FIH President’s Award - The Sakala

‘୫-ଟି’ ସଚିବଙ୍କୁ ଏଫ୍‌‌ଆଇଏଚ୍‌‌ ପ୍ରେସିଡେଣ୍ଟ୍‌‌ ସମ୍ମାନ
ଭୁବନେଶ୍ୱର: ‘୫-ଟି’ ସଚିବ ଭି କେ ପାଣ୍ଡାଆନଙ୍କୁ ହକି କ୍ଷେତ୍ରରେ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ୍‌‌ ହକି ଫେଡେରେସନ୍‌‌ (ଏଫଆଇଏଚ୍‌‌) ପ୍ରେସିଡେଣ୍ଟ୍‌‌ ସମ୍ମାନରେ ସମ୍ମାନିତ କରାଯାଇଛି। ଏଫ୍‌‌ଆଇଏଚ୍‌‌ ସଭାପତି ତୟାବ ଇକ୍ରାମ ରବିବାର ଶ୍ରୀ ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ‘୫-ଟି’ ସଚିବଙ୍କୁ ପ୍ରେସିଡେଣ୍ଟ୍‌‌ ଆୱାର୍ଡ ପ୍ରଦାନ କରି ଇକ୍ରାମ କହିଛନ୍ତି ଯେ, ବିଶ୍ୱସ୍ତରୀୟ ହକି ବିଶ୍ୱକପକୁ ସଫଳ ରୂପେ ଆୟୋଜନ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶ୍ରୀ ପାଣ୍ଡିଆନଙ୍କ ଯୋଗଦାନ ମଧ୍ୟ ଅତୁଳନୀୟ। ତାଙ୍କୁ ଏଫ୍‌‌ଆଇଏଚ୍‌‌ ପ୍ରେସିଡେଣ୍ଟ୍‌‌ ସମ୍ମାନ ପ୍ରଦାନ କରି ମୁଁ ବ୍ୟକ୍ତିଗତ ଭାବେ ଗର୍ବିତ ମନେ କରୁଛି। ଅନ୍ୟପକ୍ଷରେ ଏହି ସମ୍ମାନ ଗ୍ରହଣ କରି ଶ୍ରୀ ପାଣ୍ଡିଆନ୍‌‌ କହିଛନ୍ତି, “ମୁଁ ଏହି ସମ୍ମାନସ୍ପଦ ପ୍ରେସିଡେଣ୍ଟ୍‌‌ ଆୱାର୍ଡ ଗ୍ରହଣ କରି ଯଥେଷ୍ଟ ଗୌରବ ଅନୁଭବ କରୁଛି। ତେବେ ମୁଁ ଏହି ସମ୍ମାନର ଏକମାତ୍ର ପ୍ରାପ୍ତକର୍ତ୍ତା ନୁହେଁ; ବରଂ ଏହି ଶ୍ରେୟ ପୂରା ଓଡ଼ିଶା ଟିମ୍‌‌ର ଓ ମୁଁ ଏହି ଟିମ୍‌ର ଜଣେ ପ୍ରତିନିଧି। ରାଜ୍ୟ ସରକାର ଏହି ବିଶ୍ୱକପ୍‌‌କୁ ସଫଳ କରିବା ପାଇଁ ବହୁ ଉଦ୍ୟମ କରିଛନ୍ତି। ଆମେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇଛୁ।”

‘୫-ଟି’ ସଚିବଙ୍କୁ ହକିର ସର୍ବୋଚ୍ଚ ସଂଗଠନ ଦ୍ୱାରା ପ୍ରଦତ୍ତ ସମ୍ମାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି କହିଛନ୍ତି, “ଗତ ଦୁଇ ଦଶକ ଧରି ଭି କେ ପାଣ୍ଡିଆନ୍‌‌ଙ୍କର କ୍ରୀଡ଼ା ଓ ହକି ପ୍ରତି ରହିଥିବା ଅବଦାନକୁ ଦେଖିଛି। ସେ ନିଜେ ଜଣେ କ୍ରୀଡ଼ାବିତ୍‌‌। ସେ କ୍ରୀଡ଼ାବିତ୍‌‌ଙ୍କୁ ଶ୍ରେଷ୍ଠ ସୁବିଧା ଯୋଗାଇବା ପାଇଁ କେଉଁ ନିଷ୍ପତ୍ତି ନିଆଯିବା ଦରକାର ତାହା ତାଙ୍କୁ ଭଲ ଭାବେ ଜଣା। ଓଡ଼ିଶାକୁ ଶ୍ରେଷ୍ଠ ସ୍ପୋର୍ଟ୍ସ ଡେଷ୍ଟିନେସନ୍‌‌ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ୱପ୍ନକୁ ବାସ୍ତବତାରେ ରୂପାନ୍ତରିତ କରିବା କ୍ଷେତ୍ରରେ ଶ୍ରୀ ପାଣ୍ଡିଆନଙ୍କ ଅବଦାନ ଉଲ୍ଲେଖନୀୟ ରହିଛି।” ଉଲ୍ଲେଖଯୋଗ୍ୟ ଯେ ହକି କ୍ରୀଡ଼ାର ବିକାଶ କ୍ଷେତ୍ରରେ ବିଶେଷ ଯୋଗଦାନ ରହିଥିବା ବ୍ୟକ୍ତି ଓ ସଂଗଠନକୁ ଏଫଆଇଏଚ୍‌‌ ପ୍ରେସିଡେଣ୍ଟ୍‌‌ ଆୱାର୍ଡ ପ୍ରଦାନ କରାଯାଇଥାଏ।