Rail Budget - The Sakala

ବଜେଟ ୨୦୨୩-୨୪ : ୨୫% ବଢ଼ିପାରେ ରେଳବାଇର ବ୍ୟୟ ବରାଦ,ପୁରୁଣା ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଉପରେ ରହିବ ଫୋକସ୍‌
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ୨୦୨୩-୨୪ ଆର୍ଥିକବର୍ଷର ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ବଜେଟରେ ଅର୍ଥମନ୍ତ୍ରୀ ଯାତ୍ରୀ ସୁବିଧା ସହିତ ରେଳବାଇର ଭିତ୍ତିଭୂମି ବିକାଶ ସମ୍ବନ୍ଧରେ ଅନେକ ବଡ଼ ଘୋଷଣା କରିପାରନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଏଥିର କେନ୍ଦ୍ର ସରକାର ରେଳ ପାଇଁ ବ୍ୟୟବରାଦରେ ୨୦-୨୫ ପ୍ରତିଶତ ବୃଦ୍ଧି ଘଟାଇବା ସମ୍ଭାବନା ରହିଛି। ତେବେ ଚଳିତଥର ବଜେଟ୍‌ରେ  ସରକାର ପୁରୁଣା ରେଳ ପ୍ରକଳ୍ପଗୁଡିକୁ ଶେଷ କରିବା ଉପରେ ଅଧିକ ଗୁରୁତ୍ବ ଦେବେ ବୋଲି ଆଶା କରାଯାଉଛି।

ଏହା ସମଗ୍ର ରେଳ ବ୍ୟବସ୍ଥାର ଭିତ୍ତିଭୂମି ମଜବୁତ କରିବାରେ ସହାୟକ ହେବ। ୨୦୨୩ରେ କେତେକ ପ୍ରମୁଖ ରେଳ ପ୍ରକଳ୍ପ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି। ୨୦୨୩-୨୪ ବଜେଟରେ ରେଳବାଇ ପାଇଁ ୧.୮ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇପାରେ। ତେବେ ୨୦୨୨-୨୩ ବଜେଟରେ ରେଳବାଇ ପାଇଁ ୧.୪ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣକାଳୀନ ବଜେଟରେ ଭିତ୍ତିଭୂମି ଉନ୍ନତି ଏବଂ ବିକାଶ ପାଇଁ ଅର୍ଥମନ୍ତ୍ରୀ ନୂତନ ପ୍ରକଳ୍ପ ଘୋଷଣା କରିପାରନ୍ତି। ଯାତ୍ରୀଙ୍କ ସୁବିଧା ବୃଦ୍ଧି ପାଇଁ ସରକାର ବଜେଟରେ ଅନେକ ଯୋଜନାୁ ସାମିଲ କରିବାର ସମ୍ଭାବନା ମଧ୍ୟ ରହିଛି। ଏହା ବ୍ୟତୀତ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ଏଥିରେ କିଛି ଘୋଷଣା ହୋଇପାରେ।

ଏହାବ୍ୟତୀତ ରେଳବାଇର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାର ରେଳ ଭଡାରେ ପରିବର୍ତ୍ତନ ଆଣିପାରନ୍ତି। ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ କିଛି ଘୋଷଣା ମଧ୍ୟ ଏଥିରେ କରାଯାଇପାରେ। ଭାରତୀୟ ରେଳବାଇର ଭିଜନ୍‌ ୨୦୨୪ ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକରେ ନୂତନ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ଏବଂ ହାଇ ସ୍ପିଡ୍ ପାସେଞ୍ଜର କରିଡର ଆରମ୍ଭ କମିସନ, ମଲ୍ଟି ଟ୍ରାକିଂ ଏବଂ ସଂଯୋଗୀକରଣ ମାର୍ଗଗୁଡିକର ସିଗନାଲ୍ ନବୀକରଣକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏହି ବଜେଟରେ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୪୦୦୦ କିଲୋମିଟର ଲମ୍ବା ଲାଇନ ସ୍ଥାପନ କରିବାର ଲକ୍ଷ୍ୟ ସ୍ଥିର କରାଯିବ। ବର୍ତ୍ତମାନର ମୂଲ୍ୟ ଅନୁଯାୟୀ ଏକ ସାଧାରଣ ୧ ଲକ୍ଷ କିଲୋମିଟର ଲାଇନ ଲଗାଇବା ପାଇଁ ପ୍ରାୟ ୧୫-୨୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଆଗାମୀ ରେଳ ବଜେଟରେ ୭୦୦୦ କିଲୋମିଟର ବ୍ରଡ ଗେଜ ଲାଇନକୁ ବିଦ୍ୟୁତକରଣ ପାଇଁ ଏକ ଘୋଷଣା ମଧ୍ୟ ହୋଇପାରେ। ଏଥିପାଇଁ ୧୦,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇପାରିବ।