IT Professionals - The Sakala

ଟେକ୍‌ କ୍ଷେତ୍ରରେ ଛଟେଇ ପରେ ସମସ୍ୟାରେ ଆମେରିକାରେ ଭାରତୀୟ ଆଇଟି ପ୍ରଫେସନାଲ, ଘର ବିକି ସ୍ବଦେଶ ଫେରିବାକୁ ପ୍ରସ୍ତୁତି ଆରମ୍ଭ
ନୂଆଦିଲ୍ଲୀ(ଏଜେନ୍ସି): ମାନ୍ଦାବସ୍ଥା ଆଶଙ୍କାରେ ସାରା ବିଶ୍ବରେ ଚାଲିଛି ଛଟେଇ। ବିଶେଷକରି ଟେକ୍‌ କମ୍ପାନୀଗୁଡିକର କର୍ମଚାରୀଙ୍କୁ ଏହି ଛଟେଇ ଭୟ ଅଧିକ ଘାରିଛି। ଆମେରିକାର ଟେକ୍ନୋଲୋଜି କମ୍ପାନୀଗୁଡିକ ହଜାର ହଜାର ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଥିବାରୁ ତାହାକୁ ନେଇ ବଡ଼ ସଂକଟରେ ପଡ଼ିଯାଇଛନ୍ତି ସେଠାରେ କାମ କରୁଥିବା ଭାରତୀୟ ଆଇଟି ପ୍ରଫେସନାଲ। ନିକଟରେ ହୋଇଥିବା ଛଟେଇରେ ଚାକିରି ହରାଇଥିବା ଭାରତୀୟ ପ୍ରଫେସନାଲ ଆମେରିକାରେ ଏହି ସୀମିତ ସମୟ ମଧ୍ୟରେ ଆଉ ଏକ ଚାକିରି ପାଇବା ନେଇ ସମସ୍ୟାରେ ପଡ଼ିଯାଇଛନ୍ତି। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ସେମାନେ ଆଉ ଏକ ଚାକିରି ନ ପାଆନ୍ତି ତେବେ ସେମାନଙ୍କ ଏଚ୧-ବି ଓ ଏଲ-୧ ଭିସା ରଦ୍ଦ ହୋଇଯିବ ଓ ସେମାନଙ୍କୁ ଭାରତ ଫେରିବାକୁ ହେବ।

ଗତ ନଭେମ୍ବର ମାସରୁ ଏ ପର୍ଯ୍ୟନ୍ତ ଆମେରିକାର ବିଭିନ୍ନ ଟେକ୍ନୋଲୋଜି କମ୍ପାନୀ ପାଖାପାଖି ୨ ଲକ୍ଷ ପ୍ରଫେସନାଲଙ୍କୁ ଛଟେଇ କରିସାରିଲେଣି। ଛଟେଇ କରିଥିବା କମ୍ପାନିଙ୍କ ମଧ୍ୟରେ ଗୁଗୁଲ, ମାଇକ୍ରୋସଫ୍ଟ, ମେଟା, ଟ୍ବିଟର, ଆମାଜନ ଭଳି ବଡ ବଡ କମ୍ପାନୀ ରହିଛନ୍ତି। ଏହି ୨ ଲକ୍ଷ ପ୍ରଫେସନାଲଙ୍କ ମଧ୍ୟରୁ ପ୍ରାୟ ୩୦ରୁ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଏଚ୍‌ ୧-ବି ଓ ଏଲ୍‌-୧ ଭିସାଧାରୀ। ଚାକିରି ହରାଇଥିବା ଭାରତୀୟଙ୍କ ମଧ୍ୟରେ ୧୦ ବର୍ଷରୁ ଅଧିକ ସମୟ ଧରି କାମ କରୁଥିବା ଆଇଟି ପ୍ରଫେସନାଲଙ୍କ ସଂଖ୍ୟା ଅଧିକ।

ସେହିପରି ଛଟେଇ ତାଲିକାରେ ଅଳ୍ପ କିଛି ମାସ ହେଲା ଆମେରିକା ଯାଇଥିବା ପେସାଦାରମାନେ ମଧ୍ୟ ଅଛନ୍ତି। ଆମେରିକାରେ ରହୁଥିବା ଭାରତୀୟ ପେସାଦାରମାନଙ୍କ ମାଧ୍ୟମରେ ଭାରତ ବିପୁଳ ପରିମାଣରେ ବିଦେଶୀ ମୁଦ୍ରା ପାଇଥାଏ । କିନ୍ତୁ ଏବେ ସେମାନଙ୍କ ପାଇଁ ସମସ୍ୟାର ପାହାଡ଼ ମାଡ଼ିଆସୁଛି। ଏଭଳି ଛଟେଇ ସ୍ଥିତିରେ ଏଚ୍‌୧-ବି ଭିସାଧାରୀଙ୍କ ପାଇଁ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି, କାରଣ ସେମାନଙ୍କୁ ୬୦ ଦିନ ମଧ୍ୟରେ ଏକ ନୂତନ ଚାକିରି ଖୋଜିବାକୁ ପଡ଼ିବ କିମ୍ବା ନଚେତ୍ ସେମାନଙ୍କ ଲାଗି ଭାରତକୁ ଫେରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିବ। ଚାକିରି ନମିଳିଲେ ଭିସାର ଅବଧି ଶେଷ ହୋଇଯାଏ । ଏବେ ସେଠାରେ ସ୍ଥାୟୀ ଭାବେ ବସବାସ କରୁଥିବା ଭାରତୀୟ ଚାକିରି ଖୋଜି ଖୋଜି ହନ୍ତସନ୍ତ ହେଉଛନ୍ତି । ଯଦି ଚାକିରି ନ ମିଳିଲେ ଯାଗା ବାଡ଼ି ବିକି ଘରକୁ ଫେରିବା ଛଡ଼ା ଭାରତୀୟଙ୍କ ପାଖରେ ଆଉ କିଛି ବାଟ ନାହିଁ ।