Sushant Singh Rajput - The Sakala

ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ
ମୁମ୍ବାଇ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ FIR ରୁଜୁ ନିର୍ଦ୍ଦେଶ । FIR ପଞ୍ଜିକରଣ କରିବାକୁ CBIକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପ୍ରଖ୍ୟାତ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ହେଉଛନ୍ତି ଦିଶା ସାଲିଆନ । ଏହି ମାମଲାର ସିବିଆଇ (CBI) ତଦନ୍ତ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଦିଶାଙ୍କ ପିତା ସତୀଶ ସାଲିଆନ୍ ଏହି ଘଟଣାରେ ମୁମ୍ବାଇ ପୋଲିସର ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ଏହାର ଶୁଣାଣି କରି ଅଦାଲତ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଆବେଦନକାରୀଙ୍କ ବୟାନ ରେକର୍ଡ କରନ୍ତୁ ଏବଂ ଏକ ଏଫଆଇଆର୍ (FIR) ରୁଜୁ କରନ୍ତୁ। ଏଥିସହ ତଦନ୍ତ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିବା ସହ ମାଲୱାନି ପୋଲିସ ଷ୍ଟେସନରୁ ଘଟଣା ସମ୍ପର୍କିତ ସମସ୍ତ ରେକର୍ଡ ନିଜ ହେପାଜତକୁ ନେବାକୁ କୋର୍ଟ କହିଛନ୍ତି।

ତେବେ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ତଦନ୍ତକାରୀ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ପ୍ରମାଣ ନମିଳିବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ଅଭିଯୁକ୍ତ ଭାବରେ ବିବେଚନା କରାଯିବା ଉଚିତ ନୁହେଁ। ସତୀଶ ସାଲିଆନଙ୍କ ଓକିଲ ନୀଲେଶ ଓଝା କହିଛନ୍ତି ଯେ, ଯଦି ସିବିଆଇ ଏହି ମାମଲାରେ କ୍ଲୋଜର ରିପୋର୍ଟ ଦାଖଲ କରେ, ତେବେ ସେମାନଙ୍କର ବିରୋଧ କରିବାର ସମ୍ପୂର୍ଣ୍ଣ ଅଧିକାର ରହିବ। ପୂର୍ବରୁ ଓଝା ଅଭିଯୋଗ କରିଥିଲେ ଯେ, କିଛି ପ୍ରଭାବଶାଳୀ ବ୍ୟକ୍ତି ଏବଂ ବରିଷ୍ଠ ପୋଲିସ ଅଧିକାରୀ ଏହି ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରୁଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖି ଦିଶାଙ୍କ ପିତା ସତୀଶ ସାଲିଆନ୍ ସତ୍ୟ ସାମ୍ନାକୁ ଆସିବା ନେଇ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି, "ଏହା ଏକ ୬ ବର୍ଷର ଲଢ଼େଇ ଥିଲା। ସତ୍ୟ ନିଶ୍ଚୟ ପଦାକୁ ଆସିବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଥିଲା। ଯିଏ ବି ଦୋଷୀ ସାବ୍ୟସ୍ତ ହେବ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।" ସୂଚନାଯୋଗ୍ୟ ଯେ, ଜୁନ୍ ୮, ୨୦୨୦ ତାରିଖରେ ମୁମ୍ବାଇର ମାଲାଡ୍ ଅଞ୍ଚଳରେ ଥିବା ଏକ ଆବାସିକ କୋଠାର ୧୪ ମହଲାରୁ ଖସିପଡ଼ି ଦିଶା ସାଲିଆନଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା।

ଦିଶା ସାଲିଆନ ମୃତ୍ୟୁ ମାମଲା: ସ୍ୱଚ୍ଛ ତଦନ୍ତ ନେଇ ପିତାଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ବମ୍ବେ ହାଇକୋର୍ଟ
ସେଲିବ୍ରିଟି ମ୍ୟାନେଜର ତଥା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଦିଶାଙ୍କ ମୃତ୍ୟୁର ଏକ ସ୍ୱାଧୀନ ଏବଂ ସ୍ୱଚ୍ଛ ତଦନ୍ତ ଦାବି କରି ତାଙ୍କ ପିତା ସତୀଶ ସାଲିଆନ କରିଥିବା ଆବେଦନ ଉପରେ କୋର୍ଟ ଶୁକ୍ରବାର ଦିନ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଏହି ଶୁଣାଣି ସମୟରେ ମୁମ୍ବାଇ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ କୋର୍ଟଙ୍କ ପ୍ରଶ୍ନ

ବିଚାରପତି ସାରଙ୍ଗ ଭି. କୋଟୱାଲ ଏବଂ ବିଚାରପତି ରଣଜିତସିଂହ ଭୋସଲେଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତକୁ ବନ୍ଦ କରିବା ନେଇ ମୁମ୍ବାଇ ପୋଲିସ ନେଇଥିବା ନିଷ୍ପତ୍ତି ଉପରେ ଖଣ୍ଡପୀଠ ତୀବ୍ର ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ମାମଲାର ବିଭିନ୍ନ ଦିଗକୁ ଟିକିନିଖି ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଆଗକୁ ଆଉ ତଦନ୍ତର ଆବଶ୍ୟକତା ନାହିଁ ବୋଲି ଘୋଷଣା କରିବା ପୂର୍ବରୁ ପୋଲିସକୁ ଏକ ଉପଯୁକ୍ତ ଏବଂ ସଠିକ୍ ତଦନ୍ତ କରିବାର ଥିଲା ବୋଲି ବିଚାରପତିମାନେ ମତ ରଖିଛନ୍ତି।

ଖଣ୍ଡପୀଠ ଏହି ମାମଲାରେ ମନ୍ତବ୍ୟ ଦେଇ କହିଛନ୍ତି, "ଆମେ କେବଳ ଏତିକି ଚିନ୍ତିତ ଯେ ଜଣେ ବାପା ନିଜ ଝିଅକୁ ହରାଇଛନ୍ତି ଏବଂ ଆଇନ ଅନୁଯାୟୀ ଏହାର ସଠିକ୍ ତଦନ୍ତ ହେବା ଉଚିତ୍। କିଏ କ'ଣ କରିଛି ବା ଏହା ପଛରେ କି ରାଜନୀତି ରହିଛି, ଆମେ ସେଥିରେ ପଶିବାକୁ ଚାହୁଁନାହୁଁ।"

ତଦନ୍ତରେ ବିଳମ୍ବ ଓ ସମୟକୁ ନେଇ ଅସନ୍ତୋଷ

କୋର୍ଟ କେବଳ ପୋଲିସର ନିଷ୍ପତ୍ତି ନୁହେଁ, ବରଂ ତଦନ୍ତର ସମୟସୀମାକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି। ମାମଲା ବନ୍ଦ ହେବାର ତିନି ବର୍ଷ ପରେ ପୋଲିସ ନିଜ ଆଡୁ କାହିଁକି ପୁଣିଥରେ ତଦନ୍ତ ଆରମ୍ଭ କଲା ସେ ନେଇ ଖଣ୍ଡପୀଠ ଜାଣିବାକୁ ଚାହିଁଥିଲେ। ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ମସିହାରେ ଦିଶା ସାଲିଆନଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହୋଇଥିଲା। ସେ କିଛି ସମୟ ପାଇଁ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ମଧ୍ୟ କାମ କରିଥିଲେ।

ଦୀର୍ଘ ବର୍ଷ ଧରି ନ୍ୟାୟ ଅପେକ୍ଷାରେ ଥିବା ଜଣେ ପିତାଙ୍କ ଦୁଃଖକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିବା ସହ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି। ଆଗାମୀ ଦିନରେ ଏହି ରାୟ ପ୍ରକାଶ ପାଇବା ପରେ ମାମଲାର ଦିଗ କେଉଁ ଆଡ଼କୁ ଯାଉଛି, ତାହା ସ୍ପଷ୍ଟ ହେବ।

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
ମନୋରଞ୍ଜନ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ତଥା ସ୍ତବ୍ଧ କଲା ଭଳି ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେ ମାତ୍ର ୩୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି। ଜୁନ୍ ୧୪ ତାରିଖରେ ମୁମ୍ବାଇର ନାଲାସୋପାରା ସ୍ଥିତ ନିଜ ବାସଭବନରେ ସେ ଫାଶୀ ଲଗାଇ ଜୀବନ ହାରିଥିବା ଜଣାପଡ଼ିଛି। ଏହି ଖବର ପ୍ରକାଶ ପାଇବା ପରେ ଟିଭି ଇଣ୍ଡଷ୍ଟ୍ରି ସମେତ ତାଙ୍କ ପ୍ରଶଂସକମାନେ ଗଭୀର ଶୋକରେ ବୁଡ଼ିଯାଇଛନ୍ତି।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ରହିଛି ସଂଯୋଗ

ସଞ୍ଚିତାଙ୍କ ଆତ୍ମହତ୍ୟା ଖବର ଯେତିକି ଦୁଃଖଦାୟକ, ଏହା ପଛରେ ଥିବା ଏକ ସଂଯୋଗ ସମସ୍ତଙ୍କୁ ସେତିକି ଆଶ୍ଚର୍ଯ୍ୟ କରିଛି। ୨୦୨୦ ମସିହା ଠିକ୍ ଏହି ତାରିଖ ଅର୍ଥାତ୍ ଜୁନ୍ ୧୪ ରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମଧ୍ୟ ନିଜ ମୁମ୍ବାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଦିନ ହିଁ ସଞ୍ଚିତା ଏପରି ଚରମ ନିଷ୍ପତ୍ତି ନେବା ସମସ୍ତଙ୍କୁ ଚକିତ କରିଛି।

ମୃତ୍ୟୁର ୧୯ ଘଣ୍ଟା ପୂର୍ବରୁ କରିଥିଲେ ଶେଷ ପୋଷ୍ଟ

ମୃତ୍ୟୁର ମାତ୍ର ୧୯ ଘଣ୍ଟା ପୂର୍ବରୁ ସଞ୍ଚିତା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ। ଏଥିରେ ସେ ଅତ୍ୟନ୍ତ ଖୁସି ଏବଂ ହସଖୁସିରେ ଥିବା ନଜର ଆସିଥିଲେ। ଭିଡିଓର କ୍ୟାପସନରେ ସେ ଲେଖିଥିଲେ, "ମୈ ନାଚୁଁ ତୁ ନାଚା"। ଇନଷ୍ଟାଗ୍ରାମରେ ତାଙ୍କର ୧ ଲକ୍ଷ ୩୯ ହଜାର ଫଲୋଅର୍ସ ଅଛନ୍ତି। ଏତେ ଖୁସିମିଜାଜର ଝିଅଟିଏ ହଠାତ୍ ଏମିତି ଏକ ପଦକ୍ଷେପ କାହିଁକି ନେଲା, ତାହା କେହି ବିଶ୍ୱାସ କରିପାରୁନାହାନ୍ତି।

ଛୋଟ ପରଦାରୁ ନେଇ ବଡ଼ ପରଦା ଯାଏଁ ସଫଳ ଯାତ୍ରା

ସଞ୍ଚିତା ନିଜ ଅଭିନୟ କ୍ୟାରିୟରରେ ଅନେକ ସଫଳତା ହାସଲ କରିଥିଲେ। ସେ ଲୋକପ୍ରିୟ ଟିଭି ସିରିଏଲ୍ 'କୁମକୁମ୍ ଭାଗ୍ୟ', 'ୱାଗଲେ କି ଦୁନିଆ', 'ସାଜନ ଘର' ଏବଂ 'ଦିଲୱାଲି ଦୁଲ୍ହା ଲେ ଜାଏଗୀ' ଆଦିରେ ନିଜର ଦମଦାର ଅଭିନୟ ପାଇଁ ବେଶ୍ ପରିଚିତ ଥିଲେ। ଏହା ବ୍ୟତୀତ ସେ ଭିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାୱା' (Chhaava) ରେ 'ତାରାବାଇ' ଚରିତ୍ରରେ ଅଭିନୟ କରିଥିଲେ।

ପୋଲିସର ତଦନ୍ତ ଜାରି

ସଞ୍ଚିତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ସ୍ଥାନୀୟ ପୋଲିସ ଏକ ଅପମୃତ୍ୟୁ ମାମଲା (ADR) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେ କେଉଁ କାରଣରୁ ଏତେ ବଡ଼ ପଦକ୍ଷେପ ନେଲେ, ତାହା ପୋଲିସର ତଦନ୍ତ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ତାଙ୍କ ପରିବାର ଲୋକେ ଗଭୀର ସଦମାରେ ଅଛନ୍ତି।

ସୋସିଆଲ ମିଡିଆରୁ ବିରତି ନେଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରି କହିଲେ ମନର କଥା
ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସୋସିଆଲ ମିଡିଆରୁ କିଛି ଦିନ ପାଇଁ ବିରତି ନେବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଅତ୍ୟଧିକ ଚାପ ଏବଂ ଲଗାତାର ସ୍କ୍ରୋଲିଂ ଯୋଗୁଁ ସେ ନିଜକୁ ହରାଇ ବସିଥିବା ଅନୁଭବ କରୁଛନ୍ତି ବୋଲି ଏକ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରି କହିଛନ୍ତି।

ସୋସିଆଲ ମିଡିଆରୁ ବିରତି ନେବାର କାରଣ

ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ ଏକ ନୋଟ୍ ସେୟାର କରି ରିୟା ଲେଖିଛନ୍ତି ଯେ, "ନିକଟ ଅତୀତରେ ମୁଁ ନିଜକୁ ଟିକେ ହଜାଇ ଦେଇଥିବା ଅନୁଭବ କରୁଛି। ଲଗାତାର ଅନଲାଇନ୍ କୋଳାହଳ, ସ୍କ୍ରୋଲିଂ ଏବଂ ସବୁକିଛି ସହ ତାଳ ଦେଇ ଚାଲିବାର ଚାପ ମୋ ଆଶା ଠାରୁ ଅଧିକ ଭାରୀ ଲାଗୁଛି।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ କ୍ୟାମେରାରେ ମୁହୂର୍ତ୍ତଗୁଡ଼ିକୁ କଏଦ କରିବା ପରିବର୍ତ୍ତେ ବର୍ତ୍ତମାନରେ ବଞ୍ଚିବାକୁ ଚାହୁଁଛନ୍ତି ଏବଂ ଏକାନ୍ତତା ତଥା ଶାନ୍ତିର ଅଭାବ ଅନୁଭବ କରୁଛନ୍ତି। ତେଣୁ ସେ କିଛି ସମୟ ପାଇଁ ଡିଜିଟାଲ୍ ଦୁନିଆରୁ ଦୂରେଇ ରହି ବାସ୍ତବିକତା ସହ ପୁଣିଥରେ ଯୋଡିହେବାକୁ ନିଷ୍ପତ୍ତି ନେଇଛନ୍ତି।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବିବାଦ

ସୂଚନାଯୋଗ୍ୟ ଯେ, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ରିୟାଙ୍କୁ ଅନେକ ବିବାଦର ସାମ୍ନା କରିବାକୁ ପଡିଥିଲା। ସେହି ସମୟରେ ତାଙ୍କୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ଏବଂ ଟ୍ରୋଲିଂର ଶିକାର ହେବାକୁ ପଡିଥିଲା, ଯାହା ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥିଲା। ବର୍ତ୍ତମାନ ଏହି ସବୁ ଚାପରୁ ଦୂରେଇ ରହି ନିଜର ମାନସିକ ଶାନ୍ତି ପାଇଁ ସେ ଏହି ପଦକ୍ଷେପ ନେଇଥିବା ଦେଖିବାକୁ ମିଳୁଛି।

ଆଗାମୀ ପ୍ରୋଜେକ୍ଟ ଦେଇ ଅଭିନୟକୁ ପ୍ରତ୍ୟାବର୍ତ୍ତନ

କର୍ମକ୍ଷେତ୍ର ବିଷୟରେ କହିବାକୁ ଗଲେ, ରିୟା ଚକ୍ରବର୍ତ୍ତୀ ପୁଣି ଥରେ ଅଭିନୟ ଦୁନିଆକୁ ଫେରୁଛନ୍ତି। ସେ ଖୁବ୍ ଶୀଘ୍ର ନେଟଫ୍ଲିକ୍ସର ଆଗାମୀ ୱେବ୍ ସିରିଜ୍ 'ଫ୍ୟାମିଲି ବିଜନେସ୍' ରେ ନଜର ଆସିବେ। ନିର୍ଦ୍ଦେଶକ ହଂସଲ ମେହେଟ୍ଟାଙ୍କ ଦ୍ୱାରା ନିର୍ମିତ ଏହି ସିରିଜରେ ତାଙ୍କ ସହ ବରିଷ୍ଠ ଅଭିନେତା ଅନିଲ କପୁର, ବିଜୟ ବର୍ମା ଏବଂ ନେହା ଧୁପିଆ ପ୍ରମୁଖ ଅଭିନୟ କରୁଛନ୍ତି। ଶେଷ ଥର ପାଇଁ ତାଙ୍କୁ ୨୦୨୧ ମସିହାରେ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ 'ଚେହେରେ' (Chehre) ରେ ଦେଖିବାକୁ ମିଳିଥିଲା ଅବଶ୍ୟ ସେ ନିକଟରେ ଏମଟିଭି ରୋଡିଜ୍‌ରେ ଏକ ଗ୍ୟାଙ୍ଗ ଲିଡର୍ ଭାବରେ ନଜର ଆସିଥିଲେ।

View this post on Instagram

A post shared by Rhea Chakraborty (@rhea_chakraborty)

ସୁଶାନ୍ତଙ୍କ ମୃତ୍ୟୁ ପରେ ବି ‘ପ୍ରେମ’ ଉପରୁ ଉଠିନି ଭରସା, ଅଭିନୟକୁ ଫେରିବା ନେଇ ବଡ଼ କଥା କହିଲେ ରିୟା
ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ଥରେ ଅଭିନୟ ଜଗତକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ୨୦୨୦ ଜୁନ୍ ମାସରେ ଅଭିନେତା ତଥା ତାଙ୍କ ପ୍ରେମିକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟାଙ୍କୁ ଅନେକ ଆଇନଗତ ଏବଂ ସାମାଜିକ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ଏହି ଘଟଣା ପରେ ସେ ଦୀର୍ଘ ସମୟ ଧରି ଫିଲ୍ମ ଏବଂ ସିରିଜ୍ ଦୁନିଆରୁ ଦୂରେଇ ରହିଥିଲେ। ନିକଟରେ ଏକ ସାକ୍ଷାତକାରରେ ରିୟା ସେହି କଠିନ ସମୟ ଏବଂ ନିଜର ମାନସିକ ସ୍ଥିତି ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।

'ପ୍ରେମ' ଉପରେ ଏବେ ବି ଅଛି ବିଶ୍ୱାସ

ରିୟା କହିଛନ୍ତି ଯେ ସେ ଏକ ସମୟରେ ଭାବି ନେଇଥିଲେ ଯେ ତାଙ୍କ ଅଭିନୟ କ୍ୟାରିଅର୍ ବୋଧହୁଏ ଶେଷ ହୋଇଯାଇଛି। ସେ କହିଛନ୍ତି, "ଦୀର୍ଘ ଏକ ଦଶନ୍ଧି ଧରି ମୁଁ ଯେଉଁ ସ୍ୱପ୍ନ ପାଇଁ କାମ କରିଥିଲି, ତାକୁ ଛାଡିବା ମୋ ପାଇଁ ସହଜ ନଥିଲା। ଏଥିପାଇଁ ମୋତେ ଅନେକ ଥେରାପି ସେସନ୍ ନେବାକୁ ପଡିଥିଲା।" ତେବେ ଏତେ ସବୁ କଷ୍ଟ ସତ୍ତ୍ୱେ ସେ ନିଜ ମନରେ ତିକ୍ତତା ରଖିନାହାନ୍ତି ବୋଲି କହିଛନ୍ତି। ରିୟା ଆହୁରି ମଧ୍ୟ କହିଛନ୍ତି, "ଥେରାପି ମୋ ଜୀବନ ବଞ୍ଚାଇଛି। ଜୀବନ ମୋତେ ଯେଉଁଠିକି ବି ନେଉ, ମୁଁ କେବେବି ହାରିବି ନାହିଁ। ମୁଁ ଆଜି ବି ପ୍ରେମ ଉପରେ ବିଶ୍ୱାସ କରେ, ଏହା ସୁନ୍ଦର ଏବଂ ଶକ୍ତିଶାଳୀ।"

ହଂସଲ ମେହେଟ୍ଟାଙ୍କ ସିରିଜ୍ ଜରିଆରେ କମବ୍ୟାକ୍

ରିୟା ଖୁବଶୀଘ୍ର ଚଳଚ୍ଚିତ୍ର ନିର୍ମାତା ହଂସଲ ମେହେଟ୍ଟାଙ୍କ ଆଗାମୀ ସିରିଜ୍ ଜରିଆରେ ପରଦାକୁ ଫେରୁଛନ୍ତି। ତେବେ ପ୍ରଥମେ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ସ୍ୱୀକାର କରିଛନ୍ତି। କିନ୍ତୁ ହଂସଲ ସାର୍ ଏବଂ ଲେଖକଙ୍କ ବୁଝାଇବା ପରେ ସେ ରାଜି ହୋଇଥିଲେ। ସେ କହିଛନ୍ତି ଯେ ଗତ ସାତ ବର୍ଷ ମଧ୍ୟରେ ଅନେକ କିଛି ବଦଳି ଯାଇଛି, କିନ୍ତୁ ସେଟକୁ ଫେରିବା ପରେ ସେ ପୁଣି ସହଜ ଅନୁଭବ କରୁଛନ୍ତି।

ବନ୍ଧୁମାନଙ୍କ ଅବଦାନ

ନିଜର କଠିନ ସମୟରେ ସାଙ୍ଗମାନଙ୍କ ସହଯୋଗ ବିଷୟରେ କହିବା ବେଳେ ରିୟା ଭାବପ୍ରବଣ ହୋଇପଡିଥିଲେ। ସେ ବିଶେଷ ଭାବରେ ଗାୟିକା-ଅଭିନେତ୍ରୀ ଶିବାନୀ ଦାଣ୍ଡେକରଙ୍କ ନାମ ନେଇଥିଲେ, ଯିଏ ଭଉଣୀ ପରି ତାଙ୍କ ସାଥୀରେ ଛିଡା ହୋଇଥିଲେ। ରିୟା କହିଛନ୍ତି ଯେ ମୋତେ ସମର୍ଥନ କରିବା ଯୋଗୁଁ ଶିବାନୀଙ୍କୁ ମଧ୍ୟ କ୍ୟାରିୟରରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ରିୟା ଶେଷରେ କହିଛନ୍ତି, "ଗୋଟିଏ ପଟେ ମୁଁ ମଣିଷର ସବୁଠାରୁ ଖରାପ ରୂପ ଦେଖିଛି, କିନ୍ତୁ ଅନ୍ୟ ପଟେ ମାନବିକତାର ସବୁଠାରୁ ସୁନ୍ଦର ରୂପ ମଧ୍ୟ ଅନୁଭବ କରିଛି।"

ଏନ୍‌ସିବିର ଚାଞ୍ଚଲ୍ୟକର ଖୁଲାସା : ସୁଶାନ୍ତଙ୍କୁ ଡ୍ରଗ୍ସ ଓ ଗଞ୍ଜେଇ ଖାଇବା ଅଭ୍ୟାସ କରାଇଥିଲେ ରିୟା
ମୁମ୍ବାଇ : ପୁଣି ଥରେ ଅଡୁଆରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ ବଡ଼ ଖୁଲାସା କରିଛି। ଏନସିବି ଦାବି କରିଛି ଯେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ ନେଇଥିଲେ। ଏହା ବ୍ୟତୀତ ଏନସିବି ଆହୁରି ଅଭିଯୋଗ କରିଛି କି ରିୟା ଚକ୍ରବର୍ତ୍ତୀ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ଆଣି ଗଞ୍ଜେଇ ଦେଉଥିଲେ। ଏନେଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ସୁଶାନ୍ତ ରାଜପୁତ ‘ଡ୍ରଗ୍‌ ମାମଲା’ରେ ସମ୍ପୃକ୍ତ ଥିବା ସମସ୍ତ ୩୫ଜଣ ଅଭିଯୁକ୍ତଙ୍କ ନାଁରେ ‘ଏନ୍‌ସିବି’ ମଙ୍ଗଳବାର ଦିନ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଦାଏର କରିଛି।

ସୁଶାନ୍ତ ସିଂହ ରାଜପୁତଙ୍କ ସେ ସମୟର ବାନ୍ଧବୀ ୧୦ ନମ୍ବର ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ହୋଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ରିୟା ସାମୁଏଲ୍‌ ମିରାଣ୍ଡା, ସୌଭିକ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠରୁ ଅନେକ ଥର ଗଞ୍ଜେଇ ଗ୍ରହଣ ତାହାକୁ ସୁଶାନ୍ତ ସିଂହ ରାଜପୁତଙ୍କୁ ଯୋଗାଇଦେଇବା ସହ ୨୦୨୦ ମାର୍ଚରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ଦେୟ ମଧ୍ୟ ପୈଠ କରିଥିଲେ।ରିଆ ଡ୍ରଗ୍ସ କାରବାର କରୁଥିବା ନେଇ ଏନ୍‌ସିବି ତା’ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। କେବଳ ସେତିକି ନୁହେଁ ରିଆ ସୁଶାନ୍ତଙ୍କୁ ଡ୍ରାଗ୍ସ ଖାଇବା ଅଭ୍ୟାସ କରାଥିବା ଏନ୍‌ସିବି ଚାର୍ଜସିଟ୍‌ରେ କହିଛି।

ଏନସିବିର ରିପୋର୍ଟ ଅନୁଯାୟୀ, ସମସ୍ତ ଅଭିଯୁକ୍ତ ମାର୍ଚ୍ଚ ୨୦୨୦ ରୁ ଡିସେମ୍ବର ୨୦୨୦ ମଧ୍ୟରେ ବଲିଉଡ ତଥା ଅନ୍ୟାନ୍ୟ ଉଚ୍ଚ ସମାଜରେ ନିଶା କାରବାର ତଥା ବିକ୍ରି ପାଇଁ ଷଡଯନ୍ତ୍ର କରିଥିଲେ। ଏହା ସହ ସମସ୍ତ ଅଭିଯୁକ୍ତ ମୁମ୍ବାଇରେ ଡ୍ରଗ୍‌ସର ଚୋରା ବେପାରକୁ ପ୍ରୋତ୍ସାହିତ କରିବା ପାଇଁ ଟଙ୍କା କାରବାର କରୁଥିଲେ।ସୁଶାନ୍ତ ସିଂହ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ହୋଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ସେ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିଥିଲେ। ରିୟା ସାମୁଏଲ୍‌ ମିରାଣ୍ଡା, ସୌଭିକ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠରୁ ଅନେକ ଥର ଗଞ୍ଜେଇ ଆଣିଛନ୍ତି। ଏହି ଗଞ୍ଜେଇକୁ ଆଣି ସେ ସୁଶାନ୍ତ ସିଂହ ରାଜପୁତଙ୍କୁ ଯୋଗାଇଛନ୍ତ। ରିୟାଙ୍କ ଭାଇ ସୌଭିକ ମଧ୍ୟ ଡ୍ରଗ୍ସ ପେଡଲର୍ସଙ୍କ ସହ ଲଗାତାର ସମ୍ପର୍କରେ ଥିଲେ। ସେ ଏମାନଙ୍କ ଠାରୁ ଗଞ୍ଜେଇ ଚରସ ମଗାଉଥିଲେ। ଏହି ଗଞ୍ଜେଇ ଆଣି ସୁଶାନ୍ତଙ୍କୁ ଦେଉଥିଲେ ବୋଲି ଏନ୍‌ସିବି ତା’ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି।

ଗତ ୨୦୨୦ ଜୁନ ୧୪ରେ ନିଜର ବାସଭବନରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଏହାର ତଦନ୍ତ ଜାରି ରହିଥିଲା । ତଦନ୍ତ ପ୍ରକ୍ରିୟାରେ ଏନସିବି ୩୫ ଅଭିଯୁକ୍ତଙ୍କ ବିରୋଧରେ ୩୮ଟି ଅଭିଯୋଗ ଆଣିଥିଲା ରିୟାଙ୍କ ବିରୋଧରେ ଏନଡିପିଏସ ଆକ୍ଟର ଧାରା ୮ସି, ୨୦ବି, ୨୭ଏ, ୨୮, ୨୯ ଓ ୩୦ ରୁଜୁ ହୋଇଛି । ଏହି ସବୁ ଆଇନ ଅନୁସାରେ ନିଶାଦ୍ରବ୍ୟ ହାସଲ କରିବା, ପ୍ରସ୍ତୁତ କରିବା, ବିକ୍ରି କରିବା, ପରିବହନ କରିବା, ସଞ୍ଚିତ ରଖିବା, ରପ୍ତାନି କରିବା ଆଦି ବେଆଇନ । ଚାର୍ଜସିଟରେ ଦର୍ଶାଯାଇଛି ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହି ସମସ୍ତ ୩୫ ଅଭିଯୁକ୍ତ ଅପରାଧ ଷଡ଼ଯନ୍ତ୍ର କରିଥିଲେ ଏବଂ ବେଆଇନ ସାମଗ୍ରୀ ହାସଲ କରିବା, ବିକ୍ରି କରିବା, ବଣ୍ଟନ କରିବା ଆଦି କାର୍ଯ୍ୟରେ ଲିପ୍ତ ରହିଥିଲେ ।

ଅନ୍ତ୍ୟେଷ୍ଟି ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ସୁଶାନ୍ତ ସିଂହ ରାଜପୁତଙ୍କ ୬ଜଣ ସଂପର୍କୀୟଙ୍କ ମୃତ୍ୟୁ
ପାଟନା: ବିହାରର ଲଖିସରାଇରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ‌ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୬ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।ବିହାରର ପିପ୍ରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ୍ୟୁ ବରଣ କରିଥିବା ସମସ୍ତ ୬ଜଣ ଗୋଟିଏ ପରିବାର ବୋଲି ଜଣାପଡିଛି। ଏହି ଲୋକମାନେ ମଙ୍ଗଳବାର ସକାଳେ ସେମାନଙ୍କର ଜଣେ ସଂପର୍କୀୟଙ୍କର ଶେଷକୃତ୍ୟରେ ପାଟନାରେ ଯୋଗଦେଇ ନିଜ ଗ୍ରାମକୁ ଫେରୁଥିଲେ । ବାଟରେ ସେମାନଙ୍କ ଗାଡି ସହିତ ଏଲପିଜି ବୋଝେଇ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

ସୂଚନା ମୁତାବକ, ଆଜି ସକାଳେ ଲଖିସରାଇ ଜିଲ୍ଲାର ସିକଚନ୍ଦ୍ର-ଶେଖପୁରା ଏନଏଚ-୩୩୩ର ହାଲସି ପୁଲିସ ଷ୍ଟେସନ ଅଞ୍ଚଳର ପିପ୍ରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି। ମଙ୍ଗଳବାର ସକାଳେ ସେମାନଙ୍କର ଜଣେ ସଂପର୍କୀୟଙ୍କର ଶେଷକୃତ୍ୟରେ ପାଟନାରେ ଯୋଗଦେଇ ନିଜ ଗ୍ରାମକୁ ଫେରୁଥିଲେ। ପିପ୍ରା ଗ୍ରାମ ନିକଟରେ ଖାଲିଥିବା ଏଲପିଜି ଗ୍ୟାସ୍ ସିଲିଣ୍ଡର ନେଇ ଆସୁଥିବା ଏକ ଟ୍ରକ ସହ ସହିତ ଭୟଙ୍କର ଧକ୍କାରେ ସୁମୋ ଗ‌ାଡ଼ିରେ ଥିବ‌େ ଗୋଟେ ପରିବାରର ୬ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କର ଜାମୁଇର ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗାଡ଼ି ଭିତରେ ଥିବା ୧୦ଜଣ ଲୋକ ଅନ୍ତିମ ସଂସ୍କାରରେ ଯୋଗ ଦେଇ ଘରକୁ ଫେରୁଥିଲେ। ମୃତକଙ୍କ ମଧ୍ୟରେ ୬ଜଣ ସୁଶାନ୍ତଙ୍କ ଦୂର ସଂପର୍କୀୟ ଥିଲେ ବୋଲି ଜଣାପଡ଼ିଛି।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆମେରିକାର ସହାୟତା ନେଲା ସିବିଆଇ
ନୂଆଦିଲ୍ଲୀ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୁରିସାରିଥିବା ସତ୍ତ୍ୱେ ଏହାର ସିବିଆଇ ଯାଞ୍ଚ ଜାରି ରହିଛି । ସୁଶାନ୍ତଙ୍କ ମୃତ୍ୟୁ ପଛର କଣ କାରଣ, କିଭଳି ହେଲା ତାଙ୍କ ମୃତ୍ୟୁ, ଏହା ହତ୍ୟା ନା ଆତ୍ମହତ୍ୟା ସେହି ରହସ୍ୟ ଉପରୁ ଉଠି ପାରୁନି ପରଦା। ତେବେ ଏହାରି ମଧ୍ୟରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଆନୁଷ୍ଠାନିକ ଭାବେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଇମେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଥିବା ତଥ୍ୟ ରିକଭରୀ ବା ପୁନରୁଦ୍ଧାର ପାଇଁ ଆମେରିକାର ସହାୟତା ଲୋଡିଛି। ସିବିଆଇ ଜାଣିବାକୁ ଚାଁହୁଛି ଯେ ଏହିପରି ଘଟଣା କେବେ ଘଟିଛି କି ଯାହା ସୁଶାନ୍ତଙ୍କ ମୃତ୍ୟୁ ସହ ସମ୍ପର୍କ ରଖିଛି ।

ଭାରତ ଏବଂ ଆମେରିକାର ମଧ୍ୟରେ ଏକ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି ଯଥା MLAT  ରହିଛି । (MLAT) ମ୍ୟୁଚୁଆଲ୍ ଲିଗାଲ୍ ଆସିଷ୍ଟାଣ୍ଟ ଟ୍ରିଟି ଅନୁଯାୟୀ କାଲିଫର୍ଣ୍ଣିଆରେ ଥିବା ଗୁଗୁଲ୍ ଏବଂ ଫେସବୁକ୍ ମୁଖ୍ୟାଳୟରୁ ସିବିଆଇ  ସୁଶାନ୍ତ ସିଂ ରାଜପୁତଙ୍କ ଇମେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଥିବା ତଥ୍ୟ ସୂଚନା ମାଗିଛି। ଡିଲିଟ୍ ହୋଇଥିବା ମେଲ୍ ଏବଂ ଚାଟ୍ ର ସମସ୍ତ ସୂଚନା ଉଭୟ କମ୍ପାନୀରୁ ଖୋଜାଯାଇଛି । ଭାରତ ଏବଂ ଆମେରିକା ମଧ୍ୟରେ ମ୍ୟୁଚୁଆଲ୍ ଲିଗାଲ୍ ଆସିଷ୍ଟାଣ୍ଟ ଟ୍ରିଟି ରହିଛି, ଯାହା ଅଧୀନରେ ଉଭୟ ଦେଶ ଘରୋଇ ମାମଲାର ଅନୁସନ୍ଧାନରେ ସୂଚନା ମାଗିପାରିବେ ।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ମୁମ୍ବାଇ ପୁଲିସ ଆରମ୍ଭ କରିଥିଲା ଯାହାକି ବର୍ତ୍ତମାନ ସିବିଆଇ ହାତରେ ଅଛି । ତେବେ ସୁଶାନ୍ତ ସିଂଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। ଅନ୍ୟପକ୍ଷରେ ଆଜି ଯାଏଁ ମଧ୍ୟ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କ ମୃତ୍ୟୁ ପାଇଁ ନ୍ୟାୟ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶଂସକମାନେ ତାଙ୍କୁ ଅନେକ ଥର ହତ୍ୟା ଷଡଯନ୍ତ୍ରରେ ସନ୍ଦେହ ପ୍ରକଟ କରିଛନ୍ତି । ଏମିତିକି ଦିଶା ସାଲିଆନଙ୍କ ଆତ୍ମହତ୍ୟା ମଧ୍ୟ ସୁଶାନ୍ତ ମାମଲା ସହ ଜଡିତ ଥିବା ପ୍ରଶଂସକ କହିଛନ୍ତି । ମୁମ୍ବାଇ ପୁଲିସ ଏହାର ତଦନ୍ତରେ କହିଛି ଯେ ସୁଶାନ୍ତ ସିଂ ରାଜପୁତ ଡିପ୍ରେସନରେ ପୀଡିତ ଥିଲେ । ସୁଶାନ୍ତଙ୍କ ଘରୁ ଡିପ୍ରେସନର ଔଷଧ ମଧ୍ୟ ମିଳିଥିଲା, ଯାହା ଆଧାରରେ ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ଆତ୍ମହତ୍ୟା ହେବାର କାରଣ ବୋଲି କହିଥିଲା। ପୁଅର ମୃତ୍ୟୁ ପରେ ତାଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ ଏବଂ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରିଥିଲେ।

ଅନ୍ୟପଟେ  ସିବିଆଇର ଏହି ଉଦ୍ୟମକୁ ସୁଶାନ୍ତ ସିଂଙ୍କ ଓକିଲ ବିକାଶ ସିଂ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣାର କୌଣସି ସାକ୍ଷୀ ନ ଥିବାରୁ ସୁଶାନ୍ତଙ୍କ ମାମଲାରେ ଅନେକ ରହସ୍ୟ ରହିଛି। ଗତ ବର୍ଷ ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ଘରୁ ମିଳିଥିଲା । ସୁଶାନ୍ତଙ୍କ ପିତା କେ.କେ ସିଂ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଏବଂ ପିତାମାତାଙ୍କ ବିରୋଧରେ ପାଟନା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଅଗଷ୍ଟ ୨୦୨୦ ରେ ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିଲା। ଏହି ମାମଲାର ଅନୁସନ୍ଧାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଏନସିବି ମଧ୍ୟ ଜଡିତ ଅଛନ୍ତି।

ସୁଶାନ୍ତଙ୍କ ସହ ବ୍ରେକ୍ଅପ୍‌କୁ ନେଇ ମୁହଁ ଖୋଲିଲେ ଅଙ୍କିତା
ବଲିଉଡ଼ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସବୁଠୁ ଅଥିକ ଚର୍ଚ୍ଚାରେ ରହିଥିଲେ ତାଙ୍କର ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ଇତିମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁର ୯ ମାସ ବିତିଯାଇଥିଲେ ସୁଦ୍ଧା ଅନେକ ସମୟରେ ତାଙ୍କ ପ୍ରଶଂସକମାନେ ଏହି ଘଟଣା ପାଇଁ ଅଙ୍କିତାଙ୍କୁ ଦାୟୀ କରୁଥିବାର ଦେଖାଯାଇଛି। ଅନେକ ସମୟରେ ତାଙ୍କ ପ୍ରଶଂସକମାନେ ଅଙ୍କିତା ସୁଶାନ୍ତଙ୍କୁ ଛାଡି ଦେବା ପରେ ସେ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲେ ବୋଲି କହୁଥିବାର ସୋସିଆଲ ମିଡିଆରେ ଦେଖାଯାଇଛି। ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫ୍ୟାନ୍‌ମାନେ ବାରମ୍ବାର ତାଙ୍କ ପ୍ରତି ଅଙ୍ଗୁଳି ଉଠାଇବାରୁ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ ଅଙ୍କିତା। ୨୦୧୬ରେ ଉଭୟ ସୁଶାନ୍ତ ଓ ଅଙ୍କିତା ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ସୁଶାନ୍ତଙ୍କ ସହ ସମ୍ପର୍କ ଛିନ୍ନ କରିବାର ୫ ବର୍ଷ ପରେ ଅଙ୍କିତା ଏସମ୍ପର୍କରେ ମୁହଁ ଖୋଲିଛନ୍ତି। ନିକଟରେ ସୁଶାନ୍ତଙ୍କ ସହ ତାଙ୍କ ବ୍ରେକ୍ଅପ୍‌କୁ ନେଇ ଅଙ୍କିତା କହିଛନ୍ତି ଯେ, ‘ଆମ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଛିନ୍ନ ହେବା ପରେ ସୁଶାନ୍ତ କ୍ୟାରିୟରରେ ଆଗକୁ ବଢିବାକୁ ଚାହୁଁଥିଲେ, ସେ ଆଗକୁ ବଢିଲେ ମଧ୍ୟ । କିନ୍ତୁ ମୁଁ ବ୍ରେକ୍‌ଅପ୍‌ ପରେ ପୂରାପୂରି ଭାଙ୍ଗି ପଡିଥିଲି। ତେଣୁ ସଞ୍ଜୟ ଲୀଲା ଭଁସାଲୀଙ୍କ ‘ବାଜିରାଓ ମସ୍ତାନି’ ଭଳି ୫ଟି ବଡ଼ ବ୍ୟାନରର ଫିଲ୍ମକୁ ମୁଁ ହାତଛଡା କରିଦେଇଥିଲି। କାରଣ ଏହି ଘଡିସନ୍ଧି ମୁହୂର୍ତ୍ତରେ ମୁଁ କ୍ୟାରିୟରକୁ ଗୁରୁତ୍ବ ନ ଦେଇ ସମ୍ପର୍କକୁ ଝୁରି ହେଉଥିଲି। ଭଗବାନଙ୍କୁ ଧନ୍ୟବାଦ ଦେବି ସେତେବେଳେ ମୋ ସହିତ ମୋ ପରିବାର ଥିଲା। ମୁଁ ଏଥିପାଇଁ କାହାକୁ ଦୋଷ ଦେଉନାହିଁ। କିନ୍ତୁ ସେତେବେଳେ କ୍ୟାରିୟରକୁ ଫେରିବା ମୋ ପାଇଁ ସହଜ ନଥିଲା। ମୁଁ ଏତେ ଦିନ ପର୍ଯ୍ୟନ୍ତ ଆମ ସମ୍ପର୍କକୁ ନେଇ ଚୁପ୍‌ ରହିବାର କାରଣ ସମ୍ପର୍କ ପବିତ୍ରତା ନଷ୍ଟ କରିବାକୁ ଚାହୁଁ ନଥିଲି।’

ସୁଶାନ୍ତଙ୍କୁ ନେଇ ମୁହଁ ଖୋଲିଲେ କ୍ରୀତି
ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ପ୍ରାୟ ୯ମାସ ପୂରିଯାଇଛି। ସୁଶାନ୍ତଙ୍କ ସହ ଫିଲ୍ମ ‘ରାବତା’ରେ କାମ କରିଥିବା ଅଭିନେତ୍ରୀ କ୍ରୀତି ସାନନ କିନ୍ତୁ ସେତେବେଳେ ତାଙ୍କ ମୃତ୍ୟୁ ସମୟରେ ମିଡ଼ିଅାରେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ନିକଟରେ କ୍ରୀତି ଏହାର କାରଣ ଗଣମାଧ୍ୟମରେ କହିଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ପରେ ଚାରିଆଡେ ନକରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇଥିଲା। ତେଣୁ ଏହି ସମୟରେ ସେ ନିଜକୁ ଗଣମାଧ୍ୟମଠାରୁ ଦୂରେଇ ରଖଥିଲେ। କ୍ରୀତି ଆହୁରି ମଧ୍ୟ କହିଛନ୍ତି ଯେ, ମୋତେ ସେତେବେଳେ ଏତେ କଷ୍ଟ ହୋଇଥିଲା, ତାହା ମୁଁ କହିପାରିବି ନାହିଁ। ହେଲେ ଏସବୁ ମୋ ନିଜ ଭିତରେ ରଖୀବାକୁ ଚାହୁଁଥିଲି। ତେଣୁ ମୋ ମନକଥା ଅନ୍ୟ କାହା ଆଗରେ ପ୍ରକାଶ କରିବାକୁ ଉଚିତ୍‌ ଭାବି ନଥିଲି। ସତ କଥା କହିବାକୁ ଗଲେ, ବର୍ତ୍ତମାନ ସମୟରେ ନିଜ କଷ୍ଟକୁ ଅନ୍ୟ ଆଗରେ ପରିପ୍ରକାଶ କରିବାଠାରୁ ସହଜ ଉପାୟ ହେଉଛି ସୋସିଆଲ ମିଡିଆରେ ପୋଷ୍ଟ କରିବା।

ଏଠାରେ ପ୍ରକାଶ ଥାଉ କି, ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪, ୨୦୨୦ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ପୂରା ଦେଶରେ ବେଶ୍ ତମ୍ବିତୋଫାନ ହୋଇଥିଲା। ଏହି ସମୟରେ ବଲିଉଡ୍ ମଧ୍ୟ ଦୁଇଭାଗ ହୋଇଯାଇଥିଲା।