Alisan Cinema Hall - The Sakala

ଆଲିସାନ ସିନେମା ହଲରେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ଗଣ୍ଡଗୋଳ କରିବା ଘଟଣା: ସେଜି ସିଂ ସାଲୁଜାଙ୍କ ସମେତ ୬ ଗିରଫ
ବଲାଙ୍ଗିର : ବଲାଙ୍ଗିର ଜିଲାର କଣ୍ଟାବାଞ୍ଜି-ବେଲପଡା ସୀମାରେ ଥିବା ଆଲିସାନ ସିନେମା ହଲରେ ବନ୍ଧୁକ ଦେଖାଇବା ସହ ସିନେମା ମାଲିକଙ୍କ ପୁଅ ସହ ଗଣ୍ଡଗୋଳ କରିବା ଅଭିଯୋଗରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋସ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କୁ ବେଲପଡା ପୁଲିସ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି । ସେଜିଙ୍କ ସହ ୬ଅଭିଯୁକ୍ତଙ୍କୁ ଗିରଫ କରିଥିବା ପୁଲିସ ସୂଚନା ଦେଇଛି । ଅଭିଯୁକ୍ତ ସେଜି ସିଂ ସାଲୁଜା(ଅମିତ), ଅଜୟ ଅଗ୍ରଓ୍ବାଲ, ବିକାଶ ଅଗ୍ରଓ୍ବାଲ, ବିପୁଲ ମାରୁକ୍, ଧରମବୀର ଗୁପ୍ତା, ରାଜା ପାତ୍ରଙ୍କୁ ଗିରଫ କରିଛି ବେଲପଡା ପୋଲିସ।

ଏମାନଙ୍କ ବିରୋଧରେ ଆଇପିସି ଧାରା ୪୫୨/ ୩୪୧/ ୩୪୨/ ୨୯୪/ ୫୦୬/ ୩୦୭/ ୩୯୪/ ୩୯୫ ଓ ୨୫/୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି। ବୁଧବାର ରାତି ୧ ଘଣ୍ଟା ସମୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଲପଡ଼ା ପୁଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୧୯ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ଦାମୀ ମଦ ଜବତ ହୋଇଥିବା ଜଣାପଡିଛି । ଏନେଇ ଗୁରୁବାର ଅପରାହ୍ନ ୧ଟାରେ ପାଟଣାଗଡ଼ ଏସଡିପିଓ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ ବୋଲି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର ସୂଚନା ଦେଇଛନ୍ତି । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ।