Dakota - The Sakala

ସଜେଇ ହେଉଛି ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା : ମାର୍ଚ୍ଚ ୫ରୁ ଦେଖି ପାରିବେ ସର୍ବସାଧାରଣ
ଭୁବନେଶ୍ବର: ସଜେଇ ହେଉଛି ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା । ବିଜୁ ପଟ୍ଟନାୟକଙ୍କ ବିମାନବନ୍ଦରର ଟର୍ମିନାଲ ଓ୍ବାନ୍‌ରେ ଦେଖିବାକୁ ମିଳିବ ଡାକୋଟା । ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟାର ଯୋଡ଼ାଯୋଡି କାମ ଚାଲିଛି ନିର୍ଦ୍ଧାରିତ ସମୟରେ ଶେଷ ହେବ । ଏବେ ଡାକୋଟାର ପ୍ରଥମ ଚକା ସଂଲଗ୍ନ ବେସ୍‌ଅଂଶକୁ ଆଣି ଟର୍ମିନାଲ ପ୍ଲାଟଫର୍ମ ଉପରେ ରଖାଯାଇଛି । ଆଜି ବିଳମ୍ବିତ ରାତିରେ ୨ଟି ଡେଣା ଓ ମୁଖ୍ୟଅଂଶ କକପିଟକୁ ଅଣାଯିବ । ୩ ତାରିଖ ସୁଦ୍ଧା ଯୋଡ଼ାଯୋଡି କାମ ସମ୍ପୂର୍ଣ୍ଣ ଶେଷ ହେବ ।

ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିବେ । ଏନେଇ ସୂଚନା ଦେଇଛନ୍ତି ଏରୋସ୍ପେସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି । ୨୭ ତାରିଖରେ ଫ୍ୟୁଜ ଲସ ବା ବିମାନର ବଡିକୁ ଅଣାଯିବ। ୨୮ ତାରିଖରେ ଓ୍ବିଙ୍ଗସ ଆଣି ଲଗାଯିବ। ପରେ ଇଣ୍ଟେରିଅର କାମ କରାଯାଇ ୩ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖା ଯାଇଛି ।

ବିଜୁବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଏୟାର ଲାଇନ୍ସରେ ୧୪ଟି ବିମାନ ଥିଲା । ସେଥିମଧ୍ୟରୁ ଡାକୋଟା ବିମାନ ବିଜୁବାବୁଙ୍କ ଅଧିକ ପ୍ରିୟ ଥିଲା । ଏହାକୁ ବିଜୁବାବୁ ନିଜେ ଚଲାଉଥିଲେ । ବହୁ ଦୁଃସାହସିକ ଅଭିଯାନରେ ବିଜୁଙ୍କ ସାଥୀ ଥିଲା ଏହି ଡାକୋଟା, ଯାହା ଅନେକ କାହାଣୀର ମୁଖସାଖୀ ।

ଭୁବନେଶ୍ବରରେ ପହଞ୍ଚିଲା ବିଜୁ ବାବୁଙ୍କ ଅତିପ୍ରିୟ ବିମାନ ‘ଡାକୋଟା’
ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ ଡାକୋଟା। ପ୍ରଥମେ ଲକ୍ଷ୍ମଣନାଥ ଟୋଲଗେଟ ପରେ ବାଲେଶ୍ବର, ଚଣ୍ଡିଖୋଲ ଓ କଟକ ଅତିକ୍ରମ କରି ରାଜଧାନୀରେ ପହଞ୍ଚିଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଆସିଛି ଡାକୋଟା ।

ଡାକୋଟାର ବଭିନ୍ନ ଅଂଶକୁ ୩ଟି ଲରିରେ ଲୋଡ୍ କରି ଓଡ଼ିଶା ଆଣିଛି ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର। ଏଆରଡିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ। ବିମାନଟିକୁ ସୁରକ୍ଷାର ସହିତ ସୀମା ପାର କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା। ଓଡ଼ିଶା ସୀମାରେ ପହଞ୍ଚିବା ପରେ ଡାକୋଟାକୁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ଅଣାଯାଇଛି। ଏନେଇ ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।