Minister Naba Das - The Sakala
ନବ ଦାସଙ୍କ ହତ୍ୟା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ, ଦୀର୍ଘ ଦିନ ହେଲା ଚଳାଇଥିଲେ ପ୍ରସ୍ତୁତି
ଭୁବନେଶ୍ୱର: ନବଙ୍କ ହତ୍ୟା ପଛରେ ରହିଛି ବିଜେପି ନେତାଙ୍କ ଷଡ଼ଯନ୍ତ୍ର। ତାଙ୍କୁ ରାସ୍ତାରୁ ନ ହଟାଇବା ପର୍ଯ୍ୟନ୍ତ ବିଜେପି କେବେ ବି ପଶ୍ଚିମ ଓଡ଼ିଶାରେ ଆଗକୁ ଯାଇ ପାରିବ ନାହିଁ, ତେଣୁ ତାଙ୍କୁ ଆରପାରିକୁ ପଠାଇବା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ ରହିଛି। ଏନେଇ ଗତକାଲି ବଲାଙ୍ଗୀର ବିଜେଡିର ବରିଷ୍ଠ ନେତା ଅଜୟ ଦାସ ଅଭିଯୋଗ ଆଣିଥିବା ବେଳେ ଆଜି ପଶ୍ଚିମ ଓଡ଼ିଶାର ବିଜେଡି ନେତା ତଥା ମୁଖପାତ୍ର ସଞ୍ଜୟ ବାବୁ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ନବଙ୍କ ହତ୍ୟା ସାଧାରଣ ଘଟଣା ନୁହେଁ, ଦୀର୍ଘଦିନର ଯୋଜନା ପ୍ରସ୍ତୁତ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡି ନେତାଙ୍କ ଏହି ମନ୍ତବ୍ୟ ସାରା ଓଡ଼ିଶାର ରାଜନୀତିକୁ ହଲଚଲ୍‌‌ କରିଛି। ରାଜନୈତିକ ଫାଇଦା ହାସଲ ପାଇଁ ବିଜେପି ନେତାମାନେ କେଉଁସ୍ତରକୁ ଯାଇ ପାରନ୍ତି ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ବିଜେଡି ନେତା ତଥା ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି ସ୍ୱର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପଶ୍ଚିମ ଓଡ଼ିଶାର ଜଣେ ଅଦ୍ୱିତୀୟ ନେତା ଥିଲେ । ବିଜୁ ଜନତା ଦଳ ପାଇଁ ସ୍ୱର୍ଗତ ଦାସ ମୂଲ୍ୟବାନ ସମ୍ପଦ ଥିଲେ । ଏହା ହିଁ ବିଜେପି ନେତାଙ୍କ ମଧ୍ୟରେ ଅସହିଷ୍ଣୁତା ବଢ଼ିଥିଲା ଆଉ ରାଜ୍ୟ ବିଜେପିର ଦୁଇ ଜଣ ଶୀର୍ଷ ନେତୃତ୍ୱ ଘୃଣ୍ୟ ଷଡ଼ଯନ୍ତ୍ର ପୂର୍ବକ ଶ୍ରୀ ଦାସଙ୍କୁ ହତ୍ୟା କରାଇଛନ୍ତି । ରାଜ୍ୟ ସରକାର ଏହି ଘଟଣାର ସତ୍ୟତା ଉନ୍ମୋଚନ ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । କିନ୍ତୁ ରାଜ୍ୟ ବିଜେପି ନେତାଙ୍କୁ ଏହା ବେଶ୍‌ ବାଧୁଛି । ତଦନ୍ତକୁ ବାଟବଣା କରିବା ପାଇଁ ମନଗଢ଼ା କାହାଣି କହୁଛନ୍ତି । ତେବେ ବାସ୍ତବତା ହେଉଛି ମନ୍ତ୍ରୀ ଶ୍ରୀ ଦାସଙ୍କ ହତ୍ୟା ପଛରେ ରାଜ୍ୟ ବିଜେପିର ଦୁଇ ପ୍ରମୁଖ ନେତାଙ୍କ ହାତ ରହିଛି ।
ସ୍ୱର୍ଗତ ଦାସ ବିଜେଡିରେ ଜଣେ ଟାଣୁଆ ନେତା ଭାବେ ଆମ ଦଳର ସଂଗଠନକୁ ବେଶ୍‌ ସୁଦୃଢ଼ କରିପାରିଥିଲେ । ନିକଟରେ ଶେଷ ହୋଇଥିବା ପଦ୍ମପୁର ଉପ ନିର୍ବାଚନରେ ଶ୍ରୀ ଦାସ ପୁଣି ଥରେ ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ । ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି । ଏହି ସଫଳତା ପଛରେ ଶ୍ରୀ ଦାସଙ୍କ ପ୍ରଚ୍ଛନ୍ନ ଭୂମିକା ରହିଥିଲା । ମହିଳା, ଯୁବ ଗୋଷ୍ଠୀଙ୍କ ପାଇଁ ସେ ଆଦର୍ଶ ପାଲଟିଥିଲେ । ପଶ୍ଚିମ ଓଡ଼ିଶାର ବିକାଶ ପୁରୁଷ ଭାବେ ନିଜର ଛବି ସୃଷ୍ଟି କରିଥିଲେ । ଜଣେ ମନ୍ତ୍ରୀ ଭାବେ ମଧ୍ୟ ଶ୍ରୀ ଦାସ ବେଶ୍‌ ଦକ୍ଷତାର ସହ ଦାୟିତ୍ୱ ସମ୍ପାଦନ କରି ଆସୁଥିଲେ । ନିକଟ ଅତୀତିରେ କିଛି ବିଜେପି ନେତା ଶ୍ରୀ ଦାସଙ୍କୁ ପରୋକ୍ଷରେ ଧମକ ଚମକ ଦେଇଥିଲେ । ତାଙ୍କ ପ୍ରତି ଅକ୍ଷେପ କରିବା ସହିତ ଅପମାନଜନକ ମନ୍ତବ୍ୟ ପ୍ରଦାନ କରିଥିଲେ । ବିଜେପି ନେତା ଭଲଭାବେ ଜାଣିଥିଲେ ଯେ ଶ୍ରୀ ଦାସ ଥିବା ଯାଏ ପଶ୍ଚିମ ଓଡ଼ିଶାରେ ବିଜେପି କଦାପି ଉଧେଇ ପାରିବ ନାହିଁ । ତେଣୁ ଶ୍ରୀ ଦାସଙ୍କୁ ରାସ୍ତାରୁ ହଟାଇବା ସେମାନଙ୍କ ପାଇଁ ବେଶ୍‌ ଜରୁରୀ ହୋଇ ପଡିଥିଲା । ଭବିଷ୍ୟତରେ ସେମାନଙ୍କ ରାଜନୈତିକ କ୍ୟାରିୟର୍‌ ଶେଷ ହୋଇଯିବ । ସେମାନଙ୍କ ମଧ୍ୟରେ ଅସହିଷ୍ଣୁତା ବଢ଼ି ଚାଲିଥିଲା । ସେମାନେ ସୁଯୋଗ ଖୋଜୁଥିଲେ ବଡ଼ ଅଘଟଣ ପାଇଁ । ଏହି କାରଣ ପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ପଶ୍ଚିମ ଓଡ଼ିଶାର ଜଣେ ବିଜେପି ନେତା ଯାହାଙ୍କ ନାମରେ ଅନେକ ମାମଲା ରହିଛି, ବିଭିନ୍ନ ଅପରାଧ ସେ ଜଡ଼ିତ, ସେ ହିଁ ମନ୍ତ୍ରୀ ଶ୍ରୀ ଦାସଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି । ଆଉ ଏଥିରେ ରାଜ୍ୟ ବିଜେପିର ଜଣେ ଶୀର୍ଷ ନେତୃତ୍ୱଙ୍କ ସମର୍ଥନ ରହିଛି । ଆଗାମୀ ନିର୍ବାଚନରେ ସେ ବରଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଦୁଇ ନେତା ହିଁ ଷଡ଼ଯନ୍ତ୍ର କରି ଜଣେ ମନ୍ତ୍ରୀ ଓ ଲୋକଙ୍କ ନେତାଙ୍କୁ ହତ୍ୟା କରାଇଛନ୍ତି ବୋଲି ଶ୍ରୀ ବାବୁ କହିଛନ୍ତି ।
ସଞ୍ଜୟ ବାବୁ ଆହୁରି କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟାକାଣ୍ଡକୁ ରାଜ୍ୟ ସରକାର ବେଶ୍‌ ଗୁରୁତ୍ୱର ସହ ନେଇ ଏହାର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ କରାଉଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଏହି ତଦନ୍ତ ତଦାରଖ ଦାୟିତ୍ୱ ଦିଆଯାଇଛି । ଖୁବ୍‌ ଶୀଘ୍ର ଏହି ଘଟଣାର ରହସ୍ୟ ଉପରୁ ପରଦା ହଟିବ ଆଉ ଅଭିଯୁକ୍ତ ଜେଲ୍‌ ଯିବେ । କ୍ରାଇମ୍‌ ବ୍ରାଞ୍ଚ ଏବଂ ଜଷ୍ଟିସ୍‌ ଦାସଙ୍କ ଉପରେ ଆମ ସମସ୍ତଙ୍କର ବିଶ୍ୱାସ ଅଛି ବୋଲି ଶ୍ରୀ ବାବୁ କହିଛନ୍ତି ।
ଏହା ପୂର୍ବରୁ ଗତକାଲି ବଲାଙ୍ଗିରର ବିଜେଡିର ବରିଷ୍ଠ ନେତା ଅଜୟ ଦାସ ଖୋଲାଖୋଲି ଭାବେ ବିଜେପି ନେତାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଶ୍ରୀ ଦାସ କହିଥିଲେ ଯେ ସ୍ୱର୍ଗତ ନବ କିଶୋର ଦାସଙ୍କ ସଫଳତାରେ ଅସହିଷ୍ଣୁ ହୋଇ ରାଜ୍ୟ ବିଜେପି ନେତା ତାଙ୍କୁ ହତ୍ୟା କରାଇଛନ୍ତି । ପଶ୍ଚିମ ଓଡ଼ିଶାର ଜଣେ ବିଜେପି ନେତା ନବ ହତ୍ୟା ଷଡ଼ଯନ୍ତ୍ରର ମୁଖ୍ୟ ନାୟକ। ସମ୍ପୃକ୍ତ ବିଜେପି ନେତାଙ୍କ ନାମରେ ହତ୍ୟା ପରି ବହୁ ସଙ୍ଗୀନ ଅପରାଧିକ ମାମଲା ରହିଛି। ଏପରିକି ସେ ହତ୍ୟା ଅଭିଯୋଗରେ ଗିରଫ ମଧ୍ୟ ହୋଇଛନ୍ତି। ଏପରି ଏକ ହାଇପ୍ରୋଫାଇଲ୍‌‌ ହତ୍ୟାକାଣ୍ଡ ପାଇଁ ସେ ଦୀର୍ଘଦିନରୁ ଯୋଜନା ପ୍ରସ୍ତୁତ କରିଛନ୍ତି ଓ ଶେଷରେ ତାହାକୁ ବାସ୍ତବ ରୂପ ଦେବାକୁ ସକ୍ଷମ ହୋଇଛନ୍ତି। ପଶ୍ଚିମ ଓଡ଼ିଶାରେ ବିଜେପି ପାଇଁ ନବ ଥିଲେ ସବୁଠାରୁ ବଡ଼ ପ୍ରତିବନ୍ଧକ। ତାଙ୍କୁ ରାସ୍ତାରୁ ନ ହଟାଇବା ପର୍ଯ୍ୟନ୍ତ ବିଜେପିର ଅଗ୍ରଗତି ସମ୍ଭବ ନୁହେଁ ବୋଲି ଦଳୀୟ ନେତାଙ୍କ ସହ ସମ୍ପୃକ୍ତ ଅପରାଧପ୍ରବଣ ନେତା ମନେ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଶେଷରେ ସେ ନକ୍ସା ପ୍ରସ୍ତୁତ କରିଛନ୍ତି ଓ ତାହାକୁ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି ବୋଲି ଅଜୟ ଅଭିଯୋଗ କରିଥିଲେ।
ନବ କିଶୋର ଦାସ କେବଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ସମଗ୍ର ଓଡ଼ିଶାରେ ଜଣେ ଜଣାଶୁଣା ଟାଣୁଆ ନେତା ଓ ବିଜୁ ଜନତା ଦଳର ଜଣେ ଦୃଢ଼ ସଂଗଠକ ଥିଲେ। ତାଙ୍କର ଲୋକପ୍ରିୟତା ଏବଂ ବଢ଼଼଼଼଼ୁଥିବା ସଂଗଠନ ବିଜେପି ନେତାଙ୍କ ପାଇଁ ବଡ଼ ଆହ୍ୱାନ ସାଜିଥିଲା। ପଶ୍ଚିମ ଓଡ଼ିଶାରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଥିଲା। ଯୁବଗୋଷ୍ଠୀ ପାଇଁ ସେ ଆଦରଣୀୟ ଥିଲେ। ଲୋକଙ୍କ ଭଲମନ୍ଦ, ଅଞ୍ଚଳର ବିକାଶ ଓ ସାଙ୍ଗଠନିକସ୍ତରରେ ଅଧିକ ସକ୍ରିୟ ରହିବା ବିଜେପି ବିପଦ ମଣୁଥିଲା। ତାଙ୍କ ନେତୃତ୍ୱରେ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ସଂଗଠନ ବେଶ୍‌‌ ମଜବୁତ ହୋଇପାରିଥିଲା। ବିଶେଷକରି ଯୁଗଗୋଷ୍ଠୀଙ୍କୁ ବେଶ୍‌‌ ସେ ବେଶ୍‌‌ ଅନୁପ୍ରାଣିତ କରିଥିଲେ। ବ୍ରଜରାଜନଗର, ପଦମ୍‌‌ପୁର ଓ ବିଜେପୁର ଉପ ନିର୍ବାଚନ ସମୟରେ ତାଙ୍କ ଦକ୍ଷତା ପ୍ରମାଣିତ ହୋଇଥିଲା। ଆଗାମୀ ଦିନରେ ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ସଂଗଠନ ଆହୁରି ସୁଦୃଢ଼ ହେବାକୁ ଯାଉଥିଲା। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ବିଜେପିର ଏହି ନେତାମାନେ ଯୋଜନା କରିଥିଲେ।  ତେଣୁ କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ତାଙ୍କର ଲାଇ ଡ଼ିଟେକ୍‌‌ସନ ପରୀକ୍ଷା କରାଯାଉ ବୋଲି ଅଜୟ ଦାବି କରିଥିଲେ।
ମନ୍ତ୍ରୀ ନବ ଦାସଙ୍କୁ କେମିତି ଗୁଳି କରିଥିଲା ଗୋପାଳ? କ୍ରାଇମସ୍ପଟରେ ଡେମୋ ଦେଖାଇଲା ଅଭିଯୁକ୍ତ
ଝାରସୁଗୁଡା : ମନ୍ତ୍ରୀ ନବ କିଶୋର ଦାସଙ୍କୁ କେମିତି ଗୁଳି କରିଥିଲା ଅଭିଯୁକ୍ତ ଗୋପାଳ ଦାସ? କେମିତି ଲୋକମାନଙ୍କ ଗହଳି ଭିତରେ ସିଏ ମନ୍ତ୍ରୀଙ୍କ ଛାତିକୁ ଗୁଳିମାରି ପାରିଲା? ଗୁଳି କରିବା ସୟମରେ କଣ ଘଟିଥିଲା? ସେହିତ ସେହି କ୍ରାଇମସ୍ପଟରେ ଆଉ କଣ କଣ ସବୁ ଘଟିଥିଲ? ଏସବୁ ବିଷୟରେ ସବୁ ଘଟଣା ଜାଣିବା ପାଇଁ ନବ ଦାସ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ଘଟଣାର ସିନ୍‌ ରିକ୍ରିଏସନ୍‌ କରିଛି।
ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ମୁଖ୍ୟଅଭିଯୁକ୍ତ ପୁଲିସ ଏସଆଇ ଗୋପାଳ ଦାସକୁ ଆଜି ଅପରାହ୍ନ ସମୟରେ ବ୍ରଜରାଜନଗରର ଗାନ୍ଧୀ ଛକକୁରେ ଥିବା କ୍ରାଇମସ୍ପଟକୁ ନେଇ କ୍ରାଇମବ୍ରାଞ୍ଚ ସିନ ରିକ୍ରିଏସନ କରିଛି। ଘଟଣା ଦିନ ମନ୍ତ୍ରୀ ନବ ଦାସଙ୍କ ଯେଉଁ ଦୁଇଟି ଗାଡିଥିଲା। ଆଜି ମଧ୍ୟ ସେହି ଗାଡି ନିଆଯାଇ ତଦନ୍ତ କରାଯିବା ସହ ନବ ଦାସଙ୍କୁ କେମିତି ହତ୍ୟା କରିଥିଲା ଗୋପାଳ ଦେଖାଇଛି।
ଗାଡିରେ ନବ ଦାସ ବସିଥିବା ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ବସାଯାଇଥିଲା । ଏହାପରେ ଗୋପାଳକୁ ଅଣାଯାଇଥିଲା । ଗୋପାଳ କିଭଳି ବନ୍ଧୁକ ଧରିଥିଲା ଓ ଗୁଳି ମାରିଥିଲା ତାହା ଖେଳନା ବନ୍ଧୁକ ମାଧ୍ୟମରେ ଦେଖାଇଛି । ଆଉ ଏହି ପୁରା ଘଟଣାକୁ ଡ୍ରୋନ୍ କ୍ୟାମେରା, ଅନ୍ୟ କ୍ୟାମେରା ଓ ଫଟୋ ମାଧ୍ୟମରେ  କଏଦ କରାଯାଇଛି। ସିନ୍ ରିକ୍ରିଏସନ୍ ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ ନାକାବନ୍ଦୀ କରାଯାଇ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଗୁଜରାଟ ଗାନ୍ଧୀନଗରରୁ ଆସିଥିବା ଏକ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛି ।
ଅନ୍ୟପଟେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଏବେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ତଦନ୍ତକାରୀ ଟିମ୍ ଗୋପାଳଙ୍କୁ ମାରାଥନ ଜେରା କରୁଛନ୍ତିି । ଅଭିଯୁକ୍ତ ଗୋପାଳକୁ ରଖା ଯାଇଥିବା ଓଏସଏପି ଦ୍ୱିତୀୟ ବାଟାଲିୟନ ପରିସରକୁ ପୁଲିସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନାହିଁ । ରାତି ୧୨ଟାରେ ପୁଲିସ ଫୋର୍ସ ସହିତ ଗୋପାଳକୁ ଓଏସଏପି ଦ୍ୱିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍ ଘରେ ରଖାଯାଉଥିବା ଜଣାଯାଇଛି । ସେଠାରେ ତାକୁ ଜେରା କରାଯାଉଥିବା ନେଇ କୁହାଯାଉଥିବା ବେଳେ ସକାଳ ହେବା ପୂର୍ବରୁ ପୁଣି କଡ଼ା ସୁରକ୍ଷାରେ ତାକୁ ନେଇ ଓଏସଏପି ଦ୍ୱିତୀୟ ବାଟାଲିୟନରେ ଦିନ ତମାମ ରଖାଯାଉଛି ।
ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପହଞ୍ଚିଲେ ୪ ଜଣିଆ ବିଶେଷଜ୍ଞ ଟିମ୍
ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ାରେ ପହଞ୍ଚିଲା ନିମହାନ୍ସର ୪ଜଣିଆ ଟିମ୍‌ । ଏହି ୪ ଜଣିଆ ବିଶେଷଜ୍ଞ ଟିମ ବେଙ୍ଗାଲୁରୁ ଆସି ଗତକାଲି ରାତିରେ ଝାରସୁଗୁଡାରେ ପହଞ୍ଚିଛନ୍ତି । ବିଶେଷଜ୍ଞ ଟିମ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ନେଇ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି।
ସେପଟେ, ସବୁ ଦିଗକୁ ଦୃଷ୍ଟିରେ ରଖି ଟିକିନିଖି ଯାଞ୍ଚ କରାଯାଉଛି । ଏ ପରିପ୍ରେକ୍ଷୀରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଆଜି ନିମହାନ୍ସର ବିଶେଷଜ୍ଞ ଦଳ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି । ନବ ଦାସଙ୍କୁ ହତ୍ୟା କରିବା ପଛରେ ପ୍ରକୃତ ରହସ୍ୟ କଣ, ତାହା ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ବ୍ୟାପକ କରିଛି। ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି କଣ ଥିଲା । ସେନେଇ  ତାର ପରୀକ୍ଷା ନିରୀକ୍ଷା ଏବଂ ମାନସିକ ବିଶ୍ଳେଷଣ ଚାଲିଛି ।
ନବ ଦାସଙ୍କୁ ଗୁଳି କରିବା ଘଟଣା ପ୍ରଚାର ହେବା ପରେ ଗୋପାଳଙ୍କ ପତ୍ନୀ ଓ ପରିବାର ବର୍ଗ ତାଙ୍କର ମାନସିକ ସ୍ଥିତି ଠିକ ନ ଥିବା କହିଥିଲେ । ଏପରିକି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସମାନ କଥା ଦୋହରାଇଥିଲେ । ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ଏବଂ ପ୍ରାୟ ବର୍ଷେ ତଳେ ତାଙ୍କ ପାଖରେ ଚିକିତ୍ସିତ ହେଉଥିଲେ ବୋଲି କହିଥିଲେ ।
ଭୁବନେଶ୍ବର : ଗିରଫ ହୋଇଛନ୍ତି ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରିଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ। ପଚରାଉଚରା ପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଏହାସହ ଘଟଣାସ୍ଥଳର ଯାଞ୍ଚ କରାଯାଇଥିବାବେଳେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
ତେବେ କେଉଁ କାରଣ ପାଇଁ ଗୁଳି କଲେ ଓ ପୂର୍ବ ଶତ୍ରୁତା ଥିଲା କି ନାହିଁ ସେ ନେଇ ତଦନ୍ତ ଚାଲିଛି। ଏଥିସହ ଏଏସଆଇ ଗୋପାଳ ଦାସଙ୍କ ବନ୍ଧୁକରୁ ଗୁଳି ଫୁଟିଛି କି ନାହିଁ ତାହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇପାରେ। ନବ ଦାସଙ୍କ ସହ ଗୋପାଳଙ୍କର କୌଣସି ପୂର୍ବଶତ୍ରୁତା ଥିଲା କି ନାହିଁ ସେଦିଗରେ ମଧ୍ୟ ତଦନ୍ତ କରାଯାଉଛି ।ଯଦି ଶତୃତା ନଥିଲା ତେବେ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ ସେନେଇ ପଚରା ଉଚରା କରାଯାଇଥିବାବେଳେ କୌଣସି ଉତ୍ତର ଗଣମାଧ୍ୟମକୁ ମିଳିନାହିଁ । ପରବର୍ତ୍ତୀ ସମୟରେ ଘଟଣାର ସିନ ରିକ୍ରିଏସନ କରାଯାଇପାରେ । ଗୋପାଳ ଦାସଙ୍କ ଫୋନ କଲ୍ ରେକର୍ଡ ଯାଞ୍ଚ ହେବ । ଅନ୍ୟ କେହି ବ୍ୟକ୍ତି ଏଥିରେ ସମ୍ପୃକ୍ତ କି ନାହିଁ ସେନେଇ ତଦନ୍ତ ହେବ ।
ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ନଥିଲେ ।  କିଛି ଗଣମାଧ୍ୟମରେ କୁହାଯାଉଥିଲାକି ପୁଲିସ ଏଏସଆଇ ଗୋପାଳ ଦାସ ପୂର୍ବରୁ ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ଥିଲେ। ତାହା ମିଥ୍ୟା।
ଅନ୍ୟପଟେ ଗୋପାଳକୁ ଆଜି ଗିରଫ କରାଯାଇଥିବା ବେଳେ ଗୋପାଳଙ୍କୁ ଭିସିରେ(ଭିଡିଓ ମାଧ୍ୟମରେ) କୋର୍ଟରେ ହାଜର କରାଯିବ। ଗୋପାଳଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିସିରେ ହାଜର କରାଯିବାର ସମ୍ଭାବନା ବଢିଛି । ଉଲ୍ଲେଖ ଥାଉ କି ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ ବାରାକରେ ରଖା ଯାଇଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ। ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ତେବେ ଗୋପାଳ ହତ୍ୟା ସମ୍ପର୍କରେ କଣ କହିଛନ୍ତି, ପ୍ରଶ୍ନଗୁଡ଼ିକର କି ଉତ୍ତର ରଖିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି ଏଡିଜି ଅରୁଣ ବୋଥ୍ରା। ଘଟଣାର ତଦନ୍ତ ନସରିବା ଯାଏଁ କ୍ରାଇମବ୍ରାଞ୍ଚ ଟିମ୍‌ କୌଣସି ତଥ୍ୟ ରଖିବନି ବୋଲି କୁହାଯାଉଛି।