Budget 2023-24 - The Sakala
ବଜେଟର ସାଧାରଣ ଆଲୋଚନା ଉପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିବୃତ୍ତି
ଭୁବନେଶ୍ୱର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟର ସାଧାରଣ ଆଲୋଚନା ଉପରେ ବିବୃତ୍ତି ରଖିଥିଲେ। ଅର୍ଥମନ୍ତ୍ରୀ କହିଥିଲେ ଯେ ଏହି ବଜେଟ୍ ନୂତନ ଓଡ଼ିଶା-ଏକ ସଶକ୍ତ ଓଡ଼ିଶା- ଏକ ସମୃଦ୍ଧ- ଏକ ସ୍ୱାଭିମାନୀ ଓଡ଼ିଶା ଗଠନ ଦିଗରେ ଆମର ଆଉ ଏକ ପଦକ୍ଷେପ । ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ମୋଟ୍ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ମଧ୍ୟରୁ କାର୍ଯ୍ଯକ୍ରମ ବ୍ୟୟ ନିମନ୍ତେ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି । ୨୦୦୩-୨୦୦୪ ଆର୍ଥିକ ବର୍ଷରେ ମୋଟ୍ କାର୍ଯ୍ଯକ୍ରମ ବ୍ୟୟ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୨୫ ପ୍ରତିଶତ ଅଧିକ ଅଟେ ।
ପୁଞ୍ଜି ବ୍ୟୟ ବାବଦକୁ ୫୧ ହଜାର ୬ଶହ ୮୩ କୋଟି ଟଙ୍କା ଅଟକଳ ହୋଇଛି । ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୬ ପ୍ରତିଶତ ଅଟେ । ଚଳିତ ଆର୍ଥିକ ବର୍ଷରେ ଏହି ବାବଦକୁ ଥିବା ଆବଣ୍ଟନ ବିଗତ ବର୍ଷଠାରୁ ୩୩ ପ୍ରତିଶତ ଅଧିକ । ଦେଶର ସମସ୍ତ ପ୍ରମୁଖ ରାଜ୍ୟ ତୁଳନାରେ ଓଡ଼ିଶାର ମୋଟ ବଜେଟରେ ପୁଞ୍ଜି ବ୍ୟୟର ଅନୁପାତ ସର୍ବାଧିକ ଅଟେ। ଏହି ବଜେଟରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ଏବଂ ମୋ ସରକାରର ସଫଳ ରୂପା ପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି । ସୁଲଭ ମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସାର୍ବଜନୀନ ଉପଲବ୍ଧି ସୁନିଶ୍ଚିତ କରାଇବା ନିମନ୍ତେ ମୋଟ ୧୬, ୪୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏକ ବର୍ଷର ରେକର୍ଡ ଅବଧିରେ ୧୪୭ ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆମ ହସ୍ପିଟାଲ ଯୋଜନାରେ ୭୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ରୋଗୀଙ୍କୁ ନଗଦ ବିହୀନ ଚିକିତ୍ସା ପାଇଁ ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି ଅଧୀନରେ ୨୩୮୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ୨୦୨୩ କୃଷି ବଜେଟ୍ ଅଧୀନରେ ୨୪,୮୨୯ କୋଟି ଟଙ୍କାର ବ୍ୟବରାଦ ହୋଇଛି । ଲଜଡକ ସେତୁ, ବିମାନବନ୍ଦର ଏବଂ ରେଳବାଇ ଅଧୀନରେ ୧୯ ହଜାର ୪ ଶହ ୫୨ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଶିକ୍ଷା ଏବଂ ଦକ୍ଷତା ବିକାଶ କେନ୍ଦ୍ ପାଇଁ ୩୦ ହଜାର ୩୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସବୁ ବିଭାଗ ପାଇଁ କିଛି ନା କିଛି ଘୋଷଣା କରିଛନ୍ତି ସରକାର । ଚଳିତ ବଜେଟ୍ ରାଜ୍ୟ ବିକାଶକୁ ଆହୁରି ଆଗକୁ ନେବାରେ ସହାୟକ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି ।
ବଜେଟ୍ ୨୦୨୩- ୨୪: ଆୟୁଷ୍ମାନ ଭାରତ ଯୋଜନାକୁ କଡା ପ୍ରତିକ୍ରିୟା, ମିଲେଟକୁ ବଜେଟରେ ଗୁରୁତ୍ବ ମିଳିଥିବାରୁ ବେଶ ଖୁସି- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଆଣିଥିବା ବଜେଟରେ କିଛି କ୍ଷେତ୍ରରେ ପଦେକ୍ଷପ ବେଶ ପ୍ରଶଂସନୀୟ । ତେବେ କେତେକ ଦିଗ ପ୍ରତି ବଜେଟରେ ଅଣଦେଖା କରାଯିବା ଚିନ୍ତାଜନକ । ଏଥିପ୍ରତି ଧ୍ୟାନ ଦେବା ଜରୁରୀ । ବଜେଟକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ଓଡ଼ିଶା ରାଜ୍ୟ ବିଜେପପିର ନେତାମାନେ ‘ଆୟୁଷ୍ମାନ ଭାରତ’ ଯୋଜନା ନେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନିଜ ବଜେଟ ପ୍ରତିକ୍ରିୟାରେ କହିଛନ୍ତି, ବଜେଟରେ ପୁଞ୍ଜି ନିବେଶକୁ ଅଗ୍ରାଧିକାର ମିଳିଛି । ପାନୀୟ ଜଳ ଓ ଗ୍ରାମ୍ୟ ଗୃହ ନିର୍ମାଣକୁ ଅଧିକ ଫୋକସ୍ କରାଯାଇଛି । ଏହା ବାସ୍ତବରେ ଦେଶର ଅଭିବୃଦ୍ଧିକୁ ଆଗକୁ ନେବା ସହ ଗ୍ରାମାଞ୍ଚଳର ସାମାଜିକ ବିକାଶରେ ସହାୟକ ହେବ । ମିଲେଟ ଉପରେ ପ୍ରଧାନମନ୍ତ୍ରୀ ଭରସା କରିଥିବାରୁ ନବୀନ ଖୁସି ବ୍ୟକ୍ତ କରିଛନ୍ତି । ଓଡ଼ିଶା ମିଲେଟ ମିଶନ ସମଗ୍ର ଦେଶରେ ଏକ ଅଭିନବ ପଦକ୍ଷେପ ଥିଲା ।
ମିଲେଟକୁ ବଜେଟରେ ଗୁରୁତ୍ବ ମିଳିଥିବାରୁ ବେଶ ଖୁସି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ ଦର୍ଶାଇଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ସଂପର୍କରେ କଡ଼ା ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ଏ ଯୋଜନା ପାଇଁ ରାଜ୍ୟ ବିଜେପି ନେତାମାନେ ଓକିଲାତି କରୁଛନ୍ତି । ଏଥିପାଇଁ କେନ୍ଦ୍ର ବଜେଟରେ ମାତ୍ର ୭ ହଜାର ୨ ଶହ କୋଟି ସାରା ଦେଶ ପାଇଁ ବରାଦ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ୨୪୦୦ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରୁଛନ୍ତି ।
ଯଦି ସରକାରୀ ସୁବିଧାକୁ ମିଶାଯାଏ ତେବେ ଏହାର ପରିମାଣ ବାର୍ଷିକ ୬ ହଜାର କୋଟି ଟଙ୍କା ଛୁଇଁବ । ରାଜ୍ୟ ସରକାର ସ୍ବାସ୍ଥ୍ୟକୁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛନ୍ତି । ଏ ବାବଦକୁ ଅଧିକ ପାଣ୍ଠି ଖର୍ଚ୍ଚ କରୁଛନ୍ତି । ତେଣୁ ଆୟୁଷ୍ମାନ ଭାରତ ନେଇ ରାଜ୍ୟ ବିଜେପି ନେତା ଆଉ ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ ବୋଲି ନବୀନ କହିଛନ୍ତି । ବଜେଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ୍, ଇଣ୍ଟରନେଟ୍ ସହ ଆଦିମ ଜନଜାତିଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ ।
ତେବେ ମନରେଗାରେ ବହୁ ସିଂହଭାଗ ପାଣ୍ଠି ହ୍ରାସ କରାଯାଇଛି । ଏହା ଗରିବ ଲୋକଙ୍କୁ ବହୁଳ ଭାବେ ପ୍ରଭାବିତ କରିବ । ଖାଦ୍ୟ ସୁରକ୍ଷା ସହ ଧାନ ସଂଗ୍ରହରେ ବଜେଟ ପାଣ୍ଠି ହ୍ରାସ ପାଇବା ଗରିବ ଓ ଚାଷୀକୁଳଙ୍କୁ ବାଧିବ । ୨୦୨୧-୨୨ ଆର୍ଥିକ ବର୍ଷରେ ଧାନ ଓ ଅନ୍ୟ ଶସ୍ୟ ସଂଗ୍ରହ ପାଇଁ ୮୦ ହଜାର କୋଟିର ପାଣ୍ଠି ବରାଦ ହୋଇଥିଲା ବେଳେ ଏ ବଜେଟରେ ମାତ୍ର ୬୦ ହଜାର କୋଟି ବରାଦ ହୋଇଛି ।
ସର୍ବନିମ୍ନ ସହାୟକ ମୂଲ୍ୟରେ ଶସ୍ୟ ସଂଗ୍ରହ କ୍ଷେତ୍ରରେ ଏହା ବଡ଼ ବାଧକ ସାଜିବ । ସେହିଭଳି ଗତ ଆର୍ଥିକ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ କୋଟି ବ୍ୟୟ ହୋଇଥିଲା ବେଳେ ଅର୍ଥମନ୍ତ୍ରୀ ଚଳିତ ବଜେଟରେ ଏହାକୁ ୧.୩୭ ଲକ୍ଷ କୋଟିକୁ କମାଇଛନ୍ତି । ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରେର ପାଣ୍ଠି ବରାଦ କମିଛି ଅବା ବଢ଼ିନି । ଏ ଦିଗକୁ ଅଧିକ ଫୋକସ କରିବାର ଥିଲା ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
ଭୁବନେଶ୍ବର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି।ଚଳିତ ବଜେଟରେ ରେଳ ବ୍ୟୟବରାଦ ମଧ୍ୟ ଉପସ୍ଥାପିତ ହେଉଛି । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ କ’ଣ ମିଳିବ ତାହା ଉପରେ ନଜର । ହେଲେ ରେଳବାଇକୁ ନେଇ ଅନେକ ଆଶା ରଖିଛନ୍ତି ରାଜ୍ୟବାସୀ ।
ନୂଆ କେନ୍ଦ୍ର ବଜେଟରେ ଓଡ଼ିଶା ସରକାର ରେଳାବଇ କ୍ଷେତ୍ର ପାଇଁ ୮୪୦୦ କୋଟି ଟଙ୍କା ଦାବି କରିଛନ୍ତି। ଓଡ଼ିଶାରେ ରେଳବାଇ ନେଟୱାର୍କର ସମ୍ପ୍ରସାରଣ, ଭିତ୍ତିଭୂମି ନିର୍ମାଣ ଜରିଆରେ ରେଳ ସାନ୍ଧ୍ରତା ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ରେଳ ମନ୍ତ୍ରାଳୟ ଓଡ଼ିଶାରୁ ପ୍ରତିବର୍ଷ ୨୦ ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ୱ ପାଉଥିବା ବେଳେ ଚଳିତ ବଜେଟ୍‌‌ରେ ଅତିକମ୍‌‌ରେ ୮୪୦ କୋଟି ଟଙ୍କା ଦେବା ଆବଶ୍ୟକ ବୋଲି କୁହାଯାଇଛି। ଏଥିରେ ବିଭିନ୍ନ ପୁରୁଣା ଓ ନୂଆ ରେଳପଥ ନିର୍ମାଣ, ଷ୍ଟେସନ୍‌‌ ଉନ୍ନତିକରଣ, ପ୍ରଚଳିତ ଟ୍ରେନ୍‌‌ର ସମ୍ପ୍ରସାରଣ, ନୂଆ ଟ୍ରେନ୍‌‌ ଚଳାଚଳ, ଯାତ୍ରୀ ସୁବିଧା, ରେଳ ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି ପାଇଁ ଅନୁଦାନ ଦାବି କରାଯାଇଛି।
ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋପାଳପୁର-ରାଇରାଖୋଲ (୨୫୦କିମି) ପାଇଁ ୨୦୦ କୋଟି, ନୂଆପଡ଼ା-ଗୁଣୁପୁର ନୂଆ ବିଜି ରେଳ ଲିଙ୍କ୍‌‌ ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ (୭୯ କିମି) ପାଇଁ ୩୦୦ କୋଟି, ପୁରୀ-କୋଣାର୍କ ନୂଆ ଲାଇନ୍‌‌ (୩୮ କିମି) ପାଇଁ ୧୦୦ କୋଟି ଟଙ୍କା ଓଡ଼ିଶା ଦାବି କରିଛି। ସେହିପରି ନୂଆପଡ଼ାରୋଡ଼-ବରଗଡ଼ ରୋଡ଼ ଭାୟା ପଦ୍ମପୁର (୧୪୨ କିମି) ପାଇଁ ୧୦୦ କୋଟି, ଯାଜପୁର କେନ୍ଦୁଝର ରୋଡ-ଧାମରା ବନ୍ଦର ଭୟା ଯାଜପୁର/ଆରଡି (୯୫ କିମି) ପାଇଁ ୧୦୦ କୋଟି, ତାଳଚେର-ଅନୁଗୁଳ ପାଇଁ ୧୦୦ କୋଟି, ପାରାଦ୍ୱୀପ-ଧାମରା ରେଳ ଲିଙ୍କ୍‌‌ (୮୦ କିମି) ପାଇଁ ୫୦ କୋଟି, ବୁଢ଼ାମରା-ଚକୁଳିଆ ଲାଇନ୍‌‌ ପାଇଁ ୧୦୦ କୋଟି, କେନ୍ଦୁଝର-ବାଦାମ ପାହାଡ଼ ପାଇଁ ୧୦୦ କୋଟି, ଖୋର୍ଦ୍ଧା ରୋଡ-ବଲାଙ୍ଗିର ବିଜି ରେଳ ଲିଙ୍କ୍‌‌ ପ୍ରକଳ୍ପ ପାଇଁ ୧୨୦୦ କୋଟି, ତାଳଚେର-ବିମଳାଗଡ଼ (୧୫୪ କିମି) ପାଇଁ ୮୦୦ କୋଟି, ଜଳେଶ୍ୱର-ଦୀଘା (୪୧ କିମି) ୧୦୦ କୋଟି, ଜୁନାଗଡ଼-ନବରଙ୍ଗପୁର (୧୧୮ କିମି) ପାଇଁ ୧୦୦ କୋଟି, ନବରଙ୍ଗପୁର-ଜୟପୁର (୩୮କିମି) ୧୫୦ କୋଟି, ଜୟପୁର-ମାଲକାନଗିରି (୧୩୦ କିମି) ପାଇଁ ୩୦୦ କୋଟି, ମାଲକାନଗିରି-ଭଦ୍ରାଚଳମ ପାଇଁ ୧୦୦ କୋଟି ଟଙ୍କା ଦାବି କରାଯାଇଛି। ଅପରପକ୍ଷେ ରାଜ୍ୟରେ ଜାରି ରହିଥିବା ରେଳ ଲାଇନ୍‌‌ ଦୋହରୀକରଣ ପ୍ରକଳ୍ପ, ତୃତୀୟ ଲାଇନ୍‌‌, ୪ର୍ଥ ଲାଇନ୍‌‌, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍‌‌ ପୁନଃନିର୍ମାଣ ପାଇଁ ଓଡ଼ିଶା ସରକାର ୪୫୦୦ କୋଟି ଟଙ୍କା ଦାବି କରିଛନ୍ତି।
ରେଳବାଇ ଓଡ଼ିଶାରୁ ସର୍ବାଧିକ ରାଜସ୍ୱ ପାଉଛି। କିନ୍ତୁ ଓଡ଼ିଶାରେ ରେଳ ସାନ୍ଧ୍ରତା ମାତ୍ର ୧୮ ରହିଛି ଯାହା ଜାତୀୟ ହାର (୨୧) ଏବଂ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍‌‌। ଯଦି ଅନ୍ୟ ରାଜ୍ୟ କଥା ଦେଖାଯାଏ, ତା’ହେଲେ ପଶ୍ଚିମବଙ୍ଗରେ ରେଳ ସାନ୍ଧ୍ରତା ୪୮ ଥିବା ବେଳେ ଝାଡ଼ଖଣ୍ଡରେ ୩୩ ରହିଛି। ରେଳ ଭିତ୍ତିଭୂମିର ବିକାଶ ଦାୟିତ୍ୱ ରେଳ ମନ୍ତ୍ରାଳୟ ଉପରେ ରହିଛି ସତ; କିନ୍ତୁ ଏଥିରେ ଓଡ଼ିଶା ସରକାର ରେଳବାଇକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଜମି ଅଧିଗ୍ରହଣ କରି ବିନା ମୂଲ୍ୟରେ ରେଳବାଇକୁ ପ୍ରଦାନ କରିବା ସହିତ ପ୍ରକଳ୍ପର ୫୦% ଖର୍ଚ୍ଚ ବହନ କରୁଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବରିଷ୍ଠ ଅଧିକାରୀଙ୍କୁ ଭୂ ଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି।
ସେହିପରି ଓଡ଼ିଶା ସରକାର ରେଳ ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ଜଏଣ୍ଟ ଭେନ୍‌‌ଚର୍‌‌/ସ୍ପେଶାଲ ପର୍ପଜ୍‌‌ ଭେହିକଲ୍‌‌ (ଏସ୍‌‌ପିଭି) ପ୍ରତିଷ୍ଠା କରିଛନ୍ତି। ଏଥିରେ ଓଡ଼ିଶା ସରକାର, ରେଳବାଇ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟକୁ ସ୍ଥାନ ଦିଆଯାଇଛି। କିନ୍ତୁ ସବୁ ବର୍ଷ ଆବଶ୍ୟକତା ଠାରୁ କମ୍‌‌ ଅନୁଦାନ ଓଡ଼ିଶାକୁ ମିଳୁଛି। କେବଳ ଗତବର୍ଷ ଆଶାନୁରୂପ ଅନୁଦାନ ମିଳିଥିଲା। ତେବେ ଚଳିତ ବର୍ଷ କେତେ ମିଳୁଛି, ତାହା ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି ଖୋଲିବା ପରେ ସ୍ପଷ୍ଟ ହେବ।
ଆଜି ସାଧାରଣ ବଜେଟ : ୪୪ଲକ୍ଷ କୋଟି ଛୁଇଁପାରେ ଆକାର
ନୂଆଦିଲ୍ଲୀ : ଆଜି ୨୦୨୩-୨୪ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟା ସମୟରେ ବଜେଟ ଆଗତ କରିବେ। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଚଳିତବର୍ଷ ବଜେଟ୍‌ର ଆକାର ୪୪ଲକ୍ଷ କୋଟି ଟଙ୍କା ରହିପାରେ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଥର ସର୍ବସାଧାରଣଙ୍କୁ ପ୍ରଲୋଭିତ କରିବା ଭଳି ବଜେଟ ଆଣିବାକୁ ଚେଷ୍ଟା କରିପାରନ୍ତି। ସମ୍ପ୍ରତି ସାରା ବିଶ୍ବ ମାନ୍ଦାବସ୍ଥାକୁ ନେଇ ଆଶଙ୍କାରେ ରହିଥିବାବେଳେ, ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିକୁ ତ୍ବରିତ କରିବା ସରକାରଙ୍କ ଆଗରେ ବଡ଼ ଆହ୍ବାନ ହେବ।
ଏଡାଛଡା ମନ୍ଥର ରୂପ ନେଉଥିବା ଦେଶର ଅର୍ଥନୀତିରେ ଆଗାମୀ ଦିନରେ ଆହୁରି ଅଧିକ ଆୟରେ ହ୍ରାସ ଘଟିପାରେ। ଏଭଳି ପରିସ୍ଥିତିରେ ନିର୍ମଳା ସୀତାରମଣ କିପରି ଦେଶବାସୀଙ୍କ ଆଶା ପୂରଣ କରିବେ ତାହା ଏବେ ଦେଖିବାକୁ ବାକି ରହିଛି। ଏହାବାଦ୍‌ ବଢ଼ିଚାଲିଥିବା ବିତ୍ତୀୟ ନିଅଣ୍ଟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏତେ ସବୁ ସତ୍ତ୍ବେଏଥର ବଜେଟରୁ କରଦାତା ସରକାରଙ୍କଠାରୁ ବଡ଼ ଆଶା ରଖିଛନ୍ତି, ଯାହା ଉପରେ ସମସ୍ତଙ୍କ ନଜର। ଆହୁରିମଧ୍ୟ ନିର୍ବାଚନୀ ବର୍ଷ ହୋଇଥିବାରୁ ବଜେଟରେ ସରକାର ନିଶ୍ଚିତ ଭାବେ ଟିକସ ସ୍ଲାବ୍‌ରେ ବୃଦ୍ଧି ଘଟାଇବା ସହ କରଦାତାଙ୍କୁ କିଛି ଟିକସ ରିଆତି ପ୍ରଦାନ କରିବା ଭଳି ପଦକ୍ଷେପ ଗ୍ରହଣ କରିବା ସମ୍ଭାବନା ରହିଛି।
ଚଳିତବର୍ଷ ମଧ୍ୟ ରେଳ ବଜେଟ୍‌ କେନ୍ଦ୍ରୀୟ ବଜେଟ୍‌ ସହିତ ଆସିବ। କରୋନା ମାଡ଼ ପରେ ଭାରତୀୟ ଅର୍ଥନୀତି ଅଣ୍ଟା ସଳଖିବାକୁ ଯାଉଥିବାବେଳେ ଏହି ସମୟରେ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଟିମ୍‌ ବଜେଟ୍‌ ଉପସ୍ଥାପନ କରବାକୁ ଯାଉଛନ୍ତି। ଗତଥର ଭଳି ଚଳିତଥର ବଜେଟ କପି ପ୍ରିଣ୍ଟ କରାଯିବନାହିଁ ବୋଲି ଜଣାପଡ଼ିଛି।
ଧିମା ଅଭିବୃଦ୍ଧିର ଆଭାସ
ଗତକାଲି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ସହ ଆସିଛି କେନ୍ଦ୍ର ସରକାରଙ୍କର ବାର୍ଷିକ ରିପୋର୍ଟ କାର୍ଡ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୨-୨୩। ତେବେ ସର୍ଭେରେ ଦେଶର ଅଭିବୃଦ୍ଧିକୁ ନେଇ ଯାହା ରିପୋର୍ଟ ଆସିଛି ତାହା ସରକାରଙ୍କ ବୁଦ୍ଧି ବଣାକରିଦେବା ଭଳି ରହିଛି। ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାରକୁ ନେଇ ସର୍ବଦା ବାହାବା ନେଉଥିବା କେନ୍ଦ୍ର ସରକାରଙ୍କୁ ଏଥିରେ ଲାଗିଛି ବଡ଼ ଝଟ୍‌କା।
କାରଣ ଆଗାମୀ ଦିନରେ ଧିମା ପଡିବ ଦେଶର ଅଭିବୃଦ୍ଧି ହାର, ଯାହାର ସଙ୍କେତ ସର୍ଭେ ରିପୋର୍ଟରୁ ମିଳିଛି। ରିପୋର୍ଟ ଅନୁଯାୟୀ ୨୦୨୨-୨୩ ଆର୍ଥିକବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ରହିବାକୁ ଥିବାବେଳେ ଆଗାମୀ ବର୍ଷ ଏହା ୬.୮ ପ୍ରତିଶତ ରହିପାରେ ବୋଲି ଏଥିରେ ଆକଳନ କରାଯାଇଛି। ଅପରପକ୍ଷେ କରୋନା ମହାମାରୀ ପରେ ଦେଶର ଅର୍ଥନୀତି ସୁଧୁରୁଥିବା ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ବରନ୍‌ କହିଛନ୍ତି।
ରିପୋର୍ଟ ଅନୁଯାୟୀ, ଆସନ୍ତା ଆର୍ଥିକବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି। ତଥାପି ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇରହିବ। ଏହି ସମୀକ୍ଷା ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ତେବେ ଚଳିତ ଆର୍ଥିକବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାର ୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହା ଗତ ବର୍ଷ ୮.୭ ପ୍ରତିଶତ ରହିଥିଲା। ସମଗ୍ର ୟୁରୋପରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ଏବଂ ଯୋଗାଣ ଶୃଙ୍ଖଳା ବ୍ୟାଘାତରୁ ଭାରତ ମଧ୍ୟ ବିଶ୍ବ ଆର୍ଥିକ ଆହ୍ବାନର ସମ୍ମୁଖୀନ ହୋଇଛି। ଅପରପକ୍ଷେ ବିଶ୍ବର ଅଧିକାଂଶ ଅର୍ଥନୀତି ଅପେକ୍ଷା ଭାରତ ଏହି ଆହ୍ବାନର କମ୍ ସମ୍ମୁଖୀନ ହୋଇଛି। ପିପିପି (କ୍ରୟ ଶକ୍ତି ସମକକ୍ଷତା) ଦୃଷ୍ଟିରୁ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଏବଂ ବିନିମୟ ମୂଲ୍ୟ ଦୃଷ୍ଟିରୁ ପଞ୍ଚମ ବୃହତ୍ତମ ରାଷ୍ଟ୍ର।
ରିପୋର୍ଟରେ ଏହା ସୂଚାଇ ଦିଆଯାଇଛି ଯେ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତି ଜନିତ ପରିସ୍ଥିତି ଏକ ପ୍ରମୁଖ ଚିନ୍ତାର କାରଣ ହୋଇ ନ ପାରେ, ତଥାପି ଏକ ଦୀର୍ଘ ସମୟ ଯାଏ ଋଣ ମହଙ୍ଗା ହେବ। ମହାମାରୀ ପରେ ଅର୍ଥନୀତିରେ ଅଭିବୃଦ୍ଧି ଅପେକ୍ଷାକୃତ ଭାବେ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ଏହା ଦ୍ରୁତ ଘରୋଇ ଚାହିଦା ଏବଂ ପୁଞ୍ଜି ବିନିଯୋଗକୁ ସମର୍ଥନ କରିଛି, କିନ୍ତୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଦ୍ବାରା ସୁଧ ହାରରେ ଆହୁରି ବୃଦ୍ଧି ଆକଳନ ଭାରତୀୟ ମୁଦ୍ରା ଟଙ୍କା ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ଆଗାମୀ ଦିନରେ ଭାରତ ପାଇଁ ଚଳନ୍ତିଖାତା ନିଅଣ୍ଟରେ ଅଧିକ ବୃଦ୍ଧି ଘଟିପାରେ। ସମୀକ୍ଷା ଅନୁଯାୟୀ, ରପ୍ତାନି ଦୃଷ୍ଟିକୋଣରୁ ଚଳିତ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧରେ ଅଭିବୃଦ୍ଧିରେ ହ୍ରାସ ଘଟିଛି। ଆସନ୍ତା ଆର୍ଥିକବର୍ଷରେ ବିଶ୍ବର ଅଧିକାଂଶ ଅର୍ଥନୀତି ତୁଳନାରେ ଭାରତର ଅଭିବୃଦ୍ଧି ହାର ଅଧିକ ଶକ୍ତିଶାଳୀ ହେବ। ବ୍ୟକ୍ତିଗତ ବ୍ୟବହାରରେ ଉନ୍ନତି, ବ୍ୟାଙ୍କଗୁଡିକ ଋଣ ପ୍ରଦାନରେ ତ୍ୱରାନ୍ୱିତ ଏବଂ କମ୍ପାନୀଗୁଡିକ ଦ୍ୱାରା ପୁଞ୍ଜି ବ୍ୟୟରେ ବୃଦ୍ଧି ହେତୁ ଏହା ସମ୍ଭବପର ହେବ। ଭାରତରେ ନିଯୁକ୍ତି ସ୍ଥିତିରେ ଉନ୍ନତି ଘଟିଛି, କିନ୍ତୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଘରୋଇ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି।
ସର୍ଭେରେ ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁ‌ତ୍ୱ ପ୍ରଦାନ କରାଯାଇଛି। ସର୍ଭେରେ କୁହାଯାଇଛି ଯେ ଦେଶର ୬୫% ଜନସାଧାରଣ (୨୦୨୧ତଥ୍ୟ) ଗ୍ରାମାଞ୍ଚଳରେ ବସବାସ କରନ୍ତି। ଏହାଛଡା କୃଷି ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ୪୭ଶତାଂଶ। ତେଣୁ ଗ୍ରାମାଞ୍ଚଳଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ବିଭିନ୍ନ ଯୋଜନାରେ ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ଏବଂ ଲୋକଙ୍କ ଜୀବନ ଧାରଣରର ମାନରେ ଉନ୍ନତି ଆଣିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
ବଜେଟ ୨୦୨୩-୨୪ : ୨୫% ବଢ଼ିପାରେ ରେଳବାଇର ବ୍ୟୟ ବରାଦ,ପୁରୁଣା ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଉପରେ ରହିବ ଫୋକସ୍‌
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ୨୦୨୩-୨୪ ଆର୍ଥିକବର୍ଷର ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ବଜେଟରେ ଅର୍ଥମନ୍ତ୍ରୀ ଯାତ୍ରୀ ସୁବିଧା ସହିତ ରେଳବାଇର ଭିତ୍ତିଭୂମି ବିକାଶ ସମ୍ବନ୍ଧରେ ଅନେକ ବଡ଼ ଘୋଷଣା କରିପାରନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଏଥିର କେନ୍ଦ୍ର ସରକାର ରେଳ ପାଇଁ ବ୍ୟୟବରାଦରେ ୨୦-୨୫ ପ୍ରତିଶତ ବୃଦ୍ଧି ଘଟାଇବା ସମ୍ଭାବନା ରହିଛି। ତେବେ ଚଳିତଥର ବଜେଟ୍‌ରେ  ସରକାର ପୁରୁଣା ରେଳ ପ୍ରକଳ୍ପଗୁଡିକୁ ଶେଷ କରିବା ଉପରେ ଅଧିକ ଗୁରୁତ୍ବ ଦେବେ ବୋଲି ଆଶା କରାଯାଉଛି।
ଏହା ସମଗ୍ର ରେଳ ବ୍ୟବସ୍ଥାର ଭିତ୍ତିଭୂମି ମଜବୁତ କରିବାରେ ସହାୟକ ହେବ। ୨୦୨୩ରେ କେତେକ ପ୍ରମୁଖ ରେଳ ପ୍ରକଳ୍ପ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି। ୨୦୨୩-୨୪ ବଜେଟରେ ରେଳବାଇ ପାଇଁ ୧.୮ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇପାରେ। ତେବେ ୨୦୨୨-୨୩ ବଜେଟରେ ରେଳବାଇ ପାଇଁ ୧.୪ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣକାଳୀନ ବଜେଟରେ ଭିତ୍ତିଭୂମି ଉନ୍ନତି ଏବଂ ବିକାଶ ପାଇଁ ଅର୍ଥମନ୍ତ୍ରୀ ନୂତନ ପ୍ରକଳ୍ପ ଘୋଷଣା କରିପାରନ୍ତି। ଯାତ୍ରୀଙ୍କ ସୁବିଧା ବୃଦ୍ଧି ପାଇଁ ସରକାର ବଜେଟରେ ଅନେକ ଯୋଜନାୁ ସାମିଲ କରିବାର ସମ୍ଭାବନା ମଧ୍ୟ ରହିଛି। ଏହା ବ୍ୟତୀତ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ଏଥିରେ କିଛି ଘୋଷଣା ହୋଇପାରେ।
ଏହାବ୍ୟତୀତ ରେଳବାଇର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାର ରେଳ ଭଡାରେ ପରିବର୍ତ୍ତନ ଆଣିପାରନ୍ତି। ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ କିଛି ଘୋଷଣା ମଧ୍ୟ ଏଥିରେ କରାଯାଇପାରେ। ଭାରତୀୟ ରେଳବାଇର ଭିଜନ୍‌ ୨୦୨୪ ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକରେ ନୂତନ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ଏବଂ ହାଇ ସ୍ପିଡ୍ ପାସେଞ୍ଜର କରିଡର ଆରମ୍ଭ କମିସନ, ମଲ୍ଟି ଟ୍ରାକିଂ ଏବଂ ସଂଯୋଗୀକରଣ ମାର୍ଗଗୁଡିକର ସିଗନାଲ୍ ନବୀକରଣକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏହି ବଜେଟରେ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୪୦୦୦ କିଲୋମିଟର ଲମ୍ବା ଲାଇନ ସ୍ଥାପନ କରିବାର ଲକ୍ଷ୍ୟ ସ୍ଥିର କରାଯିବ। ବର୍ତ୍ତମାନର ମୂଲ୍ୟ ଅନୁଯାୟୀ ଏକ ସାଧାରଣ ୧ ଲକ୍ଷ କିଲୋମିଟର ଲାଇନ ଲଗାଇବା ପାଇଁ ପ୍ରାୟ ୧୫-୨୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଆଗାମୀ ରେଳ ବଜେଟରେ ୭୦୦୦ କିଲୋମିଟର ବ୍ରଡ ଗେଜ ଲାଇନକୁ ବିଦ୍ୟୁତକରଣ ପାଇଁ ଏକ ଘୋଷଣା ମଧ୍ୟ ହୋଇପାରେ। ଏଥିପାଇଁ ୧୦,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇପାରିବ।
ବଜେଟ୍ ୨୦୨୩-୨୪: ସରିଲା ହାଲୱା ଉତ୍ସବ
ନୂଆଦିଲ୍ଲୀ,୨୭ା୧(ଏଜେନ୍ସି): କେନ୍ଦ୍ର ବଜେଟ ୨୦୨୩-୨୪ର ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟ ଆଜି ନର୍ଥ ବ୍ଲକରେ ହାଲୱା ଉତ୍ସବ ସହ ଆରମ୍ଭ ହୋଇଛି। ଏହି ଉତ୍ସବ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଡ. ଭଗବତ କିଶନ ରାଓ କରଡ଼ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି।  ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ତାଲା ପଡ଼ିବା ବେଳକୁ ଏକ ପାରମ୍ପରିକ ହାଲୱା ଉତ୍ସବ ସହିତ ହୋଇଥାଏ। ପୂର୍ବ ଦୁଇବର୍ଷ ଭଳି ଚଳିତଥର କେନ୍ଦ୍ର ବଜେଟ ୨୦୨୩-୨୪ ଏଥର ବିନା କାଗଜରେ ଉପସ୍ଥାପିତ ହେବ। କେନ୍ଦ୍ର ବଜେଟ ୨୦୨୩-୨୪ ଫେବ୍ରୁଆରୀ ପହିଲା, ୨୦୨୩ ଦିନ ଉପସ୍ଥାପିତ ହେବ।
ସମସ୍ତ ୧୪ଟି ଯାକ କେନ୍ଦ୍ରୀୟ ବଜେଟ ଦସ୍ତାବିଜ ବାର୍ଷିକ ଆର୍ଥିକ ହିସାବ କିତାବ (ସାଧାରଣ ବଜେଟ ଭାବେ ପରିଚିତ) ଖର୍ଚ୍ଚ ଦାବି (ଡିଜି), ଅର୍ଥ ବିଲ୍‌ ଇତ୍ୟାଦି ଯାହା ସମ୍ବିଧାନ ବ୍ୟବସ୍ଥା ପରିସରରେ ରହିଛି। କେନ୍ଦ୍ର ବଜେଟ ମୋବାଇଲ ଆପ୍‌ରେ ଉପଲବ୍ଧ ହେବ। ଏହି ହଇରାଣରୁ ମୁକ୍ତ ବଜେଟ ଦସ୍ତାବିଜକୁ ସଂସଦ ସଦସ୍ୟ ଓ ସାଧାରଣ ଜନତା ଡିଜିଟାଲ ସୁବିଧା ଦୃଷ୍ଟିରୁ ଖୁବ ସରଳ ଉପାୟରେ ଜାଣିପାରିବେ। ଏହା ଦ୍ୱିଭାଷୀ (ଇଂରାଜୀ ଓ ହିନ୍ଦୀ)ରେ ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏହି ଆପକୁ କେନ୍ଦ୍ର ବଜେଟ ୱେବ ପୋର୍ଟାଲ(ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁଇଣ୍ଡିଆବଜେଟଡଟ୍‌ଗଭ୍‌ଡଟ୍‌ଇନ୍‌) ମଧ୍ୟ ଡାଉନଲୋଡ଼ କରିହେବ।
ତେବେ ଫେବ୍ରୁଆରୀ ପହିଲା ଦିନ ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ଶେଷ ହେବା ପରେ ଯାଇ ବଜେଟ ଦସ୍ତାବିଜ ମୋବାଇଲ ଆପ୍‌ରେ ଉପଲବ୍ଧ ହେବ। ହାଲୱା ଉତ୍ସବରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଅର୍ଥ ଓ ଖର୍ଚ୍ଚ ସଚିବ ଡ. ଟି.ଭି. ସୋମନାଥନ, ଆର୍ଥିକ ବ୍ୟାପାର ସଚିବ ଅଜୟ ସେଠ୍‌, ଡିଆଇପିଏଏମ ସଚିବ ତୁହିନକାନ୍ତ ପାଣ୍ଡେ, ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡ. ଅନନ୍ତ ଭି. ନାଗେଶ୍ୱରନ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ନିତୀନ ଗୁପ୍ତା, କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ଓ ଶୁଳ୍କ (ସିବିଆଇସି) ଅଧ୍ୟକ୍ଷ ବିବେକ ଜୋହାରୀ, ବଜେଟ (ଅତିରିକ୍ତ ସଚିବ) ଆଶିଷ ବାଛାନୀ ଓ ବଜେଟ ପ୍ରସ୍ତୁତି ସହ ସଂଶ୍ଳିଷ୍ଟ ଅର୍ଥ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀଗଣ ଏଥିରେ ଉପସ୍ଥିତ ଥିଲେ। ଉତ୍ସବର  ଅଂଶ ସ୍ୱରୂପ ଅର୍ଥ ମନ୍ତ୍ରୀ ବଜେଟ ଛାପାଖାନା ମଧ୍ୟ ଗସ୍ତ କରି ଥିଲେ।
ବଜେଟ୍‌ ୨୦୨୩-୨୪: ୫୦୦ ବନ୍ଦେ ଭାରତ, ୩୫ ହାଇଡ୍ରୋଜେନ୍ ଟ୍ରେନ୍‌ର ହେବ ଘୋଷଣା !
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ୨୦୨୩-୨୪ ଆର୍ଥିକବର୍ଷ ନିମନ୍ତେ ବଜେଟ୍ ଆଗତ କରିବେ। ନିର୍ମଳାଙ୍କ ଏହି ବଜେଟ୍‌ରୁ ଅନେକ କିଛି ମିଳିବା ନେଇ ଶିଳ୍ପ, ବ୍ୟବସାୟୀ ଏବଂ ଟିକସଦାତା ସମସ୍ତେ ଆଶାବାଦୀ। ଆହୁରିମଧ୍ୟ ଏହି ବଜେଟରୁ ଭାରତୀୟ ରେଳବାଇ ବହୁତ ଆଶା ରଖିଛି । ବନ୍ଦେ ଭାରତ ଟ୍ରେନ୍ ଏବଂ ହାଇଡ୍ରୋଜେନ୍ ଟ୍ରେନ୍ ସମ୍ପର୍କରେ ଏଥର ବଜେଟରେ କେନ୍ଦ୍ର ସରକାର କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ ଏଥର ବଜେଟ୍‌ରେ ୩୫ଟି ହାଇଡ୍ରୋଜେନ୍ ଇନ୍ଧନ ପ୍ରାପ୍ତ ଟ୍ରେନ୍ ଏବଂ ୪୦୦ ରୁ ୫୦୦ ବନ୍ଦେ ଭାରତ ଟ୍ରେନ୍‌ର ଚଳାଚଳ ସମ୍ପର୍କରେ ଘୋଷଣା କରାଯାଇପାରେ। ଏହାବ୍ୟତୀତ ବଜେଟ୍‌ରେ ୪୦୦୦ ନୂତନ ଅଟୋ ମୋବାଇଲ୍ ବହନକାରୀ କୋଚ୍ ଏବଂ ୫୮୦୦୦ ୱାଗନ୍ ନେଇ ବଜେଟରେ ଘୋଷଣା କରାଯିବା ଆଶା କରାଯାଉଛି।
ରିପୋର୍ଟ ଅନୁଯାୟୀ, ରେଳବାଇ ପାଇଁ ଅର୍ଥମନ୍ତ୍ରୀ ୧.୯ ଲକ୍ଷ କୋଟି ଟଙ୍କାର ବଜେଟ୍ ବଣ୍ଟନ କରିପାରିବେ। ଏହା ମାଧ୍ୟମରେ ଭାରତ ସରକାର ଏହାର ଗାଡ଼ି ଷ୍ଟକ୍ (ଟ୍ରେନ୍, କୋଚ୍ ଏବଂ ୱାଗନ୍)ର ଆଧୁନିକୀକରଣ, ରେଳ ଟ୍ରାକ୍ ଏବଂ ୨୦୩୦ ସୁଦ୍ଧା ନେଟ ଶୂନ୍ୟ କାର୍ବନ ନିର୍ଗମନର ଉନ୍ନତି ତଥା ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ବଜେଟରେ ରୋଲିଂ ଷ୍ଟକ୍ ପ୍ରୋଗ୍ରାମ୍ ପାଇଁ ଯେଉଁ ଘୋଷଣା କରାଯିବାର ଅଛି ତାହା ୩ ବର୍ଷରେ ସମାପ୍ତ କରାଯିବା ଆଶା କରାଯାଉଛି। ଏଥିପାଇଁ ପ୍ରାୟ ୨.୭ ଲକ୍ଷ କୋଟି ଟଙ୍କା ଦିଆଯିବ, ଯାହା ଏ ପର୍ଯ୍ୟନ୍ତ ବଜେଟରେ ସର୍ବାଧିକ ହେବ। ନୂତନ ଯୁଗ ରୋଲ୍ ଷ୍ଟକ୍ ବ୍ୟତୀତ, ୧୦୦ ଭିସ୍ତାଡୋମ୍ କୋଚ୍ ଉତ୍ପାଦନ କରିବାକୁ ଯୋଜନା କରାଯାଇଛି ଏବଂ ପ୍ରିମିୟର୍ ଟ୍ରେନର ୧୦୦୦ ଟି କୋଚ୍‌ର ନବୀକରଣ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇପାରେ।
ଏଠାରେ ସୂଚନାଯୋଗ୍ୟ ଯେ, ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବ। ସେଥିରେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ ସମ୍ବୋଧିତ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନିକଟରେ ଏହି ସୂଚନା ଦେଇଛନ୍ତି। ଯୋଶୀ କହିଥିଲେ ଯେ ଅଧିବେଶନରେ ୨୭ଟି ବୈଠକ ହେବ ଏବଂ ଏହା ୬ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ହେବ। ପ୍ରାୟ ଏକ ମାସର ବିରତି ପରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ ରୁ ଆରମ୍ଭ ହୋଇ ଏପ୍ରିଲ୍ ୬ ପର୍ଯ୍ୟନ୍ତ ଚାଲିବ।