SOP for Police Gun - The Sakala

ସଜାଗ ହେଲା କମିସନରେଟ୍‌‌ ପୁଲିସ: ଏଣିକି ମାନସିକ ସ୍ଥିତି ଯାଞ୍ଚପରେ ମିଳିବ ବନ୍ଧୁକ ! ଏ ନେଇ ଖୁବ୍‌‌ଶୀଘ୍ର ଆସିବ ସ୍ୱତନ୍ତ୍ର ଏସ୍‌‌ଓପି
ଭୁବନେଶ୍ୱର: ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ କର୍ମଚାରୀ ଗୁଳିକରି ହତ୍ୟା କରିବା ପରେ କମିସନରେଟ୍‌‌ ପୁଲିସ ସଜାଗ ହୋଇଛି। ଏଥର ପୁଲିସ କର୍ମଚାରୀଙ୍କୁ ସର୍ଭିସ ରିଭଲ୍‌‌ଭର୍‌‌ ଇସ୍ୟୁ ଉପରେ କଟକଣା ଲଗାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ଡିସିପିଙ୍କ ଅନୁମତି ପରେ ସହଜରେ ବନ୍ଧୁକ ଇସ୍ୟୁ କରାଯାଉଥିଲା। କିନ୍ତୁ ଏଥର ଏତେ ସହଜରେ ପୁଲିସ କର୍ମଚାରୀଙ୍କୁ ବନ୍ଧୁକ ମିଳିବନି। ରାଜ୍ୟ ପୁଲିସ ଖୁବ୍‌‌ଶୀଘ୍ର ପୁଲିସ କର୍ମଚାରୀଙ୍କୁ ବନ୍ଧୁକ ଇସ୍ୟୁ ପାଇଁ ଏକ ଏସ୍‌‌ଓପି ଆଣିବ। ସ୍ୱତନ୍ତ୍ର ଗାଇଡ୍‌‌ଲାଇନ୍‌‌ ଆଧାରରେ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ସର୍ଭିସ ରିଭଲ୍‌‌ଭର୍‌‌ ଇସ୍ୟୁ କରାଯିବ ବୋଲି ଜଣାପଡ଼ିଛି।

କିଭଳି ମିଳିଥାଏ ସର୍ଭିସ ରିଭଲ୍‌‌ଭର୍‌‌

ଥାନାରେ କାମ କରୁଥିବା ଏଏସ୍‌‌ଆଇଠାରୁ ଉପର ଅଧିକାରୀମାନେ ସର୍ଭିସ ବନ୍ଧୁକ ନେବାର ବ୍ୟବସ୍ଥା ରହିଛି। ଏପରିକି ସ୍ପେଶାଲ ଡ୍ୟୁଟି କରୁଥିବା କନ୍‌‌ଷ୍ଟେବଳଙ୍କୁ ମଧ୍ୟ ବନ୍ଧୁକ ଇସ୍ୟୁ କରାଯିବାର ବ୍ୟବସ୍ଥା ରହିଛି। ସେମାନେ ବନ୍ଧୁକ ନେବା ପାଇଁ ପ୍ରଥମେ ଡିସିପିଙ୍କଠାରୁ ଅନୁମତି ନେବାକୁ ପଡ଼ିଥାଏ। ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବା ପରେ ଡିସିପି ଉକ୍ତ ଅଧିକାରୀ କିମ୍ବା କର୍ମଚାରୀଙ୍କୁ କେଉଁ କାରଣ ପାଇଁ ବନ୍ଧୁକ ଲାଇସେନ୍ସ ନେବ ବୋଲି ବିଭିନ୍ନ ପ୍ରଶ୍ନ କରିଥାନ୍ତି। କାର୍ଯ୍ୟ ଦକ୍ଷତା ଏବଂ ବିପଦପୂର୍ଣ୍ଣ କାର୍ଯ୍ୟକୁ ଲକ୍ଷ୍ୟ କରି ଡିସିପି ଅନୁମତି ଦେଇଥାନ୍ତି। ଡିସିପିଙ୍କ ଅନୁମତି ପରେ ରିଜର୍ଭରୁ ଆରଆଇ ଅସ୍ତ୍ରାଗାରରୁ ବନ୍ଧୁକ ଇସ୍ୟୁ କରିଥାନ୍ତି।

ପୁଲିସ୍‌‌ର ମାନସିକ ସ୍ଥିତି ପଢ଼଼ିବେ ଡାକ୍ତର

ପରିବାର ଠାରୁ ଦୁରରେ ରହୁଥିବାରୁ ଅନେକ ପୁଲିସ କର୍ମଚାରୀ ଚାପରେ ରହୁଛନ୍ତି। ଏପରିକି ଥାନାରେ ମାମଲା ଚାପ ପାଇଁ ମଧ୍ୟ ପୁଲିସର ମାନସିକ ସ୍ଥିତି ବିଗୁଡୁଛି। ଫଳରେ ସେ ଚିଡିଚିଡି ହେଉଛନ୍ତି। ସେମାନଙ୍କ ନିକଟରେ ସର୍ଭିସ ରିଭଲ୍‌‌ଭର୍‌‌ ରହୁଥିବାରୁ ଅପବ୍ୟବହାର ହେବାର ସମ୍ଭାବନା ରହିଛ। ତେଣୁ ଏଥର ପୁଲିସର ମାନସିକ ସ୍ଥିତି ପଢ଼଼ିବେ ମନସ୍ତତ୍ତ୍ୱବିତ୍‌‌। ଏହାପରେ ଡାକ୍ତର ରିପୋର୍ଟ ଦେବା ପରେ ମିଳିବ ସର୍ଭିସ ବନ୍ଧୁକ। ପୁଲିସ କାମ କରୁଥିବା ଥାନାର ଅଧିକାରୀ ଏବଂ ସହକର୍ମୀଙ୍କ ମତାମତ ନିଆଯିବ ବୋଲି ଜଣାପଡ଼ିଛି।

ବନ୍ଧୁକ ନେବା ସମୟରେ ପାଳନ ହେଉନି ମାର୍ଗଦର୍ଶିକା

ବନ୍ଧୁକ ନେବା ସମୟରେ ପୁଲିସ ଅଧିକାରୀମାନଙ୍କୁ ୩ ସୂତ୍ରୀ ମାର୍ଗଦର୍ଶିକା ଦିଆଯାଇଥାଏ। ସେଗୁଡିକ ହେଲା ବନ୍ଧୁକ୍‌‌ ଇସ୍ତମାଲ୍‌‌, ଦେଖ୍‌‌ଭାଲ ଏବଂ ରଖ୍‌‌ବାଲ୍‌‌। ବନ୍ଧୁକ ନେବା ସମୟରେ କିଭଳି ରଖାଯିବ ତାହା ରଖିବାର ଗାଇଡ୍‌‌ଲାଇନ୍‌‌ରେ ରହିଥାଏ। କାରଣ ବନ୍ଧୁକ ନେବା ପରେ କିଭଳି ନିଜ ଘରେ ଏବଂ ଅଫିସ୍‌‌ରେ ରଖିବ ତାହା କୁହାଯାଇଥାଏ। ସେହିପରି ଦେଖ୍‌‌ଭାଲ୍‌‌ରେ ସର୍ଭିସ ବନ୍ଧୁକକୁ ମଝିରେ ମଝିରେ ସର୍ଭିସିଂ କରିବାକୁ ପଡ଼େ। ଏପରିକି ଅଣ୍ଟାରେ ବନ୍ଧୁକ ରଖିବା ସମୟରେ କିଭଳି ଲକ୍‌‌ କରି ରଖିବାକୁ ହେବ ତାହା ଦେଖ୍‌‌ଭାଲ୍‌‌ରେ ରହିଛି। ଶେଷରେ ବନ୍ଧୁକ କିଭଳି ଇସ୍ତମାଲ୍‌‌ ତଥା କେଉଁଠି ବ୍ୟବହାର କରାଯିବ ତାହା ଏଥିରେ ଲେଖା ରହିଛି। କିନ୍ତୁ ବର୍ତ୍ତମାନ ଏହି ୩ ସୂତ୍ରୀ ଗାଇଡ୍‌‌ଲାଇନ୍‌‌ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି।

ରାଜଧାନୀରେ ଇସ୍ୟୁ ହୋଇଛି ଦେଢ଼ ହଜାର ବନ୍ଧୁକ

ବିଭିନ୍ନ ଥାନା ଏବଂ ସ୍ପେଶାଲ ଡ୍ୟୁଟି କରୁଥିବା ଦେଢ଼ ହଜାରରୁ ଉର୍ଦ୍ଧ୍ୱ ପୁଲିସ କର୍ମଚାରୀଙ୍କୁ ସର୍ଭିସ ବନ୍ଧୁକ ଇସ୍ୟୁ ହୋଇଛି। ବିଶେଷକରି କମ୍‌‌ ସଂଖ୍ୟକ ଏଏସଆଇଙ୍କୁ ବନ୍ଧୁକ ଦିଆଯାଇଥିବା ବେଳେ ଅଧିକାଂଶ ଇନ୍ସପେକ୍ଟର ଏବଂ ଏସ୍‌‌ଆଇ ନେଇଛନ୍ତି। ଆହୁରି ମଧ୍ୟ ପିସିଆର ଏବଂ ଅନ୍ୟ ସ୍ପେଶାଲ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀ ବନ୍ଧୁକ ନେଇଛନ୍ତି। କେଉଁମାନେ ବନ୍ଧୁକ ନେଇଛନ୍ତି ସେନେଇ ଡିସିପି ତାଲିକା ମାଗିଥିବା ଜଣାପଡ଼ିଛି।