Human Sagar - The Sakala

ହ୍ୟୁମାନ ସାଗର ମୃତ୍ୟୁ ମାମଲା: ମା’ ଶେଫାଳୀଙ୍କ ଏତଲା ଆଧାରରେ ତଦନ୍ତ କରାଯାଉଛି କହିଲେ କଟକ ଡିସିପି
କଟକ: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା । ହ୍ୟୁମାନଙ୍କ ମା’ ଶେଫାଳୀ ସୁନା ଦେଇଥିବା ଏତଲା ଆଧାରରେ ତଦନ୍ତ କରାଯାଉଥିବା ନେଇ ସୂଚନା ଦେଲେ କଟକ ଡିସିପି ଋଷିକେଶ ଖିଲାରୀ । କଟକ ଡିସିପି କହିଛନ୍ତି କି, ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ। ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି । ଚିକିତ୍ସା ସମ୍ପର୍କରେ ଥିବା ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଛି ।  ହ୍ୟୁମାନଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ନହେବା ସମ୍ପର୍କରେ ଏମ୍ସର ଡାକ୍ତରଙ୍କ ସହ ଯୋଗାଯୋଗରେ ରହିଛି ପୁଲିସ । କିଛି ଚିକିତ୍ସା ସମ୍ପର୍କିତ ଦସ୍ତାବିଜକୁ ମଧ୍ୟ ଆଣିଛି ପୁଲିସ । ହୋଇଥିବା ଅଭିଯୋଗର ଗୋଟି ଗୋଟି କରି ତଦନ୍ତ ହେବ । ସବୁଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମା’ ଶେଫାଳି ସୁନା କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ।

ଅଲବିଦା ହ୍ୟୁମାନ; ଝୁରିବେ ନବୀନ ଫ୍ୟାନ୍: ‘ଓଡ଼ିଶାର ସାନ୍‌ ତୁମେ, ଓଡ଼ିଶାର ଜାନ୍‌...ହେ ନବୀନ ବାବୁ ଆମେ ତମେ ଫ୍ୟାନ୍'....
ଭୁବନେଶ୍ୱର:  ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ଜଗତର ୟୁଥ୍‌ ଆଇକନ୍‌ ହ୍ୟୁମାନ ସାଗରଙ୍କ ଗତକାଲି ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ତାଙ୍କୁ ୩୫ ବର୍ଷ ହୋଇଥିଲା। ଏକାଧିକ ରୋଗରେ ପୀଡ଼ିତ ହ୍ୟୁମାନ୍‌ଙ୍କୁ ଗତ ୧୪ ତାରିଖରେ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। କିଡ୍‌ନୀ ଓ ଲିଭର୍‌ ଜନିତ ସମସ୍ୟା ସମେତ ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ କାମ କରୁନଥିଲା। ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ବେ ସୋମବାର ସଂଧ୍ୟାରେ ସେ ଜୀବନଯୁଦ୍ଧରେ ହାରି ଯାଇଥିଲେ।

କୋଟି କୋଟି ଓଡ଼ିଆ ସଙ୍ଗୀତ ଜଗତର ୟୁଥ୍‌ ଆଇକନ୍‌ ହ୍ୟୁମାନ ସାଗରଙ୍କୁ ଝୁରୁଛନ୍ତି । ଖାଲି ସେତିକି ନୁହେଁ ‘ଓଡିଶାର ସାନ୍‌ ତୁମେ, ଓଡିଶାର ଜାନ୍‌... କୋଟି କୋଟି ଓଡିଆର ତୁମେ ସ୍ୱାଭିମାନ, ହେ ନବୀନ ବାବୁ ଆମେ ତମ ଫ୍ୟାନ୍‌...’, ଏ ଗୀତ ଆଜି ବି କୋଟି କୋଟି ଜନତାଙ୍କ ହୃଦୟରେ ରାଜ୍‌ କରିଚାଲିଛି ।

ବିଜେଡି ପାର୍ଟି ଅଫିସ୍‌, ସଭାଗୃହଠୁ ନେଇ ନବୀନ ଯୁଆଡେ ଯୁଆଡେ ଯାଉଥିଲେ ସବୁଠି ଏହି ଗୀତର ଗୁଞ୍ଜରଣ ଶୁଣିବାକୁ ମିଳୁଥିଲା । ଶେଷରେ ଏ ଗୀତର ଏତେ କ୍ରେଜ ଥିଲା ଯେ, ମେଲୋଡି, ପୂଜା, ଭସାଣୀରେ ବି ବାଜିଲା । ଏପରିକି ହ୍ୟୁମାନ୍‌ ଯେଉଁ ମଞ୍ଚରେ ଗୀତ ଗାଉଥିଲେ । କାରଣ ହ୍ୟୁମାନଙ୍କ କଣ୍ଠରେ ହିଟ୍‌ ହୋଇଥିଲା ସେହି ଗୀତ। ୨୦୧୯ରେ ବିଜେଡିରେ ମିଶି ଧରିଥିଲେ ଶଙ୍ଖ । ନବୀନଙ୍କ ପାଇଁ ପ୍ରଚାରରେ ବି ସାମିଲ ହୋଇଥିଲେ । ସେହିବର୍ଷ ନିର୍ବାଚନରେ ଏହି ଗୀତ ବେଶ୍‌ ଟ୍ରେଣ୍ଡ୍‌ରେ ରହିଥିଲା । ସୋସିଆଲ୍‌ ମିଡିଆରୁ ନେଇ ଶ୍ରୋତାଙ୍କ ମୁହଁରେ ସବୁବେଳେ ସବୁଠି ଏହି ଗୀତ ଶୁଣିବାକୁ ମିଳେ।

ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ‘ଏକ୍ସ’ ଜରିଆ‌ରେ ଶୋକ ପ୍ରକଟ କରିଛନ୍ତି। ଶୋକବାର୍ତ୍ତାରେ ମୋହନ ଉଲ୍ଲେଖ କରିଛନ୍ତି ଯେ, ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ମୁଁ ଦଃଖିତ। ତାଙ୍କର ବିୟୋଗ ଓଡ଼ିଶା ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

‌ସେହିପରି ଶୋକବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ହ୍ୟୁମାନ୍‌ଙ୍କ ମନଛୁଆଁ ସଙ୍ଗୀତ ଅଗଣିତ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି। ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀ ପଟ୍ଟନାୟକ ସମଦେବନା ଜଣାଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାଯାଇଛି।

୧୯୯୦ନଭେମ୍ବର ୨୫ ତାରିଖରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ଜନ୍ମିତ ହ୍ୟୁମାନ୍‌ ସଙ୍ଗୀତ ପରିବାରରୁ ଆସିଥିଲେ। ତାଙ୍କ ପିତା-ମାତା, ଦୁହେଁ ଗାୟକ ହୋଇଥିବା ବେଳେ ଦାଦା ସଂଗୀତ ସଂଯୋଜକ ଥିଲେ। ପିଲାଦିନରୁ ହ୍ୟୁମାନ୍‌ ସାଗରଙ୍କ ସଙ୍ଗୀତ ପ୍ରତି ଅହେତୁକ ଦୁର୍ବଳତା ଥିଲା। ସେ ଛୋଟବେଳୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ଓଡ଼ିଆ ଲୋକସଙ୍ଗୀତରେ ପ୍ରଶିକ୍ଷଣ ନେଇଥିଲେ। ସେ ବିଭିନ୍ନ ସ୍ଥାନୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ୨୦୧୨ ମସିହାରେ ତାଙ୍କର ସଙ୍ଗୀତ କ୍ୟାରିଅର ଆରମ୍ଭ ହୋଇଥିଲା। ତରଙ୍ଗ ଟିଭିରେ ଆୟୋଜିତ ରିଅଲିଟି ସୋ’ ‘ଭଏସ୍‌ ଅଫ୍‌ ଓଡ଼ିଶା-ସିଜନ୍‌-୨’ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ବିଜୟ ତାଙ୍କୁ ଓଡ଼ିଆ ସଙ୍ଗୀତ ଜଗତରେ ପରିଚୟ ଦେଇଥିଲା। ୨୦୧୫ରେ ହ୍ୟୁମାନ୍‌ ସାଗରଙ୍କର ପ୍ରଥମ ପ୍ଲେ-ବ୍ୟାକ୍‌ ଡେବ୍ୟୁ ହୋଇଥିଲା ତରଙ୍ଗ୍‌ ସିନେ ପ୍ରଡକ୍ସନ୍‌ ପ୍ରଯୋଜିତ ଓଡ଼ିଆ ସିନେମା ‘ଇସ୍କ ତୁ ହି ତୁ’ର ଟାଇଟଲ୍‌ ଟ୍ରାକ୍‌ରୁ। ଅଭିଜିତ୍‌ ମଜୁମଦାର ଉକ୍ତ ସଂଗୀତର ନିର୍ଦ୍ଦେଶନା ଦେଇଥିଲେ।

ହାପରଠାରୁ ହ୍ୟୁମାନ୍‌ ଆଉ ପଛକୁ ଫେରି ଚାହିଁନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଦର୍ଶକଙ୍କୁ ଭେଟି ଦେଇ ନିଜର ନିଆରା ପରିଚୟ ସୃଷ୍ଟି କରିଥିଲେ। ଚଳଚ୍ଚିତ୍ର, ଆଲବମ୍‌ ସଙ୍ଗୀତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏପର୍ଯ୍ୟନ୍ତ ସେ ୨୦ରୁ ଊର୍ଦ୍ଧ୍ବ ସିନେମା ଓ ୧୦୦ରୁ ଊର୍ଦ୍ଧ୍ବ ଆଲବମ୍‌କୁ ମିଶାଇ ୧୫ଶହରୁ ଊର୍ଦ୍ଧ୍ବ ଗୀତରେ କଣ୍ଠଦାନ କରିଛନ୍ତି।

Ollywood Singer Human Sagar Passes Away: ନଭେମ୍ବର ୧୭ ଓଡ଼ିଆ ସଙ୍ଗୀତ ପାଇଁ 'ବ୍ଲାକ୍ ଡେ': ଅକ୍ଷୟ ମହାନ୍ତିଙ୍କ ପରେ ହ୍ୟୁମାନ୍ ସାଗରଙ୍କ ପରଲୋକ
ଭୁବନେଶ୍ୱର, ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନଭେମ୍ବର ୧୭ ତାରିଖ ଏକ ଦୁଃଖଦ ଦିନ ଭାବେ ଇତିହାସରେ ଲିପିବଦ୍ଧ ହୋଇ ରହିବ। ଗୋଟିଏ ତାରିଖରେ ଓଲିଉଡର ଦୁଇ ମହାନ କଳାକାରଙ୍କୁ ହରାଇବା ପରେ ସମଗ୍ର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ଆଜି (ନଭେମ୍ବର ୧୭) ପରଲୋକ ଘଟିଥିବା ବେଳେ ଠିକ୍ ୨୩ ବର୍ଷ ତଳେ ଅର୍ଥାତ୍ ନଭେମ୍ବର ୧୭, ୨୦୦୨ରେ ସର୍ବକାଳୀନ ଲୋକପ୍ରିୟ ଗାୟକ ଓ ସଙ୍ଗୀତର ମଉଡମଣୀ ଅକ୍ଷୟ ମହାନ୍ତିଙ୍କର ଦେହାନ୍ତ ହୋଇଥିଲା।

୩୪ ବର୍ଷରେ ହ୍ୟୁମାନ୍ ସାଗରଙ୍କ ଅକାଳ ବିୟୋଗ

ମାତ୍ର ୩୪ ବର୍ଷ ବୟସରେ ହ୍ୟୁମାନ ସାଗରଙ୍କର ଅକାଳ ବିୟୋଗ ଘଟିଛି। ସୋମବାର ସନ୍ଧ୍ୟା ୯:୦୮ ମିନିଟରେ ଭୁବନେଶ୍ୱର ଏମ୍ସ (AIIMS) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।

ସେ ମଲ୍ଟି-ଅର୍ଗାନ୍ ଡସ୍ଫଙ୍କ୍ସନ୍ ସିଣ୍ଡ୍ରୋମ୍ (MODS), ଲିଭର୍ ଫେଲ୍ୟର, କିଡନୀ ସମସ୍ୟା, ଶ୍ୱାସକ୍ରିୟା ଜନିତ ଅସୁବିଧା ଏବଂ ନିମୋନିଆ ଭଳି ଗୁରୁତର ରୋଗରେ ପୀଡ଼ିତ ଥିଲେ।

ଗତ ନଭେମ୍ବର ୧୪ରେ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ତାଙ୍କୁ ଏମ୍ସର ଇମର୍ଜେନ୍ସିରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା, କିନ୍ତୁ ବିଶେଷଜ୍ଞ ଡାକ୍ତରମାନଙ୍କ ଚିକିତ୍ସା ସତ୍ତ୍ୱେ କୌଣସି ଉନ୍ନତି ହୋଇନଥିଲା।

ଉନ୍ନତ ଚିକିତ୍ସା ପାଇଁ ପରିବାର ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକ୍ତରମାନଙ୍କ ସହ ଆଲୋଚନା କରି ସମସ୍ତ ସହାୟତାର ଆଶ୍ୱାସନା ଦେଇଥିଲେ।

‘ଭଏାସ ଅଫ୍ ଓଡ଼ିଶା’ରୁ ଓଲିଉଡ୍ ପର୍ଯ୍ୟନ୍ତ ଯାତ୍ରା

ବଲାଙ୍ଗୀର ଜିଲାର ତିତିଲାଗଢ଼ରେ ଜନ୍ମିତ ହ୍ୟୁମାନ ସାଗର ୨୦୧୨ରେ ‘ଭଏାଇସ୍ ଅଫ୍ ଓଡ଼ିଶା’ ସିଜନ୍-୨ରେ ବିଜୟୀ ହୋଇଥିଲେ। ୨୦୧୫ରେ ‘ଇଶ୍କ୍ ତୁହେଁ ହୀ ତୁହେଁ’ ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ ଗାଇ ସେ ଓଲିଉଡରେ ପ୍ରବେଶ କରିଥିଲେ। ତାଙ୍କ କଣ୍ଠରେ ଗାଇଥିବା ଅନେକ ରୋମାଣ୍ଟିକ୍ ଓ ଭାବପୂର୍ଣ୍ଣ ଗୀତ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା।

ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ମୁଖ୍ୟମନ୍ତ୍ରୀ ସାମାଜିକ ମାଧ୍ୟମରେ ଶୋକ ପ୍ରକାଶ କରି କହିଛନ୍ତି ଯେ ହ୍ୟୁମାନଙ୍କ ଦେହାନ୍ତ ଓଡ଼ିଶାର ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସଙ୍ଗୀତ ଜଗତର ଅନେକ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ଓଲିଉଡ଼ର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ
ଭୁବନେଶ୍ବର : ପରଲୋକରେ  ଓଲିଉଡ଼ର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ହୋଇଥିଲା । ଏକାଧିକ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ ସାଗର। ଲିଭର୍‌ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ ।  ତାଙ୍କର ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଅଚଳ ହୋଇଯାଇଥିଲା। ଶ୍ବାସକ୍ରିୟା ସମସ୍ୟା ଯୋଗୁଁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତ ୧୪ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି ହୋଇଥିଲେ ହ୍ୟୁମାନ ସାଗର। ମଲଟି ଅର୍ଗାନ୍ ଡିଫଙ୍କନ ସିଣ୍ଡ୍ରୋମ୍ ସହିତ ଗୁରୁତର ଲିଭର ସମସ୍ୟା, ନିମୋନିଆ ଓ ହୃଦରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା । ଡାକ୍ତରଙ୍କ ସତଚେଷ୍ଟା ପରେ ବି ହ୍ୟୁମାନ୍‌ଙ୍କ ଦେହାନ୍ତ ହୋଇଛି ।

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ
ଭୁବନେଶ୍ବର: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ବି ଗୁରୁତର ଅଛି। ସେ ଏବେ ଭୁବନେଶ୍ଵର ଏମ୍ସ ICUରେ ଚିକିତ୍ସାଧୀନ ଅଛନ୍ତି। ହ୍ୟୁମାନ ସାଗର ଏକାଧିକ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। ସେ କିଡନୀ ଓ ଲିଭର୍ ଜନୀତ ସମସ୍ୟାରେ ପୀଡ଼ିତ ଅଛନ୍ତି । ପୂର୍ବରୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଥିଲା । ଅଧିକ ଚିକିତ୍ସା ପାଇଁ ଗତକାଲି ହ୍ୟୁମାନଙ୍କୁ AIIMS ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

https://twitter.com/Naveen_Odisha/status/1989518309751230654

Human Sagar Hospitalized: ବିଗିଡ଼ିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା, ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର...
ଭୁବନେଶ୍ବର: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ। ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ସେ କିଡନୀ ଓ ଲିଭର୍ ଜନୀତ ସମସ୍ୟାରେ ପୀଡ଼ିତ ଥିଲେ।
କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ସ୍ବାସ୍ଥ୍ୟଅବସ୍ଥା ଆହୁରି ବିଗିଡିବାରୁ ହ୍ୟୁମାନ୍ ସାଗରଙ୍କୁ ଏମ୍ସରେ ସ୍ଥାନାନ୍ତର କରାଯାଇଛି। ଆଉ କିଛି ସମୟରେ ଚିକିତ୍ସା ପାଇଁ ଏମ୍ସରେ ପହଞ୍ଚିବେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ।

ମୁଁ ସମାଧାନ ପାଇଁ ରାଜି, ହେଲେ ହ୍ୟୁମାନ୍‌‌ ହୃଦୟର ସହ ଗ୍ରହଣ କରିବା ଦରକାର : ଶ୍ରେୟା ମିଶ୍ର
କଟକ : ଓଲିଉଡ୍‌‌ ଷ୍ଟାର୍‌‌ ଦମ୍ପତି ବିବାଦ ଦିନକୁ ଦିନ ଆହୁରି ସଙ୍ଗିନ ହେବାରେ ଲାଗିଛି। ହ୍ୟୁମାନ୍‌‌ ଏବଂ ତାଙ୍କ ମାଆ ମହିଳା ଥାନାରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରୁଥିବାବେଳେ ପତ୍ନୀ ଶ୍ରେୟା ମିଶ୍ର ଆଜି ପୁରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି। ସେ ମଦପିଇ ମୋତେ ଭୀଷଣ ମାଡ଼ ମାରନ୍ତି। ତେବେ ଅନ୍ୟ ମହିଳାଙ୍କ ସହ ହ୍ୟୁମାନ ସାଗରଙ୍କ ସହ ପରକୀୟା ସଂପର୍କ ଥିବା କଥାକୁ ସେ ସ୍ବୀକାର କରିଛନ୍ତି। ହେଲେ ସମସ୍ୟାର ସମାଧାନ ଲାଗି ଏନେଇ ସେ କିଛି କହୁନାହାନ୍ତି। ତେବେ ଶାଶୁ ତାଙ୍କୁ ନିର୍ୟାତନା ଦେଇନାହାନ୍ତି। ଯାହା ନିର୍ୟାତନା ଦେଇଛନ୍ତି, ତାହା କେବଳ ହ୍ୟୁମାନ ସାଗର ଦେଇଛନ୍ତି। ଏପରିରକି ତାଙ୍କୁ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବି ଦଅନ୍ତି ନାହିଁ ସ୍ୱମାୀ ଓ ଶାଶୁ ବୋଲି ସେ କହିଛନ୍ତି।

ପତ୍ନୀ ଶ୍ରେୟା ମିଶ୍ର ଆଜି ପୁରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଇଛନ୍ତି। ସେ ମଦପିଇ ମୋତେ ଭୀଷଣ ମାଡ଼ ମାରନ୍ତି। ତେବେ ଅନ୍ୟ ମହିଳାଙ୍କ ସହ ହ୍ୟୁମାନ ସାଗରଙ୍କ ସହ ପରକୀୟା ସଂପର୍କ ଥିବା କଥାକୁ ସେ ସ୍ବୀକାର କରିଛନ୍ତି। ହେଲେ ସମସ୍ୟାର ସମାଧାନ ଲାଗି ଏନେଇ ସେ କିଛି କହୁନାହାନ୍ତି। ତେବେ ଶାଶୁ ତାଙ୍କୁ ନିର୍ୟାତନା ଦେଇନାହାନ୍ତି। ଯାହା ନିର୍ୟାତନା ଦେଇଛନ୍ତି, ତାହା କେବଳ ହ୍ୟୁମାନ ସାଗର ଦେଇଛନ୍ତି। ଏପରିରକି ତାଙ୍କୁ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବି ଦଅନ୍ତି ନାହିଁ ସ୍ୱମାୀ ଓ ଶାଶୁ ବୋଲି ସେ କହିଛନ୍ତି।

ଶ୍ରେୟା ଅଭିଯୋଗ କରିଛନ୍ତି, ଝିଅ ଜନ୍ମ ପରେ ତାଙ୍କ ଉପରେ ନିର୍ୟାତନା ବଢିଥିଲା । କିନ୍ତୁ ସ୍ୱାମୀ ସେଲିବ୍ରିଟି ହୋଇଥିବାରୁ ସମସ୍ୟାର ସମାଧାନ କରିଦେଇଥିଲୁ । କିନ୍ତୁ ୬ ମାସ ହେଲା ନିର୍ୟାତନା ବଢିଯାଇଥିଲା । ସମାଧାନ ଉଦ୍ୟମ ବି ବିଫଳ ହୋଇଥିଲା । କିନ୍ତୁ ନିର୍ୟାତନା ଅସହ୍ୟ ହେବାରୁ ସେ ଥାନାକୁ ଯିବାକୁ ବାଧ୍ୟ ହୋଇଛନ୍ତି ।

ଅନ୍ୟପଟେ ଗତକାଲି ସୋସିଆଲ୍‌‌ ମିଡିଆରେ ନିଜ ପକ୍ଷ ରଖିଥିବା ଶ୍ରେୟା ମିଶ୍ର କହିଥିଲେ ଯେ ଠାକୁର ପୂଜା କରିବାକୁ ଏବଂ ମନ୍ଦିରରେ ନମସ୍କାର କରିବାକୁ ମନା କରନ୍ତି ହ୍ୟୁମାନ୍‌‌। ପୁରୀ ଶ୍ରୀଜଗନ୍ନାଥଙ୍କ ଅବଢ଼଼ା ଖାଇବାକୁ ବାରଣ କରନ୍ତି। ଅଳତା ସିନ୍ଦୂର ମଧ୍ୟ ଲଗାଇବାକୁ ଦିଅନ୍ତି ନାହିଁ ବୋଲି ଶ୍ରୀୟା ଆଜି ଗଣମାଧ୍ୟମରେ ଅଭିଯୋଗ ଉଠାଇଛନ୍ତି।

ଗତ ୬ ମାସ ହେବ ହ୍ୟୁମାନଙ୍କ ପାଖରେ ସେ ରହୁନାହାନ୍ତି। ନିର୍ଯାତନା ଅସହ୍ୟ ହେବାରୁ ଥାନାକୁ ଯାଇଛନ୍ତି। ‘ମୁଁ ସମାଧାନ ପାଇଁ ରାଜି, ହେଲେ ହ୍ୟୁମାନ୍‌‌ ହୃଦୟର ସହ ଗ୍ରହଣ କରିବା ଦରକାର’ ବୋଲି ସେ ପ୍ରକାଶ କରିଛନ୍ତି। ଯଦି ସେମାନେ ପ୍ରକୃତରେ ସମାଧାନ ପାଇଁ ଚାହୁଁଥିବେ, ପ୍ରଥମେ ଶ୍ରେୟାଙ୍କୁ ମନେଇ ପାରିବେ ଓ ତାଙ୍କୁ ପୂର୍ବଭଳି ସ୍ତ୍ରୀ ଭାବେ ଗ୍ରହଣ କରିବେ, ତାହେଲେ ଶ୍ରୀୟା କମ୍ପର୍‌‌ମାଇଜ୍‌‌(ସମାଧାନ)ରେ ରାଜି ଥିବା ଶ୍ରେୟାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଗତକାଲି ହ୍ୟୁମାନଙ୍କ ମାଆ ବୁଝାମଣା ପାଇଁ ରାଜି ଥିବା କଥା କହିଥିଲେ। ଏହାସହ ବୋହୂ ଏବଂ ନାତୁଣୀ ଘରେ ନ ଥିବାରୁ ତାଙ୍କୁ ମିସ୍‌‌ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଧର୍ମାନ୍ତରୀକରଣ ଅଭିଯୋଗକୁ ଖଣ୍ଡନ କରି ବୋହୂ ଘରେ ଠାକୁର ପୂଜା କରେ, ତା’ ପାଇଁ ଧର୍ମୀୟ ସ୍ୱାଧୀନତା ରହିଥିଲା ବୋଲି ସେ ଜୋର୍‌‌ ଦେଇ କହିଥିଲେ। କିନ୍ତୁ ଆଜି ଶ୍ରୀୟା ଦେଇଥିବା ବୟାନ୍‌‌ ଏବଂ ମାଆଙ୍କ ପ୍ରତିକ୍ରିୟାରେ କୌଣସି ତାଳମେଳ ରହୁନାହିଁ। ହ୍ୟୁମାନ ସାଗରଙ୍କୁ ଏହି ବିବାଦର ଅନ୍ତ କେବେ ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି, ହଁ.. ନିଶ୍ଚୟ ଏହି ସମସ୍ୟାର ସମାଧାନ ହେବ। ତାଙ୍କ ପକ୍ଷରୁ ଘରୋଇ କଳହର ବୁଝାମଣା ନିମନ୍ତେ ପ୍ରସ୍ତାବ ଦିଆଯାଇଛି।

ତେବେ ଆଜି ଶ୍ରୀୟାଙ୍କ ମନକଥା ସୋସିଆଲ୍‌‌ ମିଡିଆରେ ଭାଇରାଲ ହେବା ପରେ ଗତକାଲି ହ୍ୟୁମାନ୍‌‌ଙ୍କ ଠାକୁର ଘର ଦୃଶ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ହ୍ୟୁମାନଙ୍କ ଠାକୁର ଘରେ ପ୍ରଭୁ ଜଗନ୍ନାଥ, ମା’ ସରସ୍ୱତୀ ଏବଂ ଗଣେଶଙ୍କ ମୂର୍ତ୍ତି ଓ ଫଟୋଚିତ୍ର ରହିଛି। ଶ୍ରୀୟାଙ୍କ ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ସମୟରେ ହ୍ୟୁମାନ୍‌‌ ତାଙ୍କ ଛୋଟ ଝିଅକୁ ମାଡ଼ ମାରନ୍ତି। ଜଣେ ତୃତୀୟ ମଣିଷ ପାଇଁ ଦାମ୍ପତ୍ୟରେ ସମସ୍ୟା ସୃଷ୍ଟି ହୋଇଛି। ଏହି ତୃତୀୟ ମଣିଷ କଥା କହି, ଶ୍ରୀୟା ଗତକାଲି ନିଜ ପକ୍ଷ ସୋସିଆଲ୍‌‌ ମିଡିଆରେ ରଖିଥିବା ବେଳେ ଆଜି ପୁରୀରେ ପ୍ରେସ୍‌ମିଟ୍‌ କରିଛନ୍ତି। ଶ୍ରୀୟାଙ୍କ ଜନ୍ମଦିନ ପାର୍ଟିରେ ହ୍ୟୁମାନ୍‌‌ ସାଗର ଏବଂ ତାଙ୍କ ଝିଅଙ୍କ ସହିତ ନାଚୁଥିବାର ଦୃଶ୍ୟ ଆଜି ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି। ଏଭଳି ଭଲପାଇବାର ଦୃଶ୍ୟ ଏବଂ ବିବାଦର ଦୃଶ୍ୟକୁ ଦେଖି ଫ୍ୟାନ୍‌‌ମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳୁଛି।