Elon Musk guinness world record - The Sakala

କାଙ୍ଗାଳ ହେଉଛନ୍ତି ଏଲନ୍‌ ମସ୍କ, ବର୍ଷକରେ ହରାଇଛନ୍ତି ୨୦୦ ବିଲିୟନ୍‌ ଡଲାର
ନୂଆଦିଲ୍ଲୀ : ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ ଏକ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ରେକର୍ଡ ଏପରି କିଛି ଯାହା ପାଇଁ ମସ୍କ ନିଜେ ମଧ୍ୟ ଲଜ୍ଜିତ ହେବେ। ବ୍ୟକ୍ତିଗତ ସମ୍ପତ୍ତି ହରାଇବାରେ ମସ୍କ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। ମାତ୍ର ବର୍ଷକରେ ଅର୍ଥାତ ନଭେମ୍ବର ୨୦୨୧ ପରଠାରୁ ଦୁନିଆର ଏହି ଜଣାଶୁଣା ବ୍ୟବସାୟୀ ବ୍ୟକ୍ତିଗତ ଭାବେ ୨୦୦ ବିଲିୟନ ଡଲାରର ସମ୍ପତ୍ତି ହରାଇଛନ୍ତି।

ମସ୍କଙ୍କ ପୂର୍ବରୁ ଏହି ରେକର୍ଡ ଜାପାନୀ ଟେକ୍ ନିବେଶକ ମାସାୟୋଶୀଙ୍କ ନାମରେ ଥିଲା। ୨୦୦୦ ମସିହାରେ ମାସାୟୋଶୀ ୫୮.୬ ବିଲିୟନ ଡ଼ଲାରର ସମ୍ପତ୍ତି ହରାଇ ଏହି ରେକର୍ଡ ସୃଷ୍ଟି କରିଥିଲେ। ଏହାଠାରୁ ମସ୍କ ହରାଇଥିବା ସମ୍ପତ୍ତି ପରିମାଣ ଢ଼େର ଅଧିକ। କୁହାଯାଉଛି ଯେ, ଟ୍ବିଟର କିଣିବା ମସ୍କଙ୍କ ପାଇଁ ବେଶ ମହଙ୍ଗା ପଡ଼ିଛି। ଟ୍ବିଟର ଅଧିଗ୍ରହଣ ପରେ ମସ୍କଙ୍କ ସମ୍ପତ୍ତିରେ ବୃହତ୍‌ ହ୍ରାସ ଘଟିଛି।

ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ୨୦୨୧ରେ ଏଲନ୍ ମସ୍କଙ୍କର ନେଟ୍ ସମ୍ପତ୍ତି ୩୨୦ ବିଲିୟନ ଡ଼ଲାରରୁ ୨୦୨୨ ଡିସେମ୍ବର ସୁଦ୍ଧା ୨୦୦ ବିଲିୟନ ଡ଼ଲାରକୁ ଖସିଆସିଛି। ମସ୍କଙ୍କ କମ୍ପାନୀ ଟେସ୍‌ଲା ସେୟାରଗୁଡ଼ିକର ବହୁତ ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କର ସମ୍ପତ୍ତିରେ ଏହି ହ୍ରାସ ଆସିଛି। ଏହା ପରେ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ମାନ୍ୟତା ମଧ୍ୟ ହରାଇଛନ୍ତି। ଏବେ ଧନୀ ତାଲିକାର ସର୍ବୋଚ୍ଚ ସ୍ଥାନ ବର୍ନାର୍ଡ ଆର୍ଣ୍ଣୋଲ୍ଟ ନେଇଛନ୍ତି। ସେ ବିଳାସପୂର୍ଣ୍ଣ ସାମଗ୍ରୀ ଗ୍ରୁପ ଏଲ୍‌ଭିଏମ୍‌ଏଚ୍‌ର ପ୍ରତିଷ୍ଠାତା। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୯୦ ବିଲିୟନ ଡଲାର। ଯଦିଓ ମସ୍କ ସର୍ବାଧିକ ସମ୍ପତ୍ତି ହରାଇଛନ୍ତି। ତଥାପି ସେ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି। ଗତ ତିନିମାସ ଧରି ଟେସଲା ସେୟାର ମୂଲ୍ୟରେ ହ୍ରାସ ଜାରି ରହିଛି। ଏହା ପଛରେ ଏକ ପ୍ରମୁଖ କାରଣ ହେଉଛି ମସ୍କର ଟ୍ୱିଟରକୁ ଗ୍ରହଣ କରିବା ଏବଂ ଏହା ସହ ଜଡିତ ପ୍ରସଙ୍ଗଗୁଡିକ।

ଏଠାରେ ସୂଚନାଯୋଗ୍ୟ ଯେ, ଗତବର୍ଷ ଟେସ୍‌ଲା ସେୟାର ଗତ ବର୍ଷ ମୂଲ୍ୟରେ ୬୫% ହ୍ରାସ ଘଟିଛି। ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର କମାଣ ଧରିବା ପରେ ମସ୍କଙ୍କର ଦିନ ଭଲରେ ଚାଲିନାହିଁ। ଟ୍ୱିଟରରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରିବା ପରେ ମସ୍କ କର୍ମଚାରୀଙ୍କ ପାଇଁ ଉପଲବ୍ଧ କାଟ୍‌ କରିଦେଇଛନ୍ତି। ଏଥିସହିତ ସୋସିଆଲ ମିଡିଆ କମ୍ପାନୀକୁ ବଞ୍ଚାଇବା ପାଇଁ ମସ୍କ ଟେସଲା ସେୟାର ବିକ୍ରି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଯାହାର ପ୍ରଭାବ କମ୍ପାନୀର ସେୟାର ଉପରେ ଦେଖିବାକୁ ମିଳିଛି।