phulbani news - The Sakala

୫ ବର୍ଷର ଝିଅକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ
ଫୁଲବାଣୀ: ଫୁଲବାଣୀ ପୋକ୍ସୋ କୋର୍ଟ ସ୍ୱତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଗୁରୁବାର ଜଣେ ୫ ବର୍ଷର ଝିଅକୁ ଦୁଷ୍କର୍ମ ମାମଲାର ବିଚାର କରି ବଳାତ୍କାରୀଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୨୨ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ଦେଢ଼ ବର୍ଷ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ। ଅଭିଯୁକ୍ତ ଜଣକ ହେଲେ ବ୍ରାହ୍ମଣି ଗାଁ ଥାନା ଅଞ୍ଚଳର ଗଣେଶ ବେହେରାଦଳାଇ ଓରଫ ଲିଟୁ (୨୮) ।

୨୦୨୦ ମସିହା ଜାନୁୟାରୀ ୨୬ ତାରିଖରେ ପାଞ୍ଚ ବର୍ଷ ର ଝିଅଟି ତାଙ୍କ ଘର ସମ୍ମୁଖରେ ସକାଳୁ ଖେଳୁଥିଲେ । ସକାଳ ୮ଟା ସମୟରେ ଗଣେଷ ବେହେରାଦଳାଇ ତାଙ୍କୁ ବରା କିଣି ଦେବି କହି ଉଠାଇ ନେଇ ପାଖ ପାଖ ଜଙ୍ଗଲ ବୁଦା ମୂଳେ ଦୁଷ୍କର୍ମ କରିଥିଲେ। ଏବଂ ସେ ପାଟି କରିବାରୁ ତାକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ ସମସ୍ତ ସ୍କୁଲରେ ପାଳନ ହେଉଥିବାରୁ ସ୍କୁଲ ପିଲା ସେହି ଘଟଣା ସ୍ଥଳ ଦେଇ ଘରକୁ ଫେରୁଥିବା ସମୟରେ ଛାତ୍ରଛାତ୍ରୀ ମାନେ ପାଞ୍ଚ ବର୍ଷ ର ଶିଶୁକୁ ଉଦ୍ଧାର କରି ତା ମାଆକୁ ହସ୍ତାନ୍ତର କରିଥିଲେ । ମାଆ ପୀଡ଼ିତା ଶିଶୁ ସହ କଥା ହେବା ପରେ ବ୍ରାହ୍ମଣି ଗାଁ ଥାନାରେ ୨୬ଜାନୁୟାରୀ ୨୦୨୦ ଏତଲା ଦେଇଥିଲେ । ପୁଲିସ ୦୯/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତ ଗଣେଶକୁ ଗିରଫ କରିଥିଲା । ଏହି ଘଟଣାରେ ବିଚାରପତି ମୋଟ ୧୪ଜଣଙ୍କ ସାକ୍ଷ୍ୟ ପ୍ରମାଣ, ମେଡ଼ିକାଲ ରିପୋର୍ଟ ଏବଂ ଅନ୍ୟାନ ତଥ୍ୟକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ । ଏଭଳି ଘଟଣା ବାରମ୍ବାର ଘଟୁଥିବା ରୁ ଏଭଳି ଦଣ୍ଡ ସମାଜରେ ପ୍ରଭାବ ପକେଇବା ସହ ଏଭଳି ଘୁର୍ଣ୍ୟ କାମ କରିବା ପାଇଁ ଲୋକେ ସାହସ କରିବେ ନାହିଁ ବୋଲି ଆଶା କରାଯାଉଛି ।

ହତ୍ୟା ମାମଲାରେ ନୀରିହଙ୍କୁ ଗିରଫ ଧମକ ଦେଇ ଲାଞ୍ଚ ନେବା ମାମଲା: ପୂର୍ବତନ ଚକାପାଦ ଥାନା ଅଧିକାରୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ଥାନାର ତକ୍ରାଳୀନ ଭାରପ୍ରାପ୍ତ ଥାନା ଅଧିକାରୀ ସବ୍‌ ଇନ୍ସପେକ୍ଟର ହରିବନ୍ଧୁ ପରିଡା ଏକ ହତ୍ୟା ମାମଲାରେ ନୀରିହଙ୍କୁ ଧମକାଇ ଲାଞ୍ଚ ନେବା ମହଙ୍ଗା ପଡିଛି। ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଜାଲରେ ପଡିଥିଲେ ହରିବନ୍ଧୁ ପରିଡା । ଏହି ମାମଲାର ବିଚାର କରି ଆଜି ସ୍ତାନୀୟ ସ୍ୱତନ୍ତ୍ର ଭିଜିଲାନସ୍‌ କୋର୍ଟ ଏସଆଇ ହରିବନ୍ଧୁ ପରିଡାଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦେଶ ଦେଇଛନ୍ତି । ଏହା ସହିତ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିବା ବେଳେ ଜୋରିମାନା ଅନାଦେୟ ଅତିରିକ୍ତ ଚାରି ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନସ୍‌ ଜଜ୍‌ ସନ୍ତୋଷ କୁମାର ଜେନା । ପୂବତନ ଏସଆଇ ଶ୍ରୀ ପରିଡାଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗହଂଗ ନିକଟ ନାହାଡା ଗାଁରେ ହୋଇଥିବା ବେଳେ ବର୍ତମାନ ସେ ବ୍ରହ୍ମପୁର ଗଣପତି ନଗର ୪ର୍ଥ ଲାଇନରେ ରହୁଛନ୍ତି । ସେ ୨୦୨୧ ଜୁନ୍‌ ୩୦ ତାରିଖରୁ ସରକାରୀ ଚାକିରିରୁ ଅବସର ନେଇସାରିଛନ୍ତି । ଆଜି ଦଣ୍ଡାଦେଶ ହେବା ପରେ ୩୦ ହଜାର ଟଙ୍କାର ତିନୋଟି ସିଓରିଟିରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।

କୋର୍ଟରୁ ମିଳିଥିବା ସୂଚନା ଅନୁସାରେ, ୨୦୧୮ ଜୁଲାଇ ସତର ତାରିଖରେ ଚକାପାଦ ଥାନା ଅଞ୍ଚଳରେ ରଙ୍କନିଧି ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଥାନାରେ ୧୬-୨୦୧୮ରେ ମାମଲା ରୁଜୁ କରି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଭାରପ୍ରାପ୍ତ ଚକାପାଦ ଥାନା ଅଧିକାରୀ ଶ୍ରୀ ପରିଡା। ପରେ କିନ୍ତୁ ଅନ୍ୟ ନିରିହଙ୍କୁ ଗିରଫର ଧମକ ଦେଉଥିଲେ। ହତ୍ୟା ମାମଲାରେ ତିଳେ ମାତ୍ର ସଂପୃକ୍ତି ନ ଥାଇ ନିରିହ ଗ୍ରାମବାସୀଙ୍କୁ ପୁଲିସ ଓ ଆଇନର ନାଲି ଆଖି ଦେଖାଇ ମାମଲାରେ ଖଞ୍ଜି ଗିରଫ କରିବାକୁ ଧମକ ଦେବା ପରେ ଆତଙ୍କିତ ନିରିହ ଗ୍ରାମବାସୀ ଭିଜିଲାନସର ଶରଣ ପଶିଥିଲେ। ଚାହାଲି ପଞ୍ଚାୟତ ଅନ୍ତର୍ଗତ ବାଇଲୋ ବଞ୍ଜାରା ଗାଁର ଜେନା ମଲିକଙ୍କୁ ଏପରି ଧମକ ପରେ ୨୦୧୮ ଅଗଷ୍ଟ ୧୫ ତାରିଖରେ ସେ ଫୁଲବାଣୀ ଭିଜିଲାନସରେ ଅଭିଯୋଗ କରିଥିଲେ । ଫୁଲବାଣୀ ଭିଜିଲାନସ୍‌ ୟୁନିଟ ଦେଇଥିବା ରାସାୟନିକ ବୋଳା ଦଶହଜାର ଟଙ୍କା ଜେନା ମଲିକ ଠାରୁ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନସ୍‌ ଟିମ୍‌ ଲାଞ୍ଚ ଟଙ୍କା ସହିତ କାବୁ କରିନେଇଥିଲେ ଥାନା ଅଧିକାରୀଙ୍କୁ। ବ୍ରହ୍ମପୁର ଭିଜିଲାନସ୍‌ ଥାନାରେ ୩୪-୨୦୧୮ରେ ଏକ ମାମଲା ରୁଜୁ କରାଯିବା ସହିତ ଗିରଫ ଥାନା ଅଧିକାରୀଙ୍କୁ ସେତେବେଳେ କୋର୍ଟ ଚାଲାଣ କରିଥିଲେ ଫୁଲବାଣୀ ଭିଜିଲାନସ୍‌ ୟୁନିଟ୍‌ । ୨୦୧୭ ଅଗଷ୍ଟ ଆଠ ତାରିଖରୁ ଚକାପାଦ ଥାନା ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ ଏସଆଇ ହରିବନ୍ଧୁ ପରିଡା। ଏହି ମାମଲାକୁ ତକ୍ରାଳୀନ ଇନ୍ସପେକ୍ଟର ତଥା ବର୍ତମାନ ଡିଏସପି ପୁଲସ୍ତି ଛତ୍ରିଆ ତଦନ୍ତ କରିଥିଲେ। ବିଚାରଣ ବେଳେ ଏହି ମାମଲାରେ କୋର୍ଟରେ ଦଶ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। କୋର୍ଟରେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଭି ଭି ରାମଦାସ ଏହି ମାମଲାକୁ ପରିଚାଳନା କରିଥିଲେ।

ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ
ଫୁଲବାଣୀ: ମାଟ୍ରିକ ପରୀକ୍ଷା ଦେଇଛନ୍ତି ବିଧାୟକ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆଜି ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏହାକୁ ନେଇ ଫୁଲବାଣୀରେ ଚର୍ଚ୍ଚା ଜୋର ଧରିଛି । ବିଧାୟକ ପୂର୍ବରୁ ୧୯୭୮ ମସିହାରେ ୧୦ମ ପଢୁଥିବାବେଳେ ପାରିବାରିକ ସମସ୍ୟାରୁ ସେତେବେଳେ ମାଟ୍ରିକ ପରୀକ୍ଷା ଦେଇପାରି ନଥିଲେ। ସେତେବେଳେ ଏକାଦଶ ଶ୍ରେଣୀ ଥିଲା । ଏହା ପରେ ରାଜନୈତିକ ବ୍ୟସ୍ତତା କାରଣରୁ ସମୟ ବାହାର କରି ପାରି ନଥିଲେ ବିଧାୟକ । ବିଭିନ୍ନ ଗଣମାଧ୍ୟମରେ ବୟସ୍କ ଲୋକମାନେ ପରୀକ୍ଷା ଦେଉଥିବା ଦେଖି ଏବଂ ତାଙ୍କର ଘନିଷ୍ଠ ବନ୍ଧୁଙ୍କ ପରାମର୍ଶ ପରେ ବିଧାୟକ ଆଜି ପରୀକ୍ଷା ଦେଇଛନ୍ତି । ଫୁଲବାଣୀ ରୁଜାଙ୍ଗୀ ହାଇସ୍କୁଲରେ ପରୀକ୍ଷା ଦେଇଛନ୍ତି। ମୁକ୍ତ ସ୍କୁଲ ପାଠ୍ୟକ୍ରମ ଅଧୀନରେ ବିଧାୟକ ଅଙ୍ଗଦ କହଁର ପରୀକ୍ଷା ଦେଇଛନ୍ତି।

ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା ଫେରିବ ଫୁଲବାଣୀ
ଫୁଲବାଣୀ: ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା ଫେରିବ ଫୁଲବାଣୀ। ଏ ଦିଗରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସ୍ତାନୀୟ ଜିଲ୍ଲା ମେଡିକାଲରେ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଫୁଲବାଣୀ ଜିଲ୍ଲା ମେଡିକାଲରେ ଥିବା ନୂତନ ମାତୃ ଶିଶୁ ସ୍ୱାସ୍ଥ୍ୟ ୟୁନିଟ୍‍(ଏମସିଏଚ୍‍) ମଧ୍ୟରେ ଏକ ସ୍ୱତନ୍ତ୍ର କ୍ୟାବିନ୍‍ ବ୍ୟବସ୍ଥା କରାଯାଉଛି ଜଗାକୁ ରଖିବା ପାଇଁ। ଦିନେ ଦୁଇ ଦିନ ମଧ୍ୟରେ ଜଗା ଫୁଲବାଣୀ ଫେରିବ ବୋଲି ନିର୍ଭର ଯୋଗ୍ୟ ସୁତ୍ରରୁ ସୂୁଚନା ମିଳିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଜଗାକୁ ଆଣିବା ଏବଂ ସେଥିପାଇଁ ଥିବା ଆବଶ୍ୟକୀୟ ଚିକିତ୍ସା ଓ ଆନୁସଙ୍ଗିକ ପଦକ୍ଷେପ ନେବା ପାଇଁ ଏକ ଡାକ୍ତରୀ ଦଳ ସୋମବାର କଟକ ଏସସିବି ମେଡିକାଲ କଲେଜ ଅଭିମୂଖେ ଯିବେ। ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡା ମନୋରଞ୍ଜନ ରାଉତଙ୍କ ନେତୃତ୍ୱରେ ଡା. ସିଏଚ୍‍. ଏନ. ସୁବୁଦ୍ଧି ଏବଂ ଜଣେ ଫାର୍ମାସିଷ୍ଟ ପ୍ରମୁଖ ଏହି ଟିମ୍‍ କଟକ ଏସସିବି ଯାଇ ସେଠାରେ ଜଗାର ସ୍ତାନାନ୍ତରକୁ ନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବେ। ସମ୍ଭବତଃ ମଙ୍ଗଳବାର ସୁଦ୍ଧା ଜଗା ଫୁଲବାଣୀ ଜିଲ୍ଲା ମେଡିକାଲକୁ ଆସିବ ବୋଲି ସୂଚନା ମିଳିଛି। ଦିର୍ଘ ପାଞ୍ଚ ବର୍ଷ ପରେ କନ୍ଧମାଳ ଫେରିବ ଜଗା। ତେବେ ଗତ ବର୍ଷ ଯୋଡା ମୁଣ୍ଡ ଶିଶୁ ଜଗାର ଭାଇ ବଳିଆର ମୃତ୍ୟୁ ହୋଇଥିଲା। ଦିର୍ଘ ଚାରି ବର୍ଷରୁ ଅଧିକ ସମୟ ଧରି ଚିକିତ୍ସିତ ହେବା ପରେ ତାର ମୃୁତ୍ୟୁ ହୋଇଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ, ଫିରିଙ୍ଗିଆ ମିଲୁପଡାର ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଏକ ସବୁଠାରୁ ବିରଳ ତଥା ସଫଳ ଅସ୍ତ୍ରୋପଚାର ବଳରେ ଦିଲ୍ଲୀ ଏମସ୍‍ରେ ଅଲଗା କରାଯାଇଥିଲା। ସାରା ବିଶ୍ୱରେ ବିରଳ ଏହି ଅସ୍ତ୍ରୋପଚାର ଡା. ଅଶୋକ ମହାପାତ୍ରଙ୍କ ସଫଳ ନେତୃତ୍ୱରେ ଏକ ଚାଳିଶ ଜଣିଆ ଟିମ୍‍ କରିଥିଲେ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ଦ୍ୱୟର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଘୋଷଣା କରିବା ସହିତ ପ୍ରାଥମିକ ପର୍ଯ୍ୟାୟରେ ଏକ କୋଟି ଟଙ୍କା ସିଏମଆରଏଫରୁ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଡା.ବୃନ୍ଦା ଡି ଏ ନେଇ ଜିଲ୍ଲାସ୍ତରରେ ସମସ୍ତ ବ୍ୟବସ୍ଥା କରିବା ସହିତ ପ୍ରଥମେ କଟକ ଏସସିବି ଏବଂ ପରେ ଦିଲ୍ଲୀ ଏମସ ସ୍ତାନାନ୍ତର କରାଇଥିଲେ। ଏପରିକି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଗୋଟିଏ ଦିନର ଦରମା ଶିଶୁ ଦ୍ୱୟଙ୍କ ଚିକିତ୍ସା ପାଇଁ ପ୍ରଦାନ କରିଥିଲେ।