BMC Budget - The Sakala

ସର୍ବକାଳୀନ ରେକର୍ଡ, ହଜାରେ କୋଟି ଟପିଲା ବିଏମ୍‌‌ସି ବଜେଟ୍‌‌
ଭୁବନେଶ୍ୱର: ବିଏମ୍‌‌ସି ବଜେଟ୍‌‌ ଟପିଲା ହଜାରେ କୋଟି ଟଙ୍କା। ଯାହା ବିଏମ୍‌‌ସି ଇତିହାସର ସର୍ବକାଳୀନ ରେକର୍ଡ। ଶନିବାର ସ୍ୱତନ୍ତ୍ର ଅଧିବେଶନରେ ୧୦୨୭ କୋଟି ଟଙ୍କାର ବିଏମ୍‌‌ସି ବଜେଟ୍‌‌ ପାରିତ ହୋଇଛି। ତେବେ ଏହା ଏକ ଲୋକାଭିମୂଖୀ ବଜେଟ୍‌‌ ଏବଂ ନାଗରିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ବିଏମ୍‌‌ସି ପକ୍ଷରୁ କୁହାଯାଇଛି। ସହରର ବିଭିନ୍ନ ସ୍ଥାନରେ ୧୦ଟି କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ପାଇଁ ବଜେଟ୍‌‌ରେ ବ୍ୟବସ୍ଥା କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ସେବାକୁ ପରିବ୍ୟାପ୍ତ କରିବା ପାଇଁ ଆଉ ୪ଟି ଅର୍ବାନ ୱେଲ୍‌‌ନେସ ସେଣ୍ଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ କରାଯାଉଛି। ଜଳବନ୍ଦୀକୁ ସାମ୍ନା କରିବା ପାଇଁ ଆବଶ୍ୟକ ପମ୍ପସେଟ୍‌‌ କ୍ରୟ, ଜରୁରିକାଳୀନ ପରିସ୍ଥିତି ପାଇଁ ଡିଜି ସେଟ୍‌‌ କ୍ରୟ ଆଦି ରହିଛି।

ଭୁବନେଶ୍ୱର ମହାନଗର ନିଗମର ସୁପରିଚାଳନା ପାଇଁ ୧୦୫.୯୬ କୋଟି, ପରିମଳ ଓ ବର୍ଜ୍ୟ ସଂଗ୍ରହ ପାଇଁ ୧୧୧.୧୯ କୋଟି, ଏକାମ୍ର ଯୋଜନା ପାଇଁ ୧୧୩ କୋଟି, ଭୂମି ଅଧିଗ୍ରହଣ ପାଇଁ ୫୦ କୋଟି, ପେଭର୍‌‌ ବ୍ଲକ ରାସ୍ତା ନିର୍ମାଣ ପାଇଁ ୯୭.୭୨ କୋଟି, ଡ୍ରେନ୍‌‌ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୧.୪୭ କୋଟି, ୱାର୍ଡ ଅଫିସ ନିର୍ମାଣ ପାଇଁ ୨୧ କୋଟି, ରାସ୍ତା ସୌନ୍ଦର୍ଯ୍ୟକରଣ ପାଇଁ ୨୫.୫୧ କୋଟି ସହ ଯାନବାହାନ କ୍ରୟ, ପାନୀୟ ଜଳ, ଆଲୋକକୀକରଣ ଏବଂ ଅନ୍ୟାନ୍ୟ ମୌଳିକ କାର୍ଯ୍ୟକୁ ଗୁରୁତ୍ୱ ଦେଇ ୧୫୧୪.୪୫ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ବଜେଟ୍‌‌ ପ୍ରସ୍ତୁତ କରାଯାଇଛି। ଏହା ଏକ ସନ୍ତୁଳିତ ବଜେଟ୍‌‌। ଆଗାମୀ ଦିନରେ ଭୁବନେଶ୍ୱର ମହାନଗର ନିଗମକୁ ସବୁ ଦିଗରୁ ସରସ ସୁନ୍ଦର କରିବା ପାଇଁ ଏହି ବ୍ୟୟ ଅଟଳର କରାଯାଇଛି।

ତେବେ ଚିଠା ବଜେଟରେ ବ୍ୟୟ ଅଟକଳ ୧୪୯୨.୫୦ କୋଟି ରହିଥିବା ବେଳେ ଆଜିର ବଜେଟରେ ୧୫୧୪.୪୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବିଏମ୍‌‌ସି ବିଭିନ୍ନ ଦିଗରୁ ହେଉଥିବା ପ୍ରମୁଖ ଆୟ ମଧ୍ୟରେ ରାଜସ୍ୱ ପ୍ରାୟ ୯୧ କୋଟି, ସରକାରୀ ଅନୁଦାନ ବାବଦରେ ୧୨୫ କୋଟି, ମୁକ୍ତା ପାଇଁ ୬୦ କୋଟି, ଡ୍ରେନ ଉନ୍ନତିକରଣ ପାଇଁ ୫୦ କୋଟି, ଜଳାଶୟଗୁଡ଼ିକର ଉନ୍ନତିକରଣ ପାଇଁ ୫୦ କୋଟି ଏବଂ ବିଭିନ୍ନ ଟିକସ ବାବଦରେ ୯୨ କୋଟି, ରାଜସ୍ୱ ଆୟ ୨୩୨.୧୨ କୋଟି ଏବଂ ସରକାରୀ ଅନୁଦାନ ବାବଦରେ ୬୩୬ କୋଟିରୁ ଅଧିକ ଟଙ୍କା ଆୟ ଯୋଜନା ରହିଛି ବୋଲି କହିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ। ମୋଟାମୋଟି ଭାବେ କହିବାକୁ ଗଲେ, ଆର୍ଥିକ ବର୍ଷ ୨୦୨୩-୨୪ ଶେଷରେ ୬୩୨.୯୬ କୋଟି ଟଙ୍କା ବଳକା ଅର୍ଥ ରହିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଆୟ ୫୮୧.୨୮ କୋଟି, ପୁଞ୍ଜିଭୁକ୍ତ ଆୟ ୩୦୦ କୋଟି ଏପରି ମୋଟ ୧୫୧୪. ୪୫ କୋଟି ଟଙ୍କା ଆୟ ଆକଳନ କରାଯାଇଛି।

ସେହିପରି ରାଜସ୍ୱ ବ୍ୟୟ ୫୮୦.୪୭ କୋଟି, ପୁଞ୍ଜିଭୁକ୍ତ ବ୍ୟୟ ୪୪୭.୦୮ କୋଟି ଏବଂ ବର୍ଷ ଶେଷକୁ ୪୮୬.୯୦ କୋଟି ଟଙ୍କା ବଳକା ଅର୍ଥ ଅଟକଳ କରାଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବଜେଟ୍‌‌ ଆଲୋଚନାରେ କମିସନର ବିଜୟ ଅମୃତା କୁଲାଙ୍ଗେ ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ସିଟି ଇଞ୍ଜିନିୟର ବିଳାସ କୁମାର ବେହେରା, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର ଉପସ୍ଥିତ ଥିଲେ। ଏହି ଆଲୋନଚାରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ସମସ୍ତ କର୍ପୋରେଟର, ବିଏମ୍‌‌ସିର ବରିଷ୍ଠ ଅଧିକାରୀ ଓ ଟିମ୍‌‌ ବିଏମ୍‌‌ସି ଉପସ୍ଥିତ ଥିଲେ। ଏହି ସ୍ୱତନ୍ତ୍ର ଅଧିବେଶନରେ କମିସନର ସ୍ୱାଗତ ଭାଷଣ ଦେଇଥିବା ବେଳେ, ମେୟର ବଜେଟର ମୁଖ୍ୟାଂଶ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର ବଜେଟ୍‌‌ର ବିସ୍ତୃତ ବିବରଣୀ ପାଠ କରିଥିବା ବେଳେ ଅତିରିକ୍ତ କମିସନର୍‌‌ ଶୁଭେନ୍ଦୁ କୁମାର ସାହୁ ପରିଚାଳନା କରିଥିଲେ।

ଏଥର ୬୯୦ କୋଟିର ବିଏମ୍‌‌ସି ବଜେଟ
ଭୁବନେଶ୍ୱର : ୨୦୨୩-୨୪ ଆର୍ଥ଄କ ବର୍ଷ ପାଇଁ ବିଏମସି ୬୯୦ କୋଟି ୨ ଲକ୍ଷ ଟଙ୍କାର ଚିଠା ବଜେଟ ପ୍ରସ୍ତୁତ କରିଛି। ସହରାଞ୍ଚଳବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ମୋଟା ଅଙ୍କର ବ୍ୟୟ ବରାଦ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଖର୍ଚ୍ଚ ଭଳି ଆୟ ମଧ୍ୟ ବିଭାଗ ଗତ ବର୍ଷ ତୁଳନାରେ ବୃଦ୍ଧି କରିବାକୁ ଯୋଜନା କରିଛି। ବିଭିନ୍ନ ରାଜସ୍ୱ ଓ ଅନ୍ୟାନ୍ୟ ଅର୍ଥ ମିଶାଇ ଆସନ୍ତା ଆର୍ôଥକ ବର୍ଷରେ ବିଭାଗ ୭୦୮ କୋଟି ୫୪ ଲକ୍ଷ ଟଙ୍କା ଆୟ କରିବାକୁ ବିଭାଗ ଲକ୍ଷ୍ୟ ରଖିଥିବା ଗୁରୁବାର କର୍ପୋରେସନ ବୈଠକରେ ଗୃହକୁ ଅବଗତ କରାଯାଇଛି।

ଶୁକ୍ରବାର ମେୟରଙ୍କ ଅଧ୍ୟକ୍ଷତାରେ କର୍ପୋରେସନ ବୈଠକ ବସିଥିବା ବେଳେ ୨୦୨୩-୨୪ ଆର୍ôଥକ ବର୍ଷର ଚିଠା ବଜେଟ ଆଗତ ହୋଇଛି।

ଯଦି ଏହି ବଜେଟ ଉପରେ କିଛି ଆପତ୍ତି ଥାଏ ତେବେ ଆସନ୍ତା କର୍ପୋରେସନ ବୈଠକ ସୁଦ୍ଧା ପରାମର୍ଶ ଓ ସଂଶୋଧନ କରିବାକୁ ପରାମର୍ଶ ଦେବାକୁ କୁହାଯାଇଛି। ପରବର୍ତ୍ତି ବୈଠକରେ ପୂର୍ଣ୍ଣାଙ୍ଗ ବଜେଟ୍‌‌ ଉପସ୍ଥାପନ ସହିତ ଏହା ମାର୍ଚ୍ଚ ୧୫ ସୁଦ୍ଧା ସରକାରୀ ଅନୁମୋଦନ ପାଇବାର ବିଧି ରହିଛି। ଗତ ବର୍ଷ ବିଏମସି ବଜେଟ୍‌‌ ୬୨୯ କୋଟି ରହିଥିବା ବେଳେ ଚଳିତ ବର୍ଷ ଏହା ବୃଦ୍ଧି ହୋଇଛି। ୨୦୨୩-୨୪ରେ ୧୦୫ କୋଟି ଟିକସ ଆଦାୟ ଆଦାୟ ଲକ୍ଷ୍ୟ ରହିଥିବା ବେଳେ ପର୍ଯ୍ୟାୟକ୍ରମେ ଆସିବାକୁ ଥିବା ରାଜସ୍ୱ ବାବଦକୁ ୮୪ କୋଟି ଟଙ୍କା ଆୟର ଯୋଜନା ରହିଛି। ସେହିପରି ଫି ଓ ୟୁଜର ଚାର୍ଜେସ ବାବଦକୁ ୧୦୬ କୋଟି ଟଙ୍କା ଆୟ ଯୋଜନା ରହିଥିବା ବେଳେ ଅନ୍ୟ ଆୟକୁ ମିଶାଇ ମୋଟ୍‌‌ ରାଜସ୍ୱ ଆୟ ୫୮୯ କୋଟିର ଧାର୍ଯ୍ୟ ଲକ୍ଷ୍ୟ ରହିଛି।

ସେହିପରି ଖର୍ଚ୍ଚ ବାବଦକୁ ବଜେଟ୍‌‌ରେ ରାସ୍ତା, ପରିମଳ, ଡ୍ରେନେ ସହିତ ଆଲୋକୀକରଣ ଆଦି ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ନୂଆ ଯୋଜନା ପାଇଁ ବ୍ୟୟ ବରାଦକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ବିଏମ୍‌‌ସି ଅଞ୍ଚଳରେ ୱାର୍ଡ ଅଫିସ ସହିତ ଛୋଟ ଛୋଟ କମ୍ୟୁନିଟି ସେଣ୍ଟର ନିର୍ମାଣ ଉପରେ ବଜେଟ୍‌‌ରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ବିଭିନ୍ନ ମାର୍କେଟ୍‌‌ ଆଦିର ନବୀକରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ସମସ୍ତ ବ୍ୟୟକୁ ମିଶାଇ ମୋଟ୍‌‌ ରାଜସ୍ୱ ବ୍ୟୟର ପରିମାଣ ୪୦୦ କୋଟି ୧୦ ଲକ୍ଷ ଟଙ୍କା ରହିଥିବା ବେଳେ ପୁଞ୍ଜିଗତ ବ୍ୟୟର ପରିମାଣ ୨୮୯ କୋଟି ୯୨ ଲକ୍ଷ ରହିଛି।

ଏହି କର୍ପୋରେସନ ବୈଠକରେ ଚିଠା ବଜେଟ ଆଗତ ହେବା ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ମୁଖ୍ୟତଃ ଉଠା ଦୋକାନୀଙ୍କ ଥଇଥାନ ଉପରେ ବୈଠକରେ ସଦସ୍ୟମାନେ ଗୁରୁତ୍ୱ ଦେବା ସହିତ ବିଏମସିରେ ଲ’ ଅଫିସର ନିଯୁକ୍ତି ଉପରେ ଆଲୋଚନା କରାଯାଇଛି। ସେହିପରି ସହରର ସମସ୍ତ ସମ୍ପଦ କେନ୍ଦ୍ରରେ ଆସନ୍ତା ୨ ମାସ ମଧ୍ୟରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ବୈଠକରେ ଆଲୋଚନା ହୋଇଛି। ମେୟରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ବିଏମସି କମିସନର ଓ ଅନ୍ୟମାନେ ଉପସ୍ଥିତ ଥିଲେ।