Firing in America School - The Sakala

ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ସ୍କୁଲରେ ଗୁଳିକାଣ୍ଡ; ୨ ଛାତ୍ର ମୃତ, ଶିକ୍ଷକ ଗୁରୁତର
ଆମେରିକା: ଆମେରିକାର ଏକ ସ୍କୁଲରେ ପୁଣି ଥରେ ଫୁଟିଛି ଗୁଳି। ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡରେ ୨ ଜଣ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ଜଣେ ଶିକ୍ଷକ ଗୁରୁତର ହୋଇଥିବା ଜଣାପଡିଛି । ସ୍କୁଲରେ ଗୁଳିମାଡ଼ କରି ଫେରାର ହୋଇଯାଉଥିବା କାର୍‌କୁ ଲୋକ ଅଟକାଇ ୩ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଜିମା ଦିଆଯାଇଛି ।

ସୂଚନା ଅନୁସାରେ, ସୋମବାର ଅପରାହ୍ନରେ କାଲିଫର୍ଣ୍ଣିଆର ଡେସ୍ ମୋଇନେସ୍‌ ସ୍ଥିତ ଆଇୱା ଚାର୍ଟର୍ ସ୍କୁଲରେ ପିଲାମାନେ ପଢ଼ୁଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ଗୁଳିକାଣ୍ଡରେ ଆହତ ଛାତ୍ରଦ୍ୱୟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଛାତ୍ର ମୃତ୍ୟୁବରଣ କରିଥିଲେ । ଗୁଳି ମାଡ଼ରେ ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି ।

ଆମେରିକାରେ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଛୋଟ ପିଲାଙ୍କ ସମେତ ସାଧାରଣ ବ୍ୟକ୍ତି ଏହାର ଶିକାର ହେଉଛନ୍ତି। ଏହାକୁ ନେଇ ଚାରିଆଡ଼େ ଉଦବେଗ ପ୍ରକାଶ ପାଉଥିବା ବେଳେ ଏହାକୁ ରୋକିବାକୁ କଠୋର ଆଇନ ପ୍ରଣୟନ ହେଉ ନ ଥିବାରୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।