Germany in Final - The Sakala

ଅଷ୍ଟ୍ରେଲିଆକୁ ୪-୩ ଗୋଲ୍‌ରେ ହରାଇ ହକି ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଜର୍ମାନୀ
ଭୁବନେଶ୍ୱର: ହକି ବିଶ୍ୱକପ୍ ଫାଇନାଲରେ ଜର୍ମାନୀ । ୪-୩ ଗୋଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ପୁରୁଷ ହକି ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଜର୍ମାନୀ । ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା ଅଷ୍ଟ୍ରେଲିଆ । କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ । ଶେଷ ୧୦ ସେକେଣ୍ଡରେ ବାଜି ପଲଟିଗଲା । ୩ୟ କ୍ବାର୍ଟରରେ ଜର୍ମାନି ଗୋଟିଏ ଗୋଲ୍‌ ଦେଇଥିବା ବେଳେ ଶେଷ କ୍ବାର୍ଟରରେ ୩ଟି ଗୋଲ୍‌ ମାରିଥିଲା। ଶେଷ ମୁହୂର୍ତ୍ତରେ ଗୋଲ୍ ଦେଇ ଫାଇନାଲରେ ପହଞ୍ଚିଛି ଜର୍ମାନୀ ।

ଶେଷ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଉଭୟ ଦଳର ସ୍କୋର ସମାନ ଥିଲା । ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଅଷ୍ଟ୍ରେଲିଆର ବିଶ୍ୱକପ ଆଶାକୁ ଧୂଳିସାତ କରିଥିଲା ଜର୍ମାନୀ । ଫିଲ୍ଡ ଗୋଲ ଜରିଆରେ ଗୋଲ ବ୍ୟବଧାନ ୪-୩କୁ ବୃଦ୍ଧି କରି ଫାଇନାଲ ଟିକେଟ ହାତେଇଥିଲା ଜର୍ମାନୀ ।

ହକି ବିଶ୍ବକପରେ ଆଜିଠାରୁ ଆରମ୍ଭ ହୋଇଯାଇଛି ସେମିଫାଇନାଲ ଟକ୍କର । ଫାଇନାଲ ଟିକେଟ ପାଇଁ ଟର୍ଫକୁ ଓହ୍ଲାଇଥିଲେ ୪ଟି ଟିମ୍ । ପ୍ରଥମ ସେମିରେ ଅଷ୍ଟ୍ରେଲିଆକୁ ହରାଇ ବାଜି ମାରିଛି ଜର୍ମାନୀ। ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଗତଥର ଚାମ୍ପିଅନ ବେଲଜିୟମ ଓ ନେଦାରଲ୍ୟାଣ୍ଡସ । ଜର୍ମାନି ଆସନ୍ତା ୨୯ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳିବ।