Ispat General Hospital (IGH) - The Sakala

ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦଘାଟିତ
ରାଉରକେଲା: ରାଉରକେଲାର ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦଘାଟିତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଉରକେଲାରେ ଗସ୍ତରେ ଯାଇଥିବା ବେଳେ ସେ ଆଇଜିଏଚ୍‌ ପରିସରରେ ନିର୍ମିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି । ଲୋକାର୍ପଣ ହେବା ପରେ ହସ୍ପିଟାଲ ପରିସର ବୁଲି ଦେଖିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୨୯୫ କୋଟି ଟଙ୍କା । ଏହି ସୁପର ସ୍ପେସିଆଲିଟି ହସ୍ପିଟାଲରେ ନ୍ୟୁରୋଲୋଜୀ, ନ୍ୟୁରୋ ସର୍ଜରୀ, କାର୍ଡିଓଲୋଜୀ, କାର୍ଡିଓ ଥୋରାସିକ, ଭାସ୍କୁଲାର ସର୍ଜରୀ ଓ ନେଫ୍ରୋଲୋଜୀ ବିଭାଗ କାର୍ଯ୍ଯ କରିବ ।

ଏଗି ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ରାଜ୍ୟ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସେଲ ଅଧକ୍ଷ୍ୟା ସୋମା ମଣ୍ଡଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ରାଉରକେଲା ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ୬ ଜଣଙ୍କୁ ସ୍ୱର୍ଣ୍ଣ, ୭୦ ଜଣଙ୍କୁ ରୌପ୍ୟ, ୫ ଜଣଙ୍କୁ ଏଣ୍ଡୋମେଣ୍ଟ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ । ୫୪୪ ଜଣଙ୍କୁ ବିଟେକ୍‌ ଡିଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ।