Om Birla - The Sakala

ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୋଟିଏ ଦିନରେ ଚାରି ଥର ଗୃହ ମୁଲତବୀ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଦଳର ସଦସ୍ୟମାନଙ୍କ ଲଗାତାର ହଟ୍ଟଗୋଳ ଏବଂ ନାରାବାଜି କାରଣରୁ ସୋମବାର ଦିନ ଲୋକସଭାକୁ ୪ ଥର ମୁଲତବୀ ରଖାଯାଇଛି। ଗୃହର କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ଏବଂ ଅଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀମାନେ ନିଜ ଜିଦରେ ଅଟଳ ରହିଥିଲେ, ଯାହା ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ଗୃହର କାର୍ଯ୍ୟ ପୁନର୍ବାର ଆରମ୍ଭ ହେବାର ମାତ୍ର ୨ ମିନିଟ୍ ପରେ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଏହାପୂର୍ବରୁ ଗୃହ ପ୍ରଥମେ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ୧୨ଟାରେ କାର୍ଯ୍ୟ ଆରମ୍ଭ ହେବାର ମାତ୍ର ୭ ମିନିଟ୍ ପରେ ଏହାକୁ ପୁଣି ୧୨:୩୦ ଏବଂ ପରେ ଦିନ ୧ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଅଧ୍ୟକ୍ଷ ଆସନରେ ଥିବା ଦିଲ୍ଲୀପ ସଇକିଆ ଗୃହକୁ ଶୃଙ୍ଖଳିତ କରିବାକୁ ଚେଷ୍ଟା କରିଥିଲେ। ସେ ସଦସ୍ୟମାନଙ୍କୁ ନିଜ ସ୍ଥାନରେ ବସିବାକୁ ଏବଂ 'ଶୂନ୍ୟକାଳ' ରେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। "ଏହି ଆଚରଣ ଗଣତନ୍ତ୍ର ପାଇଁ ଭଲ ନୁହେଁ... ଆପଣମାନେ କ'ଣ ଗୃହ କାର୍ଯ୍ୟ ଚାଲୁ ବୋଲି ଚାହୁଁନାହାଁନ୍ତି କି?" ବୋଲି ସେ ପ୍ରଶ୍ନ କରିଥିଲେ। ତଥାପି ବିରୋଧୀମାନେ ୱେଲକୁ ଆସି ହଟ୍ଟଗୋଳ ଜାରି ରଖିଥିଲେ।

ଏହାପୂର୍ବରୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଦିବଂଗତ ସାଂସଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗୃହର କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଶାନ୍ତି ବଜାୟ ରଖିବାକୁ କହିଥିଲେ ଯେ, "ସଂସଦ ହେଉଛି ଗଣତନ୍ତ୍ରର ସର୍ବୋଚ୍ଚ ମଞ୍ଚ ଏବଂ ପ୍ରତ୍ୟେକଙ୍କୁ କହିବାକୁ ସମୟ ଦିଆଯିବ।" ଅନ୍ୟପକ୍ଷରେ, ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଜ୍ଞ ସାଂସଦମାନଙ୍କୁ ଗୃହ କାର୍ଯ୍ୟକୁ ସୁଗମ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ବିଶ୍ୱ ସ୍ତରରେ ଅନିଶ୍ଚିତତା ଲାଗିରହିଥିବା ବେଳେ ଦେଶର ବିକାଶ ପାଇଁ ସକାରାତ୍ମକ ଆଲୋଚନା ଆବଶ୍ୟକ। "ଯେତେବେଳେ ଯୁକ୍ତି ଏବଂ ପ୍ରମାଣ ଦୃଢ଼ ଥାଏ, ସେତେବେଳେ ଶାନ୍ତ ରହି ମଧ୍ୟ ନିଜ ବାର୍ତ୍ତା ଦିଆଯାଇପାରିବ। ମୁଁ ଆଶା କରୁଛି ଯେ ପ୍ରତ୍ୟେକ ସ୍ୱର ଶୁଣିବାକୁ ସୁଯୋଗ ମିଳିବ ଏବଂ ଗୃହର ସମସ୍ତ ସଦସ୍ୟ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିବେ," ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମତବ୍ୟକ୍ତ କରିଥିଲେ।

ଗୃହକୁ ନ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଥିଲି: ବଡ଼ ଖୁଲାସା କଲେ ବାଚସ୍ପତି ଓମ୍ ବିର୍ଲା
ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସମ୍ଭାବ୍ୟ ବିଶୃଙ୍ଖଳା ଏବଂ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୃହକୁ ନ ଆସିବା ପାଇଁ ପରାମର୍ଶ ଦେଇଥିଲେ। ବାଚସ୍ପତିଙ୍କ କହିବା ଅନୁଯାୟୀ, କଂଗ୍ରେସ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ଆସନ ନିକଟରେ କୌଣସି 'ଅନୁଚିତ ଘଟଣା' ଘଟାଇବାର ଯୋଜନା କରିଥିଲେ।

ବାଚସ୍ପତି ବିର୍ଲା ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା, ସେତେବେଳେ ତାଙ୍କୁ ସୂଚନା ମିଳିଥିଲା ଯେ କିଛି ବିରୋଧୀ ଦଳ ସାଂସଦ ପ୍ରଧାନମନ୍ତ୍ରୀଙ୍କ ଚେୟାର ପାଖରେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି। ସେ କହିଛନ୍ତି, "ଯଦି ଏଭଳି ଘଟଣା ଘଟିଥାନ୍ତା, ତେବେ ଏହା ଦେଶର ଗଣତାନ୍ତ୍ରିକ ପରମ୍ପରାକୁ କ୍ଷୁଣ୍ଣ କରିଥାନ୍ତା। ଏହାକୁ ରୋକିବା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଗୃହକୁ ନ ଆସିବାକୁ ଅନୁରୋଧ କରିଥିଲି।" ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କ ଅନୁରୋଧ ରକ୍ଷା କରି ଗୃହରେ ଅନୁପସ୍ଥିତ ରହିଥିଲେ, ଯାହା ଫଳରେ ଏକ ବଡ଼ ଅପ୍ରୀତିକର ଘଟଣା ଟଳି ଯାଇଥିଲା।

ଅନ୍ୟପଟେ କଂଗ୍ରେସ ନେତା ପବନ ଖେଡ଼ା ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି। ବାଚସ୍ପତିଙ୍କ କାର୍ଯ୍ୟାଳୟରୁ ଗଣମାଧ୍ୟମରେ ମିଥ୍ୟା ରିପୋର୍ଟ ପ୍ରଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଖେଡ଼ା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, "ମହିଳା ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ବୋଲି କହିବା କ’ଣ ଯୁକ୍ତିଯୁକ୍ତ? ଜଣେ ଦଳିତ ମହିଳା ସାଂସଦ ନିଜର ଦାବି ଉପସ୍ଥାପନ କରିବା କ’ଣ ଆତଙ୍କବାଦ?" ଏଭଳି ମନ୍ତବ୍ୟ ପାଇଁ ସରକାର ଦେଶର ମହିଳା, ବିଶେଷକରି ଦଳିତ ମହିଳାଙ୍କୁ କ୍ଷମା ମାଗିବା ଉଚିତ ବୋଲି ସେ ଦାବି କରିଛନ୍ତି।

ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କରୋନାରେ ସଂକ୍ରମିତ ହୋଇଛନ୍ତି। ଗତ ୧୯ ତାରିଖରେ ତାଙ୍କ କୋଭିଡ-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ରବିବାର ଦିଲ୍ଲୀ ଏମ୍‌ସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ସୂଚନା ଅନୁଯାୟୀ,୧୯ ମାର୍ଚ୍ଚରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ୨୦ ମାର୍ଚ୍ଚରେ ସେ ଏମ୍‌ସ କୋଭିଡ୍ ସେଣ୍ଟର ଅଫ୍ ସର୍ଭିଲାନ୍ସରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।