Sisira Sarasa mela - The Sakala
ଜାନୁଆରୀ ୬ରୁ ଆରମ୍ଭ ହେବ ଶିଶିର ସରସ-୨୦୨୪, ମେଳାରେ ପଡିବ ୪୦୦ ଷ୍ଟଲ
ଭୁବନେଶ୍ବର: ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଶିଶିର ସରସ-୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆୟୋଜନ ହେବାକୁ ଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ଏହି ମେଳା ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ । ଏହା ଜାନୁଆରୀ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଜାତୀୟସ୍ତରୀୟ ମେଳାରେ ମୋଟ ୪୦୦ଟି ଷ୍ଟଲ ଖୋଲାଯିବ ।
ଏଥିରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ମହିଳା ଏସ୍.ଏଚ୍.ଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ମାନଙ୍କ ସହିତ ୨୬ଟି ରାଜ୍ୟର ମହିଳା ଏସ୍.ଏଚ୍.ଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ମାନଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ୍ ଷ୍ଟଲରେ ବିକ୍ରି ହେବ।
ମେଳା ଭିତରେ ରହିବ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଲାଇଭଲି ହୁଡସ୍ । ସେହିପରି ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ ପାଇଁ ମେଳାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମେଳା ପରିସରକୁ ପରିଷ୍କାର ପରିଚ୍ଛନ ରଖିବା ଦିଗରେ ବିଏମସି ଅଧିକାରୀ ସ୍ବତନ୍ତ୍ର ଧ୍ୟାନ ଦେବେ । ମେଳାକୁ ଯଥା ସମ୍ଭବ ପଲିଥିନ ମୁକ୍ତ ନିଷିଦ୍ଧାଞ୍ଚଳ କରିବା ପାଇଁ ଉଦ୍ୟମ ହେବ ବୋଲି ମେଳା ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇଛି । ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ରଖିବା ପାଇଁ ସ୍ୱତନ୍ତ୍ର ପାର୍କିଂ ଜୋନର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଭିନ୍ନ ଘରୋଇ ତଥା ରାଷ୍ଟ୍ରାୟତ ବ୍ୟାଙ୍କ ପକ୍ଷରୁ ମେଳା ପରିସରରେ ଏଟିଏମ ମେସିନ୍ ର ସୁବିଧା କରାଯାଇଛି । ଏହାସହ ପ୍ରତ୍ୟେକ ଦିନ ମେଳାରେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।
ଭୁବନେଶ୍ବର: ଆସନ୍ତା ୧୩ ରୁ ୨୯ ପର୍ଯ୍ୟନ୍ତ ଶିଶିର ସରସ ମେଳା ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହେବ। ମେଳାରେ ମୋଟ ୩୫୦ ଟି ଷ୍ଟଲରେ ହେବ ବ୍ୟବସାୟ । ୨ ଟି ରାଜ୍ୟର ହସ୍ତଶିଳ୍ପ , ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ଷ୍ଟଲରେ ବିକ୍ରି ହେବ। ହକି ବିଶ୍ବକପ ପାଇଁ ରାଉରକେଲାରେ ମଧ୍ଯ ୧୫ ରୁ ୨୭ ଯାଏଁ ପଲ୍ଲଶ୍ରୀ ମେଳା ଆୟୋଜିତ ହେବ।  ପ୍ରତି ସନ୍ଧ୍ୟାରେ ନାମିଦାମୀ କଳାକାରଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ।  ସ୍ବତନ୍ତ୍ର ଫୁଡ୍ କୋର୍ଟ ସହ , ହକି ପାଭିଲିଅନ , ସେଲଫି , ପଏଣ୍ଟ , ଓପନ କୁଇଜ ପ୍ରତିଯୋଗିତା ହେବ।  ସ୍ବତନ୍ତ୍ର ଫୁଡ୍ କୋର୍ଟରେ ଓଡିଆ ଖାଦ୍ୟ ସହିତ ବାହାର ରାଜ୍ୟର ପାରମ୍ପରିକ ଖାଦ୍ୟ ସହିତ କୋରାପୁଟ କଫି, ମିଲେଟ ମିଶନ କାଫେରେ ମାଣ୍ଡିଆରୁ ପ୍ରସ୍ତୁତ କେକ, ମିଠା ଓ ପିଠା ଆଦି ବିକ୍ରି ହେବ।
ଶିଶିର ସରସ ମେଳାରେ ଜର୍ମାନ ହ୍ୟାଙ୍ଗର ଭିତରେ ମିଶନ ଶକ୍ତି ଗ୍ରୁପର ସ୍ବତନ୍ତ୍ର ଷ୍ଟଲ ଖୋଲାଯିବା ସହିତ ଏଥିରେ ମିଶନ ଶକ୍ତି ମହିଳା ଏସ.ଏଚ.ଜି ମାଆମାନଙ୍କ ଦ୍ବାରା ହାତ ତିଆରି ଜିନିଷ ବିକ୍ରି ହେବ। ମେଳାରେ ପଣ୍ଡିଚେରୀର କାଗଜରୁ ତିଆରି ସାମଗ୍ରୀ,
ଉତ୍ତର ପ୍ରଦେଶର ଲୁହାରୁ ତିଆରି ସାମଗ୍ର। , ଛତିଶଗଡ଼ର ଟସର ଲୁଗା ଆସାମ ଓ ତ୍ରିପୁରାର ବାଉଁଶର ପ୍ରସ୍ତୁତ ସାମଗ୍ରୀ, ହିମାଚଳ ପ୍ରଦେଶ , ଜମ୍ମୁ ଓ କାଶ୍ମୀର ଓ ମଣିପୁରର ଶୀତ ବସ୍ତ୍ର ଷ୍ଟଲ ଲାଗିବ।
ସେହପରି ପଶ୍ଚିମ ବଙ୍ଗର ଝୋଟରୁ ତିଆରି ଜିନିଷ,  ମଧ୍ୟ ପ୍ରଦେଶର ଚନ୍ଦେରୀ ପୋଷାକ, ମଣିପୁର ତଥା ଉତ୍ତର ପୂର୍ବ ରାଜ୍ୟର କୃତ୍ରିମ ଫୁଲ, ଗୁଜୁରାଟର ଘର ସାଜସଜ୍ଜା ସାମଗ୍ରୀ ଏବଂ ସଲ୍, ପଞ୍ଜାବର ଚମଡା ସାମଗ୍ରୀ , ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନ ଓ ପଶ୍ଚିମବଙ୍ଗର ହସ୍ତତନ୍ତ ସାମଗ୍ରୀ କେନ୍ଦୁଝରର ଫୁଲବଡ଼ି ସହିତ ଆଦିବାସୀ ଅଳଙ୍କାର , ଡୋକ୍ରା ଜିନିଷ , ଟେରାକୋଟା , ଅଦରକାରୀ କାଗଜରୁ ତିଆରି ଘର ସାଜସଜ୍ଜା ସାମଗ୍ରୀ , ଖାଦ୍ୟ ଓ ମସଲା ଆଦି ଜିନିଷ ମଧ୍ୟ ମେଳାରେ ବିକ୍ରି ବଟା କରାଯିବ । ମେଳା ପ୍ରତିଦିନ ସକାଳ ୧୧ ଟାରୁ ରାତି ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ଚଳିତ ବର୍ଷ ୨୦ କୋଟି ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି।