Gopal Das - The Sakala
ଚୌଦ୍ୱାର ଜେଲରେ ଗୋପାଳ, ତାକୁ ଦେଖିବା ଓ ତାହା ସହ କଥା ହେବାକୁ ଅନ୍ୟ କଏଦୀଙ୍କ ଭିଡ଼
କଟକ: ଚୈଦ୍ୱାର ଜେଲରେ ଗୋପାଳ କାଟିଲା ଦୁଇ ଦିନ । ଆଜି ସକାଳ ୬:୩୦ରେ ଉଠିଥିଲା ଗୋପାଳ । ନିଜର ନିତ୍ୟକର୍ମ ସାରି ସ୍ୱତନ୍ତ୍ର ସେଲରୁ ବାହାରକୁ ବାହାରିଥିଲା ଗୋପାଳ । ଜେଲ ମାନୁଆଲ ହିସାବରେ ଗୋପାଳକୁ ଦିଆଯାଇଥିଲା ଚୁଡା ସନ୍ତୁଳା । ସକାଳ ଜାଳିଖିଆ ଖାଇ ଜେଲ କତୃପକ୍ଷଙ୍କୁ ଦୁଇଟି ଖବର କାଗଜ ମାଗିଥିଲା ଗୋପାଳ । ଗୋପାଳକୁ ଦେଖିବା ଓ ତାହା ସହ କଥା ହେବାକୁ ଅନ୍ୟ ବନ୍ଦୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କଡା ସୁରକ୍ଷା ମଧ୍ୟରେ ଥିବାବେଳେ ତାହା ପାଖକୁ କାହାକୁ ଛଡାଯାଇ ନଥିଲା ।
ଗାନ୍ଧିନଗରରେ ଫିଟିବ ଗାନ୍ଧିଛକ ହତ୍ୟାକାଣ୍ଡର ଗୁମର : ସରିଛି ପଲିଗ୍ରାଫି, ଆଜି ହେବ ନାର୍କୋ ଟେଷ୍ଟ
ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଠାରୁ ହତ୍ୟାର କାରଣ ଜାଣିବା ପାଇଁ ତଦନ୍ତକୁ ଜୋରଦାର କରିଛି କ୍ରାଇମ୍‌‌ବ୍ରାଞ୍ଚ। ରିମାଣ୍ଡ ସମୟରେ କ୍ରାଇମ୍‌‌ବ୍ରାଞ୍ଚ ଯେତେ ପଚରାଉଚରା କରିଥିଲେ ମଧ୍ୟ ଅଭିଯୁକ୍ତ ଗୋପାଳ କାରଣ କହିନାହିଁ। ଅଭିଯୁକ୍ତ ଗୋପାଳ ଦାସ ଠାରୁ ସତ ବାହାର କରିବା ପାଇଁ ନାର୍କୋ ଟେଷ୍ଟକୁ ଭରସା କରିଛି କ୍ରାଇମ୍‌‌ବ୍ରାଞ୍ଚ। ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ ପାଇଁ ବ୍ରଜରାଜନଗର ଜେଏମ୍‌‌ଏଫ୍‌‌ସି-୧ କୋର୍ଟରୁ ଅନୁମତି ଆଣିଥିଲେ। କୋର୍ଟ ଅନୁମତି ଦେବା ପରେ ଅଭିଯୁକ୍ତ ଗୋପାଳକୁ କଡାସୁରକ୍ଷାରେ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରେ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌‌ ଗୋପାଳକୁ ଧରି ଗାନ୍ଧିନଗରରସ୍ଥିତ ଡିରେକ୍ଟୋରେଟ୍‌‌ ଅଫ୍‌‌ ଫୋରେନିସିକ୍‌‌ ସାଇନ୍ସକୁ ନିଆଯାଇଛି।
ପ୍ରଥମ ପର୍ଯ୍ୟାୟରେ ଗୁରୁବାର ଗୋପାଳର ପଲିଗ୍ରାଫ୍‌‌ ପରୀକ୍ଷା କରାଯାଇଥିବାବେଳେ ଆଜି ନାର୍କୋ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। ମାମଲାର ତଦନ୍ତ ଅଧିକାରୀ ଡିଏସ୍‌‌ପି ରମେଶଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ଗଠନ ହୋଇଥିବା ୮ଜଣିଆ ଟିମ୍‌‌ ନାର୍କୋ ଟେଷ୍ଟ ସମୟରେ ଉପସ୍ଥିତ ରହିବେ।
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ବାର ଦିନ ବିତିଗଲାଣି। ତିନି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ଅଭିଯୁକ୍ତ ଗୋପାଳ ଦାସଙ୍କୁ ତୁହାକୁ ତୁହା ଜେରା କରିଛି କ୍ରାଇମବ୍ରାଞ୍ଚ। କିନ୍ତୁ ଏବେ ବି ରହସ୍ୟ ଉପରୁ ପରଦା ଉଠୁନାହିଁ। କୌଣସି ନିର୍ଯ୍ୟାସରେ ପହଁଚି ପାରିନାହାନ୍ତି ତଦନ୍ତକାରୀ ଟିମ୍‌‌। ଶେଷରେ ପଲିଗ୍ରାଫ୍‌‌ ଓ ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ଗୁଜରାଟ ନିଆଯାଇଛି। ଅନ୍ୟପଟରେ ଗୋପାଳର ଫୋରେନ୍‌‌ସିକ୍‌‌ ସାଇକୋଲୋଜି ଆକଳନ ଏବଂ ଏଲ୍‌‌ଭିଏ ପରୀକ୍ଷା ରିପୋର୍ଟ ଖୁବ୍‌‌ ଶୀଘ୍ର ଆସିବ। ଏଲ୍‌‌ଭିଏ୍‌‌ ପରୀକ୍ଷା ଦିଲ୍ଲୀରୁ ଆସିଥିବା ଏକ ଟିମ୍‌‌ କରିଥିଲା। ମନସ୍ତତ୍ତ୍ୱବିତ ଡାକ୍ତରମାନଙ୍କୁ ନେଇ ଗଠିତ ହୋଇଥିବା ମେଡିକାଲ ବୋର୍ଡ ଝାଡୁସୁଗୁଡାରେ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିଛନ୍ତି। ଏହାର ରିପୋର୍ଟ ମଧ୍ୟ ଖୁବ୍‌‌ ଶୀଘ୍ର ଦୁଇ ବିଭାଗ ଦେବ। ତଦନ୍ତ ପାଇଁ ଗଠନ କରାଯାଇଥିବା ବିଭିନ୍ନ ଟିମ୍‌‌ ଦ୍ୱାରା ସଂଗୃହୀତ ଦଲିଲ ଓ ପ୍ରମାଣଗୁଡିକୁ ଯାଞ୍ଚ କରାଯାଉଛି।
ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା : ଗୋପାଳକୁ ୫ ଦିନିଆ ରିମାଣ୍ଡ ସହ ହେବ ନାର୍କୋ ଟେଷ୍ଟ
ଝାରସୁଗୁଡ଼ା: ପୁଣି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବ ଗୋପାଳ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ପୁଣି ଥରେ ରିମାଣ୍ଡରେ ନେବ। ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। ସେହିପରି ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି। ଉଭୟ ଟେଷ୍ଟ ପାଇଁ ଗୋପାଳ ସହମତ ଥିବା କୋର୍ଟରେ କହିବା ପରେ ଏନେଇ ଅନୁମତି ମିଳିଛି।
ଉଲ୍ଲେଖ ଥାଉ କି ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ଶେଷ ହେବାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଗତକାଲି କ୍ରାଇମବ୍ରାଞ୍ଚ ଗୋପାଳକୁ ନେଇ କ୍ରାଇମ ସ୍ପଷ୍ଟରେ ସିନ୍ ରିକ୍ରିଏସନ୍ କରିଥିଲା। ଗୋପାଳ କିଭଳି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲା ତାହାର ଡେମୋ ଦେଖାଇ ଥିଲା। ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀ କାରରୁ ଓହ୍ଲାଇବା ବେଳେ ଅତି ପାଖରୁ ଏଏସ୍ଆଇ ଗୋପାଳ ଗୁଳି କରିଥିଲା।
ଭୁବନେଶ୍ବର : ଗିରଫ ହୋଇଛନ୍ତି ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରିଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ। ପଚରାଉଚରା ପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଏହାସହ ଘଟଣାସ୍ଥଳର ଯାଞ୍ଚ କରାଯାଇଥିବାବେଳେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
ତେବେ କେଉଁ କାରଣ ପାଇଁ ଗୁଳି କଲେ ଓ ପୂର୍ବ ଶତ୍ରୁତା ଥିଲା କି ନାହିଁ ସେ ନେଇ ତଦନ୍ତ ଚାଲିଛି। ଏଥିସହ ଏଏସଆଇ ଗୋପାଳ ଦାସଙ୍କ ବନ୍ଧୁକରୁ ଗୁଳି ଫୁଟିଛି କି ନାହିଁ ତାହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇପାରେ। ନବ ଦାସଙ୍କ ସହ ଗୋପାଳଙ୍କର କୌଣସି ପୂର୍ବଶତ୍ରୁତା ଥିଲା କି ନାହିଁ ସେଦିଗରେ ମଧ୍ୟ ତଦନ୍ତ କରାଯାଉଛି ।ଯଦି ଶତୃତା ନଥିଲା ତେବେ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ ସେନେଇ ପଚରା ଉଚରା କରାଯାଇଥିବାବେଳେ କୌଣସି ଉତ୍ତର ଗଣମାଧ୍ୟମକୁ ମିଳିନାହିଁ । ପରବର୍ତ୍ତୀ ସମୟରେ ଘଟଣାର ସିନ ରିକ୍ରିଏସନ କରାଯାଇପାରେ । ଗୋପାଳ ଦାସଙ୍କ ଫୋନ କଲ୍ ରେକର୍ଡ ଯାଞ୍ଚ ହେବ । ଅନ୍ୟ କେହି ବ୍ୟକ୍ତି ଏଥିରେ ସମ୍ପୃକ୍ତ କି ନାହିଁ ସେନେଇ ତଦନ୍ତ ହେବ ।
ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ନଥିଲେ ।  କିଛି ଗଣମାଧ୍ୟମରେ କୁହାଯାଉଥିଲାକି ପୁଲିସ ଏଏସଆଇ ଗୋପାଳ ଦାସ ପୂର୍ବରୁ ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ଥିଲେ। ତାହା ମିଥ୍ୟା।
ଅନ୍ୟପଟେ ଗୋପାଳକୁ ଆଜି ଗିରଫ କରାଯାଇଥିବା ବେଳେ ଗୋପାଳଙ୍କୁ ଭିସିରେ(ଭିଡିଓ ମାଧ୍ୟମରେ) କୋର୍ଟରେ ହାଜର କରାଯିବ। ଗୋପାଳଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିସିରେ ହାଜର କରାଯିବାର ସମ୍ଭାବନା ବଢିଛି । ଉଲ୍ଲେଖ ଥାଉ କି ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ ବାରାକରେ ରଖା ଯାଇଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ। ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ତେବେ ଗୋପାଳ ହତ୍ୟା ସମ୍ପର୍କରେ କଣ କହିଛନ୍ତି, ପ୍ରଶ୍ନଗୁଡ଼ିକର କି ଉତ୍ତର ରଖିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି ଏଡିଜି ଅରୁଣ ବୋଥ୍ରା। ଘଟଣାର ତଦନ୍ତ ନସରିବା ଯାଏଁ କ୍ରାଇମବ୍ରାଞ୍ଚ ଟିମ୍‌ କୌଣସି ତଥ୍ୟ ରଖିବନି ବୋଲି କୁହାଯାଉଛି।