NabaDasMurderCase - The Sakala

ନବ ଦାସ ହତ୍ୟାକାଣ୍ଡ ଏବଂ ତଦନ୍ତ ଘଟଣା, ଆଜି ଗୃହରେ ‘ମୋସନ୍‌’ ଆଲୋଚନା
ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ଏବଂ ଏହାର ତଦନ୍ତକୁ ନେଇ ଆଜି ବିରୋଧୀ ଦଳ ଗୃହରେ ପ୍ରବଳ ତମ୍ବିତୋଫାନ କରିଥିବା ବେଳେ ଗୁରୁବାର ଏନେଇ ‘ମୋସନ’ ଆଲୋଚନା ହେବ। ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ‘ମୋସନ’ ଆଲୋଚନା ଦାବି କରିଥିବା ବେଳେ ଏହାକୁ ବାଚସ୍ପତି ବିକ୍ରମ କେଶ୍ରୀ ଆରୁଖ ଗ୍ରହଣ କରିଛନ୍ତି। ବିରୋଧୀଙ୍କ ଦାବି ଉପରେ ଆସନ୍ତାକାଲି ‘ମୋସନ୍‌‌’ ଆକାରରେ ଆଲୋଚନା ହେବ ବୋଲି ବାଚସ୍ପତି ଆଜି ଦ୍ୱିତୀୟାର୍ଦ୍ଧରେ ଗୃହରେ ଘୋଷଣା କରିଥିଲେ। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗୁରୁବାର ଗୃହକାର୍ଯ୍ୟର ସମୟ ଆଉ ଅତିରିକ୍ତ ୨ ଘଣ୍ଟା ବୃଦ୍ଧି କରାଯିବ। ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ଗୃହରେ ମୋସନ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଗୃହରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ତାତି ଅନୁଭୂତ ହୋଇଥିଲା। ଶାସକ-ବିରୋଧୀଙ୍କ ପୋଷ୍ଟର ୱାର, ହୋ ହଲ୍ଲା ଏବଂ ଗୃହର ମଧ୍ୟଭାଗରେ ବିରୋଧୀଙ୍କ ନାରାବାଜି ମଧ୍ୟରେ ବଜେଟ୍‌‌ ଅଧିବେଶନ ଦ୍ୱିତୀୟ ଦିନ ଏକପ୍ରକାର ଧୋଇଯାଇଥିଲା। ଉଭୟ ବିରୋଧୀ ଓ କଂଗ୍ରେସ ସଦସ୍ୟ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହୋ ହଲ୍ଲା କରିଥିଲେ। ବିଜେପି ସଦସ୍ୟମାନେ ହାତରେ ପୋଷ୍ଟର ଧରି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ଏପଟେ ଶାସକ ଦଳ ସଦସ୍ୟମାନେ ହାତରେ କେନ୍ଦ୍ର ଅବହେଳା, କେନ୍ଦ୍ର ତୁମ ଚାଷୀ ଗରିବ ମାରଣ ନୀତି ଚଳିବ ନାହିଁ ଆଦି ଲେଖାଥିବା ପୋଷ୍ଟର ପ୍ରଦର୍ଶିତ କରିଥିଲେ। ଶାସକ ବିରୋଧୀଙ୍କ ଏପରି ଆଭିମୁଖ୍ୟ ଦେଖି ବାଚସ୍ପତି ୧୦ଟା ୩୧ରୁ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ନବଦାସ ହତ୍ୟାକାଣ୍ଡ ଏବଂ ତଦନ୍ତ ବିଷୟରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖ଄ ନିରପେକ୍ଷ ତଦନ୍ତର ପ୍ରତିଶ୍ରୁତି ଦେଇଥ଄ଲେ। କିନ୍ତୁ ବିରୋଧୀ ଏଥ଄ରେ ସନ୍ତୁଷ୍ଟ ନହୋଇ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରେ ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୁନଶ୍ଚ ଉଭୟ ବିଜେପି ତଥା ଶାସକ ଦଳର ସଦସ୍ୟମାନେ ପୋଷ୍ଟର ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ। କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ବାଚସ୍ପତି ସଭିଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ ହେଁ ବିରୋଧୀ କର୍ଣ୍ଣପାତ କରିନଥିଲେ।

ପ୍ରବଳ ପାଟିତୁଣ୍ଡ, ହୋ ହଲ୍ଲା ମଧ୍ୟରେ ସରକାରୀ ଦଳ ମୁଖ୍ୟ ସଚେତକ ଧନ୍ୟବାଦ ପ୍ରସ୍ତାବ ଆଗତ ସହ ଏହା ଉପରେ ବକ୍ତବ୍ୟ ରଖିଥିଲେ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଅନ୍ୟପଟେ ଆଜି ଗୃହରେ ହଟ୍ଟଗୋଳ ନେଇ ଗୃହ ବାହାରେ ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ବିଜେପି ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ ନବଦାସ ହତ୍ୟାକାଣ୍ଡ ଏବଂ ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା ନେଇ ମୋସନ ଆକାରରେ ଆଲୋଚନା କରିବା ପାଇଁ ବିଜେପି ଆବେଦନ କରିଥିଲା। ମାତ୍ର ବାଚସ୍ପତି ଏହାକୁ ବିଚାରକୁ ନନେବା କାରଣରୁ ସେମାନେ ଗୃହରେ ହଟ୍ଟଗୋଳ କରିଥିବା ନେଇ ଶ୍ରୀ ମାଝୀ କହିଛନ୍ତି। କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗରେ ମୋସନ ଆଲୋଚନା ଦାବି କରିଥିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲା: ପାଇଖାନା ଟାଙ୍କିରୁ ମିଳିଲା ଗୋପାଳର ହାତଲେଖା ଚିଠି
ଝାରସୁଗୁଡ଼ା : ଝାରସୁଗୁଡାରେ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ରାତି ଅଧିଆ ଛାନଭିନ୍ । ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇଁ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନl ଟାଙ୍କିରେ ଖୋଳାଖୋଳି କରାଯାଇଛି । ଗୋପାଳର ହାତ ଲେଖା ଚିଠି ସେଠାରୁ ମିଳିଛି ।

ଚିଠିରେ ଆଂଶିକ ଲେଖା ଲିଭି ଯାଇଥିବାରୁ ଚିଠିକୁ ଫରେନସିକ ଲ୍ୟାବ ପଠାଯାଇଛି । ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଗୋପାଳ ଏୟାରପୋର୍ଟ ଥାନାକୁ ନିଆ ଯାଇଥିଲା l ସେଠି ଗୋପାଳ କାଗଜରେ କିଛି ତଥ୍ୟ ଲେଖି ଛାଡି ଥିବା ନେଇ ଜଣାପଡ଼ିଥିଲା । ଗତକାଲି ରାତିରେ ପାଇଖାନା ଟାଙ୍କିକୁ ଖୋଲା ଯାଇଥିଲା । ସେଠାରୁ ଗୋପାଳର ହାତ ଲେଖା ଚିଠି ମିଳିଛି । ଏହି ଚିଠିରୁ କିଛି ବଡ଼ ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି ।