Power Outage in Pakistan - The Sakala

ଅଟା, ଗ୍ୟାସ୍‌ ପରେ ପାକିସ୍ତାନରେ ଘୋର ବିଜୁଳି ସଙ୍କଟ; ୧୨ ଘଣ୍ଟା ଅନ୍ଧାରରେ ଦେଶ
ଇସଲାମାବାଦ(ଏଜେନ୍ସି): ଘୋର ଅର୍ଥନୈତିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନରେ ବର୍ତ୍ତମାନ ଉତ୍କଟ ବିଜୁଳି ସଙ୍କଟ ଦେଖାଦେଇଛି। ପ୍ରଥମେ ଦେଶରେ ଅଟା, ପରେ ଗ୍ୟାସ୍ ଏବଂ ପେଟ୍ରୋଲର ଅଭାବ ଏବଂ ବର୍ତ୍ତମାନ ବିଦ୍ୟୁତ୍ ସଙ୍କଟ ପାକିସ୍ତାନରେ ଷଳାକଙ୍କ ସାମାଜିକ ସ୍ଥିତିକୁ ଦୋହଲାଇ ଦେଇଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଏକ ବଡ଼ ଭାଗ ସୋମବାର ସକାଳୁ ଅନ୍ଧକାରରେ ବୁଡି ରହିଛି। ଦେଶ ଆଜି ଦୀର୍ଘ ୧୨ ଘଣ୍ଟା ଧରି ଅନ୍ଧାରରେ ରହିଥିଲା। ଇସଲାମାବାଦ୍‌ଠାରୁ ଆରମ୍ଭ କରି କରାଚି, ଲାହୋର, ରାୱଲପିଣ୍ଡି ସବୁଠି ବିଜୁଳି ସେବା ବନ୍ଦ ରହିଥିଲା। ପାକିସ୍ତାନର ନ୍ୟାସନାଲ୍‌ ଗ୍ରୀଡ୍‌ରେ ସମସ୍ୟା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ଏହି ସମୟରେ ଦେଶକୁ ଇଟାଲୀ ଗ୍ୟାସ୍‌ ଯୋଗାଣ ବନ୍ଦ କରିବାକୁ ରୋକଠୋକ୍‌ ଭାବେ ମନା କରିଦେଇଛି।

କ୍ୱେଟା ଏବଂ ଗୁଦୁ ମଧ୍ୟରେ ଉଚ୍ଚ-ଟେନସନ୍ ଟ୍ରାନ୍ସମିସନ୍ ଲାଇନ୍‌ରେ ତ୍ରୁଟି ଯୋଗୁଁ ସୋମବାର ପାକିସ୍ତାନର ବିଭିନ୍ନ ସହରରେ ବିଦ୍ୟୁତ ସେବା ବନ୍ଦ ରହିଥିଲା। ଏଥିଯୋଗୁ ଇସଲାମାବାଦ, ରାୱଲପିଣ୍ଡି ,ଲାହୋର, ମୁଲତାନ ଏବଂ କରାଚି ସହ ବେଲୁଚିସ୍ତାନ ପ୍ରଦେଶର ୨୨ଟି ସହରରେ ବିଦ୍ୟୁତ କାଟ୍‌ ହୋଇଛି। ଲାହୋରର ମଲ୍ ରୋଡ୍, କେନାଲ ରୋଡ୍ ଏବଂ ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ବିଦ୍ୟୁତ୍ କାଟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେହିପରି ସିନ୍ଧ, ଖାଇବର ପାଖ୍‌ତୁନଖୱା, ପଞ୍ଜାବ ପ୍ରଦେଶ ଆଦିରେ ବିଦ୍ୟୁତ ବିଭ୍ରାଟ ଦେଖାଦେଇଛି। ପାକିସ୍ତାନର ବିଭିନ୍ନ ଅଞ୍ଚଳର ଲୋକମାନେ ସୋସିଆଲ ମିଡିଆରେ ବିଦ୍ୟୁତ ବିଭାଗର ବିଫଳତା ବିଷୟରେ ସୂଚନା ଦେଉଛନ୍ତି। ପାକିସ୍ତାନରେ ଅନେକ ମାସ ହେବ ବିଦ୍ୟୁତ୍ ଯୋଗାଣ ଅବସ୍ଥା ଖରାପ। ଦୀର୍ଘ ସମୟ ଧରି ବିଦ୍ୟୁତ କାଟ୍‌କୁ ଏଡାଇବା ଏବଂ ବିଦ୍ୟୁତ ଅଭାବର ମୁକାବିଲା ପାଇଁ ପାକିସ୍ତାନ ସରକାର ବଜାରକୁ ରାତି ୮ଟାରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷେ ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ୧୯୭୧ ପରଠାରୁ ଦେଶ ସବୁଠାରୁ ଖରାପ ଅର୍ଥନୈତିକ ବିପର୍ଯ୍ୟୟ ଦେଇ ଗତି କରୁଛି। ସେଠାରେ ଖାଦ୍ୟ ସାମଗ୍ରୀ ଏବଂ ଔଷଧର ବହୁତ ଅଭାବ ଦେଖାଦେଇଛି। ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ୪.୫୬ ବିଲିୟନ ଡ଼ଲାରକୁ ଖସିଆସିଛି, ଯାହା ୯ ବର୍ଷ ମଧ୍ୟରେ ଏହାର ସର୍ବନିମ୍ନ ସ୍ତର। ଏହି କାରଣରୁ କେବଳ ତିନି ସପ୍ତାହ ଧରି ସାମଗ୍ରୀ ଆମଦାନୀ ହୋଇପାରିବ। ଆଇଏମ୍‌ଏଫ୍‌ଠାରୁ ଋଣ ପାଇବାରେ ବିଳମ୍ବ ହେଉଛି। ସେଠାରେ ପରିସ୍ଥିତି ଏପରି ହୋଇଛି ଯେ ଦେଶରେ ନିର୍ବାଚନ କରିବାକୁ ଟଙ୍କା ମଧ୍ୟ ନାହିଁ।

ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ପାକିସ୍ତାନର ବିତ୍ତୀୟ ନିଅଣ୍ଟ ୪୩ ପ୍ରତିଶତରେ ପହଞ୍ଚିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦେଶରେ ଜରୁରୀ ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହୋଇଛି। ବିଶେଷକରି ଅଟା ମୂଲ୍ୟ ସାଧାରଣ ଲୋକଙ୍କ କ୍ଷମତା ବାହାରରେ ରହିଛି। ପ୍ରକଳ ବନ୍ୟା ଯୋଗୁଁ ଦେଶରେ ଗହମ ଫସଲ ନଷ୍ଟ ହୋଇଯାଇଛି। ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା।ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ବିନିୟମ ମୂଲ୍ୟ ୨୨୯ସ୍ତରରେ ପହଞ୍ଚିଛି। ଦେଶରେ ଡଲାରର ବହୁତ ଅଭାବ ରହିଛି।

ଇଟାଲୀ ଗ୍ୟାସ୍‌ ଯୋଗାଣ ବନ୍ଦ କରିବାକୁ ରୋକଠୋକ୍‌ ଭାବେ ମନା କରିବା ପରେ ଏହି କାରଣରୁ ସେଠାରେ ଗ୍ୟାସ ସଙ୍କଟ ଦେଖାଦେଇପାରେ। ଦେଶକୁ ଏହି ପରିସ୍ଥିତିରୁ ମୁକ୍ତ କରିବା ପାଇଁ ପାକିସ୍ତାନ ସରକାର ୨୪ ତମ ଥର ପାଇଁ ଆଇଏମଏଫରୁ ଋଣ ନେବାକୁ ଚେଷ୍ଟା କରୁଛନ୍ତ, କିନ୍ତୁ ଏଥିପାଇଁ ଆଇଏମ୍ଏଫ୍ ରଖିଥିବା ସର୍ତ୍ତ ଗ୍ରହଣ କରିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ଆଇଏମଏଫ ପାକିସ୍ତାନ ସରକାରଙ୍କୁ କହିଛି। ଯଦିଓ ୟୁଏଇ ଏହି ସଙ୍କଟରେ ପାକିସ୍ତାନକୁ ଏକ ବିଲିୟନ ଡଲାରର ଅତିରିକ୍ତ ଋଣ ଦେଇଛି। ଏପରିସ୍ଥଳେ ପାକିସ୍ତାନର ସବୁଠାରୁ ଧନୀ ବ୍ୟକ୍ତି ମିୟା ପାଶା ତାଙ୍କ ସରକାରଙ୍କୁ ଭାରତ ସହ ପ୍ରତିବନ୍ଧକରୁ ଦୂରେଇ ରଖି ସୀମା ଖୋଲିବାକୁ ଅନୁରୋଧ କରିଛନ୍ତି।