joshimath tragedy - The Sakala
ନୂଆଦିଲ୍ଲୀ(ଏଜେନ୍ସି):  ଉତ୍ତରାଖଣ୍ଡର ଦେବଭୂମି ସହର ଯୋଶୀମଠ ଦବିବା ଘଟଣା ଏବେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଏବଂ ବିଶେଷଜ୍ଞ ମହଲକୁ ଚିନ୍ତିତ କରିଛି। ବର୍ତ୍ତମାନ ସୁଦ୍ଧା ଏହି ସହରର ୭୦୦ କୋଠାରେ ଫାଟ ସୃଷ୍ଟି ହୋଇଛି ଯାହାକି ପୁରା ସହର କୋଠା ସଂଖ୍ୟାର ଏକ ଚତୁର୍ଥାଂଶ। ଏହାକୁ ଦୃଷ୍ଟିରେ ରଖି ବିପଦାପନ୍ନ କୋଠାଗୁଡିକରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। କିନ୍ତୁ ଏହାମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପକ୍ଷରୁ ଯେଉଁ ରିପୋର୍ଟ ଜାରି କରାଯାଇଛି ତାହା ଆହୁରି ଉଦବେଗ ସୃଷ୍ଟି କରିଛି। ମାତ୍ର ୧୨ ଦିନ ମଧ୍ୟରେ ଏହି ସହର ୫.୪ ସେ.ମି ଦବି ଯାଇଥିଲା ବେଳେ ପୁରା ସହର ଦବିଯିବାର ସମ୍ଭାବନା ରହିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
କାର୍ଟୋସାଟ୍-୨୫ ଉପଗ୍ରହ ଦ୍ୱାରା ନିଆଯାଇଥିବା ଯୋଶୀମଠ ଫଟୋକୁ ଆଧାର କରି ଇସ୍ରୋର ସହଯୋଗୀ ସଂସ୍ଥା ନ୍ୟାସନାଲ ରିମୋଟ୍ ସେନସିଂ ସେଣ୍ଟର(ଏନଆରଏସସି) ଏହି ରିପୋର୍ଟ ଜାରି କରିଛି। ଡିସେମ୍ବର ୨୭ ରୁ ଜାନୁଆରୀ ୮ ମଧ୍ୟରେ ଏହି ସହର ସର୍ବାଧିକ ସ୍ତରରେ ଦବି ଥିବା ବେଳେ ଜାନୁଆରୀ ୨ ତାରିଖରେ ଦବିବା ପ୍ରକ୍ରିୟା ସବୁଠୁ ଅଧିକ ରହିଥିଲା। ଏପ୍ରିଲ ୨୦୨୨ ରୁ ନଭେମ୍ବର ୨୦୨୨ ମଧ୍ୟରେ ମାଟି ଦବିବା ହାର ୯ ସେ .ମି ରହିଥିଲା। କିନ୍ତୁ ଜାନୁଆରୀରେ ଦବିବା ହାର ସବୁଠୁ ଅଧିକ ରହିଥିବା କୁହାଯାଇଛି। ଉପଗ୍ରହରୁ ଉତ୍ତୋଳନ କରାଯାଇଥିବା ଚିତ୍ରରୁ ଯୋଶୀମଠର ପ୍ରସିଦ୍ଧ ନରସିଂହ ମନ୍ଦିର ଏବଂ ସ୍ଥଳ ସେନାର ହେଲିପ୍ୟାଡ୍ ସମେତ ସମ୍ପୂର୍ଣ୍ଣ ସହର ସ୍ପର୍ଶକାତର ଜୋନ୍ ମଧ୍ୟରେ ରହିଥିବା କୁହାଯାଇଛି। ଏହାବ୍ୟତୀତ ଯୋଶୀମଠ-ଅଉଲି ସଡ଼କ ପଥ ମଧ୍ୟ ଖୁବଶୀଘ୍ର ଦବିବାକୁ ଆରମ୍ଭ କରିବ ବୋଲି ଏହି ରିପୋର୍ଟରେ କୁହାଯାଇଛି।
ମାଟିରେ ମିଶିଯିବ କି ଯୋଶୀମଠର ଅସ୍ତିତ୍ୱ ! ପ୍ରତ୍ୟେକ ମିନିଟ୍ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଘର ଛାଡିବାକୁ ଅମଙ୍ଗ ସ୍ଥାନୀୟ ବାସିନ୍ଦା
ଡେରାଡୁନ୍: ବିପଦରେ ଉତ୍ତରାଖଣ୍ଡର ଦେବଭୂମି ଭାବେ ପରିଚିତ ଯୋଶୀମଠ ସହର । ସହରରେ ଜମି ଦବିବା ସହ ଶହ ଶହ ଘର, ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ଫାଟ ସୃଷ୍ଟି ହୋଇଛି । ଚାରିଆଡେ ମାଟି, ଘରଦ୍ୱାର ଭାଙ୍ଗିଯାଉଥିବାରୁ ଲୋକେ ପ୍ରତି ମୁହୂର୍ତ୍ତରେ ନିଜ ଜୀବନକୁ ନେଇ ଚିନ୍ତାରେ ଅଛନ୍ତି । ଲୋକଙ୍କ ଘର, ରାସ୍ତା ଜମି ସବୁ ଫାଟି ଆଁ କରିଛି । ଏପରିକି ମଠ ମନ୍ଦିର ଅଧିକ ପ୍ରଭାବିତ ହୋଇଛି । ସେଠାରେ ଥିବା ଶଙ୍କରାଚାର୍ଯ୍ୟଙ୍କ ମଠ ମଧ୍ୟ ଫାଟିଯାଇଛି । କେବଳ ଏତିକି ନୁହେଁ ସେଠିକାର ଏକ ମନ୍ଦିରରେ ଥିବା ଶିବଲିଙ୍ଗରେ ମଧ୍ୟ ଫାଟ ସୃଷ୍ଟି ହୋଇଛି ।
ଯୋଶୀମଠରେ ମାଟି ଧସୁଥିଲେ ମଧ୍ୟ ଅନେକ ଲୋକ ନିଜ ଅସୁରକ୍ଷିତ ଘର ଛାଡ଼ି ଯିବାକୁ ଅମଙ୍ଗ ହେଉଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଏସ୍ ସାନ୍ଧୁ ପ୍ରତ୍ୟେକ ମିନିଟ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଲୋକଙ୍କୁ ପ୍ରଭାବିତ ଅଞ୍ଚଳରୁ ତୁରନ୍ତ ସ୍ଥାନାନ୍ତର କରିବାକୁ ସାନ୍ଧୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ପ୍ରଶାସନ ନାଲି ରଙ୍ଗ ସହ ୨୦୦ ରୁ ଅଧିକ ଅସୁରକ୍ଷିତ ଘରକୁ ଚିହ୍ନଟ କରିଛି । ଏହି ସବୁ ଘରେ ରହୁଥିବା ଲୋକଙ୍କୁ ଅସ୍ଥାୟୀ ରିଲିଫ୍ ସେଣ୍ଟରକୁ ନତୁବା ଭଡା ଘରକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଏଥିପାଇଁ ପ୍ରତ୍ୟେକ ପରିବାରକୁ ଆସନ୍ତା ୬ ମାସ ପାଇଁ ରାଜ୍ୟ ସରକାରଙ୍କ ଠାରୁ ମାସିକ ୪୦୦୦ ଟଙ୍କା ସହାୟତା ଦିଆଯିବ । ଚାମୋଲି ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୁଲେଟିନ୍ ଅନୁଯାୟୀ ଯୋଶୀମଠରେ ସୋମବାର ଆଉ ୬୮ଟି ଘରେ ଫାଟ ଦେଖିବାକୁ ମିଳିଛି । ଫଳରେ ଜମି ଧସିବା ଯୋଗୁଁ ପ୍ରଭାବିତ ଘର ସଂଖ୍ୟା ୬୬୮କୁ ବୃଦ୍ଧି ପାଇଥିବାବେଳେ ଆଉ ୨୭ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଏଥିରେ କୁହାଯାଇଛି ଯେ ଏପର୍ଯ୍ୟନ୍ତ ୮୨ ପରିବାରକୁ ସହରର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମୁକାବିଲା ବଳର କର୍ମଚାରୀମାନଙ୍କୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ମୁଖ୍ୟ ଶାସନ ସଚିବ ସାନ୍ଧୁ ରାଜ୍ୟ ସଚିବାଳୟର ଅଧିକାରୀଙ୍କ ସହ ଏକ ବୈଠକରେ ଯୋଶୀମଠ ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଲୋକଙ୍କୁ ବିପଦସଙ୍କୁଳ ଘରୁ ସ୍ଥାନାନ୍ତର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଫାଟ ଦେଖା ଦେଇଥିବା ଘରଗୁଡିକ ତୁରନ୍ତ ଭାଙ୍ଗି ଦିଆଯାଉ ଯାହା ଫଳରେ ଆଉ କୌଣସି କ୍ଷତି ନହୁଏ। ଭଙ୍ଗା ପାନୀୟ ଜଳ ପାଇପଲାଇନ ଏବଂ ସ୍ୱେରେଜ୍ ଲାଇନକୁ ମଧ୍ୟ ତୁରନ୍ତ ମରାମତି କରାଯିବ । କାରଣ ଏହା ପ୍ରଭାବିତ ଅଞ୍ଚଳରେ ଆହୁରି ଜଟିଳ ସମସ୍ୟା ସୃଷ୍ଟି କରିପାରେ ବୋଲି ଅଧିକାରୀ କହିଛନ୍ତି।
ବଡ଼ ବିପଦ ସତ୍ତ୍ୱେ ପ୍ରଭାବିତ ଅଞ୍ଚଳରେ ରହୁଥିବା ଅନେକ ଲୋକ ନିଜ ଘର ପ୍ରତି ମୋହ ତୁଟାଇ ପାରୁନାହାଁନ୍ତି । ସେମାନେ ନିଜ ଘର ଛାଡ଼ି ଯିବାକୁ ଅମଙ୍ଗ ହୋଇଛନ୍ତି । ଯେଉଁମାନେ ଅସ୍ଥାୟୀ ଆଶ୍ରୟସ୍ଥଳରେ ପହଞ୍ଚିଛନ୍ତି ସେମାନେ ବିପଦରେ ଥିବା ସେମାନଙ୍କର ଖାଲି ଘର ଦେଖିବା ପାଇଁ ପୁଣି ଫେରୁଛନ୍ତି ।
ଡେରାଡୁନ୍:  ଉତ୍ତରାଖଣ୍ଡର ଦେବଭୂମି ଭାବେ ପରିଚିତ ଯୋଶୀମଠ ସମ୍ପୂର୍ଣ୍ଣ ବିପଦାପନ୍ନ ହୋଇପଡ଼ିଛି। ଭୂପୃଷ୍ଠ ତଳର ମାଟି ଧସିବା ଯୋଗୁଁ ଏଠାକାର ବହୁ ଘର ଏବଂ ରାସ୍ତାରେ ଫାଟ ସୃଷ୍ଟି ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ଏହାର କାରଣ ଜାଣିବା ଏବଂ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାସ୍ଥଳକୁ ବିଶେଷଜ୍ଞ ଦଳ ପଠାଯାଇଛି। ଏନଡିଆରଏଫ ଟିମ୍ ସହ ମିଶି ଅସୁରକ୍ଷିତ ଘର ଗୁଡିକୁ ଚିହ୍ନଟ  କରାଯାଉଛି। ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଘରେ ଏବେ ଚିହ୍ନ ଲଗାଯାଉଛି। ଏପର୍ଯ୍ଯନ୍ତ ୬୦୩ ଘରେ ବଡ଼ ବଡ଼ ଫାଟ ଦେଖାଯାଇଥିବା ଜଣାପଡ଼ିଛ। ଲୋକଙ୍କୁ ବଞ୍ଚାଇବା ପାଇଁ  ଯୋଶୀମଠକୁ ୩ଟି ଜୋନରେ ବିଭକ୍ତ କରାଯାଇଛଇ। ‘ଡେଞ୍ଜର-ବଫର୍-ସଂପୂର୍ଣ୍ଣ ସୁରକ୍ଷିତ’ ଜୋନରେ ବିଭକ୍ତ କରାଯାଇଛି। ଡେଞ୍ଜର ଓ ବଫର ଜୋନର ସ୍ଥିତ ସମୀକ୍ଷା କରାଯାଇଛି। । ସଂପୂର୍ଣ୍ଣ ବିପଦରେ ଥିବା ଜୋନ୍ ତୁରନ୍ତ ସ୍ଥାନାନ୍ତର କରାଯାଉଛି।
ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିେଶଧକ ଆଇନ ୨୦୦୫ର ଧାରା ୨୩ ଅନୁଯାୟୀ ରାଜ୍ୟ ସରକାର ଏହା ଘୋଷଣା କରିବା ସହିତ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାରେ ଲାଗି ପଡ଼ିଛନ୍ତି। ଏଥିନେଇ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସୁରକ୍ଷାକର୍ମୀ, ଡାକ୍ତର ଏବଂ ମନସ୍ତାତ୍ତ୍ବିକ ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ସହରର ପ୍ରାୟ ୧୦୦ ପରିବାରଙ୍କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ଆଉ ୫୦୦ ପରିବାରଙ୍କୁ ତୁରନ୍ତ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଯୋଶୀମଠ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ପ୍ରଭାବିତ ପରିବାର ସହ ସାକ୍ଷାତ କରିଥିଲେ। ସମସ୍ତ ବିସ୍ଥାପିତଙ୍କ ପୁର୍ନବସତି ପାଇଁ ଜମି ଚିହ୍ନଟ ହେବ ବୋଲି କହିଥିଲେ । ତେବେ ଜମି ଚିହ୍ନଟ ବେଳେ ଭୂସ୍ଖଳନ ନେଇ ଯାଞ୍ଚ କରାଯିବ । ସେଥିପାଇଁ ଭାରତୀୟ ଭୂ-ବିଜ୍ଞାନ ସର୍ବେକ୍ଷଣକୁ ଦାୟିତ୍ୱ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଉତ୍ତରାଖଣ୍ଡର ଚାମେଲି ଜିଲ୍ଲାରେ ପ୍ରାୟ ୬୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଯୋଶୀମଠରେ ବିଗତ କିଛି ବର୍ଷ ମଧ୍ୟରେ ବହୁ କୋଠାବାଡ଼ି ସମେତ ରାସ୍ତାଘାଟ ନିର୍ମାଣ କରାଯାଇଛି। ଏହାକୁ ନେଇ ଏହି ପାର୍ବତ୍ୟାଞ୍ଚଳର ପୃଷ୍ଠଭୂମି ଉପରେ ଚାପ ବଢିଥିଲା ବେଳେ ବହୁ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ମାଟି ସ୍ତରକୁ ଧୋଇ ନେଇଛି। ଏହାବ୍ୟତୀତ ଭୂତାତ୍ତ୍ବିକ କାରଣକୁ ନେଇ ହିମାଳୟର ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଏହି ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ‘ଏମସିଟି-୨’ ପୁନଃସକ୍ରିୟ ହେବା ଯୋଗୁଁ ‘ୟୁେରାସିଆନ ପ୍ଳେଟ’ ତଳକୁ ଇଣ୍ଡିଆନ ପ୍ଳେଟ୍‌ ଧସିଯାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। କେବଳ ଯୋଶୀମଠ ନୁହେଁ, ଉତ୍ତରକାଶୀ ଏବଂ ନୈନିତାଲ ଜିଲ୍ଲା ମଧ୍ୟ ଏହି କାରଣକୁ ନେଇ ପ୍ରଭାବିତ ହେବାକୁ ଯାଉଛି ବୋଲି ସେମାନେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ ଫୋନରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ତଥା ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।