FIH Hockey World Cup 2023 - The Sakala

ହକି ବିଶ୍ୱକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ପ୍ରଶଂସା କଲେ ସାଉଥ୍ ସୁପରଷ୍ଟାର କମଲ ହାସନ
ଭୁବନେଶ୍ବର: ହକି ବିଶ୍ବକପ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସାଉଥ ସୁପରଷ୍ଟାର କମଲ ହାସନ । FIH ପୁରସ୍କାର ପାଇଁ ୫ଟି ସଚିବଙ୍କୁ କମଲ ହାସନ ପ୍ରଶଂସା କରିଛନ୍ତି । କ୍ରମାଗତ ଭାବେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛୁଛନ୍ତି ଓଡ଼ିଶାବାସୀ । ସଫଳ ନେତୃତ୍ବଙ୍କୁ ବାଛୁଥିବାରୁ ରାଜ୍ୟର ଭୋଟରଙ୍କୁ ପ୍ରଶଂସା କରୁଛି ଦେଶ । କମଲ ହାସନ କହିଛନ୍ତି ଦେଶର ରାଜନୈତିକ ସଂସ୍କୃତି ବଦଳୁଛି । ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବଦଳୁଛି ଦେଶର ରାଜନୈତିକ ସଂସ୍କୃତି ।

Indian Politiculture is truly changing for the better. What a team ! @Naveen_Odisha and Mr VK Pandian . Chak de India. (2/2)

— Kamal Haasan (@ikamalhaasan) January 31, 2023

ଏଫ୍‌‌ଆଇଏଚ୍‌‌ ସଭାପତି ତୟାବ ଇକ୍ରାମ ଗତ ରବିବାର ଶ୍ରୀ ପାଣ୍ଡିଆନଙ୍କୁ ହକି କ୍ଷେତ୍ରରେ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ୍‌‌ ହକି ଫେଡେରେସନ୍‌‌ (ଏଫଆଇଏଚ୍‌‌) ପ୍ରେସିଡେଣ୍ଟ୍‌‌ ସମ୍ମାନରେ ସମ୍ମାନିତ କରିଥିଲେ। ‘୫-ଟି’ ସଚିବଙ୍କୁ ପ୍ରେସିଡେଣ୍ଟ୍‌‌ ଆୱାର୍ଡ ପ୍ରଦାନ କରି ଇକ୍ରାମ କହିଥିଲେ ଯେ, ବିଶ୍ୱସ୍ତରୀୟ ହକି ବିଶ୍ୱକପକୁ ସଫଳ ରୂପେ ଆୟୋଜନ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶ୍ରୀ ପାଣ୍ଡିଆନଙ୍କ ଯୋଗଦାନ ମଧ୍ୟ ଅତୁଳନୀୟ। ତାଙ୍କୁ ଏଫ୍‌‌ଆଇଏଚ୍‌‌ ପ୍ରେସିଡେଣ୍ଟ୍‌‌ ସମ୍ମାନ ପ୍ରଦାନ କରି ମୁଁ ବ୍ୟକ୍ତିଗତ ଭାବେ ଗର୍ବିତ ମନେ କରୁଛି।

ଅନ୍ୟପକ୍ଷରେ ଏହି ସମ୍ମାନ ଗ୍ରହଣ କରି ଶ୍ରୀ ପାଣ୍ଡିଆନ୍‌‌ କହିଥିଲେ ଯେ, “ମୁଁ ଏହି ସମ୍ମାନସ୍ପଦ ପ୍ରେସିଡେଣ୍ଟ୍‌‌ ଆୱାର୍ଡ ଗ୍ରହଣ କରି ଯଥେଷ୍ଟ ଗୌରବ ଅନୁଭବ କରୁଛି। ତେବେ ମୁଁ ଏହି ସମ୍ମାନର ଏକମାତ୍ର ପ୍ରାପ୍ତକର୍ତ୍ତା ନୁହେଁ; ବରଂ ଏହି ଶ୍ରେୟ ପୂରା ଓଡ଼ିଶା ଟିମ୍‌‌ର ଓ ମୁଁ ଏହି ଟିମ୍‌ର ଜଣେ ପ୍ରତିନିଧି। ରାଜ୍ୟ ସରକାର ଏହି ବିଶ୍ୱକପ୍‌‌କୁ ସଫଳ କରିବା ପାଇଁ ବହୁ ଉଦ୍ୟମ କରିଛନ୍ତି। ଆମେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇଛୁ।”

ହକି ବିଶ୍ବକପ୍‌ ୨୦୨୩ : ବେଲଜିୟମ୍‌କୁ ସୁଟ୍‌ଆଉଟ୍‌ରେ ପରାସ୍ତ କରି ବିଶ୍ବ ଚାମ୍ପିଅନ୍‌ ହେଲା ଜର୍ମାନି
ଭୁବନେଶ୍ବର : ବିଶ୍ବ ଚାମ୍ପିଅନ୍‌ ହେଲା ଜର୍ମାନି। ଓଡ଼ିଶାରେ ଖେଳାଯାଉଥିବା ୨୦୨୩ ହକି ପୁରୁଷ ବିଶ୍ବକପ୍‌ରେ ୨୦୧୮ ଚାମ୍ପିଅନ୍‌  ବେଲଜିୟମ୍‌କୁ ସୁଟ୍‌ଆଉଟ୍‌ରେ ପରାସ୍ତ କରି ବିଶ୍ବ ଚାମ୍ପିଅନ୍‌ ହୋଇଛି ଜର୍ମାନି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ବେଲଜିୟମ୍‌ ଓ ଜର୍ମାନି ମଧ୍ୟ କଡା ମୁକାବିଲା ହୋଇଥିଲା। ଉଭୟ ଦଳ ଜୋରଦାର ଲଢ଼େଇ କରି ୪ର୍ଥ କ୍ବାର୍ଟରେ ସୁଦ୍ଧା ୩-୩ ଗୋଲ୍‌ କରିଥିଲେ। ଶେଷରେ ମ୍ୟାଚର ଫଳାଫଳ ପାଇଁ ସୁଟ୍‌ଆଉଟ୍‌ର ସାହାରା ନିଆଯାଇଥିଲା। ଯେଉଁଥିରେ ଜର୍ମାନି ୫-୪ ଗୋଲ୍‌ରେ ବଲେଜିୟମ୍‌କୁ ପରାସ୍ତ କରି ୨୦୨୩ ପୁରୁଷ ହକି ବିଶ୍ବକପ୍‌ ଟ୍ରଫି ହାତେଇଛି।

ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ର ବେଲଜିୟମ ପ୍ରଥମ କ୍ବାର୍ଟରରେ ଭଲ ପ୍ରଦର୍ଶନ କରିଥିଲା ୯ ଓ ୧୦ ମିନିଟରେ ଲଗାତାର ୨ଟି ଗୋଲ୍‌ ଦେଇ ୨-୦ ଆଗୁଆ ଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରର ଶେଷ ସମୟ ବେଳକୁ ଜର୍ମାନି ଏକ ଗୋଲ ଦେଇଥିଲା। ଜର୍ମାନି ୩ୟ ଓ ୪ର୍ଥ କ୍ବାର୍ଟରେ ଗୋଲ୍‌ (୪୦ ଓ ୪୭ ମିନିଟ) ଦେଇ ୩-୨ରେ ଅଗ୍ରଣୀ ଥିଲା। କିନ୍ତୁ ବେଲଜିୟମ ୫୮ ମିନିଟରେ ଏକ ଗୋଲ୍‌ ଦେଇ ସମାନ ସ୍ତରକୁ ଆଣିଥିଲା। ଫଳାଫଳ ନବାହାରିବାରୁ ଶେଷରେ ସୁଟ୍‌ଆଉଟ୍‌ର ସାହାର ନିଆଯାଇଥିଲା। ସୁଟ୍‌ଆଉଟ୍‌ରେ ଜର୍ମାନି ୫ଟି ଗୋଲ୍‌ ଦେଇ ୨୦୧୮ ବିଶ୍ବ ଚାମ୍ପିଅନ ବଲେଜିୟମ୍‌କୁ ପରାସ୍ତ କରି ପୁରୁଷ ହକି ବିଶ୍ବକପ୍‌ ୨୦୨୩ର ଟ୍ରଫି ହାତେଇଛି।

ଅନ୍ୟପଟେ ଆଜି ହକି ବିଶ୍ବକପ୍‌-୨୦୨୩ର ତୃତୀୟ ସ୍ଥାନ ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆକୁ ହରାଇ ନେଦରଲାଣ୍ଡ୍‌ସ ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ବ୍ରୋଞ୍ଚ ପଦକ ଜିତିଛି। ଆଜି ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ କ୍ବାର୍ଟରରେ ଅଷ୍ଟ୍ରେଲିଆ ଦଳ ଭଲ ପ୍ରଦର୍ଶନ କରିଥିଲା। ୧୨ ମିନିଟରେ ଜେରେମି ହେୱାର୍ଡ ଏକ ପେନାଲ୍ଟି ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ବିତୀୟ କ୍ବାର୍ଟରରେ କୌଣସି ଗୋଲ୍‌ ହୋଇପାରି ନଥିଲା। ତେବେ ୩ୟ କ୍ବାର୍ଟରେ ନେଦରଲାଣ୍ଡସ୍‌ ଲଗାତାର ୩ଟି ଗୋଲ୍‌ (୩୨, ୩୪ ଓ ୩୯ମିନିଟ୍‌) ଦେଇଥିଲା। ଥିରି ବ୍ରିଙ୍କମ୍ୟାନ୍‌ ଶେଷ ୨ଟି ଗୋଲ୍‌ ଦେଇଥିଲେ। ଶେଷ କ୍ବାର୍ଟରରେ ଜୋରଦାର ଲଢ଼େଇ ହୋଇଥିଲା। କୌଣସି ଦଳ ଗୋଲ୍‌ ଦେଇପାରି ନଥିଲେ।

ହକି ବିଶ୍ବକପ୍‌ ୨୦୨୩ : ସୁଟ ଆଉଟରେ ଇଂଲଣ୍ଡକୁ ହରାଇ ତୃତୀୟ ଦଳ ଭାବେ ସେମିରେ ଜର୍ମାନି
ଭୁବନେଶ୍ବର : ହକି ବିଶ୍ବକପ୍‌ ୨୦୨୩ରେ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା କ୍ବାଟର ଫାଇନାଲ ମ୍ୟାଚରେ ଜର୍ମାନି ପେନାଲ୍ଟି ଶୁଟ ଆଉଟ୍ ରେ ୪-୩ ଗୋଲରେ ଇଂଲଣ୍ଡକୁ ହରାଇ ସେମି ଫାଇନାଲରେ ନିଜ ଜାଗା ପକ୍କା କରିଛି।

ଆଜି ଖେଳାଯାଉଥିବା ହକି ବିଶ୍ବକପ୍‌ ୨୦୨୩ର ତୃତୀୟ କ୍ଵାଟର ଫାଇନାଲରେ ଇଂଲଣ୍ଡ ଆଉ ଜର୍ମାନି ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ସଂପୂର୍ଣ୍ଣ ସମୟ ଶେଷ ହେବା ପରେ ଉଭୟ ଦଳ ୨-୨ ଗୋଲ ରେ ରହିଥିଲେ। ଖେଳ ଆରମ୍ଭରୁ ହିଁ ଇଂଲଣ୍ଡ ଜର୍ମାନି ଉପରେ ଭାରି ଥିବାର ଦେଖିବାକୁ ମିଳିଥିଲା। ଇଂଲଣ୍ଡ ତରଫରୁ ଯାଚେରୀ ୱେଲେସ ୧୧ ମିନିଟରେ ହିଁ ପ୍ରଥମ ଗୋଲ ସ୍କୋର କରିଥିଲେ ଏବଂ ଲିଆନ ଅନ୍ସେଲ ୩୨ ମିନିଟରେ ପେନାଲ୍ଟି କର୍ଣ୍ଣର ଜରିଆରେ ଦ୍ଵିତୀୟ ଗୋଲ ସ୍କୋର କରି ୨-୦ ରେ ଦଳ ଲିଡ଼ କରୁଥିଲା। କିନ୍ତୁ ଶେଷ ୩ ମିନିଟରେ ଜର୍ମାନୀ ଖେଳ ବଦଳେଇ ଦେଇଥିଲା । ଜର୍ମାନୀ ତରଫରୁ ମେଟ୍ ଗ୍ରାମ୍ବୁସ ୫୭ ମିନିଟରେ ପ୍ରଥମ ଗୋଲ ଦେଇଥିଲେ ଏବଂ ୫୮ ମିନିଟରେ ଟମ୍ ଗ୍ରାମ୍ବୁସ ପେନାଲ୍ଟି ଷ୍ଟ୍ରୋକ ଦ୍ବାରା ଦ୍ଵିତୀୟ ଗୋଲ ଦେଇ ସ୍କୋର ୨-୨ ରେ ବରାବର କରିଥିଲେ। ତାପରେ ଉଭୟଙ୍କ ମଧ୍ୟରେ ପେନାଲ୍ଟି ଶୁଟ ଆଉଟ୍ ହେଇଥିଲା ଏବଂ ଯେଉଁଥିରେ ୪-୩ ରେ ଜର୍ମାନୀ ବିଜୟୀ ହୋଇଛି।

ଅନ୍ୟପଟେ ଗତକାଲି କଳିଙ୍ଗରେ ଖେଳାଯାଇଥିବା ଅନ୍ୟ ଦୁଇଟି କ୍ଵାଟର ଫାଇନାଲରେ ବିଜୟ ହାସଲ କରି ବିଶ୍ବ ମାନ୍ୟତାର ୧ ଓ ୨ ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଓ ବେଲ୍‌ଜିୟମ ପ୍ରଥମ ଦୁଇ ଦଳ ଭାବେ ଚଳିତ ହକି ବିଶ୍ବକପ୍‌ର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାରର କ୍ବାର୍ଟରଫାଇନାଲ୍‌ରେ ୩ ଥର ବିଜେତା ଅଷ୍ଟ୍ରେଲିଆ ୪-୩ ଗୋଲ୍‌ରେ ସ୍ପେନ୍‌କୁ ଏବଂ ‌ବିଜେତା ବେଲ୍‌ଜିୟମ ୨-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ୧୯୮୬, ୨୦୧୦ ଓ ୨୦୧୪ରେ ବିଜେତା ହୋଇଥିଲା ବେଳେ ଗତ ଥର କାଂସ୍ୟରେ ସନ୍ତୁଷ୍ଟ ରହିଥିଲା। ଏହି ଦଳ ଲିଗ୍‌ ପର୍ଯ୍ୟାୟରେ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଗ୍ରୁପ୍‌-ଏ’ ଟେବୁଲର ଶୀର୍ଷରେ କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା।

ଅନ୍ୟପକ୍ଷରେ ଭୁବନେଶ୍ବରରେ ଗତ ସଂସ୍କରଣ ମୁକୁଟ କରାୟତ୍ତ କରିଥିବା ବେଲ୍‌ଜିୟମ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଗ୍ରୁପ୍‌-ବି’ ଟେବୁଲର ଶୀର୍ଷରେ ରହି କ୍ବାର୍ଟରଫାଇନାଲ୍ ଆସିଥିଲା। ସେହିପରି ଆଜି ଆଉ ଗୋଟିଏ କ୍ବାଟର ଫାଇନାଲ ନେଦରଲାଣ୍ଡ୍ସ-କୋରିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ବିଜେତା ଚଳିତ ବିଶ୍ବକପ୍‌ର ଚତୁର୍ଥ ସେମିଫାଇନାଲିଷ୍ଟ ହେବେ।

ପୁରୁଷ ହକି ବିଶ୍ବକପ୍‌-୨୦୨୩: ନ୍ୟୁଜିଲାଣ୍ତକୁ ହରାଇ ସେମିରେ ପ୍ରବେଶ କଲା ବେଲଜିୟମ୍
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ବେଲଜିୟମ ୨ୟ ଦଳ ଭାବେ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜି ବେଲଜିୟମ ୨-୦ ଗୋଲ୍‌ରେ ନ୍ୟୁଜିଲାଣ୍ତକୁ ପରାସ୍ତ କରି ୨ୟ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି। ବେଲଜିୟମ୍‌ ଆସନ୍ତା ୨୭ ତାରିଖରେ ସେମିଫାଇନାଲ ମ୍ୟାଚ୍‌ ଖେଳିବ। ଏହି ଟିମ୍‌ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ରାତି ୭ଟାରେ ‌ନେଦରଲ୍ୟାଣ୍ଡ୍‌ସ ଓ କୋରିଆ ମଧ୍ୟରେ ଆୟୋଜିତ ହେବାକୁ ଥିବା ୪ର୍ଥ କ୍ବାର୍ଟରଫାଇନାଲର ବିଜୟୀ ଦଳକୁ ଭେଟିବ।

ଏହା ପୂର୍ବରୁ ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ସ୍ପେନକୁ ହରାଇ ‌ସେମିଫାଇନାଲରେ ପ୍ରବେଶ କରିଛି।

ହକି ବିଶ୍ବକପ ୨୦୨୩: ଆଜିଠୁ କ୍ବାର୍ଟର ଫାଇନାଲ ମୁକାବିଲା, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ସ୍ପେନ
ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ୍‌‌ର ପ୍ରଥମ ପର୍ଯ୍ୟାୟ ନକ୍‌‌ଆଉଟ ମୁକାବିଲା ବା କ୍ରସ୍‌‌ଓଭର ଖେଳ ଶେଷ ହୋଇଛି। ଏଥିସହ ନକ୍‌‌ଆଉଟର ଦ୍ୱିତୀୟ ପର୍ଯ୍ୟାୟ ବା କ୍ୱାର୍ଟର ଫାଇନାଲରେ କିଏ କାହା ସହ ଖେଳିବେ ତାହା ସ୍ଥିର ହୋଇଯାଇଛି। ଆଜି କଳିଙ୍ଗ ଷ୍ଟାଡିୟମ୍‌‌ରେ ଖେଳାଯିବାକୁ ଥିବା ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ସହ ସ୍ପେନ୍‌‌ ଓ ବେଲଜିୟମ ସହ ନ୍ୟୁଜିଲାଣ୍ଡର ମୁକାବିଲା ହେବ। ଅପରାହ୍ନ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ ହେବ ପ୍ରଥମ କ୍ବାର୍ଟର ଫାଇନାଲ ଟକ୍କର । ସେହିପରି ସଂଧ୍ୟା ୭ଟାରେ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡସ ।ଏହାପରେ ଜାନୁଆରୀ ୨୫ ତାରିଖରେ ବାକି ଦୁଇଟି କ୍ୱାର୍ଟର ଫାଇନାଲ ଖେଳାଯିବ। ଏହା ମଧ୍ୟରେ ନେଦରଲାଣ୍ଡ ସହ ଦକ୍ଷିଣ କୋରିଆ ପ୍ରଥମ ମ୍ୟାଚ୍‌‌ରେ ଏବଂ ଇଂଲଣ୍ଡ ସହ ଜର୍ମାନୀ ଦ୍ୱିତୀୟ ମ୍ୟାଚ୍‌‌ରେ ମୁକାବିଲା କରିବେ।

କଳିଙ୍ଗ ଷ୍ଟାଡିୟମ୍‌‌ରେ ସୋମବାର ଖେଳାଯାଇଥିବା କ୍ରସ୍‌‌ ଓଭର ମ୍ୟାଚ୍‌‌ରେ ଜର୍ମାନୀ ୫-୧ ଗୋଲ୍‌‌ରେ ଫ୍ରାନ୍ସକୁ ଓ ଦକ୍ଷିଣ କୋରିଆ ୩-୨ ପେନାଲ୍ଟି ସୁଟଆଉଟ ଗୋଲ୍‌‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଖେଳାଯାଇଥିବା ପ୍ରଥମ ଦୁଇଟି ହାଇଭୋଲ୍ଟେଜ୍‌‌ କ୍ରସ୍‌‌ ଓଭର ମ୍ୟାଚ୍‌‌ ସଡନ୍‌‌ ଡେଥ୍‌‌ରେ ଶେଷ ହୋଇଥିଲା। ଏଥିରେ ସ୍ପେନ୍‌‌ ୪-୩ ଗୋଲରେ ମାଲେସିଆକୁ ଓ ନ୍ୟୁଜିଲାଣ୍ଡ ୫-୪ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ପୂର୍ବରୁ ପୁଲ୍‌‌ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ୍‌‌ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

ଅନ୍ୟପଟେ ପରାଜିତ ଦଳଗୁଡିକ ମଧ୍ୟରେ ପ୍ରଥମ କ୍ଲାସିଫିକେସନ ମୁକାବିଲା ଜାନୁଆରୀ ୨୪ରେ ଖେଳାଯିବ। ଏହି ଦିନ ୪ଟି ମ୍ୟାଚ୍‌‌ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ସହ ଜାପାନର ମୁକାବିଲା ହେବ। ପ୍ରଥମ ମ୍ୟାଚ୍‌‌ରେ ଦକ୍ଷିଣ ଆଫ୍ରିକା ସହ ମାଲେସିଆ, ତୃତୀୟ ମ୍ୟାଚ୍‌‌ରେ ଚିଲି ସହ ଆର୍ଜେଣ୍ଟିନା ଓ ଚତୁର୍ଥ ତଥା ଶେଷ ମ୍ୟାଚ୍‌‌ରେ ଫ୍ରାନ୍ସ ସହ ୱେଲ୍ସର ମୁକାବିଲା ହେବ। ଏ ସମସ୍ତ ମୁକାବିଲା ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ଖେଳାଯିବ।

ହକି ବିଶ୍ବକପ ୨୦୨୩: କ୍ରସଓଭର ମ୍ୟାଚରେ ମାଲେସିଆକୁ ହରାଇ କ୍ବାଟରକୁ ଗଲା ସ୍ପେନ୍
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ୍‌ ମଧ୍ୟରେ ରବିବାର ହକି ବିଶ୍ବକପ୍‌ରେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳାଯାଇଥିଲା। ମାଲେସିଆ ଓ ସ୍ପେନ୍‌ ମଧ୍ଯରେ ଏକ ରୋମାଞ୍ଚକର ମ୍ଯାଚ ଦେଖିବାକୁ ମିଳିଥିଲା।  ସୁଟ୍‌ଆଉଟ୍‌ରେ ମାଲେସିଆକୁ ସ୍ପେନ୍‌ ପରାସ୍ତ କରିବା ସହ ପ୍ରଥମ ଟିମ୍‌ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। ସ୍ପେନ୍‌ ଆସନ୍ତା ୨୪ ତାରିଖରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ।

ଏହା ପୂର୍ବରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ରେ ଶେଷ ହୋଇଥିଲା। ଫଳରେ ସୁଟ୍‌ଆଉଟ୍‌ ଖେଳାଯାଇଥିଲା। କିନ୍ତୁ ପ୍ରଥମ ସୁଟ୍‌ଆଉଟ୍‌ ୩-୩ରେ ଶେଷ ହୋଇଥିଲା। ଫଳରେ ଦ୍ବିତୀୟ ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ‌ସୁଟ୍‌ଆଉଟ୍‌ରେ ସ୍ପେନ୍‌ ମୋଟ ୪ଟି ଗୋଲ୍‌ ଦେଇଥିଲା ବେଳେ ମାଲେସିଆ ୩ଟି ଦେଇଥିଲା।

ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚ୍‌ : କ୍ବାଟର ଫାଇନାଲ ଟିକଟ୍‌ ପାଇଁ କଳିଙ୍ଗରେ ଭାରତ-ନ୍ୟୁଜିଲାଣ୍ଡ ଲଢେଇ
ଭୁବନେଶ୍ୱର : ପ୍ଲେ ମେକର ହାର୍ଦ୍ଦିକ ସିଂ ଆହତ ଯୋଗୁ ଦଳରୁ ବାଦ୍‌‌। ପେନାଲ୍ଟି କର୍ଣ୍ଣରରୁ ଗୋଲ କରିବାରେ ଭାରତୀୟ ଖେଳାଳିଙ୍କ ଅସାମର୍ଥ୍ୟତା। ୱେଲ୍ସଠାରୁ ଶେଷ ଲିଗ୍‌‌ ମ୍ୟାଚ୍‌‌ରେ ଦୁଇଟି ଗୋଲ ବରଣ କରିବା ପରେ ରକ୍ଷଣଭାଗର ଦୁର୍ବଳତା ମଧ୍ୟରେ ଭାରତ କଳିଙ୍ଗ ଷ୍ଟାଡିୟମ୍‌‌ରେ ରବିବାର ନ୍ୟୁଜିଲାଣ୍ଡ ସହ ଚଳିତ ହକି ବିଶ୍ୱକପ୍‌‌ର ଦ୍ୱିତୀୟ କ୍ରସ୍‌‌ ଓଭର ମ୍ୟାଚ୍‌‌ ଖେଳିବାକୁ ଯାଉଛି। ଏହା ସତ୍ତ୍ବେ ଏହି ମ୍ୟାଚ୍‌‌ରେ ଭାରତକୁ ଫେବରିଟ୍‌‌ ବୋଲି ବିବେଚନା କରାଯାଇଛି। ଏହି ମ୍ୟାଚ୍‌‌ରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ବେଲଜିୟମ୍‌‌ ସହ କ୍ବାଟର ଫାଇନାଲ  ଖେଳିବ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପୁଲ-ଡି’ରେ ସ୍ଥାନ ପାଇଥିଲାବେଳେ ସ୍ପେନ୍‌‌ ଓ ଇଂଲଣ୍ଡ ବିପକ୍ଷରେ ଚମତ୍କାର ଖେଳିଛି। କିନ୍ତୁ ସେହି ଖେଳ ୱେଲ୍ସ ବିପକ୍ଷରେ ଦେଖିବାକୁ ମିଳି ନଥିଲା। ତଥାପି ଭାରତ ନିକଟରେ ନ୍ୟୁଜିଲାଣ୍ଡକୁ ହରାଇବାର ଯଥେଷ୍ଟ ଦକ୍ଷତା ରହିଛି ଓ ଏହା ହରାଇବ ମଧ୍ୟ। ଦଳର ସବୁଠାରୁ ବଡ଼ ସମସ୍ୟା ହେଉଛି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ନପାରିବା। ଯାହା ଫଳରେ ଭାରତ ଫିଲ୍ଡରେ ଭଲ ଖେଳିଥିଲେ ମଧ୍ୟ ଆତ୍ମବିଶ୍ୱାସର ସହ ଖେଳିପାରୁ ନାହିଁ।

ଦଳର ପ୍ରମୁଖ ଡ୍ରାଗ୍‌‌ ଫ୍ଲିକର ତଥା ଅଧିନାୟକ ହରମନପ୍ରୀତ୍‌‌ଙ୍କ ସଟ୍‌‌କୁ ସହଜରେ ପ୍ରତିପକ୍ଷ ଖେଳାଳିମାନେ ଅଟକାଇ ଦେଉଛନ୍ତି। ଯାହା ଫଳରେ ଭାରତ ୩ଟି ମ୍ୟାଚ୍‌‌ରେ ୨୦ଟି ପେନାଲ୍ଟି କର୍ଣ୍ଣର ପାଇ ମାତ୍ର ଦୁଇଟିରେ ଡାଇରେକ୍ଟ ଗୋଲ ଦେଇଛି। ଏଥିଲାଗି ଶନିବାର ଭାରତୀୟ ଦଳ ଅଧିକ ସମୟ ପେନାଲ୍ଟି କର୍ଣ୍ଣରୁ କିପରି ଗୋଲ କରାଯାଇ ପାରିବ, ତାହା ଉପରେ ଅଭ୍ୟାସ କରିଥିଲା। ଅମିତ ରୋହିଦାସ ଓ ସୁରେନ୍ଦର କୁମାରଙ୍କୁ ଅଧିକ ସଟ୍‌‌ ନେବାକୁ ସୁଯୋଗ ମିଳିଥିଲା। ଏଣୁ ଭାରତ ପରବର୍ତ୍ତୀ ମ୍ୟାଚ୍‌‌ ଗୁଡ଼ିକରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡଠାରୁ ଭାରତ ଅଧିକ ବିପଦ ଆଶା କରୁନାହିଁ। ଏହି ଦଳ କୌଣସି ଏକ ବଡ଼ ଇଭେଣ୍ଟରେ ଶେଷଥର ଲାଗି ଭାରତୁ କମନୱେଲଥ ଗେମ୍ସ ସେମିଫାଇନାଲରେ ହରାଇଥିଲା। ଗତ ୫ ବର୍ଷରେ ଦୁଇ ଦଳ ମଧ୍ୟରେ ୧୩ଟି ମ୍ୟାଚ୍‌‌ ଖେଳାଯାଇଛି। ଏହା ମଧ୍ୟରେ ଭାରତ ମାତ୍ର ୨ଟି ମ୍ୟାଚ୍‌‌ରେ ହାରିଛି। ଏଣୁ ଫର୍ମ ଓ ରେକର୍ଡ ଦୃଷ୍ଟିରୁ ଭାରତ ଭଲ ଖେଳିବ ବୋଲି ଆଶା କରିବା ସ୍ୱାଭାବିକ୍‌‌। ପୁଲରେ ମାଲେସିଆଠାରୁ ନ୍ୟୁଜିଲାଣ୍ଡର ପରାଜୟ ମଧ୍ୟ ଭାରତକୁ ଆଶ୍ୱାସନା ଦେଇଛି। ଏଣୁ ଗ୍ରାହାମ ରିଡ୍‌‌ଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ହରାଇବାର କ୍ଷମତା ରଖିଛି ବୋଲି ଭାବିବାକୁ ହେବ।

ହକି ବିଶ୍ୱକପରେ ଆଜିଠୁ କ୍ରସ ଓଭର ମ୍ୟାଚ୍: ସନ୍ଧ୍ୟା ୭ଟାରେ ଭାରତ-ନ୍ୟୁଜିଲାଣ୍ଡ ହାଇଭୋଲଟେଜ ମ୍ୟାଚ
ଭୁବନେଶ୍ୱର: ଏଫ୍‌‌ଆଇଏଚ୍‌‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌‌ରେ ଆଜିଠୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ୍ । ବିଶ୍ୱକପ୍‌‌ର ପୁଲ ପର୍ଯ୍ୟାୟ ମ୍ୟାଚ୍‌‌ ଶେଷ ହୋଇଯାଇଛି। ୪ଟି ଟିମ୍ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କ୍ରସ ଓଭରରୁ ଅବଶିଷ୍ଟ ୪ଟି ଦଳ କ୍ୱାର୍ଟରକୁ ଉନ୍ନୀତ ହେବେ । ତେବେ ଆଜି ଭାରତ ପାଇଁ କର ବା ମର ମ୍ୟାଚ । କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍ ସିର ତୃତୀୟ ଦଳ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଆଜି ଦୁଇଟି ମ୍ୟାଚ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର କଳିଙ୍ଗ ଷ୍ଟାଡିୟମର ସନ୍ଧ୍ୟା ୭ଟା ମ୍ୟାଚ୍ ଉପରେ ନଜର ରହିଛି । କାରଣ ଏହି ମ୍ୟାଚରେ ନ୍ୟୁଜଲାଣ୍ଡକୁ ଟକ୍କର ଦେବ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ବିଜୟୀ ହୋଇ ମେନ୍ ଇନ୍ ବ୍ଲ୍ୟୁ କ୍ୱାର୍ଟର ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି । ଗତ ବିଶ୍ୱକପରେ ଭାରତକ କ୍ୱାର୍ଟର ଫାଇନାଲରୁ ପରାଜିତ ହୋଇଥିଲା । ତେଣୁ ଏଥର ମ୍ୟାଚ ଜିତି କ୍ୱାର୍ଟରକୁ ଯିବାକୁ ଲକ୍ଷରେ ଖେଳିବ ଟିମ୍ ଇଣ୍ଡିଆ ।

ଫର୍ମାଟ ଅନୁଯାୟୀ ପ୍ରତ୍ୟେକ ପୁଲ୍‌‌ର ନଂ-୧ ଟିମ୍‌‌ ଯଥା ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ୍‌‌ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। କ୍ୱାର୍ଟର ଫାଇନାଲର ଅନ୍ୟ ୪ଟି ସ୍ଥାନ ଲାଗି ଆଜିଠାରୁ କ୍ରସ୍‌‌ଓଭର ବା ଅନ୍ୟ ପକ୍ଷରେ କହିଲେ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲା ହେବ।

ଏହି କ୍ରସ୍‌‌ ଓଭରରେ ପ୍ରଥମ ମ୍ୟାଚ୍‌‌ ପୁଲ-ସି’ରେ ଦ୍ୱିତୀୟ ସ୍ଥାନରେ ଥିବା ମାଲେସିଆ ସହ ପୁଲ-ଡି’ର ତୃତୀୟ ସ୍ଥାନିତ ଦଳ ସ୍ପେନର ମୁକାବିଲା ହେବ। ଏହା ପରେ ପୁଲ-ଡି’ରେ ଦ୍ୱିତୀୟ ହୋଇଥିବା ଭାରତ ସହ ପୁଲ-ସି’ର ତୃତୀୟ ଦଳ ନ୍ୟୁଜିଲାଣ୍ଡ ଖେଳିବ। ଉଭୟ ମ୍ୟାଚ୍‌‌ କଳିଙ୍ଗ ଷ୍ଟାଡିୟମ୍‌‌ରେ ଖେଳାଯିବ। ଆୟୋଜକ ଭାବେ ଭାରତ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ ଏହି ମ୍ୟାଚ୍‌‌ର ଫଳାଫଳକୁ ନେଇ ଚାପରେ ରହିଛି। କାରଣ ଏହା ହେଉଛି ନକ୍‌‌ଆଉଟ ପର୍ଯ୍ୟାୟ। ଏବେଠାରୁ ମ୍ୟାଚ୍‌‌ରେ ପରାଜିତ ହେବା ଅର୍ଥ ବିଶ୍ୱକପ୍‌‌ରୁ ବିଦାୟ। ଦୀର୍ଘ ୪୮ ବର୍ଷ ପରେ ଭାରତ ପଦକ ଜିତିବାକୁ ଆଶା ରଖିଥିଲାବେଳେ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମେ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ଜରୁରୀ। ଭାରତ ଯଦି ଏହି ମ୍ୟାଚ୍‌‌ରେ ବିଜୟୀ ହୁଏ, ତେବେ ଜାନୁଆରୀ ୨୪ରେ ବେଲଜିୟମ୍‌‌ ସହ କ୍ୱାର୍ଟର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବ। ଏଣୁ ଏବେ ଠାରୁ ଭାରତ ପ୍ରତ୍ୟେକ ମ୍ୟାଚ୍‌‌କୁ ସେମିଫାଇନାଲ ଭାବେ ବିବେଚନା କରିବ ବୋଲି କୋଚ୍‌‌ ଗ୍ରାହାମ ରିଡ୍‌‌ କହିଛନ୍ତି।

ହକି ବିଶ୍ବକପ୍‌ ୨୦୨୩ : ୭-୨ ଗୋଲ୍‌ରେ କୋରିଆକୁ ହରାଇଲା ଜର୍ମାନୀ
ରାଉରକେଲା : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଶେଷ ପୁଲ୍‌ ମ୍ୟାଚ୍‌ରେ କୋରିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଜର୍ମାନୀ। ଆଜିର ମ୍ୟାଚରେ ପ୍ରଥମରୁ ଜର୍ମାନୀ କୋରିଆ ବିପକ୍ଷରେ ଆଟାକିଂ ଖେଳ ପଦର୍ଶନ କରିବା ସହ ୭-୨ ଗୋଲ୍‌ରେ ବିଜୟୀ ହୋଇଛି। ୱେଲେନ୍‌ ନିକଲାସ ଜର୍ମାନି ପକ୍ଷରୁ ସର୍ବାଧିକ ୩ଟି ଗୋଲ୍‌ ଦେଇଥିଲେ। ୱେଲେନ୍‌ ନିକଲାସ ୧, ୧୬ ଓ ୪୦ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ସେହିପରି ଜର୍ମାନୀ ଦଳର ପେଇଲେଟ୍‌ କୋଞ୍ଜାଲୋ ୪୨ ମିନିଟ, ୱିଗାଣ୍ଡ ଜଷ୍ଟସ ୫୦ ମିନିଟ, ଗ୍ରାମବୁସ ମେଥ୍‌ସ ୫୨ ମିନିଟ୍‌ ଓ ଲୁଡିଂ ମୋର୍ତିଜ୍‌ ୫୨ ମିନିଟରେ ଗୋଲ୍‌ ଦେଇଥିଲେ।

ଏହା ପୂର୍ବରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ୟ ଏକ ମ୍ୟାଚରେ ବଡ଼ ବିଜୟ ହାସଲ କରିଛି ଗତଥର ବିଶ୍ବକପ୍‌ ଚମ୍ପିଅନ ବେଲଜିୟମ। ଜାପାନ ବିପକ୍ଷରେ ଖେଳାଯାଉଥିବା ଆଜିର ମ୍ୟାଚରେ ବେଲଜିୟମ ପକ୍ଷରୁ ଗୋଲ ପରେ ଗୋଲ ଦେଇ ଏକ ଦମ୍‌ଦାର ବିଜୟ ହାସଲ କରିଛି। ବିର୍ସା ମୁଣ୍ଡା ଷ୍ଟାଡିୟମରେରେ ଖେଳାଯାଉଥିବା ଆଜିର ମ୍ୟାଚରେ ୭-୧ ଗୋଲ ବ୍ୟବଧ୍ୟାନରେ ଜାପାନଙ୍କ ପରାସ୍ତ କରିଛି ବେଲଜିୟମ। ମ୍ୟାଚରେ ବେଲଜିୟମର ବୋନ୍‌ ଟୋମ୍‌ ଦମ୍‌ଦାର ଖେଳ ପଦର୍ଶନ କରି ଏକା ୫ଟି ଗୋଲ୍‌ ଦେଇଥିଲେ। ସେ ୨୧, ୨୬, ୨୭, ୫୦ ଓ ୫୫ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ଅନ୍ୟପଟେ ବେଲଜିୟମର ଚାର୍ଲିଅର କେଡରିକ୍‌ ୧୭ ଓ ଡୋକିଅର ସେବାଷ୍ଟାଇନ୍‌ ୫୧ ମିନିଟରେ ଗୋଲ୍‌ ଦେଇଥିଲେ। ସେପଟେ ଜାପାନରୁ କୁକୁଦା କେଣ୍ଟାରୋ ୪୫ ମିନିଟରେ ଗୋଟିଏ ଗୋଲ ଦେଇଥିଲେ।

ଅନ୍ୟପଟେ ଆଜି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ୟ ଦ୍ବିତୀୟ ମ୍ୟାଚ ଡ୍ରରେ ଶେଷ ହୋଇଛି। ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଜୋରଦାର ମୁକାବିଲା ହେବା ସହ ଉଭୟ ଦଳର ଖେଳାଳି ଲଢୁଆ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟ ପକ୍ଷରୁ ୫-୫ ଗୋଲ ଦିଆଯାଇଥିବାରୁ ମ୍ୟାଚ୍‌ ଡ୍ର ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ଆଟାକିଂ ଖେଳ ପଦର୍ଶନ କରିଥିଲେ। ଫ୍ରାନ୍ସ ପକ୍ଷରୁ ଚାର୍ଲେଟ ଭେକ୍ଟର ସର୍ବାଧିକ ୪ଟି ଗୋଲ୍‌ ଦେଇଥିଲେ। ସେ ୩୫, ୩୭, ୪୮ ଓ ୫୯ ମିନିଟରେ ଗୋଲ ଦେଇଥିଲେ। ତ୍ୟାନେଭେଜ୍‌ ଇତିନା ୧୦ ମିନିଟରେ ଗୋଲ ଦେଇଥିଲେ। ଆର୍ଜେଣ୍ଟିନାର ଡେଲା ଟୋରି ନିକୋଲାସ ୩୩, ୪୧ ଓ ୫୯ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଗୋଲ୍‌ ଦେଇଥିଲା ‌ବେଳେ ୨ ଓ ୫୦ ମିନିଟରେ କୀନାନ ନିକୋଲାସ ଏବଂ ଫେରିରୋ ମାର୍ଟିନ ଗୋଲ ମାରିଥିଲେ।

ସେପଟେ ବିର୍ସାମୁଣ୍ଡାରେ ଖେଳାଯାଇଥିବା ଆଜିର ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ପୁଣି ଥରେ ବିଶାଳ ବିଜୟ ହାସଲ କରିଥିଲା।  କଙ୍ଗାଳୁ ଦଳ ୯-୨ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଜୋଭରସ୍‌ ବ୍ଲେକ୍‌ ଦଳ ପକ୍ଷରୁ ସର୍ବାଧିକ ୪ଟି ଗୋଲ୍‌ (୩, ୧୪, ୧୮ ଓ ୧୯) ଦେଇଥିଲେ। ଏଥିରେ ୨ଟି ଫିଲ୍ଡ, ଗୋଟିଏ ପେନାଲ୍ଟି ଗୋଲ ଓ ପେନାଲ୍ଟି ସୁଟ୍‌ ସାମିଲ ଥିଲା। କ୍ରେଗ୍‌ ଟମ୍‌, ହାର୍ଭିଭ ଜେକ୍‌ ଓ ବିଆଲେ ଡାନିଏଲ୍‌ ଯାଥାକ୍ରମେ ୯, ୨୧ ଓ ୨୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଟୁଲି ନ୍ବକୋବଲି ଏବଂ ‌କକ୍‌ ତେଭିନ୍‌ ଯଥାକ୍ରମେ ୭ ଓ ୫୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ।

ହକି ବିଶ୍ବକପ୍‌ ୨୦୨୩: ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲରେ ହରାଇଲା ଅଷ୍ଟ୍ରେଲିଆ
ଭୁବନେଶ୍ବର: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଆଜିର ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅଷ୍ଟ୍ରେଲିଆ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଲ ବର୍ଷା କରିଥିଲା। ଦକ୍ଷିଣ ଆଫ୍ରିକା ମାତ୍ର  ୨ଟିଗୋଲ ଦେବାକୁ ସକ୍ଷମ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୯ଟି ଗୋଲ ଦେଇଥିଲା। ଫଳରେ ଷ୍ଟ୍ରେଲିଆ ୯ -୨ ରେ  ଦକ୍ଷିଣ ଆଫ୍ରିକା ଠାରୁ ଏହି ମ୍ୟାଚ ଜିତିନେଇଛି।

ହକି ବିଶ୍ବକପ୍‌ ୨୦୨୩: କଳିଙ୍ଗରେ ୪-୨ ଗୋଲରେ ୱେଲ୍ସକୁ ହରାଇଲା ଭାରତ
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଆଜିର ମ୍ୟାଚରେ ଭାରତ-ୱେଲ୍ସ  ମଧ୍ଯରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଭାରତ ସମଶେର ସିଂହ ଓ ଆକାଶଦୀପ ସିଂହ ଗୋଲ ବଳରେ ୨- ୦ରେ ଆଗୁଆ ରହିଥିଲା । ପରେ ୱେଲ୍ସ  କ୍ରମାଗତ ୨ଟି ଗୋଲ କରି ମ୍ୟାଚକୁ କମ ବ୍ଯାକ କରିଥିଲା । ଫଳରେ ୨-୨ରେ ସମାନ ସ୍ଥିତିରେ ଉଭୟ ଦଳ ରହିଥିଲେ। ପରେ ୪ର୍ଥ କ୍ବାଟରରେ ଭରତ ପକ୍ଷରୁ ଆକାଶଦୀପ ସିଂହ ଆଉ ଗୋଟିଏ ଗୋଲ ଦେଇଥିଲେ। ମ୍ୟାଚର ଶେଷ ମମୟରେ ହରମନପ୍ରୀତ ସିଂହ ଆଉ ଗୋଟିଏ ଗୋଲ ଦେଇଥିଲେ। ଫଳରେ ଭାରତ ୪ -୨ ରେ ୱେଲ୍ସ ଠାରୁ ଆଗୁଆ ରହି ଏହି ମ୍ୟାଚକୁ ଜିତି ନେଇଛି।

ହକି ବିଶ୍ବକପ: ୧୪- ୦ ଗୋଲରେ ଚିଲିକୁ ହରାଇ ନେଦରଲ୍ୟାଣ୍ଡସର ବିଶ୍ବ ରେକର୍ଡ ବିଜୟ
ଭୁବନେଶ୍ବର: କଳିଙ୍ଗରେ ବିଶ୍ୱ ରେକର୍ଡ। ନେଦରଲ୍ୟାଣ୍ଡସ ଟିମ କଳିଙ୍ଗ ଷ୍ଟାଡିଅମରେ ରଚିଲା ଇତିହାସ । ବିଶ୍ୱକପରେ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିଛି ନେଦରଲ୍ୟାଣ୍ଡସ । ପୂର୍ବରୁ ଗୋଟିଏ ମ୍ୟାଚରେ ସର୍ବାଧିକ ୧୨ ଗୋଲ କରି ଅଷ୍ଟ୍ରେଲିଆ ନାଁରେ ଏହି ରେକର୍ଡ ଥିଲା । ତେବେ ଆଜି ନେଦରଲ୍ୟାଣ୍ଡସ କଳିଙ୍ଗ ଷ୍ଟାଡିଅମରେ ଚିଲି ବିପକ୍ଷରେ ୧୪ ଟି ଗୋଲ ଦେବା ପରେ ଏହି ରେକର୍ଡ ନିଜ ନାଁରେ କରିଛି। ହେଲେ ଚିଲି ଗୋଟିଏ ବି ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲା । ଫଳରେ ନେଦରଲ୍ୟାଣ୍ଡସ ୧୪- ୦ ଆଜିର ମ୍ୟଚକୁ ସହଜରେ ଜିତି ନେଇଛି।

ଖବର ଅନୁଯାୟୀ, ୨୦୧୦ ବିଶ୍ୱକପରେ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ୧୨-୦ ରେ ଜିତିଥିଲା। ୨୦୧୮ ବିଶ୍ୱକପରେ ଚାଇନା ବିପକ୍ଷରେ ୧୧-୦ ରେ ଜିତିଥିଲା ଅଷ୍ଟ୍ରେଲିଆ ।