HockeyWorldCup2023 - The Sakala

ବିଶ୍ବ ଦେଖିଲା ହକି ବିଶ୍ବକପର ଭବ୍ୟ ଉଦଘାଟନୀ ଉତ୍ସବ, ଜୟ ଜଗନ୍ନାଥ ଧ୍ବନୀରେ କମ୍ପିଲା ବାରବାଟୀ ଷ୍ଟାଡିୟମ୍‌
କଟକ: ବାରବାଟୀ ଷ୍ଟାଡିୟମ୍‌ରେ ହକି ବିଶ୍ୱକପ୍‌ ୨୦୨୩ର ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଛି। ହକି ବିଶ୍ୱକପ୍‌ ପାଇଁ ସମସ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ମୁଖ୍ୟ ଅତିଥି ଭାବେ ଯୋଗ ଦୋଇଥିବା ବେଳେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, FIH ସଭାପତି ତୟାବ ଇକ୍ରମା ଓ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଉପସ୍ଥିତ ଥିଲେ। ଜୟ ଜଗନ୍ନାଥ ଧ୍ବନୀରେ କମ୍ପିଥିଲା ବରବାଟୀ ଷ୍ଟାଡିୟମ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ସେ ପୂର୍ବରୁ ହକି ବିଶ୍ବକପର ଅନେକ ଆୟୋଜନ ଦେଖିଛନ୍ତି, ହେଲେ ଏଭଳି ଆୟୋଜନ ହୋଇଥିବାର କେଉଁଠାରେ ଦେଖିନାହିଁ। ଏହାକୁ ସେ ଏକ ଭବ୍ୟ ଆୟୋଜନ କହିଥିଲେ। ଓଡଶା ସରକାରଙ୍କ ଏଭଳି ଆୟୋଜନକୁ ସମସ୍ତେ  ପ୍ରଂଶସା କରିଛନ୍ତି। କେବଳ ଭାରତ ପାଇଁ ନୁହେଁ ସମଗ୍ର ବିଶ୍ବ ପାଇଁ ଓଡ଼ିଶା ଏକ ନୂଆ ହକିଷ୍ଟାଡିୟମ ନିର୍ମାଣ କରିଥିବା କହିଥିଲ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।

ମୁଖ୍ୟମନ୍ତ୍ରୀ ମଧ୍ଯ ନିଜ ଅଭିଭାଷଣ ଜୟ ଜଗନ୍ନାଥରୁ ଆରମ୍ଭ କରିଥିଲେ। ଏଥିସହ ସମସ୍ତଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ଓଡ଼ିଶାରେ ହକି ବିଶ୍ବକପ ଆୟୋଜନ ହୋଇଥିବାରୁ ବେସ ଖୁସି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେପଟା ରଙ୍ଗାରଙ୍ଗ କାର୍ଯ୍ଯକ୍ରମରେ ଦୁଲକୁଛି ବାରବାଟୀ । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । ଓଡ଼ିଆ ସିନେ ତାରକା ସବ୍ୟସାଚୀ-ଅର୍ଚ୍ଚିତା ମଞ୍ଚ ଉପରେ ନିଜର ଜଲୱା ଦଖାଇଥିବାବେଳେ ସମୟ ସହ ବଲିଉଡ ସେଲିବ୍ରିଟଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ବଢୁଛି ଉତ୍କଣ୍ଠା । କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶବିଦେଶର ଅତିଥି ଯୋଗଦେଇଛନ୍ତି । ଓଲିଉାଡ୍‌ ଓ ବଲିଉଡ୍‌ର ବହୁ ନାମୀଦାମୀ କଳାକାରମାନେ ଏଥିରେ ସାମିଲ୍‌ ହୋଇ ସେମାନଙ୍କର ଜଲୱା ଦେଖାଇଛନ୍ତି। ତେବେ ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନୀ ଆକର୍ଷଣ ସାଜିଛନ୍ତି। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକର ଦର୍ଶକ ଝୁମିଛନ୍ତି।