Tripura - The Sakala

ଅସୁସ୍ଥ ହାତୀ ପାଇଁ ଦେବଦୂତ ସାଜିଲା ଅନନ୍ତ ଅମ୍ବାନୀଙ୍କ ‘ବନ୍‌ତାରା’ ଟିମ୍‌, ୩୫୦୦ କିମି ତ୍ରିପୁରା ଯାଇ କଲେ ଚିକିତ୍ସା
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ଜୀବଜନ୍ତୁଙ୍କ ପ୍ରତି ପ୍ରେମ କାହାକୁ ଅଛପା ନାହିଁ। ଏହି ବନ୍ୟପ୍ରାଣୀମାନଙ୍କୁ ନେଇ ସେ ଏକ ଡ୍ରିମ୍‌ ପ୍ରୋଜେକ୍ଟ ଚଳାଇଛନ୍ତି, ଯାହାର ନାମ ‘ବନ୍‌ତାରା’। ଏହା ସାହାଯ୍ୟରେ ସେ ସମସ୍ୟାରେ ପଡ଼ିଥିବା ବନ୍ୟପ୍ରାଣୀମାନଙ୍କୁ ସାହାଯ୍ୟ କରୁଛନ୍ତି। ତାହାର ଏକ ସଦ୍ୟ ଉଦାହରଣ ହେଉଛି ଜାମନଗରଠାରୁ ୩୫ଶହ କିମି ଦୂରରେ ଏକ ଅସୁସ୍ଥ ହାତୀକୁ ‘ବନତାରା’ ଟିମ୍‌ର ଡାକ୍ତରମାନେ ଚିକିତ୍ସା ସେବା ଯୋଗାଇଛନ୍ତି। ଏହି ସମ୍ପର୍କିତ ଏକ ଭିଡ଼ିଓ ସମ୍ପ୍ରତି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ହେଉଛି ଏକ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଅନନ୍ତଙ୍କୁ ସାହାଯ୍ୟ ମଗାଯାଇଥିଲା। ତେବେ ୨୪ଘଣ୍ଟା ମଧ୍ୟରେ ସେ ତ୍ରିପୁରାର କେଲା ସହରକୁ ହାତୀର ଚିକିତ୍ସା ପାଇଁ ଏକ ଟିମ୍‌ ପଠାଇଥିଲେ। ସେଠାରେ ଡାକ୍ତରମାନେ ଅସୁସ୍ଥ ହାତୀ ସହ ତା’ର ଶାବକକୁ ଚିକିତ୍ସା କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ‘ବନତାରା’ ପ୍ରକଳ୍ପ ଗୁଜରାଟର ଜାମନଗରସ୍ଥିତ ରିଲାଏନ୍ସ କମ୍ପ୍ଲେକ୍ସ ନିକଟରେ ପାଖାପାଖି ୬ଶହ ଏକର ଜମିରେ ନିର୍ମାଣ କରାଯାଇଛି।

ବାହୁଡ଼ାରେ ଘଟିଥିବା ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହେଲେ ନବୀନ
ଭୁବନେଶ୍ୱର: ତ୍ରିପୁରାରେ ବାହୁଡ଼ାରେ ଘଟିଥିବା ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଏଭଳି ଦୁଃଖଦ ସମୟରେ ତ୍ରିପୁରାର ଲୋକଙ୍କ ପାଇଁ ଓଡ଼ିଶାବାସୀ ସହଯୋଗର ହାତ ବଢାଇବେ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତ୍ରିପୁରା ସରକାରକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୃତକ କିମ୍ବା ଆହତଙ୍କ ଭିତରେ ଓଡ଼ିଶାରୁ କୌଣସି ବ୍ୟକ୍ତି ଥିବାର ସନ୍ଦେହ କରି ସଂସ୍କୃତି ନିର୍ଦ୍ଦେଶକଙ୍କୁ ତ୍ରିପୁରା ପଠାଯାଇଛି । ଯଦି କୌଣସି ଓଡ଼ିଆ ସେଠାରେ ଥାନ୍ତି, ତେବେ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଯିବ । ଏହାସହ ତ୍ରିପୁରାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବେ ସଂସ୍କୃତି ନିର୍ଦ୍ଦେଶକ । ଗତକାଲି ତ୍ରିପୁରା ଉନାକୁଟି ଜିଲ୍ଲାର କୁମରଘାଟରେ ଘଟିଥିଲା ଅଭାବନୀୟ ଘଟଣା । ରଥଟାଣୁ ଟାଣୁ ଜିଅନ୍ତା ଜଳିଯାଇଥିଲେ ଶ୍ରଦ୍ଧାଳୁ ।

୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାଫଳରେ କରେଣ୍ଟ ଲାଗି ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ସୀମା ପୌଲ, ସୁସ୍ମିତା ଦାସ, ରୁପକ ଦାସ, ସୁମା ବିଶ୍ବାସ, ରୁହାନ ଦାସ, ଶାନ ମଲକର, ପ୍ରିୟଙ୍କା ଘୋଷ । ମୃତକଙ୍କ ମଧ୍ୟରେ ୩ଜଣ ୯ବର୍ଷର ପିଲା ରହିଥିବା ସୂଚନା ମିଳିଛି । ସେହିପରି ୧୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ରଥଟଣା ବେଳେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ମୃତ, ୧୫ ଆହତ
ତ୍ରିପୁରା: ରଥଟଣା ବେଳେ ଅଘଟଣ। ତ୍ରିପୁରାର ୟୁନାକୋଟି ଜିଲ୍ଲାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରଥ ଜଳିଗଲା। ଏହି ଅଘଟଣରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଅହରାହ୍ନ ବେଳେ ଏହି ଘଟଣା ଘଟିଛି। କୁମାଘାଟ ଅଞ୍ଚଳରେ ବାହୁଡ଼ାଯାତ୍ରା ଚାଲିଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ବସାଇ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରକୁ ଶ୍ରଦ୍ଧାଳୁମାନେ ଆଣୁଥିଲେ। ରଥଯାତ୍ରାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା।

ଦ୍ୱିତୀୟ ଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ମାଣିକ ଶାହ
ନୂଆଦିଲ୍ଲୀ: ପୁଣିଠାରେ ମାଣିକ ଶାହା ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ। ସୋମବାର ଅନୁଷ୍ଠିତ ବୈଠକରେ ମାଣିକ ଶାହ ରାଜ୍ୟ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତୀମା ଭୌମିକ ଶାହଙ୍କ ନାମ ପ୍ରସ୍ତାବ ଦେଇଥିଲେ। ମାର୍ଚ୍ଚରେ ୮ରେ ଶପଥ ଗ୍ରହଣ ସମାରୋହ ହେବ । ତ୍ରିପୁରା ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ବିଜେପି ୬୦ରୁ ୩୩ ଆସନରେ ବିଜୟୀ ହୋଇ ପୁଣି ଥରେ କ୍ଷମତାକୁ ଫେରିଛି ।

ଶ୍ରୀ ଶାହାଙ୍କ ଦଳ ବିଜେପି ଏବଂ ଏହାର ସହଯୋଗୀ ଆଇପିଏଫଟି ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ୩୩ଟି ଆସନରେ ଜିତି କ୍ଷମତାକୁ ଫେରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଓ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବାର ସମ୍ଭାବନା ରହିଛି।

ଚାଲିଛି ଭୋଟ୍ ଗଣତି: ଆଜି ଆସିବ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ନିର୍ବାଚନ ଫଳ
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଉତ୍ତରପୂର୍ବାଞ୍ଚଳର ୩ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏ ନେଇ ଆଜି ସକାଳୁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ଏହି ତିନି ରାଜ୍ୟ ମଧ୍ୟରୁ ପ୍ରଥମେ ତ୍ରିପୁରାରେ ଗତ ମାସ ୧୬ ତାରିଖରେ ନିର୍ବାଚନ କରାଯାଇଥିଲା ବେଳେ ଗତ ୨୭ ତାରିଖରେ ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ଶେଷ ହୋଇଥିଲା। ତେବେ ଏହି ସବୁ ରାଜ୍ୟର ଫଳାଫଳ ଆଜି ପ୍ରକାଶ ପାଇବ। ଏହାକୁ ନେଇ ବିଭିନ୍ନ ରାଜନୀତିକ ଦଳ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି।

ବୁଥ୍‌ ବାହୁଡ଼ା ରିପୋର୍ଟ ଅନୁସାରେ ତ୍ରିପୁରାରେ ବିଜେପି ପୁଣି କ୍ଷମତାକୁ ଫେରିବା ନେଇ ଆକଳନ କରାଯାଇଥିଲା ବେଳେ ନାଗାଲାଣ୍ଡରେ ମଧ୍ୟ ବିଜେପି ଏନଡିପିପି ସହିତ ମେଣ୍ଟ ସରକାର ପ୍ରତିଷ୍ଠା କରିବ ବୋଲି ଆକଳନ କରାଯାଇଛି। ମେଘାଳୟରେ ଝୁଲା ଅବସ୍ଥା ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।  ଆଜ ସବୁ ଆକଳନ ସ୍ପଷ୍ଟ ହୋଇଯିବ। ଚଳିତ ବର୍ଷ ଏହି ତିନି ରାଜ୍ୟ ବ୍ୟତୀତ ରାଜସ୍ଥାନ, କର୍ଣ୍ଣାଟକ ଏବଂ ତେଲଙ୍ଗାନା ଭଳି ରାଜ୍ୟରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ରହିଛି। ତେଣୁ ଏହି ତିନି ରାଜ୍ୟର ଫଳାଫଳ ସବୁ ରାଜନୀତିକ ଦଳ ପାଇଁ ମହତ୍ତ୍ବପୂର୍ଣ୍ଣ ରହିଛି।

ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ନିର୍ବାଚନ ପାଇଁ ବାଜିଲା ବିଗୁଲ, ଘୋଷଣା ହେଲା ନିର୍ବାଚନୀ ତାରିଖ
ନୂଆଦିଲ୍ଲୀ: ୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି।  ଏହି ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ଘୋଷଣା କରିଛନ୍ତି। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ପାଇଁ ନିର୍ବାଚନ ତାରିଖ ଘଷଣା କରାଯାଇଛି।

ଘୋଷଣା ଅନୁଯାୟୀ, ଫେବୃଆରୀ ୧୬ ତାରିଖରେ ତ୍ରିପୁରାର ସମସ୍ତ ୬୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ଯାୟରେ ଭୋଟିଂ ହେବ। ସେହିପରି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭାର ସମସ୍ତ ୬୦ ଆସନ ପାଇଁ ଫେବୃଆରୀ ୨୭ରେ ମତଦାନ ଗ୍ରହଣ କରାଯିବ। ଦୁଇଟି ତାରିଖରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୋଟିଏ ଦିନରେ ରେଜଲ୍ଟ ପ୍ରକାଶ ପାଇବ। ମାର୍ଚ୍ଚ ୨ ତାରିଖରେ ୩ ରାଜ୍ୟରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ସୂଚନା ଦେଇଛନ୍ତି।

ତ୍ରପୁରା ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଜାନୁଆରୀ ୩୦ ରହିଥିବା ବେଳେ ପ୍ରତ୍ୟାହାରର ଶେଷ ତାରିଖ ଫେବୃଆରୀ ୨ ରହିଛି। ସେହିପରି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଫେବୃଆରୀ ୭ ରହିଛି। ଫେବୃଆରୀ ୧୦ ସୁଦ୍ଧା ଏହି ଦୁଇ ରାଜ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଫେବୃଆରୀ ୨୭ରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।