cold in odisha - The Sakala

ରାଜ୍ୟରେ ପହିଲି ଶୀତ; ଆଗକୁ ଆହୁରି ଖସିବ ତାପମାତ୍ରା, ବଢିବ ଶୀତର ପ୍ରଭାବ...
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରଭାବ। ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ହ୍ରାସ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୩ ଡିଗ୍ରୀ କମିଛି। ଏହାଦ୍ୱାରା ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି।

ଗତ ୨୪ ଘଣ୍ଟାରେ ଫୁଲବାଣୀ ୧୨.୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ସେହିପରି ଏଠାରେ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ପ୍ରାୟ ୨.୫ ଡିଗ୍ରୀ ଖସିଛି। ସେହିପରି ଦାରିଙ୍ଗବାଡ଼ିରେ ତା‌ପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୩.୩ ଡିଗ୍ରୀ ତାପମାତ୍ରା କମି ୧୪.୫ ଡିଗ୍ରୀ ରେକର୍ଡ ହୋଇଛି। ଏହା ବ୍ୟତତୀ ଅନୁଗୁଳ, ରାଉରକେଲା, କେନ୍ଦୁଝର ଓ ଢେଙ୍କାନାଳରେ ତାପମାତ୍ରା ୧୫ ଡିଗ୍ରୀକୁ ଖସିଛି। ବଡ଼ କଥା ହେଉଛି ଯେ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳରେ ୬.୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି।

ଏହା ବ୍ୟତୀତ ଦେଶର ରାଜଧାନୀ ନୂଆଦିଲ୍ଲୀଠାରୁ ରାଜ୍ୟର ରାଜଧାନୀରେ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ଆଜି ରାଜଧାନୀ ଦିଲ୍ଲୀରେ (ସଫଦରଜଙ୍ଗ) ଠାରେ ସର୍ବନିମ୍ନ ୧୮.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ରାତିର ତାପମାତ୍ରା ୧୭ ଡିଗ୍ରୀ ରେକର୍ଡ ହୋଇଛି। ଏହାଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ପହିଲି ଶୀତ ଆରମ୍ଭ ହୋଇଛି। ଉପଗ୍ରହରୁ ମିଳିଥିବା ଜଳୀୟବାଷ୍ପ ସମ୍ପର୍କିତ ଚିତ୍ର ଅନୁଯାୟୀ ବାୟୁ ମଣ୍ଡଳରେ ଜଳୀୟବାଷ୍ପର ଦୃଷ୍ଠାନ୍ତମୂଳକ ହ୍ରାସ ଘଟିଛି। ଏହାସହିତ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟକୁ ଉତ୍ତରପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାତିର ତାପମାତ୍ରାରେ ଆହୁରି ହ୍ରାସ ଘଟିବାର ସମ୍ଭାବନା ରହିଛି। ତେଣୁ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଜାରି ରହିବା ସହ ଥଣ୍ଡାର ପ୍ରଭାବ ଆହୁରି ବଢ଼ିବା ନେଇ ଆକଳନ କରାଯାଉଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆହୁରି ୨.୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି। ତେଣୁ ଶୀତର ପ୍ରଭାବରେ ମଧ୍ୟ ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ରାଜ୍ୟରେ ଖସୁଛି ପାରଦ, ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର
ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ। ୧୫ ଡିଗ୍ରୀ ତଳେ ୭ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୧୦.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ପାଲଟିଛି। ସିମିଳିଗୁଡା ୧୧.୧, କୋରାପୁଟ ୧୧.୬, କେନ୍ଦୁଝର ୧୨.୮, ଫୁଲବାଣୀ ୧୩, ଦାରିଙ୍ଗବାଡି ୧୩, କିରେଇ ୧୩.୭ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି  ଭବାନୀପାଟଣା ଓ  ନବରଙ୍ଗପୁରର ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଥିଲା।