watco - The Sakala

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ସମୀକ୍ଷା: ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ
ଭୁବନେଶ୍ୱର: ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ ଆଜି 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍‌ ସହିତ ସଂଯୋଗ କରିବା ପାଇଁ ବ୍ୟାଧତାମୂଳକ କରାଯାଇଛି। ଏହା ସହିତ BMCର ସବୁ ଘର ଯେପରି ସ୍ୱେରେଜ ଲାଇନ୍‌ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାପାଇଁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ୱରରେ ୱାଟ୍‌କୋ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ୱେରେଜ କାମ ଚାଲିଛି। ବିଭିନ୍ନ ଏଜେନ୍ସି ସହ ସମନ୍ୱୟ ରକ୍ଷାକରି କାମ କଲେ ଜନସାଧାରଣଙ୍କ ବିଶେଷ ଅସୁବିଧା ହେବ ନାହିଁ ବୋଲି ଶ୍ରୀ ପାଣ୍ଡିଆନ ମତଦେବା ସହିତ ସ୍ୱେରେଜ କାମ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଏବଂ ବସ୍ତି ସମେତ ସହରର ସବୁ ଅଞ୍ଚଳ ଯେପରି ସ୍ୱେରେଜ ବ୍ୟବସ୍ଥା ସହିତ ସଂଯୁକ୍ତ ହେବ ସେଦିଗରେ ପଦକ୍ଷେପ ନେବା ପାଇଁ ଶ୍ରୀ ପାଣ୍ଡିଆନ ୱାଟ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ।

ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟ୍‌କୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଭୁବନେଶ୍ୱର ସହରରେ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟ ରହିଛି। ସେମାନଙ୍କର ବର୍ଜ୍ୟବସ୍ତୁ ଓ ଜଳର କିପରି ଉପଯୁକ୍ତ ବିଶୋଧନ କରାଯାଇପାରିବ ସେଥିପାଇଁ IDCO, State Pollution Control Board ଓ BMC ପକ୍ଷରୁ ନିୟମିତ ଯାଞ୍ଚ କରାଯିବ।

ଭୁବନେଶ୍ୱର ସହରର ବିଭିନ୍ନ ନର୍ଦ୍ଦମା ଜଳ ବିଶୋଧନ ପ୍ଲାଣ୍ଟରେ ପହଞ୍ଚିବା  ପୂର୍ବରୁ ସେଗୁଡିକର WATCO ଓ SPCB ପକ୍ଷରୁ ନିୟମିତ ବୈଷୟିକ ଯାଞ୍ଚ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାପାଇଁ, BMC ଅଞ୍ଚଳର ବର୍ଜ୍ୟବସ୍ତୁ ସୃଷ୍ଟିକାରୀ ଶିଳ୍ପ ତଥା ଅନ୍ୟ ପ୍ରତିଷ୍ଠାନଗୁଡିକ ଉପରେ ତୀକ୍ଷ୍ଣ ନଜର ରଖି ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ BMCକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

BDA ର ଉପାଧ୍ୟକ୍ଷ ବଲୱନ୍ତ ସିଂ ଅଧ୍ୟକ୍ଷତାରେ ଗଠିତ ଦୟା ଟାସ୍କ ଫୋର୍ସ ଦୟା ନଦୀ ପାଣି କୁ ବିଶୁଦ୍ଧ ରଖିବା ପାଇଁ ବିଭିନ୍ନ ଏଜେନ୍ସି ସହିତ ସମନ୍ଵୟ ରଖି ପଦକ୍ଷେପ ନେଇଛି । ବୈଠକରେ ବଳବନ୍ତ ସିଂହ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ପ୍ରେଜେଣ୍ଟେସନ  ଉପସ୍ଥାପିତ  କରିଥିଲେ

ଆରମ୍ଭ ହେଲା ୨୪ ଘଣ୍ଟିଆ କଲ୍‌‌ ସେଣ୍ଟର, ସହରାଞ୍ଚଳବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଗୁରୁତ୍ୱ
ଭୁବନେଶ୍ୱର,: ସହରାଞ୍ଚଳବାସୀଙ୍କୁ ପାନୀୟ ଜଳ ଓ ବର୍ଜ୍ୟ ଜଳ ସମସ୍ୟା ନେଇ ଆଉ କୌଣସି କାର୍ଯ୍ୟାଳୟକୁ ଯିବାକୁ ପଡ଼ିବନି। ଯଦି ଏ ସମ୍ପର୍କିତ କୌଣସି ଅଭିଯୋଗ ଥାଏ ତେବେ ସେମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୨୪ ଘଣ୍ଟିଆ କଲ୍‌‌ ସେଣ୍ଟର ସହିତ ଯୋଗାଯୋଗ କରି ପାରିବେ। ଏହି କଲ ସେଣ୍ଟରକୁ କଲ କରି ସହରାଞ୍ଚଳବାସୀ ସେମାନଙ୍କ ଅଭିଯୋଗ ଦାଖଲ କରିବା ପରେ ଏହାକୁ ସମାଧାନ କରାଯିବ। ଏଥିପାଇଁ ଏକ ୧୭ ଜଣିଆ ଟିମ୍‌‌ ନିୟୋଜିତ ହୋଇଥିବା ବେଳେ ରାଜ୍ୟର ୧୧୫ ଟି ପୌର ସଂସ୍ଥାବାସୀଙ୍କଠାରୁ ଏହି ଟିମ୍‌‌ ଅଭିଯୋଗ ଗ୍ରହଣ କରିବ। ଏନେଇ ରବିବାର ରାଜ୍ୟର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଣିକି ଲୋକମାନଙ୍କ ଏ ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ସେମାନେ ‘୧୫୫୩୫୯’ ନମ୍ବରରେ କଲ କରି ସେମାନଙ୍କ ଅଭିଯୋଗ ଦାଖଲ କରି ପାରିବେ। ଏହି ଅଭିଯୋଗ ଆଧାର କରି ସ୍ଥାନୀୟ ପୌର ସଂସ୍ଥାକୁ ଖବର ଦିଆଯିବ ଓ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବୁନ୍ଦାଏ ବି ପାଣି ନଷ୍ଟ ନ କରିବାକୁ କଲେ ନିବେଦନ
ଭୁବନେଶ୍ବର: ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ ଅପେକ୍ଷାରୁ ମୁକ୍ତି । ୫ଟି ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଉପଭୋକ୍ତାମାନେ ସେମାନଙ୍କ ଖୁସି ବ୍ୟକ୍ତ କରି କହିଲେ ଯେ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଧାଡି ବାନ୍ଧି ଅପେକ୍ଷା କରିବା, ପାଣିକୁ ସାଇତି ରଖିବା ଆଦି ସବୁ ଜଞ୍ଜାଳରୁ ମୁକ୍ତି ମିଳିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ଧନ୍ୟବାଦ।

ଆଜି ଲୋକସେବା ଭବନର କନ୍‌ଭେନସନ ହଲରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୫ଟି ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪X୭ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ସହର ଗୁଡିକ ହେଲା – ଭୁବନେଶ୍ବର, କଟକ, ନିମାପଡା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡା, ବଡବିଲ୍‌, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗର । ଏହିସବୁ ସହର ଗୁଡିକର ୫.୫୦ ଲକ୍ଷ ଲୋକ ଏଥିରୁ ଉପକାର ପାଇଲେ ।

ସୂଚନାଯୋଗ୍ୟ, ଯେ ପୂର୍ବରୁ ୫ଟି ଉପକ୍ରମରେ ପୁରୀରେ ସବୁ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ମିଳିଥିଲା। ଆଜି ଗୋପାଳପୁରରେ ମଧ୍ୟ, ରାଜ୍ୟର ଦ୍ବିତୀୟ ସହର ଭାବରେ ଶତ ପ୍ରତିଶତ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥାର ସୁବିଧା ମିଳିଲା। ଏହାବ୍ୟତୀତ ଖୋର୍ଦ୍ଧା, ଜଟଣୀ ଓ ହିଞ୍ଜିଳିକାଟୁ ସହର ପାଇଁ ମୁଖ୍ୟମନ୍ତ୍ରୀ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମର ଆରମ୍ଭ ଘୋଷଣା କରିଥିଲେ । ଏହାଦ୍ବାରା, ଏହି ୩ଟି ସହରର ୧.୫୦ ଲକ୍ଷ ଲୋକ ଉପକାର ପାଇବେ ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ବହୁତ ଦିନର ସ୍ବପ୍ନ ଏବଂ ଏହା ସବୁବେଳେ ମୋ ସରକାରର ପ୍ରାଥମିକତା ହୋଇ ରହିଛି। ୧୯ଟି ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ସେବାରେ ଯୋଡି, ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଏକ ଐତିହାସିକ ଦିନ । ଜଳ ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ। ତେଣୁ ଆମେ ଏହାକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଉଚିତ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଗୋଟିଏ ବି ବୁନ୍ଦା ଜଳ ନଷ୍ଟ ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳ ହେଉଛି ଜୀବନ। ଜନସ୍ବାସ୍ଥ୍ୟ ଓ ଦୈନନ୍ଦିନ ଜୀବନର ସୁବିଧା ପାଇଁ ସ୍ବଚ୍ଛ ଜଳ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ୫ଟି ଉପକ୍ରମ ରେ ଏହି ସୁବିଧା ଦ୍ବାରା ଜନସାଧାରଣ ଙ୍କ ଜୀବନ ଧାରଣ ମାନରେ ପ୍ରଭୂତ ଉନ୍ନତି ଆଣିବ । ବିଶ୍ବର ବଡ ବଡ ସହରର ବ୍ୟବସ୍ଥା ସହିତ ଆଜି ଓଡିଶାର ସହର ଗୁଡିକ ମଧ୍ୟ ଯୋଡି ହୋଇଛନ୍ତି ଏବଂ Bureau of Indian Standardsର ମାନ ଅନୁଯାୟୀ ଉତ୍ତମ ଓ ସ୍ବଚ୍ଛ ଜଳ ପାଇପାରୁଛନ୍ତି। ଏହି ସେବା ପାଇଁ ମୁଖ୍ୟମନ୍ତ୍ରୀ ୱାଟ୍‌କୋ ଧନ୍ୟବାଦ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ବ ଯୋଗୁ ଆଜି ଓଡିଶାବାସୀ ଉନ୍ନତ ମାନର ସେବା ପାଇପାରୁଛନ୍ତି। ସ୍ବଚ୍ଛ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ସେ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

ଓମ୍‌ବାଡସିର ଓଭରସାଇଟ୍‌ ଅଥରିଟି ଜଷ୍ଟିସ ଅନନ୍ତ ପଟ୍ଟନାୟକ କହିଲେ ଯେ ତାଙ୍କର କାର୍ଯ୍ୟର ଆବଶ୍ୟକତା ଯୋଗୁ ସେ ମାଇନିଂ ଅଂଚଳକୁ ପ୍ରାୟତଃ ଗସ୍ତ କରନ୍ତି। ପାଣି ପାଇଁ ଲୋକଙ୍କ ଅସୁବିଧାକୁ ସେ ଅନୁଭବ କରିଛନ୍ତି ବୋଲି ପ୍ରକାଶ କରି କହିଲେ ଯେ ଆଜି ସେ ଅଂଚଳ ଗୁଡିକରେ ପିଇବା ପାଣି କ୍ଷତ୍ରରେ ଉଲ୍ଲେଖନୀୟ କାମ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ବାସ୍ତବରେ ପ୍ରଶଂସନୀୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ  ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଓ ୱାଟକୋର ସିଇଓ  ପି.କେ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ  ଅଶୋକ ପଣ୍ଡା, ଭୁବନେଶ୍ବରର ମେୟର  ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ୧୯ଟି ସହରର ନେତୃବୃନ୍ଦ, ଅଧିକାରୀଗଣ ଓ ଜନସାଧାରଣ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିଲେ ।

‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‍’ ଯୋଜନା ପାଇଁ ଓଡ଼ିଶା ଜଳ ନିଗମକୁ ମିଳିଲା ଅନ୍ତର୍ଜାତୀୟ ପୁରସ୍କାର
ଭୁବନେଶ୍ବର : ଓଡ଼ିଶାରେ ଚାଲିଥିବା ୨୪ ଘଣ୍ଟିଆ ଜଳ ଯୋଗାଣ ଓ ଡ୍ରିଙ୍କ୍‍ଫ୍ରମ ଟ୍ୟାପ (ସୁଜଳ) ଯୋଜନା ପାଇଁ ଓ୍ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା (WATCO)କୁ ମିଳିଲା ଆନ୍ତର୍ଜାତିକ ସମ୍ମାନ । WATCOକୁ ଗ୍ଲୋବାଲ ଓ୍ୱାଟର ଲିଡର ଆଓ୍ୱାର୍ଡ ୨୦୨୨ ମିଳିଛି । ସ୍ପେନର ମାଦ୍ରିଦରେ ହେଉଥିବା ଗ୍ଲୋବାଲ ଓ୍ୱାଟର ସମିଟରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଗ୍ଲୋବାଲ ଓ୍ୱାଟର ଇଣ୍ଟେଲିଜେନ୍ସ ପକ୍ଷରୁ WATCO ସମ୍ମାନିତ କରାଯାଇଛି । ୨୪ ଘଣ୍ଟିଆ ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌ ଯୋଜନା ପାଇଁ ମିଳିଲା ସମ୍ମାନ । ପୁରସ୍କାର ଗ୍ରହଣ କରିଛନ୍ତି ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ।

@OdishaWatco has received the prestigious ‘Distinction of Global Water Leader Award, 2022’ in the Global Water Summit held on 17th May, 2022 in Madrid, Spain. 1/6 pic.twitter.com/QNg3chUvDH

— H & UD Dept (@HUDDeptOdisha) May 18, 2022

ଏହି ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ପୁରୀରେ କାର୍ଯ୍ୟକାରୀ ହୋଇଥିବା ବେଳେ କଟକ ଓ ଭୁବନେଶ୍ୱରରେ ମଧ୍ୟ ଆରମ୍ଭ ହୋଇଛି । ପରେ ଏହି ଯୋଜନାକୁ ବ୍ରହ୍ମପୁରରେ ମଧ୍ୟ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି । ସାରା ଦେଶରେ ପୁରୀ ସହରର ପ୍ରତ୍ୟେକ ଘରେ ୨୪ ଘଣ୍ଟିଆ ଉଚ୍ଚମାନର ଜଳ ଯୋଗାଇବାର ପ୍ରଥମ ସହର ଭାବରେ ଖ୍ୟାତି ଲାଭ କରିଛି । ପୁରୀରେ ଶତକଡା ୧୦୦ ଭାଗ ଘରେ ମିଟର ଲଗାଯାଇ ଦିନରାତି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଲଣ୍ଡନ, ସିଙ୍ଗାପୁର ଓ ନ୍ୟୁୟର୍କ ଭଳି ବିଶ୍ୱସ୍ତରୀୟ ସହରଗୁଡିକର ସମକକ୍ଷ ହୋଇପାରିଛି । ଦିଲ୍ଲୀ ସରକାରଙ୍କର ଅଧିକ୍ଷଣ ଯନ୍ତ୍ରୀ ଅଜୟ ଗୁପ୍ତା ପୁରୀର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଏହି ଅତ୍ୟାଧୁନିକ ଜଳ ଯୋଗାଣ ବ୍ୟବସ୍ଥା ଅନୁଧ୍ୟାନ କରି ଏହି ପ୍ରକାର ବ୍ୟବସ୍ଥା ଏକ ସୁଚିନ୍ତିତ ଯୋଜନା ଓ କାର୍ୟ୍ୟକାରୀତାର ପ୍ରତିଫଳନ ବୋଲି ମତାମତ ଦେଇଛନ୍ତି ।

“We recognise the pioneers and innovators who have been pushing the industry to greater heights. The awardees represent outstanding quality and exceptional achievement,” said the organisers.6/6

— H & UD Dept (@HUDDeptOdisha) May 18, 2022

ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମିଶନ ଦ୍ୱାରା ପୁରୀର ପ୍ରତିଟି ଘରେ ଗୁଣାତ୍ମକ ପାନୀୟ ଜଳ ପହଂଚାଇବାର ଯୁଗାନ୍ତକାରୀ ପଦକ୍ଷେପ ଏବଂ ଜଗନ୍ନାଥ ଧାମ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟପୂର୍ଣ୍ଣ ସହର ଭାବରେ ପରିଣତ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଳିଷ୍ଠ ପଦକ୍ଷେପ । ପୁରୀବାସୀଙ୍କ ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ସହରରେ ଥିବା ଟ୍ୟାପ ଦ୍ୱାରା ପାଣି ପାଇପାରୁଛନ୍ତି । ଏହା ସହିତ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟ ରାଜପଥରେ ସ୍ଥାପିତ ଏବଂ ପୁରୀର ଅନ୍ୟ ସ୍ଥାନ ମାନଙ୍କରେ ଥିବା ଜଳ ଉତ୍ସଗୁଡିକରୁ ଏହି ପାଣି ପାଇପାରିବେ ଯାହାକି ବିମାନବନ୍ଦରରେ ଉପଲବ୍ଧ ଜଳ ଉତ୍ସ ସହ ସମାନ ।

ସେପଟେ ଓଡ଼ିଶାରେ ଚାଲିଥିବା ୨୪ ଘଣ୍ଟିଆ ଜଳ ଯୋଗାଣ ଓ ଡ୍ରିଙ୍କ୍‍ଫ୍ରମ ଟ୍ୟାପ (ସୁଜଳ) ଯୋଜନାକୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକର ଆଗ୍ରହ ଦିନକୁ ଦିନ ବଢ଼଼ିବାରେ ଲାଗିଛି। ଗତ କିଛି ଦିନ ତଳେ କର୍ଣ୍ଣାଟକର ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଆସି ଏ ଯୋଜନାର ସମ୍ପର୍କରେ ତାଲିମ ନେଇଥିଲେ। ଏହାପରେ ଚଳିତ ମାସ ୧୩ ତାରିଖରେ ଆଉ ୪ ଟି ରାଜ୍ୟ ଝାଡ଼ଖଣ୍ଡ, ଆସାମ, ମିଜୋରାମ ଓ ତ୍ରିପୁରାରୁ ୧୮ ଜଣ ଅଧିକାରୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଏହି ଯୋଜନା ସମ୍ପର୍କରେ ଅବଗତ ହେଉଛନ୍ତି। ଓଡ଼ିଶାର ଜଳ ଆୟୋଗ ‘ୱାଟକୋ’ର ବରିଷ୍ଠ ଅଧିକାରୀମାନେ ଏହି ତାଲିମ ଦେଉଥିବା ବେଳେ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏବେ ସେନାପତି ସାଜିଛି।‘ଡ୍ରିଙ୍କ ଫ୍ରମ ଟ୍ୟାପ୍‍’ କିପରି ଆରମ୍ଭ ହୋଇଥିଲା ଓ କେମିତି ଲୋକଙ୍କୁ ଏଥିରେ ଅଂଶଗ୍ରହଣ କରାଯାଇପାରୁଛି ସେ ସମ୍ପର୍କରେ ଅବଗତ କରାଯାଇଥିଲା।  କେମିତି ଜଳ ବିଶୋଦ୍ଧନ କରାଯାଉଛି ଓ ଲୋକମାନେ ସିଧା ସଳଖ ଟ୍ୟାପ୍‍ରୁ ପାଣି ପିଇପାରୁଛନ୍ତି ଅଧିକାରୀମାନେ ଦେଖିଥିଲେ। ଏହି ସମୟରେ ଅଧିକାରୀମାନେ ଓଡ଼ିଶା ଜଳସାଥୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ରାଜ୍ୟ ସରକାର ଲୋକଙ୍କୁ ଉନ୍ନତ ସେବା ଯୋଗାଇ ଦେବା ସହିତ ମିଶନ ଶକ୍ତି ମହିଳାଙ୍କୁ ଏଥିରେ ସମ୍ପୃକ୍ତ କରି ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରୁଛନ୍ତି।

ପୁରୀ ସହରରେ ‘ସୁଜଳ’ ଯୋଜନାର ସଫଳତା ପାଇଁ ୱାଟ୍‌କୋକୁ ‘ଆୱାର୍ଡ ଅଫ୍ ଏକ୍ସେଲେନ୍ସ’
ଭୁବନେଶ୍ୱର: ପୁରୀ ସହରରେ ‘ସୁଜଳ’ ଯୋଜନାର ସଫଳ କାର୍ଯ୍ଯକାରିତା ନିମନ୍ତେ ୱାଟ୍‌କୋକୁ ‘ଆୱାର୍ଡ ଅଫ୍ ଏକ୍ସେଲେନ୍ସ’ ପୁରସ୍କାର ଦିଆଯାଇଛି । ଗତ ଗୁରୁବାର ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଓ ଇଲେଟ୍ସ ଟେକ୍ନୋ ମଡ଼ିଆ ଆୟୋଜିତ ୨ୟ ଜାତୀୟ ଜଳ ଓ ପରିମଳ ସମ୍ମିଳନୀ ୨୦୨୧ ଉଦ୍‌ଯାପନ ହୋଇଛି । ସ୍ମାର୍ଟ ଜଳ ପରିବହନ ଏବଂ ବିତରଣ ବିଭାଗରେ ଦେଶର ବିଭିନ୍ନ ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଉତ୍କର୍ଷତା ପାଇଁ ପ୍ରତିଯୋଗୀତା ହୋଇଥିଲା । ଏହି ପ୍ରତିଯୋଗିତାରେ ପୁରୀ ସହର ପାଇଁ ଓ୍ୱାଟ୍‌କୋକୁ ପୁରସ୍କାର କରାଯାଇଛି ।

ପୁରୀ ସହରରେ ୱାଟ୍‌କୋ ଦ୍ୱାରା କାର୍ଯ୍ଯକାରୀ କରାଯାଇଥିବା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ପୁରସ୍କୃତ କରାଯାଇଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ । ୱାଟ୍‌କୋର ଏହି ସଫଳତା ନିମନ୍ତେ ପଂଚାୟତିରାଜ, ପାନୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଖୁସି ବ୍ୟକ୍ତ କରି ବିଭାଗୀୟ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।