Rourkela - The Sakala

ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ
ରାଉରକେଲା: ଦୁର୍ଗାପୁର ପାହାଡ଼ ଉପରେ ଥିବା ନିଲମ୍ବିତ ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଛି ବନ ବିଭାଗ । ଜଙ୍ଗଲ ଜମି ଜବରଦଖଲ ଅଭିଯୋଗରେ ପ୍ରଶାସନ ପକ୍ଷରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜଣେ ମାଜିଷ୍ଟ୍ରେଟ୍, ବରିଷ୍ଠ ପୋଲିସ ଅଧିକାରୀ, ୫ ଜଣ ଆଇଆଇସି (IIC), ପାନପୋଷ ଏସଡିପିଓ ଏବଂ ରାଉରକେଲା ବନଖଣ୍ଡ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ରାଉରକେଲା ଏସିଏଫ୍ (ACF) ଗଜେନ୍ଦ୍ର ପାଲ ସିଂହ ମାଥୁର କହିଛନ୍ତି ଯେ, ଏହି ଢାଞ୍ଚାଟି ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଥିଲା ଏବଂ ଏଥିପାଇଁ ମିଳିଥିବା ଅନୁମତିଠାରୁ ଅଧିକ ଜମିରେ ବେଆଇନ ନିର୍ମାଣ ହୋଇଥିବା ଜଣାପଡିଥିଲା।

ଅଧିକାରୀଙ୍କ ସୂଚନାନୁସାରେ, ୨୦୨୩ ମସିହାରେ ଏହି ସ୍ଥାନରେ କେବଳ ୦.୦୧ ଡେସିମିଲ୍ ଜମି ପାଇଁ ଅନୁମତି ମିଳିଥିଲା। ମାତ୍ର ଏହାକୁ ବେଆଇନ ଭାବେ ୦.୦୧୫ ଡେସିମିଲକୁ ବୃଦ୍ଧି କରାଯାଇଥିଲା। ଏନେଇ ନୋଟିସ୍ ଜାରି କରାଯାଇଥିଲେ ହେଁ ଅଗଷ୍ଟ ୩୧ ସୁଦ୍ଧା କେହି ଏହାର ଉତ୍ତର ରଖିନଥିଲେ କିମ୍ବା ମାଲିକାନା ଦାବି କରିନଥିଲେ। ତେଣୁ ରାଉରକେଲା ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ଏହି ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯାଇଛି ଏବଂ ସେଠାରୁ କାଗଜପତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି।

ଗତ ଅଗଷ୍ଟ ୧୫ ତାରିଖରେ ରାଉରକେଲା ସର୍କିଟ୍ ହାଉସରୁ ଦୁଇ ଜଣ ସଶସ୍ତ୍ର ଅପରାଧୀଙ୍କୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ଗିରଫ କରାଯିବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରକାଶ ପାଶୱାନ ବର୍ତ୍ତମାନ ଜେଲରେ ଅଛନ୍ତି। ପୋଲିସର ସୂଚନା ଅନୁଯାୟୀ, ୩୫ ବର୍ଷୀୟ ପାଶୱାନ ହିଁ ସର୍କିଟ୍ ହାଉସରେ ଅପରାଧୀମାନଙ୍କୁ ଆଶ୍ରୟ ଦେଇଥିଲେ ଏବଂ ସେ ଏହି ଘଟଣାର ମୁଖ୍ୟ କାର୍ପଟଦାର। ସେ ଫେରାର ଥିବା ବେଳେ ଗତ ଅଗଷ୍ଟ ୨୭ ତାରିଖରେ ତାଙ୍କୁ ବିହାରର ସମସ୍ତିପୁରରୁ ଗିରଫ କରାଯାଇଥିଲା। ଅଭିଯୁକ୍ତର ଅପରାଧିକ ସାମ୍ରାଜ୍ୟ ଉପରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ବୁଲଡୋଜର ଆକ୍ସନ ନିଆଯାଇଥିବା ଚର୍ଚ୍ଚା ହେଉଛି ।

ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !
ରାଉରକେଲା: ରାଉରକେଲାରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଥାନା IDC ଅଞ୍ଚଳରେ ଘଟିଛି ଏପରି ହତ୍ୟାକାଣ୍ଡ । ନିକଟରେ ଥିବା ଏକ ଡ୍ରେନରେ ପଡ଼ିଛି ମୃତଦେହ । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବାବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ, ଡ୍ରେନରୁ ଉଦ୍ଧାର ହୋଇଥିବା ମୃତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତର ଚିହ୍ନ ରହିଛି । ଏହି ଆଘାତକୁ ଦେଖି ତାଙ୍କୁ କୌଣସି ଧାରୁଆ କିମ୍ବା ଭାରୀ ବସ୍ତୁରେ ଆକ୍ରମଣ କରାଯାଇଥିବା ଜଣାପଡିଛି । ହତ୍ୟା ପରେ ମୃତଦେହକୁ ଘଟଣାସ୍ଥଳରୁ ଅନ୍ୟତ୍ର ନେଇ ଡ୍ରେନ୍ ଭିତରେ ଫିଙ୍ଗି ଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ଏହା ପଛରେ କିଏ ରହିଛି ଏବଂ ପ୍ରକୃତରେ କ’ଣ ଘଟିଥିଲା, ତାହା ଏବେ ପୋଲିସ ତଦନ୍ତରୁ ହିଁ ସ୍ପଷ୍ଟ ହେବ ।

ରାଉରକେଲାର ସିଲାକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଭଣ୍ଡାର ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ
ରାଉରକେଲା: ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ଜବତ । ରାଉରକେଲା ଅନ୍ତର୍ଗତ କେ. ବଲାଙ୍ଗ ଥାନା ନିକଟ ସିଲାକୁଟା ସଂରକ୍ଷିତ ଜଙ୍ଗଲରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ କଲା ପୋଲିସ । ଏହି ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଏକ ମାଓବାଦୀ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଠାବ କରାଯାଇଛି। ସେଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ଗୁଳିଗୋଳା ଏବଂ ଯୋଗାଯୋଗ ଉପକରଣ ଜବତ କରାଯାଇଥିବା ସୁରକ୍ଷା ଅଧିକାରୀମାନେ ସୂଚନା ଦେଇଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଜେରା ବେଳେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଆଧାରରେ ଏହି ଅପରେସନ ଆରମ୍ଭ କରାଯାଇଥିଲା। ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (DVF) ଏବଂ ବୋମା ନିଷ୍କ୍ରିୟକାରୀ ଦଳ (BDDS) ର ଏକ ମିଳିତ ଟିମ୍ ଜଙ୍ଗଲିଆ ଅଞ୍ଚଳରେ ସର୍ଚ୍ଚ ତଥା ଏରିଆ ଡୋମିନେସନ୍ ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନ ସମୟରେ ସୁରକ୍ଷା କର୍ମୀମାନେ ମାଓବାଦୀଙ୍କ ଦ୍ୱାରା ଅତି ଚତୁରତାର ସହ ଲୁଚାଇ ରଖାଯାଇଥିବା ଏହି ବିପୁଳ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଠାବ କରିଥିଲେ।

ସୁରକ୍ଷା ବାହିନୀ ପକ୍ଷରୁ ଜବତ କରାଯାଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ CM 9mm 1A1 କାର୍ବାଇନ୍, ଗୋଟିଏ IED କଣ୍ଟେନର, ୧୫ଟି ଡିଟୋନେଟର ଏବଂ ୨ଟି ମାଗାଜିନ୍ ଅନ୍ତର୍ଭୁକ୍ତ ରହିଛି। ଏହା ସହିତ ଏକ ସ୍ଲିଙ୍ଗ, ଗୋଟିଏ ମୋଟୋରୋଲା ୱାକିଟକି, ୨୦ ରାଉଣ୍ଡ 9mm ବଲ୍ ଆମ୍ୟୁନିସନ୍, ଗୋଟିଏ କାଇୱିଟ୍ସ (Kaiweets) KM100 ଡିଜିଟାଲ ମଲ୍ଟିମିଟର, ବ୍ୟାଟେରୀ ଚାର୍ଜର, ୱାକିଟକି ଫ୍ରିକ୍ୱେନ୍ସି ଡିଭାଇସ୍ ଏବଂ ଏକ ୱାକିଟକି ପାଉଚ୍ ଜବତ କରାଯାଇଛି। ଘଟଣାସ୍ଥଳରୁ ଅନ୍ୟ କେତେକ ପାଉଚ୍ ମଧ୍ୟ ଉଦ୍ଧାର ହୋଇଛି।

ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଚାଲିଥିବା ଆଣ୍ଟି-ମାଓବାଦୀ (anti-Maoist) ଅପରେସନରେ ଏହି ଜବତ ଏକ ଉଲ୍ଲେଖନୀୟ ସଫଳତା। ଏହାଦ୍ୱାରା ମାଓ ସଂଗଠନଗୁଡ଼ିକର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ଯୋଗାଯୋଗ ଉପକରଣ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ ସାମଗ୍ରୀର ଉପଲବ୍ଧତା ବାଧାପ୍ରାପ୍ତ ହେବ ବୋଲି ଆଶା କରାଯାଉଛି। ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସୁରକ୍ଷା ବାହିନୀର ପ୍ରାଧାନ୍ୟ ବୃଦ୍ଧି କରିବା ପାଇଁ ଉଦ୍ୟମ ଜୋରଦାର କରାଯାଇଛି। ଜଙ୍ଗଲରେ ଆହୁରି କୌଣସି ମାଓବାଦୀ ସାମଗ୍ରୀ ଲୁଚାଇ ରଖାଯାଇଛି କି ନାହିଁ ତାହା ଜାଣିବା ପାଇଁ ଅଞ୍ଚଳରେ ଅଧିକ ସର୍ଚ୍ଚ ଅପରେସନ ଜାରି ରହିଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲାଠିକଟା ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ
ସୁନ୍ଦରଗଡ଼: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲାଠିକଟା ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ ।  ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁରୁବାର ଦିନ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ ହେବା ପରେ ଶୁକ୍ରବାର ଦିନ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଛି।

ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଦିନ ତହସିଲଦାର ମୁରଲୀଧର ଉର୍ମାଲ ଏକ ଭଡ଼ା ଗାଡ଼ି ଯୋଗେ ଅଫିସରୁ ରାଉରକେଲା ସ୍ଥିତ ନିଜ ବାସଭବନକୁ ଫେରୁଥିଲେ। ଏହି ସମୟରେ ଲାଠିକଟା ନିକଟସ୍ଥ ରାଜାବାସା ଛକ ଠାରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ତାଙ୍କ ନିକଟରୁ ବିପୁଳ ପରିମାଣର ନଗଦ ୫ ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କାର କୌଣସି ସନ୍ତୋଷଜନକ ହିସାବ ଦେଇନପାରିବାରୁ ତାଙ୍କୁ ଅଟକ ରଖାଯିବା ସହ ଗାଡ଼ିକୁ ଜବତ କରାଯାଇଥିଲା। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନା କେସ୍ ନମ୍ବର ୯ ରୁଜୁ କରାଯାଇ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅଟକ ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଏକାଧିକ ଠିକଣାରେ ସମାନ୍ତରାଳ ଚଢ଼ାଉ କରାଯାଇଥିଲା। ରାଉରକେଲା ସିଭିଲ୍ ଟାଉନସିପ୍ ସ୍ଥିତ ଘର, ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡିହି ଗାଁ ରେ ଥିବା ପୈତୃକ ବାସଭବନ ଏବଂ ଲାଠିକଟା ତହସିଲ ଅଫିସରେ ଯାଞ୍ଚ କରାଯାଇଥିଲା। ଘରୁ ଆହୁରି ୫.୮୩ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ଫଳରେ ସମୁଦାୟ ନଗଦ ଟଙ୍କା ଜବତ ପରିମାଣ ୧୦.୮୩ ଲକ୍ଷ ଟଙ୍କା ରେ ପହଞ୍ଚିଛି।

ଏହା ବ୍ୟତୀତ ଯାଞ୍ଚ ବେଳେ ତାଙ୍କ ଓ ତାଙ୍କ ପରିବାର ନାମରେ ଥିବା ଅନେକ ସମ୍ପତ୍ତିର ତାଲିକା ମିଳିଛି। ସେଥିମଧ୍ୟରେ ୬୦୬ ଗ୍ରାମ ସୁନା ଏବଂ ୬୩୫ ଗ୍ରାମ ରୂପା ଅଳଙ୍କାର ଥିବା ବେଳେ, ବ୍ୟାଙ୍କ ଓ ବୀମାରେ ମୋଟ ୭୫.୩୧ ଲକ୍ଷ ଟଙ୍କା ର ଜମା ରହିଛି। ସେହିପରି ସୁନ୍ଦରଗଡ଼ର କରମଡିହିରେ ୩,୭୦୦ ବର୍ଗଫୁଟ ର ଏକ ଦୁଇ ମହଲା କୋଠା, ସୁନ୍ଦରଗଡ଼ ସହର ଉପକଣ୍ଠରେ ୬ଟି ଦାମୀ ପ୍ଲଟ୍, ଗୋଟିଏ କାର୍ ଏବଂ ୩ଟି ଦୁଇ ଚକିଆ ଯାନ ଭିଜିଲାନ୍ସ ଠାବ କରିଛି।

ରାଉରକେଲାରେ ଅଘଟଣ: ଘରୋଇ ଡାକ୍ତରଖାନାର ଚତୁର୍ଥ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ
ରାଉରକେଲା: ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଡାକ୍ତରଖାନାର ଚତୁର୍ଥ ମହଲାରୁ ଡେଇଁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ରୋଗୀ ଜଣକ ଏକ ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥିତ ଏହି ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ସେ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମାତ୍ର, ଡାକ୍ତରଖାନା ଭଳି ଏକ ସୁରକ୍ଷିତ ସ୍ଥାନରେ ଏଭଳି ମୃତ୍ୟୁ ଘଟିବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଉରକେଲାରେ ବିଭତ୍ସ ହତ୍ୟାକାଣ୍ଡ: ପୁର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କ ଗଳାକାଟି ହତ୍ୟା
ରାଉରକେଲା: ରାଉରକେଲାରେ ବିଭତ୍ସ ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣ କରି ଜଣେ ଯୁବକଙ୍କ ଗଳାକାଟି ହତ୍ୟା । ସେକ୍ଟର ୬ ନିକଟରେ ସଙ୍ଘଵଦ୍ଧ ଭାବେ ଜଣେ ଯୁବକକୁ ଭୁଜାଲିରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ। ୬ରୁ ୭ ଜଣ ଯୁବକଙ୍କ ଗଳା କାଟି ହତ୍ୟା କରି ଫେରାର ହୋଇଯାଇଥିବା ସୂଚନା । ତେବେ ପୁର୍ବ ଶତୃତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ। ମୃତ ଯୁଵକ ସେକ୍ଟର ୬ ଅଞ୍ଚଳର ତୋଫାନ ବୋଲି ଚିହ୍ନଟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା। ଘଟଣାସ୍ଥଳରେ ସେକ୍ଟର ୭ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ
ରାଉରକେଲା: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି । ଏୟାରପୋର୍ଟରେ ଭବ୍ୟ ସ୍ବାଗତ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଇସ୍ପାତ ସହର ରାଉରକେଲା ଗସ୍ତରେ ଅଛନ୍ତି ଦ୍ରୋପଦୀ ମୁର୍ମୁ । ରାଉରକେଲାରେ ପ୍ରାୟ ୧୫୮ କୋଟିର ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ଲାନେଟାରିୟମ୍ ଏବଂ ସାଇନ୍ସ ସେଣ୍ଟରର ଉଦଘାଟନ କରିବେ ରାଷ୍ଟ୍ରପତି । ଆଦିବାସୀ ସଂଗ୍ରହାଳୟ, ନିର୍ମଳ ମୁଣ୍ଡା ପ୍ରବେଶ ପଥର ମଧ୍ୟ ଶୁଭାରମ୍ଭ କରିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ରାଉରକେଲାରେ ଗ୍ୟାସ୍ କଳାବଜାରୀ: ଗ୍ୟାରେଜରୁ ୧୬୧ ଗ୍ୟାସ୍ ସିଲିଣ୍ଡର୍ ଜବତ, ମାଲିକ ଚମ୍ପଟ୍
ରାଉରକେଲା: ଗ୍ୟାରେଜ୍‌ ଭିତରୁ ୧୬୧ ଗ୍ୟାସ୍ ସିଲିଣ୍ଡର୍ ଜବତ । ରାଉରକେଲାରେ ଚାଲିଛି ଗ୍ୟାସ୍‌ କଳାବଜାରୀ । ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲାର ସେକ୍ଟର-୯ ଅଞ୍ଚଳରେ ଯୋଗାଣ ବିଭାଗର ରେଡ୍‌ ବେଳେ ଜଣଙ୍କ ଗ୍ୟାରେଜ୍‌ରୁ ମିଳିଲା ଏତେ ମାତ୍ରାରେ ଉଭୟ କମର୍ସିଆଲ୍‌ ଓ ଘରୋଇ ସିଲିଣ୍ଡର । ତେବେ ଏତେ ପରିମାଣର ଗ୍ୟାସ ସିଲିଣ୍ଡର କଣ ପାଇଁ ରଖିଥିଲା ତାହା ସ୍ପଷ୍ଟ ହୋଇନାହିଁ। ଯୋଗାଣ ବିଭାଗ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଗ୍ୟାରେଜ୍ ମାଲିକ ଚମ୍ପଟ ମାରିଥିବା ସୂଚନା ମିଳିଛି ।

ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ରାଉରକେଲା: ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀ ମୋଙ୍ଗଡି ହୋନହାଗା ଆତ୍ମସମର୍ପଣ କରିଛନ୍ତି । କୁଖ୍ୟାତ ମାଓବାଦୀ ଅନମୋଲ ଟିମରେ ଗତ ଦୁଇବର୍ଷ ହେଲା କାର୍ଯ୍ୟ କରୁଥିଲେ ୧୯ ବର୍ଷୀୟା ମୋଙ୍ଗଡି ହୋନହାଗ। ପଥର ଖଣିରୁ ବିସ୍ଫୋରକ ସାମଗ୍ରୀ ଲୁଟ ଲ୍ୟାଣ୍ଡମାଇନ ବିସ୍ଫୋରଣ ସହ ବିଭିନ୍ନ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଛୋଟନାଗରା ଥାନା ହୋଲମୁଲି ଗ୍ରାମର ମୁଳଵାସିନ୍ଦା ମାଓବାଦୀ  ମୋଙ୍ଗଡି ହୋନହାଗା ଓଡିଶା ଓ ଝାଡ଼ଖଣ୍ଡରେ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜି ଓ ରାଉରକେଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମୋଙ୍ଗଡି ।

ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ରାଉରକେଲା: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ମୃତ ଯୁବତୀଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଥାନା ଅଧିନ ସମିଲ ନିକଟ ସ୍କୁଲର ପଛପଟ ବୁଦା ମୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀଙ୍କ ବୟସ ପ୍ରାୟ ୨୫ ବର୍ଷ ହୋଇଥିବା ସୂଚନା ମିଳିଛି । କେହି ଦୁର୍ବୃତ୍ତ ଯୁବତୀଙ୍କୁ ହତ୍ୟା କରି ବୁଦାରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ତେବେ କିଏ କାହିଁକି ହତ୍ୟା କରିଛି ଏବଂ କିଭଳି ଯୁବତୀଙ୍କ ମୃତଦେହ ଏଠାକୁ ଆସିଲା ତାହା ବର୍ତ୍ତମାନ ମଧ୍ୟ ଅସ୍ପଷ୍ଟ ରହିଛି । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ରାଉରକେଲାରେ ଅନଲାଇନ୍ ବେଟିଂ ରାକେଟ୍‌ର ପର୍ଦ୍ଦାଫାସ: ୫ ଅଟକ, ୨୦ ଲକ୍ଷ ଟଙ୍କା ଜବତ
ରାଉରକେଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଆଇସିସି ଟି-୨୦ ବିଶ୍ୱକପ୍ ସମୟରେ ଚାଲିଥିବା ଏକ ବଡ଼ ଧରଣର ଅନଲାଇନ୍ ବେଟିଂ କାରବାରର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନଗଦ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏକକାଳୀନ ୫ଟି ଥାନା ଅଞ୍ଚଳରେ ଚଢ଼ାଉ

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୁଧବାର ଦିନ ରାଉରକେଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା। ପ୍ଲାଣ୍ଟସାଇଟ୍, ଉଦିତନଗର, ବଣ୍ଡମୁଣ୍ଡା, ରଘୁନାଥପାଲି ଏବଂ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏକକାଳୀନ ଏହି ଚଢ଼ାଉ କରାଯାଇଥିଲା। ଏହି ଅପରେସନ୍ ସମୟରେ ବ୍ୟାପକ ପରିମାଣର ଟଙ୍କା ସହ ଅନେକ ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି, ଯଥା କମ୍ପ୍ୟୁଟର ଓ ଲାପଟପ୍ ଜବତ କରାଯାଇଛି।

ହାୱାଲା ଓ ବେନାମୀ ଆକାଉଣ୍ଟର ଲିଙ୍କ୍

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ବେଟିଂ ରାକେଟ୍‌ର ତାର ହାୱାଲା କାରବାର ସହ ଯୋଡ଼ି ହୋଇଛି। ଅଟକ ଥିବା ବ୍ୟକ୍ତିମାନେ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ବେଆଇନ ଅର୍ଥ କାରବାର କରୁଥିଲେ। ଏହି ରାକେଟ୍‌ର ମୁଖ୍ୟ କାର୍ପଟଦାର ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ରାଉରକେଲା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ଏହି ଅପରେସନ୍ ଜରିଆରେ ଆଗକୁ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଜବତ ହୋଇଥିବା ଡିଜିଟାଲ୍ ତଥ୍ୟ ଏବଂ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଯାଞ୍ଚ କରାଯାଉଛି।

ଅନଲାଇନ୍ କ୍ରିକେଟ ବେଟିଂ ରାକେଟ୍ ବିରୋଧରେ ରାଉରକେଲା ପୋଲିସର ଚଢ଼ାଉ, ୫ ଅଟକ
ରାଉରକେଲା: ରାଉରକେଲାରେ ଟି-ଟ୍ବେଣ୍ଟି ବିଶ୍ବକପ୍ କ୍ରିକେଟ ଅନଲାଇନ୍ ବେଟିଂ ଅଭିଯୋଗରେ ଏକାଧିକ ସ୍ଥାନରେ ପୋଲିସର ରେଡ୍ । ଆଜି ସକାଳୁ ପୋଲିସର ଏକ ସ୍ୱତନ୍ତ୍ର ଟିମ ପ୍ଲାଣ୍ଟସାଇଟ୍, ଉଦିତ ନଗର, ରଘୁନାଥ ପାଲି,ବ୍ରାହ୍ମଣୀ ତରଙ୍ଗ ଓ ଟାଙ୍ଗରପାଲି ଥାନା ସମେତ ବିଭିନ୍ନ ଅଞ୍ଚଳରେ ରେଡ୍ କରିଛି । ରେଡ୍ ବେଳେ ପ୍ରାରମ୍ଭିକ ତଦନ୍ତରେ ସେମାନଙ୍କର ‘ବେନାମୀ ଆକାଉଣ୍ଟ’ ପ୍ରଦାନକାରୀ ଏବଂ ହାୱାଲା ଅପେରେଟରମାନଙ୍କ ସହ ନେଟୱର୍କ ଥିବା ତଥ୍ୟ ମିଳିଛି। ଏହା ମାଧ୍ୟମରେ ଅବୈଧ ଟଙ୍କା ଆଦାନ ପ୍ରଦାନ କରାଯାଉଥିବା ପ୍ରମାଣ ମିଳିଛି। ଏପର୍ଯ୍ୟନ୍ତ ୨୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଅନ୍ୟାନ୍ୟ ଆର୍ଥିକ କାରବାର, ବ୍ୟାଙ୍କ ଖାତା ଏବଂ ଡିଜିଟାଲ ତଥ୍ୟ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି । ୫ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟାନ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ଚଢ଼ାଉ ଜାରି ରହିଛି।