Suicide Blast - The Sakala

ଇସଲାମାବାଦରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ: ୩୧ ମୃତ, ୧୬୦ରୁ ଅଧିକ ଆହତ
ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଆଜି ଘଟିଥିବା ଏହି ଭୟଙ୍କର ଆକ୍ରମଣରେ ଅତିକମରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଇସଲାମାବାଦର ଶେହଜାଦ ଟାଉନ୍ ଅଞ୍ଚଳରେ ଥିବା ତରଲାଇ ଇମାମବାଡ଼ା ନିକଟରେ ଏହି ବିସ୍ଫୋରଣ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଶୁକ୍ରବାର ନମାଜ ସମୟରେ ଶିଆ ସମ୍ପ୍ରଦାୟର ଏକ ସମାବେଶ ଚାଲିଥିବା ବେଳେ ଆତ୍ମଘାତୀ ଆକ୍ରମଣକାରୀମାନେ ଏହି ବିସ୍ଫୋରଣ ଘଟାଇଥିଲେ। ଘଟଣାସ୍ଥଳରୁ ମିଳିଥିବା ଚିତ୍ର ଏବଂ ଭିଡିଓରେ ପୋଲିସ ଏବଂ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଉଥିବା ଦେଖିବାକୁ ମିଳିଛି। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଘଟଣା ପରେ ତୁରନ୍ତ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କ ଚିକିତ୍ସା ପାଇଁ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (PIMS) ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସ୍ୱାସ୍ଥ୍ୟକର୍ମୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଆହତମାନଙ୍କର ଚିକିତ୍ସା କରୁଛନ୍ତି।

ଏହି ଆକ୍ରମଣକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ପାକିସ୍ତାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ତାରିକ୍ ଫଜଲ ଚୌଧୁରୀ ଏହାକୁ ଏକ "କାପୁରୁଷୋଚିତ କାର୍ଯ୍ୟ" ବୋଲି ଅଭିହିତ କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ସିନେଟ୍ ବିରୋଧୀ ଦଳର ନେତା ଆଲ୍ଲାମା ରାଜା ନାସିର ଆବାସ ସୁରକ୍ଷା ବ୍ୟବସ୍ଥାର ବିଫଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ଧାର୍ମିକ ସ୍ଥଳ ଉପରେ ଆକ୍ରମଣକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ବାଲୁଚିସ୍ତାନ ଲିବରେସନ୍ ଆର୍ମି (BLA) ସହ ସଂଘର୍ଷ ପରେ ଏହି ବିସ୍ଫୋରଣ ଘଟିଛି। ଗତ ନଭେମ୍ବର ମାସରେ ମଧ୍ୟ ଇସଲାମାବାଦରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା।

ପାକିସ୍ତାନରେ ବିବାହ ଉତ୍ସବବେଳେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ: ୭ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ
ନୂଆଦିଲ୍ଲୀ: ପାକିସ୍ତାନର ଅଶାନ୍ତ ଖାଇବର ପଖତୁନଖ୍ୱା ପ୍ରଦେଶରେ ଶୁକ୍ରବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଏକ ବିବାହ ଉତ୍ସବ ଚାଲିଥିବା ସମୟରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ଉଡ଼ାଇ ଦେବା ଫଳରେ ଅତିକମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ଡେରା ଇସମାଇଲ ଖାନ ଜିଲ୍ଲାରେ ଘଟିଛି।

ରିପୋର୍ଟ ଅନୁଯାୟୀ, ସରକାରୀ ସମର୍ଥକ ଗୋଷ୍ଠୀ ନେତା ନୁର ଆଲମ ମେହସୁଦଙ୍କ ବାସଭବନରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଅତିଥିମାନେ ନାଚଗୀତରେ ମସଗୁଲ ଥିବା ସମୟରେ ହଠାତ୍ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା, ଯାହାଫଳରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଏହା ଉଦ୍ଧାର କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି କରିଥିଲା।

ମୃତକଙ୍କ ମଧ୍ୟରେ ଶାନ୍ତି କମିଟିର ପ୍ରମୁଖ ନେତା ୱାହିଦୁଲ୍ଲା ମେହସୁଦ (ଜିଗ୍ରି ମେହସୁଦ) ସାମିଲ ଅଛନ୍ତି। ସେ ଜଣେ ପୂର୍ବତନ ସନ୍ତ୍ରାସବାଦୀ ଥିଲେ, ଯିଏକି ପରବର୍ତ୍ତୀ ସମୟରେ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରି ଶାନ୍ତି ପ୍ରକ୍ରିୟାରେ ଯୋଗ ଦେଇଥିଲେ। ପୋଲିସର ସୂଚନା ଅନୁଯାୟୀ, ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା ଏବଂ ଆହତମାନଙ୍କୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ସୁଦ୍ଧା କୌଣସି ସନ୍ତ୍ରାସବାଦୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ତେବେ ଏହା ପଛରେ ପାକିସ୍ତାନୀ ତାଲିବାନ ବା ତେହେରିକ-ଇ-ତାଲିବାନ ପାକିସ୍ତାନ (TTP) ର ହାତ ଥିବା ସନ୍ଦେହ କରାଯାଉଛି। ଗତ କିଛି ଦିନ ହେବ ବନ୍ନୁ ଜିଲ୍ଲା ଏବଂ ଅନ୍ୟାନ୍ୟ ସ୍ଥାନରେ ଶାନ୍ତି କମିଟି ସଦସ୍ୟମାନଙ୍କୁ ଲକ୍ଷ୍ୟ କରି କ୍ରମାଗତ ଭାବେ ଆକ୍ରମଣ କରାଯାଉଛି।

ପାକିସ୍ତାନର ଏକ ମସଜିଦରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ; ୬୩ ମୃତ, ୧୫୦ରୁ ଉର୍ଦ୍ଧ୍ୱ ଆହତ
ଇସଲାମାବାଦ: ପାକିସ୍ତାନର ପେଶାୱାରରେ ଥିବା ଏକ ମସଜିଦରେ ବଡ଼ ଧରଣ ଆତ୍ମଘାତୀ ବିସ୍ଫୋରଣ । ବିସ୍ଫୋରଣରେ ପ୍ରାୟ ୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ମସ୍‌ଜିଦ୍‌ରେ ମଧ୍ୟାହ୍ନ ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଆତଙ୍କବାଦୀ ଆତ୍ମଘାତୀ ହାମଲାରେ ନିଜକୁ ଉଡ଼ାଇ ଦେବାରୁ ଏପରି ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ନିମିଷେକ ମଧ୍ୟରେ ମସ୍‌ଜିଦ୍‌ଟି ଧ୍ୱସଂସ୍ତୁପରେ ପାଲଟି ଯାଇଥିଲା ଏବଂ ତା’ ଭିତରେ ବହୁ ସଂଖ୍ୟାରେ ଲୋକେ ଚାପି ହୋଇ ଯାଇଥିଲେ । ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା ବେଳେ ମୃତକଙ୍କ ମଧ୍ୟରେ ସର୍ବାଧିକ ସୁରକ୍ଷାକର୍ମୀ ରହିଥିବା ଜଣାପଡିଛି । ଘଟଣା ପରେ ପୂରା ସହରରେ ମେଡିକାଲ ଏମରଜେନ୍ସି ଘୋଷଣା କରାଯାଇଛି । ବିସ୍ଫୋରଣ ପରେ ପାକିସ୍ତାନରେ ହାଇଆଲର୍ଟ ଜାରି ହୋଇଛି ।

ଏହି ଜଘନ୍ୟ ଓ ବର୍ବର ହମଲା ପାଇଁ ଆତଙ୍କବାଦୀ ସଂଗଠନ ତେହରିକ୍‌-ଇ-ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଛି । ଗତବର୍ଷ ଅଗଷ୍ଟରରେ ଟିଟିପିର ଜଣେ କମାଣ୍ଡରଙ୍କୁ ପାକିସ୍ତାନ ସେନା ହତ୍ୟା କରିଥିବାବେଳେ ଏହାର ପ୍ରତିଶୋଧ ନେବା ପାଇଁ ଏଭଳି ଆକ୍ରମଣ କରାଯାଇଛି । ବିସ୍ଫୋରଣ ପରେ ପେଶାଓ୍ଵର ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

ତେବେ ଆକ୍ରମଣକାରୀ କିଭଳି ସୁରକ୍ଷାକର୍ମୀଙ୍କ ନଜରରୁ ଖସି ଏଭଳି କାଣ୍ଡ କଲା ତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଧାନମନ୍ତ୍ରୀ ଶେହବାଜ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।