Health Minister - The Sakala

ରାଜ୍ୟରେ ଓଡ଼ିଆ ଅସ୍ମିତା ସରକାର ଶଙ୍କର ଜାତୀୟ : ବିଜେଡି
ଭୁବନେଶ୍ୱର: ରାଜ୍ୟରେ ଓଡ଼ିଆ ଅସ୍ମିତା ସରକାର ନୁହେଁ, ବରଂ ରାଜ୍ୟରେ ହାଇବ୍ରିଡ୍‌ (ଶଙ୍କରଜାତୀୟ) ଗୁଜରାଟୀ ଓଡ଼ିଆ ଅସ୍ମିତା ସରକାର ଚାଲିଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଅନୁପସ୍ଥିତ ବିରୋଧୀଙ୍କୁ ସମାଲୋଚନା କରୁଛନ୍ତି। ଏପରି ଦୁର୍ଭାଗ୍ୟଜନକ ଘଟଣା ଓଡ଼ିଶାରେ କେବେ ଦେଖାଯାଇନାହିଁ। ମୁଖ୍ୟମନ୍ତ୍ରୀ ଗୃହରେ ଅପ୍ରାସଙ୍ଗିକ କଥା କହି ନିଜର ଓ ଗୃହର ମର୍ଯ୍ୟାଦାହାନି କରିଛନ୍ତି ବୋଲି ସମାଲୋଚନା କରିଛି ବିଜେଡି।

ଶଙ୍ଖଭବନରେ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ସଂଜୟ ଦାସବର୍ମା ଓ ଉପ-ସଭାପତି ତଥା ବିଧାୟକ  ଡ. ଅରୁଣ କୁମାର ସାହୁ କହିଛନ୍ତି ଯେ ଏସ୍‌ସିବି ଟ୍ରମା କେୟାର ଆଇସିୟୁରେ ହୃଦୟବିଦାରକ ଅଗ୍ନିକାଣ୍ଡ ରାଜ୍ୟର ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ରକୁ ଦର୍ଶାଇବା ସହ ଏସ୍‌ସିବିର ସୁନାମକୁ ଭୂ-ଲୁଣ୍ଠିତ କରିଛି। ଏଥିପାଇଁ ନୈତିକ ଦାୟିତ୍ୱ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ। ଏନ୍‌ଏମସି ନିର୍ଦ୍ଦେଶାବଳୀର ବିରୋଧାଚରଣ କରି ନିଯୁକ୍ତି ଦିଆଯାଇଥିବା ଅଯୋଗ୍ୟ ଭାରପ୍ରାପ୍ତ ଅଧୀକ୍ଷକ ଓ ଅତିରିକ୍ତ ଅଧୀକ୍ଷକଙ୍କୁ ତୁରନ୍ତ ଗିରଫ କରିବା ସରକାରଙ୍କ ଦାୟିତ୍ୱ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ସେ ପୁଣି କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ୨୦୧୩-୧୪ରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର କୃଷି ବଜେଟ୍‌ ଉପସ୍ଥାପନ କରିଥିଲେ। ବିକେନ୍ଦ୍ରୀକୃତ ଧାନ କ୍ରୟ ୨୦୦୨-୦୩ରୁ ଆରମ୍ଭ ହୋଇ ଐତିହାସିକ ପି-ପାସ୍‌ ବ୍ୟବସ୍ଥା ୨୦୧୨ରେ ପ୍ରବର୍ତ୍ତନ ହୋଇଥିଲା। ଓଡ଼ିଶା ପାଞ୍ଚପାଞ୍ଚଥର କୃଷି କର୍ମଣ ପୁରସ୍କାର ପାଇ ଦେଶରେ ତୃତୀୟ ସର୍ବାଧିକ ପିଡିଏସ୍‌ ଚାଉଳ ପ୍ରଦାନକାରୀ ରାଜ୍ୟ ହୋଇଥିଲା। ମାତ୍ର ଏବେ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ କେବଳ ୭୯ ପ୍ରତିଶତ ଚାଷୀ ଧାନ ବିକ୍ରୟ କରିପାରିଥିଲା ବେଳେ ସମସ୍ତ ବିକ୍ରିର ଯୋଗ୍ୟ ଅମଳ ହୋଇଥିବା ଧାନର ମାତ୍ର ୩୫ ପ୍ରତିଶତ ଧାନ ସରକାର ସଂଗ୍ରହ କରିପାରିଛନ୍ତି। ପଡେ଼ାଶୀ ଛତିଶଗଡ଼ ସରକାର ତାଙ୍କର ଧାର୍ଯ୍ୟ ଲକ୍ଷ୍ୟର ୧୭୬ ପ୍ରତିଶତ ଧାନ ସଂଗ୍ରହ କରିଛନ୍ତି। ଏହା ପ୍ରମାଣ କରୁଛି ସମସ୍ତ ବିକ୍ରି ଯୋଗ୍ୟ ବଳକା ଧାନ ସଂଗ୍ରହରେ ବିଜେପି ସରକାର ସଂପୂର୍ଣ୍ଣ ବିଫଳ। ଓଡ଼ିଶାର ଚାଷୀମାନଙ୍କ ସହିତ ବିଜେଡି ସର୍ବଦା କାନ୍ଧ ମିଳାଇ ଛିଡ଼ା ହୋଇଛି ଏବଂ ସେମାନଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଦଳ ରାଜରାସ୍ତାରେ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି।

ସେହିପରି ଅରୁଣ ସାହୁ କହିଛନ୍ତି ଯେ ଜଳ ସଂପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ। ବିଜେପି ସରକାରକୁ ଆସିଲା ବେଳେ ପ୍ରଥମ ବର୍ଷରେ ୨.୨୮ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଲକ୍ଷ୍ୟ ପୂରଣ କରିବା ଦୂରର କଥା, ୨୦୨୪-୨୫ରେ ବଜେଟ ଅର୍ଥର କେବଳ ୫୫ ପ୍ରତିଶତ ଏବଂ ଚଳିତ ବର୍ଷ ୩୯ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଛନ୍ତି। ଟ୍ରିପଲ୍‌ ଇଂଜିନ ସରକାରରେ ମହାନଦୀ ପାଇଁ ବିଜେପି କାନ୍ଦୁଛି; କିନ୍ତୁ ମହାନଦୀର ବକ୍ଷ ଶୁଖିଲା ଓ ରାଜ୍ୟବ୍ୟାପୀ ଅବୈଧ ବାଲି ଚୋରା ଚାଲାଣ ହେଉଛି। ମହାନଦୀକୁ ଶୁଖାଇ ନଦୀ ସଂଯୋଗୀକରଣ ପ୍ରଚାର କରୁଛନ୍ତି ସରକାର। ଓଡ଼ିଆ ଠିକାଦାରମାନେ ଆନ୍ଦୋଳନ କରୁଥିଲା ବେଳେ ଅଣ-ଓଡ଼ିଆ ଠିକାଦାରମାନେ ସରକାରଙ୍କ ଗେହ୍ଲାପୁଅ ସାଜିଛନ୍ତି। ରାଜ୍ୟରେ ଏବେ ଗୁଜରାଟୀ ଓଡ଼ିଆ ଅସ୍ମିତା ସରକାର ଚାଲିଛି ବୋଲି କହି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ବିଧାନସଭାରେ ଏସସିବି ନିଆଁ ତାତି: ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ
ଭୁବନେଶ୍ୱର: ବିଧାନସଭାରେ ଏସସିବି ନିଆଁ ତାତି । ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଶୂନ୍ୟକାଳରେ କଟକ ଏସସିବି ଅଗ୍ନିକାଣ୍ଡ ପ୍ରସଙ୍ଗ ଉଠାଇଥିଲେ ନବୀନ। ସେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି। ସୁରକ୍ଷା ତଦାରଖରେ ଏହି ଭୟଙ୍କର ତ୍ରୁଟି ପାଇଁ ତାଙ୍କୁ ନୈତିକ ଦାୟିତ୍ୱ ନେବାକୁ ପଡିବ ବୋଲି ନବୀନ କହିଛନ୍ତି । ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ସ୍ବାସ୍ଥ୍ୟ ମନ୍ତ୍ରୀ। ରାଜ୍ୟ ସରକାରଙ୍କ ଅପାରଗତାରୁ କଟକ ଏସସିବିରେ ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି ନବୀନ। ଏହାସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ନବୀନ ।

ସୂଚନାଯୋଗ୍ୟ, ଗତକାଲି କଟକ SCB ମେଡିକାଲର କାଜୁଆଲିଟି ବିଲ୍ଡିଙ୍ଗର ପ୍ରଥମ ମହଲାରେ ଥିବା ଆଇସିୟୁରେ ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ୧୧ ଜଣଙ୍କ ମୃତ୍ୟୁର ଉତ୍ତରଦାୟିତ୍ବ ସରକାରଙ୍କୁ ନେବାକୁ ପଡ଼ିବ । ବିଜେଡି ଶାସନରେ ସମ୍ ହସ୍ପିଟାଲରେ ନିଆଁ ଲାଗିଥିଲା । ତତ୍ କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନିଜ ଉପରକୁ ଦାୟିତ୍ବ ନେଇ ଇସ୍ତଫା ଦେଇଥିଲେ । ସେତେବେଳର ସ୍ବାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଇସ୍ତଫା ଦେଇଥିଲେ । ଗତକାଲି SCBରେ ଆହତଙ୍କୁ ଭେଟିଥିଲେ ବିରୋଧୀ ଦଳ ନେତା ।

ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ୧୨୬୫ ଜଣ ଲୋକଙ୍କ ପାଇଁ ରହିଛନ୍ତି ଜଣେ ଡାକ୍ତର । ସେହିପରି ରାଜ୍ୟରେ ୧୫ ହଜାର ୭୯୩ ଡାକ୍ତର ପଦବୀ ମଧ୍ୟରୁ ୪ ହଜାର ୬୦୭ ପଦବୀ ଖାଲି ପଡ଼ିଛି । ବିଧାନସଭାରେ ବିଧାୟକ ପବିତ୍ର ସାଉଁତାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଏପରି କିଛି ଉଦବେଗଜନକ ତଥ୍ୟ ଉପସ୍ଥାପନ କରିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ନିୟମ ଅନୁଯାୟୀ, ପ୍ରତି ୧୦୦୦ ଜଣ ଜନସଂଖ୍ୟାରେ ଜଣେ ଡାକ୍ତର ରହିବା ଜରୁରୀ। କିନ୍ତୁ ଓଡ଼ିଶାରେ ଏହି ଅନୁପାତ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି। ରାଜ୍ୟରେ ମୋଟ ୧୫,୭୯୩ ଟି ଡାକ୍ତର ପଦବୀ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୪,୬୦୭ ଟି ପଦବୀ ଖାଲି ପଡ଼ିଛି। ଏହା ବ୍ୟତୀତ ପ୍ରାୟ ୧,୪୫୯ ଜଣ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାରୁ ରାଜ୍ୟର ଚିକିତ୍ସାଳୟଗୁଡ଼ିକରେ କାର୍ଯ୍ୟଭାର ଅହେତୁକ ଭାବେ ବୃଦ୍ଧି ପାଉଛି।

ଡାକ୍ତରଙ୍କ ଏହି ବଡ଼ ଧରଣର ଅଭାବ ବିଶେଷ କରି ଗ୍ରାମାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ବହୁଳ ଭାବରେ ପ୍ରଭାବିତ କରୁଛି। ସାଧାରଣ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଏହି ଖାଲି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ଏବେ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ସହ ପର୍ଯ୍ୟାପ୍ତ ମାନବ ସମ୍ବଳ ନିଯୁକ୍ତି ହିଁ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ବଢୁଛି କରୋନା ସଂକ୍ରମଣ: ଆଜି ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ
ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡ଼ିଚାଲିଛି କରୋନା । ସ୍ଥିତିକୁ ନେଇ ଆଜି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ ହେବେ । ଦୀର୍ଘଦିନର ବ୍ୟବଧାନ ପରେ ଦେଶରେ ଉପରମୁହାଁ ହୋଇଛି କରୋନା ଗ୍ରାଫ । ଦୁଇ ଦିନ ମଧ୍ୟରେ କରୋନାର ନୂଆ ମାମଲାରେ ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ଘଟିଛି । ଗତକାଲି ଦୈନିକ ସଂକ୍ରମଣ ୫ହଜାର ପାର ହେବା ପରେ ଆଲର୍ଟରେ ରହିଛନ୍ତି ସରକାର । ଦେଶରେ ଏବେ କରୋନା ଆକ୍ଟିଭ ମାମଲା ୨୫ ହଜାର ଉପରେ ରହିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ୩ ଅଙ୍କ ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ସ୍ଥିତିକୁ ଦୃଷ୍ଟିରେ ରଖି ଟେଷ୍ଟିଂ ସହିତ ସର୍ଭେଲାନ୍ସକୁ ବଢାଇଛି ସ୍ବାସ୍ଥ୍ୟ ବିଭାଗ ।

ସଂକ୍ରମଣ ବଢୁଥିଲେ ମଧ୍ୟ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁନାହିଁ । ଆସନ୍ତା ୧୦ ଓ ୧୧ ତାରିଖରେ କୋଭିଡ୍ ମକଡ୍ରିଲ କରାଯିବ । ଜନସାଧାରଣ ଭୟଭୀତ ନହୋଇ ସର୍ତକ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ନବ ଦାସଙ୍କ ଅକାଳ ବିୟୋଗ ରାଜ୍ୟ ପାଇଁ ଏହା ଅପୂରଣୀୟ କ୍ଷତି, ସରକାର ଓ ଦଳରେ ତାଙ୍କ ଭୂମିକା ସର୍ବଦା ସ୍ମରଣୀୟ ରହିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅକାଳ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବ ଦାସଙ୍କ ଅସ୍ବାଭାବିକ ମୃତ୍ୟୁ ନେଇ ଗଭୀର ମର୍ମାହତ ହୋଇଛନ୍ତି। ସ୍ବର୍ଗତ ଶ୍ରୀ ଦାସଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବ ଦାସ ଉଭୟ ସରକାର ଓ ଦଳ ପାଇଁ ମୂଲ୍ୟବାନ ଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରବଳ ଉଦ୍ୟମ କରିଥିଲେ। କିନ୍ତୁ ପ୍ରଗାଢ଼ ଚେଷ୍ଟା ସତ୍ତ୍ବେ ମେଡିକାଲ ବିଶେଷଜ୍ଞ ଟିମ୍‌ ବଞ୍ଚାଇ ପାରି ନଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଥିବା କାଳରେ ନବ ଦାସ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ବିଜେଡିକୁ ମଜବୁତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଦଳମତ ନିର୍ବିଶେଷରେ ତାଙ୍କୁ ସମସ୍ତେ ଭଲ ପାଉଥିଲେ।

ସମଗ୍ର ରାଜ୍ୟ ପାଇଁ ଏହା ଅପୂରଣୀୟ କ୍ଷତି। ସରକାର ଓ ଦଳରେ ତାଙ୍କ ଭୂମିକା ସର୍ବଦା ସ୍ମରଣୀୟ ରହିବ।ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗରେ ସେ ଅନେକ ଅଭିନବ କାର୍ଯ୍ୟ କରିଛନ୍ତି। ଏଥିସହ ଜଣେ ନେତା ଭାବେ ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବାରେ ତାଙ୍କର ବିରାଟ ଯୋଗଦାନ ରହିଛି। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।