weather in odisha - The Sakala
ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପଟି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବାରୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛିି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷକରି ୨୫ ଓ ୨୬ରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ରହିବ।
ସୋମବାର କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଯେହେତୁ ବର୍ତ୍ତମାନ ରାଜ୍ୟର ପ୍ରାୟ ସମସ୍ତ ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ଅଧିକ ରହିଛି, ତେଣୁ ଆଗକୁ ହେବାକୁ ଥିବା ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ନଦୀରେ ବଡ଼ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଲଘୁଚାପ ପ୍ରଭାବରେ ବର୍ତ୍ତମାନ ବଙ୍ଗୋପସାଗର ବିଶେଷକରି ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିଛି। ସମୁଦ୍ର ମଧ୍ୟରେ ପବନର ବେଗ ୪୦ରୁ ୫୦ ଓ ଝଟକା ପବନ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଅନ୍ୟପଟେ ଉତ୍ତର ଓଡ଼ିଶାରେ ବର୍ତ୍ତମାନ ପୁଣି ଥରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଗଲା ଲଘୁଚାପ ପ୍ରଭାବରେ ଉପମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବିଭିନ୍ନ ନଦୀ ବୈତରଣୀ, ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏଥିମଧ୍ୟରୁ ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଥିବା ବେଳେ ଏହାର ଅବବାହୀକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଏହା ପଞ୍ଚମ ବନ୍ୟା। ସୁବର୍ଣ୍ଣରେଖାରେ ଛୋଟରୁ ମଧ୍ୟମ ଓ ବୈତରଣୀରେ ଛୋଟ ଧରଣରେ ବନ୍ୟା ହୋଇଛି। ବିଗତ କିଛି ଦିନରୁ ଲଗାଣ ବର୍ଷା ହେଉଛି। ଗତ ୨୪ ଘଣ୍ଟାରେ ବୈତରଣୀ, ବେସିନ, କେନ୍ଦୁଝର ଓ ଝାଡ଼ଖଣ୍ଡରେ ୪୨.୫୭ ମିମି ବର୍ଷା ହୋଇଛି। ଉପର ବ୍ରାହ୍ମଣୀରେ ୩୫ ମିମି ବର୍ଷା ହୋଇଛି ଏବଂ ଉପର ମହାନଦୀରେ ୩୧ ମିମି ବର୍ଷା ହୋଇଛି। ଯାହା ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବଂଶଧରା ଓ ବୁଢାବଳଙ୍ଗରେ ପାଣି ଅଧିକ ଥିଲେ ବି କମିଯିବ। ମାତ୍ର ବୈତରଣୀରେ ଗତକାଲି ଠାରୁ ବନ୍ୟା ହୋଇଛି। ଅପରପକ୍ଷେ ହୀରାକୁଦରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇ ଜଳସ୍ତର ବଢୁଛି। ହୀରାକୁଦ ଜଳଭଣ୍ଡାରରେ ୬୨୧.୬୫ ଫୁଟ ପାଣି ଅଛି। ଗତକାଲି ଉପର ମହାନଦୀରେ ୩୧.୩୩ ମିମି ବଡ଼ ବର୍ଷା ହୋଇଛି, ତେଣୁ ହୀରାକୁଦର ୧୨ଟି ଗେଟ୍‌ ଖୋଲାଯାଇ ଜଳ ନିଷ୍କାସିତ ହେଉଛି। ସେହିପରି ରେଙ୍ଗାଲି ଡ୍ୟାମରେ ଦୁଇଟି ଗେଟ ଦେଇ ୩,୪୦୦ କ୍ୟୁସେକ ବ୍ରାହ୍ମଣୀ ଜଳ ନିଷ୍କାସନ ହେବ। ଜେନାପୁରରେ ନଦୀଜଳ ବିପଦ ସଙ୍କେତ ତଳେ ଅଛି। ବନ୍ୟା ସ୍ଥିତି ଯୋଗୁଁ ବର୍ତ୍ତମାନ ଯାଜପୁରରେ ମୁଖ୍ୟଯନ୍ତ୍ରୀ ଓ ଧାମନଗରରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କ୍ୟାମ୍ପ କରିଛନ୍ତି। ଯାହା କ୍ଷୟକ୍ଷତି ହେଉଛି ତୁରନ୍ତ ମରାମତି କରାଯାଉଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୂ ସୂଚନା ଦିଆଯାଇଛି।
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି। ଆସନ୍ତା ୨୨-୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବ। ଫଳରେ ରାଜ୍ୟରେ ୨୩ ତାରିଖରୁ ପୁଣି ବର୍ଷା ବଢ଼ିବ। ବର୍ଷାର ପ୍ରଭାବ ପ୍ରାୟ ୨୬ ପର୍ଯ୍ୟନ୍ତ ଜାରି ରହିବ। ୨୪ ଓ ୨୫ ତାରିଖରେ ସବୁଠୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ମିଳିଥିବା ସୂଚନାନୁଯାୟୀ, ଏହି ଲଘୁଚାପଟି ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଓ ପଶ୍ଚିମବଙ୍ଗ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଲଘୁଚାପଟି ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାକୁ ଥିବାରୁ ପ୍ରଥମେ ଉତ୍ତର ଓଡ଼ିଶାରେ ଏହା ପ୍ରଭାବରେ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ସମୟରେ ଏହା ଝାଡ଼ଖଣ୍ଡ ଓ ଛତିଶଗଡ଼ ମୁହାଁ ହେବାକୁ ଥିବାରୁ ଏହାର ସମୀନ୍ତବର୍ତ୍ତୀ ଓଡ଼ିଶା ଜିଲ୍ଲା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ବର୍ତ୍ତମାନ ଦକ୍ଷିଣ ଛତିଶଗଡ଼ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ଅବସ୍ଥାରେ ରହିଛି। ଏହା ବର୍ତ୍ତମାନ ଦକ୍ଷିଣ ଆଡ଼କୁ ଦିଗ ପରିବର୍ତ୍ତନ କରୁଛି। ଏଭଳି ସ୍ଥିତିରେ ମୌସୁମୀ ସକ୍ରିୟ ରହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଏହି ସ୍ଥିତି ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ଯଦିଓ ୩ ଓ ୪ ତାରିଖ ବର୍ଷାର ପରିମାଣ ସାମାନ୍ୟ କମିବ, ମାତ୍ର ୫ ତାରିଖରୁ ପୁଣି ଥରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।
ବିଶେଷକରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୪ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ପ୍ରଭାବରେ ବର୍ଷାର ପ୍ରଭାବ ବଢ଼ିପାରେ। ଆସନ୍ତକାଲି ସୋନପୁର, ବରଗଡ଼, ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ାରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାରୁ ଜଣାପଡ଼ିଛି।
ଆସୁଛି ଲଘୁଚାପ, ଆଗାମୀ ୭ ଦିନ ଯାଏ ରାଜ୍ୟରେ ଜାରି ରହିବ କାଳବୈଶାଖୀ ପ୍ରଭାବ
ଭୁବନେଶ୍ବର: ଆସୁଛି ଲଘୁଚାପ। ୨୭ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବା ନେଇ ପୂର୍ବାନୁମାନ କରିଛି ବିଭାଗ।
ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ୨୬ ଓ ୨୭ ତାରିଖରେ ରାଜ୍ୟ ସାରା ବର୍ଷା ସମ୍ଭାବନା ରହିଥିବାବେଳେ ସତର୍କତା ଜାରି କରିଛି ପାଣିପାଗ ବିଭଗ। ତେବେ କେରଳ ଆଡକୁ ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ଏହି ପ୍ରକ୍ରିୟା ସକ୍ରିୟ ରହିଲେ ମୌସୁମୀ ଓଡ଼ିଶା ଆଗମନ ନେଇ ବାଟ ଫିଟିବ।
ସେପଟେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୬ ଓ ୨୭ ଏହି ଦୁଇଦିନ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ଦକ୍ଷିଣ ଓଡ଼ିଶାର ରାୟଗଡା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା  ରହିଛି। ସେହିପରି ଆସନ୍ତା ୭ ଦିନ ଯାଏ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ। ବିଜୁଳି ଘଡଘଡି ସହ ବର୍ଷା ଓ ଝଡି ପବନ ବହିବାର  ସମ୍ଭାବନା ରହିଛି।
ଆଗାମୀ ୨୪ ଘଣ୍ଟାରେ ଝାରସୁଗୁଡା, ବରଗଡ, ସମ୍ବଲପୁର ଓ ଦେବଗଡକୁ ବାଦ ଦେଲେ ଅନ୍ୟ ୨୬ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେପଟେ ଆସନ୍ତା ୨୪ ଘଣ୍ଟା ଯାଏ ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା,ପୁରୀ, କଟକ ଜଗତସିଂହପୁର, କେନ୍ଦ୍ରାପଡ। ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏହି ଏହି ୧୧ ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟରେ ଆଜିଠୁ ଭୀଷଣ ତାତି ଓ ଗୁଳୁଗୁଳି, ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ଆଶଙ୍କା
ଭୁବନେଶ୍ୱର: ରାଜ୍ୟରେ ପୁଣି ଆରମ୍ଭ ହେବ ତାତି ଓ ଗୁଳୁଗୁଳି। ବୁଧବାରଠାରୁ ଯଦିଓ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ହୋଇଛି, ତେବେ ଗୁରୁବାରଠାରୁ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବଢ଼ିବା ସହ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ଆଶଙ୍କା ସୃଷ୍ଟି ହୋଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାରଠାରୁ ୧୩ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ସହ ଉଷ୍ମ ଓ ଆର୍ଦ୍ର ସ୍ଥିତି ରହିବାର ସମ୍ଭାବନା ରହିଛି। ଫଳରେ ତାତି ବଢ଼ିବା ସହ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି କେନ୍ଦ୍ର କହିଛି। ଏହା ସହ ଝାଞ୍ଜି ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ନେଇ କେତେକ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ୧୩ ତାରିଖ ଯାଏଁ ବର୍ଷା ପାଇଁ କୌଣସି ସତର୍କତା ଜାରି ହୋଇ ନ ଥିବା ବେଳେ ଏହି ସମୟରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।
ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ହେବାର ସମ୍ଭାବନା ରହିଛି। ଏହା ସହ ଏସବୁ ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆକଳନ କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
୧୨ ଓ ୧୩ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିବାର ଆକଳନ କରାଯାଇଥିବାରୁ ଏହି ୨ ଦିନ ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ, ବରଗଡ଼, ସୋନପୁର, ସମ୍ୱଲପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲା ରହିଛି। ସେହିପରି ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ଗଜପତି, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟରେ ରଖାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୨ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଥିବା ବେଳେ ପୁଣି ଥରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ୪୧ ଡିଗ୍ରୀ ସହ ସମ୍ବଲପୁର ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ବଲାଙ୍ଗିର ୪୦.୮, ଝାରସୁଗୁଡ଼ା ୪୦.୪ ଓ ଟିଟଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି।
୨୯ରେ ଆଉ ଏକ ଲଘୁଚାପ, ଆଜି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଥିବା ଲଘୁଚାପ ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚମବଙ୍ଗ-ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡ ମୁହାଁ ହେବ। ଏହା ଓଡ଼ିଶାଠାରୁ ଦୂରରେ ରହିଥିଲେ ହେଁ ଏହା ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନେଇ ସୋମବାର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଲଘୁଚାପ ଯୋଗୁଁ ୩୦ତାରିଖରୁ ବର୍ଷାର ପ୍ରଭାବ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ଆସନ୍ତା ସେପ୍ଟେମ୍ୱର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲ୍‌‌ାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ସହ ସମୁଦ୍ର ମଧ୍ୟରେ ପବନ ବେଗ ବୃଦ୍ଧି ହେବାର ଆଶଙ୍କା ରହିଛି। ଏଥିପାଇଁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସବମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସତର୍କତା ପରେ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏସ୍‌‌ଆରସି ସତର୍କ କରାଇଛନ୍ତି। ଏହାସହିତ ଜିଲ୍ଲାପାଳମାନେ ସ୍ଥିତି ଉପରେ ନଜର ରଖିବା ସହ ଜଳ ନିଷ୍କାସନ କରିବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୮ ତାରିଖ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବା ବେଳେ ୨୯ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ୪୮ ଘଣ୍ଟା କେନ୍ଦ୍ରୀୟ ବଙ୍ଗୋପାସାଗରରେ ରହି ୩୧ ଓ ସେପ୍ଟେମ୍ବର ୧ରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳ ନିକଟରେ ରହି ଦକ୍ଷିଣ ଛତିଶଗଡ଼ ଆଡ଼କୁ ମୁହାଁଇପାରେ। ଏହାଫଳରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଯଦିବା ୩୧ ସୁଦ୍ଧା ଏହା ଅବପାତରେ ପରିଣତ ହୋଇପାରେ, କିନ୍ତୁ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ନାହିଁ। ତେବେ ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତିରେ ମଧ୍ୟମ ଓ ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଭୁବନେଶ୍ୱରରେ ୨୮ରୁ ୩୧, ଦକ୍ଷିଣ ଆଭ୍ୟନ୍ତରୀଣରେ ୨୮ରୁ ଏବଂ ସମ୍ବଲପୁରରେ ୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।
ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଦକ୍ଷିଣ ବାଂଲାଦେଶ ଓ ତତ୍‌ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଏବେ ସକ୍ରିୟ ରହିଛି। ଏହା ପ୍ରଭାବରେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ତେବେ ଲଘୁଚାପଟି ଆଗକୁ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ସଦୃଶ ଲଘୁଚାପ ପରିଣତ ହେବ। ମାତ୍ର ଏହାର କେନ୍ଦ୍ରବିନ୍ଦୁ ଓଡ଼ିଶାଠାରୁ ଦୂରରେ ରହିବା ହେତୁ ରାଜ୍ୟ ଉପରେ ପ୍ରଭାବ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ମଙ୍ଗଳବାର ଉତ୍ତର ଓଡ଼ିଶା ସମେତ କେନ୍ଦୁଝର, ସୁନ୍ଦରଗଡ଼, ଝାରୁସୁଗଡ଼ା, ସମ୍ବଲପୁର ଓ ଦେବଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୬ ତାରିଖ ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଏବଂ ତତସଂଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟର ବ୍ୟାପ୍ତି ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ରହିଥିଲା। ଏହା ପ୍ରଭାବରେ ଗତ ୨-୩ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟରେ ୨୦ ଓ ୨୧ରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୦ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ଢେଙ୍କାନାଳର କେତେକ ସ୍ଥାନରେ ମଧ୍ୟମରୁ ଭାରି ବର୍ଷା ହେବ। ୨୧ରେ ସୁନ୍ଦରଗଡ଼, କନ୍ଧମାଳ, ନୂଆପଡ଼ାରେ ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ। ୨୪ରେ ପୁଣି ରାଜ୍ୟର ଦକ୍ଷିଣ ଓଡ଼ିଶା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ବର୍ଷା ହେବ। ସମ୍ବଲପୁର, ସୋନପୁର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଓ ଖୋର୍ଦ୍ଧାରେ ମଧ୍ୟମରୁ ଭାରି ହୋଇପାରେ। ୨୨ରେ ସୁନ୍ଦରଗଡ଼ ସଂଲଗ୍ନ ଅଞ୍ଚଳ ଏବଂ ୨୩ରେ ଛତିଶଗଡ଼ ସଂଲଗ୍ନ ଅଞ୍ଚଳରେ ସ୍ଥାନେସ୍ଥାନେ ମଧ୍ୟମରୁ ଭାରି ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
ଅନ୍ୟପଟେ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ୍‌ ପହିଲାରୁ ଏପର୍ଯ୍ୟନ୍ତ ୬୮୦.୫ମିମି ବର୍ଷା ରେକର୍ଡ ହୋଇଛି। ଏବେ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକଠାରୁ ୧୦ ପ୍ରତିଶତ ନିଅଣ୍ଟିଆ ରହିଛି। ଏହି ସମୟ ମଧ୍ୟରେ ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ୱାଭାବିକଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୨୭ କିମ୍ବା ୨୮ଅଗଷ୍ଟ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ବର୍ତ୍ତମାନ ମୌସୁମୀର ଓଡ଼ିଶାରେ ସକ୍ରିୟତା (ଅଗଷ୍ଟ ଶେଷ ପର୍ଯ୍ୟନ୍ତ) ରହିବା ନେଇ ଆଶା କରାଯାଉଛି।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ରାଜ୍ୟରେ ଆସନ୍ତା ୫ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଘୂର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨/୩ ଦିନରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ।
ଏହାରି ପ୍ରଭାବରେ ଆସନ୍ତା ୫ଦିନ ଯାଏ ରାଜ୍ୟରେ ଅନେକ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟାରେ ୧୮ ଜିଲ୍ଲା ର କିଛି ସ୍ଥାନରେ ପ୍ରବଳ ଅର୍ଥାତ୍ ୭ ରୁ ୧୧ ସେମି ବର୍ଷାର ଆଶଙ୍କା ରହିଛି।
ଭଦ୍ରକ, ବାଲେଶ୍ୱରରେ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ,କଟକ ନୟାଗଡ, ପୁରୀ , ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ ଢେଙ୍କାନାଳ , ଗଂଜାମ, କୋରାପୁଟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଭଦ୍ରକ , ବାଲେଶ୍ୱର, ଯାଜପୁର ,ଢେଙ୍କାନାଳ , ମୟୁରଭଂଜ, କେଉଁଝର, ଅନୁଗୁଳ, ସୁନ୍ଦରଗଡ଼, ଦେଓଗଡ, ଝାରସୁଗୁଡା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୯ ତାରିଖ ଯାଇ ଏଭଳି ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ମୟୁରଭଞ୍ଜ କଟୀପଡା ରେ ସର୍ବାଧିକ ୭୨.୦ ମିମି ବର୍ଷା ରେକର୍ଡ ହୋଇଛି ।
ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୫୪.୪ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୧ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୭୩୭ .୧ ମିମି ବର୍ଷା ସ୍ୱାଭାବିକ ରହିବା କଥା । ୩ ଜିଲ୍ଲାରେ ସ୍ଵଭାଵିକଠୁ ଅଧିକ ବର୍ଷା ରହିଥିବା ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ମଧ୍ୟପ୍ରଦେଶ ଉପରେ ରହିଛି। ତେବେ ଏହି ଲଘୁଚାପ କେନ୍ଦ୍ରଠାରୁ ଏକ ଟ୍ରଫଲାଇନ୍‌‌ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଜାରି ରହିଛି। ଏହା ବ୍ୟତୀତ ବର୍ତ୍ତମାନ ବାୟୁ ଚଳାଚଳରେ ତାରତମ୍ୟ ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପାଗ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁର, ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଥିବା ବେଳେ ବୁଧବାର ମଧ୍ୟ ବିଭିନ୍ନ ସ୍ଥାନରେ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ତେବେ ୨୫ ତାରିଖରୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଆଉ ଏକ ପର୍ଯ୍ୟାୟରେ ପୁଣି ଥରେ ବର୍ଷାର ପ୍ରକୋପ ବଢ଼଼ିବାର ଆଶଙ୍କା କରାଯାଉଛି। ସମ୍ଭାବ୍ୟ ଘୂର୍ଣ୍ଣିବଳୟ/ଲଘୁଚାପଟି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଥିବାରୁ ଏହା ପ୍ରଭାବରେ ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ଅଧିକ ରହିବା ନେଇ ସମ୍ଭାବନା ରହିଛି। ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଉପୁଜିଥିବା ଜଳବନ୍ଦୀ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି। ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ହ୍ରାସ ହେବା ଯୋଗୁଁ ସ୍ଥିତିରେ ସୁଧାର ଆସୁଛି।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା
ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ୨୯ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୨୬ ଅର୍ଥାତ୍ କାଲିଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ସୁନ୍ଦରଗଡ ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ୨୭ ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି।
ରାଜ୍ୟରେ ୨୬ରୁ ବଢ଼ିବ ବର୍ଷା, ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ବର: ରାଜ୍ୟରେ ୨୬ ତାରିଖରୁ ବଢ଼ିବ ବର୍ଷା। ବଙ୍ଗୋପସାଗରରେ ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଯାହାର ପ୍ରଭାବରେ ୨୬ରୁ ବଢ଼ିବ ବର୍ଷା। ତେବେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୫ ଦିନ ବର୍ଷା ହେବ ଏବଂ ଆଗାମୀ ୪୮ ଘଣ୍ଟା ହାଲୁକା ବର୍ଷା ହେବ। ୨୬ରୁ ବଢ଼ିବ ବର୍ଷାର ବିସ୍ତୃତି। ୨୬ରୁ ୨୮ କିଛି ସ୍ଥାନରେ ପ୍ରବଳ ବର୍ଷା ସହ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଇପାରେ। ଆସନ୍ତା ତିନି ଦିନ ଉପକୂଳ, ଦକ୍ଷିଣ ଅଭ୍ୟନ୍ତରୀଣ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ଘଡଘଡି ସହିତ ୩୦ ରୁ ୪୦କିମି ବେଗରେ ପବନ ବହିପାରେ। ଏହାକୁ ନଜରରେ ରଖିବା ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।
୨୬ ତାରିଖ ସକାଳ ୮ଟା ଯାଏ  ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ନୟାଗଡ଼, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ବ ଓ ଯାଜପୁର ଆଦି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।
ଆସନ୍ତା ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୧୩ ଜିଲ୍ଲାକୁ ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି । ଏ ନେଇ ଉକ୍ତ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।  ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ଆଦି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।  ସେଥିପାଇଁ ଏହି ସବୁ ଜିଲ୍ଲାଗୁଡିକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।