World Cup 2023 - The Sakala
ଚେନ୍ନାଇର ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଗିଲ୍, ପାକିସ୍ତାନ ବିପକ୍ଷ ମ୍ୟାଚରୁ ବି ପଡ଼ିପାରନ୍ତି ବାଦ୍‌
ଚେନ୍ନାଇ: ଡେଙ୍ଗୁରେ ଆକ୍ରାନ୍ତ ଭାରତୀୟ କ୍ରିକେଟ ଟିମର ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍ ଚେନ୍ନାଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଶୁବମନ ଗିଲଙ୍କ ପ୍ଲେଟଲେଟ୍ ଲକ୍ଷେ ତଳକୁ କମିଯିବାରୁ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗିଲଙ୍କୁ ବର୍ତ୍ତମାନ ଡିସଚାର୍ଜ କରାଯାଇଛି । ହେଲେ ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜ୍ ମ୍ୟାଚରୁ ମଧ୍ୟ ସେ ବଞ୍ଚିତ ହବା ସମ୍ଭାବନା ରହିଛି ।
ତାଙ୍କ ପ୍ଲେଟଲେଟ୍ ହ୍ରାସ ପାଇବା ପରେ ରବିବାର ରାତିରେ ଗିଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ସେ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ। ଗତ ସପ୍ତାହରେ ଚେନ୍ନାଇ ଆସିବା ପରେ ଗିଲ୍ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ସେ ବୁଧବାର ଆଫଗାନିସ୍ତାନ ବିପକ୍ଷରେ ଭାରତର ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଖେଳିପାରିବେ ନାହିଁ ।
ବିସିସିଆଇର ଏକ ସୂତ୍ରରୁ ପ୍ରକାଶ, ଚେନ୍ନାଇର ଟିମ୍ ହୋଟେଲରେ ଶୁବମନଙ୍କୁ ଡ୍ରିପ୍ ଦିଆଯାଉଥିଲା । କିନ୍ତୁ ତାଙ୍କ ପ୍ଲେଟଲେଟ୍ ସଂଖ୍ୟା ୭୦,୦୦୦ କୁ ହ୍ରାସ ପାଇଥିଲା । ଥରେ ପ୍ଲେଟଲେଟ୍ କାଉଣ୍ଟ୍ ଏକ ଲକ୍ଷରୁ କମ୍ ହୋଇଗଲେ ଡାକ୍ତରଖାନାରେ ଭର୍ତ୍ତି ହେବା ଜରୁରୀ ହୋଇଯାଏ । ପ୍ଲେଟଲେଟ୍ କାଉଣ୍ଟ୍ ଏକ ଲକ୍ଷରୁ ଅଧିକ ହେବା ପରେ ଶୁବମନଙ୍କୁ ଡିସଚାର୍ଜ କରାଯାଇଛି ।
ଗିଲଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭାରତୀୟ ଦଳର ଡାକ୍ତର ରିଜୱାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ତେବେ ଡେଙ୍ଗୁ ଶରୀରକୁ ଦୁର୍ବଳ କରିଦିଏ ଏବଂ ଏଥିରୁ ସୁସ୍ଥ ହେବାକୁ ସମୟ ଲାଗିଥାଏ । ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ କହିଛନ୍ତି ଯେ ଗିଲ୍ ଶୀଘ୍ର ସୁସ୍ଥ ହେବା ତାଙ୍କର ପ୍ରାଥମିକତା।
ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋହିତ କହିଥିଲେ ଗିଲଙ୍କ ପାଇଁ ମୋତେ ଖରାପ ଲାଗୁଛି । ମୁଁ ପ୍ରଥମେ ଜଣେ ମଣିଷ । ତେଣୁ ମୁଁ ଚାହେଁ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ । ଅଧିନାୟକ ଭାବେ ମୁଁ ଭାବୁନାହିଁ ଯେ ଗିଲ୍ ଏହି ମ୍ୟାଚ୍ (ଅଷ୍ଟ୍ରେଲିଆ ବିପକ୍ଷ) ଖେଳିବା ଉଚିତ୍ । ସେ ଜଣେ ଯୁବ ବ୍ୟକ୍ତି । ସେ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରୁଛି । ସେପଟେ ଚୟନକର୍ତ୍ତାମାନେ ଗିଲଙ୍କ କଭର୍ ଚୟନ କରିବା ସମ୍ଭାବନା ରହିଛି । ଗିଲଙ୍କ ପ୍ରଥମ ବିକଳ୍ପ ଋତୁରାଜ ଗାଏକୱାଡ ହୋଇପାରନ୍ତି । ଋତୁରାଜ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିଥିଲେ ଓ ମୋହାଲିରେ ଅର୍ଦ୍ଧଶତକ ହାସଲ କରିଥିଲେ।
ଆଜିଠୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ଭାରତ : ଚେନ୍ନାଇରେ ମୁହାଁମୁହିଁ ହେବେ ବିଶ୍ବ କ୍ରିକେଟର ଦୁଇ ପାୱାର ହାଉସ୍‌ ଇଣ୍ଡିଆ-ଅଷ୍ଟ୍ରେଲିଆ
ଚେନ୍ନଇ : ଆଜିଠୁ ଆରମ୍ଭ ହେବ ଭାରତର ବିଶ୍ବକପ୍‌ ଅଭିଯାନ। ଚେନ୍ନଇର ଏମ୍‌‌ଏ ଚିଦାମ୍ବରମ ଷ୍ଟାଡିୟମ୍‌‌ରେ ବିଶ୍ୱର ନଂ-୧ ଟିମ୍‌‌ ତଥା ଆୟୋଜକ ଭାରତ ଓ ୫ଥରର ଚାମ୍ପିଅନ୍‌‌ ଅଷ୍ଟ୍ରେଲିଆ ମଧ୍ୟରେ ବିଶକପ୍‌‌ ମୁକାବିଲା ଅନୁଷ୍ଠିତ ହେବ। ଉଭୟ ଦଳ ମଧ୍ୟରେ କ୍ରିକେଟ ମୁକାବିଲା ବେଶ ପ୍ରତିଦ୍ୱନ୍ଦ୍ୱିତାମୂଳକ ଓ ରୋମାଞ୍ଚକ ହୋଇଥାଏ। ଏହି ମୁକାବିଲାରୁ ବିଶ୍ୱକପ୍‌‌ର ପ୍ରକୃତ ଲଢ଼େଇ ଆରମ୍ଭ ହେବ।
ଉଭୟ ଦଳଙ୍କ ମଧ୍ୟରେ ୧୧ ଦିନ ପୂର୍ବରୁ ଖେଳାଯାଇଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଯେଉଁଠାରେ ଶେଷ ହେଇଥିଲା ଏବେ ସେହିଠାରୁ ପୁଣି ଖେଳ ଆରମ୍ଭ କରି ଦୁଇ ଦଳ ବିଶ୍ବକପ୍‌ ଯାତ୍ରା ଆରମ୍ଭ କରିବେ। ଭାରତର ଏହି ମ୍ୟାଚ୍‌ ପାଇଁ ଚେନ୍ନାଇ ସହର କ୍ରିକେଟ୍‌ ଜ୍ବରରେ ପଡ଼ିଥିଲା ବେଳେ ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ୍‌ଙ୍କ ଡେଙ୍ଗୁ ଜ୍ବର ଘରୋଇ ଦଳକୁ ଚିନ୍ତାରେ ପକାଇଛି। ଯଦିଓ ବୈଷୟିକ ଦୃଷ୍ଟିରୁ ଗିଲ୍‌ ଏପର୍ୟ୍ୟନ୍ତ ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡ଼ିନଥିବା ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି, କିନ୍ତୁ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ଖେଳାଇବା ପାଇଁ ଦଳ ଯୋଜନା ରଖିଛି।
ଅନ୍ୟପଟେ ଆଜିର ଲଢ଼େଇରେ ଭାରତର ବିଶ୍ୱସ୍ତରୀୟ ବ୍ୟାଟର ଓ ଅଷ୍ଟ୍ରେଲିଆର ପ୍ରଖ୍ୟାତ ଫାଷ୍ଟ ବୋଲର ଅବତୀର୍ଣ୍ଣ ହେବେ। କିନ୍ତୁ ଚେନ୍ନଇ ପିଚ୍‌‌ ସ୍ପିନରଙ୍କ ଲାଗି ଭୁସ୍ୱର୍ଗ। ଏଠାରେ ଅଷ୍ଟ୍ରେଲିଆର ଆଦାମ ଜାମ୍ପା ଓ ଗ୍ଲେନ୍‌‌ ମ୍ୟାକ୍ସୱେଲଙ୍କଠାରୁ ଦଳ ଚମତ୍କାରିତା ଆଶା କରୁଛି।
ଘରୋଇ ଦଳର ଉତ୍ସାହ ଜୋର
ଚୀନ୍‌‌ରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟ ଦଳ ପ୍ରଥମଥର ଭାଗ ନେଇ ସ୍ୱର୍ଣ୍ଣପଦକ ଜିତିବା ଓ ଭାରତ ପ୍ରଥମଥର ପଦକରେ ଶତକ ହାସଲ କରିବା ପରେ ଭାରତୀୟମାନଙ୍କର ଉତ୍ସାହ ଜୋର ଧରିଛି। ଏହାର ପ୍ରଭାବ ମଧ୍ୟ କ୍ରିକେଟ ଖେଳାଳିଙ୍କ ଉପରେ ପଡ଼ିଛି। ଶନିବାର ଏସୀୟ କ୍ରୀଡ଼ା ଶେଷ ହେବା ପରେ ଏବେ ଭାରତୀୟ ଦର୍ଶକ ରବିବାରଠାରୁ କ୍ରିକେଟ ବିଶ୍ୱକପ୍‌‌ ମୁହାଁ ହେବେ। ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଏବଂ ଭାରତର ପିଚ୍‌‌ ଓ ଖେଳାଳିଙ୍କ ସମ୍ପର୍କରେ ଜ୍ଞାନଥିବା ଖେଳାଳିଙ୍କୁ ମୁକାବିଲା କରିବା ଭାରତ ପକ୍ଷେ ଏତେଟା ସହଜ ନୁହେଁ। ରୋହିତ ଶର୍ମାଙ୍କ ବଳିଷ୍ଠ ନେତୃତ୍ୱ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କୁ ନେଇ ଗଠିତ ସ୍ପିନ୍‌‌ ବାହିନୀ ଅଷ୍ଟ୍ରେଲିଆକୁ ମାତ୍‌‌ ଦେବା ଲାଗି ପ୍ରସ୍ତୁତ। ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ତତ୍ତ୍ୱାବଧାନରେ ଭାରତ ଏକ ଭିନ୍ନ ଦଳରେ ପରିଣତ ହୋଇଛି। ରୋହିତ, ବିରାଟ କୋହଲି ଓ ଅଶ୍ୱିନଙ୍କ ପରି ଅଭିଜ୍ଞ ଖେଳାଳିଙ୍କ ସହ ଶୁବମାନ ଗିଲ, ଇଶାନ କିଶାନ, ମହମ୍ମଦ ସିରାଜଙ୍କ ପରି ଯୁବ ଖେଳାଳିମାନେ ସାଥ୍‌‌ ଦେବାକୁ ପ୍ରସ୍ତୁତ। ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଗିଲ୍‌‌ଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଭାରତ ନିକଟରେ ନଂ-୧ ଦିନିକିଆ ମାନ୍ୟତା ରହିଛି, ଦିନିକିଆରେ ନଂ-୧ ବୋଲର ରହିଛନ୍ତି ଓ ବିଶ୍ୱସ୍ତରୀୟ ବ୍ୟାଟର ରହିଛନ୍ତି। ଏମାନଙ୍କୁ ନେଇ ଭାରତ ପ୍ରଥମ ମ୍ୟାଚ୍‌‌ରେ ବିଜୟୀ ହୋଇପାରିଲେ, ଅନ୍ୟ ମ୍ୟାଚ୍‌‌ ଗୁଡିକ ଖେଳିବା ସହଜ ହୋଇପଡ଼ିବ। ଶ୍ରୀଲଙ୍କାରେ ଅନୁଷ୍ଠିତ ଏସିଆ କପ୍‌‌, ଘରୋଇ ମାଟିରେ ଅଷ୍ଟ୍ରେଲିଆ ସହ ଖେଳାଯାଇଥିବା ଦିନିକିଆ ସିରିଜ୍‌‌ ଓ ଅସୁସ୍ଥ ଖେଳାଳି ଫିଟ୍‌‌ ହୋଇ ଫର୍ମକୁ ଫେରିବା ଫଳରେ ଭାରତର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଘରୋଇ ପିଚ୍‌‌, ପରିବେଶ ଓ ଦୃଢ଼ ଆତ୍ମବିଶ୍ୱାସର ସହ ରୋହିତଙ୍କ ଭାରତୀୟ ଦଳ ରବିବାର ଅଷ୍ଟ୍ରେଲିଆକୁ ହରାଇବା ଲାଗି ପଡ଼ିଆକୁ ଓହ୍ଲାଇବେ।
ଲଢ଼ୁଆ ଖେଳ ଅଷ୍ଟ୍ରେଲିଆର ପରିଚୟ
ପ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଖେଳିବାକୁ ଯାଉଥିବା ଅଷ୍ଟ୍ରେଲିଆ ଏକ ଲଢ଼ୁଆ ଦଳ ଭାବେ ବେଶ ଖ୍ୟାତି ରହିଛି। ଏହି ଦଳ ବିଶ୍ୱକପ୍‌‌ ଆୟୋଜିତ ହୋଇଥିବା ସମସ୍ତ ମହାଦେଶରେ ଚାମ୍ପିଅନ ହୋଇ ଟ୍ରଫି ଜିତିବାରେ ସମର୍ଥ ହୋଇଛି। ଭାରତ ସହ ବାରମ୍ବାର କ୍ରିକେଟ ଖେଳିବା, ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌ରେ ଅନେକ ଖେଳାଳି ଖେଳିବା ଫଳରେ ଭାରତୀୟ ପିଚ୍‌‌ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଦକ୍ଷତା ଓ ଦୁର୍ବଳତା ସମ୍ପର୍କରେ ବେଶ ପରିଚିତ। ଦଳରେ ଆହତ ଖେଳାଳି ଟ୍ରାଭିସ୍‌‌ ହେଡ ନାହାନ୍ତି, ତଥାପି ଦଳର ବ୍ୟାଟିଂ ମଜମୁତ ରହିଛି। ଡେଭିଡ ୱାର୍ଣ୍ଣର, ଷ୍ଟିଭେନ ସ୍ମିଥଙ୍କ ନିକଟରେ ଢ଼େର ଅଭିଜ୍ଞତା ରହିଛି। ପେସ୍‌‌, ସ୍ପିନ ବୋଲରମାନେ ବେଶ ଅଭିଜ୍ଞ। ଫଳରେ ଭାରତ ସହ ଏମାନେ ଜୋରଦାର ମୁକାବିଲା କରିବେ ବୋଲି ପ୍ରସ୍ତୁତ ହୋଇଯାଇଛନ୍ତି।
ଚେନ୍ନଇରେ ଅଷ୍ଟ୍ରେଲିଆର ରେକର୍ଡ ଭଲ
ଟେଷ୍ଟ ହେଉ ଅବା ଦିନିକିଆ, ଚେନ୍ନଇରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକାଧିକ ସ୍ମରଣୀୟ ମୁକାବିଲା ଦେଖିବାକୁ ମିଳିଛି। ଭାରତ ଏଠାରେ ଏକମାତ୍ର ଟାଏ ଟେଷ୍ଟ ଖେଳିଛି। ୨୦୦୧ରେ ଜବରଦସ୍ତ ଲଢ଼େଇ ଏବେ ମଧ୍ୟ ଦର୍ଶକଙ୍କ ମନରୁ ଯାଇନାହିଁ। ଭାରତ ଏଠାରେ ୧୪ଟି ଦିନିକିଆ ମ୍ୟାଚ୍‌‌ ଖେଳି ୭ଟିରେ ଜିତିଥିଲାବେଳେ ୬ଟିରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏଠାରେ ୬ଟି ମ୍ୟାଚ୍‌‌ ଖେଳି ୫ଟିରେ ବିଜୟୀ ହୋଇଛି। ଅବଶ୍ୟ ଅଷ୍ଟ୍ରେଲିଆ ଗତ ୭ଟି ଦିନିକିଆ ମୁକାବିଲାରେ ଗୋଟିଏ ବିଜୟ ହାସଲ କରିଛି। କିନ୍ତୁ ବିଶ୍ୱକପ୍‌‌ ଭଳି ଟୁର୍ଣ୍ଣାମେଣ୍ଟରେ ଏହାର ଗୁରୁତ୍ୱ ରହିବ ନାହିଁ।
ଖେଳାଳି ଦଳ
ଭାରତ: ବ୍ୟାଟର୍‌‌- ରୋହିତ୍‌‌ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌‌, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଅଲ୍‌‌ରାଉଣ୍ଡର-ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାଦ୍ଦୁଳ ଠାକୁର, ୱିକେଟ୍‌‌ରକ୍ଷକ- ଲୋକେଶ ରାହୁଲ, ଇଶାନ କିଶାନ, ବୋଲର-ଯଶପ୍ରୀତ୍‌‌ ବୁମ୍‌‌ରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।
ଅଷ୍ଟ୍ରେଲିଆ: ବ୍ୟାଟର୍‌‌- ଡେଭିଡ୍‌‌ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ଟ୍ରାଭିସ୍‌‌ ହେଡ୍‌‌ (ଅସୁସ୍ଥ), ମାର୍ନସ ଲାବୁସେନ, ଅଲ୍‌‌ରାଉଣ୍ଡର: କାମେରନ ଗ୍ରୀନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ସିନ ଆବଟ୍ଟ, ୱିକେଟ୍‌‌ରକ୍ଷକ- ଆଲେକ୍ସ କ୍ୟାରୀ ଓ ଜୋଶ୍‌‌ ଇଂଲିଶ, ବୋଲର- ପ୍ୟାଟ୍‌‌ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ୍‌‌, ଆଦାମ ଜାମ୍ପା।
ନୂଆଦିଲ୍ଲୀ : ଭାରତରେ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ଲାଗି ଅଂଶଗ୍ରହଣକାରୀ ୧୦ଟି ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରହିଛି। ଆଜିଠୁ ୩ଟି ଭେନ୍ୟୁ ଯଥା ଗୁଆହାଟୀ, ହାଇଦରାବାଦ ଓ ଥିରୁଅନନ୍ତପୁରମରେ ସମସ୍ତ ୱାର୍ମଅପ୍‌‌ ମ୍ୟାଚ୍‌‌ ଆରମ୍ଭ ହୋଇଛି । ପ୍ରତ୍ୟେକ ଦଳ ୨ଟି ଲେଖାଏଁ ମ୍ୟାଚ୍‌‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହା ଫଳରେ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ପ୍ରତ୍ୟେକ ଦଳ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ ସହ ଦୋଷ ଓ ଦୁର୍ବଳତାକୁ ପରୀକ୍ଷା କରିନେବେ।  ୱାର୍ମ ଅପ୍‌‌ ମ୍ୟାଚ ସେପ୍ଟେମ୍ବର ୨୯, ୩୦, ଅକ୍ଟୋବର ୨ ଓ ୩ରେ ଅନୁଷ୍ଠିତ ହେବ। ଅକ୍ଟୋବର ୫ ତାରିଖରେ ଡିଫେଣ୍ଡିଂ ଚାମ୍ପିଅନ୍‌‌ ଇଂଲଣ୍ଡ ଓ ରନର୍ସ ଅପ୍‌‌ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲାରୁ ୨୦୨୩ ଦିନିକିଆ ବିଶ୍ୱକପ୍‌‌ ଆନୁଷ୍ଠାନିକ ଆରମ୍ଭ ହେବ।
ତେବେ ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଜାଣିବା ଅଂଶଗ୍ରହଣକାରୀ ୧୦ଟି ଦଳର ଚୂଡ଼ାନ୍ତ ସ୍କ୍ୱାଡରେ ରହିଛନ୍ତି……..
ଭାରତ
ବ୍ୟାଟର୍‌‌- ରୋହିତ୍‌‌ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌‌, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଅଲ୍‌‌ରାଉଣ୍ଡର-ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାଦ୍ଦୁଳ ଠାକୁର, ୱିକେଟ୍‌‌ରକ୍ଷକ- ଲୋକେଶ ରାହୁଲ, ଇଶାନ କିଶାନ, ବୋଲର-ଯଶପ୍ରୀତ୍‌‌ ବୁମ୍‌‌ରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।
ଦକ୍ଷିଣ ଆଫ୍ରିକା
ବ୍ୟାଟର୍‌‌- ତେମ୍ବା ବାଭୁମା (ଅଧିନାୟକ), ରିଜା ହେଣ୍ଡ୍ରିକ୍ସ, ଆଇଡେନ ମାର୍କରାମ, ଡେଭିଡ ମିଲର, ରାସି ଭାନ୍‌‌ ଡର୍‌‌ ଡୁସେନ, ଅଲ୍‌‌ରାଉଣ୍ଡର- ମାର୍କୋ ଜାନସେନ ଓ ଆଣ୍ଡିଲ ଫେଲୁକୱାଓ, ୱିକେଟ୍‌‌ରକ୍ଷକ- କ୍ୱିଣ୍ଟନ ଡି କକ୍‌‌ ଓ ହେନରିକ୍‌‌ କ୍ଲାସେନ, ବୋଲର- ଗେରାଲ୍ଡ କୋଏଜି, କେଶବ ମହାରାଜ, ଲୁନ୍‌‌ଗି ଏନ୍‌‌ଗିଡି, କାଗିସୋ ରାବାଡା, ତାବ୍ରେଜ ସାମ୍‌‌ସି, ଲିଜାର୍ଡ ୱିଲିୟମ୍ସ।
ଶ୍ରୀଲଙ୍କା
ବ୍ୟାଟର୍‌‌- ପାଥୁମ ନିଶାଙ୍କା, ଦିମୁଥ କରୁଣାରତ୍ନେ, ଅଲ୍‌‌ରାଉଣ୍ଡର- ଦାସୁନ ସାନକା (ଅଧିନାୟକ), ଚାରିତ ଆଶାଲଙ୍କା, ଧନଞ୍ଜୟ ଡି ସିଲ୍‌‌ଭା, ୱିକେଟ୍‌‌ରକ୍ଷକ- କୁଶାଲ ମେଣ୍ଡିସ, କୁଶାଲ ପେରେରା, ସାଦୀରା ସମରବିକ୍ରମା, ବୋଲର- ଦୁସାନ ହେମନ୍ଥ, ମାହୀଶ ଥିକସାନା, ଦୁନିଥ ୱେଲାଲାଗେ, କସୁନ ରଜିଥା, ମଥିଶା ପତିରାଣା, ଲାହିରୁ କୁମାର, ଦିଲସାନ ମଦୁଶଙ୍କା।
ବାଂଲାଦେଶ
ବ୍ୟାଟର୍‌‌- ନାଜମୁଲ ହୋସେନ ସାଣ୍ଟୋ, ତୋହିଦ ହୃଦୟ, ତାଞ୍ଜିଦ ହାସନ, ଅଲ୍‌‌ରାଉଣ୍ଡର- ଶାକିବ ଅଲ୍‌‌ ହାସନ (ଅଧିନାୟକ), ମେହେଦୀ ହାସାନ, ମହମ୍ମଦୁଲ୍ଲା ରିୟାଦ, ମେହଦୀ ହାସନ ମିରାଜ, ୱିକେଟ୍‌‌ରକ୍ଷକ- ମୁସଫିକର ରହିମ, ଲିଟନ ଦାସ, ବୋଲର- ତାସକିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ହାସନ ମହମ୍ମଦ, ଶୋରିଫୁଲ ଇସଲାମ, ନାସୁମ ଅହମ୍ମଦ, ତାଞ୍ଜିମ ହାସାନ ସାକିବ।
ଅଷ୍ଟ୍ରେଲିଆ
ବ୍ୟାଟର୍‌‌- ଡେଭିଡ୍‌‌ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ଟ୍ରାଭିସ୍‌‌ ହେଡ୍‌‌, ମାର୍ନସ ଲାବୁସେନ, ଅଲ୍‌‌ରାଉଣ୍ଡର: କାମେରନ ଗ୍ରୀନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ସିନ ଆବଟ୍ଟ, ୱିକେଟ୍‌‌ରକ୍ଷକ- ଆଲେକ୍ସ କ୍ୟାରୀ ଓ ଜୋଶ୍‌‌ ଇଂଲିଶ, ବୋଲର- ପ୍ୟାଟ୍‌‌ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ୍‌‌, ଆଦାମ ଜାମ୍ପା।
ନ୍ୟୁଜିଲାଣ୍ଡ
ବ୍ୟାଟର- କେନ୍‌‌ ୱିଲିୟମସନ (ଅଧିନାୟକ), ଅଲ୍‌‌ରାଉଣ୍ଡର- ମାର୍କ ଚାପମ୍ୟାନ, ଡାରିଲ ମିଚେଲ, ଜିମ୍ମି ନୀଶାମ, ରଚିନ ରବୀନ୍ଦ୍ର, ୱିଲ୍‌‌ ୟଙ୍ଗ, ମିଚେଲ ସାଣ୍ଟନର, ୱିକେଟ୍‌‌ରକ୍ଷକ: ଡେଭନ କନୱେ, ଟମ୍‌‌ ଲାଥମ, ଗ୍ଲେନ ଫିଲିପ୍ସ, ବୋଲର- ଟ୍ରେଣ୍ଟ ବୋଲ୍ଟ, ଲକି ଫର୍ଗୁସନ, ମ୍ୟାଟ୍‌‌ ହେନରୀ, ଇଶ୍‌‌ ଶୋଧୀ, ଟିମ୍‌‌ ସୌଦୀ।
ଆଫଗାନିସ୍ତାନ
ବ୍ୟାଟର୍‌‌- ଇବ୍ରାହିମ ଜଡ୍ରାନ, ରିଆଜ ହାସାନ, ନାଜିବୁଲ ଜଡ୍ରାନ, ହସମତୁଲ୍ଲା ସାହିଦୀ (ଅଧିନାୟକ), ଅଲ୍‌‌ରାଉଣ୍ଡର- ରହମତ୍‌‌ ଶାହ, ମହମ୍ମଦ ନବୀ, ରଶିଦ ଖାନ, ଅଜମତୁଲ୍ଲା ଓମାଜାଇ, ୱିକେଟ୍‌‌ରକ୍ଷକ- ରହମନଉଲ୍ଲା ଗୁର୍‌‌ବାଜ ଓ ଇକ୍ରାମ ଆଲିଖିଲ, ବୋଲର- ଅବଦୁଲ୍ଲ ରହମନ, ନୁର୍‌‌ ଅହମ୍ମଦ, ମୁଜିବ ଉର୍‌‌ ରେହମାନ, ଫଜଲହକ୍‌‌ ଫାରୁକି, ନବୀନ-ଉଲ୍‌‌-ହକ।
ଇଂଲଣ୍ଡ
ବ୍ୟାଟର୍‌‌- ହ୍ୟାରୀ ବ୍ରୁକ୍‌‌, ଲିଆମ ଲିଭିଂଷ୍ଟୋନ, ଡାୱିଡ୍‌‌ ମଲାନ, ଜୋ ରୁଟ୍‌‌, ଅଲ୍‌‌ରାଉଣ୍ଡର- ମୋଇନ ଅଲ୍ଲୀ, ବେନ୍‌‌ ଷ୍ଟୋକ୍ସ, ସାମ୍‌‌ କୁରାନ, ଡେଭିଡ୍‌‌ ୱିଲୀ, କ୍ରିସ୍‌‌ ୱକ୍ସ, ୱିକେଟ୍‌‌ରକ୍ଷକ- ଜୋଶ ବଟଲର୍‌‌ (ଅଧିନାୟକ) ଓ ଜନ୍ନୀ ବେୟାରଷ୍ଟୋ, ବୋଲର- ଗସ୍‌‌ ଆଟକିନସନ, ଆଦିଲ ରଶିଦ, ରିସି ଟୋପଲେ ଓ ମାର୍କ ଉଡ୍‌‌।
ପାକିସ୍ତାନ
ବ୍ୟାଟର୍‌‌- ବାବର ଆଜମ (ଅଧିନାୟକ), ଅବଦୁଲ୍ଲା ସଫିକ, ଫକର ଜମାନ, ଇମାମ-ଉଲ୍‌‌-ହକ୍‌‌, ଅଲ୍‌‌ରାଉଣ୍ଡର- ଇଫତିକାର ଅହମ୍ମଦ, ଆଘା ସଲମାନ, ସାଉଦ ସକିଲ, ଶାଦବ ଖାନ, ମହମ୍ମଦ ନୱାଜ, ୱିକେଟ୍‌‌ରକ୍ଷକ- ମହମ୍ମଦ ରିଜୱାନ, ବୋଲର- ହାରିସ ରୌଫ, ହାସନ ଅଲ୍ଲୀ, ମହମ୍ମଦ ୱାସିମ ଜୁନିଅର, ଶାହିନ ଆଫ୍ରିଦୀ, ଉସମାନ ମୀର।
ନେଦରଲାଣ୍ଡ୍‌‌ସ
ବ୍ୟାଟର୍‌‌- ବିକ୍ରମଜିତ୍‌‌ ସିଂହ, ସାକିବ ଜୁଲଫିକର, ସିବ୍ରାଣ୍ଡ ଏନଗେଲ୍‌‌ବ୍ରେଚ୍‌‌, ଅଲ୍‌‌ରାଉଣ୍ଡର- କଲିନ ଆକରମାନ, ବାସ୍‌‌ ଡି ଲିଡ୍‌‌, ତେଜା ନିଦାମାନୁରୁ, ଶାରିଜ ଅହମ୍ମଦ, ମାକ୍ସ ଓଡୋୱଡ, ରୋଏଲଫ୍‌‌ ଭାନ ଡର୍‌‌ ମର୍‌‌ୱେ, ୱିକେଟ୍‌‌ରକ୍ଷକ- ସ୍କଟ୍‌‌ ଏଡ୍‌‌ୱାର୍ଡ୍ସ (ଅଧିନାୟକ) ଓ ୱେସଲୀ ବାରେସି, ବୋଲର- ଲୋଗାନ ଭାନ୍‌‌ ବିକ୍‌‌, ର‍୍ୟାନ କ୍ଲେଇନ, ଆର୍ଯ୍ୟନ ଦତ୍ତ, ପଲ୍‌‌ ଭାନ୍‌‌ ମିକେରନ।
ନୂଆଦିଲ୍ଲୀ : ଅକ୍ଟୋବର ୫ରୁ ଭାରତରେ ଖେଳାଯିବ ବିଶ୍ୱକପ ୨୦୨୩। ବିଶ୍ବକପ୍‌ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଆଜି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିଶ୍ବକପ୍‌ର ପୁରସ୍କାର ରାଶି ଘୋଷଣା କରିଛି। ଆଇସିସି ଟୁର୍ନାମେଣ୍ଟ ପାଇଁ ମୋଟ୍‌ ୧୦ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୨.୯୩ କୋଟି ଟଙ୍କା।ଅକ୍ଟୋବର ୫ରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ନଭେମ୍ବର ୧୯ରେ ଟୁର୍ନାମେଣ୍ଟର ଫାଇନାଲ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଭୟ  ଉଦ୍‌ଘାଟନ ଏବଂ ଫାଇନାଲ ମ୍ୟାଚ୍ ଖେଳାଯିବ।
ଅକ୍ଟୋବର ୫ରୁ ଆରମ୍ଭ ହେଉଥିବା କ୍ରିକେଟ୍‌ ମହାକୁମ୍ଭ ପାଇଁ ସାରା ବିଶ୍ୱରେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି। ନଭେମ୍ବର ୧୯ ପର୍ଯ୍ୟନ୍ତ ଘରୋଇ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ବିଶ୍ୱକପ୍‌ ପାଇଁ ଅଧିକାଂଶ ଷ୍ଟାଡିୟମ୍‌ରେ ସିଟ୍‌ ବୁକ୍‌ ସରିଗଲାଣି। ସେପଟେ ଆଇସିସି ଘୋଷଣା କରିଥିବା ପୁରସ୍କାର ରାଶିରେ ଚାମ୍ପିୟନ୍‌ ଟିମ୍‌କୁ ଚାରି ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୩୩.୧୭ କୋଟି ମିଳିବ। ଏଥି ସହିତ ରନର୍ସ ଅପ୍‌ ଟିମ୍‌କୁ ଦୁଇ ନିୟୁତ ଆମେରିକୀୟ ଡଲାର ଅର୍ଥାତ ୧୬.୫୯ କୋଟି ଟଙ୍କା ମିଳିବ।
The total prize pool for #CWC23, including the cash prize for the winners, has been announced 💰
Details 👇
— ICC (@ICC) September 22, 2023
ବିଶ୍ବକପ୍‌ ଖେଳୁଥିବା ସମସ୍ତ ୧୦ଟି ଟିମ୍‌ ଗ୍ରୁପ୍ ପର୍ଯ୍ୟାୟରେ ଏକ ରାଉଣ୍ଡ-ରବିନ ଫର୍ମାଟରେ ପରସ୍ପରକୁ ଭେଟିବେ। ପଏଣ୍ଟ ଟେବୁଲର ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ। ୧୦୧୯ରେ ମଧ୍ୟ ସମାନ ଫର୍ମାଟରେ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଚଳିତ ବିଶ୍ବକପ୍‌ର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ ଜିତିଲେ ମଧ୍ୟ ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି। ଟିମ୍‌ ଗୁଡ଼ିକୁ ପ୍ରତ୍ୟେକ ବିଜୟ ପାଇଁ ୪୦,୦୦୦ ଆମେରିକୀୟ ଡଲାର (୩୩.୧୭ ଲକ୍ଷ ଟଙ୍କା) ମିଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷରେ ଯେଉଁ ଟିମ୍‌ ନକ୍ଆଉଟ୍‌ରେ ପହଞ୍ଚିବାରେ ବିଫଳ ହେବେ, ପ୍ରତ୍ୟେକଙ୍କୁ ୧୦୦,୦୦୦ ଡଲାର୍ (୮୨.୯୪ ଲକ୍ଷ) ମିଳିବ।
ବିଶ୍ୱକପରେ ୪୮ଟି ମ୍ୟାଚ୍ ଖେଳାଯିବ
ବିଶ୍ୱକପର ୧୩ ତମ ସଂସ୍କରଣରେ ୧୦ଟି ଦଳ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆୟୋଜକ ଭାରତ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ପାକିସ୍ଥାନ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ନେଦରଲ୍ୟାଣ୍ଡର ଦଳ ଖେଳିବେ। ୧୦ ଟି ଦଳ ମଧ୍ୟରେ ମୋଟ ୪୮ ଟି ମ୍ୟାଚ୍ ଖେଳାଯିବ। ବିଶ୍ୱକପ ଆରମ୍ଭ ପୂର୍ବରୁ ପ୍ରତ୍ୟେକ ପ୍ରସ୍ତୁତି ପାଇଁ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବେ।
ରାଉରକେଲା : ରାଉରକେଲାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚଳିତ ବିଶ୍ବକପ୍‌ର ଚତୁର୍ଥ ମ୍ୟାଚ୍‌ ଭାରତ ଓ ସ୍ପେନ ମୁକାବିଲା ଦେଖିବେ। ଦର୍ଶନମାନଙ୍କ ସହ ନବୀନ ମ୍ୟାଚ ଦେଖିବା ସହ ଭାରତୀୟ ଦଳକୁ ବିଶ୍ବକପ୍‌ ଅଭିଯାନରେ ଉତ୍ସାହିତ କରିବେ। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପ୍ରଥମେ ୱ୍ଲାଡକପ୍ ଭିଲେଜ ପରିଦର୍ଶନ କରିଛନ୍ତି। ସେଠାରେ ଖେଳାଳିମାନଙ୍କ ରହିବା ନିମନ୍ତେ ହୋଇଥିବା ଅତ୍ୟାଧୁନିକ ବ୍ୟବସ୍ଥାକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ।
ଷ୍ଟାଡିୟମ ସଂଲଗ୍ନ ‘ୱ୍ଲାଡକପ୍ ଭିଲେଜରେ ସମସ୍ତ ଅତ୍ୟାବଶ୍ୟକ ବ୍ୟବସ୍ଥା ନିର୍ମାଣ ହୋଇଛି।  ଏହି ୪ ତାରକା ବିଶିଷ୍ଟ ବିଲ୍‌ଡିଂରେ ୨୨୫ଟି କୋଠରୀ ରହିଛି। ପ୍ରତ୍ୟେକ କୋଠରୀରେ ଦୁଇ ଜଣ ଖେଳାଳି ରହିପାରିବେ। ଏକା ସମୟରେ ମୋଟ୍‌ ୮ଟି ଦଳର ଖେଳାଳି, କୋଚ୍‌, ସପୋର୍ଟ‌୍ ଷ୍ଟାଫ୍‌ଙ୍କୁ ଏଠାରେ ରଖାଯାଇପାରିବ। ଏତଦ୍‌ବ୍ୟତୀତ, ଅତ୍ୟାଧୁନିକ ଫିଟ୍‌ନେସ ସେଣ୍ଟର୍‌, ହାଇଡ୍ରୋଥେରାପି ପୁଲ୍‌, ବାଷ୍ପ ସ୍ନାନ ବ୍ୟବସ୍ଥା, ଷ୍ଟିମ୍‌, ଭିଡିଓ ବୋର୍ଡ ରୁମ୍‌, ଡ୍ରେସିଂ ରୁମ୍‌, ୮ଟି ଚେଞ୍ଜିଂ ରୁମ୍‌ (ପ୍ରତ୍ୟେକରେ ୧୮ଟି ଲେଖାଏଁ କ୍ୟାବିନେଟ୍‌) ସମେତ ଅତିରିକ୍ତ ଅଭ୍ୟାସ ପଡ଼ିଆ ଆଦି ଉପଲବ୍ଧ।
ସେପଟେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହୋଇଛି ଇଂଲଣ୍ଡ ଓ ଓ୍ବେଲସ ମଧ୍ୟରେ ମ୍ୟାଚ । ୭ଟାରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ସ୍ପେନ । ଉଭୟଙ୍କ ମଧ୍ୟରେ ହେବ କଡ଼ା ଟକ୍କର । ପୁଲ ପର୍ଯ୍ୟାୟରେ ଭାରତ ବିଜୟରୁ ଅଭିଯାନ କରିବାକୁ ଲକ୍ଷ୍ୟ ରଖିଛି । ଭାରତ ପୁଲ୍ ଡିରେ ଥିବାବେଳେ ଏହି ପୁଲ୍‌ରେ ସ୍ପେନ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ଅଛନ୍ତି । ଅନ୍ୟପଟେ କଳିଙ୍ଗରେ ଆର୍ଜେଣ୍ଟିନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଥିବାବେଳେ ଅର୍ଜେଣ୍ଟିନା ପ୍ରଥମ ମ୍ୟାଚ ଜିତିଛି । ସେହିପରି ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୮-୦ ଗୋଲରେ ବଡ ବିଜୟ ହାସଲ କରିଛି।