କଏଦ କରାଯାଇଛି। ସିନ୍ ରିକ୍ରିଏସନ୍ ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ ନାକାବନ୍ଦୀ କରାଯାଇ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଗୁଜରାଟ ଗାନ୍ଧୀନଗରରୁ ଆସିଥିବା ଏକ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛି ।

ଅନ୍ୟପଟେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଏବେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ତଦନ୍ତକାରୀ ଟିମ୍ ଗୋପାଳଙ୍କୁ ମାରାଥନ ଜେରା କରୁଛନ୍ତିି । ଅଭିଯୁକ୍ତ ଗୋପାଳକୁ ରଖା ଯାଇଥିବା ଓଏସଏପି ଦ୍ୱିତୀୟ ବାଟାଲିୟନ ପରିସରକୁ ପୁଲିସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନାହିଁ । ରାତି ୧୨ଟାରେ ପୁଲିସ ଫୋର୍ସ ସହିତ ଗୋପାଳକୁ ଓଏସଏପି ଦ୍ୱିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍ ଘରେ ରଖାଯାଉଥିବା ଜଣାଯାଇଛି । ସେଠାରେ ତାକୁ ଜେରା କରାଯାଉଥିବା ନେଇ କୁହାଯାଉଥିବା ବେଳେ ସକାଳ ହେବା ପୂର୍ବରୁ ପୁଣି କଡ଼ା ସୁରକ୍ଷାରେ ତାକୁ ନେଇ ଓଏସଏପି ଦ୍ୱିତୀୟ ବାଟାଲିୟନରେ ଦିନ ତମାମ ରଖାଯାଉଛି ।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଗୋପାଳକୁ ପୁଣି ଚାରି ଦିନିଆ ରିମାଣ୍ଡରେ ନେଇ ଆଜିଠୁ ଛାନବିନ କରୁଛି କ୍ରାଇମବ୍ରାଞ୍ଚ
ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜିଠୁ ପୁଣି ଚାରି ଦିନିଆ ରିମାଣ୍ଡରେ ନେଇ ଛାନବିନ କରୁଛି କ୍ରାଇମବ୍ରାଞ୍ଚ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଅଭିଯୁକ୍ତଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦାୟ କରିଛି କ୍ରାଇମବ୍ରାଞ୍ଚ । ଏୟାରପୋର୍ଟ ପୋଲିସ ଷ୍ଟେସନ ଶୌଚାଳୟରୁ ଗୋପାଳର ହାତଲେଖା କାଗଜ ଜବତ ହୋଇଛି । ଜବତ ୨୨ ଖଣ୍ଡ କାଗଜକୁ ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି ।

ଅନ୍ୟପଟେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରାଯାଇଛି । ଏଥିପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ଗୋପାଳର ଫରେନସିକ ସାଇକୋଲଜିକାଲ ସହିତ ଲେୟର୍ଡ ଭଏସ ଆନାଲିସିସ ଟେଷ୍ଟ କରାଯାଇଛି । ଦିଲ୍ଲୀରୁ ଆସିଥିବା ଏକ ସ୍ବତନ୍ତ୍ର ଟିମ୍ ଗୋପାଳର ଏଲଭିଏ ଟେଷ୍ଟ କରିଛନ୍ତି ।

ହତ୍ୟା ସମ୍ପର୍କିତ ଏକାଧିକ ପ୍ରମାଣ ହାସଲ କରିଛି ତଦନ୍ତକାରୀ ଟିମ୍ । ବ୍ରଜରାଜନଗର କ୍ରାଇମ ସ୍ପଟରୁ ଗୋପାଳଙ୍କ ଘର ପର୍ଯ୍ୟନ୍ତ ସବୁଠି ଛାନବିନ ହୋଇଛି । କ୍ରାଇମ ସ୍ପଟରେ ୩୬୦ ଡିଗ୍ରୀ ଆଙ୍ଗଲରେ ତଦନ୍ତ ହୋଇଛି । ଗୋପାଳର କ୍ବାର୍ଟର୍ସରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଗାନ୍ଧିଛକ ଫାଣ୍ଡିରୁ ଗୋପାଳର ଡାଏରୀ ଜବତ କରିଛି କ୍ରାଇମବ୍ରାଞ୍ଚ । ସେପଟେ ବ୍ରହ୍ମପୁରରେ ଗୋପାଳର ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଆର୍ଥିକ ନେଦେଣର ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ହାତରେ ଗୋପାଳର ହାତଲେଖା ଡାଏରୀ, ଖୋଲିପାରେ ଷଡ଼ଯନ୍ତ୍ରର ରହସ୍ୟ
ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଷଡ଼ଯନ୍ତ୍ରର ରହସ୍ୟ ଖୋଲିପାରେ ଏଏସ୍‌‌ଆଇ ଗୋପାଳକୃଷ୍ଣଙ୍କ ଡ଼ାଏରୀ। ଗୋପାଳ ପ୍ରତିଦିନ ଯେଉଁ ଡ଼ାଏରୀ ଲେଖୁଥିଲେ ତାହା ଏବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋପାଳର ସରକାରୀ କ୍ୱାର୍ଟର ଯାଞ୍ଚ ବେଳେ ଏହି ଡ଼ାଏରୀ ଓ କିଛି କାଗଜପତ୍ରକୁ କ୍ରାଇମବ୍ରାଞ୍ଚ ଜବତ କରିଛି। ତଦନ୍ତକାରୀ ଅଧିକାରୀମାନେ ଏହି ଡାଏରୀ ଏବଂ ଜବତ କାଗଜପତ୍ରକୁ ତନ୍ନତନ୍ନ ଯାଞ୍ଚ କରୁଛନ୍ତି। ଏହି ସବୁ କାଗଜପତ୍ରକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

କ୍ରାଇମ୍‌‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଶୌଚାଳୟରେ ହାତଲେଖା କିଛି କାଗଜପତ୍ର ଫିଙ୍ଗିବା ସମ୍ପର୍କରେ କ୍ରାଇମ୍‌‌ବ୍ରାଞ୍ଚ ଦ୍ୱିତୀୟ ଦିନରେ ଗୋପାଳଙ୍କୁ ପଚରାଉଚରା କରିଛି। ଅଭିଯୁକ୍ତର ବୟାନ ଆଧାରରେ ଶୌଚାଳୟର ଟାଙ୍କି ଏବଂ ବନ୍ଦ ସରକାରୀ କ୍ୱାଟର୍ସରୁ କିଛି କାଗଜପତ୍ର ଜବତ ହୋଇଛି। ଜବତ କାଗଜ ଖଣ୍ଡଗୁଡିକୁ ଏକାଠି କରି ସେଥିରୁ ତଥ୍ୟ ବାହାର କରିବା ପାଇଁ ହସ୍ତଲିଖନ ବିଶେଷଜ୍ଞ (ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟ) ସହାୟତା ନିଆଯାଉଛି। ସରକାରୀ କ୍ୱାର୍ଟର୍ସ ଏବଂ ଶୌଚାଳୟରୁ ଜବତ ହୋଇଥିବା କାଗଜ ଟୁକୁରାକୁ ଅଭିଯୁକ୍ତ ଗୋପାଳ ଚିହ୍ନଟ କରିଛି। ଏହି କାଗଜ ଟୁକୁଡ଼ାରେ ସେ କିଛି ଲେଖିଥିବା ମଧ୍ୟ ସେ ସ୍ୱୀକାର କରିଛି। ତଥାପି ଏହାକୁ ପ୍ରମାଣ କରିବା ପାଇଁ ଉକ୍ତ ଜବତ ଡାଏରୀ ଏବଂ ୨୨ଖଣ୍ଡ କାଗଜ ଟୁକୁଡ଼ାକୁ ରାଜ୍ୟ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯିବ। ରିପୋର୍ଟ ଆସିବା ପରେ ଜବତ ହୋଇଥିବା କାଗଜରେ ଗୋପାଳ ଲେଖିଥିଲେ କି ନାହିଁ ସ୍ପଷ୍ଟ ହେବ ବୋଲି କ୍ରାଇମ୍‌‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଏହା ସହ ଲିଭି ଯାଇଥିବା ଲେଖାକୁ ଉଦ୍ଧାର କରିବା ପାଇଁ ମଧ୍ୟ ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ କ୍ରାଇମ୍‌‌ବ୍ରାଞ୍ଚର ଆଉ ଏକ ଟିମ୍‌‌ ଗୋପାଳଙ୍କ ତୃତୀୟ ଗୁଳିରେ ଆହତ ଜୀବନ କୁମାର ନାୟକଙ୍କ ବୟାନ ରେକର୍ଡ କରିଛି। ଜୀବନ ସହ ଘଟଣା ସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ମଧ୍ୟ ବୟାନ ନେଇଛି କ୍ରାଇମ୍‌‌ବ୍ରାଞ୍ଚ। ଗୋପାଳର ମେଡ଼ିକାଲ ରିପୋର୍ଟ, ବ୍ୟାଙ୍କ୍‌‌ ଆକାଉଣ୍ଟ ଆଦିକୁ ପୁଣି ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଗୋପାଳର ଦୁଇ ଜଣ ସାଙ୍ଗ,ପରିବାର ଏବଂ ଗ୍ରାମବାସୀଙ୍କୁ ଆଜି ମଧ୍ୟ କ୍ରାଇମ୍‌‌ବ୍ରାଞ୍ଚର ଏକ ଟିମ୍‌‌ ଜେରା କରିଛି। ଆଜି କ୍ରାଇମ୍‌‌ବ୍ରାଞ୍ଚ ଅଭିଯୁକ୍ତ ଗୋପାଳର ବାଇକ୍‌‌କୁ ଜବତ କରିଛି। ଉକ୍ତ ବାଇକ୍‌‌ରେ ଗୋପାଳ ଆସି ସଭା ସ୍ଥଳରୁ କିଛି ଦୂରରେ ରଖିଥିଲେ। ସେଠାରୁ ବାଇକ୍‌‌ ରଖିବା ପରେ ମନ୍ତ୍ରୀକୁ ହତ୍ୟା କରି ଫେରାର ହେବାର ଯୋଜନା କରିଥିଲା ଗୋପାଳ। କିନ୍ତୁ ଗୁଳି ମାଡ଼ ପରେ ସେ ମନ୍ତ୍ରୀ ସମର୍ଥକ ଏବଂ ସ୍ଥାନୀୟ ପୁଲିସ ହାତରେ ଧରା ପଡ଼ି ଯାଇଥିଲେ।

ବ୍ରହ୍ମପୁରରେ ଗତ ୪ ଦିନ ହେବ ତନାଘନା କରୁଛି କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟିମ୍‌‌। ବହିସ୍କୃତ ଏଏସ୍‌‌ଆଇ ଗୋପାଳ ଦାସଙ୍କ ପରିବାର ଲୋକ, ସମ୍ପର୍କୀୟ, ବନ୍ଧୁ ଏବଂ ତାଙ୍କୁ ଲିଙ୍କ୍‌‌ ଥିବା ବିଭିନ୍ନ ଲୋକଙ୍କୁ ପଚରାଉଚରା ଜାରି ରଖିଛି। ଆଜି ସକାଳୁ କ୍ରାଇମ୍‌‌ବ୍ରାଞ୍ଚ ଟିମ୍‌‌ ରାଜ୍ୟ ସ୍ଥାନୀୟ ରାଜସ୍ୱ ନିରୀକ୍ଷଣ ଡାକ ବଙ୍ଗଳାଠାରୁ ବାହାରି ବ୍ରହ୍ମପୁର ନୂଆ ବସ୍‌‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ଏଠାରେ ଗୋପାଳଙ୍କ ଲାଗି ଯେଉଁ ବସ୍‌‌ରେ ମେଡିସିନ୍‌‌ ପଠାଯାଉଥିଲା ସେହି ଓଏସ୍‌‌ଆର୍‌‌ଟିସି ବ୍ରହ୍ମପୁର-ଝାରସୁଗୁଡ଼ା ବସ୍‌‌ର କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ବସ୍‌‌ର ୪ ଜଣ ଡ୍ରାଇଭର ଓ ଦୁଇ କଣ୍ଡକ୍ଟରଙ୍କୁ ନୂଆ ବସ୍‌‌ଷ୍ଟାଣ୍ଡ ପୁଲିସ ଫାଣ୍ଡିକୁ ନେଇ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ୍‌‌।